Skip to content
paribhaasha

Skandha 7

Adhyaya 13

  1. Couplet 1

    ଏବେ କହିବା ଯତିଧର୍ମସ୍ୱଭାବେ ଅବଧୂତ-କର୍ମ

  2. Couplet 2

    ମାୟାସଂସାର ଦୂର କରିବୁଲିବ ଦେହ ମାତ୍ର ଧରି

  3. Couplet 3

    ଗ୍ରାମେ ବଞ୍ଚିବ ଏକ ଦିନଦ୍ୱିଦିନ ନ ରହିବ ପୁଣ

  4. Couplet 4

    ନିର୍ଜନେ ଦିଗମ୍ବର-ବେଶେଯେବେ ପଶିବ ବନଦେଶେ

  5. Couplet 5

    କୌପୀନ କରିବ ବସନଏକା ଭ୍ରମିବ ରାତ୍ରଦିନ

  6. Couplet 6

    କେବେ ହେଁ ନ କରିବ ସଙ୍ଗସମୁଦ୍ରେ ଯେସନେ ତରଙ୍ଗ

  7. Couplet 7

    ସର୍ବଭୂତରେ ଶାନ୍ତପଣେଶ୍ରୀନାରାୟଣ ପ୍ରାୟ ମଣେ

  8. Couplet 8

    ସତ ଅସତ ବିଶ୍ୱ ବେନିତୁଲେ ଭାବିବ ଆତ୍ମା ଘେନି

  9. Couplet 9

    ପରମବ୍ରହ୍ମ ଆତ୍ମା ସାରସର୍ବବ୍ୟାପିତ ନିରନ୍ତର

  10. Couplet 10

    ଜାଗ୍ରତ-ସ୍ୱପ୍ନ ମଧ୍ୟେ ରହିଆତ୍ମାର ଗତି ଆତ୍ମେ ଧ୍ୟାୟି

  11. Couplet 11

    ଆତ୍ମାର ବନ୍ଧ-ମୋକ୍ଷ ବେନିଲକ୍ଷିବ ମାୟା ମାତ୍ର ଘେନି

  12. Couplet 12

    ବସ୍ତୁ ସ୍ୱଭାବ ନାହିଁ ତାରଏଣୁ ସର୍ବଦା ନିର୍ବିକାର

  13. Couplet 13

    ବସ୍ତୁର ନିତ୍ୟାନିତ୍ୟ-ଭାବଏଣୁ ଏ ଶରୀର ଅଧ୍ରୁବ

  14. Couplet 14

    ଜୀବର ଉତ୍ପତ୍ତି-ମରଣକାଳଟି ଏହାର କାରଣ

  15. Couplet 15

    ଏଣୁ ଶରୀର-ଧର୍ମ ଜାଣିଆତ୍ମାର-ଗତି ପରିମାଣି

  16. Couplet 16

    ଅଶାସ୍ତ୍ରେ ନ କରିବ ରତିଜୀବିକା ଜ୍ୟୋତିଷ ପ୍ରଭୃତି

  17. Couplet 17

    ଦୂରେ ତେଜିବ ତର୍କବାଦଯେ ଶାସ୍ତ୍ରେ ପକ୍ଷପାତ ଭେଦ

  18. Couplet 18

    ଅଭ୍ୟାସ ନ କରି ସେ ପଥେଶିଷ୍ୟ ନ କରିବ ସଙ୍ଗତେ

  19. Couplet 19

    ବ୍ୟାଖ୍ୟାନ ନିଜ ପ୍ରୟୋଜନେକେବେ ହେଁ ନ କରିବ ମନେ

  20. Couplet 20

    ମଠାଦି ଗୃହକୁ ନିର୍ମାଣକେବେ ହେଁ ନୋହେ ଯତିଧର୍ମ

  21. Couplet 21

    ସୁଶାନ୍ତ ବୁଦ୍ଧି ସମଚିତ୍ତହୋଇବ ଅର୍ଥରେ ବିରକ୍ତ

