Skip to content
paribhaasha

Skandha 7

Adhyaya 12

  1. Couplet 1

    ଶୁଣ ହେ ଧର୍ମର ନନ୍ଦନବନସ୍ଥ-ବ୍ରହ୍ମଚାରୀ-ଧର୍ମ

  2. Couplet 2

    ଗୃହସ୍ଥ-ଭିକ୍ଷୁଧର୍ମ ଯେତେଏବେ କହିବା ତୋ ଅଗ୍ରତେ

  3. Couplet 3

    ଗୁରୁ-ଭୁବନେ ବ୍ରହ୍ମଚାରୀବସିବ ଦୃଢ଼ବ୍ରତ କରି

  4. Couplet 4

    ସ୍ୱଭାବେ-ତପକ୍ଳେଶ ଯୁତେନିରତେ ଥିବ ଗୁରୁହିତେ

  5. Couplet 5

    ସୁହୃଦ-ସୁଦୃଢ଼-ଲକ୍ଷଣେଆଜ୍ଞା ବହିବ ଦାସପଣେ

  6. Couplet 6

    ଗୁରୁ ଅନଳ ସୁରୋତ୍ତମତ୍ରିସନ୍ଧ୍ୟା କରିବ ପ୍ରଣାମ

  7. Couplet 7

    ଉଭୟ ସନ୍ଧ୍ୟାରେ ମଉନଜପିବ ବ୍ରହ୍ମ-ସନାତନ

  8. Couplet 8

    ବେଦ ପଢ଼ିବ ନିରନ୍ତରେଗୁରୁବଚନ ଧରି ଶିରେ

  9. Couplet 9

    ନିକଟେ ଥିବ ଶୁଦ୍ଧଚିତ୍ତେଚରଣେ ନମି ବେନିହସ୍ତେ

  10. Couplet 10

    ମେଖଳା ଚର୍ମ କଉପୀନଦଣ୍ଡ କମଣ୍ଡଳୁ ଧାରଣ

  11. Couplet 11

    ଯଜ୍ଞୋପବୀତ ଦର୍ଭପାଣିଯେବା କଳ୍ପିତ ଅନ୍ନ ଆଣି

  12. Couplet 12

    ବିପ୍ରଭୁବନୁ ମାଗି ଭିକ୍ଷାଦୃଢ଼େ ରଖିବ ଗୁରୁଦୀକ୍ଷା

  13. Couplet 13

    ପଞ୍ଚଭୁବନୁ ଯା ପାଇବଗୁରୁ-ସମୀପେ ସମର୍ପିବ

  14. Couplet 14

    ଯେ ଧର୍ମ ବ୍ରହ୍ମଚାରୀ ଦୀକ୍ଷାଗୁରୁ-ବଚନେ କରି ଭିକ୍ଷା

  15. Couplet 15

    ଗୁରୁ-ଆଜ୍ଞାରେ ତା ଭୁଞ୍ଜିବନୋହିଲେ ଉପବାସେ ଥିବ

  16. Couplet 16

    ସୁଶାନ୍ତ ମନେ ବଞ୍ଚି ଦିନକରିବ ଉଶ୍ୱାସ ଭୋଜନ

  17. Couplet 17

    ଗୁରୁଙ୍କ କାର୍ଯ୍ୟେ ଦକ୍ଷପଣେଶ୍ରଦ୍ଧା କରିବ ଅନୁକ୍ଷଣେ

  18. Couplet 18

    ଇନ୍ଦ୍ରିୟଗଣ କରି ବନ୍ଦୀଚଞ୍ଚଳମନ ହୃଦେ ରୁନ୍ଧି

  19. Couplet 19

    ସ୍ତିରୀ ସ୍ତ୍ରୀବଶ ଲୋକମେଳେସଙ୍ଗେ ନଥିବ ସର୍ବକାଳେ

  20. Couplet 20

    ନଶୁଣି ସ୍ତିରୀଙ୍କ ବଚନନକରି ମୁଖାବଲୋକନ

  21. Couplet 21

    କେଶ-ପ୍ରସାଧନ ମର୍ଦ୍ଦନସ୍ନାହାନ ବେଶ ଆଦିକର୍ମ

  22. Couplet 22

    ଗୁରୁକାମିନୀଙ୍କ ଗୋଚରେଦୃଢ଼େ ବର୍ଜିବ ଅତି ଦୂରେ

  23. Couplet 23

    ଯୁବତୀଜନ ଅଗ୍ନିସ୍ତମ୍ଭପୁରୁଷ-ଦେହ ଘୃତକୁମ୍ଭ

  24. Couplet 24

    ଏଣୁ ଯୁବତୀ ଦୂର କରିଧର୍ମ ସାଧିବ ବ୍ରହ୍ମଚାରୀ

  25. Couplet 25

    ଜୀବ ଈଶ୍ୱର ଭେଦଜ୍ଞାନଯାବତ ନ ଛାଡ଼ଇ ମନ

  26. Couplet 26

