Skip to content
paribhaasha

Skandha 7

Adhyaya 10

  1. Couplet 1

    ବିଷ୍ଣୁର ବରଲୋଭ ଶୁଣିମନେ ବିଚାରେ ଭକ୍ତମଣି

  2. Couplet 2

    ଭକ୍ତିଯୋଗକୁ ବିଘ୍ନ ପ୍ରାୟେମଣି ପ୍ରହ୍ଲାଦ କଲା ଭୟେ

  3. Couplet 3

    ହସି ନୃସିଂହ ମୁଖ ଚାହିଁବୋଲଇ ଶିରେ କର ଦେଇ

  4. Couplet 4

    ଭୋ ନାଥ ଶୁଣ ଚକ୍ରଧରବର-ପ୍ରସଙ୍ଗେ ମୋର ଡର

  5. Couplet 5

    କାମେ ଆସକ୍ତ ପ୍ରାୟେ ମଣିବର ଯାଚିଲୁ ଚକ୍ରପାଣି

  6. Couplet 6

    ସ୍ୱଭାବେ କାମେ ମୁଁ ଆସକ୍ତବର-ଲୋଭରେ ମୋହୁ ଚିତ୍ତ

  7. Couplet 7

    ମୋହର ମନ ତୋର ପାଦେତୁ ମୋତେ ନ କଳ୍ପ ପ୍ରମାଦେ

  8. Couplet 8

    ଭୃତ୍ୟ-ଲକ୍ଷଣ ଜାଣିବାରେସ୍ୱାମୀ ସ୍ୱଭାବ ଏ ସଂସାରେ

  9. Couplet 9

    କାମେ ଭ୍ରମାଇ ଭୃତ୍ୟ ଚିତ୍ତଜାଣଇଁ ଭକ୍ତ କି ଅଭକ୍ତ

  10. Couplet 10

    ସଂସାର-ବୀଜ ହୃଦଗ୍ରନ୍ଥିତେଣେ ଭ୍ରମାଉ ମୋର ମତି

  11. Couplet 11

    ସେ କଥା ଭଲେ ଜାଣେ ମୁହିଁଏଣୁ ଅନ୍ୟଥା ନ ଘଟଇ

  12. Couplet 12

    ତୋତେ ଆରାଧି ପ୍ରାଣୀ ଯେବେତୋର ଆଶିଷ ବିତ୍ତେ ଭାବେ

  13. Couplet 13

    ଭୃତ୍ୟ ଲକ୍ଷଣ ତା ନ ଜାଣିଯେ ଆତ୍ମାହିତ ନ ପ୍ରମାଣି

  14. Couplet 14

    ବଣିକ ସ୍ୱଭାବ ତାହାରସେ କାହିଁ ତରିବ ସଂସାର

  15. Couplet 15

    ଯେ ପ୍ରାଣୀ ଇଷ୍ଟ ଆଶା କରେଭୃତ୍ୟ ନ ବୋଲିବ ତାହାରେ

  16. Couplet 16

    ଯେ ସ୍ୱାମୀ ଭୃତ୍ୟେ କଷ୍ଟ ଦେଇତା ସ୍ୱାମୀପଣ ରହେ ନାହିଁ

  17. Couplet 17

    ନିଷ୍କାମ ଭକ୍ତ ମୁହିଁ ତୋରତୁ ନାଥ ଭକତ ସୋଦର

  18. Couplet 18

    ରାଜାର ସେବକ ଯେସନେବଞ୍ଚଇ ଆଜ୍ଞା ଅଲଂଘନେ

  19. Couplet 19

    ତଥାପି ତୋର ତୋଷ ଅର୍ଥେତୋ ବାକ୍ୟ ପାଳିବା ଉଚିତେ

  20. Couplet 20

    ମାଗଇ ବର ତୋର ପାଦେଯେମନ୍ତେ ନ ପଡ଼େ ପ୍ରମାଦେ

  21. Couplet 21

    ଏମନ୍ତ ବର ଦିଅ ମୋତେତୋ ମାୟା ତରିବି ଯେମନ୍ତେ

  22. Couplet 22

    ଯେ କାମ ମୋର ହୃଦେ ରହିବୃକ୍ଷ-ରୋପଣ ପ୍ରାୟେ ହୋଇ

  23. Couplet 23

    ପତ୍ର-କୁସୁମ-ଫଳ ଯେତେମୂଳ ସଙ୍କୁଳେ ଜଡ଼େ ଚିତ୍ତେ

  24. Couplet 24

    ସେ ବୃକ୍ଷ ହୃଦରେ ନ ରହୁଭୋ ନାଥ ଏହି ବର ହେଉ

  25. Couplet 25

    ଇନ୍ଦ୍ରିୟ ମନ ପ୍ରାଣ ସ୍ତୁତିଆତ୍ମା ସ୍ୱଧର୍ମ ଧୃତି ମତି

  26. Couplet 26

    ଲାଜ ସମ୍ପଦ ତେଜ ଜ୍ଞାନସତ୍ୟ ସନ୍ତୋଷ ବ୍ରତମାନ

  27. Couplet 27

