Skip to content
paribhaasha

Skandha 7

Adhyaya 9

  1. Couplet 1

    ବ୍ରହ୍ମାଦି ଯେତେ ଦେବଗଣେନୃସିଂହ ମୂରତି ଦର୍ଶନେ

  2. Couplet 2

    କାତରେ ନାନା ସ୍ତୁତି କଲେସମୀପେ ରହି ନପାରିଲେ

  3. Couplet 3

    ଲକ୍ଷ୍ମୀ ଅଣାଇ ଦେବଗଣେବିଶ୍ୱାସେ ମିଳିଲେ ଚରଣେ

  4. Couplet 4

    ବୋଇଲେ ଯାଅ ଜନମାତଶାନ୍ତି କରାଅ ତୋର କାନ୍ତ

  5. Couplet 5

    ଦେବଙ୍କ ବଚନେ କମଳାଭାବେ କେତେହେଁ ଦୂର ଗଲା

  6. Couplet 6

    ଅଦୃଷ୍ଟପୂର୍ବ ରୂପ ଚାହିଁସନ୍ନିଧେ ନ ପାରିଲେ ଯାଇ

  7. Couplet 7

    ନିକଟେ ପ୍ରହଲ୍ଲାଦ ଆଣିବିଶ୍ୱାସେ କହେ କୁଶପାଣି

  8. Couplet 8

    ନୃସିଂହ ପାଶେ ବେଗେ ଯାଇସ୍ତୁତିରେ ତୋଷ କର ତୁହି

  9. Couplet 9

    ଭୟେ ନ ପାରୁ ଆମ୍ଭେ ଯାଇତକ୍ଷଣେ ବ୍ରହ୍ମା ଆଜ୍ଞା ପାଇ

  10. Couplet 10

    ନୃସିଂହ ନିକଟେ ମିଳିଲାକରଅଞ୍ଜଳି ଶିରେ ଦେଲା

  11. Couplet 11

    ଚରଣତଳେ ଶିର ଦେଇନମିଲା ଦଣ୍ଡବତ ହୋଇ

  12. Couplet 12

    ଦେଖି ନୃସିଂହ ଦୟାଚିତ୍ତେଆନନ୍ଦେ ଧରି ତାକୁ ହସ୍ତେ

  13. Couplet 13

    ଭୂମିରୁ ତୋଳି ବସାଇଲେହସ୍ତପଙ୍କଜ ଶିରେ ଦେଲେ

  14. Couplet 14

    ସେ ପଦ୍ମକରର ମହିମାକି ଦେବା ତହିଁକି ଉପମା

  15. Couplet 15

    କାଳଭୁଜଙ୍ଗ ଭୟ ପାଇଯେ ପ୍ରାଣୀ ଶରଣ ପଶଇ

  16. Couplet 16

    ସେ ପଦ୍ମକର ରଖେ ତାରେବେଗେ ପଶଇ ସୁଖଘରେ

  17. Couplet 17

    ନୃସିଂହ କର ଲାଗି ଶିରେଅଶୁଭ ଗଲା ଅତି ଦୂରେ

  18. Couplet 18

    ତକ୍ଷଣେ ଜ୍ଞାନ ପ୍ରକାଶିଲାଆନନ୍ଦେ ଅସୁରର ବଳା

  19. Couplet 19

    ନୃସିଂହ-ଚରଣ-କମଳେମନ ନିରୋପିଲା ନିଶ୍ଚଳେ

  20. Couplet 20

    ରୋମ ପୁଲକ ତାର ଦେହେଆନନ୍ଦେ ଅଶ୍ରୁ ଜଳ ବହେ

  21. Couplet 21

    ଏକାଗ୍ରେ ମନ ଦୃଢ଼ କରିସେ ରୂପ ଅନ୍ତର୍ଗତେ ଭରି

  22. Couplet 22

    ଚରଣେ ଦେଇ ବେନିପାଣିକଣ୍ଠ ଗଦ୍‌ଗଦେ କହେ ବାଣୀ

  23. Couplet 23

    ବ୍ରହ୍ମାଦି ଦେବଙ୍କ ବିଷୟେଯେଣେ ନୃସିଂହ ଦୟାବହେ

  24. Couplet 24

    ଆତ୍ମାର ନିସ୍ତାରଣ ଅର୍ଥେସଂସାରୁ ତରିବା ନିମନ୍ତେ

  25. Couplet 25

    ତ୍ରିଚତ୍ୱାରିଂଶ ପଦ ଶ୍ଳୋକେସ୍ତୁତି କରଇ ଏକେ ଏକେ

  26. Couplet 26

    ବ୍ରହ୍ମାଦି ସିଦ୍ଧ ମୁନିଗଣେସ୍ୱଭାବ ସାତ୍ତ୍ୱିକ ଲକ୍ଷଣେ

  27. Couplet 27

    ଅମୃତ-ବଚନ-ପ୍ରବାହେନିର୍ମଳ-ବିଶୁଦ୍ଧ-ହୃଦୟେ

  28. Couplet 28

    ନାନା ପ୍ରକାରେ ସ୍ତୁତି କରିଆରାଧି ନପାରିଲେ ହରି

  29. Couplet 29

    ମୁଁ ଛାର ଅସୁର ହୋଇଣକାହୁଁ ତୋଷିବି ନାରାୟଣ

  30. Couplet 30

    ଧନ ସତ୍‌କୁଳ ଅବା ରୂପପଣ୍ଡିତପଣ ତେଜ ତପ

  31. Couplet 31

    ବଳ ପୌରୁଷ ବୁଦ୍ଧି ଯୋଗଓଜ ବିଭୂତି ବାରମାର୍ଗ

  32. Couplet 32

    ଏ ଆଦି ଯେତେ ଗୁଣଗ୍ରାମନୁହଁନ୍ତି ବିଷ୍ଣୁତୋଷେ କ୍ଷମ

  33. Couplet 33

    କେବଳ ଭକ୍ତିଯୋଗେ ତୋଷଯେସନେ ଗଜେନ୍ଦ୍ର-ବିଶ୍ୱାସ

  34. Couplet 34

    ଦ୍ୱାଦଶଗୁଣେ ବିପ୍ର ଯୁକ୍ତସେ ଯେବେ ନୋହେ ବିଷ୍ଣୁଭକ୍ତ

  35. Couplet 35

    ସେ ବିପ୍ରଶ୍ରେଷ୍ଠ ନ ବୋଲାଇସଂସାରୁ ତରିବ ସେ କାହିଁ

