Skip to content
paribhaasha

Skandha 8

Adhyaya 3

  1. Couplet 1

    ଶୁଣ ପାଣ୍ଡବ ଚୂଡ଼ାମଣିଗଜେନ୍ଦ୍ର ବୋଲେ ମୋକ୍ଷବାଣୀ

  2. Couplet 2

    ଏମନ୍ତ ବୁଦ୍ଧି ସେ ବିଚାରିଚଞ୍ଚଳ ମନ ସ୍ଥିର କରି

  3. Couplet 3

    ପରମ-ଜପ ସେ ଜପିଲାଯେ ପୂର୍ବଜନ୍ମେ ଶିକ୍ଷା ଥିଲା

  4. Couplet 4

    ଶ୍ରୀକୃଷ୍ଣ ଆଦି ବ୍ରହ୍ମପଦେବୋଲେ ଆନନ୍ଦ ଗଦଗଦେ

  5. Couplet 5

    ନମସ୍ତେ ପ୍ରଭୁ ଭଗବାନଅଶେଷ ବ୍ରହ୍ମାଣ୍ଡ ଜୀବନ

  6. Couplet 6

    ତୋର ମହିମା ଚିଦାତ୍ମକଅନାଦି ପୁରୁଷ ବିବେକ

  7. Couplet 7

    ଜୀବର ଆଦିବୀଜ ତୁହିପରମେଶ୍ୱରେ ନମେ ମୁହିଁ

  8. Couplet 8

    ଯାହାର ଦେହେ ବିଶ୍ୱ ବସେଯା ତହୁଁ ଏ ବିଶ୍ୱ ପ୍ରକାଶେ

  9. Couplet 9

    ଏ ବିଶ୍ୱ-ସର୍ଜନା ଯହିଁରେସ୍ୱୟଂ ଯେ ବିଶ୍ୱରୂପ ଧରେ

  10. Couplet 10

    କାର୍ଯ୍ୟ-କାରଣରୁ ଯେ ପରତୁ ବ୍ରହ୍ମ ଶରଣସୋଦର

  11. Couplet 11

    ଏ ଯେ ସଂସାର ମାୟାବଳେଆତ୍ମାରୁ କଳ୍ପେ ଯେ ନିଶ୍ଚଳେ

  12. Couplet 12

    ପ୍ରକାଶ କରି ତିରୋହିତକରଇ ଊର୍ଣ୍ଣନାଭି ବତ

  13. Couplet 13

    ମଧ୍ୟେ ଦେଖଇ ସାକ୍ଷୀ ରୂପେକ୍ରୀଡ଼ା କରଇ କଳ୍ପେ କଳ୍ପେ

  14. Couplet 14

    ସେ ହରି ରଖୁ ମୋର ପ୍ରାଣତା ପାଦେ ପଶିଲି ଶରଣ

  15. Couplet 15

    କାଳେ ସକଳ ଜୀବଧରିଅନ୍ତକ ରୂପେଣ ସଂହରି

  16. Couplet 16

    ସକଳ ହେତୁ କରେ ଅନ୍ତତମ-ନିବିଡ଼ ଘୋରପଥ

  17. Couplet 17

    ସେ ତମ ପରେ ସେହୁ ବସେବିରାଜରୂପେ ପରକାଶେ

  18. Couplet 18

    ତାର ମହିମା ବିଚାରଣେଏ ଯେତେ ଦେବେ ଋଷିଗଣେ

  19. Couplet 19

    କେହି ନଜାଣେ ପ୍ରଭୁ ତୋତେଅନେକ-ଶାସ୍ତ୍ର-ଯୋଗମତେ

  20. Couplet 20

    କେ ପ୍ରାଣୀ ତତ୍ତ୍ୱ ତୋ ଜାଣିବଯହିଁ ଭ୍ରମନ୍ତି ବ୍ରହ୍ମା ଶିବ

  21. Couplet 21

    ନଟ-ଆକୃତି ପ୍ରାୟେ ଖେଳେଏ ମାୟା-ଗହନ-ଶୟଳେ

  22. Couplet 22

    ମନ-କର୍ମରୁ ଦୂର ଯେହିସେ ହରି ରଖୁ ମୋର ଦେହୀ

