Skandha 8
Adhyaya 1
Couplet 1
ହରଷେ ଅଭିମନ୍ୟୁସୁତଶୁଣି ଗୋବିନ୍ଦର ଚରିତ
Couplet 2
ଶୁକ ଚରଣେ ଦେଇ କରବୋଲେ ପରୀକ୍ଷ ଦଣ୍ଡଧର
Couplet 3
ବିଷ୍ଣୁ-ଚରିତ ତୁମ୍ଭ ମୁଖେଶୁଣିଲି ଅଦୃଷ୍ଟ-ସୁପାକେ
Couplet 4
ଭୋ ମୁନି ଦୟାକର ମୋତେସଂସାରୁ ତରିବି ଯେମନ୍ତେ
Couplet 5
ମୋଠାରେ ସ୍ନେହ ବହ ଯେବେପ୍ରସନ୍ନ ଚିତ୍ତେ କହ ଏବେ
Couplet 6
ପୂର୍ବେ ଯେ ସ୍ୱାୟମ୍ଭୂବ ମନୁପ୍ରତ୍ୟକ୍ଷେ ପଦ୍ମଯୋନି ତନୁ
Couplet 7
ତାହାଙ୍କ ବଂଶେ ଯେ ଚରିତଯେ ପୂର୍ବେ ଭୂତ-ଭବିଷ୍ୟତ
Couplet 8
ବିସ୍ତାରେ ତୁମ୍ଭ ମୁଖୁଁ ଶୁଣିତରିବି ଭବ-ତରଙ୍ଗିଣୀ
Couplet 9
ଯେ ବଂଶେ ବିଶ୍ୱସୃକଗଣମନୁଦୁହିତା ଗର୍ଭେ ପୁଣ
Couplet 10
ପୁତ୍ର-ପୌତ୍ରାଦି ଏ ଜଗତେଯେବା ଚରିତ କଲେ ଯେତେ
Couplet 11
ଯେ ମନୁବଂଶେ ଯେବା କୃତ୍ୟଅଦ୍ଭୁତ ବିଷ୍ଣୁର ଚରିତ
Couplet 12
ଅଦ୍ୟାପି କବି-ଋଷିମାନେଅଶେଷ-ଶାସ୍ତ୍ର-ଅନୁମାନେ
Couplet 13
ଗ୍ରନ୍ଥିଲେ କୃଷ୍ଣଗୁଣ ଗାଥାଅଶେଷ କର୍ମ ହରିକଥା
Couplet 14
ଯେ କଥା କର୍ଣ୍ଣରନ୍ଧ୍ରେ ପଶେଅଶେଷ କଳୁଷ ବିନାଶେ
Couplet 15
ଯେ ମନୁ ଅନ୍ତରେ ଯେ କଥାବିଷ୍ଣୁ ଚରିତ ସାଧୁଗାଥା
Couplet 16
ଯେ ବର୍ତ୍ତମାନ ପୂର୍ବଭୂତେଯେବା କରିବେ ଭବିଷ୍ୟତେ
Couplet 17
ସକଳ କହ ମୁନିବରଏ ଭବସାଗରୁ ଉଦ୍ଧର
Couplet 18
ଏମନ୍ତ ପରୀକ୍ଷିତ ଆଗେଶୁକ କହନ୍ତି ଅନୁରାଗେ
Couplet 19
ପ୍ରଥମକଳ୍ପେ ମୁଁ ସମ୍ପାଦିକହିଲି ସ୍ୱାୟମ୍ଭୂବ ଆଦି
Couplet 20
ଏ ଷଟ ମନୁବଂଶ ଯେତେଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ
Couplet 21
ଆଦ୍ୟନ୍ତ ମଧ୍ୟେ କଲେ ଯେତେପୂର୍ବେ ମୁଁ କହିଅଛି ତୋତେ
Couplet 22
ଆକୂତି ଦେବହୂତି ବେନିମନୁଦୁହିତା ବେନିଭଗ୍ନୀ
Couplet 23
