Skip to content
paribhaasha

Skandha 8

Adhyaya 2

  1. Couplet 1

    କହନ୍ତି ବ୍ୟାସଙ୍କର ସୁତଶୁଣ ରାଜନ ପରୀକ୍ଷିତ

  2. Couplet 2

    ପର୍ବତ ତ୍ରିକୂଟ ଯେ ନାମସର୍ବସମ୍ପଦ ମୂଳଧାମ

  3. Couplet 3

    ଅୟୂତ-ଯୋଜନ ବିସ୍ତୃତକ୍ଷୀରସମୁଦ୍ରେ ସେ ଆବୃତ

  4. Couplet 4

    ଉଚ୍ଚ ଯେ ଅୟୂତଯୋଜନଦେଖନ୍ତେ ହରେ ପ୍ରାଣୀମନ

  5. Couplet 5

    ବିରାଜେ ଅଷ୍ଟଦିଗ ମଧ୍ୟେଆନନ୍ଦ କରେ ଦେବବୃନ୍ଦେ

  6. Couplet 6

    ତୃତୀୟ ଶୃଙ୍ଗ ବହେ ଶିରେସୁବର୍ଣ୍ଣ ରୌପ୍ୟ ଲୌହ ଧରେ

  7. Couplet 7

    ରତ୍ନ ଧାରଣ କରି ଅଙ୍ଗେବିରାଜି ଶୋହେ ଦଶଦିଗେ

  8. Couplet 8

    ନାନାପ୍ରକାରେ ଲତା-ଗୁଳ୍ମନିର୍ଝରତଟେ ବହୁଦ୍ରୁମ

  9. Couplet 9

    ନିର୍ଝର ଶବଦ ଗମ୍ଭୀରଅତି ସୁରମ୍ୟ ମନୋହର

  10. Couplet 10

    ନିର୍ଝର-ଜଳର ସମୂହେଗିରି-ଚରଣ କିବା ଧୁଏ

  11. Couplet 11

    ନିର୍ଝର-ଭୂମି ବାୟୁବଳେସ୍ୱର୍ଣ୍ଣ-ବାଲୁକା ଶୋହେ କୂଳେ

  12. Couplet 12

    ମର୍କତ-ପାଷାଣ-ସମୂହେଶ୍ୟାମଳବର୍ଣ୍ଣେ ଭୂମି ଶୋହେ

  13. Couplet 13

    ସିଦ୍ଧ ଚାରଣ ବିଦ୍ୟାଧରଗନ୍ଧର୍ବ ସଙ୍ଗତେ କିନ୍ନର

  14. Couplet 14

    ଉରଗଗଣ ଯୂଥ ଯୂଥଅପ୍ସରା ମିଳି ନୃତ୍ୟ ଗୀତ

  15. Couplet 15

    ଅରଣ୍ୟେ ନାନା-ପଶୁଗଣେଗିରି-କନ୍ଦରେ ଘୋରବନେ

  16. Couplet 16

    ନାଦ କରନ୍ତି ମନୋହରମୟୂର କୋକିଳ ଭ୍ରମର

  17. Couplet 17

    ସରିତ ସରୋବର ନଦମଣିବାଲୁକା କୁଦ କୁଦ

  18. Couplet 18

    ଦେବକାମିନୀଗଣ ଯହିଁସ୍ନାନ କରନ୍ତି ମୋଦ ବହି

  19. Couplet 19

    ତାହାଙ୍କ ଅଙ୍ଗରେ ଲେପିତଗନ୍ଧ ଚନ୍ଦନ ପାରିଜାତ

  20. Couplet 20

    ସେ ଗନ୍ଧ ଶୀତଳ-ସମୀରେସୁଗନ୍ଧେ ଦଶଦିଗ ପୂରେ

  21. Couplet 21

    ସେ ଗିରି-ଦ୍ରୋଣି ମଧ୍ୟେ ବନବରୁଣ କ୍ରୀଡ଼ାର ଉଦ୍ୟାନ

  22. Couplet 22

    ଋତୁମାନ ନାମ ବନରସୁରକାମିନୀ କ୍ରୀଡ଼ାଘର

  23. Couplet 23

    ପର୍ବତେ ଅଳଙ୍କୃତ ବନଫଳଫୁଲରେ ସୁଶୋଭନ

  24. Couplet 24

    ମନ୍ଦାର ପାଟଳୀ ଚମ୍ପକପାରିଜାତକ କୁରୁବକ

  25. Couplet 25

    ଚୂତ ପିଆଳ ପନସଜଆମ୍ର ଅଶୋକ ଆମ୍ରାତକ

