Skandha 7
Adhyaya 15
Couplet 1
ଏ ପଞ୍ଚଦଶେ ବର୍ଣ୍ଣାଶ୍ରମସାର ସଂଗ୍ରହେ ଯେବା ଧର୍ମ
Couplet 2
ପ୍ରାଣୀଙ୍କ ନିସ୍ତାର କାରଣେମୋକ୍ଷ ଲକ୍ଷଣ ଯେ ପ୍ରମାଣେ
Couplet 3
ବର୍ଣ୍ଣିତ ନିଗମ ବଚନେଶୁଣ ରାଜନ ସାବଧାନେ
Couplet 4
ରାଜୁସୀ ଯଜ୍ଞ-ସଭା ଚାହିଁକୁନ୍ତୀନନ୍ଦନ ଭାବ ବହି
Couplet 5
କହନ୍ତି ବ୍ରହ୍ମାଙ୍କ କୁମରଅଶେଷ ଜ୍ଞାନ ଧର୍ମସାର
Couplet 6
ବ୍ରାହ୍ମଣ କେବା କର୍ମନିଷ୍ଠତପସାଧନେ କେ ପ୍ରତିଷ୍ଠ
Couplet 7
ବେଦ ପଠନେ କାର ସିଦ୍ଧିକେବା ନିସ୍ତରେ ଯୋଗସାଧି
Couplet 8
ଗୃହସ୍ଥ ପିତୃଶ୍ରାଦ୍ଧ କାଳେଜ୍ଞାନୀ-ପୁରୁଷ ଯେବେ ମିଳେ
Couplet 9
ତାହାଙ୍କୁ ହବ୍ୟ-କବ୍ୟ ଦାନକଲେ ଅନେକ ହୁଏ ପୁଣ୍ୟ
Couplet 10
ଜ୍ଞାନୀ ଅଭାବେ ଯଥାକ୍ରମେଯେ ବିପ୍ରେ ଥାନ୍ତି ନିଜ ଧର୍ମେ
Couplet 11
ତାହାଙ୍କୁ ଯଥାଭୋଗ ଦେଇତେବେ ଉଚିତ-ଫଳ ପାଇ
Couplet 12
ଶ୍ରାଦ୍ଧେ ଦେବତା-ଅର୍ଥେ ଦୁଇକରିବ ବିଶ୍ୱଦେବା ପାଇଁ
Couplet 13
ତୃତୀୟ ପିତୃସ୍ଥାନେ ବରିଅଭାବେ ଏକ ଏକ କରି
Couplet 14
ଉତ୍ତମ-ଦ୍ରବ୍ୟେ ଭୁଞ୍ଜାଇବଶ୍ରାଦ୍ଧେ ବିସ୍ତାର ନ କରିବ
Couplet 15
ଯେ ଦ୍ରବ୍ୟ ଦେଶ-କାଳୋଚିତେମିଳିବ ଶ୍ରଦ୍ଧା ଅନୁମତେ
Couplet 16
ଯେ ପାତ୍ରେ ଯେବା ଅରହଣବିସ୍ତାରେ ନୁହଁଇ ଘଟଣ
Couplet 17
ଏମନ୍ତେ ଦେବ-ପିତୃ-ଯଜ୍ଞେଯେବା ପୂଜନ୍ତି ହବ୍ୟ-କବ୍ୟେ
Couplet 18
ଉତ୍ତମ-ଫଳ ସେ ଲଭନ୍ତିଏ ଭବସଂସାର ତରନ୍ତି
Couplet 19
ଏଣୁ ଯେ ଦେଶ-କାଳ-ପାତ୍ରେଆମିଷ ବର୍ଜି ବନଜାତେ
Couplet 20
ଯଥାସଂସ୍କାରେ ଦେଇ ଅନ୍ନବିଷ୍ଣୁଙ୍କୁ କରି ନିବେଦନ
Couplet 21
ଶ୍ରଦ୍ଧାରେ ସତପାତ୍ରେ ଦେଇସେ ଶ୍ରାଦ୍ଧ କାମଧେନୁ ହୋଇ
Couplet 22
ଭୁଞ୍ଜନ୍ତି ଅକ୍ଷୟ-କଲ୍ୟାଣଏ ବାକ୍ୟ ନିଗମ ପ୍ରମାଣ
Couplet 23
ଦେବ-ବ୍ରାହ୍ମଣ-ପିତୃ-ଭୂତେସ୍ୱଜନ ଆଦି ବନ୍ଧୁଯୁତେ
Couplet 24
ଏହାଙ୍କୁ ବିଷ୍ଣୁଭାବେ ମଣିସନ୍ତୋଷେ ଦେବ ଅନ୍ନପାଣି
Couplet 25
ଯା ଚିତ୍ତ ଧର୍ମ-ଉପଦେଶେଶ୍ରାଦ୍ଧ କରିବ ନିରାମିଷେ
Couplet 26
ଯେ ଧର୍ମ ଲଭି ନିରାମିଷେସେ କାହିଁ ଲାଭ ପଶୁହିଂସେ
Couplet 27
ସ୍ୱଧର୍ମେ ଇଚ୍ଛା ଯାର ଥିବକେବେହେଁ ପଶୁ ନ ହିଂସିବ
Couplet 28
ମାନସ-କାୟିକ-ବଚନେନ କରି ପଶୁକୁ ହିଂସନେ
Couplet 29
ଉତ୍ତମ-ଧର୍ମ ଯେ ଇଚ୍ଛଇଏ ସମ ଧର୍ମ ଆଉ ନାହିଁ
Couplet 30
ଯଜ୍ଞର ଫଳ ଯେ ଜାଣନ୍ତିଅନିତ୍ୟ କର୍ମମୟ ଚିନ୍ତି
Couplet 31
ଆତ୍ମାସଂଯମ ଅଗ୍ନି ଜାଳିଇନ୍ଦ୍ରିୟ-ଅର୍ଥ-ଘୃତ ଢାଳି
Couplet 32