ଧର୍ମଜ୍ଞାନର ଉପଦେଶେପରମବ୍ରହ୍ମ ନିଜ ଅଂଶେ
Couplet 24
ଯଜ୍ଞବରାହ କଳ୍ପେ ପୂର୍ବେଜନ୍ମିଲେ ଦେବହୂତି ଗର୍ଭେ
Couplet 25
କପିଳ ରୂପେ କଲେ ଯେତେପୂର୍ବେ ମୁଁ କହିଅଛି ତୋତେ
Couplet 26
ଆକୂତି ଗର୍ଭେ ଯଜ୍ଞ ରୂପେଯେ ଅବା କଲେ ପୂର୍ବକଳ୍ପେ
Couplet 27
ସେ କଥା ଶୁଣ ନୃପବରହରି-ଚରିତ ସୁଧାସାର
Couplet 28
ସେ ସ୍ୱାୟମ୍ଭୂବ ମନୁରାଜାସୃଷ୍ଟି-ସର୍ଜନେ ମହାତେଜା
Couplet 29
ସେ ପତ୍ନୀ ଶତରୂପା ସଙ୍ଗେବିରକ୍ତ ଚିତ୍ତ କାମଭୋଗେ
Couplet 30
ବନେ ପଶିଲେ ତପ ଅର୍ଥେସେ ପତିବ୍ରତାର ସମେତେ
Couplet 31
ସୁନନ୍ଦା-ତୀର୍ଥେ ଏକପାଦେଉଭା ସେ ହୋଇ ଦୃଢ଼ବନ୍ଧେ
Couplet 32
ଗଗନଗତେ ମୁଖକରିଚଞ୍ଚଳ-ଚିତ୍ତକୁ ନିବାରି
Couplet 33
ସୁଘୋର ତପେ ରହି ବନେସେ ରାଜା ବିଚାରଇ ବନେ
Couplet 34
ଯେ ହରି ଏ ବିଶ୍ୱସଂସାରେଚେତନା ରୂପେ ହୃଦେ ପୂରେ
Couplet 35
ଚେତନ-ଅଚେତନ-ରୂପୀଜାଗ୍ରତ ସ୍ୱପ୍ନ ମଧ୍ୟେ ବ୍ୟାପୀ
Couplet 36
ଧାତା ନ ଜାଣେ ଯାର ଅନ୍ତତେଣୁ ସେ ବୋଲାଇ ଅନନ୍ତ
Couplet 37
ଏ ବିଶ୍ୱଆତ୍ମା ଯେହୁ ହୋଏବିରାଜେ ସ୍ୱୟଂ ସର୍ବଦେହେ
Couplet 38
ସୃଜଇ ପାଳଇ ସଂହାରେବାଳକ-ଲୀଳାରେ ବିହରେ
Couplet 39
ଦେଖନ୍ତା ପ୍ରାଣୀଙ୍କି ନ ଦିଶେଦୃଶ୍ୟ ଅଦୃଶ୍ୟ ରୂପେ ମିଶେ
Couplet 40
ସକଳ ରୂପେ ଯାର ବାସବିରାଜେ ଯେହ୍ନେ ଘଟାକାଶ
Couplet 41
ସେ ସର୍ବପ୍ରାଣୀଙ୍କ ମନ୍ଦିରଜୀମୂତ ମଧ୍ୟେ ଯେହ୍ନେ ନୀର
Couplet 42
ସୁପର୍ଣ୍ଣ ପୃଷ୍ଠେ ଯାର ସ୍ଥିତିତା’ ପାଦେ ରହୁ ମୋର ମତି
Couplet 43
ଆଦ୍ୟନ୍ତ ମଧ୍ୟ ଯାର ନାହିଁସ୍ୱ ପର ଭେଦ ଅବା କାହିିଁ
Couplet 44
ନ ମିଶେ ଅନ୍ତର ବାହାରେଏ ମାୟା-ମୋହନ ସଂସାରେ
Couplet 45
ଏ ବିଶ୍ୱମୟ ଯେ ପ୍ରମାଣସତ୍ୟ-ସ୍ୱରୂପ ପୂର୍ଣ୍ଣବ୍ରହ୍ମ
Couplet 46