    ତାବତ ଥାଏ ଦ୍ୱୈତ ଭ୍ରମଏ ସ୍ତିରୀ ଏ ପୁରୁଷ ଜ୍ଞାନ

  27. Couplet 27

    ଏଣୁ ତା ଭୋଗେ ହୋଏ ମତିତେଣୁ ଛାଡିବ ସ୍ତ୍ରୀ ସଙ୍ଗତି

  28. Couplet 28

    ଏ ସର୍ବ ବ୍ରହ୍ମଚାରୀ-ବ୍ରତପାଳିବ ଯଦି ଯେ ଗୃହସ୍ଥ

  29. Couplet 29

    ସ୍ତିରୀ-ଗମନ ଋତୁକାଳେଉଚିତ ଗୃହସ୍ଥାଶ୍ରମରେ

  30. Couplet 30

    ଅଞ୍ଜନ-ତଇଳ-ମର୍ଦ୍ଦନସ୍ତିରୀ ବା ସ୍ତ୍ରୀ ମୂର୍ତ୍ତି ଦର୍ଶନ

  31. Couplet 31

    ଭୂଷା-ଲେପନ ମାଲ୍ୟ ଗନ୍ଧତେଜିବ ବ୍ରହ୍ମଚାରୀ ମଦ୍ୟ

  32. Couplet 32

    ଏମନ୍ତେ ବଞ୍ଚି ଗୁରୁପୁରେବେଦ-ଅଭ୍ୟାସ ନିରନ୍ତରେ

  33. Couplet 33

    ଅଙ୍ଗ-ଉପାଙ୍ଗ ବେଦ ପଢ଼ିଗୁରୁ-ସମୀପେ କରଯୋଡ଼ି

  34. Couplet 34

    ଉଭା ହୋଇଣ ଗୁରୁଆଗେଆଜ୍ଞା ମାଗିବ ଅନୁରାଗେ

  35. Couplet 35

    ଗୁରୁ-ବଚନ ଶିରେ ଧରିତେବେ ବଞ୍ଚିବ ଗୃହକରି

  36. Couplet 36

    ଅଥବା ବନସ୍ତେ ପଶିବସନ୍ନ୍ୟାସମତେ ବା ବଞ୍ଚିବ

  37. Couplet 37

    ଗୁରୁ ଅନଳ ସର୍ବଦେହେତୁଲ୍ୟେ ଦେଖିବ ବିଷ୍ଣୁମୟେ

  38. Couplet 38

    ଏହି ପ୍ରକାରେ ସାଧି ଧର୍ମଯେବା ଆଶ୍ରମେ ଯେବା କର୍ମ

  39. Couplet 39

    ଯେବା ସାଧନ୍ତି ଅପ୍ରମାଦେଅନ୍ତେ ପଶନ୍ତି କୃଷ୍ଣପାଦେ

  40. Couplet 40

    ଏବେ ହୋ ଶୁଣ ମହୀପତିଆଶ୍ରମ ବାନପ୍ରସ୍ଥ ଗତି

  41. Couplet 41

    ବନସ୍ତେ ଧର୍ମ ସାଧି ସୁଖେଅନ୍ତେ ମିଳନ୍ତି ମୁନିଲୋକେ

  42. Couplet 42

    ଭକ୍ଷଣ ଫଳ-ମୂଳ-ଶାକଅଗ୍ନିରେ ନ କରିବ ପାକ

  43. Couplet 43

    ନବୀନ ଫଳମୂଳ ଲାଭେପୁରୁଣା ତେଜିବ ସ୍ୱଭାବେ

  44. Couplet 44

    ବନ-ସମ୍ଭବ ବସ୍ତୁ ଘେନିକାଳେ ପୂଜିବ ଈଷ୍ଟ ଅଗ୍ନି

  45. Couplet 45

    ଅଗ୍ନି-ରକ୍ଷଣ ଅର୍ଥେ ଘରଅଥବା ପର୍ବତ-କନ୍ଦର

  46. Couplet 46

    କେଶ-ଲୋମାଦି ନଖ ଶ୍ମଶ୍ରୁଜଟିଳ କଷାବସ୍ତ୍ର ପାଂଶୁ

  47. Couplet 47

    ଦଣ୍ଡ କମଣ୍ଡଳୁ ଅଜିନବୃକ୍ଷ-ବକଳ ପରିଧାନ

  48. Couplet 48

    ତ୍ରିସନ୍ଧ୍ୟା କରିବ ସ୍ନାହାନବାଲୁକା-ମଣ୍ଡଳେ ଶୟନ

  49. Couplet 49

    ଏମନ୍ତେ ଦ୍ୱାଦଶ-ବତ୍ସରବନେ ବଞ୍ଚିବ ବ୍ରତଧର

  50. Couplet 50

    ଅଷ୍ଟ-ବରଷ କିବା ଅର୍ଦ୍ଧେଧର୍ମ ସାଧିବ ଅପ୍ରମାଦେ

  51. Couplet 51

    ବେନିବରଷ କିବା ଏକବଞ୍ଚିବ ଏ ବିଧି ବିବେକ

  52. Couplet 52