  36. Couplet 36

    ଯେହୁ ଦ୍ୱାଦଶଗୁଣ ଧରେସେ ବିପ୍ର ସଂସାର-ବେଭାରେ

  37. Couplet 37

    ସ୍ୱଭାବେ ସତ୍ୟ ଶମ ଦମଅହିଂସା ତପ କ୍ଷମା ଧର୍ମ

  38. Couplet 38

    ଆର୍ଜବ ଦାନ ବ୍ରତ ଧୃତିଶଉଚ ଶ୍ରୁତ ଆଦି କୃତି

  39. Couplet 39

    ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣବେଦେ ବର୍ଣ୍ଣିତ ଏତେ ଗୁଣ

  40. Couplet 40

    ଏମନ୍ତ ବିପ୍ର ହୋଇ ଯେବେଭକ୍ତି ନକରେ କୃଷ୍ଣଭାବେ

  41. Couplet 41

    ଚଣ୍ଡାଳ ଜନ୍ମ ହୋଇ ଯେବେମନ ଅର୍ପଇ କୃଷ୍ଣଭାବେ

  42. Couplet 42

    ଆତ୍ମା ପବିତ୍ର ବେଗେ କରେଚଣ୍ଡାଳ କୁଳକୁ ଉଦ୍ଧରେ

  43. Couplet 43

    ବ୍ରାହ୍ମଣ ସର୍ବମାନ୍ୟ ହୋଇଆତ୍ମା ଉଦ୍ଧରି ନ ପାରଇ

  44. Couplet 44

    ଯେ ହରି ନିତ୍ୟ ଶୁଦ୍ଧଜ୍ଞାନଆତ୍ମା ପ୍ରକାଶେ ନିରଞ୍ଜନ

  45. Couplet 45

    ସେ କାହିଁ ଅଜ୍ଞାନ-ସଙ୍କଳ୍ପେଆବର ନାନା ପୂଜା ରୂପେ

  46. Couplet 46

    ଯେଣୁ ଦୟାଳୁ ସେ ବୋଲାଇଏଣୁ ଭରସା ପ୍ରାଣୀ ପାଇ

  47. Couplet 47

    କରନ୍ତି ପୂଜାବିଧି ଯେତେଆତ୍ମା ମଙ୍ଗଳପ୍ରାପ୍ତି ଅର୍ଥେ

  48. Couplet 48

    ସ୍ୱଭାବେ ନିଜ ମୁଖ ବେଶଯେସନେ ଦର୍ପଣେ ପ୍ରକାଶ

  49. Couplet 49

    ତେଣୁ ଭରସା ପାଇ ମୁହିଁଈଶ୍ୱର-ମହିମା ବର୍ଣ୍ଣଇ

  50. Couplet 50

    ଯଦ୍ୟପି ନୀଚ ଦେହ ମୋରସ୍ତବନେ ନାହିଁ ଅଧିକାର

  51. Couplet 51

    ତଥାପି ବୁଦ୍ଧି ଯେତେ ମୋରସ୍ତୁତି କରିବି ତୋ ଛାମୁର

  52. Couplet 52

    ଅବିଦ୍ୟାବଳେ ଏ ସଂସାରେଏ ଜୀବ ଅଶେଷ ପ୍ରକାରେ

  53. Couplet 53

    କର୍ମର ବଳେ ସଞ୍ଚରଇତୋର ଭଜନେ ସେ ତରଇ

  54. Couplet 54

    ତୁ ସତ୍ୟଧାମ ଦାମୋଦରମୁହିଁ ଯେ ତୋହର କିଙ୍କର

  55. Couplet 55

    ବ୍ରହ୍ମାଦି ଯେତେ ଦେବଗଣେସେ ସର୍ବେ ତୋହର ଚରଣେ

  56. Couplet 56

    ତୋତେ ଚିନ୍ତନ୍ତି ଭୟଚିତ୍ତେପାଦେ ସେବନ୍ତି ଅବିରତେ

  57. Couplet 57

    ଏଣୁ ସଂସାର ରକ୍ଷାଅର୍ଥେତୋ ଅବତାର ଏ ଜଗତେ

  58. Couplet 58

    ତେଣୁ ତୋ କୋପ ତୁ ସଂହରତୁ ନାଥ ଜଗତ ଈଶ୍ୱର

  59. Couplet 59

    ତୁ ଏ ଅସୁର ହତ କଲୁସଂସାର ଭୟ ନିବାରିଲୁ

  60. Couplet 60

    ଆନନ୍ଦ ସାଧୁଙ୍କର ମନେସର୍ପ-ବୃଶ୍ଚିକ-ନାଶେ ଯେହ୍ନେ

  61. Couplet 61

    ଲୋକେ ଆନନ୍ଦେ ସ୍ଥିରମନେଭଜିଲେ ତୋହର ପ୍ରସନ୍ନେ

  62. Couplet 62

    ଶୁଣ ହେ ପ୍ରଭୁ ଚକ୍ରଧରଏରୂପ ମହାଭୟଙ୍କର

  63. Couplet 63

    ଏବେ ଏ ଭୟରୂପ ହରଲୋକଙ୍କ ଭୟକୁ ସଂହର

  64. Couplet 64

    ଜିହ୍ୱା ଚଞ୍ଚଳ ସୌଦାମିନୀପ୍ରଳୟାନଳ ନେତ୍ର ବେନି

  65. Couplet 65

    ଭ୍ରୂକୁଟୀ କୁଟୀଳ ପ୍ରଚଣ୍ଡଦଂଷ୍ଟ୍ରା କରାଳ ପାଟିତୁଣ୍ଡ

  66. Couplet 66

    ଅସୁର-ହୃଦୟ-ରୁଧିରେତା ଅନ୍ତ୍ର-ପୁଷ୍ପମାଳ କରେ

  67. Couplet 67

    କେଶର ଦିଶେ ଶୋଣି ବର୍ଣ୍ଣରୁଧିରେ ରଙ୍ଗ ବେନି କର୍ଣ୍ଣ

  68. Couplet 68

    ତୁମ୍ଭର ଘୋରନାଦ ଶୁଣିପ୍ରଳୟ-ବଜ୍ର ପ୍ରାୟ ମଣି

  69. Couplet 69

    ଅଇରାବତ ଆଦି ନାଗେପଳାଇଗଲେ ଅଷ୍ଟଦିଗେ

  70. Couplet 70