  26. Couplet 26

    କଦମ୍ବ ନାରିକେଳ ବନଖର୍ଜୁର ଦାଡିମ୍ବ ଅର୍ଜୁନ

  27. Couplet 27

    ମଧୁକ ଶାଳ ତାଳ ଶୋହେତମାଳ ଅସନ ସମୂହେ

  28. Couplet 28

    ଅରିଷ୍ଟ ଉଡ଼ୁମ୍ବର ପ୍ଳକ୍ଷନ୍ୟଗ୍ରୋଧ ଚନ୍ଦନ ରୁଦ୍ରାକ୍ଷ

  29. Couplet 29

    ନିମ୍ବ କୋବିଦାର ସରଳକିଂଶୁକ ଦେବଦାରୁ କୁଳ

  30. Couplet 30

    ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାବନବଦରୀ ଅଭୟା ଯେ ଦ୍ରୁମ

  31. Couplet 31

    ବେଲ ଜମ୍ବୀର କପିତ୍‌ଥକଅଏଁଳା ପୁଣି ଭଲ୍ଲାତକ

  32. Couplet 32

    ଯହିଁ ବରୁଣ ସରୋବରସୁବର୍ଣ୍ଣ ପଦ୍ମ ମନୋହର

  33. Couplet 33

    କହ୍ଲାର କୁମୁଦ ଉତ୍ପଳସ୍ୱଭାବେ ସଗନ୍ଧ ଶୀତଳ

  34. Couplet 34

    ବିକଚ-ଶତପତ୍ରେ ଶୋଭାକିବା ଉପମା ଆନେ ଦେବା

  35. Couplet 35

    ମତ୍ତଭ୍ରମର ପକ୍ଷୀଗଣନାଦ କରନ୍ତି ଅନୁକ୍ଷଣ

  36. Couplet 36

    ହଂସ କାରଣ୍ଡକ ସମୂହେସାରସ ଚକ୍ରବାକ ଶୋହେ

  37. Couplet 37

    ଜଳକୁକ୍କୁଟ କୋଯଷ୍ଟିକକୂଜିତ କୋମଳେ ଡାହୁକ

  38. Couplet 38

    ମତ୍ସ୍ୟ କଚ୍ଛପେ ଚଳେ ଜଳପଦ୍ମ-ପରାଗରେ ଧୂସର

  39. Couplet 39

    କଦମ୍ବ ବଞ୍ଜୁଳକ ବେତନୀପ କୀଚକ ଯୂଥ ଯୂଥ

  40. Couplet 40

    କୁନ୍ଦ ଅଶୋକ କୁରୁବକକୂଟଜ ଇଙ୍ଗୁଦି କୁବ୍ଚକ

  41. Couplet 41

    ଶିରୀଷ ପୁଣି ସ୍ୱର୍ଣ୍ଣ‌ଯୂଥୀନାଗ ପୁନ୍ନାଗ ଆର ଜାତି

  42. Couplet 42

    ମଲ୍ଲିକା ଶତପତ୍ର ଶୋହେମାଧବୀ ମାଳତୀ ସମୂହେ

  43. Couplet 43

    ଅନ୍ୟାନ୍ୟ ଜଳ ସ୍ଥଳ ଫୁଲଷଡ଼ଋତୁରେ ସମତୁଲ

  44. Couplet 44

    ଏମନ୍ତ ବନେ ଏକଦିନେଗଜେନ୍ଦ୍ର ବିଚାରଇ ମନେ

  45. Couplet 45

    ଏ ଗ୍ରୀଷ୍ମକାଳେ ଏ ବନସ୍ତେତୃଷାର୍ତ୍ତ ହୋଇଲୁ ସମସ୍ତେ

  46. Couplet 46

    ଜଳ ନ କରିଲେ ଆହାରକେମନ୍ତେ ଧରିବା ଶରୀର

  47. Couplet 47

    ଏମନ୍ତ ମନେ ବିଚାରଇଶୀତଳ-ଜଳ ଅଛି କାହିଁ

  48. Couplet 48

    ବ୍ୟାକୁଳେ ବନସ୍ତୁ ବାହାରତୃଷିତେ ଦିଶେ ଅନ୍ଧକାର

  49. Couplet 49

    ସେ ଗଜ ଆଶ୍ରେ ସେ ବନସ୍ତେସୁଖେ ଚରନ୍ତି ପଶୁଯୂଥେ

  50. Couplet 50

    କଣ୍ଟକାକୀର୍ଣ୍ଣ ବେଣୁବନେଭ୍ରମନ୍ତି ତୃଷିତ ବଦନେ