  22. Couplet 22

    ଦୃଶ୍ୟ-ଅଦୃଶ୍ୟ ଭାବେ ଥିବବାଇବାଳକ ଚେଷ୍ଟାଭାବ

  23. Couplet 23

    ମୂକ ବଧିର ପ୍ରାୟେ ବେଶେଭାବେ ବଞ୍ଚିବ ଆତ୍ମବଶେ

  24. Couplet 24

    ଶୁଣ ରାଜନ ସାବଧାନଯେ ଇତିହାସ ପୁରାତନ

  25. Couplet 25

    ପ୍ରହ୍ମାଦ ସଙ୍ଗେ ମୁନିବରନାମ ଯାହାର ଅଜଗର

  26. Couplet 26

    ଏ ବେନିଜନଙ୍କ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  27. Couplet 27

    ସେ ପ୍ରହଲ୍ଲାଦ ଏକଦିନେମୃଗୟା ଅର୍ଥେ ଗଲେ ବନେ

  28. Couplet 28

    ଭୃତ୍ୟନିକର ଘେନି ସଙ୍ଗେବନେ ବିହରେ କ୍ରୀଡ଼ାରଙ୍ଗେ

  29. Couplet 29

    ଏମନ୍ତେ ସହ୍ୟଗିରି ତଟେକାବେରୀ ତଟେ ଭୂମିପୃଷ୍ଠେ

  30. Couplet 30

    ଶୟନେ ଦେଖେ ମୁନିବରଶରୀର ଧୂଳିରେ ଧୂସର

  31. Couplet 31

    ସ୍ୱେଦ-କର୍ଦ୍ଦମେ ସେ ଭୂଷିତସମ୍ମୁଖେ ଦେଖେ ବିପରୀତ

  32. Couplet 32

    କର୍ମ-ବଚନ-ଲିଙ୍ଗ-ବର୍ଣ୍ଣେଲକ୍ଷି ନ ପାରେ ଅନୁମାନେ

  33. Couplet 33

    କିବା ଆଶ୍ରମ ଲକ୍ଷି ନୋହେଶୟନ ବିପରୀତ-ଦେହେ

  34. Couplet 34

    ତାହାଙ୍କୁ ଦେଖି ପ୍ରହଲ୍ଲାଦଭାବେ ନମିଲା ବେନିପାଦ

  35. Couplet 35

    ଲକ୍ଷଣେ ମଣି ତାର ଗତିବୋଲନ୍ତି ଅସୁରଙ୍କ ପତି

  36. Couplet 36

    ଏ ସ୍ଥୂଳ-ଶରୀର ତୋହରସ୍ୱଭାବେ ଦିଶଇ ସୁନ୍ଦର

  37. Couplet 37

    ଭୋଗୀପୁରୁଷ ପ୍ରାୟେ ହୋଇତୋ ଦେହ ଦେଖି ପଚାରଇ

  38. Couplet 38

    ବିତ୍ତ-ଅର୍ଜନେ ଭୋଗୀଜନେଭ୍ରମନ୍ତି ନଗର ବିପିନେ

  39. Couplet 39

    ଭୋଗର ବଳେ ପୁଷ୍ଟଦେହୀଏ ଅନୁମାନେ ମୁଁ ମଣଇ

  40. Couplet 40

    ଉଦ୍ୟମ ନ କରି ତୁ ଧନେକିମ୍ପା ଶୋଇଛୁ ଘୋରବନେ

  41. Couplet 41

    କେମନ୍ତେ ପୁଷ୍ଟ ତୋ ଶରୀରକହ ସଂଶୟ ଯାଉ ଦୂର

  42. Couplet 42

    କହ ତୁ ନ ଭଜି ମଉନମୁଁ ଯେବେ ଶୁଣିବା ଭାଜନ

  43. Couplet 43