ଯେ ବିଶ୍ୱକାୟ ପୁରୁହୂତବିଶ୍ୱ-ସୃଜନେ ଉପଗତ
Couplet 47
ବିମୋହ ମୋହ ପାଶେ ଛନ୍ଦିଯାର କ୍ରୀଡ଼ାରେ ବିଶ୍ୱ ବନ୍ଦୀ
Couplet 48
ସତ୍ୟ ପରମଜ୍ୟୋତି ଅଜପୁରାଣ ପୁରୁଷ ବିରାଜ
Couplet 49
ଜୀବର ଜନ୍ମ ଆଦି ଯେତେଧରେ ଆତ୍ମଶକ୍ତି ଆୟେତ୍ତେ
Couplet 50
ନିରୀହ ଚେଷ୍ଟା-ବିବର୍ଜିତସ୍ୱରୂପେ ଯେବେ ହୋଏସ୍ଥିତ
Couplet 51
ଏ ଭାବ ଜାଣି ଋଷିଜନେକର୍ମ ଇଚ୍ଛନ୍ତି ଦୃଢ଼ମନେ
Couplet 52
ଯେ ଭାବେ କର୍ମ ହିଁ ନ ଫଳେସେ ଭାବେ ଭଜନ୍ତି ନିଶ୍ଚଳେ
Couplet 53
ଈଶ୍ୱର ଭାବେ କର୍ମ କଲେନିର୍ଗୁଣ ଲଭନ୍ତି ସେ ଭଲେ
Couplet 54
ଇଷ୍ଟ କରନ୍ତି ପ୍ରାଣୀଙ୍କରସେ ଭାବେ ଭଜେ ଦୁରାଚାର
Couplet 55
ଆତ୍ମାର ପୂର୍ଣ୍ଣଲାଭ ଅର୍ଥେଯେ ତାଙ୍କୁ ଭଜନ୍ତି ଜଗତେ
Couplet 56
କେବେହେଁ ଭ୍ରଷ୍ଟ ସେ ନୁହନ୍ତିଅନ୍ତେ ଲଭନ୍ତି ବ୍ରହ୍ମଗତି
Couplet 57
ସକଳ ଆତ୍ମାର ଈଶ୍ୱରସ୍ୱଭାବେ ନାହିଁ ଅହଙ୍କାର
Couplet 58
ପର୍ଣ୍ଣ ଅନାଦି ନିରଞ୍ଜନକାହାର ନୋହେ ସେ ଅଧୀନ
Couplet 59
ସ୍ୱଭାବେ ନିଜମାର୍ଗେ ରହେକେ ଚିନ୍ତିପାରେ ତାକୁ ଦେହେ
Couplet 60
ଏଣୁ ସେ ସଂସାରର ସାରତା’ ପାଦେ ମୋର ନମସ୍କାର
Couplet 61
ଶୁଣ ହୋ ଅଭିମନ୍ୟୁ ସୁତସେ ସ୍ୱାୟମ୍ଭୂବ ଦୃଢ଼ଚିତ୍ତ
Couplet 62
ଚିନ୍ତା କରନ୍ତେ ତପବଳେସୁଦୃଢ଼ ସମାଧି ନିଶ୍ଚଳେ
Couplet 63
ଅସୁର-ଯାତୁଧାନ ଗଣେବେଗେ ମିଳିଲେ ଘୋରବନେ
Couplet 64
ଭକ୍ଷିବା ପାଇଁ କ୍ଷୁଧା ଆଶେବେଗେ ମିଳିଲେ ତାର ପାଶେ
Couplet 65
ତାହାଙ୍କୁ ଦେଖି ନରହରିଯଜ୍ଞପୁରୁଷ ରୂପ ଧରି
Couplet 66
ନିବାରି ଯାତୁଧାନ ଗଣସ୍ୱର୍ଗ ପାଳିଲେ ନାରାୟଣ
Couplet 67
ସେ ମନୁ ଅନ୍ତେ ସ୍ୱାରୋତିଷଦ୍ୱିତୀୟ ମନୁ ସେ ବିଶେଷ
Couplet 68
ଅଗ୍ନିର ପୁତ୍ର ସେ ସ୍ୱଭାବେରାଜତ୍ୱ କଲା ବିଶ୍ୱଭାବେ
Couplet 69