    ଯେ କାମେ ଏସର୍ବ ନଶନ୍ତିସେ କାମୁଁ ରଖ ଦାଶରଥି

  28. Couplet 28

    କାମ-ସଙ୍କଳ୍ପ ଯେତେ ଥାଇଯେ ଜନ୍ମେ ପ୍ରାଣୀ ତା ମୁଞ୍ଚଇ

  29. Couplet 29

    ସେ ଜନ୍ମେ ମିଳେ ତୋ ସମୀପେତୋ ସମେ ଅଇଶ୍ୱର୍ଯ୍ୟ କଳ୍ପେ

  30. Couplet 30

    ନମୋ ପୁରୁଷ ମହାତ୍ମନନୃସିଂହ ରୂପୀ ଭଗବାନ

  31. Couplet 31

    ତୁ ବ୍ରହ୍ମ ପରାମାତ୍ମା ତୁହିତୁ ହରି ତୋତେ ମୁଁ ନମଇଁ

  32. Couplet 32

    ଏମନ୍ତେ ପ୍ରହଲ୍ଲାଦ ବାଣୀଶୁଣି କହନ୍ତି ଚକ୍ରପାଣି

  33. Couplet 33

    କହନ୍ତି ପ୍ରଭୁ ଭଗବାନଶୁଣ ହେ ଭକତ ପ୍ରଧାନ

  34. Couplet 34

    ଏକାନ୍ତ-ଭକ୍ତ ଯେ ମୋହରଏ ନିଶ୍ଚେ ତାହାର ବେଭାର

  35. Couplet 35

    କେବେ ମୋ ଆଶିଷ ନ କଳ୍ପେଯେ ଭୋଗ ଇହ ପରଲୋକେ

  36. Couplet 36

    ତୋର ସଦୃଶ ଭକ୍ତ ଯେତେନିଷ୍କାମେ ଛନ୍ତି ଏ ଜଗତେ

  37. Couplet 37

    ତୁ ଏବେ ମୋର ବୋଲ କରଏ ଯେତେ କାଳ ମନ୍ୱନ୍ତର

  38. Couplet 38

    ଦୈତ୍ୟମାନଙ୍କ ମଧ୍ୟେ ରହିଅତୁଲ୍ୟ ଭୋଗ ଭୁଞ୍ଜ ତୁହି

  39. Couplet 39

    ତୁ ମୋତେ ସର୍ବଭୂତେ ଭଜଯଜ୍ଞ-ଈଶ୍ୱର ରୂପେ ପୂଜ

  40. Couplet 40

    କର୍ମ ବିନାଶି ଯୋଗବଳେସାଧ ଏ ଅବନୀ ମଣ୍ଡଳେ

  41. Couplet 41

    ଶରୀର ଛାଡ଼ି କାଳବଳେପଶିବୁ ମୋ ପାଦ କମଳେ

  42. Couplet 42

    ତୁ ଯେତେ ସ୍ତୁତି କଲୁ ମୋତେସଂସାର ତାରଣ ନିମନ୍ତେ

  43. Couplet 43

    ରଜନୀଅନ୍ତେ ପ୍ରାତଃକାଳେଆନନ୍ଦେ ହୃଦୟ ନିଶ୍ଚଳେ

  44. Couplet 44

    ମୋତେ ସ୍ମରିବେ ତୋର ସଙ୍ଗେପାପ ନ ରହୁ ତାଙ୍କ ଅଙ୍ଗେ

  45. Couplet 45

    ଅଶେଷ କର୍ମ-ବନ୍ଧ-ପାଶତକ୍ଷଣେ ହୋଇବ ବିନାଶ

  46. Couplet 46

    ଏମନ୍ତେ ନରହରି ବାକ୍ୟେଅସୁରପୁତ୍ର ମନ ଶୋକେ

  47. Couplet 47

    ପ୍ରହ୍ଲାଦ କରଯୋଡ଼ି ପୁଣକହେ ନୃସିଂହ ଅଗ୍ରତେଣ

  48. Couplet 48

    ଶୁଣ ହେ ପ୍ରଭୁ ଭଗବାନସକଳ ଭୂତେ ତୋର ସ୍ଥାନ

  49. Couplet 49

    ତୁ ବରଦାତାଙ୍କ ଈଶ୍ୱରପିତାର ଅର୍ଥେ ମାଗେ ବର

  50. Couplet 50

    ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣିତୋର ମହିମା ସେ ନ ଜାଣି

  51. Couplet 51

    ତୋତେ ନିନ୍ଦିଲା କୋପମନେବୋଲେ ଈଶ୍ୱର ମୁଁ ଭୁବନେ

  52. Couplet 52

    ଭ୍ରାତ-ମରଣେ କୋପ ବହିତୋହର ମହିମା ନିନ୍ଦଇ

  53. Couplet 53

    ତୋ ଭକ୍ତ ବୋଲିକରି ମୋତେକ୍ରୋଧେ ହିଂସଇ ଅବିରତେ

  54. Couplet 54