  51. Couplet 51

    ସ୍ୱଭାବେ ମତ୍ତଗଜ ଦନ୍ତାବନ-ବିହାରେ ବଳବନ୍ତା

  52. Couplet 52

    ଯାର ଚାଲନ୍ତେ ପାଦ ଲାଗିପଡ଼ନ୍ତି ବୃକ୍ଷ ଗୁଳ୍ମ ଭାଙ୍ଗି

  53. Couplet 53

    ତାହାର ମଦ-ଗନ୍ଧ ବାସେପଶୁଏ ନ ଚରନ୍ତି ପାଶେ

  54. Couplet 54

    ବ୍ୟାଘ୍ର ଭଲ୍ଲୁକ ଖଡ଼୍‌ଗ ମୃଗଯେବା ସଞ୍ଚରେ ମହୋରଗ

  55. Couplet 55

    ଶରଭ କୃଷ୍ଣସାର ହରିସେ ଶଲ୍ୟ ବୃକ ଯେ ଚମରୀ

  56. Couplet 56

    ବରାହ ମହିଷ ଶଶକଗୋପୁଚ୍ଛ ଆଦି ଶାଳାବୃକ

  57. Couplet 57

    କ୍ଷୁଦ୍ର ହରିଣଗଣ ଯେତେଚରନ୍ତି ଯେ ଯାହା ଆୟେତ୍ତେ

  58. Couplet 58

    ସେ ଗଜପତି ଗଜଯୂଥେଅନେକ ଭ୍ରମିଲା ବନସ୍ତେ

  59. Couplet 59

    ବରୁଣ-ହ୍ରଦ-ତୀରେ ଯାଇତୃଷିତଲୋଚନେ ଅନାଇଁ

  60. Couplet 60

    ନିଦାଘ-ତାପେ କରୀଗଣବ୍ୟାକୁଳ ବିଚଳିତ ମନ

  61. Couplet 61

    ମଦଜଳରେ ହୋଇ ଛନ୍ନଅଙ୍ଗକୁ କଲେ ପ୍ରକମ୍ପନ

  62. Couplet 62

    ପଦ୍ମକୁ ତେଜି ଅଳିଗଣହସ୍ତୀଙ୍କ ମଦ କଲେ ପାନ

  63. Couplet 63

    ଜଳ ଶୀତଳ ପୁଷ୍ପଗନ୍ଧେଆଘ୍ରାଣ କରି ନାସାରନ୍ଧ୍ରେ

  64. Couplet 64

    କରିଣୀଯୂଥ ସଙ୍ଗେ ମିଶିସନ୍ତୋଷେ ଶୀତଜଳେ ପଶି

  65. Couplet 65

    ସୁବର୍ଣ୍ଣ-ପଦ୍ମବନ-ମଧ୍ୟେସକଳେ ପଶିଲେ ଆନନ୍ଦେ

  66. Couplet 66

    ସକଳେ ହରଷ ବଦନସନ୍ତୋଷେ କଲେ ଜଳପାନ

  67. Couplet 67

    ଜଳ ତୋଳନ୍ତି ଥୋର ହସ୍ତେସିଞ୍ଚନ୍ତି ଅନ୍ୟେ ଅନ୍ୟଗାତ୍ରେ

  68. Couplet 68

    ନିଦାଘ କାଳେ ଶୀତଜଳେକ୍ରୀଡ଼ା କରନ୍ତି ସୁଖଭୋଳେ

  69. Couplet 69

    ଶବଦ ଶୁଭେ ଉଛୁଳିତଯେସନେ ଜୀମୂତ-ଗର୍ଜିତ

  70. Couplet 70

    ଅଗାଧ-ଜଳେ ଗ୍ରାହ ଥିଲାଜଳେ ସେ ଶବଦ ଶୁଣିଲା

  71. Couplet 71

    ବେଗେ ଧାଇଁଲା କୋପମନେମିଳିଲା ଗଜ ସନ୍ନିଧ୍ୟାନେ

  72. Couplet 72

    କେହି ନଦେଖେ ତାକୁ ଜଳେକୁମ୍ଭୀର ଅତି କୋପାନଳେ

  73. Couplet 73

    ଧଇଲା ଗଜପତି-ପାଦଶବଦ କରି ଘୋରନାଦ

  74. Couplet 74

    ଦଇବ-ବଶେ ଯୋଗବଳେହସ୍ତୀ ବିପତ୍ତି ଘୋରଜଳେ

  75. Couplet 75

    ଗ୍ରାହ ଧଇଲା ଅକସ୍ମାତେଗଜଚରଣ ଦୃଢ଼ଘାତେ

  76. Couplet 76