ଦ୍ୟୁମାନ ସୁଷେଣ ରୋଚିଷଏ ଆଦି ତାର ପୁତ୍ର ଦଶ
Couplet 70
ସେ ମନୁ କାଳେ ସୁରନାଥରୋଚନ ନାମେ ବଳବନ୍ତ
Couplet 71
ଯାହାର କାଳେ ଦେବଗଣତୁଷିତ ନାମେ ଉଚ୍ଚାରଣ
Couplet 72
ଋଷିଏ ଊର୍ଜ୍ଜସ୍ତମ୍ଭ ଆଦିଏ ସପ୍ତଋଷି ବ୍ରହ୍ମବାଦୀ
Couplet 73
ଯେ ବେଦଶିରା ନାମେ ମୁନିତୁଷିତା ନାମେ ତା ଭାମିନୀ
Couplet 74
ସେ ପତ୍ନୀ ଗର୍ଭେ ବିଭୁ ରୂପେବିଷ୍ଣୁ ଜନ୍ମିଲେ ଆଦିକଳ୍ପେ
Couplet 75
ପୂର୍ବେ ଯେ ବାଳଖିଲ୍ୟା ରୂପେଅଠାଶୀସସ୍ର ଆଦିକଳ୍ପେ
Couplet 76
ଯୋଗ-ଅଭ୍ୟାସେ ଊର୍ଦ୍ଧ୍ୱରେତାବିଷ୍ଣୁ-ଭଜନେ ବଳବନ୍ତା
Couplet 77
ବିଭୁର ଶିକ୍ଷା ଶିରେ ଧରିସେ ମୁନିଗଣେ ବ୍ରହ୍ମଚାରୀ
Couplet 78
କୁମାର-ବ୍ରତ ଆଚରିଲେତେଣୁ ବାଳକ ସେ ହୋଇଲେ
Couplet 79
ତୃତୀୟ-ମନୁ ଯେ ଉତ୍ତମସେ ପ୍ରିୟବ୍ରତର ନନ୍ଦନ
Couplet 80
ତାର ସୁଞ୍ଜୟ ଯଜ୍ଞହୋତ୍ରଏ ଆଦି ପୁତ୍ରେ ବଳବନ୍ତ
Couplet 81
ସେ କଳ୍ପେ ସପ୍ତଋଷି ଜନବଶିଷ୍ଠଋଷିଙ୍କ ନନ୍ଦନ
Couplet 82
ପ୍ରମଦ ଆଦି ସପ୍ତସୁତେସତ୍ୟ ଆଦି ଯେ ଦେବଯୁଥେ
Couplet 83
ସତ୍ୟଜିତ ଯେ ଦେବରାଜାହରି-ଭକତେ ମହାତେଜା
Couplet 84
ସୁନୃତା ଧର୍ମପତ୍ନୀ ଗର୍ଭେପୁରୁଷୋତ୍ତମ ରୂପେ ପୂର୍ବେ
Couplet 85
ବହିଣ ସତ୍ୟସେନ ନାମସତ୍ୟବ୍ରତଙ୍କ ସଙ୍ଗେ ପୁଣ
Couplet 86
ଜନ୍ମିଲେ ସତ୍ୟବ୍ରତ ତୁଲେଶୁଣ ତୁ ଯେବା କର୍ମ କଲେ
Couplet 87
ଯକ୍ଷ ରାକ୍ଷସ ଭୂତଗଣପ୍ରାଣୀଙ୍କି କରନ୍ତି ଭକ୍ଷଣ
Couplet 88
ତାହାଙ୍କୁ ମାରି ସତ୍ୟ ସଙ୍ଗେଧର୍ମ ରଖିଲେ ସତ୍ୟଯୁଗେ
Couplet 89
ଚତୁର୍ଥେ ପ୍ରିୟବ୍ରତ-ସୁତତାମସ ଉତ୍ତମର ଭ୍ରାତ
Couplet 90
ଯେ ପୃଥୁ କେତୁ ଖ୍ୟାତି ନରଏ ଆଦି ଦଶ ତା କୁମର
Couplet 91
ତାର ଅନ୍ତରେ ସ୍ୱର୍ଗପୁରେତ୍ରିଶିଖ ନାମେ ସୁରେଶ୍ୱରେ
Couplet 92
