Skip to content
paribhaasha

Skandha 7

Adhyaya 8

  1. Couplet 1

    ଏମନ୍ତେ ପ୍ରହଲ୍ଲାଦ ବାଣୀବାଳକେ ସାବଧାନେ ଶୁଣି

  2. Couplet 2

    ଭାଳନ୍ତି ପୁଣି ମନେ ମନନିନ୍ଦନ୍ତି ଗୁରୁଙ୍କ ବଚନ

  3. Couplet 3

    ଏଣେ ଆମ୍ଭର କାର୍ଯ୍ୟ ନାହିଁଏମନ୍ତ ଭାଳି ସର୍ବେ ଯାଇ

  4. Couplet 4

    ଗୁରୁଙ୍କ ଆଗେ ଜଣାଇଲେସଂକ୍ଷେପି ସକଳ କହିଲେ

  5. Couplet 5

    ଶିଷ୍ୟଙ୍କ ବାକ୍ୟ ଶୁଣି ଗୁରୁମନେ ପାଇଲେ ଚିନ୍ତାଗରୁ

  6. Couplet 6

    ଏକାନ୍ତ ବୁଦ୍ଧି ତ ଏହାରଅନ୍ୟେ ଅଲକ୍ଷ୍ୟ ଅଗୋଚର

  7. Couplet 7

    ସତ୍ୟସଂଯୁତେ ଆବୋରିଲାବାଳକବୁଦ୍ଧି ନାଶ କଲା

  8. Couplet 8

    ଯେବେ ଏହାର ବୋଲେ ଥିବେସର୍ବ ବାଳକ ନାଶ ଯିବେ

  9. Couplet 9

    ଏମନ୍ତ ହୃଦୟେ ବିଚାରିରାଜଦଣ୍ଡକୁ ଭୟ କରି

  10. Couplet 10

    ବେଗେ ରାଜାର ଆଗେ ଆସିବିସ୍ତାରି କହିଲେ ବିଶ୍ୱାସି

  11. Couplet 11

    ରାଜନ ଶୁଣି ସର୍ବକଥାମନେ ପାଇଲା ଗରୁବ୍ୟଥା

  12. Couplet 12

    ପୁତ୍ରର ଅନ୍ୟାୟ ବଚନଶୁଣି ଅସୁର ଛନଛନ

  13. Couplet 13

    କ୍ରୋଧେ କମ୍ପଇ ତା ଶରୀରସର୍ପ ଯେସନେ ଫୁଫୁକାର

  14. Couplet 14

    ଅନେକ ମତେ ବିଚାରିଲାପୁତ୍ରମାରଣେ ମନଦେଲା

  15. Couplet 15

    ଗୁରୁପୁତ୍ରଙ୍କ ବାକ୍ୟ ଶୁଣିପ୍ରଚଣ୍ଡ-କୋପେ ବୀରମଣି

  16. Couplet 16

    ଅରୁଣନୟନେ ସେ ଚାହେଁପାପିଷ୍ଠ-ପଣେ କାଳଭୟେ

  17. Couplet 17

    ପ୍ରହ୍ଲାଦ ପିତାର ଅଗ୍ରତେକର-ଅଞ୍ଜଳି ଦେଇ ମାଥେ

  18. Couplet 18

    ବିନୟଭାବେ ଅବନତସ୍ୱଭାବ ଶୀଳ ଶାନ୍ତ ଦାନ୍ତ

  19. Couplet 19

    ଚରଣେ ନମସ୍କାର କଲେସର୍ବବାଳକ ସଙ୍ଗମେଳେ

  20. Couplet 20

    ଏମନ୍ତେ ପୁତ୍ରକୁ ଅନାଇଁଚିତ୍ତେ ପ୍ରଚଣ୍ଡ କୋପ ବହି

  21. Couplet 21

    ଗର୍ଜଇ ମନେ କରି ତାପପାଦ ପ୍ରହାରେ ଯେହ୍ନେ ସର୍ପ

  22. Couplet 22

    ସ୍ୱଭାବେ ଦାରୁଣ ଅସୁରଦିଶଇ ଯେହ୍ନେ ଦିବାକର

  23. Couplet 23

    ପ୍ରଳୟାଳନ-କୋପ ବହିବୋଲଇ ପୁତ୍ର ମୁଖ ଚାହିଁ

  24. Couplet 24

    ଆରେ ଦୁର୍ବୃତ୍ତ ମନ୍ଦବୁଦ୍ଧିଅଧମ ଦୁଷ୍ଟ କୁଳଭେଦୀ

  25. Couplet 25

    ମୋହର କୋପେ ତିନିପୁରଭୟେ କମ୍ପନ୍ତି ଥରହର

  26. Couplet 26

    ତ୍ରାସେ କମ୍ପନ୍ତି ଦିଗପାଳେନକ୍ଷତ୍ରେ ଗଗନମଣ୍ଡଳେ

  27. Couplet 27

    ନିର୍ଭୟଚିତ୍ତେ ମୂଢ଼ପଣେମୋ ଆଜ୍ଞା ଭାଙ୍ଗି ଅପ୍ରମାଣେ

  28. Couplet 28

    କୁପୁତ୍ର ମୋର କୁଳାଙ୍ଗାରଆଜି ପେଷିବି ଯମପୁର

  29. Couplet 29

    କାହାର ବୋଲେ ଦୁଷ୍ଟପଣେମୋ ଆଜ୍ଞା ଭାଙ୍ଗୁ କି କାରଣେ

  30. Couplet 30

    ଶୁଣ ପିଅର ମୋର ବାଣୀତୁ ଯେ ତ୍ରୈଲୋକ୍ୟେ ବୀରମଣି

  31. Couplet 31

    ଏ କଥା ଅନୁଚିତ ତୋରକହଇ ଶୁଣ ନୃପବର

  32. Couplet 32

    ଯେଉଁ ପ୍ରଭୁର ବଳେ ମୁହିଁଜୀବକୁ ସମାନ ମଣଇ

  33. Couplet 33

    ତୋର ମୋହର ଆଦି କରିଅପରେ ଯେତେ ଦେହଧାରୀ

  34. Couplet 34

    ଜଗତେ ମହାବଳୀ ଯେତେସ୍ଥାବର ଜଙ୍ଗମ ସହିତେ

  35. Couplet 35

    ବ୍ରହ୍ମାଦି ଯେତେ ସୁରଦେବାଯାର ଚରଣେ କରେ ସେବା

  36. Couplet 36

    ଯେ ହରି କାଳ-କର୍ମରୂପୀଜଗଦୀଶ୍ୱର ବିଶ୍ୱବ୍ୟାପି

  37. Couplet 37