    ଅନଳ ପ୍ରାୟ ନଖପନ୍ତିଅସୁର ରୁଧିର ପିବନ୍ତି

  71. Couplet 71

    ଏମନ୍ତ ରୂପ ତୋର ଚାହିଁଭୋ ନାଥ ମୋର ଭୟ ନାହିଁ

  72. Couplet 72

    ତୁ ନାଥ ଶରଣ-ବତ୍ସଳଅବ୍ୟୟ ଆତ୍ମା ଆଦିମୂଳ

  73. Couplet 73

    ତୋର ସଂସାରଚକ୍ରେ ପଡ଼ିଆତ୍ମାର ନିଜ ପଥ ହୁଡ଼ି

  74. Couplet 74

    ସେ ମାୟାଚକ୍ର ମୋତେ ଘେନିକାଳେ ଭ୍ରମାଇ ନାନା ଯୋନି

  75. Couplet 75

    ସ୍ୱକର୍ମବଦ୍ଧେ ମୋ ଜୀବନଏଣୁ ହରାଇ ନିଜ ଜ୍ଞାନ

  76. Couplet 76

    ଏବେ ତୋହର ପାଦମୂଳେଶରଣ ପଶିଲି ନିଶ୍ଚଳେ

  77. Couplet 77

    ତୋତେ ନଭଜି ନାରାୟଣମୋର ଜୀବନ ଗତି ଶୁଣ

  78. Couplet 78

    ଏ ଘୋର ସଂସାର-ସାଗରେଜନ୍ମ-ମରଣ ଅଭ୍ୟନ୍ତରେ

  79. Couplet 79

    ସଂଯୋଗ-ବିଯୋଗ ଅଜ୍ଞାନଶୋକ-ଅନଳେ ଦହେ ମନ

  80. Couplet 80

    ଏ ଦେହେ ସର୍ବ ଦୁଃଖ ବ୍ୟାଧିତୋହର ଚରଣ ଔଷଧି

  81. Couplet 81

    ସେ ପାଦ ଛାଡ଼ି ମୁହିଁ ଦୂରେଭ୍ରମଇଁ ଘୋର ଅନ୍ଧକାରେ

  82. Couplet 82

    ଏବେ ଏମନ୍ତ ଆଜ୍ଞା କରଯେମନ୍ତେ ସେବିବି ପୟର

  83. Couplet 83

    ତୁ ନାଥ ପ୍ରାଣୀଙ୍କ ଜୀବନପ୍ରିୟ-ଦେବତା ବନ୍ଧୁଜନ

  84. Couplet 84

    ତୋହର ଲୀଳା-କ୍ରୀଡ଼ା ବାଣୀବିରଞ୍ଚି ସଭାମଧ୍ୟେ ଭଣି

  85. Couplet 85

    ମୁଁ ତୋର ଲୀଳାଗୁଣ ଗୁଣିତରିବି ଭବ-ତରଙ୍ଗିଣୀ

  86. Couplet 86

    ତୋ ପାଦ-ପଦ୍ମବନ ମଧ୍ୟେଯେ ହଂସ ଖେଳନ୍ତି ଆନନ୍ଦେ

  87. Couplet 87

    ତାହାଙ୍କ ସଙ୍ଗୀ ମୋତେ କରଏ ମାୟା-ସଂସାରୁ ଉଦ୍ଧର

  88. Couplet 88

    ବାଳକ ରକ୍ଷଣ ସଂସାରେପିତାମାତା ହୁଁ ନାହିଁ ପରେ

  89. Couplet 89

    ଅଗାଧ-ସମୁଦ୍ର ଲଙ୍ଘନେପ୍ରାଣୀଙ୍କ ନଉକା ଯେସନେ

  90. Couplet 90

    ପଥେ-ତୃଷିତ-ପ୍ରାଣୀ ଯେହ୍ନେଜୀବନ ରଖେ ଜଳପାନେ

  91. Couplet 91

    ବ୍ୟାଧିରେ ଆର୍ତ୍ତ ହେଲେ ଜନଔଷଧି ହୁଅଇ ଶରଣ

  92. Couplet 92

    ମାତ୍ର ତୋ ପାଦ କୃପା ବିନେଏ କେହି ନୁହଁନ୍ତି କାରଣେ

  93. Couplet 93

    ଏମନ୍ତ ତୋ ପଦ୍ମଚରଣଏଣୁ ମୁଁ ପଶିଲି ଶରଣ

  94. Couplet 94

    ଭୋ ନାଥ ତୋର ମାୟାବଳେପ୍ରକୃତି ଏ ମାୟା ଶୟଳେ

  95. Couplet 95

    କାଳର ବଳେ ସଙ୍ଗ ହୋଇଯାହାକୁ ଯେମନ୍ତ ଭାବଇ

  96. Couplet 96

    ଯେଣେ ଯାହାକୁ ନିଯୋଜଇସେ ଫଳ ତାର ହସ୍ତେ ଦେଇ

  97. Couplet 97

    କାହୁଁ ଆସଇ କାହିଁ ଥାଇକାହାକୁ କାହିଁ ନେଇ ଥୋଇ

  98. Couplet 98

    ଜୀବକୁ କରେ ନାନା ଗତିଏମନ୍ତେ ପ୍ରଧାନ ପ୍ରକୃତି

  99. Couplet 99

    ସେ ଜୀବ ତୋର ସଙ୍ଗେ ରହେଭାବେ ଭ୍ରମଇଁ ସର୍ବଦେହେ

  100. Couplet 100

    ଏ ଜୀବ ତୋର ଅଂଶୁ ଜାତତୋହର ବଶ ଏ ଜଗତ

  101. Couplet 101

    କାଳର ବଳେ ବଶ ହୋଇଦେହ-ବନ୍ଧନେ ବଦ୍ଧ ଦେହୀ

  102. Couplet 102

    ସଂସାରଚକ୍ରେ ଷୋଡ଼ଶାରେକର୍ମେ ଭ୍ରମଇ ନିରନ୍ତରେ

  103. Couplet 103

    ଦଶଇନ୍ଦ୍ରିୟ ମନବନ୍ଧେଶବ୍ଦ ସ୍ପରଶ ରୂପ ଗନ୍ଧେ

  104. Couplet 104

    ରସେ ରସଇ ସର୍ବକାଳେଏମନ୍ତେ ଭ୍ରମେ ମହୀତଳେ

  105. Couplet 105

    ଏମନ୍ତ ଚକ୍ରେ ଜୀବ ବସିକର୍ମ-ବିଷୟ ରସେ ରସି