    ଯେ ଦକ୍ଷ ପଣ୍ଡିତ ଚତୁରବିଚିତ୍ରବାକ୍ୟ ପ୍ରିୟକର

  44. Couplet 44

    ତାଙ୍କୁ ପୁଚ୍ଛିଲେ ସର୍ବ କହେମନେ ଅହଙ୍କାର ନ ବହେ

  45. Couplet 45

    ଏମନ୍ତେ ପ୍ରହଲ୍ଲାଦ ବାଣୀସେ ଅବଧୂତ କର୍ଣ୍ଣେ ଶୁଣି

  46. Couplet 46

    ତାହାର ଅମୃତ-ବଚନେକହଇ ହୃଷିତବଦନେ

  47. Couplet 47

    ତୁ ପ୍ରହଲ୍ଲାଦ ଦୈତ୍ୟବରଜାଣଇଁ ମହିମା ତୋହର

  48. Couplet 48

    ସଂଶୟ ନାହିଁ ତୋର ମନେତୁ ଦେଖୁ ନିର୍ମଳ ନୟନେ

  49. Couplet 49

    ଯାର ହୃଦୟେ ନାରାୟଣବସଇ ପୁରୁଷ ପୁରାଣ

  50. Couplet 50

    ସେ ଭକ୍ତିବଳେ ତମଘୋରନାଶଇ ଯେହ୍ନେ ଦିବାକର

  51. Couplet 51

    ତୁ ମୋତେ ପଚାରିଲୁ ଯେବେଶୁଣ କହିବା ତୋତେ ଭାବେ

  52. Couplet 52

    ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତିମହାନ୍ତ ପୁଚ୍ଛିଲେ କହନ୍ତି

  53. Couplet 53

    ଭବ-ବାହିନୀ ତୃଷ୍ଣା ନାମତାର ପୂରଣେ କେହୁ କ୍ଷମ

  54. Couplet 54

    ସେ ତୃଷ୍ଣାବଳେ ମୁଁ ଜଗତେଭ୍ରମିଲି କୋଟି ଜନ୍ମ ଶତେ

  55. Couplet 55

    ଅଶେଷ-ଯୋନି ଗର୍ଭବାସତେବେ ହେଁ ନ ପୂରିଲା ଆଶ

  56. Couplet 56

    ଅର୍ଜିଲା କର୍ମଦୋଷେ ଭ୍ରମିଫୁଟି ହୋଇଲି ପଥଶ୍ରମୀ

  57. Couplet 57

    ଯେ ଶୁଭକର୍ମ ମୋର ଥିଲାସେ ଫଳ ଏ ଜନ୍ମେ ଫଳିଲା

  58. Couplet 58

    ସ୍ୱଭାବେ ସ୍ୱର୍ଗ-ମୋକ୍ଷ ଦ୍ୱାରଦୁର୍ଲ୍ଲଭ ମନୁଷ୍ୟ ଶରୀର

  59. Couplet 59

    ସ୍ୱଧର୍ମ କଲେ ସ୍ୱର୍ଗବାସଅଧର୍ମେ ନରକେ ପ୍ରବେଶ

  60. Couplet 60

    ଏ ବେନିଦ୍ୱାର ଯେ ତେଜନ୍ତିନିଶ୍ଚଳଯୋଗେ ଆତ୍ମା ଚିନ୍ତି

  61. Couplet 61

    ଭଜନ୍ତି ଗୋବିନ୍ଦ ଚରଣେତରନ୍ତି ଏ ଜନ୍ମ ମରଣେ

  62. Couplet 62

    ମୁଁ ଏ ସଂସାର ସୁଖ ଦେଖିବିଚାରି ମନେ ହେଲି ଦୁଃଖୀ

  63. Couplet 63

    ଦ୍ୱନ୍ଦ୍ୱ ମୈଥୁନ ଗୃହବାସେଇନ୍ଦ୍ରିୟ ସୁଖଭୋଗ ଆଶେ