    ପ୍ରାଣୀଙ୍କ ବଳ ପ୍ରାଣ ସେହିବାହ୍ୟ ଅନ୍ତରେ ଶୁଦ୍ଧଦେହୀ

  38. Couplet 38

    ଇନ୍ଦ୍ରଦେବତା ଇନ୍ଦ୍ରିଗଣଇନ୍ଦ୍ରିୟ-ବିଷୟ କାରଣ

  39. Couplet 39

    ସେ ବିଷ୍ଣୁ ସଂସାର ସର୍ଜଇତ୍ରିଗୁଣ ମାୟା ସଙ୍ଗେ ଲଇ

  40. Couplet 40

    ଭୁଞ୍ଜଇ ଅଶେଷ ଶରୀରେକ୍ରୀଡ଼ାର ଅନ୍ତେ ଅନ୍ତଃକରେ

  41. Couplet 41

    ହେ ତାତ ଜାଣି ତାଙ୍କୁ ସ୍ମରଅସୁରଭାବ ଦୂର କର

  42. Couplet 42

    ଆତ୍ମାକୁ ଆତ୍ମଜ୍ଞାନେ ରଖସକଳଘଟେ ସମ ଦେଖ

  43. Couplet 43

    ଯେ ଭାବେ ରିପୁ-ମିତ୍ର ନାହିଁସେ ଭାବେ ରହ ମନ ଧ୍ୟାୟି

  44. Couplet 44

    ମିତ୍ର ଉଦାସ ଶତ୍ରୁପଣେମନହୁଁ ଅନ୍ୟ ନାହିଁ ଜଣେ

  45. Couplet 45

    ଏ ଭାବେ ଚିନ୍ତି ହୁଅ ସ୍ଥିରକୃଷ୍ଣ-ସନ୍ତୋଷେ କର୍ମ କର

  46. Couplet 46

    ତୁ ଯେ ବୋଲାଉ ବୀରମଣିଏ ତିନି ଭୁବନେ କାରେଣୀ

  47. Couplet 47

    ଏ ତିନିଭୁବନ ଆବୋରିଭୁଞ୍ଜୁ ତୁ ଅକଣ୍ଟକ-ଶିରୀ

  48. Couplet 48

    ମନେ ବିଚାର କରୁ ତୁହିସଂସାରେ ରିପୁ ମୋର ନାହିଁ

  49. Couplet 49

    ଭୋ ତାତ ଦୋଷ କର ତ୍ରାହିକହିବି ଶୁଣ ମନ ଦେଇ

  50. Couplet 50

    ବ୍ରହ୍ମାଣ୍ଡେ ଯେତେ ଗୁଣ ଅଛିସେ ଗୁଣ ପିଣ୍ଡ ମଧ୍ୟେ ଲକ୍ଷି

  51. Couplet 51

    ଯେ ଷଡ଼ରିପୁ କାମ ଆଦିହୃଦୟମଧ୍ୟେ ଛନ୍ତି ଭେଦି

  52. Couplet 52

    ମନକୁ କରି ସେନାପତିଆତ୍ମାର ସମ୍ପଦ ଲୁଟନ୍ତି

  53. Couplet 53

    ଏ ଦଶଇନ୍ଦ୍ରି ଦିଗପାଳେଆତ୍ମାକୁ ନାଶନ୍ତି ସମୂଳେ

  54. Couplet 54

    ଏହାଙ୍କୁ ଦେହେ ନ ନିବାରୁମୁଁ ବୀର ବୋଲି ଗର୍ବ କରୁ

  55. Couplet 55

    ଏହାକୁ ଜିଣିବୁ ଯେମନ୍ତେଏବେ ହୋ ଦୃଢ଼କର ଚିତ୍ତେ

  56. Couplet 56

    ଏମନ୍ତେ ପ୍ରହଲ୍ଲାଦ ବାଣୀଅସୁର ଦେହ କମ୍ପେ ଶୁଣି

  57. Couplet 57

    ବୋଲଇ ପୁତ୍ରମୁଖ ଚାହିଁନିଶ୍ଚେ ମରିବୁ ଆଜ ତୁହି

  58. Couplet 58

    ଅଧିକ ଯେତେକଥା କହୁତୁ ଏ ଅସୁର ଜନ୍ମ ନୋହୁ

  59. Couplet 59

    ମୃତ୍ୟୁ ଯାହାର ସନ୍ନିଧାନମନୁଁ ହରଇ ତାର ଜ୍ଞାନ

  60. Couplet 60

    ଆତ୍ମାର ଗତି ନ ପ୍ରମାଣିବାତୁଳଭାବେ କହୁ ବାଣୀ

  61. Couplet 61

    ଜୀବନ୍ତେ ଭାଗ୍ୟ ନାହିଁ ତୋରବଚନ କହୁ ଅଗୋଚର

  62. Couplet 62

    ଏ ତିନିପୁରେ ମୁଁ ଈଶ୍ୱରମୋ ତହୁଁ କେବା ଅଛି ଆର

  63. Couplet 63

    କାହାର ବୋଲେ ତୁ ପାମରମୋ ବାକ୍ୟେ ଅବଜ୍ଞା ତୋହର

  64. Couplet 64

    ସ୍ଥାବର ଜଙ୍ଗମ ସହିତେମୁହିଁ ପାଳଇ ଏ ଜଗତେ

  65. Couplet 65

    ମୋ ତହୁଁ ଯେବେ ଅଛି ଭିନ୍ନେଈଶ୍ୱର ଏ ତିନିଭୁବନେ

  66. Couplet 66

    ତୁ ଯେ ବୋଲୁ ମୋ ପ୍ରଭୁ ହରିଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି

  67. Couplet 67

    ଆଜ ତୁ ମୋହର ସମକ୍ଷେହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ

  68. Couplet 68

    ସେ ଯେବେ ସର୍ବ ବ୍ୟାପି ଥାଇଏ ସ୍ତମ୍ଭେ କିମ୍ପା ନ ଦିଶଇ

  69. Couplet 69

    ତୁ ଯେବେ ବୋଲୁ ମୋର ସଖାପ୍ରତ୍ୟକ୍ଷେ ସ୍ତମ୍ଭମଧ୍ୟେ ଦେଖା

  70. Couplet 70

    ଆଜ ଛେଦିବି ତୋର ଶିରଆସି ରଖୁ ତୋ ଚକ୍ରଧର

  71. Couplet 71

    ଏମନ୍ତେ ପିତାର ବଚନେପ୍ରହ୍ଲାଦ ଭୟ କଲା ମନେ