  106. Couplet 106

    ଚକ୍ରେ ଭ୍ରମଇ ଦୁଃଖ ସହିତୋ ବିନୁ ତାର ମୋକ୍ଷ ନାହିଁ

  107. Couplet 107

    ନିତ୍ୟ ବିଜିତ ଆତ୍ମାଗୁଣସ୍ୱତେଜ ବଳେ ନାରାୟଣ

  108. Couplet 108

    ଏ କାଳଆତ୍ମା ବଶ କରିବିସର୍ଗ-ଶକ୍ତିକି ବିସ୍ତାରି

  109. Couplet 109

    ସେ ସୃଷ୍ଟି କାଳଚକ୍ରେ ଥୋଇସେ ଚକ୍ରେ ଜୀବକୁ ବସାଇ

  110. Couplet 110

    ପେଡ଼ଇ ଈକ୍ଷୁଦଣ୍ଡ ପ୍ରାୟେଏଣୁ ଡରଇ ମୋର କାୟେ

  111. Couplet 111

    ଏବେ ମୁଁ ତୋ ଶରଣାଗତଚକ୍ରୁ ଉଦ୍ଧର ମୋର ନାଥ

  112. Couplet 112

    ମୁଁ ଏବେ ଦେଖିଲି ପ୍ରତ୍ୟକ୍ଷେଭୋ ନାଥ ତୋହର ସମକ୍ଷେ

  113. Couplet 113

    ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବାମନୁଷ୍ୟ କରେ ତାଙ୍କୁ ସେବା

  114. Couplet 114

    ଇଚ୍ଛନ୍ତି ଅଇଶ୍ୱର୍ଯ୍ୟ ଭୋଗସାତ୍ତ୍ୱିକ ସଂଯୋଗ ବିଯୋଗ

  115. Couplet 115

    ଏ ଦେବେ ମୋର ପିତା ତ୍ରାସେଦଣ୍ଡେ ନଥାନ୍ତି ଅବକାଶେ

  116. Couplet 116

    ତାହାର ଭ୍ରୂକୁଟୀ କୁଟୀଳେଭୟେ ପଶନ୍ତି ଅନ୍ତରାଳେ

  117. Couplet 117

    ତୁ ଏବେ ତାହାକୁ ସଂହାରିରଖିଲୁ ସର୍ବଦେବ ଶିରୀ

  118. Couplet 118

    ତେଣୁ ଯେ ପ୍ରାଣୀଙ୍କ ଆଶିଷଯେ ଫଳ ଏ ଭୂତ ଭବିଷ୍ୟ

  119. Couplet 119

    ଆୟୁ ସମ୍ପଦ ଭୋଗ ଅର୍ଥଇନ୍ଦ୍ରିୟ ସୁଖର ପ୍ରାପତ

  120. Couplet 120

    ସେ ସର୍ବବାଞ୍ଛା ତୋର ବଳେକାଳ ହରଇ ଅବହେଳେ

  121. Couplet 121

    ତେଣେ ମୋହର କାର୍ଯ୍ୟ ନାହିଁତୋ ପାଦେ ରଖ ଭାବଗ୍ରାହୀ

  122. Couplet 122

    ତୋ ମାୟା-ସଂସାର-ସାଗରେସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ

  123. Couplet 123

    ଏ କଳେବରର ମହିମାଅଶେଷ ରୋଗଙ୍କର ସୀମା

  124. Couplet 124

    ଏ ସର୍ବ ଶ୍ରୁତିମୁଖେ ଶୁଣିସ୍ୱପ୍ନର ପ୍ରାୟେ ପରିମାଣି

  125. Couplet 125

    ଅଛଇ ତୋର ମାୟାମୋହେକେବେ ହେଁ ବିରକତ ନୋହେ

  126. Couplet 126

    କାମଅନଳ ମଧୁ ଲୋଭେକେମନ୍ତେ ଲିଭିବ ସ୍ୱଭାବେ

  127. Couplet 127

    ମୋହର ଜନ୍ମ ରଜଗୁଣେଅଧିକ ତାମସ ଲକ୍ଷଣେ

  128. Couplet 128

    ଅସୁରକୁଳେ ଜାତ ମୁହିଁତୋ ଅନୁକମ୍ପା ଅବା କାହିଁ

  129. Couplet 129

    ଭୋ ନାଥ ମୋର ଶିରେ ଆଣିପ୍ରସନ୍ନେ ଦେଲୁ ପଦ୍ମପାଣି

  130. Couplet 130

    ତୋର ପ୍ରସାଦ ପଦ୍ମନାଭବ୍ରହ୍ମା ଶଙ୍କରରେ ଦୁର୍ଲ୍ଲଭ

  131. Couplet 131

    କମଳା ତୋର ହୃଦେ ଥାଇତୋ ଭାବ ଲଭି ନପାରଇ

  132. Couplet 132

    ତୋର ମହିମା ଭାବଗ୍ରାହୀପର-ଅପର ତୋର ନାହିଁ

  133. Couplet 133

    ଏ ଜୀବ ପରାପର ଜାଣେସଂସାରଗତି ନ ପ୍ରମାଣେ

  134. Couplet 134

    ଉତ୍ତମ ସେବା ତୋ ଚରଣେଯେ ପ୍ରାଣୀ କରେ ଅନୁକ୍ଷଣେ

  135. Couplet 135

    ସେ ପାଦ ଯାରେ ଦୟା କରେପ୍ରସନ୍ନ କଳ୍ପଦ୍ରୁମ ତାରେ

  136. Couplet 136

    ସେବାନୁରୂପ ଫଳ ପାଇପର-ଅପର ତୋର ନାହିଁ

  137. Couplet 137

    ଏମନ୍ତେ ଭବବନ୍ଧ-କୂପେବେଢ଼ି ଅଛନ୍ତି କାଳସର୍ପେ

  138. Couplet 138

    ସେ କୂପେ ପଡ଼ି ସର୍ବଜନେକାମ କଳ୍ପନ୍ତି ନିତ୍ୟ ମନେ

