Skandha 7
Adhyaya 11
Couplet 1
ନାରଦ ଯୁଧିଷ୍ଠିର ପାଶେକହନ୍ତି ଅଧ୍ୟା ଏକାଦଶେ
Couplet 2
ମନୁଷ୍ୟ-ବର୍ଣ୍ଣ ଧର୍ମ ଯେତେଯେ ଚାରିବର୍ଣ୍ଣ ଏ ଜଗତେ
Couplet 3
ନ ଥାନ୍ତି ପାଷଣ୍ଡଙ୍କ ମତେଗୋବିନ୍ଦ ଭଜି ଶୁଦ୍ଧଚିତ୍ତେ
Couplet 4
ମୋକ୍ଷ ସାଧନ ଆଦି କରିଯେ କର୍ମେ ସିଦ୍ଧି ନରହରି
Couplet 5
ଦଶଅଧ୍ୟାରେ ମହାମୁନିକହିଲେ ଭକ୍ତିଜ୍ଞାନ ବେନି
Couplet 6
ପାଞ୍ଚଅଧ୍ୟାରେ ପୁଣି ଏବେକର୍ମଯୋଗକୁ ସେ କହିବେ
Couplet 7
ଶୁକ କହନ୍ତି ଭକ୍ତିମାର୍ଗେଆନନ୍ଦେ ପରୀକ୍ଷିତ ଆଗେ
Couplet 8
ଶୁଣି ନାରଦ ମୁଖୁଁ କଥାସେ ଧର୍ମସୁତ ଶୁଦ୍ଧଚେତା
Couplet 9
ସେ ପ୍ରହଲ୍ଲାଦର ଚରିତସୁସାଧୁ-ସଭାମଧ୍ୟେ ଗୀତ
Couplet 10
ଉତ୍ତମ ମଧ୍ୟେ ଯେ ଅଗ୍ରଣୀଯାହାର ଆତ୍ମା ଚକ୍ରପାଣି
Couplet 11
ତାର ଚରିତ ଧର୍ମସୁତଶୁଣି ଆନନ୍ଦେ ହରଷିତ
Couplet 12
ବ୍ରହ୍ମାନନ୍ଦନ ପରିମୁଖେପୁଣି ପୁଚ୍ଛିଲେ ଆତ୍ମସୁଖେ
Couplet 13
ମନୁଷ୍ୟ ଜନ୍ମର ସ୍ୱଧର୍ମଯେ ବର୍ଣ୍ଣେ ସାଧି ଯେବା କର୍ମ
Couplet 14
ଈଶ୍ୱରବାକ୍ୟେ ଧର୍ମ ସାଧିଯେବା ଆଶ୍ରମେ ଯେବା ବିଧି
Couplet 15
ଧର୍ମ ସମ୍ପାଦି କର୍ମମଧ୍ୟେଅନ୍ତେ ପଶନ୍ତି କୃଷ୍ଣପାଦେ
Couplet 16
ଏହା ଶୁଣିବି ଇଚ୍ଛା ମୋରହେ ମୁନି ମୋତେ ଦୟାକର
Couplet 17
ତୁମ୍ଭେ ଯେ ପଦ୍ମଯୋନି ସୁତଜାଣ ସକଳ ପରମାର୍ଥ
Couplet 18
ସମାଧି ତପ ଜ୍ଞାନ ତୋରସନ୍ତୋଷ ତୋତେ ବେଦବର
Couplet 19
ଯେ ବିପ୍ର ନାରାୟଣ ପରକି ଅବା ତାର ଅଗୋଚର
Couplet 20
କରୁଣାବନ୍ତ ଶାନ୍ତ ଦେହେଯେବା ଅଛନ୍ତି ତୁମ୍ଭ ପ୍ରାୟେ
Couplet 21
ସେ ଗୁପ୍ତ ଧର୍ମକୁ ଜାଣନ୍ତିଯେ ଧର୍ମ ଅନ୍ୟେ ନ ଜାଣନ୍ତି
Couplet 22
କେବଳ ଦୟାସିନ୍ଧୁ ଧୀରଅଶେଷ ଜ୍ଞାନର ଈଶ୍ୱର
Couplet 23
ଏମନ୍ତେ ରାଜା ଭାବ ଘେନିହସି କହନ୍ତି ବ୍ରହ୍ମମୁନି
Couplet 24
ନମଇଁ ପ୍ରଭୁ ନରହରିଅଜନ୍ମା ଜନ୍ମ-ରୂପ ଧରି
Couplet 25
ଅଶେଷ ପ୍ରାଣୀ ଧର୍ମସେତୁପ୍ରକାଶ କଲେ ପାର ହେତୁ
Couplet 26
ସେ ସନାତନ-ଧର୍ମ-ବାଣୀମୁଁ ନାରାୟଣ ମୁଖୁଁ ଶୁଣି
