Skandha 7
Adhyaya 14
Couplet 1
ଶୁଣ ହେ ବ୍ରହ୍ମାର ନନ୍ଦନବନସ୍ଥ ଅବଧୂତ ଧର୍ମ
Couplet 2
ଶୁଣିଲି ଶାସ୍ତ୍ରର ପ୍ରସ୍ତାବେଗୃହସ୍ଥ ଧର୍ମ କହ ଏବେ
Couplet 3
ଦେଶକାଳାଦି ଭେଦେ ଯହିଁଅନେକ ଶ୍ରେୟ ଜାତ ହୋଇ
Couplet 4
ଯେ ବିଧି ଗୃହ-ଆଚରଣେଆଗମ ନିଗମ ପ୍ରମାଣେ
Couplet 5
ଏମନ୍ତେ ଧର୍ମସୂତ-ବାଣୀଶୁଣି କହନ୍ତି ବ୍ରହ୍ମମୁନି
Couplet 6
ଗୃହସ୍ଥ ରଜନୀ ପ୍ରଭାତେଶୁଚି ନିର୍ମଳ ଶୁଦ୍ଧଚିତ୍ତେ
Couplet 7
ସ୍ମରିବ ନାରାୟଣ ନାମହରି ଗୋବିନ୍ଦ କୃଷ୍ଣ ରାମ
Couplet 8
ପୁରୁଷୋତ୍ତମ ଦାମୋଦରବିଶ୍ୱସମ୍ଭବ ବିଶ୍ୱମ୍ଭର
Couplet 9
ଏ ଆଦି ପୁଣ୍ୟଶ୍ଳୋକ ଯେତେନାମ-ସଂକୀର୍ତ୍ତନ ପ୍ରଭାତେ
Couplet 10
କୃଷ୍ଣେ ଅର୍ପଣ ନିତ୍ୟେ କରିଗୃହସ୍ଥ ଧର୍ମକୁ ଆଚରି
Couplet 11
ମହତ-ଜନେ ଉପାସନକରିବ ନିତ୍ୟେ କୃଷ୍ଣଧ୍ୟାନ
Couplet 12
କୃଷ୍ଣର ଅବତାର କଥାପୁରାଣ ଆଦି ଶାସ୍ତ୍ରଗୀତା
Couplet 13
ସଙ୍ଗ କରିବ ସାଧୁସନ୍ଥେଦିନ ବଞ୍ଚିବ ଶୁଣି ନିତ୍ୟେ
Couplet 14
ସାଧୁସଙ୍ଗତେ ଥୋଇ ମନପୁତ୍ର କଳତ୍ର ଗୃହଜନ
Couplet 15
ତାହାଙ୍କୁ ସୁଖଭୋଗ ଦେଇଆତ୍ମାକୁ ସନ୍ତୋଷେ ଭୁଞ୍ଜଇ
Couplet 16
ସମ୍ପଦ ସ୍ୱପ୍ନ ପ୍ରାୟ ମଣିଚିତ୍ତେ ଚିନ୍ତିବ ଚକ୍ରପାଣି
Couplet 17
ଯାବତ ପ୍ରୟୋଜନ ଅର୍ଥଗୃହେ ସାଧିବ ନିତ୍ୟ ନିତ୍ୟ
Couplet 18
ବିରକ୍ତଚିତ୍ତ ଅନ୍ତର୍ଗତେଲୋକବେଭାର ଜନ ସାଥେ
Couplet 19
ଭ୍ରାତ ସୁହୃଦ ତାତ ମାତଜ୍ଞାତି ବାନ୍ଧବ ଦାରା ସୁତ
Couplet 20
ଯେ ବା ଇଚ୍ଛନ୍ତି ଯେ ବୋଲନ୍ତିଯେ ଭାବେ ସନ୍ତୋଷେ ରହନ୍ତି
Couplet 21
ମନ ସନ୍ତୋଷେ ସୁଖ ଦେବନିର୍ମଳେ ସର୍ବଦା ବଞ୍ଚିବ
Couplet 22
ଭୂମି ଗଗନ ଅନ୍ତରୀକ୍ଷେଯେ ଧନ ମିଳିବ ପ୍ରତ୍ୟକ୍ଷେ
Couplet 23
କୃଷ୍ଣର ଦେଲା ପ୍ରାୟେ ବୁଝିସେ ଧନ ଦୁଃଖ ସୁଖେ ଭୁଞ୍ଜି
Couplet 24
ଦିନ ବଞ୍ଚିବ ହରି ଭାବେଯତ୍ନ କରିବ ଧର୍ମଲାଭେ