  64. Couplet 64

    ଅନ୍ତେ ନରକେ ବିଶ୍ରାମନ୍ତିଏ ଘେନି ମନେ କଲି ଭ୍ରାନ୍ତି

  65. Couplet 65

    ଏଣୁ ମୁଁ ଗୃହଦ୍ୱନ୍ଦ୍ୱ ଏଡ଼ିତପ ସାଧଇ ଦୁଃଖେ ପଡ଼ି

  66. Couplet 66

    ପ୍ରବୃତ୍ତିମାର୍ଗେ ନର ଦୁଃଖୀନିବୃତ୍ତିମାର୍ଗେ ହୋନ୍ତି ସୁଖୀ

  67. Couplet 67

    ଏବେ ମୁଁ କୃଷ୍ଣର ପ୍ରସାଦେନିବୃତ୍ତି-କର୍ମଯୋଗ ସାଧେ

  68. Couplet 68

    ନିତ୍ୟେ ଭ୍ରମଇ ଆତ୍ମାଭାବେମନ ଆନନ୍ଦେ ସୁଖପ୍ଲବେ

  69. Couplet 69

    ମନ-ସଙ୍କଳ୍ପ-ଭୋଗ ତେଜିପ୍ରାରବ୍ଧ-ଭୋଗ ବନେ ଭୁଞ୍ଜି

  70. Couplet 70

    ଏଣୁ ଆତ୍ମାର ଅର୍ଥେ ମୁହିଁସଙ୍କଳ୍ପି ଏକାନ୍ତେ ଭ୍ରମଇ

  71. Couplet 71

    ଏବେ ହୋ ପ୍ରହଲ୍ଲାଦ ଶୁଣବିଷୟ ବଶେ ଯେତେ ଗୁଣ

  72. Couplet 72

    ତାମସ ରଜଗୁଣ ତେଜେବିବିଧ କାମ୍ୟକର୍ମ ଭଜେ

  73. Couplet 73

    ଆତ୍ମାର ହିତ ନ ସୁମରେଅସାଧୁମାର୍ଗେ କର୍ମ କରେ

  74. Couplet 74

    ପ୍ରାଣୀ ଭ୍ରମନ୍ତି ଘୋରପଥେନାନା-ଯାତନା କର୍ମତନ୍ତ୍ରେ

  75. Couplet 75

    ଘୋର ସଂସାରେ ସଞ୍ଚରନ୍ତିଏ ଘେନି ମୋର ମନେ ଭ୍ରାନ୍ତି

  76. Couplet 76

    ଦେଖ ଅଜ୍ଞାନେ ମୋହଚ୍ଛନ୍ନେସଂସାରେ ସଞ୍ଚରନ୍ତି ଜନେ

  77. Couplet 77

    ଯେ ଜଳ ତୃଣେ ଆଚ୍ଛାଦିତତାହା ନ ଇଚ୍ଛଇ ତୃଷିତ

  78. Couplet 78

    ମୃଗତୃଷ୍ଣାକୁ ଜଳ ମଣେଭ୍ରମେ ଭ୍ରମଇ ଅକାରଣେ

  79. Couplet 79

    ତାହାର ଶ୍ରମ ମାତ୍ର ସାରଯେ ଆତ୍ମା ନ କରେ ବିଚାର

  80. Couplet 80

    କର୍ମ-ଆୟତ୍ତେ ଦେହ ବହିଆତ୍ମାର ସୁଖ ଯେ ଇଚ୍ଛଇ

  81. Couplet 81

    ସଙ୍କଳ୍ପି କ୍ରିୟା କରେ ଯେତେନିଷ୍ଫଳ ହୋଏ କାର୍ଯ୍ୟ ଅନ୍ତେ

  82. Couplet 82

    ଅଧ୍ୟାତ୍ମ ଆଦି ଦୁଃଖ ଯେତେଆତ୍ମା ନିପାତ ଯାର ଅନ୍ତେ

  83. Couplet 83

    ବିମୁକ୍ତ ନୋହେ ପ୍ରାଣୀ ଏଣେକି ପ୍ରୟୋଜନ ଅର୍ଥ କାମେ

  84. Couplet 84