Couplet 27
ସକଳ ଲୋକ ଧର୍ମ ଅର୍ଥେକହିବି ନରନାଥ ତୋତେ
Couplet 28
ସେ ଅବତାର ଆତ୍ମାଅଂଶେଜନ୍ମ ଲଭିଲେ ଧର୍ମବଂଶେ
Couplet 29
ଦକ୍ଷକନ୍ୟାର ଗର୍ଭେ ହରିଜନ୍ମିଲେ ଋଷି ରୂପ ଧରି
Couplet 30
ସଂସାର ଲୋକ ସିଦ୍ଧି କାମେସେ ବସି ବଦରିକାଶ୍ରମେ
Couplet 31
ତପ ସାଧନ୍ତି ଦୃଢ଼କରିନୃ-ନାରାୟଣ ରୂପ ଧରି
Couplet 32
ଯେ ହରି ସର୍ବଦେହେ ଆତ୍ମାଧର୍ମର ମୂଳ ଶୁଦ୍ଧକର୍ମା
Couplet 33
ତାର ବଚନ ଶ୍ରୁତିପଥେଯେ ପ୍ରାଣୀ ଶୁଣେ ଅବିରତେ
Couplet 34
ଭକ୍ତି ସମ୍ପାଦି ତା ଚରଣଆନନ୍ଦେ ପଶନ୍ତି ଶରଣ
Couplet 35
ସତ୍ୟ ଶଉଚ ଦୟା ତପତିତିକ୍ଷା ଶମ ଦମ କଳ୍ପ
Couplet 36
ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗସାଧୁ ଶରୀର ରିପୁଭୋଗ
Couplet 37
ସନ୍ତୋଷ ସମଦୃଷ୍ଟି ସେବାଯେଣେ ସନ୍ତୋଷ ଋଷିଦେବା
Couplet 38
କର୍ମେ ନିବୃତ୍ତି ଗ୍ରାମ୍ୟଧର୍ମମଉନ ଆତ୍ମବିଚାରଣ
Couplet 39
ହୃଦେ ନିରୋଧ ଦୁଷ୍ଟମନଏ ପ୍ରାଣୀ ସାଧାରଣ-ଧର୍ମ
Couplet 40
ତତ୍ତ୍ୱ-ଧାରଣା ତତ୍ତ୍ୱଜ୍ଞାନଯା ଦେଖି ରହିବ ଚେତନ
Couplet 41
ବିଷୟ କର୍ମ ଜାଣି ବ୍ୟର୍ଥକେବେ ନ ଦେବ ତହିଁ ଚିତ୍ତ
Couplet 42
ନ କରି ଅନ୍ୟ ଭୋଗାଭୋଗଭୂତ ଅତିଥି ପୂଜ ଆଗ
Couplet 43
ଆତ୍ମା ଦେବତାବୁଦ୍ଧି କରିଏ ଭାବେ ଗୃହେ ଥିଲେ ତରି
Couplet 44
ଶ୍ରୀକୃଷ୍ଣ ନାମ ଅନୁକ୍ଷଣସ୍ମରଣ ଶ୍ରବଣ କୀର୍ତ୍ତନ
Couplet 45
ସେବା ପୂଜନ ଦାସପଣସୁସଖ୍ୟ ଆତ୍ମନିବେଦନ
Couplet 46
ପରମଧର୍ମ ଏ ପ୍ରସିଦ୍ଧିମନୁଷ୍ୟ-ଜନ୍ମର ଏ ବିଧି
Couplet 47
କୁଳ ଲକ୍ଷଣ ଧର୍ମ ଏହିଯେଣେ ସନ୍ତୋଷ ଭାବଗ୍ରାହୀ
Couplet 48
ଅଖିଳ-ସଂସ୍କାର-କାରଣେବେଦ ଅଭ୍ୟାସିବେ ବ୍ରାହ୍ମଣେ
Couplet 49
ବ୍ରାହ୍ଣଣ ଆଦି ତିନିବର୍ଣ୍ଣଯଜନ ଦାନ ଅଧ୍ୟୟନ
Couplet 50
ଜନ୍ମାଦି -କ୍ରିୟାକର୍ମ ଯେତେଚତୁର-ଆଶ୍ରମ ସହିତେ
Couplet 51
ପଠନଆଦି ଷଟକର୍ମବ୍ରାହ୍ମଣ-ଜନର ଏ ଧର୍ମ
Couplet 52
ରାଜାର ଧର୍ମ ପ୍ରଜା ରକ୍ଷାଆଦାନ ବିନେ ପଞ୍ଚଦୀକ୍ଷା