  23. Couplet 23

    ଯାର ମହିମା ମୁନିଜନେସକଳ-ଶାସ୍ତ୍ରେ ଅନୁମାନେ

  24. Couplet 24

    ବିମୁକ୍ତ-ସଙ୍ଗ ସାଧୁଜନେତପ ସାଧନ୍ତି ଘୋରବନେ

  25. Couplet 25

    ଭୂତଙ୍କ ଆତ୍ମଭୂତ ଯେହୁସେ ହରି ମୋର ଗତି ହେଉ

  26. Couplet 26

    ଯାହାର ଜନ୍ମକର୍ମ ନାହିଁଅପର ଗୁଣଦୋଷ କାହିଁ

  27. Couplet 27

    ତଥାପି ଲୋକରକ୍ଷା ଅର୍ଥେଆପେ ସମ୍ଭବ ଏ ଜଗତେ

  28. Couplet 28

    ସ୍ୱମାୟାବଳେ ଏ ଜଗତସ୍ଥିତି ପାଳନ କରେ ଅନ୍ତ

  29. Couplet 29

    ଅରୂପରୂପ ଯେ ଅଦ୍ଭୁତଆତ୍ମା ପ୍ରଦୀପ ସାକ୍ଷୀମତ

  30. Couplet 30

    ମନ-ବଚନେ ଅଗୋଚରପରମଆତ୍ମା ସୁଖଘର

  31. Couplet 31

    ସୂକ୍ଷ୍ମ-ନିର୍ମଳ ରୂପ ଯାରପଣ୍ଡିତଜନଙ୍କ ଗୋଚର

  32. Couplet 32

    ଯାହାକୁ ସତ୍ତ୍ୱଗୁଣେ ପାଇନିଷ୍କାମଚିେତ୍ତେ ଯେବା ଧ୍ୟାୟି

  33. Couplet 33

    କୈବଲ୍ୟନାଥ ନମୋସ୍ତୁତେନିର୍ବାଣସୁଖ ଯା ଉଦିତେ

  34. Couplet 34

    ତୁ ନାଥ ଶାନ୍ତ ଘୋରରୂପୀମୂଢ଼ଧର୍ମେଣ ବିଶ୍ୱବ୍ୟାପୀ

  35. Couplet 35

    ଯେ ନିର୍ବଶେଷ ସାମ୍ୟରୂପନମସ୍ତେ ଜ୍ଞାନ-ଘନ-ରୂପ

  36. Couplet 36

    କ୍ଷେତ୍ରଜ୍ଞରୂପୀ ନମୋନମସର୍ବଜ୍ଞ ସାକ୍ଷୀ ନିଜଧାମ

  37. Couplet 37

    ସେ ଏ ଜଗତ ଆଦିମୂଳମୂଳ ପ୍ରକୃତି ସୂକ୍ଷ୍ମସ୍ଥଳ

  38. Couplet 38

    ସର୍ବ-ଇନ୍ଦ୍ରିୟଗଣ ଦ୍ରଷ୍ଟାସର୍ବ ବିଷୟ ଆଦିସ୍ରଷ୍ଟା

  39. Couplet 39

    ଅଭକ୍ତ ଜନେ ଅପ୍ରକାଶଭକତପଦେ ରବିତ୍ରାସ

  40. Couplet 40

    ଅଖିଳକାରଣ-ସ୍ୱରୂପୀଅଦ୍ଭୁତ ରୂପେ ବିଶ୍ୱବ୍ୟାପୀ

  41. Couplet 41

    ସର୍ବ-ଆଗମ ବେଦସ୍ଥାନନମସ୍ତେ ମୋକ୍ଷପରାୟଣ

  42. Couplet 42

    ସ୍ୱୟଂପ୍ରକାଶ ଗୁଣପାଶେବନ୍ଧନ ନୋହୁ ତୁ ବିଶେଷେ

  43. Couplet 43

    ତୁ ଅପବର୍ଗ-ପରାୟଣନମଇଁ ତୋହର ଚରଣ

  44. Couplet 44

    ତୁ ନାଥ କରୁଣାସାଗରତୋ ପାଦେ ଶରଣ ମୋହର

  45. Couplet 45

    ଅଶେଷ-ଜନ୍ତୁ ହୃଦଗତେତୋର ପ୍ରକାଶ ଆତ୍ମାମତେ