  139. Couplet 139

    ତାହାଙ୍କ ସଙ୍ଗତରେ ଥାଇସେ କାମ କଳ୍ପୁଥାଇ ମୁହିଁ

  140. Couplet 140

    ନାରଦ ମୁନି ବେଦମୟସେ ମୋତେ କଲେ ଅନୁଗ୍ରହ

  141. Couplet 141

    ଏଣୁ ସାଧୁଙ୍କ ସଙ୍ଗେ ଭାବିତୋ ସେବା କେମନ୍ତେ ଛାଡ଼ିବି

  142. Couplet 142

    ଅନନ୍ତ ମୋ ପ୍ରାଣ ରକ୍ଷଣପିଅର ମରଣ କାରଣ

  143. Couplet 143

    ଭକ୍ତ-ରକ୍ଷଣ ବାକ୍ୟମତେତୋ ଅବତାର ଏ ଜଗତେ

  144. Couplet 144

    ମୋ ପିତା ଖଡ଼୍‌ଗ ଧରି ହସ୍ତେପ୍ରତିଜ୍ଞା କଲା ମୋ ଅଗ୍ରତେ

  145. Couplet 145

    ବୋଇଲା ଦେଖା ତୋ ଠାକୁରନୋହିଲେ ଛେଦିବଇଁ ଶିର

  146. Couplet 146

    ମୁହିଁ ଈଶ୍ୱର ତିନିପୁରେମୋ ତହୁଁ କେବା ଅଛି ପରେ

  147. Couplet 147

    ଏଣୁ ମୋ ବାକ୍ୟ ସତ୍ୟ କରିତୋ ଅବତାର ନରହରି

  148. Couplet 148

    ତୁ ଏ ଜଗତେ ଦେହ ଧରିଜନଙ୍କ ମଧ୍ୟେ ଅବତରି

  149. Couplet 149

    ପ୍ରକାଶୁ ସ୍ଥୂଳ ସୂକ୍ଷ୍ମ ରୂପେଏବେ ରହୁ ନିର୍ଲେପ ରୂପେ

  150. Couplet 150

    ତ୍ରିଗୁଣ ସର୍ଜୁ ଗୁଣମୟେମାୟା ପ୍ରକାଶୁ ନାନାଦେହେ

  151. Couplet 151

    ବିହରୁ ଗୁଣମଧ୍ୟେ ପଶିକେ କହୁ ତୋ ରୂପ ବିଶେଷି

  152. Couplet 152

    ସତ ଅସତ ଏ ଜଗତତୋ ତହୁଁ ନାହିଁ ଭିନ୍ନମତ

  153. Couplet 153

    ମାୟାରେ ଆତ୍ମ ପର କରେବିଅର୍ଥେ ବୁଦ୍ଧିରେ ବିଚାରେ

  154. Couplet 154

    ପ୍ରକାଶ ସ୍ଥିତି ଅନ୍ତ ସୃଷ୍ଟିତରୁ-ପଲ୍ଲବେ ଯେହ୍ନେ ଅଷ୍ଟି

  155. Couplet 155

    ତୁ ଏ ଜଗତେ ଆତ୍ମବଳେଆତ୍ମାରେ ଥାଉ ଅନ୍ତଃକାଳେ

  156. Couplet 156

    ସୃଷ୍ଟି ସଂହାରି ମାୟାବଳେନାଗ ଶୟନେ ତୁ ନିଶ୍ଚଳେ

  157. Couplet 157

    ତୋ ନିଜ ସୁଖେ ଅନୁଭବନିରୀହ ରୂପ ପଦ୍ମନାଭ

  158. Couplet 158

    ମୁଦ୍ରିତ ଲୋଚନେ ମୁରାରିନିଦ୍ରାକୁ ହୃଦରେ ସଂହାରି

  159. Couplet 159

    ତୁରୀୟେ ସୁଖେ ରହୁ ତୁହିତ୍ରିଗୁଣେ ତୋର କାର୍ଯ୍ୟ ନାହିଁ

  160. Couplet 160

    ସେ ଗୁଣମୟ ତୋ ଶରୀରେଚେତଇ ନିଦ୍ରା ଅଭ୍ୟନ୍ତରେ

  161. Couplet 161

    କାଳର ବଳେ ତୋ ନୟନେଯୋଗ ସମାଧି ଅବସାନେ

  162. Couplet 162

    ତୋ ନାଭିମଧ୍ୟେ ଜଳକଣେବୀଜ ପ୍ରକାଶେ ତତକ୍ଷଣେ

  163. Couplet 163

    ବୀଜୁ ଯେସନେ ବଟ ହୋଇପଦ୍ମ ମୃଣାଳ ପ୍ରକାଶଇ

  164. Couplet 164

    ସେ ପଦ୍ମମଧ୍ୟୁ ବ୍ରହ୍ମା ଜାତନ ଜାଣେ ଆତ୍ମାର ବୃତ୍ତାନ୍ତ

  165. Couplet 165

    ତୁ ବୀଜଆତ୍ମା ତା ଶରୀରେପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ

  166. Couplet 166

    ତାହା ନଜାଣି ବେଦମୁଖଆରତେ ଖୋଜିଲେ ଅନେକ

  167. Couplet 167

    କାହୁଁ ଅଇଲି ବୋଲି ଚିନ୍ତିଭୟେ ଭାଳଇ ପ୍ରଜାପତି

  168. Couplet 168

    ପୁଣି ପଶିଲା ପଦ୍ମନାଳେଶତେବରଷ ଯୋଗବଳେ

  169. Couplet 169

    ଅଙ୍କୁରମାର୍ଗେ ବୀଜ ଲୋଡ଼ିଭ୍ରମିଲା ବହୁ ଦୁଃଖେପଡ଼ି

  170. Couplet 170

    ଲୋଡ଼ି ନ ପାଇ ମହାଜଳେପୁଣି ଉଠିଲା ପଦ୍ମନାଳେ

  171. Couplet 171

    ଭାଳଇ ପଦ୍ମମଧ୍ୟେ ରହିତୋ ଅନ୍ତ ପାଇବ ସେ କାହିଁ