Couplet 53
ବାଣିଜ୍ୟ କୃଷି ଗୋରକ୍ଷଣବୈଶ୍ୟଜନର ଏ ଲକ୍ଷଣ
Couplet 54
ଶୂଦ୍ରଜନର ଦ୍ୱିଜସେବାଯେଣେ ସନ୍ତୋଷ ସର୍ବଦେବା
Couplet 55
ଯେ ଧର୍ମ ଶ୍ରୁତି-ସ୍ତୁତି-ଭେଦେତାହା ସାଧିବ ନିରାପଦେ
Couplet 56
ଆପଦେ ଅନ୍ୟ ବର୍ଣ୍ଣକର୍ମେସାଧି ବଞ୍ଚିବ ତିନିବର୍ଣ୍ଣେ
Couplet 57
ବିପ୍ର-ଜୀବନ-ବୃତ୍ତି ଅର୍ଥେକୃଷି ଅଥବା ଅଯାଚିତେ
Couplet 58
ଧାନ୍ୟ-ଯାଚଜ୍ଞା ପ୍ରତିଦିନଯେ ଅବା ବୃତ୍ତି ଶିଳୋଞ୍ଛନ
Couplet 59
ବାଣିଜ୍ୟ କରି ବା ବଞ୍ଚିବନୀଚକୁ ସେବା ନ କରିବ
Couplet 60
ବିପ୍ର କ୍ଷତ୍ରିୟ ବେନିବର୍ଣ୍ଣବର୍ଜିବ ନିନ୍ଦାବୃତ୍ତି ମାନ
Couplet 61
ଏତେ ଲକ୍ଷଣ ତୋତେ କହିରାଜନ ଶୁଣ ମନଦେଇ
Couplet 62
ତପ ଶଉଚ ଶମ ଦମସନ୍ତୋଷ ଋଜୁ କ୍ଷମା ଜ୍ଞାନ
Couplet 63
ସଦା ଅଚ୍ୟୁତ ଆତ୍ମା ସତ୍ୟବିପ୍ରଲକ୍ଷଣ ଏ ବିହିତ
Couplet 64
ତେଜ ଶଉର୍ଯ୍ୟ ବୀର୍ଯ୍ୟ ଧୃତିତ୍ୟାଗ ସଂଯମ ସତ୍ୟ ଶାନ୍ତି
Couplet 65
ନିତ୍ୟେ ପ୍ରସନ୍ନ ବିପ୍ରରକ୍ଷାକ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା
Couplet 66
ଗୁରୁ ଅଚ୍ୟୁତ ଦେବେ ଭକ୍ତିତ୍ରିବର୍ଗ ସାଧନ ଯେ ନିତି
Couplet 67
ଆସ୍ତିକ୍ୟ ଉଦ୍ୟମ ନୈପୁଣ୍ୟବୈଶ୍ୟଜନର ଏ ଲକ୍ଷଣ
Couplet 68
ଅକପଟରେ ସ୍ୱାମୀ ସେବାକେବେ ହେଁ ଚୋରି ନ କରିବା
Couplet 69
ସତ୍ୟ ଯେ ଗୋ-ବିପ୍ର ରକ୍ଷଣମନ୍ତ୍ରବିହୀନେ ଯଜ୍ଞକର୍ମ
Couplet 70
ସାଧୁ ବିନତି ଶୌଚକର୍ମଶୂଦ୍ରଜନର ଏ ସ୍ୱକର୍ମ
Couplet 71
ଏବେ ହୋ ଯୁଧିଷ୍ଠିର ଶୁଣସ୍ତିରୀଜନର ଯେ ଲକ୍ଷଣ
Couplet 72
ସ୍ୱାମୀର ଚରଣ-କମଳେସେବିବ ମନର ନିଶ୍ଚଳେ
Couplet 73
ସ୍ୱାମୀର ବନ୍ଧୁ ଥିବେ ଯେତେତାଙ୍କ ତୋଷଣେ ଥିବ ନିତ୍ୟେ
Couplet 74
ପତିବ୍ରତାଙ୍କ ଏ ଲକ୍ଷଣନିଗମ-ବଚନ ପ୍ରମାଣ
Couplet 75
ଗୃହମାର୍ଜନ ଉପଲେପମଣ୍ଡନ ସାୟଂକାଳେ ଦୀପ
Couplet 76
ଶୌଚ ମାର୍ଜନ ତନୁ କେଶହରିଦ୍ରା ସୁଗନ୍ଧ ଉତ୍କର୍ଷ
Couplet 77
ଶୁଦ୍ଧ ସୁନିତ୍ୟକର୍ମ ସ୍ନାନପବିତ୍ର ସାତ୍ତ୍ୱିକ ଭୋଜନ