  46. Couplet 46

    ସକଳ ଦେଖୁ ନାଥ ତୁହିତୋ ଅନୁଭବ କେ ଜାଣଇ

  47. Couplet 47

    ତୁ ବ୍ରହ୍ମ ପରମମଙ୍ଗଳନମସ୍ତେ ପ୍ରଭୁ ଆଦିମୂଳ

  48. Couplet 48

    ତୁ ନାଥ କରୁଣାସ୍ୱରୂପୀତୃଣ-କାଷ୍ଠରେ ଅଛୁ ବ୍ୟାପୀ

  49. Couplet 49

    ମୋହର ପ୍ରାୟ ପଶୁଗଣବିପଦ ପାଶୁଁ କର ତ୍ରାଣ

  50. Couplet 50

    ଆତ୍ମା-ଆତ୍ମଜ-ଗୃହ-ବିତ୍ତେମମତା କରେ ଦୃଢ଼ଚିତ୍ତେ

  51. Couplet 51

    ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେସେ ତୋତେ କେବେହେଁ ନ ଭଜେ

  52. Couplet 52

    ଯେ ମୁକ୍ତସଙ୍ଗ ଏ ଜଗତେସେ ତୋତେ ଭଜେ ଅବିରତେ

  53. Couplet 53

    ଏଣୁ ବିବେକୀ ପ୍ରାଣୀଙ୍କରତୁ ନାଥ ଶୁଭ-ସୁଖଘର

  54. Couplet 54

    ହେ ଜ୍ଞାନାତ୍ମକ ଭଗବାନସର୍ବ-ଈଶ୍ୱର ନମୋନମ

  55. Couplet 55

    ଧର୍ମାର୍ଥ-କାମ-ଲୋଭୁ ମୁକ୍ତନିଷ୍କାମେ ଭଜେ ଅବିରତ

  56. Couplet 56

    ଅନ୍ତେ ଲଭନ୍ତି ଇଷ୍ଟଗତିଦୁଃଖେ ସଙ୍କଟେ ନ ପଡ଼ନ୍ତି

  57. Couplet 57

    ଅବ୍ୟୟସ୍ଥାନେ ରହେ ମନଏଣୁ ଲଭନ୍ତି ଦିବ୍ୟଜ୍ଞାନ

  58. Couplet 58

    ମୁଁ ଏବେ ଶରଣ ତୋହରଏ ଗ୍ରାହ-ମୁଖୁ କର ପାର

  59. Couplet 59

    ଏକାନ୍ତ ଚିତ୍ତେ ଯେ ଭଜନ୍ତିବିଷୟ-ସୁଖ ନ ବାଞ୍ଛନ୍ତି

  60. Couplet 60

    ତୋ ଜ୍ଞାନ-ସୁଧା-ରସ ପାଇଅଧିକ ବାଞ୍ଛା ତାଙ୍କ ନାହିଁ

  61. Couplet 61

    ଅତି ଅଦ୍ଭୁତ ତୋ ଚରିତଆନନ୍ଦ ରୂପେ ସୁଲଳିତ

  62. Couplet 62

    ତୋ କଥା-ସୁଧା-ସିନ୍ଧୁ-ଜଳେଅବଗାହନ ସୁଖଭୋଳେ

  63. Couplet 63

    କରି ତରନ୍ତି ଦିବ୍ୟଦେହୀଏଣୁ ତୋ ମହିମା କେ କହି

  64. Couplet 64

    ଅକ୍ଷୟ କ୍ଷୟ ନାହିଁ ଯାରଯେ ବ୍ରହ୍ମ ପରମ ଈଶ୍ୱର

  65. Couplet 65

    ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀପରମ-ଯୋଗବଳେ ବ୍ୟାପୀ

  66. Couplet 66

    ଏଣୁ ଯେ ଅତିଦୂରେ ରହେଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୋଏ

  67. Couplet 67

    ଅନନ୍ତ ଆଦି ପରିପୂର୍ଣ୍ଣସେ ହରି ରଖୁ ମୋ ଜୀବନ

  68. Couplet 68

    ମନବଚନ ତା ଚରଣେନିବେଦନ ମୋ ଅନୁକ୍ଷଣେ

  69. Couplet 69

    ଏ ଘୋର-ଗ୍ରାହ-ବନ୍ଧ-ପାଶୁଉଦ୍ଧରି ସେ ମୋତେ ଆଶ୍ୱାସୁ

  70. Couplet 70

    ଯାର ଅଳପ କଳା ଘେନିବ୍ରହ୍ମାଦି ଦେବେ ସୁରମୁନି

  71. Couplet 71

    ସଂସାର ଚରାଚର ଯେତେପ୍ରକାଣ୍ଡ ନାମ ରୂପ ମତେ

  72. Couplet 72

    ଅଗ୍ନି ସବିତା ଜ୍ୟୋତି ଯେହ୍ନେପ୍ରକାଶି ପ୍ରବେଶନ୍ତି ତେହ୍ନେ

  73. Couplet 73

    ଗୁଣ ପ୍ରବାହ ଏ ସଂସାରଇନ୍ଦ୍ରିୟ ବୁଦ୍ଧି ଅହଙ୍କାର

  74. Couplet 74

    ଶରୀର ଆଦି ଏହିମତେପ୍ରବେଶ ହୋନ୍ତି ତାର ଗାତ୍ରେ

  75. Couplet 75

    ଯେ ନୋହେ ଦେବାସୁର ମର୍ତ୍ତ୍ୟନ ସ୍ତିରୀ ନ ପୁରୁଷ ଗାତ୍ର

  76. Couplet 76

    ଜନ୍ମ ଶରୀର ପଶୁ ଆଦିରୂପେ ଅରୂପେ ନ ସମ୍ପାଦି

  77. Couplet 77

    କେବେହେଁ ନୋହେ କର୍ମଗୁଣସତ୍ୟ ଅସତ୍ୟ ନୋହେ ଜାଣ

  78. Couplet 78

    ନିଃଶେଷ ଶେଷ ପରିପୂର୍ଣ୍ଣଏଣୁ ଏ ଅନାଦି କାରଣ

  79. Couplet 79

    ନମସ୍ତେ ନମସ୍ତେ ଅନନ୍ତଅସହ୍ୟ ବେଗ ବଳବନ୍ତ

  80. Couplet 80

    ଯାହାର ଅଟେ ଶକ୍ତି-ତ୍ରୟଅଖିଳ ବୁଦ୍ଧି ଗୁଣମୟ

  81. Couplet 81

    ପ୍ରପନ୍ନଜନ ଯେ ପାଳଇଦୁରନ୍ତ ଶକ୍ତି ଯାର ଦେହୀ

  82. Couplet 82

    କୁତ୍ସିତ ଇନ୍ଦ୍ରିଗଣେ ଯାରମାର୍ଗ ନ କରାନ୍ତି ଗୋଚର

  83. Couplet 83

    ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇଆତ୍ମା ଶରୀର ନ ଜାଣଇ

  84. Couplet 84

    ଯେ ହରି ସଂସାର-କାରଣତା ପାଦେ ପଶିଲି ଶରଣ

  85. Couplet 85

    ରଖୁ ନ ରଖୁ ସେ ଜାଣଇତା ବିନୁ ଆନଗତି ନାହିଁ

  86. Couplet 86

    ବୋଲନ୍ତି ବ୍ୟାସଙ୍କ ନନ୍ଦନରାଜନ ସାବଧାନେ ଶୁଣ

  87. Couplet 87

    ଏମନ୍ତେ ଗଜରାଜ ସ୍ତୁତିଗୋବିନ୍ଦ ପାଦେ ଦେଇ ମତି

  88. Couplet 88

    ଇନ୍ଦ୍ରାଦି ଦେବେ ଗମ୍ୟ ନୋହେଯେ ପୂର୍ବଭାଗ୍ୟର ଉଦୟେ