  172. Couplet 172

    ତୋତେ ନପାଇ ପ୍ରଜାପତିତପସାଧନେ କଲା ମତି

  173. Couplet 173

    ଅନେକ କାଳ ସାଧି ତପଦେଖିବା ନିମନ୍ତେ ତୋ ରୂପ

  174. Couplet 174

    ତୋ ରୂପ କରି ଅନୁମାନେଭୂମିରୁ ଗନ୍ଧମାତ୍ରା ଯେହ୍ନେ

  175. Couplet 175

    ସହସ୍ର-ବଦନ-ନୟନସହସ୍ର-ଶିର-ନାସା-କର୍ଣ୍ଣ

  176. Couplet 176

    ସହସ୍ର-ଉର ସସ୍ରପାଦସହସ୍ର ଭୁଜେ ସସ୍ରାୟୁଧ

  177. Couplet 177

    ସେ ମାୟାମୟ ରୂପ ସୁଖେବିଧାତା ଦେଖିଲା ସମ୍ମୁଖେ

  178. Couplet 178

    ତୋହର ଦେଖି ଦିବ୍ୟବେଶବିଧାତା ହୋଇଲା ହରଷ

  179. Couplet 179

    ବ୍ରହ୍ମାର ଅର୍ଥେ ପଦ୍ମନାଭରୂପ ପ୍ରକାଶ ହୟଗ୍ରୀବ

  180. Couplet 180

    ବିଷ୍ଣୁର ଯୋଗନିଦ୍ରା କାଳେକର୍ଣ୍ଣରୁ ମଳ ପଡ଼ି ଜଳେ

  181. Couplet 181

    ରଜ-ତାମସ-ଗୁଣେ ଜାତମଧୁ-କୈଟଭ ବେନି ଦୈତ୍ୟ

  182. Couplet 182

    ଦେବହେଳନ ମହାଘୋରତେଜ ପ୍ରଚଣ୍ଡ ଭୟଙ୍କର

  183. Couplet 183

    ତାହାଙ୍କୁ ମାରି ଶତ୍ରୁଗଣବ୍ରହ୍ମାଙ୍କୁ କଲୁ ସମର୍ପଣ

  184. Couplet 184

    ଏହି ପ୍ରକାରେ ନରହରିନୃ ପଶୁ ଋଷି ରୂପ ଧରି

  185. Couplet 185

    ଦେବତା ଜଳଜନ୍ତୁ ରୂପେତୋ ଅବତାର ମହାକଳ୍ପେ

  186. Couplet 186

    ଦୁଷ୍ଟ ନିବାରି ସନ୍ଥ ପାଳୁତୁ ନାଥ ପରମ ଦୟାଳୁ

  187. Couplet 187

    ଯୁଗାନୁଧର୍ମେ ପାଳୁ ନାଥକଳିଲେ ନୋହୁ ତୁ ତେମନ୍ତ

  188. Couplet 188

    ଏ ରୂପେ ଛନ୍ନରୂପ ହେଉଏଣୁ ତ୍ରିଯୁଗ ତୁ ବୋଲାଉ

  189. Couplet 189

    ନିରତେ ମାୟାଜଡ଼େ ଛନ୍ନପାପ-ସଙ୍କଳ୍ପେ ଦୁଷ୍ଟମନ

  190. Couplet 190

    ଏଣୁ ତୋ କଥାମୃତେ ରତିକେ କରିପାରେ ଦୃଢ଼ ମତି

  191. Couplet 191

    କାମ-ସଙ୍କଳ୍ପେ ମୁଁ ଆତୁରକାହୁଁ ଜାଣିବି ଗତି ତୋର

  192. Couplet 192

    ଏ ଦେହେ ଇନ୍ଦ୍ରିୟଙ୍କ ଗୁଣଭୋ ନାଥ ସାବଧାନେ ଶୁଣ

  193. Couplet 193

    ଆତ୍ମା ନରହି ହୃଦଗତେଚଳଇ ଇନ୍ଦ୍ରିୟ ଆୟତ୍ତେ

  194. Couplet 194

    ରସ-ଲାଳସେ ଜିହ୍ୱା ଧରେତୃଷିତେ ତୃଷା ବଳ କରେ

  195. Couplet 195

    ଉପସ୍ଥ ଧରେ କାମ ଭୋଗେଗୁହ୍ୟ ଧରଇ ମଳୋତ୍ସର୍ଗେ

  196. Couplet 196

    ଚର୍ମ ଧରଇ ଶୀତ-ଉଷ୍ମେଉଦର ଧରେ ଭକ୍ଷ-କର୍ମେ

  197. Couplet 197

    ଶ୍ରବଣ ଶବ୍ଦ-ଅର୍ଥେ ଧରେଗନ୍ଧାର୍ଥେ ନାସିକା-ବିବରେ

  198. Couplet 198

    ରୂପ ସଂଯୋଗେ ଦୃଷ୍ଟି ରହେବଳ-ବିକ୍ରମ ଶକ୍ତି ବହେ

  199. Couplet 199

    ଏ ଇନ୍ଦ୍ରିଗଣ କର୍ମବଳେପ୍ରାଣୀ ନାଶନ୍ତି ଅବହେଳେ

  200. Couplet 200

    ବହୁତ ସପତଣୀ ଘରେଗୃହସ୍ଥ ରମେ ନିରନ୍ତରେ

  201. Couplet 201

    ସେ ଯେହ୍ନେ ପତ୍ନୀଙ୍କ ଆୟତ୍ତେନିରତେ ରମେ ନାନାମତେ

  202. Couplet 202

    ସେ ନାରୀଗଣେ ତାର ଚିତ୍ତକରନ୍ତି ଆପଣା ଆୟତ୍ତ

  203. Couplet 203

    ଯେ ଯାହାମତେ ସୁଖ ଚିନ୍ତିସ୍ୱାମୀ ଜୀବନ ସେ ହରନ୍ତି

  204. Couplet 204

    ଏମନ୍ତେ କର୍ମପାଶ ବଳେବଇତରଣୀ ଭବ ଜଳେ

  205. Couplet 205

    ଜନ୍ମ ମରଣ ପ୍ରାଣୀ ବହେଅନ୍ୟୋନ୍ୟ ଘଟଣା-ପ୍ରବାହେ

  206. Couplet 206