ଏ ଜ୍ଞାନଯଜ୍ଞେ ଦୃଢ଼ କରିବିଷ୍ଣୁମାୟାରୁ ଯାନ୍ତି ତରି
Couplet 33
ଯେ ଦ୍ରବ୍ୟମୟ ଯଜ୍ଞ କରେତାହାଙ୍କୁ ଦେଖି ସାଧୁ ତରେ
Couplet 34
ଏହାର ଦେହେ ଜ୍ଞାନ ନାହିଁଆମ୍ଭ ଜୀବନ ରଖେ କାହିଁ
Couplet 35
ଏ ଘେନି ଦୟା ଯାର ଚିତ୍ତେଯଜ୍ଞ କରିବ ମୁନିମତେ
Couplet 36
ବିଧର୍ମ ପରଧର୍ମ ବେନିଆଭାସ ଉପମାକୁ ଘେନି
Couplet 37
ଛଳ ସମେତ ପଞ୍ଚ ଜାଣଅଧର୍ମ ଶାଖା ଏ ପ୍ରମାଣ
Couplet 38
ଯେ ଧର୍ମେ ସ୍ୱଧର୍ମେରେ ବାଧାସେ ଧର୍ମେ ନକରିବ ଶ୍ରଦ୍ଧା
Couplet 39
ଯେ ଧର୍ମ ପରବାକ୍ୟେ କରିସେ ଧର୍ମେ କେବେହେଁ ନ ତରି
Couplet 40
ପାଷଣ୍ଡଧର୍ମ ଉପଧର୍ମଦମ୍ଭ ମତ୍ସରେ ଯେବା କର୍ମ
Couplet 41
ଶାସ୍ତ୍ରର ତତ୍ତ୍ୱ ନ ବିଚାରିବାହ୍ୟଧର୍ମର ଧ୍ୱଜା ଧରି
Couplet 42
ଯେ ଶାସ୍ତ୍ରବାକ୍ୟ ଭେଦକରିଛଳଧର୍ମ ଯେ ତାକୁ ବୋଲି
Couplet 43
ଧର୍ମ ଆଭାସ ମାତ୍ର ଧରିଆଶ୍ରମ ଧର୍ମ ପରିହରି
Couplet 44
ସ୍ୱଇଚ୍ଛେ ଏକଧର୍ମ କରିଆଭାସ ଧର୍ମ ତାକୁ ବୋଲି
Couplet 45
ଯେ ଧର୍ମ ଆତ୍ମଶାନ୍ତି କରେକେ ତାହା ନିତ୍ୟେ ନ ସୁମରେ
Couplet 46
ନିର୍ଦ୍ଧନ-ପ୍ରାଣୀ ଯେବେ ହୋଇଧର୍ମ ବା ଜୀବିକାର ପାଇଁ
Couplet 47
ଚେଷ୍ଟା ନକରେ ବହୁଧନେସନ୍ତୋଷ ଅଳପ-ଭୋଜନେ
Couplet 48
ସହଇ ଅଜଗର ଯେହ୍ନେଆହାର ନ ବାଞ୍ଛଇ ମନେ
Couplet 49
ସନ୍ତୋଷ ଆତ୍ମା ଯେବା ନରେଅନ୍ତେ ପଶନ୍ତି ସୁଖଘରେ
Couplet 50
ଯେ ଧନଲୋଭେ ଅସନ୍ତୋଷଭ୍ରମେ ଭ୍ରମଇ ଦଶଦିଶ
Couplet 51
ତହିଁରେ କଷ୍ଟ ସାର ହୋଏସର୍ବ ସନ୍ତୋଷ ସୁଖମୟେ
Couplet 52
ଚର୍ମ ପାଦୁକା ଯା ଚରଣେସେ ଯେହ୍ନେ କଣ୍ଟକ-ପାଷାଣେ
Couplet 53
ଭ୍ରମି ନ ଲଭେ କିଛି ଦୁଃଖରାତ୍ର ଦିବସେ ଲଭେ ସୁଖ
Couplet 54
କଲେ କେବଳ ଜଳପାନବଞ୍ଚେ ସନ୍ତୋଷେ ସୁଖେ ଦିନ
Couplet 55
ଜିହ୍ୱା-ଉପସ୍ଥେ ଲୋଭ ଯାରସେ ଗୃହପାଳ ପ୍ରାୟେ ନର
Couplet 56
ଯେ ବିପ୍ର ହୋଏ ଅସନ୍ତୋଷତାହାର ତପ ବିଦ୍ୟା ଯଶ
Couplet 57
ଇନ୍ଦ୍ରିୟ-ଲୋଭେ ହୋନ୍ତି ନାଶଅଜ୍ଞାନ-କର୍ମେ ହୋନ୍ତି ଧ୍ୱଂସ
Couplet 58
ଯେ ଜିହ୍ୱା-ଉପସ୍ଥକୁ ଜିଣିସନ୍ତୋଷ ଲଭଇ ଯେ ପ୍ରାଣୀ
Couplet 59
ସେ ପ୍ରାଣୀ ଇହପର ଲୋକେଅଶେଷ ଫଳ ଭୁଞ୍ଜେ ଏକେ
Couplet 60
ଯେ ଜନ କ୍ଷୁଧା-ତୃଷାବନ୍ତସେ ନିଶ୍ଚେ କାମ କରେ ଅନ୍ତ
Couplet 61
ହିଂସା ଉଦୟ ହୋଏ ଯାରକ୍ରୋଧ ହୁଅଇ ଅନ୍ତ ତାର
Couplet 62
ଯେ ଜନ ସର୍ବଦିଗ ଜିଣିଏକାନ୍ତେ ଭୁଞ୍ଜଇ ଧରଣୀ
Couplet 63
ସେ ଲୋଭ ନପାରଇ ଜିଣିଶୁଣ ନୃପତି-ଚୂଡ଼ାମଣି
Couplet 64
ପଣ୍ଡିତଜନ ହୋଇ ଯେବେନିରତେ ଅସନ୍ତୋଷ-ଭାବେ
Couplet 65