    ସେ ପାପୁଁ ପିତାଙ୍କୁ ଉଦ୍ଧରଭୋ ନାଥ ମାଗେ ଏହି ବର

  55. Couplet 55

    ଅମୃତପୂର୍ଣ୍ଣ ଦୃଷ୍ଟି ତୋରପଡ଼ଇ ଯାହାର ଉପର

  56. Couplet 56

    ପବିତ୍ର ଦୃଷ୍ଟି ଯାରେ ହୋଇଅଙ୍ଗେ ଦୁରିତ ନ ରହଇ

  57. Couplet 57

    ଏମନ୍ତେ ଶୁଣି ତା ବଚନକହନ୍ତି ପ୍ରଭୁ ଭଗବାନ

  58. Couplet 58

    ପ୍ରହ୍ଲାଦ ଶୁଣ ମୋର ବାଣୀତୋ ପିତା ମୋହର କାରେଣୀ

  59. Couplet 59

    କଶ୍ୟପ ମରୀଚି ବିଧାତାସହିତେ ଉଦ୍ଧରିଲୁ ପିତା

  60. Couplet 60

    ଅପର କଳ୍ପେ ପିତୃ ଯେତେସର୍ବେ ପବିତ୍ର ତୋ ଚରିତେ

  61. Couplet 61

    ତାହାଙ୍କ କୁଳେ ତୋର ଜନ୍ମତୁ କଲୁ ସକଳ ପାବନ

  62. Couplet 62

    ମୋର ଭକତ ଯହିଁ ଥାଇସମଦରଶୀ ଶାନ୍ତ ହୋଇ

  63. Couplet 63

    ଜଗତେ ସାଧୁ ସେ ବୋଲାନ୍ତିପତିତେ ପବିତ୍ର କରନ୍ତି

  64. Couplet 64

    ପ୍ରାଣୀ-ହିଂସନ ତାଙ୍କ ନାହିଁଯେ ଉଚ୍ଚ-ନୀଚେ ଦେହ ବହି

  65. Couplet 65

    ମୋହର ଭାବେ ନିତ୍ୟେ ଥାନ୍ତିନିଷ୍କାମ ଭାବେ ମୋତେ ଚିନ୍ତି

  66. Couplet 66

    ଯେ ପୁଣି ଥାନ୍ତି ତାଙ୍କ ପଛେସେ ମୋର ଭକତ ପ୍ରତ୍ୟକ୍ଷେ

  67. Couplet 67

    ତୁ ମୋର ଭକ୍ତମଧ୍ୟେ ସାରମହିମା ବର୍ଣ୍ଣିଲୁ ମୋହର

  68. Couplet 68

    ଏଣୁ ତୁ ବଇଷ୍ଣବବରମୋର ବଚନ ଏବେ କର

  69. Couplet 69

    ମୋର ଭକତଜନ ଯେତେଯତ୍ନ କରନ୍ତି ପିତୃ ଅର୍ଥେ

  70. Couplet 70

    ପୁତ୍ର-ସ୍ୱଧର୍ମ ଏ ବେଭାରପିତାଙ୍କୁ ପ୍ରେତୁଁ କର ପାର

  71. Couplet 71

    ମୋ ଅଙ୍ଗ-ସ୍ପର୍ଶରୁ ତୋ ତାତସ୍ୱଭାବେ ହୋଇଛି ମୁକତ

  72. Couplet 72

    ବେଦବାଦୀଙ୍କ ବାକ୍ୟ ଅର୍ଥେପିତୃତର୍ପଣ କର ତୀର୍ଥେ

  73. Couplet 73

    ମୋ’ ପାଦେ ମନ କର ସ୍ଥିରପିଣ୍ଡେ ତୁ ପିତାଙ୍କୁ ଉଦ୍ଧର

  74. Couplet 74

    ନୃସିଂହ ଆଜ୍ଞା ଘେନି ଶିରେପିତାର କର୍ମ ଗଙ୍ଗାତୀରେ

  75. Couplet 75

    ଆନନ୍ଦେ ହିରଣ୍ୟର ବଳାପିତୃ-ତର୍ପଣ-ପିଣ୍ଡ ଦେଲା

  76. Couplet 76

    ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେପ୍ରହଲ୍ଲାଦର ଅଭିଷେକେ

  77. Couplet 77

    କ୍ଷିତିମଣ୍ଡଳେ କଲେ ରାଜାନୃପେ କରନ୍ତି ପାଦପୂଜା

  78. Couplet 78

    ଅଦ୍ଭୁତ ଦେଖି ତାର କଥାଆନନ୍ଦମନେ ସେ ବିଧାତା

  79. Couplet 79

    ସର୍ବଦେବଙ୍କୁ ଘେନି ସେଙ୍ଗମିଳିଲେ ନରସିଂହ ଆଗେ

  80. Couplet 80

    ଆନନ୍ଦେ କର ଦେଇ ଶିରେପବିତ୍ରବାକ୍ୟେ ସ୍ତୁତି କରେ