  72. Couplet 72

    ବାଳକ କୃଷ୍ଣର ବିଶ୍ୱାସେଚଞ୍ଚଳେ ଚାହେଁ ଦଶଦିଶେ

  73. Couplet 73

    ଦେଖିଲା ସ୍ତମ୍ଭମଧ୍ୟେ ହରିଶଙ୍ଖ କମଳ ଚକ୍ରଧାରୀ

  74. Couplet 74

    ଉଦ୍ଦଣ୍ଡ-ଗଦା ଶୋହେ କରେପ୍ରକାଶ ସ୍ତମ୍ଭର ଭିତରେ

  75. Couplet 75

    ବୋଲଇ ପିତାମୁଖ ଚାହିଁକପାଳେ ବେନିକର ଦେଇ

  76. Couplet 76

    ଭୋ ତାତ ସ୍ତମ୍ଭ ମଧ୍ୟେ ହରିଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି

  77. Couplet 77

    ଏମନ୍ତେ ପୁତ୍ରମୁଖୁଁ ଶୁଣିକୋପେ ଅସୁର ନୃପମଣି

  78. Couplet 78

    ଡେଇଁ ଉଠିଲା ଶିରଝୁଣିଖଡ଼ଗ କରେ ବୀରମଣି

  79. Couplet 79

    ପୁତ୍ରକୁ ଚାହିଁ କୋପ ଦୃଷ୍ଟିଓଷ୍ଠେ ଚାପିଣ ଦନ୍ତ ପାଟି

  80. Couplet 80

    ତୀକ୍ଷ୍ମ ଖଡ଼ଗ ଧରି କରେଅସୁର ଉଠି କୋପଭରେ

  81. Couplet 81

    ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟିପ୍ରହାର କଲା ପାଦ-ମୁଷ୍ଟି

  82. Couplet 82

    ତକ୍ଷଣେ ଘୋରନାଦ କରିସ୍ତମ୍ଭ ଭିତରେ ନରହରି

  83. Couplet 83

    ଅତି ଭୀଷଣ ଘୋରନାଦେବ୍ରହ୍ମାଣ୍ଡ ପୂରିଲା ଶବଦେ

  84. Couplet 84

    ବ୍ରହ୍ମାଦି ଭୁବନପାଳକେଭୟେ କମ୍ପିଲେ ଏକେ ଏକେ

  85. Couplet 85

    ଶବଦ ଶୁଭେ ଘଡ଼ଘଡ଼ିବ୍ରହ୍ମାଣ୍ଡ ପଡ଼ିଲା କି ଝଡ଼ି

  86. Couplet 86

    ଅଦ୍ଭୁତ ଘୋରନାଦ ଶୁଣିକୋପେ ଧାଇଁଲା ଖଡ୍ଗ ଘେନି

  87. Couplet 87

    ଦେଖି କମ୍ପିଲେ ଦିଗପାଳଧଇଲା ପ୍ରହଲ୍ଲାଦ ବାଳ

  88. Couplet 88

    ଦେଖିଲା ସ୍ତମ୍ଭେ କେହି ନାହିଁବୋଲଇ ପୁତ୍ରମୁଖ ଚାହିଁ

  89. Couplet 89

    ଆଜ ପେଷିବି ଯମପୁରଦେଖା ତୁ ସ୍ତମ୍ଭେ ଚକ୍ରଧର

  90. Couplet 90

    ସେ ପ୍ରଭୁ ଭକତବତ୍ସଳଦେଖିଲେ ଭୃତ୍ୟର ବିକଳ

  91. Couplet 91

    ଯେ ହରି ସର୍ବଭୂତେ ପୂରିଭକ୍ତ ବଚନ ସତ୍ୟ କରି

  92. Couplet 92

    ସ୍ତମ୍ଭର ମଧ୍ୟେ ଦଇତ୍ୟାରିନରକେଶରୀ ରୂପ ଧରି

  93. Couplet 93

    ଅଦ୍ଭୁତ ରୂପ ଦେବରାୟେଶୋହେ ମନୁଷ୍ୟ-ପଶୁକାୟେ

  94. Couplet 94

    ଅଦ୍ଭୁତ ରୂପ ଭୟଙ୍କରଦେଖି ବିଚାରଇ ଅସୁର

  95. Couplet 95

    ଏ ରୂପ ଦେଖିଲା ତ ନାହିଁସ୍ତମ୍ଭେ ଏ ପ୍ରକାଶିଲା କାହିଁ

  96. Couplet 96

    ଦଗ୍ଧସୁବର୍ଣ୍ଣ ପ୍ରାୟେ ବର୍ଣ୍ଣକର୍କଶ-ପିଙ୍ଗଳ-ଲୋଚନ

  97. Couplet 97

    ସ୍ଫୁରିତ-କେଶର କମ୍ପନେଜଳଦେ ଉଡ଼ିଲେ ଗଗନେ

  98. Couplet 98

    ବିସ୍ତାରତୁଣ୍ଡ ବେନିକଳେଜିହ୍ୱା ବୁଲାନ୍ତି ଅନ୍ତରାଳେ

  99. Couplet 99

    ବିକଟ-ଦନ୍ତ ବେନିପାଟିନିଷ୍ଠୁର ଚଞ୍ଚଳ ଭୂକୁଟୀ

  100. Couplet 100

    ଊର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇଗିରି-ଗୁହାର ପ୍ରାୟେ ହୋଇ

  101. Couplet 101

    ନାସିକା-ରନ୍ଧ୍ର ଅନ୍ଧକାରବିସ୍ତାର ହନୁ ମହାଘୋର

  102. Couplet 102

    ଅଦୀର୍ଘ ସ୍ଥୂଳ ଗ୍ରୀବାଦେଶଶରୀର ସ୍ପରଶେ ଆକାଶ

  103. Couplet 103

    ବିସ୍ତାର ବକ୍ଷସ୍ଥଳ ସାଜେକ୍ଷୀଣ-ଉଦର ଯେ ବିରାଜେ

  104. Couplet 104

    ଚନ୍ଦ୍ରଗଉର ତନୁରୁହେବିଶ୍ୱ ପୂରତି ବିଶ୍ୱଦେହେ

  105. Couplet 105

    କର ଚରଣ ନଖାୟୁଧତା ଦେଖି କମ୍ପିଲେ ବିବୁଧ

  106. Couplet 106