Couplet 25
ଯାବତ ଦେହେ ପ୍ରାଣ ଥିବତାବତ ସନ୍ତୋଷେ ବଞ୍ଚିବ
Couplet 26
ଲୋଭେ ଅଧିକ ଯେ ଚିନ୍ତନ୍ତିଚୋର ସମାନେ ଦଣ୍ଡ ପାନ୍ତି
Couplet 27
ଏବେ ହୋ ଶୁଣ ନୃପବରକହିବା ସର୍ବଧର୍ମସାର
Couplet 28
କପି ମକ୍ଷିକା ଉଷ୍ଟ୍ର ଖଗମୂଷିକ ଗର୍ଦ୍ଦଭ ଯେ ମୃଗ
Couplet 29
ଉରଗ ପତଙ୍ଗାଦି ଯେତେତାହାଙ୍କୁ ପୁତ୍ରପ୍ରାୟେ ଚିତ୍ତେ
Couplet 30
ଆତ୍ମାର ପ୍ରାୟେ ନିତ୍ୟେ ଦେଖିଅନ୍ତର ମନେ ନ ଉପେକ୍ଷି
Couplet 31
ତ୍ରିବର୍ଗ କଷ୍ଟେ ନ ସାଧିବଯେ ଭାବେ ନିନ୍ଦନ୍ତି ସାଧବ
Couplet 32
ଯେ ଦ୍ରବ୍ୟ ଅତିକଷ୍ଟେ ପାଇଯେ ସୁଖେ ଅତିଲୋଭ ହୋଇ
Couplet 33
ଯେଣେ ବା ପରପୀଡ଼ା ହେବଏ ତିନି ଚିତ୍ତେ ନ ଧରିବ
Couplet 34
ଯେ ଦେଶ-କାଳ-ପାତ୍ର ମତେମିଳଇ କର୍ମର ଆୟତ୍ତେ
Couplet 35
ସେ ଭାବେ ପୋଷିବ ଜୀବନଦେଖିବ ସକଳେ ସମାନ
Couplet 36
ଶ୍ୱାନ ଚଣ୍ଡାଳ ଅନ୍ୟ ଜାତିଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି
Couplet 37
ବିଭାଗେ ଭୋଗ ତାଙ୍କୁ ଦେବଆତ୍ମାର ପରାୟେ ଭାବିବ
Couplet 38
ଏକ ଗୃହିଣୀ ସଂଗ୍ରହଣସ୍ୱଧର୍ମ ଗୃହର କାରଣ
Couplet 39
ଅର୍ଦ୍ଧାଙ୍ଗ ସମ ଅଟେ ନାରୀସାତ୍ତ୍ୱିକେ ତାହା ଭୋଗ କରି
Couplet 40
ନିଯୋଗି ଅତିଥି ସେବନେଯତ୍ନ କରିବ ନିଜ ଧର୍ମେ
Couplet 41
ଯା ପାଇଁ ପିତା ଗୁରୁ ପ୍ରାଣପ୍ରାଣୀ ହିଂସଇ ହେଳେ ଜାଣ
Couplet 42
ଅତିଥି-ସେବାରେ ସେ ନାରୀଦେଇଣ ଆପଦୁଁ ଉଦ୍ଧରି
Couplet 43
ଆନେ ଅସାଧ୍ୟ ଯେଉଁ ହରିଏ ଭାବେ ତାଙ୍କୁ ସାଧ୍ୟ କରି
Couplet 44
ଦେଖ ଏ ତୁଚ୍ଛ-କଳେବରଅନ୍ତେ ଭଜଇ ତ୍ରିପ୍ରକାର
Couplet 45
ଭସ୍ମ ପୁରୀଷ କୃମିସ୍ଥାନଅବଶ୍ୟ ଭଜେ ଅବସାନ
Couplet 46
ସେ ଦେହେ ରତି ପତ୍ନୀମେଳେଏ କାହିଁ ଆତ୍ମାର କୁଶଳେ
Couplet 47
ମଜ୍ଜଇ ସୁଧାପ୍ରାୟ ମଣିକାହୁଁ ତରିବ ମୂଢ଼ପ୍ରାଣୀ
Couplet 48