  81. Couplet 81

    ଭୋ ଦେବ ଦେବଙ୍କର ବରଅଖିଳ ଲୋକ ସୃଷ୍ଟି କର

  82. Couplet 82

    ଭୂତଭାବନ ସର୍ବସିଦ୍ଧିତୁ ନାଥ କରୁଣାବାରିଧି

  83. Couplet 83

    ଲୋକ-ସନ୍ତାପୀ ଏ ଅସୁରଭୋ ନାଥ କଲୁ ତୁ ସଂହାର

  84. Couplet 84

    ମୋହର ତହୁଁ ବର ପାଇମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ

  85. Couplet 85

    ତପର ତେଜବଳେ ଦୁଷ୍ଟନିଗମମାର୍ଗ କଲା ନଷ୍ଟ

  86. Couplet 86

    ତୁ ନାଥ ତାହାକୁ ସଂହାରିରଖିଲୁ ବେଦମାର୍ଗ-ଶିରୀ

  87. Couplet 87

    ତାହାର ପୁତ୍ର ଭାଗ୍ୟବନ୍ତଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ

  88. Couplet 88

    ତାକୁ ରଖିଲୁ ପିତା ମାରିମରଣ-ସଙ୍କଟୁ ଉଦ୍ଧରି

  89. Couplet 89

    ଏ ନରସିଂହ ରୂପ ତୋରଧ୍ୟାନେ ଚିନ୍ତିବେ ଯେତେ ନର

  90. Couplet 90

    ସର୍ବ ସଙ୍କଟୁ ହେବେ ପାରସ୍ମରଣେ ଫିଟିବ ଦୁସ୍ତର

  91. Couplet 91

    ଏମନ୍ତେ ବ୍ରହ୍ମାର ସ୍ତବନଶୁଣି କହନ୍ତି ଭଗବାନ

  92. Couplet 92

    ଶୁଣି ବିଧାତା ମୋ ଉତ୍ତରତପ ସନ୍ତୋଷେ ଯେବା ବର

  93. Couplet 93

    ତପ ସମାଧି ଯୋଗ ସାଧ୍ୟେନ ଦେବୁ ଅସୁରଙ୍କ ମଧ୍ୟେ

  94. Couplet 94

    ଦୁଷ୍ଟପ୍ରାଣୀଙ୍କି ବରଦାନସର୍ପକୁ ଯେହ୍ନେ କ୍ଷୀରପାନ

  95. Couplet 95

    ବ୍ରହ୍ମାଙ୍କୁ ବୋଧି ଏ ବଚନଅଦୃଶ୍ୟ ହେଲେ ଭଗବାନ

  96. Couplet 96

    ତକ୍ଷଣେ ଶୂନ୍ୟେ ବିଜେକରିଲାବଣ୍ୟ ରୂପେ ଦେବହରି

  97. Couplet 97

    ଜୟ ଶବଦ ତ୍ରିଭୁବନେପ୍ରହ୍ଲାଦ ଦେଖି ତୋଷମନେ

  98. Couplet 98

    ଶିର-ନିବେଶି ବ୍ରହ୍ମାପାଦେନମିଲା ପରମ ଆନନ୍ଦେ

  99. Couplet 99

    ସକଳ ପ୍ରଜାପତିଗଣେବନ୍ଦିଲା ଦେବଙ୍କ ଚରଣେ

  100. Couplet 100

    ସନ୍ତୋଷ ହୋଇ ପଦ୍ମଯୋନିସଙ୍ଗେ ସପତଋଷି ଘେନି

  101. Couplet 101

    ପ୍ରହ୍ଲାଦେ ସ୍ଥାପି ରାଜପଦେଦୈତ୍ୟ-ଦାନବଙ୍କର ମଧ୍ୟେ

  102. Couplet 102

    ଆଶିଷ ଦେଲେ ଦେବଗଣେହସ୍ତ ପ୍ରସାରି ଜଣେ ଜଣେ

  103. Couplet 103

    ପୂଜିଲା ବ୍ରହ୍ମା ଆଦିମୂଳେଇନ୍ଦ୍ରାଦି ଦଶଦିଗପାଳେ

  104. Couplet 104

    ଅସୁର ପୁତ୍ର ସୁପୂଜିତେସର୍ବେ ପରମାନନ୍ଦ ଚିତ୍ତେ

  105. Couplet 105

    ସ୍ୱସ୍ଥାନେ ଗଲେ ଦେବଗଣଏବେ ହୋ ଧର୍ମସୁତ ଶୁଣ

  106. Couplet 106

    ଜୟ-ବିଜୟ ବେନି ଭାଇବିଷ୍ଣୁଭୁବନ-ଦ୍ୱାରେ ଥାଇ

  107. Couplet 107