    ଲୋଭୀ ପ୍ରାଣୀଙ୍କ ଦୁଷ୍ଟ-ମନବଳେ ବନ୍ଧନ କରେ ଧନ

  85. Couplet 85

    ଧନୀଜନଙ୍କ ଦୁଃଖ ଦେଖିମୁଁ ଧନତୃଷ୍ଣାକୁ ଉପେକ୍ଷି

  86. Couplet 86

    ଦେଖଇ ଧନୀଙ୍କର ଦୁଃଖନିଦ୍ରା-ଭୋଜନେ ନାହିଁ ସୁଖ

  87. Couplet 87

    ରାଜାର ଭୟ ନିତ୍ୟେ ଧନେଚୌର ସ୍ୱଜନ ଶତ୍ରୁଜନେ

  88. Couplet 88

    ଯେ ଅବା ଆସେ ଧନ ମାଗିତା ଦେଖି ଚିତ୍ତେ ଦୁଃଖଭାଗୀ

  89. Couplet 89

    ଅଶେଷ ଆପଦର ସ୍ଥାନଏ ଧନମୂଳୁଁ ହୋଏ ଜନ୍ମ

  90. Couplet 90

    ଯେ ଶୋକ ମୋହ ଲୋଭ କ୍ରୋଧନିତ୍ୟେ ଉଦ୍‌ବେଗ ଯେ ପ୍ରମାଦ

  91. Couplet 91

    ଯାହାର ମୂଳୁଁ ଏ ସ୍ରବନ୍ତିଧନର ମୂଳେ ପ୍ରାଣଭୀତି

  92. Couplet 92

    ଏ ଘେନି ଯେ ପଣ୍ଡିତ ଜନେଲୋଭ ତେଜନ୍ତି ଜାଣି ଧନେ

  93. Couplet 93

    ମଧୁମକ୍ଷିକା ଅଜଗରଏ ଜନ୍ମେ ଗୁରୁ ଏ ମୋହର

  94. Couplet 94

    ଯେ ବଇରାଗ ପରିତୋଷଏହାଙ୍କ ତହୁଁ ଉପଦେଶ

  95. Couplet 95

    ବୈରାଗ୍ୟ ସର୍ବକାମେ ମୋରଏ ଶିକ୍ଷା ଦେଲା ମଧୁକର

  96. Couplet 96

    ଅନେକ ଦୁଃଖେ ଯେ ଅର୍ଜନତାକୁ ବିନାଶି ହରେ ଆନ

  97. Couplet 97

    ଧନ ନ ଇଚ୍ଛି ତୋଷ ମନେଭ୍ରମଇ ଯଥା ଲାଭ ଧନେ

  98. Couplet 98

    ମହାସର୍ପର ପ୍ରାୟେ ହୋଇବଞ୍ଚଇ ଉପଦେଶ ଧ୍ୟାୟି

  99. Couplet 99

    ତଥାପି ଗୋବିନ୍ଦ ପ୍ରସନ୍ନେନିତ୍ୟେ ଆନନ୍ଦ ମୋର ମନେ

  100. Couplet 100

    ମୋ ଦେହେ ବଳ କାନ୍ତି ତୁଷ୍ଟିସୁଖ-ବର୍ଦ୍ଧନେ ଦେହ ପୁଷ୍ଟି

  101. Couplet 101

    ଏ ଭାବେ ବଞ୍ଚେ ମୋର ଦେହୀମୁଁ ସୁଖ ଦୁଃଖ ନ ଜାଣଇ

  102. Couplet 102

    ଅଳ୍ପ-ଆହାର କାହିଁ ପାଇକାହିଁବା ସମ୍ପୂର୍ଣ୍ଣ ଭୁଞ୍ଜଇ

  103. Couplet 103

    ସ୍ୱାଦୁ-ଅସ୍ୱାଦୁ ନ ମଣଇଯେ ଦିନେ ଯେ ଅବା ମିଳଇ

  104. Couplet 104

    ଗ୍ରାସକୁ ଅମୃତ ମଣଇସୁମିଷ୍ଟ ମିଳେ ଅବା କାହିଁ

  105. Couplet 105