ଅଧୋଗମନ ତାହାଙ୍କରଶୁଣ ସୁମନେ ନୃପବର
Couplet 66
କାମକୁ ଜିଣେ ଅସଂକଳ୍ପେପ୍ରାଣୀ ନାଶଇ ଯାର ଦର୍ପେ
Couplet 67
କାମର କ୍ଷୟେ କ୍ରୋଧ ଯାଏଅର୍ଥ-ବର୍ଜନେ ଲୋଭ କ୍ଷୟେ
Couplet 68
ଭୟକୁ ଜିଣେ ତତ୍ତ୍ୱଜ୍ଞାନେଶୋକମୋହକୁ କୃଷ୍ଣଧ୍ୟାନେ
Couplet 69
ମହାନ୍ତସେବା ଦମ୍ଭ ନାଶେଯେ ଭାବେ କୈବଲ୍ୟ ପ୍ରକାଶେ
Couplet 70
ତତ୍ତ୍ୱଜ୍ଞାନରେ ହୋଏ ମୁକ୍ତିଏ ଧର୍ମ ବଇଷ୍ଣବ ଭକ୍ତି
Couplet 71
ଯୋଗ ସାଧନେ ଯେତେ ବିଘ୍ନତାହାକୁ ଖଣ୍ଡଇ ମଉନ
Couplet 72
ହିଂସାକୁ ଜିଣେ କାମତ୍ୟାଗେକାମକୁ ଜିଣେ ଯୋଗମାର୍ଗେ
Couplet 73
ଦୟା ପ୍ରାଣୀଙ୍କ ଭୟ ହରେତ୍ରିତାପ ସମାଧି ସଂହରେ
Couplet 74
ସଞ୍ଜମ ଦେହବ୍ୟାଧି ହରେନିଦ୍ରାକୁ ସାତ୍ତ୍ୱିକ-ଆହାରେ
Couplet 75
ରଜ-ତମକୁ ସତ୍ତ୍ୱଗୁଣେସତ୍ତ୍ୱକୁ ଉପଶମେ ଜିଣେ
Couplet 76
ଗୁରୁସେବନେ ସର୍ବଦୁଃଖେପ୍ରାଣୀ ତରନ୍ତି ଆତ୍ମା ସୁଖେ
Couplet 77
ଯେ ଗୁରୁ ଜ୍ଞାନ-ଦାନ ଦେଇତାକୁ ଯେ ମନୁଷ୍ୟେ ଗଣଇ
Couplet 78
ସେ ଯେତେ ଧର୍ମ କରେ ଦେହେନିଷ୍ଫଳ ହସ୍ତୀସ୍ନାନ ପ୍ରାୟେ
Couplet 79
ଯା ଦେହେ ପ୍ରଭୁ ଚକ୍ରଧରପ୍ରସନ୍ନ ପୁରୁଷ ଈଶ୍ୱର
Couplet 80
ତାର ଚରଣସେବା ଅର୍ଥେଅଜ୍ଞାନୀ ନୁହଁନ୍ତି ସମର୍ଥେ
Couplet 81
ତାହାକୁ ନରପ୍ରାୟେ ମଣିଅଧୋଗମନେ ଯାନ୍ତି ପ୍ରାଣୀ
Couplet 82
ଏକାନ୍ତଭକ୍ତି ଯେଉଁ ପ୍ରାଣୀସାଧଇ ଷଡ଼ରିପୁ ଜିଣି
Couplet 83
ସର୍ବନିୟମ ସାଧି ଜାଣେନିଗମ-ବଚନ-ପ୍ରମାଣେ
Couplet 84
ଯେବେ ନ ଭଜେ ନରହରିସେ ଶ୍ରମଭାରେ ହୋନ୍ତି ଭାରି
Couplet 85
ବୃତ୍ତି-କଳ୍ପନେ ଯେତେ ଅର୍ଥଯୋଗେ ନୁହନ୍ତି ସାମରଥ
Couplet 86
ଏମନ୍ତେ ଈଷ୍ଟାପୂର୍ତ୍ତିମାନେଅନର୍ଥ କୃଷ୍ଣର ବିହୁନେ
Couplet 87
ଚିତ୍ତ-ବିଜୟେ ଯତ୍ନ ଯାରନିଃସଙ୍ଗେ କରଇ ବିହାର
Couplet 88
ଗୃହେ ଅସଙ୍ଗ ମନସୁଖେଯୋଗ ସାଧଇ ଅତିରେକେ
Couplet 89
ଏକାନ୍ତେ ଏକମତେ ଥାଇଅଳ୍ପଭୋଜନେ ତୋଷହୋଇ
Couplet 90
ଏକାନ୍ତମନେ ଶୁଚିଦେଶେବସିବ ଆସନେ ଉଶ୍ୱାସେ
Couplet 91
ପବିତ୍ର ସ୍ଥିର ସୁଖମନେଓଁକାର କରି ଉଚ୍ଚାରଣେ
Couplet 92
ବାମଚରଣ ଗୁହ୍ୟଦ୍ୱାରେଦକ୍ଷିଣପାଦ ତା’ ଉପରେ
Couplet 93
ଦେଇ ଟେକିବ ମେରୁଦଣ୍ଡଭୁଜେ ଆମଞ୍ଚି ଜାନୁଖଣ୍ଡ
Couplet 94
ପ୍ରାଣ-ଅପାନ-ବାୟୁବଳେରସନା ତୋଳି ତାଳୁମୂଳେ
Couplet 95
ନିଶ୍ଚଳଧ୍ୟାନ ଦୃଷ୍ଟି ଏକେସାଧିବି ପୂରକ କୁମ୍ଭକେ
Couplet 96
ରେଚକେ କରି ତାକୁ ସମନାସାଗ୍ରେ ସ୍ଥାପିବ ନୟନ
Couplet 97
ଯାବତ କାମନା ନ ତେଜେତାବତ ସଞ୍ଜମ ନ ଭଜେ
Couplet 98