    ଧର୍ମ-ସାଧନେ ଅସମର୍ଥଯେବେ ହୋଇବ ବ୍ୟାଧିଗ୍ରସ୍ତ

  53. Couplet 53

    ଆଗମ ନିଗମ ପ୍ରମାଣେସନ୍ନ୍ୟାସ କରିବ ତକ୍ଷଣେ

  54. Couplet 54

    ସଙ୍କଳ୍ପି ଅନଶନ-ବ୍ରତହରିଚରଣେ ଦେଇ ଚିତ୍ତ

  55. Couplet 55

    ଯେ ସୃଷ୍ଟି ଶରୀର ଧାରଣେନ୍ୟାସିବ ପରମ କାରଣେ

  56. Couplet 56

    ଗଗନେ ନ୍ୟାସି ଇନ୍ଦ୍ରିଗଣେନିଃଶ୍ୱାସ ନ୍ୟାସି ସମୀରଣେ

  57. Couplet 57

    ତେଜେ ତେଜକୁ ନ୍ୟାସ କରିଧାତୁ ସମୂହ ଜଳେ ଭରି

  58. Couplet 58

    ଅନଳେ ବଚନ ବିନାଶିକ୍ଷିତି କାରଣେ ଶେଷ ନ୍ୟାସି

  59. Couplet 59

    କରଯୁଗଳ ଇନ୍ଦ୍ରେନ୍ୟାସିସୁଦୃଢ଼େ ସ୍ଥାପିବ ସନ୍ନ୍ୟାସୀ

  60. Couplet 60

    ପାଦର ଗତି ନାରାୟଣେଉପସ୍ଥ ପ୍ରଜାପତିଗଣେ

  61. Couplet 61

    ଗୁହ୍ୟ ବିସର୍ଗ ମୃତ୍ୟୁ ଅଙ୍ଗେଦିଗେ ସମର୍ପି ଶ୍ରୁତିଯୁଗେ

  62. Couplet 62

    ସ୍ପରଶ ଗୁଣ ତ୍ୱଚେ ନ୍ୟାସିରୂପକୁ ଚକ୍ଷୁବଳେ ଗ୍ରାସି

  63. Couplet 63

    ରୂପେ ନିବେଶି ଦୃଷ୍ଟି ଗୁଣଜିହ୍ୱାକୁ ରସେ ଗନ୍ଧେ ଘ୍ରାଣ

  64. Couplet 64

    ମନକୁ ଚନ୍ଦ୍ରରେ ସଂହରିବୋଧକୁ ବୁଦ୍ଧି ମଧ୍ୟେ ଭରି

  65. Couplet 65

    ଅଶେଷକର୍ମ ରୁଦ୍ର ଦେହେକ୍ରିୟାକୁ କର୍ତ୍ତବ୍ୟ ସମୂହେ

  66. Couplet 66

    ଚିତ୍ତକୁ ସତ୍ତ୍ୱଗୁଣେ ଭରିଗୁଣେ ବିକାରକୁ ସଂହରି

  67. Couplet 67

    କ୍ଷିତିକି ନ୍ୟାସକରି ଜଳେଜଳକୁ ବିନାଶି ଅନଳେ

  68. Couplet 68

    ଅନଳ ବିନାଶି ଅନିଳେପବନ ଗଗନମଣ୍ଡଳେ

  69. Couplet 69

    ଗଗନ ଅହଙ୍କାରେ ଭରିଅବ୍ୟକ୍ତେ ସମୂହ ସଂହାରି

  70. Couplet 70

    ମହତତତ୍ତ୍ୱେ ଅହଙ୍କାରମହତ ପ୍ରକୃତି ଗୋଚର

  71. Couplet 71

    ସେ ଗୁଣମୟ ସର୍ବବ୍ୟାପୀକ୍ଷର ଅକ୍ଷର ବେନିରୂପୀ

  72. Couplet 72

    ଚିନ୍ମାତ୍ର ଅକ୍ଷର ବିଶେଷଜୀବ ପରମ ପରଂହଂସ

  73. Couplet 73

    ତହିଁ ପ୍ରବେଶ ଧ୍ୟାନମୟେକାଷ୍ଠ-ଦହନେ ଅଗ୍ନିପ୍ରାୟେ

  74. Couplet 74

    ଏମନ୍ତ ସୃଷ୍ଟିକି ସଂହରିବିଷ୍ଣୁମାୟାରୁ ଯାନ୍ତି ତରି

  75. Couplet 75

    ସୁଜନେ ବୋଲ ହରି ହରିଭବସାଗରୁ ହେବ ପାରି

  76. Couplet 76

    ଏମନ୍ତେ ତରେ ବାନପ୍ରସ୍ଥକହଇ ଦାସ ଜଗନ୍ନାଥ

Odia Bhagabata skandha 7 adhyaya 12 | Parbani by ParibhaAsha App