    ଅସୁର ପଳାଇଲେ ତ୍ରାସେଭୟେ ଲୁଚିଲେ ଦଶଦିଶେ

  107. Couplet 107

    ଏମନ୍ତ ରୂପ ଦେଖି ଆଗେଦାନବପତି ମହାରାଗେ

  108. Couplet 108

    ଗଦା ବୁଲାଇ ଅତି ଖରେଧାଇଁଲା ନୃସିଂହ ଉପରେ

  109. Couplet 109

    ଘୋର ଶବଦେ ମହାବୀରଦେଖି କମ୍ପିଲେ ସୁରନର

  110. Couplet 110

    ଯେ ହରି ମାୟାବୀଙ୍କ ବରତା କାହିଁ ଜାଣିବ ଅସୁର

  111. Couplet 111

    ଧାମଇଁ ଗଦା ତୋଳି ହସ୍ତେଅଗ୍ନିକି ପତଙ୍ଗ ଯେମନ୍ତେ

  112. Couplet 112

    ଗଦା ଉଞ୍ଚାଇ ମହାବୀରପିଟିଲା ନୃସିଂହ ଉପର

  113. Couplet 113

    ପୁଣି ପ୍ରହାରେ ବାମ-ଦକ୍ଷେଦେବେ ଦେଖନ୍ତି ଅନ୍ତରୀକ୍ଷେ

  114. Couplet 114

    ଅତି ବିକ୍ରମ-ତେଜ ଦେଖିନୃସିଂହ ଉନ୍ମୀଳେ ନିରେଖି

  115. Couplet 115

    କର ପ୍ରସାରି ନରହରିତକ୍ଷଣେ ଅସୁରକୁ ଧରି

  116. Couplet 116

    ଗଦାଏ ଅଛି ତାର ହସ୍ତେସର୍ପକୁ ଗରୁଡ଼ ଯେମନ୍ତେ

  117. Couplet 117

    ତକ୍ଷଣେ ଦାନବ ନୃପତିହସ୍ତରୁ ଗଳି ଚିତ୍ରଗତି

  118. Couplet 118

    ଗରୁଡ଼ ହସ୍ତୁ ଯେହ୍ନେ ନାଗପଡ଼ି ଧାମଇଁ ଅତି ବେଗ

  119. Couplet 119

    ଓଷ୍ଠ କାମୋଡ଼ି ଅତି ବଳେଦେଖି ଡରିଲେ ଦିଗପାଳେ

  120. Couplet 120

    ଅସାଧ୍ୟ ଦେଖି ଦେବଗଣେମେଘେ ଲୁଚିଲେ ତତକ୍ଷଣେ

  121. Couplet 121

    ନୃସିଂହ ହସ୍ତୁ ଯାନ୍ତେ ଗଳିଦେବେ ଭାଳନ୍ତି ଶୂନ୍ୟେ ମିଳି

  122. Couplet 122

    ପୁଣି ଅସୁର ନାଦ କରିତକ୍ଷଣେ ଖଡ୍ଗ-ଚର୍ମ ଧରି

  123. Couplet 123

    ଚର୍ମେ ଶୋଭିତ ଶତଚନ୍ଦ୍ରଦୁର୍ଜୟ ଅସୁର ନରେନ୍ଦ୍ର

  124. Couplet 124

    ଖଡ୍ଗ-ମଣ୍ଡଳ ଗତି ଦେଖିଭୟେ ବୁଜିଲେ ସର୍ବେ ଆଖି

  125. Couplet 125

    ଶୂନ୍ୟେ ଉଡ଼ଇ ବାହୁବଳେପୁଣି ମିଳଇ ଭୂମିତଳେ

  126. Couplet 126

    ଚଣ୍ଡାଟ୍ଟହାସେ ନରହରିକୋପେଣ ଅସୁରକୁ ଧରି

  127. Couplet 127

    ଦୃଢ଼େ ଚାପନ୍ତେ ପୁଣି ଗଳିତଳେ ପଡ଼ିଲା ମହାବଳୀ

  128. Couplet 128

    ପୁଣି ଧରନ୍ତି ଅତିବେଗେବଳେ ଉଛୁଡ଼େ ଦଶଦିଗେ

  129. Couplet 129

    ପୁଣିହିଁ ଚାପିଲେ ଅଧରେମୂଷିକେ ଯେହ୍ନେ ସର୍ପଧରେ

  130. Couplet 130

    ସ୍ୱଭାବେ ଦୁର୍ଜୟ ଅସୁରବଜ୍ରହୁଁ କଠିନ ଶରୀର

  131. Couplet 131

    ନୃସିଂହ-ହିରଣ୍ୟର ଯୁଦ୍ଧଗଗନେ ଦେଖନ୍ତି ବିବୁଧ

  132. Couplet 132

    ସଂକ୍ଷେପି କହିବଇଁ କେତେପୁରାଣମତେ ଭିନ୍ନ ଯେତେ

  133. Couplet 133

    ଉରୁ ଉପରେ ନରହରିଉତ୍ତାନ କରି ତାକୁ ଧରି

  134. Couplet 134

    ବାମ ଦକ୍ଷିଣ ବେନିକରେଲୀଳାମାତ୍ରକେ ନଖାଙ୍କୁରେ

  135. Couplet 135

    ରୋଷେ ହୁଁକାର ନାଦକରିହୃଦୟକମଳ ବିଦାରି

  136. Couplet 136

    ଦେବେ ଦେଖନ୍ତି ଥାଇ ଶୂନ୍ୟେସର୍ପକୁ ଗରୁଡ଼ ଯେସନେ

  137. Couplet 137

    ଅସୁର-ହୃଦୟ-ରୁଧିରେତିନ୍ତିଲା ଲଲାଟ-କେଶରେ

  138. Couplet 138

    ସିଂହ ଯେସନେ ଗଜ ମୁଣ୍ଡେବସି ବିଦାରେ ଧରି ତୁଣ୍ଡେ

  139. Couplet 139

    ଅସୁର ହୃଦୟକମଳବିଦାରି ଅନ୍ତ କଲେ ମାଳ

  140. Couplet 140

    କୋପେ ଚାହାଁନ୍ତେ ଦଶଦିଶେଦୈତ୍ୟେ ମିଳିଲେ ଆସି ପାଶେ

  141. Couplet 141

    ନାନା ଆୟୁଧ ଧରି କରେପିଟିଲେ ନୃସିଂହ ଉପରେ