ଯଜ୍ଞାବଶେଷ ସିଦ୍ଧଅନ୍ନେଆହାର କଳ୍ପିବ ଜୀବନେ
Couplet 49
ଅଧିକେ ମମତା ନଥାଇତେବେଟି ମହତ ବୋଲାଇ
Couplet 50
ଦେବତା ଋଷି ଭୂତଗଣେଆତ୍ମା ଅତିଥି ପିତୃଜନେ
Couplet 51
ଏହାଙ୍କୁ ବିଷ୍ଣୁପ୍ରାୟେ ମଣିସନ୍ତୋଷେ ଦେବ ଅନ୍ନ ପାଣି
Couplet 52
ଆତ୍ମାଧିକାରେ ନାନାବିଧିଯଜ୍ଞର ସମ୍ଭାର ସମ୍ପାଦି
Couplet 53
ବିଧିବିଧାନ ବେଦମତେଯଜ୍ଞ କରିବ ଅଗ୍ନିହୋତ୍ରେ
Couplet 54
ଅଗ୍ନିହୋତ୍ରର ଅବସାନେବିପ୍ରଙ୍କୁ ତୋଷିବ ଭୋଜନେ
Couplet 55
ବ୍ରାହ୍ମଣ-ଦେହେ ଥାଇ ହରିଏଣୁ ଭୋଜନେ ପୂଜାକରି
Couplet 56
ବିପ୍ର ଭୋଜନେ ତୋଷ ଯେତେସେ ନୋହେ ଯଜ୍ଞ କୋଟିଶତେ
Couplet 57
ଏ ଘେନି ଦେବତା-ବ୍ରାହ୍ମଣେପୂଜା କରିବ ଅନୁକ୍ଷଣେ
Couplet 58
ଏଣୁ ବ୍ରାହ୍ମଣ-ମୁଖେ ଦେଇପୂଜା କରିବ ଭାବଗ୍ରାହୀ
Couplet 59
ଆଶ୍ୱିନମାସ-କୃଷ୍ଣପକ୍ଷେପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ
Couplet 60
ସମ୍ଭାର ଯଥାଶକ୍ତିମତେପିତୃ ପୂଜିବ ଶ୍ରଦ୍ଧାଚିତ୍ତେ
Couplet 61
ଜ୍ଞାତି ସୁହୃଦ ବନ୍ଧୁଜନଭୋଜନ ନେବ ମିଷ୍ଟଅନ୍ନ
Couplet 62
ଏବେ ହୋ ଶୁଣ ମହୀପତିଗୃହସ୍ଥଜନର ଏ ଗତି
Couplet 63
ବେନି-ଅୟନ ବିଷୁବାନ୍ତେଦିବସ କ୍ଷୟ ବ୍ୟତିପାତେ
Couplet 64
ଅକ୍ଷୟତୃତୀୟା ଦିବସେଆଦିତ୍ୟ-ଶଶାଙ୍କର ଗ୍ରାସେ
Couplet 65
ଦ୍ୱାଦଶୀ-ଶ୍ରବଣା-ସଂଯୋଗେତୃତୀୟାତିଥି କ୍ଷୟଭୋଗେ
Couplet 66
ଶୁକ୍ଳ-ନବମୀ ଭର୍ଜ୍ଜମାସେଚତୁର ଅଷ୍ଟକା-ଦିବସେ
Couplet 67
ମାଘ-ସପ୍ତମୀ ଶୁକ୍ଳପକ୍ଷେପୂର୍ଣ୍ଣିମା ମିଶି ମଘାରକ୍ଷେ
Couplet 68
ଦ୍ୱାଦଶୀ ଅନୁରାଧା ଭୋଗେଶ୍ରବଣା ତ୍ରି-ଉତ୍ତରା ଯୋଗେ
Couplet 69
ଏ ତିନିଯୋଗେ ଏକାଦଶୀଶ୍ରବଣା ଜନ୍ମରକ୍ଷେ ମିଶି
Couplet 70
ଶ୍ରେୟ-ସାଧନ-ଯୋଗ ଏତେଗୃହସ୍ଥଧର୍ମ ସାଧ୍ୟ ଅର୍ଥେ
Couplet 71
ଏ ଦିନେ ଧର୍ମକର୍ମ କଲେଶ୍ରେୟ-ଆୟୁଷ ବଢ଼େ ଭଲେ
Couplet 72