ଏଣୁ ନିଶ୍ଚଳେ ସ୍ଥାପି ମନକରିବ ନାସାଅଗ୍ରେ ଧ୍ୟାନ
Couplet 99
ଅଗ୍ନିର ବଳେ କାମବନଜ୍ଞାନେଣ ଇନ୍ଦ୍ରିୟ ଦହନ
Couplet 100
ଯୋଗ-ଅଭ୍ୟାସ ଧୀରେ କରିତହିଁ ରହିବ ମନ ଧରି
Couplet 101
ନିର୍ମଳ କରି ଚକ୍ଷୁଦ୍ୱାରକର୍ମ-ସାଧିବ ନିରନ୍ତର
Couplet 102
ଅଭ୍ୟାସ-ବଳେ ଜିଣି ମନଅଳପ ଅଳପ ସାଧନ
Couplet 103
ଏମନ୍ତ ସାଧି-ନିରନ୍ତରେସୁଖେ ମିଳିବ ମୋକ୍ଷଦ୍ୱାରେ
Couplet 104
କାଷ୍ଠ-ବିହୁନେ ଅଗ୍ନିପ୍ରାୟେସକଳ କାମ ଲୀନ ହୋଏ
Couplet 105
ଯେ ଚିତ୍ତ ସର୍ବବୃତ୍ତିତେଜେକାମାଦି ରିପୁକୁ ନ ଭଜେ
Couplet 106
ଯେ ଚିତ୍ତ ମିଶେ ବ୍ରହ୍ମସୁଖେକେବେହେଁ ନ ପଡ଼ଇ ଦୁଃଖେ
Couplet 107
କେବେହେଁ ମାୟା ନ କଳ୍ପଇଅନ୍ତରେ ରହେ ସୂକ୍ଷ୍ମ ହୋଇ
Couplet 108
ଯେ ପ୍ରାଣୀ ଗୃହଦ୍ୱନ୍ଦ୍ୱ ତେଜେତ୍ରିବର୍ଗ ଛାଡ଼ି ବନ ଭଜେ
Couplet 109
ପୁଣି ମିଳଇ ଗୃହେ ଯାଇନିର୍ଲ୍ଲଜ ସେହୁ ବାନ୍ତି ଖାଇ
Couplet 110
ଏ ଦେହେ ସୁଖ ଯେ ଲୋଡ଼ନ୍ତିଅଜରାମର ପ୍ରାୟ ଚିନ୍ତି
Couplet 111
ଜୀବନ ଅନ୍ତେ ଏ ଶରୀରଭସ୍ମ ପୁରୀଷ କୃମି ସାର
Couplet 112
ଏହାକୁ ସତ୍ୟ ପ୍ରାୟେ ମଣିଅଧର୍ମେ ପଶନ୍ତି ଯେ ପ୍ରାଣୀ
Couplet 113
ତାହାକୁ ବୋଲି ମୂଢ଼ଜନନିଷ୍ଫଳ ତାହାଙ୍କ ଜୀବନ
Couplet 114
ଗୃହସ୍ଥ ଗୃହଧର୍ମ ଛାଡ଼ିଅନ୍ୟ ଆଶ୍ରମେ ଲୋଭ ବଢ଼ି
Couplet 115
ବ୍ରତକୁ ତେଜେ ବ୍ରହ୍ମଚାରୀତପସ୍ୱୀଗ୍ରାମେ ବାସ କରି
Couplet 116
ସନ୍ନ୍ୟାସୀ ଇନ୍ଦ୍ରି ଲୋଭେ ରସେଗ୍ରାମ-ଗହନେ ଯେବେ ପଶେ
Couplet 117
ଆଶ୍ରମ-ଭ୍ରଷ୍ଟ ଏତେ ପ୍ରାଣୀଏହାକୁ ଆଶ୍ରମେ ନ ଗଣି
Couplet 118
ଅଧର୍ମେ ବିଡ଼ମ୍ବନ-କର୍ମବିଷ୍ଣୁମାୟାରେ ହୋଇ ଭ୍ରମ
Couplet 119
ବୁଲନ୍ତି ମାୟାରୂପ ଧରିତାହାଙ୍କୁ ସମ୍ଭାଷ ନ କରି
Couplet 120
ପରମଜ୍ଞାନ ଚିତ୍ତେ ଚିନ୍ତିଯେ ଆତ୍ମାଗତି ନ ଜାଣନ୍ତି
Couplet 121
ସେ କି କାରଣେ ଦେହ ଧରିବହୁ ଭୋଜନେ ପୁଷ୍ଟ କରି
Couplet 122
ଏବେ ହୋ ଶୁଣ ଯୁଧିଷ୍ଠିରଏ ନର-ଶରୀର ବେଭାର
Couplet 123
ଦେହ ବହିଲା ଯେବା ଅର୍ଥେକେବେହେଁ ନ ଭଜେ ତା ଚିତ୍ତେ
Couplet 124
ବିଧାତା-ନିର୍ମାଣ-ବିଧାନଏହା ନ ଜାଣେ ମୂର୍ଖଜନ
Couplet 125
ଦେହକୁ ରଥପ୍ରାୟେ ରଚିଦଶ ତୁରଙ୍ଗ ଯହିଁ ଯୋଚି
Couplet 126
ଦଶ-ଇନ୍ଦ୍ରିୟ ଦଶ-ବାଜିମନ ରଶ୍ମିଏ ତହିଁ ଯୋଚି
Couplet 127
ଶବ୍ଦ ସ୍ପରଶ ରସ ଗନ୍ଧେରୂପରେ ଚଳେ ଅନୁବନ୍ଧେ
Couplet 128
ସାରଥିପଣେ ବୁଦ୍ଧି ରହେଏ ପଞ୍ଚମାର୍ଗେ ରଥ ବାହେ
Couplet 129
ଏ ନରଦେହ ବନ୍ଧ ଚିତ୍ତେଛନ୍ଦ ବନ୍ଧନ ଈଷଯନ୍ତ୍ରେ