    କାହିଁବା କଟୁ ତିକ୍ତ ପାଇମନ-ସନ୍ତୋଷେ ତା ଭୁଞ୍ଜଇ

  106. Couplet 106

    କାହିଁବା ଶ୍ରଦ୍ଧା-ଉପହୃତକାହିଁବା ମାନ୍ୟ ବିବର୍ଜିତ

  107. Couplet 107

    କାହିଁବା ଦଧିଅନ୍ନ ଘୃତକାହିଁବା ଲବଣ ବର୍ଜିତ

  108. Couplet 108

    ଅଳ୍ପ ବହୁତ ନ ବାରଇଯହିଁ ଯା ମିଳେ ତୁଷ୍ଟ ତହିଁ

  109. Couplet 109

    ଏମନ୍ତେ ପୋଷଇ ଜୀବନନିଶ୍ଚିନ୍ତ ମନେ ମୋ ଶୟନ

  110. Couplet 110

    ରାତ୍ର ଦିବସ ନ ଜାଣଇଉଭୟ ଏକ ପ୍ରମାଣଇ

  111. Couplet 111

    ପାଟବସନ କାହିଁ ପିନ୍ଧିକାହିଁ ବୁଲଇ ଚର୍ମ ବାନ୍ଧ

  112. Couplet 112

    ଚୀରାଣି ବସ୍ତ୍ର କାହିଁ ମିଳେକାହିଁବା ବଞ୍ଚଇ ବକଳେ

  113. Couplet 113

    କର୍ମ ଆଦରି ତୋଷମନେବସଇ ଇଚ୍ଛା ସୁଖ ସ୍ଥାନେ

  114. Couplet 114

    କାହିଁ ବା ଧରଣୀ ଶୟନକାହିଁ ପାଷାଣ କାହିଁ ତୃଣ

  115. Couplet 115

    କାହିଁ ପ୍ରାସାଦ ମଧ୍ୟେ ଥାଇକାହିଁ ପଲେଙ୍କ ନିଦ୍ରା ଯାଇ

  116. Couplet 116

    କାହିଁ ହଂସୁଲୀତୂଳୀ ପରେକାହିଁ ଶ୍ମଶାନେ ବନ ଘୋରେ

  117. Couplet 117

    କାହିଁ ବା ସ୍ନାନ କରେ ଶୁଦ୍ଧେସୁବାସ ତଇଳ ସୁଗନ୍ଧେ

  118. Couplet 118

    କାହିଁ ଚନ୍ଦନ ଗନ୍ଧସାରକାହିଁ ବା ନାନା ଅଳଙ୍କାର

  119. Couplet 119

    ସୁବାସ ପୁଷ୍ପମାଳ ଗନ୍ଧେକାହିଁ ବା ଗଜ ଅଶ୍ୱ କନ୍ଧେ

  120. Couplet 120

    କାହିଁ ବେଷ୍ଟିତ ପୀତାମ୍ବରକାହିଁ ବା ଭସ୍ମ ଦିଗମ୍ବର

  121. Couplet 121

    କାହିଁ ବା ଜ୍ଞାନ ଥାଇ ଦେହେକାହିଁ ଭ୍ରମଇ ଗୃହୀ ପ୍ରାୟେ

  122. Couplet 122

    କାହିଁ ପ୍ରମାଦ ଦେହେ ଥାଇକାହିଁ ବା ବୃକ୍ଷମୂଳେ ଶୋଇ

  123. Couplet 123

    ହେ ପ୍ରହଲ୍ଲାଦ ଶୁଣ ଧୀରେଆର କହିବା ତୋ ଛାମୁରେ

  124. Couplet 124

    ବିଷୟ-ଜଡ଼େ ପ୍ରାଣୀ ଥାନ୍ତିନିଜ ସ୍ୱଭାବ ପ୍ରକାଶନ୍ତି

  125. Couplet 125

    କାହାକୁ ନିନ୍ଦା ସ୍ତୁତି ମୋରକେବେ ହେଁ ନ କରେ ବିଚାର