    ସେ ଗଜପତି ବଳବନ୍ତବଜ୍ରହୁଁ ଆଣ୍ଟ ତାର ଦନ୍ତ

  77. Couplet 77

    କି କରିପାରେ ତାର ଦନ୍ତେବିଷ୍ଣୁଙ୍କ ମାୟାର ଆୟତ୍ତେ

  78. Couplet 78

    ଗଜ ସ୍ୱଭାବେ ମହାବଳୀଚରଣ ନପାରିଲା ଚାଳି

  79. Couplet 79

    କରିଣୀଯୂଥ ତାହା ଦେଖିଦୁଃଖେ ହୋଇଲେ ଅଶ୍ରୁମୁଖୀ

  80. Couplet 80

    ସ୍ୱଭାବେ ଅତି ଶୀତ-ପାଣିଗଜ ନପାରେ ପାଦ ଆଣି

  81. Couplet 81

    ସେ ହସ୍ତୀପଲ ତାକୁ ଧରିଟାଣନ୍ତି ଘୋରନାଦ କରି

  82. Couplet 82

    ମୁଖରୁ ରୁଧିର ଗଳଇକେବେହେଁ ଗଜ ନ ଟଳଇ

  83. Couplet 83

    ବଳେ ଆଣନ୍ତି କିଛିଦୂରକୁମ୍ଭୀର ଅତି ବଳୀୟାର

  84. Couplet 84

    ପୁଣି ଗଭୀର-ଜଳେ ଭରେସୁଦୃଢ଼-ଦନ୍ତେ ପାଦ ଧରେ

  85. Couplet 85

    ଏମନ୍ତେ ଗଜ-ଗ୍ରାହ ଯୁଦ୍ଧଗଗନେ ଦେଖନ୍ତି ବିବୁଧ

  86. Couplet 86

    ଗଜ ଟାଣନ୍ତେ ଅତି ଖରେପୁଣି କୁମ୍ଭୀର ଜଳେ ଭରେ

  87. Couplet 87

    ଏମନ୍ତେ ସହସ୍ର-ବରଷଯୁଦ୍ଧ ନୋହିଲା ଅବଶେଷ

  88. Couplet 88

    ଏମନ୍ତେ ଦୀର୍ଘକାଳ ଜଳେଗଜ-କୁମ୍ଭୀର ମହାବଳେ

  89. Couplet 89

    କ୍ଷୀଣ ହୋଇଲା ଗଜପତିସଙ୍ଗତେ ଥିଲେ ଯେତେ ହସ୍ତୀ

  90. Couplet 90

    ଦଣ୍ଡେ ଚରନ୍ତି ଘୋରବନେଜଳେ ବଞ୍ଚନ୍ତି ଚିତ୍ତଛନ୍ନେ

  91. Couplet 91

    ଗଜ କୁମ୍ଭୀର ଯୁଦ୍ଧଘାତେସେ ଜଳେ ଜଳଜନ୍ତୁ ଯେତେ

  92. Couplet 92

    ଦୁଃଖିତେ ଛଟପଟ ହୋନ୍ତିଜଳୁ ପଳାଇ ନ ପାରନ୍ତି

  93. Couplet 93

    ଏହି ପ୍ରକାରେ ହୋଇ ଦୁଃଖୀଗଜେ କାନ୍ଦନ୍ତି ତାହା ଦେଖି

  94. Couplet 94

    ଏମନ୍ତେ ପୂର୍ବ ପୁଣ୍ୟବଳେବୁଦ୍ଧି ସ୍ଫୂରିଲା ତାକୁ ଜଳେ

  95. Couplet 95

    ଅନ୍ତରେ କରଇ ବିଚାରସେ ହରି ସଂସାରର ସାର

  96. Couplet 96

    ସଙ୍କଟୁ କରେ ପରିତ୍ରାଣଯେ ତାରେ ପଶନ୍ତି ଶରଣ

  97. Couplet 97

    ଗଜ-କୁମ୍ଭୀର ଯୁଦ୍ଧବାଣୀଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ

  98. Couplet 98

    ଜନ୍ମମରଣେ ନାହିଁ ଭ୍ରାନ୍ତିହେଳେ ସଙ୍କଟୁ ତରିଯାନ୍ତି

  99. Couplet 99

    ଗୀତ-ପ୍ରବନ୍ଧେ ପରକାଶକହଇ ଜଗନ୍ନାଥ ଦାସ

Odia Bhagabata skandha 8 adhyaya 2 | Parbani by ParibhaAsha App