Couplet 130
ପ୍ରାଣ ବସଇ ଏ ଶରୀରେଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ
Couplet 131
ସେ ପ୍ରାଣ ଅକ୍ଷରୂପ ଧରିବାହାର ଭିତରେ ସଞ୍ଚରି
Couplet 132
ଧର୍ମ ଅଧର୍ମ ଚକ ଦୁଇଏ ଜୀବ ଅହଙ୍କାର ବହି
Couplet 133
ରଥେ ବସଇ ରଥୀ ରୂପେକର୍ମାନୁସାରେ ବଳ ଦର୍ପେ
Couplet 134
ପ୍ରଣବ ହସ୍ତେ ଧନୁ ତାରଅକାର ଉକାର ମକାର
Couplet 135
ଜୀବକୁଶର ରୂପେ କରିପ୍ରଣବ ଧନୁ ହସ୍ତେ ଧରି
Couplet 136
ପରମଆତ୍ମା କରି ଲକ୍ଷ୍ୟନାରାଚ ବିନ୍ଧିବ ପ୍ରତ୍ୟକ୍ଷ
Couplet 137
ସମ୍ମୁଖେ ଯେତେ ରିପୁ ଥିବେଯୁଦ୍ଧେ ସକଳେ ନାଶଯିବେ
Couplet 138
ଶୁଣ ରାଜନ ଶୁଦ୍ଧଚିତ୍ତେସମ୍ମୁଖେ ରିପୁ ଛନ୍ତି ଯେତେ
Couplet 139
ଏ କାମକ୍ରୋଧ ଶୋକ ମୋହଲୋଭ ଅସୂୟା ମାୟା ଭୟ
Couplet 140
ମଦ ମତ୍ସର ଅପମାନପ୍ରମାଦ ହିଂସା ମିଥ୍ୟାମାନ
Couplet 141
ରଜ ତାମସ ନିଦ୍ରା କ୍ଷୁଧାଏତେ ଶତ୍ରୁରେ ଯହିଁ ବାଧା
Couplet 142
ତ୍ରିଗୁଣମୟୀ ଯେ ପ୍ରକୃତିଏ ଆଦି ରିପୁ ଯେତେ ଛନ୍ତି
Couplet 143
ଏହାକୁ ସମ୍ମୁଖେ ଆବୋରିଯେ ରଥୀ ପାରେ ଯୁଦ୍ଧେ ମାରି
Couplet 144
ରଥକୁ ଆତ୍ମା-ବଶ କରିଜ୍ଞାନ-ଖଡ଼ଗ ହସ୍ତେ ଧରି
Couplet 145
ସୁଖେ ଭୁଞ୍ଜଇ ସ୍ୱର୍ଗରାଜ୍ୟଆନନ୍ଦେ ଅଷ୍ଟ ଅଇଶ୍ୱର୍ଯ୍ୟ
Couplet 146
ଯେବେ ଏ ରଥ ତ୍ୟାଗକରିନିଶ୍ଚିନ୍ତେ ରହେ ମୋହ ଭରି
Couplet 147
ଏମନ୍ତେ ରିପୁ ଯେ ନ ମାରେସେ କାହିଁ ଆତ୍ମସୁଖେ ତରେ
Couplet 148
ଯେବେ ଅଳସେ ରହେ ରଥେତାହାଙ୍କୁ ବେଢ଼ନ୍ତି ସମସ୍ତେ
Couplet 149
ଅସାଧ୍ୟ-ଅଶ୍ୱ ଯେତେ ରଥେସାରଥି ବିମାନ ସହିତେ
Couplet 150
ଦୁର୍ଗମ ମାର୍ଗେ ରଥ ନ୍ୟନ୍ତିଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି
Couplet 151
ସେ ଶତ୍ରୁଗଣେ ବଳେ କରିଅଶ୍ୱ ସାରଥି ରଥ ଧରି
Couplet 152
ସଂସାର-କୂପ-ଅନ୍ଧକାରେକ୍ଷେପନ୍ତି ମୃତୁ୍ୟଭୟ ଘୋରେ
Couplet 153
ପ୍ରବୃତ୍ତି ନିବୃତ୍ତି ଏ କର୍ମସଂସାରେ ବଇଦିକ ଧର୍ମ
Couplet 154
ପ୍ରବୃତ୍ତି-ପଥେ ସଞ୍ଚରନ୍ତିନିବୃତ୍ତେ ଅମୃତ ଭୁଞ୍ଜନ୍ତି
Couplet 155
ଯେ ଦ୍ରବ୍ୟମୟ ଯଜ୍ଞ କାମଆବର ଅଗ୍ନିହୋତ୍ର ନାମ
Couplet 156
ପୂର୍ଣ୍ଣିମା ଅମାବାସ୍ୟା ଆଦିପଶୁ ଯେ ଚାତୁର୍ମାସ୍ୟା ବିଧି
Couplet 157
କୂପ ପ୍ରାସାଦ ଉପବନଏ ଆଦି ଈଷ୍ଟାପୂର୍ତ୍ତି କର୍ମ
Couplet 158
ହୁତ ପ୍ରହୁତ ଆଦି ଯେତେପ୍ରବୃତ୍ତିପଥ-କର୍ମ ଏତେ
Couplet 159
ସୂକ୍ଷ୍ମ ଦ୍ରବ୍ୟ ବିପାକମୟଧୂମ ରଜନୀ ଅପକ୍ଷୟ
Couplet 160