    ବ୍ରହ୍ମାକୁମର ଶାପ ଫଳେଜନ୍ମ ଲଭିଲେ ଦିତି-କୋଳେ

  108. Couplet 108

    ବଇରୀଭାବ ହୃଦେ ଭରିବିଷ୍ଣୁ-ଦ୍ରୋହରେ କାଳ ହରି

  109. Couplet 109

    ହରିର ହସ୍ତେ ପ୍ରାଣ ଦେଇପୁଣି ଜନ୍ମିଲେ ବେନିଭାଇ

  110. Couplet 110

    ରାକ୍ଷସୀ ଗର୍ଭେ ଅବତାରରାବଣ-କୁମ୍ଭକର୍ଣ୍ଣ ବୀର

  111. Couplet 111

    ସୀତା-ହରଣେ ରାମବାଣେପ୍ରାଣ ଛାଡ଼ିଲେ ଘୋରରଣେ

  112. Couplet 112

    ବଇରୀ ଭାବେ ଚିତ୍ତ ଦେଇସଂଗ୍ରାମେ ମଲେ ବେନିଭାଇ

  113. Couplet 113

    ପୁଣି ଏ ଧରଣୀମଣ୍ଡଳେଜନ୍ମ ଲଭିଲେ ରାଜକୁଳେ

  114. Couplet 114

    ଯେ ଦନ୍ତବକ୍ର ଶିଶୁପାଳତେଜ ସ୍ୱଭାବେ ଅନର୍ଗଳ

  115. Couplet 115

    ବୈରାନୁବନ୍ଧେ ହରିଦେହେସାଯୁଜ୍ୟ ଲଭିଲେ ସମୂହେ

  116. Couplet 116

    ଏମନ୍ତେ ଦୁଷ୍ଟ ରାଜାଗଣେବିଷ୍ଣୁ ନିନ୍ଦିଲେ ରିପୁପଣେ

  117. Couplet 117

    ଅନ୍ତେ ପାଇଲେ ବିଷ୍ଣୁଗତିଯେସନେ କୀଟ ପେଶସ୍କୃତି

  118. Couplet 118

    ଯେ ପ୍ରାଣୀ ଯେମନ୍ତେ ଭଜଇହୃଦେ ଭକତି ଭାବ ବହି

  119. Couplet 119

    ସେହି ପ୍ରକାରେ ଲଭେ ଗତିଯେହ୍ନେ ଗରିଷ୍ଠ ଚେଦିପତି

  120. Couplet 120

    ଏବେ ହୋ ଶୁଣ ନୃପବରହରି ମହିମା ଅଗୋଚର

  121. Couplet 121

    ଯେବେ ପୁଚ୍ଛିଲୁ ମୋତେ ଭାବେସେ ହରି ଚରିତ ପ୍ରସ୍ତାବେ

  122. Couplet 122

    ସେ ସର୍ବ ପ୍ରଶ୍ନ ତୋ ଅଗ୍ରତେକହିଲୁ ଯଥାଶକ୍ତିମତେ

  123. Couplet 123

    ଏ କୃଷ୍ଣକଥା ସୁଧାରସଆଦି ଅସୁରଙ୍କ ବିନାଶ

  124. Couplet 124

    ପ୍ରହଲ୍ଲାଦର ଏ ଚରିତସ୍ୱଭାବେ ମହାଭାଗ୍ୟବନ୍ତ

  125. Couplet 125

    ଜ୍ଞାନ-ବିରକ୍ତି-ଭକ୍ତିବଳେରହିଲା କୃଷ୍ଣ-ପାଦତଳେ

  126. Couplet 126

    ବିଷ୍ଣୁର ସର୍ଗ-ସ୍ଥିତି-ଅନ୍ତଯେ ଗୁଣ-କର୍ମାନୁବର୍ଣ୍ଣିତ

  127. Couplet 127

    ଦେବ-ଦାନବଙ୍କର ସ୍ଥାନକେବେହେଁ ନୁହଁଇନା ଆନ

  128. Couplet 128

    ହରି ଭଜନ ଅବିରତଏ ବିଷ୍ଣୁ ଜନଙ୍କର ମତ

  129. Couplet 129

    ଅଶେଷ ବଇଷ୍ଣବ ଧର୍ମଏ ଜ୍ଞାନ-ଅଧ୍ୟାତ୍ମ-ବର୍ଣ୍ଣନ

  130. Couplet 130

    କୃଷ୍ଣ ମହିମା ପୁଣ୍ୟବାଣୀଯେ ନର ଶ୍ରୁତିମାର୍ଗେ ଶୁଣି

  131. Couplet 131

    ଲୋକେ କହନ୍ତି ଶ୍ରଦ୍ଧାରସେସର୍ବ ଦୁରିତ ଏ ବିନାଶେ

  132. Couplet 132

    ଏ ଆଦିପୁରୁଷଙ୍କ କଳାଶ୍ରୀ ନରସିଂହ ରୂପ ଲୀଳା

  133. Couplet 133

    ଅସୁର-ବଧ-ଗତି-ବାଣୀଯେ ମୁଖେ କହେ କର୍ଣ୍ଣେ ଶୁଣି