  142. Couplet 142

    ତାହାଙ୍କୁ ଧରି ତତକ୍ଷଣେନଖେ ବିଦାରିଲେ ଆପଣେ

  143. Couplet 143

    ସହସ୍ର ସହସ୍ର ଅସୁରସମରେ ଗଲେ ଯମପୁର

  144. Couplet 144

    ଅସୁରବଳ ରଣେ ମାରିକୋପେ ଧାଇଁଲେ ନରହରି

  145. Couplet 145

    କଟା କମ୍ପନ ଘୋରବାତେମେଘେ ଉଡ଼ିଲେ ଶୂନ୍ୟପଥେ

  146. Couplet 146

    ଶବଦ ଶୁଭେ ଘଡ଼ଘଡ଼ିଗଗନମାର୍ଗେ ପଡ଼େ ହୁରି

  147. Couplet 147

    ଗ୍ରହ-ନକ୍ଷତ୍ର ମାଳମାଳସ୍ୱର୍ଗୁ ପଡ଼ିଲେ ମହୀତଳ

  148. Couplet 148

    ଊର୍ଦ୍ଧ୍ୱେ ଚାହାଁନ୍ତେ କୋପାନଳେଦେଖି ଡରିଲେ ଦିଗପାଳେ

  149. Couplet 149

    ନିଃଶ୍ୱାସବାତେ ସିନ୍ଧୁଜଳଉଲ୍ଳୋଳ ଲହରୀ ସଙ୍କୁଳ

  150. Couplet 150

    ଦେବେ ଗଗନୁ ଗଲେ ତ୍ରାସେଗଜେ ଉଡ଼ିଲେ ଅଷ୍ଟଦିଶେ

  151. Couplet 151

    ଶ୍ୱାସ-ପବନ-ଘାତ-ବଳେବିମାନେ ଆକାଶ ମଣ୍ଡଳେ

  152. Couplet 152

    ଉଡ଼ିଲେ ସ୍ଥାନଭ୍ରଷ୍ଟ ହୋଇପାଦ ବିଘାତେ କମ୍ପେ ମହୀ

  153. Couplet 153

    ନୃସିଂହ ଶରୀର ପବନେପର୍ବତେ ଉଡ଼ିଲେ ଗଗନେ

  154. Couplet 154

    ଦିଶ ଆକାଶ ତେଜ ନାଶେଧୂମ ଯେ ପ୍ରକାଶେ ଆକାଶେ

  155. Couplet 155

    ଦିଗ ଅଦୃଶ୍ୟ ଧୂମାକୁଳେନିଃଶ୍ୱାସ ପବନ ନ ଚଳେ

  156. Couplet 156

    ଏମନ୍ତେ ଅସୁର ସଂହାରିସଭାର ମଧ୍ୟେ ବିଜେକରି

  157. Couplet 157

    ବସିଲେ ଅସୁର ଆସନେଯେହୁ ପୂଜିତ ତ୍ରିଭୁବନେ

  158. Couplet 158

    ଦେଖି ଅସୁର ପଳାଇଲେଯେ ଅବା ଅବଶେଷ ଥିଲେ

  159. Couplet 159

    ଶସ୍ତ୍ର ଧରନ୍ତା ନାହିଁ କେହିଭାଜିଲେ ଚଉଦିଗେ ଚାହିଁ

  160. Couplet 160

    ହିରଣ୍ୟକଶିପୁ ଅସୁରତ୍ରୈଲୋକ୍ୟ କଲା ସେହୁ ଜୂର

  161. Couplet 161

    ସଂଗ୍ରାମେ ହରି ତା ଜୀବନସୃଷ୍ଟି ରଖିଲେ ଭଗବାନ

  162. Couplet 162

    ଅସୁର-ନିଧନ-ସମ୍ବାଦେବିବୁଧେ ପରମ ଆନନ୍ଦେ

  163. Couplet 163

    ନନ୍ଦନବନୁଁ ପୁଷ୍ପ ତୋଳିଶୂନ୍ୟେ ସକଳ ଦେବେ ମିଳି

  164. Couplet 164

    ହରଷ ଲୋଚନେ ଅନାଇଁମଙ୍ଗଳସ୍ୱରେ ଗୀତ ଗାଇ

  165. Couplet 165

    ମିଳି ସକଳ ସୁରନାରୀସାନନ୍ଦେ ପୁଷ୍ପବୃଷ୍ଟି କରି

  166. Couplet 166

    ଶୂନ୍ୟେ ଅସୁରେ ଭୟେ ଭାଳିଥିଲେ ଯେ ଦଶଦିଗେ ମିଳି

  167. Couplet 167

    ଗଗନେ ବିମାନ-ସଙ୍କୁଳେମିଳିଲେ ଦଶଦିଗପାଳେ

  168. Couplet 168

    ଦୁନ୍ଦୁଭି ବାଦ୍ୟନାଦ କଲେଗନ୍ଧର୍ବେ ଅପସରା ମେଳେ

  169. Couplet 169

    ହରଷେ ନୃତ୍ୟ-ଗୀତ କରିଚିତ୍ତ ଆନନ୍ଦେ ମୋଦଭରି

  170. Couplet 170

    ବ୍ରହ୍ମା ଶଙ୍କର ଇନ୍ଦ୍ର ତୁଲେଋଷିଏ ପିତୃ ସିଦ୍ଧ ମେଳେ

  171. Couplet 171

    ଉରଗ ବିଦ୍ୟାଧରଗଣମନୁଏ ପ୍ରଜାପତି ପୁଣ

  172. Couplet 172

    ମିଳିଲେ ଗୃହ୍ୟକ ଚାରଣଯକ୍ଷ କିଂପୁରୁଷ ଏମାନ

  173. Couplet 173

    ଆବର ବେତାଳ କିନ୍ନରଏ ଆଦି ଅଶେଷ ଅମର

  174. Couplet 174

    ମିଳିଲେ ବିଷ୍ଣୁ-ପାରିଷଦସନକ ସୁନନ୍ଦ କୁମୁଦ

  175. Couplet 175

    କର ଅଞ୍ଜଳି ଶିରେ ଦେଇମିଳିଲେ ବିଷ୍ଣୁପାଶେ ଯାଇ

  176. Couplet 176

    ପ୍ରଚଣ୍ଡ ତେଜ ମହାଘୋରଭୟେ ରହିଲେ କିଛି ଦୂର

  177. Couplet 177

    ରହିଲେ ସ୍ତମ୍ଭୀଭୂତ ହୋଇସମୀପେ ନ ପାରିଲେ ଯାଇ