ଦକ୍ଷିଣାୟନେ ସୋମ ବୁଧଦରଶ ଓଷଧି ବିରୁଧ
Couplet 161
ଯେ ଅନ୍ନ ରେତରୁ ସମ୍ଭବଏ ପିତୃଯାନ ପୁନର୍ଭବ
Couplet 162
ଏ ଅନ୍ନରୂପେ ଏକେ ଏକେଭବେ ଭ୍ରମନ୍ତି ଜୀବଲୋକେ
Couplet 163
ପ୍ରବୃତ୍ତିମାର୍ଗ ଏ ପ୍ରମାଣଏବେ ହୋ ଧର୍ମସୁତ ଶୁଣ
Couplet 164
ଦେବଙ୍କ ରାତ୍ର ଏ ବୋଲାଇଶୁଣ ଦିବସ ଏବେ କହି
Couplet 165
ସମ୍ଭବୁଁ ମରଣ ପର୍ଯ୍ୟନ୍ତେଦ୍ୱିଜ-ସଂସ୍କାର ବେଦମତେ
Couplet 166
ସେ ଦ୍ୱିଜ ଯେବେ ଜ୍ଞାନୀ ହୋଏଯଜ୍ଞ କରଇ ନିଜ ଦେହେ
Couplet 167
ଇନ୍ଦ୍ରି ବନ୍ଧନ ଅର୍ଥେ କଳ୍ପେହୋମ କରଇ ଜ୍ଞାନ ଦୀପେ
Couplet 168
ମନେ କରିବ ଇନ୍ଦ୍ରି ଲୀନବଚନେ ସଂହରିବ ମନ
Couplet 169
ବଚନ ସ୍ୱରେ ଲୀନକରିସ୍ୱରକୁ ଓଁକାରେ ସଂହରି
Couplet 170
ଓଁକାର ବିନ୍ଦୁ ନାଦେ ଦେଇବିନ୍ଦୁକୁ ପ୍ରାଣ ସଙ୍ଗେ ଥୋଇ
Couplet 171
ଜ୍ଞାନୀର ଏମନ୍ତ ଲକ୍ଷଣଯେ ପଥେ ଯିବ ତାହା ଶୁଣ
Couplet 172
ଅଗ୍ନି ଆଦିତ୍ୟ ପ୍ରାତଃକାଳପୂର୍ଣ୍ଣିମା ପକ୍ଷ ଯେ ଶୁକଳ
Couplet 173
ଏ ବ୍ରହ୍ମମାର୍ଗ ଅନୁପମଉତ୍ତରାୟଣ ଏହା ନାମ
Couplet 174
ବିଶ୍ୱ-ତୈଜସ-ପ୍ରାଜ୍ଞେ ଲୟତୁରୀୟାତୀତେ ଆତ୍ମମୟ
Couplet 175
ଏ ଦେବଯାନ-ପଥ ଚିନ୍ତିଏ ମାର୍ଗେ ଭବେ ନ ମିଳନ୍ତି
Couplet 176
ଯେ ଆତ୍ମା-ଉପଶାନ୍ତ ଜନେନିତ୍ୟେ ରହନ୍ତି ଆତ୍ମଧ୍ୟାନେ
Couplet 177
ସେ ନ ପଡ଼ନ୍ତି ନରଲୋକେନିଶ୍ଚନ୍ତେ ଥାନ୍ତି ଆତ୍ମାସୁଖେ
Couplet 178
ଏ ପିତୃ-ଦେବଯାନ-ପଥେଯେ ଜନେ ଯାନ୍ତି ବେଦମତେ
Couplet 179
ଗମନାଗମନ କରନ୍ତିଜ୍ଞାନୀ ରହନ୍ତି ଏହା ଚିନ୍ତି
Couplet 180
ଯେ ଆଦିଅନ୍ତ ପ୍ରାଣୀଙ୍କରବ୍ୟାପିଛି ବାହ୍ୟ ଅଭ୍ୟନ୍ତର
Couplet 181
ପର-ଅପର ଯାହା ଦେହେଯେ ଅବା ଜ୍ଞାନ ଜ୍ଞେୟ ହୋଏ
Couplet 182
ବଚନ ବାଚ୍ୟ ତମ ଜ୍ୟୋତିଦୃଶ୍ୟ ଅଦୃଶ୍ୟ ଯେ ଅଟନ୍ତି
Couplet 183
ଯେ ତାଙ୍କୁ ଯେମନ୍ତେ ଚିନ୍ତଇଆଭାସ ମାତ୍ରେ ସେ ଦେଖଇ
Couplet 184
ଭାବ-ପ୍ରମାଣେ ଦୃଶ୍ୟ ହୋଏଦର୍ପଣେ ପ୍ରତିବିମ୍ବ ପ୍ରାୟେ
Couplet 185
ବସ୍ତୁ ନୁହଁଇ କଦାଚିତେଏ ଭାବ ଘଟିବ କେମନ୍ତେ
Couplet 186
ଏଣୁ ନିଶ୍ଚଳ ଦୃଢ଼ଚିତ୍ତେଯେ ତାଙ୍କୁ ଚିନ୍ତେ ଅବିରତେ
Couplet 187
କର୍ମେ ଭଜନ୍ତି ତାର ପଥଏ ଭାବ ନିଗମେ ସମ୍ମତ
Couplet 188
ଏ ଭୂମି ଆଦି ପଞ୍ଚଭୂତେସେ ରହେ ବାହ୍ୟ ଅନ୍ତର୍ଗତେ
Couplet 189
ତାଙ୍କୁ ନ ପାଇ ଏକେ ଏକେସେ ତାରତମ୍ୟ ଅତିରେକେ
Couplet 190
ବନ-ସମୂହେ ଲତା ଯେହ୍ନେଜାଣିଲେ କର୍ମ ଅନୁମାନେ
Couplet 191
ବିଚାରେ ବହେ ଏକମୂଳେଅନ୍ୟତ୍ର ନ ଲାଗେ ନିଶ୍ଚଳେ