ସତ୍ୟକ ହରି ବୀର ଆଦିଦେବତା ନାମେ ଏ ପ୍ରସିଦ୍ଧି
Couplet 93
ମୁନିଏ ଜ୍ୟୋତିର୍ଦ୍ଧାମ ଆଦିତାମସ ଅନ୍ତରେ ପ୍ରସିଦ୍ଧି
Couplet 94
ବୈଧୃତି ନାମେ ଦେବଗଣଶୁଣ ହୋ ତାହାଙ୍କ ପ୍ରମାଣ
Couplet 95
କାଳେ ଯେ ବେଦ ନାଶ ଗଲେସେ ମନ୍ୱନ୍ତରେ ସେ ରଖିଲେ
Couplet 96
ସେ ମନ୍ୱନ୍ତରରେ ଅଚ୍ୟୁତହରିଣୀ ଉଦରେ ସମ୍ଭୂତ
Couplet 97
ତେଣୁ ବହିଲେ ହରି ନାମରୂପେ ମୋହିତ କୋଟିକାମ
Couplet 98
ଯେ ହରିନାମ ଏ ସଂସାରେଅଶେଷ ଦୁରିତ ସଂହରେ
Couplet 99
ଯେ ରୂପେ ଗଜେନ୍ଦ୍ର-ମୋକ୍ଷଣକୁମ୍ଭୀର-ଦର୍ପ ନିବାରଣ
Couplet 100
ଜଳେ କୁମ୍ଭୀର ମୁଣ୍ଡ ହାଣିଗଜ ରଖିଲେ ଚକ୍ରପାଣି
Couplet 101
ଯା ନାମ ଭୁବନମଙ୍ଗଳଦୂରିତ ବନ-ଦାବାନଳ
Couplet 102
ଏକଥା ଶୁକ ମୁଖୁଁ ଶୁଣିପାଣ୍ଡବ ବଂଶ ଚୂଡ଼ାମଣି
Couplet 103
ଆନନ୍ଦେ ହୋଇ କୃତକୃତ୍ୟବୋଇଲେ ନୃପ ପରୀକ୍ଷିତ
Couplet 104
ଭୋ ମୁନି ଦୁର୍ଲ୍ଲଭ-ବଚନଶୁଣି ଆନନ୍ଦ ମୋର ମନ
Couplet 105
କେମନ୍ତେ ପ୍ରଭୁ ନରହରିଗଜ ରଖିଲେ ଗ୍ରାହ ମାରି
Couplet 106
କୁମ୍ଭୀର କେଉଁ ଜଳେ ଥିଲାଗଜକୁ କେମନ୍ତେ ଧଇଲା
Couplet 107
ସେ ଜଳଜୀବ ଜଳେ ଥାଇହସ୍ତୀ-ସଂଯୋଗ ତାର କାହିଁ
Couplet 108
ହସ୍ତୀ ସବଳ ମହାକାୟେକୁମ୍ଭୀର କେତେ ବଳ ବହେ
Couplet 109
ଏକଥା ସଂଶୟ ତ ମୋତେଭୋ ମୁନି କହ ଶୁଦ୍ଧଚିତ୍ତେ
Couplet 110
ଏ ପୁଣ୍ୟକଥା ମହାଧନ୍ୟମଙ୍ଗଳ ସର୍ବ ସ୍ୱସ୍ତ୍ୟୟନ
Couplet 111
ଏ ଯେ ପ୍ରସ୍ତାବ ହରିବାଣୀଶ୍ରବଣମାର୍ଗେ ଯେବା ଶୁଣି
Couplet 112
ହରି ପ୍ରସାଦୁ ଭବୁ ତରେନ ପଡ଼େ ମାୟା-ତମ-ଘୋରେ
Couplet 113
ଏମନ୍ତେ ପରୀକ୍ଷିତ ବାଣୀଆନନ୍ଦେ ଶୁକମୁନି ଶୁଣି
Couplet 114
ଗଙ୍ଗାର ତୀରେ ଅନ୍ତର୍ଜଳେଅସଂଖ୍ୟ ମୁନିଗଣ ମେଳେ
Couplet 115
ଗୋବିନ୍ଦ ପାଦେ ଦେଇ ଚିତ୍ତବୋଲଇ ଦାସ ଜଗନ୍ନାଥ