  126. Couplet 126

    ସର୍ବପ୍ରାଣୀଙ୍କ ଶ୍ରେୟ ଚିନ୍ତିଏଣୁ ମୋ ମନେ ନାହିଁ ଭ୍ରାନ୍ତି

  127. Couplet 127

    ଆନନ୍ଦେ ଗୋବିନ୍ଦ-ଚରଣେଚିତ୍ତ ନିବେଶି ଅନୁକ୍ଷଣେ

  128. Couplet 128

    ଚିତ୍ତ-ବିକଳ୍ପ ହୋମ କରିତାହାକୁ ମନ ମଧ୍ୟେ ଭରି

  129. Couplet 129

    ମନ-ବିକାର ତତ୍ତ୍ୱେ ଥୋଇଯେଣେ ମାୟାକୁ ଭୟ ନାହିଁ

  130. Couplet 130

    ସେ ମାୟା ଆତ୍ମା ଅନୁଭୂତେସତ୍ୟ ସଙ୍କଳ୍ପ ମୁନିମତେ

  131. Couplet 131

    ତେଣୁ ନିର୍ବିକାର ମୋ ମନନିର୍ଗୁଣ-ବ୍ରହ୍ମେ କରି ଧ୍ୟାନ

  132. Couplet 132

    ଏମନ୍ତେ ଆତ୍ମା-ଅନୁଭୂତେକହିଲି ତୋହର ଅଗ୍ରତେ

  133. Couplet 133

    ଯେ ଲୋକ-ଶାସ୍ତ୍ର ମତ ଦୁଇଏଣେ ବର୍ଜିତ ମୋର ଦେହୀ

  134. Couplet 134

    ତୁ ଯେଣୁ ବିଷ୍ଣୁର ଭକତତେଣୁ କହିଲି ତୋ ଅଗ୍ରତ

  135. Couplet 135

    ତୁ ପ୍ରହଲ୍ଲାଦ କୃଷ୍ଣଦାସଏଣୁ ମୁଁ ତୋହରେ ବିଶ୍ୱାସ

  136. Couplet 136

    ଏମନ୍ତେ ମୁନି ମୁଖୁଁ ଶୁଣିପରମହଂସ ଧର୍ମବାଣୀ

  137. Couplet 137

    ସେ ପ୍ରହଲ୍ଲାଦ ଜ୍ଞାନୀ ଧୀରସ୍ୱଭାବେ ବିଷ୍ଣୁର କିଙ୍କର

  138. Couplet 138

    ସେ ଅବଧୂତ ତତ୍ତ୍ୱବାଣୀପ୍ରବାହ-ସୁଧା ତରଙ୍ଗିଣୀ

  139. Couplet 139

    ସେ ପ୍ରହଲ୍ଲାଦ ଶୁଣି କର୍ଣ୍ଣେବନ୍ଦିଲା ବିବିଧ-ସ୍ତବନେ

  140. Couplet 140

    ଆନନ୍ଦେ ନମି ତା ଚରଣେସଦନେ ଗଲା ତତକ୍ଷଣେ

  141. Couplet 141

    ଶୁଣ ସୁଜନେ ଦୃଢ଼ଚିତ୍ତେହରି-ଚରିତ ଭାଗବତେ

  142. Couplet 142

    ସପ୍ତମ ସ୍କନ୍ଧେ ଯେତେ ଧର୍ମଯେ ଧର୍ମ ଅବଧୂତ-କର୍ମ

  143. Couplet 143

    ପ୍ରହ୍ଳାଦ-ଅବଧୂତ କଥାଶୁଣନ୍ତେ ଖଣ୍ଡେ ଭବବ୍ୟଥା

  144. Couplet 144

    ଏଣେ ନିର୍ମଳ କର ଚିତ୍ତକହଇ ଦାସ ଜଗନ୍ନାଥ

Odia Bhagabata skandha 7 adhyaya 13 | Parbani by ParibhaAsha App