    ସ୍ୱ-ପରଭେଦେ ପଥ ହୁଡ଼ିଯାତନା ମଧ୍ୟେ ଛନ୍ତି ଜଡ଼ି

  207. Couplet 207

    ତାହାଙ୍କ ମଧ୍ୟେ ମୁହିଁ ଥାଇଆତ୍ମାର ଗତି ନ ଜାଣଇ

  208. Couplet 208

    ତୋ ପାଦେ ପଶିଲି ଶରଣମୋତେ ଉଦ୍ଧର ନାରାୟଣ

  209. Couplet 209

    ଦୁଃଖୀଜନଙ୍କ ଉପକାରେତୋ ସମ ନାହିଁନା ସଂସାରେ

  210. Couplet 210

    ସଂସାର ଉତ୍ପତ୍ତି ପାଳନଈଷିତେ କରୁ ସଂହରଣ

  211. Couplet 211

    ମୂଢ଼ପ୍ରାଣୀଙ୍କି ତୋର ଦୟାକେ ଜାଣିପାରେ ନାଥ ଏହା

  212. Couplet 212

    ଆରତ ଜନବନ୍ଧୁ ହେଉକରୁଣାସିନ୍ଧୁ ନାମ ବହୁ

  213. Couplet 213

    ତୋହର ସେବକ ତାରଣେତୁ ନାଥ ଥାଉ ଅନୁକ୍ଷଣେ

  214. Couplet 214

    ତୋର ମହିମା-ଗୁଣ ଗୁଣିନିଶ୍ଚଳ ଚିତ୍ତେ ପରିମାଣି

  215. Couplet 215

    ଏଣୁ ମୋହର ଭୟ ନାହିଁବଇତରଣୀ ମଧ୍ୟେ ଥାଇ

  216. Couplet 216

    ତୋରେ ବିମୁଖ ଯାର ମନସେ ପ୍ରାଣୀ ସେ ଜଳେ ନିମଗ୍ନ

  217. Couplet 217

    କୁଟୁମ୍ବ-ଭରଣ ନିମନ୍ତେଭାର ବହଇ ଅବିରତେ

  218. Couplet 218

    ଇନ୍ଦ୍ରିୟ ସୁଖେ ଗୃହେ ରହେକୁଟୁମ୍ବ ସ୍ନେହେ ମାୟାମୋହେ

  219. Couplet 219

    ଏ ଯେ ସକଳ ମୁନିଜନେନିର୍ମଳ-ନିଶ୍ଚଳ-ଚିନ୍ତନେ

  220. Couplet 220

    ମାୟା-କଳ୍ପନା ଦୂର କରିମଉନବ୍ରତେ ବ୍ରହ୍ମଚାରୀ

  221. Couplet 221

    ବିଜନେ ରହନ୍ତି ନିରତେଜପନ୍ତି ନିଜ ମୁକ୍ତି ଅର୍ଥେ

  222. Couplet 222

    ତାହାଙ୍କ ଚିନ୍ତା କାହିଁ ଏଣେଯେ ବା ଭ୍ରମନ୍ତି ଭବ-ବଣେ

  223. Couplet 223

    ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କରତୋ ତହୁଁ ରକ୍ଷକ କେ ଆର

  224. Couplet 224

    ଏ ଗୃହେ ମୈଥୁନାଦି ସୁଖେପ୍ରାଣୀ କ୍ରୀଡ଼ନ୍ତି ଦୁଃଖ ଶୋକେ

  225. Couplet 225

    କଣ୍ଡୁ ଯେସନେ ନଖମାଝେନିମିଷ ମାତ୍ର ସୁଖ ବୁଝେ

  226. Couplet 226

    କଣ୍ଡୁ ଅନ୍ତରେ ମହାଦୁଃଖତେସନେ ଗୃହବନ୍ଧ-ସୁଖ

  227. Couplet 227

    ଏଣୁ ନରମେ ଜ୍ଞାନୀଜନତୋ ପାଦପଦ୍ମେ ଦେଇ ମନ

  228. Couplet 228

    ମଉନବ୍ରତ ଶ୍ରୁତ ତପସ୍ୱଧର୍ମ ଅଧ୍ୟୟନ ଜପ

  229. Couplet 229

    ଏକାନ୍ତ ସର୍ବସେବା-ବିଧିବ୍ୟାଖ୍ୟାନ ନିଶ୍ଚଳ-ସମାଧି

  230. Couplet 230

    ଜ୍ଞାନ ଅମୃତ ଗୁରୁବାଣୀସୁଜନେ ବୁଝ ପରିମାଣି

  231. Couplet 231

    ଏ ଦଶ ଅପବର୍ଗ ଅର୍ଥେଅଜିତେନ୍ଦ୍ରିୟ ସାଧେ ଯେତେ

  232. Couplet 232

    ତାହାଙ୍କ ସୁଖ ଲେଶ ନାହିଁମାୟା-ସଂସାରେ ଭ୍ରମୁଥାଇ

  233. Couplet 233

    ତୋର ଚରଣ ଅବିରତଜ୍ଞାନୀଜନଙ୍କ ହୃଦେସ୍ଥିତ

  234. Couplet 234

    ତୋତେ ଲଭନ୍ତି ଭାବଗ୍ରାହୀଦାମ୍ଭିକେ ଲଭିବେ ତା କାହିଁ

  235. Couplet 235

    ଏ ସୃଷ୍ଟି ମଧ୍ୟେ ପଦ୍ମମୁଖତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ

  236. Couplet 236

    ବୀଜରୁ ଅଙ୍କୁର ଯେମନ୍ତପ୍ରକାଶ କରେ ଏ ଜଗତ

  237. Couplet 237

    ସେ ବୀଜ-ଅଙ୍କୁର ତୋ ଦେହତୋର ପ୍ରକାଶ ଏ ଉଭୟ

  238. Couplet 238

    ତୋତେ ଯେ ଭଜେ ଅବିରତେତୋ ରୂପ ଜାଣଇ ସେ ଚିତ୍ତେ

  239. Couplet 239