ଏ ଦିନେ ତପ ହୋମ ସ୍ନାନଯଜ୍ଞେ ଦେବତା-ଆରାଧନ
Couplet 73
ପିତୃଦେବତା ଭୂତଗଣେଅନ୍ନ ଜଳ ତିଳତର୍ପଣେ
Couplet 74
ପତ୍ନୀର ସଂସ୍କାର କାଳରେଅପତ୍ୟ-ସମ୍ଭବ ଦିନରେ
Couplet 75
ଜ୍ଞାତି-ମରଣେ ପ୍ରେତକାର୍ଯ୍ୟେପୂଜିବ ବାନ୍ଧବ-ସମାଜେ
Couplet 76
ଏବେ ହୋ ଶୁଣ ଧର୍ମଶିଷ୍ୟକହିବା ପୁଣ୍ୟ ସ୍ଥାନ ଦେଶ
Couplet 77
ବିଷ୍ଣୁ ପ୍ରତିମା ବସେ ଯହିଁସଚରାଚର ବିଶ୍ୱ ତହିଁ
Couplet 78
ସତ୍ପାତ୍ର-ଜନ ଲଭି ଯହିଁସେ ପୁଣ୍ୟତମ-ଦେଶ କହି
Couplet 79
ବ୍ରାହ୍ମଣକୁଳ ବସେ ଯହିଁଦୟା ତପସ୍ୟା ବିଦ୍ୟା ବହି
Couplet 80
ବିଷ୍ଣୁର ପୂଜା ଯହିଁ ନିତ୍ୟେସେ ପୁଣ୍ୟଦେଶ ବେଦମତେ
Couplet 81
ଗଙ୍ଗାଦି ନଦୀ ଯହିଁ ବହେସେ ପୁଣ୍ୟକ୍ଷେତ୍ର ବେଦ କହେ
Couplet 82
ପୁଷ୍କର ଆଦି ସରୋବରଯହିଁ ବସନ୍ତି ବିଷ୍ଣୁ ହର
Couplet 83
ପ୍ରୟାଗ ପୁଲହ ଆଶ୍ରମନୈମିଷାରଣ୍ୟ ପୁଣ୍ୟଧାମ
Couplet 84
ପ୍ରଭାସ କୁରୁ ବ୍ରଜଗଳିଗୟା ମଥୁରା କୁଶସ୍ଥଳୀ
Couplet 85
ସେ କାଶୀ ପମ୍ପା ବିନ୍ଦୁସରସେତୁବନ୍ଧ ଯେ ରାମେଶ୍ୱର
Couplet 86
ଆଶ୍ରମ ନରନାରାୟଣନନ୍ଦା ସୀତୟା ରାମାଶ୍ରମ
Couplet 87
ମହେନ୍ଦ୍ର ମଳୟ ପର୍ବତେଏ ମଧ୍ୟେ କ୍ଷେତ୍ର ଛନ୍ତି ଯେତେ
Couplet 88
ଏ ସର୍ବସ୍ଥାନ ହରିପ୍ରିୟତେଣୁ ଜଗତେ ପୁଣ୍ୟମୟ
Couplet 89
ସେ ପୁଣ୍ୟତମ ଦେଶ ଭାବିବିଷ୍ଣୁପ୍ରତିମା ଯହିଁ ସେବି
Couplet 90
କୈବଲ୍ୟ ଇଚ୍ଛା ଯାର ଚିତ୍ତେଏ ଦେଶେ ସେହୁ ଥିବ ନିତ୍ୟେ
Couplet 91
ଏବେ କହିବା ପାତ୍ର ଯେତେଶୁଣ ରାଜନ ଶୁଦ୍ଧଚିତ୍ତେ
Couplet 92
ପୁରାଣପୁରୁଷ ମୁରାରିଯାର ଭିଆଣ ବସୁନ୍ଧରୀ
Couplet 93
ସଚରାଚର ଯା ଶରୀରଋଷି ଦେବତା ବ୍ରହ୍ମା ହର
Couplet 94
ଅଗ୍ରେ ଚରଣ ପୂଜି ଯାରତା ତହୁଁ ପାତ୍ର କେବା ଆର
Couplet 95
ଦେବତା ଋଷି ସିଦ୍ଧେଶ୍ୱରସନକ ଆଦି ଯଜ୍ଞେ ତୋର
Couplet 96
ସଭାରେ ସର୍ବଜନ ଥିଲେକୃଷ୍ଣଙ୍କୁ ଅଗ୍ରେ ପୂଜା କଲେ