  134. Couplet 134

    ସନ୍ଥଜନଙ୍କ ପୁଣ୍ୟକଥାଅଶେଷ ମୁନିମଧ୍ୟେ ଗାଥା

  135. Couplet 135

    ପ୍ରସ୍ତାବେ ଶୁଣି ଜନମଧ୍ୟେନିର୍ଭୟେ ଯାନ୍ତି କୃଷ୍ଣପାଦେ

  136. Couplet 136

    ତୁ ଯେ ପାଣ୍ଡବକୁଳେ ଜାତତ୍ରୈଲୋକ୍ୟେ ମହଭାଗ୍ୟବନ୍ତ

  137. Couplet 137

    ଲୋକ-ନିସ୍ତାରେ ମୁନିଗଣେତୋର ଭୁବନେ ଅନୁକ୍ଷଣେ

  138. Couplet 138

    ମିଳନ୍ତି ଘେନି ତୋର ଭାବତୋ ଗୃହେ ବସେ ପଦ୍ମନାଭ

  139. Couplet 139

    ଯାର ମହିମା ଦେବଗଣେଲୋଡ଼ି ନ ପାନ୍ତି ବେଦ-ବଣେ

  140. Couplet 140

    ଯେ ବ୍ରହ୍ମ-ନିର୍ବାଣ-ଦୁର୍ଲ୍ଲଭକୈବଲ୍ୟ ମୋକ୍ଷ ଅନୁଭବ

  141. Couplet 141

    ସେ ପ୍ରିୟ ସୁହୃଦ ତୋହରସୋଦର ମାତୁଳ କୁମର

  142. Couplet 142

    ସକଳଆତ୍ମା ସେ ପୂଜିତଅଖିଳଗୁରୁ ଦଇବତ

  143. Couplet 143

    ତାହାର ମହିମା ବର୍ଣ୍ଣନେଭବ ବିରଞ୍ଚି ଆଦି ଜନେ

  144. Couplet 144

    ବସ୍ତୁ ବୁଦ୍ଧିରେ ଭାବ ଚିନ୍ତିକେବେ ହେଁ ବର୍ଣ୍ଣି ନ ପାରନ୍ତି

  145. Couplet 145

    ମଉନେ ଭକ୍ତିଯୋଗେ ଭଜିକେବେହେଁ ନ ପାରନ୍ତି ଖୋଜି

  146. Couplet 146

    ସେ ବଇଷ୍ଣବ ଜନ ଗତିତା ପାଦେ ରହୁ ତୋର ମତି

  147. Couplet 147

    ସେ ହରି ତୋତେ ଦୟା କରୁତୋ ଯଶ ଜଗତେ ବିସ୍ତାରୁ

  148. Couplet 148

    ପୂର୍ବେ ଯେ ଦେବାସୁର ଯୁଦ୍ଧେରୁଦ୍ରଙ୍କୁ ରଖିଲେ ପ୍ରମାଦେ

  149. Couplet 149

    ସେ ତୋର କରୁ ସର୍ବଶୁଭସର୍ବଦା ଲଭ ତାର ଭାବ

  150. Couplet 150

    ଏ ବାଣୀ ମୁନିମୁଖୁଁ ଶୁଣିକପୋଳେ ଦେଇ ବେନିପାଣି

  151. Couplet 151

    ବୋଲେ ନାରଦ ମୁଖ ଚାର୍ହିଭୋ ମୁନି କର ମୋତେ ତ୍ରାହି

  152. Couplet 152

    କହ କେବଣ କାଳେ ହରିଈଶ୍ୱର-ତ୍ରାସ ଦୂର କରି

  153. Couplet 153

    ଅସୁର ବଳ କଲେ ନାଶଯେ ହରି ଜଗତ-ବିଶ୍ୱାସ

  154. Couplet 154

    ଏମନ୍ତ ଧର୍ମସୁତ ବାଣୀଶୁଣି କହନ୍ତି ବ୍ରହ୍ମମୁନି

  155. Couplet 155

    ପୂର୍ବେ ଯେ ଦେବାସୁରଗଣେଯୁଦ୍ଧେ ଜିଣିଲେ ଦେବଗଣେ

  156. Couplet 156

    ଅସୁରେ ପଳାଇ ବିଷାଦେମୟ ଦଇତ୍ୟ ବେନିପାଦେ

  157. Couplet 157

    କାତରେ ପଶିଲେ ଶରଣଭଗ୍ନସଙ୍କଳ୍ପେ ବୀରଗଣ

  158. Couplet 158

    ମୟ ଦଇତ୍ୟ ତାହା ଚାହିଁଅସୁରଗଣେ ଦୟାବହି

  159. Couplet 159

    ବିମାନ କଲା ତିନିପୁରଭିତରେ ଘୋର ଅନ୍ଧକାର

  160. Couplet 160

    କାଞ୍ଚନ ରୌପ୍ୟ ଲୌହମୟଦେଖି ତ୍ରିଦଶେ କଲେ ଭୟ