    ଭକତି ଯୋଗମାର୍ଗେ ସାଧେଅନଳ ଯେହ୍ନେ ଦାରୁ ମଧ୍ୟେ

  240. Couplet 240

    ଗଗନ ସମୀର ଅନଳଅବନୀ ଆଦି ମହାଜଳ

  241. Couplet 241

    ମାତ୍ରା-ସ୍ୱରୂପୀ ଇନ୍ଦ୍ରିଗଣଚତୁର ଅନ୍ତର କରଣ

  242. Couplet 242

    ତୋ ଅନୁଗ୍ରହେ ଦେହେ ରହିଗୁଣ ବିଗୁଣ ଯେତେ ହୋଇ

  243. Couplet 243

    ମନ ବଚନେ ଯେତେ କରିତୁ ସର୍ବରୂପ ନରହରି

  244. Couplet 244

    ତ୍ରିଗୁଣ ମହତ୍ ଅହଙ୍କାରମନ ପ୍ରକୃତି ଦେବ ନର

  245. Couplet 245

    ଏ ଆଦି ଅନ୍ତ ମଧ୍ୟେ ଥାନ୍ତିକେବେହେଁ ତୋତେ ନ ଜାଣନ୍ତି

  246. Couplet 246

    ସେ ଭାବ ଜାଣି ମୁନିଜନେନିଶ୍ଚଳେ ରହନ୍ତି ମଉନେ

  247. Couplet 247

    ଭୋ ନାଥ ତୋର ନାମ ସ୍ତୁତିତୋ ପୂଜା କର୍ମେ ଯାର ମତି

  248. Couplet 248

    ନିତ୍ୟେ ଚିନ୍ତନ୍ତି ତୋ ଚରଣତୋ ପୁଣ୍ୟ କଥନ ଶ୍ରବଣ

  249. Couplet 249

    ସୁପୁଣ୍ୟ କର୍ମ ଅର୍ପି ତୋତେଏ ଷଡ଼ଅଙ୍ଗ ଭକ୍ତିମତେ

  250. Couplet 250

    ଯେ ଅବା ସାଧନ୍ତି ଜଗତେସେ ତୋତେ ଲଭନ୍ତି ନିଶ୍ଚିନ୍ତେ

  251. Couplet 251

    ଯେବେ ତୋ ଭାବେ ନାହିଁ ମନସେ ତୋର ଭକ୍ତିଭାବୁଁ ହୀନ

  252. Couplet 252

    ତୁ ନାଥ ଅନନ୍ତ ମୂରତିପରମଯୋଗୀଙ୍କର ଗତି

  253. Couplet 253

    ଯେ ତୋର ଅଭୟଚରଣତହିଁ ମୁଁ ନିଶ୍ଚୟେ ଶରଣ

  254. Couplet 254

    ଏମନ୍ତେ ଧର୍ମସୁତ ଆଗେନାରଦ ମୁନି ଅନୁରାଗେ

  255. Couplet 255

    କହନ୍ତି ସଭାମଧ୍ୟେ ବସିଶୁଣ ନୃପତି କୁରୁବଂଶୀ

  256. Couplet 256

    ଅସୁରସୁତ ବିଷ୍ଣୁ ଆଗେଯେତେ ବର୍ଣ୍ଣିଲା ଭକ୍ତିମାର୍ଗେ

  257. Couplet 257

    ଶୁଣି ସନ୍ତୋଷ ନାରାୟଣଯେ ହରି ପରମ କାରଣ

  258. Couplet 258

    ସୁପ୍ରୀତେ ତାଙ୍କୁ କୋଳେ ଧରିପ୍ରଚଣ୍ଡ କୋପ ପରିହରି

  259. Couplet 259

    କହନ୍ତି ମଧୁର-ବଚନଶୁଣ ହେ ଅସୁରନନ୍ଦନ

  260. Couplet 260

    ସନ୍ତୋଷେ ଜାଣିଲି ତୋ ଭାବଏ ନରଲୋକେ ସୁଦୁର୍ଲ୍ଲଭ

  261. Couplet 261

    ମୁଁ କାମ ପୂରାଏ ପ୍ରାଣୀରଆତ୍ମାନୁରୂପେ ମାଗ ବର

  262. Couplet 262

    ଯେ ପ୍ରୀତି ନ କରଇ ମୋତେମୁଁ ତାକୁ ଦୁର୍ଲ୍ଲଭ ଜଗତେ

  263. Couplet 263

    ମୋତେ ଯେ ଦେଖଇ ନୟନତାର କି ତପେ ପ୍ରୟୋଜନ

  264. Couplet 264

    ଏ ଘେନି ଜ୍ଞାନୀଜନ ଯେତେଭାବେ ଭଜନ୍ତି ନିତ୍ୟେ ମୋତେ

  265. Couplet 265

    ଚିତ୍ତ ପ୍ରସନ୍ନେ ବର ଦେଇସର୍ବ ଆଶିଷ ପତି ମୁହିଁ

  266. Couplet 266

    ଏମନ୍ତ ବର-ଲୋଭ କହିମନ ମୋହିଲେ ଭାଗଗ୍ରାହୀ

  267. Couplet 267

    ଏକାନ୍ତ ଭକ୍ତି ହୃଦେ ତାରବରେ ନକଲା ଅଙ୍ଗୀକାର

  268. Couplet 268

    ଏମନ୍ତ ମହିମା ଯାହାରଦେବମାନବେ ଅଗୋଚର

  269. Couplet 269

    ଯେ ଏହା ଆରତେ ଶୁଣନ୍ତିପଢ଼ନ୍ତି ଅବା ନିତିନିତି

  270. Couplet 270

    ସେ ସର୍ବେ ସଙ୍କଟୁ ତରନ୍ତିହରିପାଦରେ ଲଭେ ଭକ୍ତି

  271. Couplet 271

    ଶୁଣ ସୁଜନେ ଏହୁ ରସହରିବ ଦୁର୍ଗତି ଅଶେଷ

  272. Couplet 272

    ସେ ପ୍ରହଲ୍ଲାଦ ପାଦଗତନମଇଁ ବିପ୍ର ଜଗନ୍ନାଥ

Odia Bhagabata skandha 7 adhyaya 9 | Parbani by ParibhaAsha App