Couplet 97
ଏଣୁ ସକଳ-ପାତ୍ର-ସାରଅଚ୍ୟୁତ ଅଟେ ନୃପବର
Couplet 98
ଜୀବରାଶିରେ ହୋଇ ବ୍ୟାପ୍ତଯେ ଅଣ୍ଡକୋଷ ବୃକ୍ଷଶତ
Couplet 99
ସେ ବୃକ୍ଷମୂଳ ଯେଣୁ ହରିତାହାଙ୍କୁ ଯେହୁ ପୂଜା କରି
Couplet 100
ପୂଜିବା ଫଳ ଜଗତରନିଶ୍ଚେ ଲଭଇ ସେହୁ ନର
Couplet 101
ଯାର ଶରୀର ଜୀବରାଶିଯେ ଅଣ୍ଡକୋଷ ମୂଳେ ବସି
Couplet 102
ଯେ ହରି ସର୍ବଜୀବ-ମୂଳଅଶେଷ ପୁଣ୍ୟକର୍ମ-ଫଳ
Couplet 103
ନାନା ପ୍ରପଞ୍ଚେ ପୁର କରିତା ମଧ୍ୟେ ଜୀବ ରୂପ ଧରି
Couplet 104
ହୃଦୟପଦ୍ମ ମଧ୍ୟେ ଶୋହେପୁରୁଷୋତ୍ତମ ନାମ ବହେ
Couplet 105
ତେଣୁ ପୁରୁଷ ପାତ୍ରୋତ୍ତମଯେ ନିତ୍ୟେ ରମେ ଆତ୍ମାରାମ
Couplet 106
ଯେଣୁ ଏ ପୁରୁଷଙ୍କ ଦେହେସେ ହରି ତାରତମ୍ୟେ ରହେ
Couplet 107
ଏ ଭାବେ ସଂଶୟ ବିଚାରିତ୍ରେତାଦି ଯୁଗେ ମୂର୍ତ୍ତି କରି
Couplet 108
ସଂସ୍କାର-ନିଗମ-ଆଗମେପୂଜା କରନ୍ତି ଗ୍ରାମେ-ଗ୍ରାମେ
Couplet 109
ସେ ପୂଜା ମାତ୍ରେ ତୋଷ ହୋନ୍ତିବାଞ୍ଛିତ ଫଳ ନିତ୍ୟେ ଦ୍ୟନ୍ତି
Couplet 110
ଯେ ପ୍ରାଣୀ ପରେ ହିଂସା କରେଦେବତା ପୂଜି ସେ ନ ତରେ
Couplet 111
ଏଣୁ ପୁରୁଷଙ୍କର ମଧ୍ୟେଯେ ବିପ୍ର ଜ୍ଞାନୀ ବେଦ ସାଧେ
Couplet 112
ତା ତହୁଁ ପାତ୍ର ଆର ନାହିଁସେ ବିପ୍ର ନିଶ୍ଚେ ବିଷ୍ଣୁଦେହୀ
Couplet 113
ଯେ କୃଷ୍ଣ ଆତ୍ମା ତ୍ରିଲୋକରବ୍ରାହ୍ମଣ ଦେବତା ତାଙ୍କର
Couplet 114
ଏଣୁ ସେ ବ୍ରାହ୍ମଣ ଚରଣତ୍ରୈଲୋକ୍ୟ ନିସ୍ତାର କାରଣ
Couplet 115
ଏ ଭାବେ ଦେଶ କାଳ ପାତ୍ରଦୀକ୍ଷାଦି ଧର୍ମ ଦଇବତ
Couplet 116
ନାରଦ ମୁନି ଅନୁରାଗେକହିଲେ ଯୁଧିଷ୍ଠିର ଆଗେ
Couplet 117
ଏ ଭାଗବତ କୃଷ୍ଣବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 118
ଏହା ଯେ ପଢ଼ନ୍ତି ଶୁଣନ୍ତିସେ ଗୃହଦ୍ୱନ୍ଦ୍ୱେ ନ ପଡ଼ନ୍ତି
Couplet 119
ସପ୍ତମ ସ୍କନ୍ଧେ ଭାଗବତଭଣଇ ଦାସ ଜଗନ୍ନାଥ