  89. Couplet 89

    ଗଜ ବିକଳ ଶୁଣି ହରିସତ୍ୱରେ ଚିତ୍ତେ ମୋଦଭରି

  90. Couplet 90

    ଯେ ହରି ସର୍ବ-ଦେବମୟେଅଶେଷ ବିଶ୍ୱ ଯାର ଦେହେ

  91. Couplet 91

    ସର୍ବଦେବତା ମିଳି ସଙ୍ଗେସ୍ତୁତି କରନ୍ତି ନାନାରଙ୍ଗେ

  92. Couplet 92

    ଗରୁଡ଼ ପୃଷ୍ଠେ ବିଜେ କରିକରେ ପ୍ରଚଣ୍ଡ-ଚକ୍ର ଧରି

  93. Couplet 93

    ବେଗେ ମିଳିଲେ ଗଜ ପାଶେବିବୁଧେ ଦେଖନ୍ତି ଆକାଶେ

  94. Couplet 94

    ଗଜେନ୍ଦ୍ର ସରୋବର ଜଳେଗ୍ରାହଗ୍ରସିତ ପାଦମୂଳେ

  95. Couplet 95

    ଦେଖଇ ଗରୁଡ଼-ପୁଷ୍ଠରଆକାଶେ ବିଜେ ଚକ୍ରଧର

  96. Couplet 96

    ପଦ୍ମ ଗୋଟିଏ ଘେନି ହସ୍ତେଊର୍ଦ୍ଧ୍ୱେ ଚାହିଁଲା ଶୂନ୍ୟପଥେ

  97. Couplet 97

    ବେଗେ ନମିଲା ଶୁଣ୍ଢ ତୋଳିଦେଖନ୍ତେ ପ୍ରଭୁ ବନମାଳୀ

  98. Couplet 98

    ଚକ୍ର ବିରାଜେ ଦକ୍ଷକରେସୂର୍ଯ୍ୟ କି ଉଦିତ ଅମ୍ବରେ

  99. Couplet 99

    ଡାକଇ ଆରତଭଞ୍ଜନଭୋ ନାଥ ରଖ ମୋ ଜୀବନ

  100. Couplet 100

    ହେ ନାରାୟଣ ବିଶ୍ୱଗୁରୁଆରତଜନ ଦୁଃଖ ହରୁ

  101. Couplet 101

    ନମସ୍ତେ ପ୍ରଭୁ ଭଗବାନତୁ ନାଥ ଜଗତ-ଜୀବନ

  102. Couplet 102

    ଗ୍ରାହ-ପୀଡ଼ିତ ଗଜ ଦେଖିତକ୍ଷଣେ ଗରୁଡ଼ ଉପେକ୍ଷି

  103. Couplet 103

    ଜଳେ ପଶିଲେ ଚକ୍ରପାଣିଚକ୍ରେ କୁମ୍ଭୀର ମୁଣ୍ଡ ହାଣି

  104. Couplet 104

    କୁମ୍ଭୀର ମୁଖୁଁ ବନମାଳୀହସ୍ତୀ ଚରଣ ହସ୍ତେ ତୋଳି

  105. Couplet 105

    ଦେଖନ୍ତି ଶୂନ୍ୟେ ଦିଗପାଳେଗଜକୁ ଘେନି ବିଜେ କୂଳେ

  106. Couplet 106

    ଅଶେଷ ହରିର ମହିମାକେ କହିପାରେ ଗୁଣସୀମା

  107. Couplet 107

    ଗଜକୁ ରଖିଲେ ଯେମନ୍ତେଅଷ୍ଟମ ସ୍କନ୍ଧେ ଭାଗବତେ

  108. Couplet 108

    ଭାଷା-ପ୍ରବନ୍ଧେ ହରି ବାଣୀଶୁଣି ସଂସାରୁ ତର ପ୍ରାଣୀ

  109. Couplet 109

    ବୋଲଇ ବିପ୍ର ଜଗନ୍ନାଥସୁଜନେ ଶୁଣ ଏ ଚରିତ

Odia Bhagabata skandha 8 adhyaya 3 | Parbani by ParibhaAsha App