Couplet 192
ତା ଆଦି ଅନ୍ତ ଯେ ନ ଜାଣିଏହି ପ୍ରକାରେ ଭ୍ରମେ ପ୍ରାଣୀ
Couplet 193
ନିଦ୍ରା ଜାଗ୍ରତ ସ୍ୱପ୍ନ ମଧ୍ୟେଯେ ରୂପେ ଏ ବିଧି ନିଷେଧେ
Couplet 194
ଯେ କ୍ରିୟା ଭାବ ଦ୍ରବ୍ୟମତେମୁନି କହନ୍ତି ଶାସ୍ତ୍ରଗତେ
Couplet 195
ଜାଗ୍ରତ ସ୍ୱପ୍ନ ନିଦ୍ରା ଯେହ୍ନେନ ଲାଗେ ଶୁଦ୍ଧ ଚଇତନେ
Couplet 196
କାର୍ଯ୍ୟକାରଣ ବସ୍ତୁ ଯେତେଦେଖଇ ପଟ-ତନ୍ତୁମତେ
Couplet 197
ଦେହରେ ଅବସ୍ତୁ-ବିକଳ୍ପଏ ଭାବାଦ୍ୱୈତ୍ୟ କହି ନୃପ
Couplet 198
ଶରୀର ବହି ଏ ଜଗତେଯେ କର୍ମ କରି ବେଦମତେ
Couplet 199
ହରି-ବିଷୟେ ସମର୍ପିଲେବିଷ୍ଣୁମାୟାରୁ ତରେ ଭଲେ
Couplet 200
ଏହାର ନାମ କ୍ରିୟାଦ୍ୱୈତଅପରେ ଶୁଣ ନରନାଥ
Couplet 201
ଶରୀର ଦାରା ସୁତ ଆଦିଅନ୍ୟ ବାନ୍ଧବ ଯେ ପ୍ରସିଦ୍ଧି
Couplet 202
ଯେ ଅର୍ଥକର୍ମେଏହା ଦେଖିଏହାକୁ ଦ୍ରବ୍ୟାଦ୍ୱୈତ ଲେଖି
Couplet 203
ଯେ କର୍ମ ଯେଉଁ ଉପାୟରେଯାହା ସକାଶୁଁ ଯେଉଁଠାରେ
Couplet 204
ଯାହାର ଯେ ନିଷେଧ ଥିବବିନା ଆପଦେ ନ କରିବ
Couplet 205
ଏ ଆଦି ବେଦବାକ୍ୟ ଯେତେଗୃହେ ଯେ ସାଧେ ଅବିରତେ
Couplet 206
କୃଷ୍ଣେ ନ କରେ ସମର୍ପଣତାର ଜୀବନ ଅକାରଣ
Couplet 207
ଦେଖ ତୁ ଗୃହଧର୍ମେ ଥାଇସଙ୍ଗତେ ଘେନି ଚାରିଭାଇ
Couplet 208
ରାଜ୍ୟ ବିହୁନେ ବନବାସେଯେତେ ଭ୍ରମିଲୁ ନାନାଦେଶେ
Couplet 209
ଯାର ଚରଣେ ଆଶ୍ରେକରିଘୋର-ସଂକଟୁ ତୁ ନିସ୍ତରି
Couplet 210
ଏବେ ତୋହର ଦେଖ ଭାଗ୍ୟକଲୁ ରାଜୁସି ମହାଯାଗ
Couplet 211
ଲଭିଲୁ ପରମ କାରଣତୋତେ ସୁଲଭ ନାରାୟଣ
Couplet 212
ମୁହିଁ ଯେ ପୂର୍ବେ ଦେହବହିକୃଷ୍ଣମାୟାରେ ଭ୍ରମି ହୋଇ
Couplet 213
ପୂର୍ବକଳ୍ପର ନାମ ଶୁଣଗନ୍ଧର୍ବ ଉପବରହରଣ
Couplet 214
ସେ କଳ୍ପଅନ୍ତେ ଦେହବହିଗନ୍ଧର୍ବଗଣ ମଧ୍ୟେ ଥାଇ
Couplet 215
ସ୍ୱଭାବେ ରୂପ-ଗୁଣ ମୋରଅତି ସୁନ୍ଦର ମନୋହର
Couplet 216
ଗନ୍ଧର୍ବ-ନାରୀଗଣ ମଧ୍ୟେଉନ୍ମତ୍ତ ରୂପେ ମୁଁ ଆନନ୍ଦେ
Couplet 217
ଯୁବତୀଗଣେ ପ୍ରିୟତମଏମନ୍ତେ ଗଲା କିଛୁଦିନ
Couplet 218
ଏକ-ଦିବସେ ଦେବଗଣେସମସ୍ତେ ମିଳି ପୁଷ୍ପବନେ
Couplet 219
ବ୍ରହ୍ମାଶଙ୍କର ଆଦି ବସିହରିଗାୟନ-ରସେ ରସି
Couplet 220
ଗନ୍ଧର୍ବଗଣେ ଅଣାଇଲେମୁହିଁ ଯେ ଥିଲି ତାଙ୍କ ତୁଲେ
Couplet 221
ଯୁବତୀଗଣ ମଧ୍ୟେ ଥାଇଆନନ୍ଦେ ବୀଣା-ବାଦ୍ୟ ବାଇ
Couplet 222
ଆବୃତ ଅପସରାବୃନ୍ଦେହସ୍ତ ନିବେଶି ତାଙ୍କ କନ୍ଧେ
Couplet 223
ନୃତ୍ୟ ମୁଁ କଲି ନାନାମତେତା ଦେଖି ବ୍ରହ୍ମା କୋପଚିତ୍ତେ
Couplet 224