  161. Couplet 161

    ଲକ୍ଷି ନ ପାରି ତାକୁ ଭଲେତା ଗତି ଯିବା ଆସିବାରେ

  162. Couplet 162

    ବିତର୍କି ନୋହେ ପରିଚ୍ଛଦପୂରିତ ଅଶେଷ ଆୟୁଧ

  163. Couplet 163

    ସେ ରଥେ ବସି ଦୈତ୍ୟଗଣେଦେବଙ୍କୁ ଆବୋରିଲେ ରଣେ

  164. Couplet 164

    ତିନିଭୁବନ-ଲୋକଶିରୀନାଶନ୍ତି ବଇର ସୁମରି

  165. Couplet 165

    ଆକୁଳେ ତ୍ରିଭୁବନ-ଲୋକେଶିବ ଭଜିଲେ ଅତିରେକେ

  166. Couplet 166

    ଡାକନ୍ତି ରଖ ତ୍ରିଲୋଚନତୋ ପାଦେ ପଶିଲୁ ଶରଣ

  167. Couplet 167

    ଭୁବନେ ରହି ନ ପାରିଲୁଅସୁରଭୟେ ପଳାଇଲୁ

  168. Couplet 168

    ତ୍ରିପୁରେ ରହି ଅଲକ୍ଷିତେପ୍ରଜା ନାଶିଲେ ଶସ୍ତ୍ରାଘାତେ

  169. Couplet 169

    ଶୁଣି ଈଶ୍ୱର ତୋଷମନବୋଲନ୍ତି ମଧୁର-ବଚନ

  170. Couplet 170

    ଭୟ ନ କର ତୁମ୍ଭେ କେହିଅସୁର ସଂହାରିବି ମୁହିଁ

  171. Couplet 171

    ଏମନ୍ତ କହି ତ୍ରିଲୋଚନହସ୍ତେ ଘେନିଲେ ଶରାସନ

  172. Couplet 172

    ଶର-ସନ୍ଧାନେ ସେ ବିମାନେଧରି ବିନ୍ଧିଲେ କୋପମନେ

  173. Couplet 173

    ରୁଦ୍ର ନାରଦ ତେଜୋମୟପ୍ରକାଶେ ସୂର୍ଯ୍ୟରଶ୍ମି ପ୍ରାୟ

  174. Couplet 174

    ଅଦୃଶ୍ୟପୁର ଦୃଶ୍ୟ ହୋଏଭେଦିଲା ଅସୁରଙ୍କ ଦେହେ

  175. Couplet 175

    ଶିର ହୃଦୟ କର ଛିଡ଼ିପଡ଼ିଲେ ମହୀତଳେ ମାଡ଼ି

  176. Couplet 176

    ଜୀବନ୍ତେ ଭାଜିଲେ ଥୋକାଏଘୋର-ପ୍ରଚଣ୍ଡ ଶରଘାଏ

  177. Couplet 177

    ମୟ ଦଇତ୍ୟ ଦେଖି ତାହାଅସୁର ବଳେ କରି ଦୟା

  178. Couplet 178

    ମିଳିଲା ଅସୁର ସମୀପେପ୍ରବେଶ କଲା ସୁଧାକୂପେ

  179. Couplet 179

    ଅମୃତ ରସ ଜଳ ସଙ୍ଗେଲାଗିଲା ଅସୁରଙ୍କ ଅଙ୍ଗେ

  180. Couplet 180

    ବଜ୍ରର ପ୍ରାୟେ ଦେହ ଧରିଉଠିଲେ ଘୋରନାଦ କରି

  181. Couplet 181

    ପୁରେ ପ୍ରବେଶ ତତକ୍ଷଣଦେଖି ଡରିଲେ ଦେବଗଣ

  182. Couplet 182

    ଯୁଝନ୍ତି ନାନାଶସ୍ତ୍ର ଘେନିଶବଦେ କମ୍ପଇ ମେଦିନୀ

  183. Couplet 183

    ଭୟେ ପଳାଇ ଦେବଗଣଡାକନ୍ତି ରଖ ନାରାୟଣ

  184. Couplet 184

    ଦେଖି ଶଙ୍କର ମନଦୁଃଖଭଗ୍ନ ସଙ୍କଳ୍ପ ଅତିରେକ

  185. Couplet 185

    ବିମୁଖ ଦେଖିଣ ଶଙ୍କରଉପାୟ କଲେ ଚକ୍ରଧର

  186. Couplet 186

    ବ୍ରହ୍ମାଙ୍କୁ ବତ୍ସାରୂପ କରିକୃଷ୍ଣ ସୁରଭୀ ରୂପ ଧରି

  187. Couplet 187

    ବଦନ ରସକୂପେ ଭରିନିମିଷେ ପାନ କଲେ ହରି

  188. Couplet 188