  178. Couplet 178

    ଭୟେ ଶଙ୍କିତ ଦିଗପାଳେସ୍ତୁତି କରନ୍ତି ପାଦମୂଳେ

  179. Couplet 179

    ବ୍ରହ୍ମା ନୃସିଂହ ମୁଖ ଚାହିଁବୋଲନ୍ତି ଶିରେ କର ଦେଇ

  180. Couplet 180

    ନମସ୍ତେ ଅନନ୍ତ ମୂରତିଦୂରନ୍ତବୀର୍ଯ୍ୟ ତୋର ଶକ୍ତି

  181. Couplet 181

    ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମାଅଶେଷ ତୋହର ମହିମା

  182. Couplet 182

    ଗୁଣ-ସଂଯୋଗେ ଲୀଳାମତେସଂସାର ସୃଷ୍ଟି-ସ୍ଥିତି-ଅନ୍ତେ

  183. Couplet 183

    ଅଶେଷ ଯାହାର ମହିମାକେ କହିପାରେ ଗୁଣସୀମା

  184. Couplet 184

    ସେ ପ୍ରଭୁ ଚରଣାରବିନ୍ଦେପ୍ରସନ୍ନ ଅର୍ଥେ ମୁହିଁ ବନ୍ଦେ

  185. Couplet 185

    ସେ ହରି ପ୍ରସନ୍ନ ହୁଅନ୍ତୁସକଳେ ଅଭୟ ଦିଅନ୍ତୁ

  186. Couplet 186

    ଯୁଗାନ୍ତକାଳ ତୋର କୋପସ୍ୱଭାବେ ଅସୁର ଅଳପ

  187. Couplet 187

    ହେ ପ୍ରଭୁ ଭକତବତ୍ସଳଦୁଷ୍ଟ-ଅସୁର ବିନାଶିଲ

  188. Couplet 188

    ତା ପୁତ୍ର ଭକ୍ତ ପ୍ରହଲ୍ଲାଦଆଶ୍ରା ନେଇଛି ତୁମ୍ଭପାଦ

  189. Couplet 189

    ତା ସମ ଭକ୍ତ କେହି ନାହିଁରଖ ତାହାକୁ ଭାବଗ୍ରାହୀ

  190. Couplet 190

    ଏ ସର୍ବ ତୋହର କିଙ୍କରଜଗତ ତୋର ଲୀଳାଘର

  191. Couplet 191

    ଇନ୍ଦ୍ର ଅଞ୍ଜଳି ଶିରେ ଦେଇବୋଲେ ନୃସିଂହ କର ତ୍ରାହି

  192. Couplet 192

    ଏ ମହାସୁର ମହାବେଗେଯଜ୍ଞ ଆରମ୍ଭେ ହବିର୍ଭାଗେ

  193. Couplet 193

    ବଳେ ଭୁଞ୍ଜଇ ଏ ଆକର୍ଷିଆମ ହୃଦୟପଦ୍ମେ ପଶି

  194. Couplet 194

    ତୁ ନାଥ ସର୍ବ ପ୍ରାଣୀଙ୍କରହୃଦୟପଦ୍ମେ ତୋର ଘର

  195. Couplet 195

    ସେ ପଦ୍ମ ଅସୁର-ଶଶାଙ୍କେମୁଦ୍ରିତ ଥିଲା ଅତିରେକେ

  196. Couplet 196

    ତୁ ଏବେ ସୂର୍ଯ୍ୟ ରୂପ ଧରିହୃଦୟପଦ୍ମ ଭେଦ କରି

  197. Couplet 197

    ତୁ ତୋର ଗୃହ ସମାର୍ଜିଲୁଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ

  198. Couplet 198

    ଏ ଘୋର-ସଂସାର-ସାଗରେପ୍ରାଣୀ ଜୀବନ ନିରନ୍ତରେ

  199. Couplet 199

    ଗ୍ରସ୍ତ କରଇ କାଳ ବଳେକିବା କହିବୁ ଅନ୍ତରାଳେ

  200. Couplet 200

    ତୋର ସେବକ-ପ୍ରାଣୀଙ୍କରତୁ ନାଥ ଶରଣ ସୋଦର

  201. Couplet 201

    ଋଷି ସକଳ ଏକମେଳେସ୍ତୁତି କରନ୍ତି ପାଦତଳେ

  202. Couplet 202

    ତୋର ଚରଣ ଧ୍ୟାନ ଅର୍ଥେତପ ସମ୍ପାଦି ଏ ଜଗତେ

  203. Couplet 203

    ତୋର ବଚନେ ଆମ୍ଭେ ରହିସଂସାରେ ବିପ୍ରଦେହ ବହି

  204. Couplet 204

    ସେ ତପ ସାଧିବାର କଷ୍ଟବଳେ ହିରଣ୍ୟ କଲା ନଷ୍ଟ

  205. Couplet 205

    ତୋର ବଚନେ ତୋତେ ଭାବିଦୃଢ଼େ ପଦାରବିନ୍ଦେ ସେବି

  206. Couplet 206

    ସେ ତପ ହରିଲା ଆମ୍ଭରନିଜ ପ୍ରତାପେ ଏ ଅସୁର

  207. Couplet 207

    ଏବେ ଏହାକୁ ନାଶକରିଆମ୍ଭର ତପସ୍ୟା ଉଦ୍ଧରି

  208. Couplet 208

    ରଖିଲୁ ବିପ୍ର ଋଷି ଧର୍ମତୁ ନାଥ ସର୍ବ-କୁଳ-କର୍ମ

  209. Couplet 209

    ଆମ୍ଭର ଶ୍ରାଦ୍ଧକର୍ମ ଯେତେପୁତ୍ରେ କରନ୍ତି ବେଦମତେ

  210. Couplet 210

    ଆମ୍ଭ ଦିବସା-ଶ୍ରାଦ୍ଧକାଳେଅସୁର ଭୁଞ୍ଜେ ଆସି ବଳେ

  211. Couplet 211

    ତିଳଉଦକ ଯେତେ ତୀର୍ଥେପୁତ୍ରେ କରନ୍ତି ଧର୍ମମତେ

  212. Couplet 212