ଦେବହେଳନ କର୍ମ ଦେଖିକୋପେ ଅରୁଣ କଲେ ଆଖି
Couplet 225
ବୋଇଲେ ମୋତେ କୋପ ବହିଯା ବେଗେ ଶୂଦ୍ର ହୁଅ ତୁହି
Couplet 226
ବ୍ରହ୍ମାଙ୍କ ଶାପ-କୋପାନଳେପଡ଼ିଲି ଅବନୀ ମଣ୍ଡଳେ
Couplet 227
ଲଭିଲି ଦାସୀଗର୍ଭେ ଜନ୍ମଯେଣୁ ମୋ ଥିଲା ଶୁଭକର୍ମ
Couplet 228
ତେଣୁ ମୁଁ ସେବି ବିପ୍ରପାଦତରିଲି ଦୁର୍ଗମ-ପ୍ରମାଦ
Couplet 229
ବିପ୍ର-ଚରଣ ସେବାଫଳେପୁଣି ଜନ୍ମିଲି ବ୍ରହ୍ମା-କୋଳେ
Couplet 230
ତୋର ଅଗ୍ରତେ ଗୃହଧର୍ମବର୍ଣ୍ଣିଲି ଯଥା ବେଦକର୍ମ
Couplet 231
ଏହା ଶୁଣନ୍ତେ ପାପହରେଯେ ଧର୍ମେ ଗୃହେ ଥାଇ ତରେ
Couplet 232
ତୁ ନରଲୋକେ ଭାଗ୍ୟବନ୍ତଯେଣୁ ତୋ ବାନ୍ଧବ ଅନନ୍ତ
Couplet 233
ତୋହର ଗୃହେ ନରହରିବସଇ ନରରୂପ ଧରି
Couplet 234
ସେ ହରି ବ୍ରହ୍ମ-ନିରଞ୍ଜନଧ୍ୟାନେ ନ ପାନ୍ତି ମୁନିଜନ
Couplet 235
କୈବଲ୍ୟ-ସୁଖଦ ଯେ ଭକ୍ତିପରମ ସୁଖେ ତାର ସ୍ଥିତି
Couplet 236
ସେ ତୋର ପ୍ରିୟ ଭଗବାନସ୍ୱଭାବେ ମାତୁଳନନ୍ଦନ
Couplet 237
ଜଗତ ଆତ୍ମା ମହାଗୁରୁକେବା ମହିମା ବର୍ଣ୍ଣିପାରୁ
Couplet 238
ବ୍ରହ୍ମାଶଙ୍କର ଆଦି ଦେବେଯାର ମହିମା ନ ଜାଣିବେ
Couplet 239
ମଉନବ୍ରତ ତପ ଆଦିନିଶ୍ଚଳ ଧାରଣା ସମାଧି
Couplet 240
ନିର୍ମଳ ଭକ୍ତି-ଉପଶମେନିର୍ବାଣ ଲଭେ ଯାର ନାମେ
Couplet 241
ସାତ୍ତ୍ୱତଜନଙ୍କର ପତିସେ ହରି ହେଉ ଆମ୍ଭ ଗତି
Couplet 242
ଶୁଣ ତୁ ରାଜା ଯୁଧିଷ୍ଠିରଗୋବିନ୍ଦପାଦେ ଆଶ୍ରେ କର
Couplet 243
ଏମନ୍ତେ ବେଦଋଷି- ବାକ୍ୟେପଞ୍ଚପାଣ୍ଡବ ଏକେ ଏକେ
Couplet 244
କୃଷ୍ଣଚରଣେ ପୂଜା କଲେନାରଦ ପାଦେ ପ୍ରଣମିଲେ
Couplet 245
ନାରଦ ଉଠିଣ ତକ୍ଷଣେନମିଲେ ଶ୍ରୀକୃଷ୍ଣ ଚରଣେ
Couplet 246
ସେ କୃଷ୍ଣ ଆଜ୍ଞା ଘେନି ଶିରେତକ୍ଷଣେ ଅନ୍ତର୍ଦ୍ଧାନ ହେଲେ
Couplet 247
ଏମନ୍ତେ ଦକ୍ଷକନ୍ୟା ଗର୍ଭେଯେତେ ଉପୁଜିଲେ ଦାନବେ
Couplet 248
ଦେବ-ଦାନବ ଆଦି ଯେତେପୂର୍ବେ ମୁଁ କହିଅଛି ତୋତେ
Couplet 249
ଏବେ କହିଲି ତୋତେ ଭାବେଯେ ଯହିଁ ଦେବତା-ଦାନବେ
Couplet 250
ସର୍ବ କହିଲି ତୋ ଅଗ୍ରତେସୁଜନେ ଶୁଣ ଏକଚିତ୍ତେ
Couplet 251
ହରିଚରିତ ଭାଗବତନୃସିଂହ-ଚରିତ-ଅମୃତ
Couplet 252
ସପ୍ତମ ସ୍କନ୍ଧେ ଭାଗବତସୁପୁଣ୍ୟ-ପ୍ରହ୍ଲାଦ ଚରିତ
Couplet 253
ଯେ ଏହା ଶ୍ରୁତିପଥେ ଶୁଣେମନ-ବଚନେ ପରିମାଣେ
Couplet 254
ନୁହନ୍ତି ମାୟାରେ ମୋହିତଭଣଇ ଦାସ ଜଗନ୍ନାଥ
Couplet 255
ଶୁଣି ସଂସାରୁ ତର ପ୍ରାଣୀସୁଜନ ହିତେ ମୁହିଁ ଭଣି
Couplet 256
ସଂସାର-ସୁଖଦୁଃଖେ ଥାଇମୂଢ଼ ତରିବେ ଏହା ଗାଇ