    ଯେତେ ଅସୁର ଜଗିଥିଲେନିଷେଧି କେହି ନ ପାରିଲେ

  189. Couplet 189

    ଚାହିଁ ଅସୁରଙ୍କ ବଦନବୋଲଇ ମୟ ଯାତୁଧାନ

  190. Couplet 190

    ଦେବ ଅସୁର କିବା ନରକର୍ମକୁ ନୁହଁନ୍ତି ଈଶ୍ୱର

  191. Couplet 191

    ଯେ କର୍ମ ଅତି ବଳୀୟାରସେ ନ ଜାଣଇ ଆତ୍ମାପର

  192. Couplet 192

    ସେ ନିଶ୍ଚେ ହାନିଲାଭ କରେକେବା ନିବାରି ତାକୁ ପାରେ

  193. Couplet 193

    ତକ୍ଷଣେ ପ୍ରଭୁ ନରହରିରୁଦ୍ର-ଶରୀରେ ତେଜ ଭରି

  194. Couplet 194

    ସେ ବିଷ୍ଣୁଶକ୍ତି ବଳେ ବଳତେଜେ ବିରାଜେ ଅନର୍ଗଳ

  195. Couplet 195

    ବିରକ୍ତି ଜ୍ଞାନ ଧର୍ମ ଋଦ୍ଧିଯେ ତପବିଦ୍ୟା କ୍ରିୟା ଆଦି

  196. Couplet 196

    ଏ ସପ୍ତଗୁଣ ସପ୍ତତେଜରଥ ସାରଥି ମହାଧ୍ୱଜ

  197. Couplet 197

    ସାରଙ୍ଗ ଧନୁ ତ୍ରୋଣ ଶରରୁଦ୍ରଙ୍କୁ ଦେଲେ ଦାମୋଦର

  198. Couplet 198

    ଏ ଆଦି ନାନାଶସ୍ତ୍ର ଯେତେରୁଦ୍ରଙ୍କୁ ଦେଲେ ଜଗନ୍ନାଥେ

  199. Couplet 199

    ବର୍ମେ ଆଚ୍ଛାଦି ଦେହ ହରକରେ ଧଇଲେ ଧନୁଶର

  200. Couplet 200

    ମଧ୍ୟାହ୍ନ-ସମୟେ ଶଙ୍କରବିମାନେ ବିଜେ ରୋଷଭର

  201. Couplet 201

    ଅନଳଗର୍ଭ-ବାଣ ବିନ୍ଧିସର୍ବ ଅସୁର ବଳ ଛେଦି

  202. Couplet 202

    ତ୍ରିପୁର କଲେ ସେ ଦହନହରଷ ଦେବଙ୍କର ମନ

  203. Couplet 203

    ବିମାନେ ଶତଶଙ୍ଖ ଶୂନ୍ୟେଦୁନ୍ଦୁଭି-ବାଦ୍ୟ-ନାଦ ଘନେ

  204. Couplet 204

    ପିତୃ ଦେବତା ସିଦ୍ଧଗଣେପୁଷ୍ପ ବରଷି ତତକ୍ଷଣେ

  205. Couplet 205

    କୁସୁମ-ବୃଷ୍ଟି ରୁଦ୍ର ଶିରେଜୟ-ଶବଦ ନିରନ୍ତରେ

  206. Couplet 206

    ଆନନ୍ଦ ମନେ ଶୁଭଗାନେନାଚନ୍ତି ଅପସରାଗଣେ

  207. Couplet 207

    ଏହି ପ୍ରକାରେ ତିନିପୁରଦହନ କଲେ ଦେବହର

  208. Couplet 208

    ବ୍ରହ୍ମାଦି ଦେବେ କଲେ ସ୍ତୁତିସ୍ୱଗୃହେ ଗଲେ ଉମାପତି

  209. Couplet 209

    ଏହି ପ୍ରକାରେ ନରହରିମାୟା-ମନୁଷ୍ୟ ରୂପ ଧରି

  210. Couplet 210

    ଯେ କର୍ମ କଲେ ଏ ଜଗତେମୁନି ବର୍ଣ୍ଣନ୍ତି ତାହା ଗୀତେ

  211. Couplet 211

    ଲୋକ-ପାବନ ଯା ମହିମାଏଣୁ କେ କହୁ ଗୁଣସୀମା

  212. Couplet 212

    ସପ୍ତମ ସ୍କନ୍ଧେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ

  213. Couplet 213

    ଭଣଇ ବିପ୍ର ଜଗନ୍ନାଥଗୀତପ୍ରବନ୍ଧେ ଭାଗବତ

Odia Bhagabata skandha 7 adhyaya 10 | Parbani by ParibhaAsha App