Couplet 78
ଆତ୍ମ-ମଣ୍ଡନ ନିରନ୍ତରେଭୂଷଣ କଜ୍ଜ୍ୱଳ ସିନ୍ଦୂରେ
Couplet 79
ବିନୟେ ଦମେ ସାଧ୍ୱୀ ନାରୀଯେ ଉଚ୍ଚନୀଚ କର୍ମ କରି
Couplet 80
ସର୍ବଦା ସ୍ନେହ ସତ୍ୟଶୀଳେଭଜିବ ପତି କାଳେ-କାଳେ
Couplet 81
ସତ୍ୟବଚନେ ପ୍ରେମେ ସଦାପତିଙ୍କି ଭଜିବ ସର୍ବଦା
Couplet 82
ସନ୍ତୋଷ ଅଲୋଭ ସୁଦକ୍ଷଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ
Couplet 83
ଶୁଚି ସୁସିଗ୍ଧେ ସେ ଆନନ୍ଦେନିରତେ ସେବେ ସ୍ୱାମୀପାଦେ
Couplet 84
ସେବା କରିବ ଜନ୍ତୁଜନେପରପୁରୁଷ ପିତୃଜ୍ଞାନେ
Couplet 85
ଯେ ନାରୀ ହରି ଭାବେ ନିତିସେବା କରନ୍ତି ନିଜ ପତି
Couplet 86
ସେ ନାରୀ ଲକ୍ଷ୍ମୀପ୍ରାୟ ହୋଇପତିର ହସ୍ତେ ହସ୍ତ ଦେଇ
Couplet 87
ପତି ସଙ୍ଗତେ ବିଷ୍ଣୁଲୋକେବସଇ ଆନନ୍ଦେ ଅଶୋକେ
Couplet 88
ଅନ୍ୟଜାତିର ଯେବା ଧର୍ମନିୟତ କୁଳର ସେ କର୍ମ
Couplet 89
ଏମନ୍ତ ଧର୍ମ ଯୁଗେ ଯୁଗେଜାଣି ସେବନ୍ତି ଅନୁରାଗେ
Couplet 90
ବେଦଦୃଷ୍ଟିରେ ବିପ୍ରଜନେଧର୍ମ କହନ୍ତି ଅବଧାନେ
Couplet 91
ଯେ ଧର୍ମେ ଇହ ପରଲୋକେପ୍ରାଣୀ ତରନ୍ତି ଆତ୍ମସୁଖେ
Couplet 92
ବୃତ୍ତି-ସ୍ୱଭାବେ କ୍ରିୟା ଘେନିଯେ ଧର୍ମ ଇହପରେ ମାନି
Couplet 93
ବର୍ତ୍ତନ୍ତି ସ୍ୱକର୍ମ-କରଣେସେ ନରେ ପଶନ୍ତି ନିର୍ଗୁଣେ
Couplet 94
ନିରତେ ତପ-ବ୍ରତ କରିବିଷ୍ଣୁମାୟାରୁ ଯାନ୍ତି ତରି
Couplet 95
ନିଷ୍କାମମାର୍ଗେ ଯେବେ ଭଜେଅଙ୍କୁର ଯେହ୍ନେ ଦଗ୍ଧବୀଜେ
Couplet 96
କେବେହେଁ ବୃକ୍ଷ ସେ ନୁହଇଯତ୍ନ କଲେହେଁ ନାଶ ଯାଇ
Couplet 97
କି ଅବା କାମ ଜଡ଼ଚିତ୍ତେଯେବେ ସେବଇ ଅବିରତେ
Couplet 98
ତେବେ ବିରକ୍ତ ଚିତ୍ତ ହୋଏବହୁତ ଘୃତେ ଅଗ୍ନି ପ୍ରାୟେ
Couplet 99
ସେ ବର୍ଣ୍ଣେ ଯେମନ୍ତ ଲକ୍ଷଣବେଦେ ବର୍ଣ୍ଣନ୍ତି ମୁନିଗଣ
Couplet 100
ତା ଅଧୋଊର୍ଦ୍ଧ୍ୱେ ଯେବେ ଦେଖିସେ ବର୍ଣ୍ଣଧର୍ମେ ତାକୁ ଲେଖି
Couplet 101
ଏମନ୍ତ ଧର୍ମ ଅନୁବାଦେମୁନି କହନ୍ତି ସଭାମଧ୍ୟେ
Couplet 102
ଶୁଣି ସାନନ୍ଦ ଧର୍ମସୁତକହଇ ଦାସ ଜଗନ୍ନାଥ