    ସେ ଶ୍ରାଦ୍ଧଜଳ ପାନ କରେଅର୍ପିତ ଦାନ ବଳେ ହରେ

  213. Couplet 213

    ଆମ୍ଭର ଜଳପିଣ୍ଡ ଯେତେଥିଲା ଅସୁର ଗର୍ଭଗତେ

  214. Couplet 214

    ନଖଅଙ୍କୁରେ ତାହା ଚିରିଆମ୍ଭଙ୍କୁ ଦେଲୁ ନରହରି

  215. Couplet 215

    ସିଦ୍ଧେ କହନ୍ତି ଯୋଡ଼ି କରଶୁଣିମା ଦେବ ଚକ୍ରଧର

  216. Couplet 216

    ଆମ୍ଭର ଯୋଗସିଦ୍ଧି ଗତିବଳେ ହରିଲା ଦୈତ୍ୟପତି

  217. Couplet 217

    ତାହାକୁ ନଖେ ବିଦାରିଲୁତୁ ନାଥ ଆମଙ୍କୁ ରଖିଲୁ

  218. Couplet 218

    ତୋର ଚରଣେ ନମସ୍କାରଯେଣୁ ତୁ ଶରଣ ସୋଦର

  219. Couplet 219

    କର ପ୍ରସାରି ବିଦ୍ୟାଧରେବୋଲନ୍ତି ନୃସିଂହ ଛାମୁରେ

  220. Couplet 220

    ଆମ୍ଭର ଅନ୍ତର୍ଦ୍ଧାନ-ଗତିତୋର ପ୍ରସାଦେ ସେ ପ୍ରାପତି

  221. Couplet 221

    ତାହାକୁ ପଶୁବଧ ପ୍ରାୟେସଂହାର କଲୁ ଦେବରାୟେ

  222. Couplet 222

    ମାୟା-ନୃସିଂହ-ଅବତାରଆମ୍ଭେ ଯେ ଶରଣ ତୋହର

  223. Couplet 223

    ନାଗ ସକଳେ ଜଣାବନ୍ତିଶୁଣ ହେ ପ୍ରଭୁ ଲକ୍ଷ୍ମୀପତି

  224. Couplet 224

    ଆମ୍ଭ ଫଣାରେ ଯେତେ ମଣିଯା ଗୃହେ ଉତ୍ତମ ରମଣୀ

  225. Couplet 225

    ସର୍ବ ହରିଲା ବାହୁବଳେଅଜେୟ ଭୁବନ ମଣ୍ଡଳେ

  226. Couplet 226

    ସେ ଭୟ ନିବାରି ଗୋବିନ୍ଦଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ

  227. Couplet 227

    ତୁ ନାଥ ସଂସାର ଉଦ୍ଧରତୋର ଚରଣେ ନମସ୍କାର

  228. Couplet 228

    ବିଧାତା-ବଂଶେ ଅବତରିତୋହର ଆଜ୍ଞା ଶିରେ ଧରି

  229. Couplet 229

    ମନୁ ବୋଲାଉଁ ଏ ଜଗତେଆମ୍ଭେ ଯେ ତୋହର ଆୟତ୍ତେ

  230. Couplet 230

    ଧର୍ମେ ସଂସାର-ଜନ ପାଳୁତୁ ନାଥ ପରମ ଦୟାଳୁ

  231. Couplet 231

    ତୋର କିଙ୍କର ଆମ୍ଭ ଦେହକିବା କରିବୁ ଆଜ୍ଞା ଦିଅ

  232. Couplet 232

    ପ୍ରଜାପତିଏ ସ୍ତୁତି କରିବୋଲନ୍ତି ଶୁଣ ନରହରି

  233. Couplet 233

    ତୋ ପ୍ରଜାସୃଷ୍ଟିର ପାଳନେଆମ୍ଭଙ୍କୁ ସୃଜି ବିଦ୍ୟମାନେ

  234. Couplet 234

    ରଖିଲୁ ପ୍ରଜାପାଳ କରିଆମ୍ଭେ ତୋ ଆଜ୍ଞା ଶିରେ ଧରି

  235. Couplet 235

    ସୃଷ୍ଟି-ପାଳନ କରୁ ଭଲେମାନବ-ପ୍ରଜାପତି ତୁଲେ

  236. Couplet 236

    ଅସୁର-ଭୟ ଚିତ୍ତେ ବହିସ୍ଥାନେ ନ ପାରୁ ଆମ୍ଭେ ରହି

  237. Couplet 237

    ସେ ବୀର ତୋର ନଖଘାତେମରି ପଡ଼ିଛି ଭୂମିଗତେ

  238. Couplet 238

    ତୁ ସତ୍ତ୍ୱମୂର୍ତ୍ତି ଦାମୋଦରଏ ତୋ ନୃସିଂହ-ଅବତାର

  239. Couplet 239

    ଜଗତ-ମଙ୍ଗଳ-ବିଧାନସଂସାର ରଖ ଭଗବାନ

  240. Couplet 240

    ଗନ୍ଧର୍ବେ ନୃସିଂହ ଚରଣେକହନ୍ତି ଭକ୍ତି ଅନୁମାନେ

  241. Couplet 241

    ଭୋ ନାଥ ତୋହର ବଚନେନିତ୍ୟେ ଦେବଙ୍କ ସନ୍ନିଧାନେ

  242. Couplet 242

    ନୃତ୍ୟ-ଖଟଣି ଗୀତ ସ୍ୱରେଖଟୁ ଯେ ଥିଲୁ ନିରନ୍ତରେ

  243. Couplet 243

    ଏବେ ତାଣ୍ଡବେ ଦୈତ୍ୟ ପାଶେନିରତେ ଖଟୁ ଅବକାଶେ

  244. Couplet 244

    ଭୟେ ନପାରୁ ସ୍ଥାନେ ରହିତାହାର ଆଜ୍ଞା ଶିରେ ବହି

  245. Couplet 245

    ଉତ୍ପଥଗାମୀ ଜନଙ୍କରକେବେହେଁ ନାହିଁ ସୁଖସାର

  246. Couplet 246

    ତୋହର ଚରଣ ପ୍ରସାଦେଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ

  247. Couplet 247

    ଚାରଣେ ମିଳିଣ ଜଣାନ୍ତିଶୁଣ ହେ ପ୍ରଭୁ ଶିରୀପତି

  248. Couplet 248

    ଭୋ ହରି ଚରଣ ତୋହରଚତୁରବର୍ଗ ସୁଖକର

  249. Couplet 249

    ସଂସାର ନିବୃତ୍ତି କାରଣଭୋ ନାଥ ତୋହର ଚରଣ

  250. Couplet 250

    ସେ ପାଦସେବା ଆମ୍ଭେ ଛାଡ଼ିଅସୁରଘରେ ବନ୍ଦୀ ପଡ଼ି

  251. Couplet 251

    ସେ ଘୋର ଦୁଃଖ ଏବେ ଗଲାଯେଣୁ ଅସୁର ବୀର ମଲା

  252. Couplet 252

    ଯକ୍ଷ ସକଳେ ମନ ସ୍ଥିରେକହନ୍ତ ନୃସିଂହ ଛାମୁରେ

  253. Couplet 253

    ସେବକ ଲୋକ ଆମ୍ଭେ ତୋରନିରତେ ଚରଣେ କିଙ୍କର

  254. Couplet 254

    ଅନେକ ପୁଣ୍ୟ ସାଧି ପୂର୍ବେତୋର ଚରଣ ସେବୁ ଆମ୍ଭେ

  255. Couplet 255

    ଆମ୍ଭକୁ ଦିତିସୁତ ନେଇବାହାନ କରେ ଦୁଃଖଦେଇ

  256. Couplet 256

    ସେ ଦୈତ୍ୟ ଜନ ପରିତାପେପ୍ରାଣ ଛାଡ଼ିଲା ତୋର କୋପେ

  257. Couplet 257

    କହନ୍ତି କିଂପୁରୁଷ ମାନଶୁଣିମା ପ୍ରଭୁ ଭଗବାନ

  258. Couplet 258

    ତୁ ମହାପୁରୁଷ ଈଶ୍ୱରଆମ୍ଭେ କିଙ୍କରଗଣ ତୋର

  259. Couplet 259

    କୁତ୍ସିତ-ପୁରୁଷ ଏ ନଷ୍ଟସାଧୁ ବର୍ଜିତ ମହାଦୁଷ୍ଟ

  260. Couplet 260

    ଅନ୍ୟାୟକର୍ମ ଆଚରିଲାତୋର ପ୍ରତାପେ ନାଶଗଲା

  261. Couplet 261

    ଆମ୍ଭେ ସାଧୁଙ୍କ ସଭାମଧ୍ୟେଯଜ୍ଞ-ଆରମ୍ଭ-ପରିବନ୍ଧେ

  262. Couplet 262

    ତୋର ନିର୍ମଳ-ଯଶ ଗାଇସତ୍କାର-ପୂଜା-ଧର୍ମ ପାଇ

  263. Couplet 263

    ଆନନ୍ଦେ ଭୁଞ୍ଜୁ ସାଧୁମେଳେଏ ମହାସୁର ତାହା ବଳେ

  264. Couplet 264

    ତୋହର ଯଶ ନାଶ କଲାଆମ୍ଭକୁ ମହାଦୁଃଖ ଦେଲା

  265. Couplet 265

    ଏ ଆମ୍ଭ ଦେହେ ବ୍ୟାଧି ଥିଲାତୋ ଉଗ୍ରତେଜେ ନାଶଗଲା

  266. Couplet 266

    କିନ୍ନରଗଣ ହରି ଚାହିଁବୋଲନ୍ତି ଶିରେକର ଦେଇ

  267. Couplet 267

    ତୋର କିଙ୍କରଗଣ ଆମ୍ଭେତୋ ଅନୁଗ୍ରହେ ଥାଉଁ ଦମ୍ଭେ

  268. Couplet 268

    ଏ ଦିତିସୁତ ମହାନଷ୍ଟଆମ୍ଭଙ୍କୁ ଦେଲା ଅତି କଷ୍ଟ

  269. Couplet 269

    ଏବେ ଅସୁର ନାଶ କଲୁଆମ୍ଭର ମାନ ଉଦ୍ଧରିଲୁ

  270. Couplet 270

    ତୁ ନାଥ ଦେବଙ୍କର ଦେବଆମ୍ଭର ମଙ୍ଗଳ-ବିଭବ

  271. Couplet 271

    ଶ୍ରୀବିଷ୍ଣୁ-ପାରିଷଦ ଗଣବୋଲନ୍ତି ଦେବଦେବ ଶୁଣ

  272. Couplet 272

    ଭୋ ନାଥ ଏ ରୂପ ତୋହରଅଦ୍ଭୁତ ମହାଭୟଙ୍କର

  273. Couplet 273

    ନୟନେ ଦେଖି ସର୍ବଜନେଭୟେ କମ୍ପିଲେ ତ୍ରିଭୁବନେ

  274. Couplet 274

    ତାହାଙ୍କ କର୍ମଦାତା ତୁହିଆମ୍ଭକୁ କଲୁ ନାଥ ତ୍ରାହି

  275. Couplet 275

    ଯେଣୁ ନାଶିଲୁ ମହାସୁରଆମ୍ଭଙ୍କୁ ଅନୁଗ୍ରହ କର

  276. Couplet 276

    କହେ ନାରଦ ମହାଋଷିଶୁଣ ପାଣ୍ଡବ ସୋମବଂଶୀ

  277. Couplet 277

    ଏମନ୍ତେ ନୃସିଂହ ସମ୍ମୁଖେସ୍ତୁତି ବଚନେ ଏକେ ଏକେ

  278. Couplet 278

    କହି କରାଇ ତୋଷ ମନଏବେ ହୋ ସାଧୁଜନେ ଶୁଣ

  279. Couplet 279

    ନାରଦ ଯୁଧିଷ୍ଠିର ଆଗେଯାହା କହିଲେ ଅନୁରାଗେ

  280. Couplet 280

    ସୁଜନେ ଜନେ ଏହା ଶୁଣିତରିବେ ଭବ ତରଙ୍ଗିଣୀ

  281. Couplet 281

    ଅଦ୍ଭୁତ ନୃସିଂହ-ଚରିତକହିଲା ଦାସ ଜଗନ୍ନାଥ

Odia Bhagabata skandha 7 adhyaya 8 | Parbani by ParibhaAsha App