Skip to content
paribhaasha

Skandha 8

Adhyaya 7

  1. Couplet 1

    ବ୍ୟାସନନ୍ଦନ ଅନୁରାଗେକହନ୍ତି ପରୀକ୍ଷିତ ଆଗେ

  2. Couplet 2

    ଦେବ-ଦାନବେ ଏକମେଳେପ୍ରବେଶ ହୋଇଲେ ପାତାଳେ

  3. Couplet 3

    ବାସୁକି ନିକଟେ ମିଳିଲେସମୁଦ୍ର-ମନ୍ଥନେ ବରିଲେ

  4. Couplet 4

    ଗୋବିନ୍ଦ ଆଜ୍ଞା ଶିରେଧରିଉଭୟ-ରୂପ ଅଙ୍ଗୀ କରି

  5. Couplet 5

    ଧରଣୀ ଧରି ଏକରୂପେମିଳିଲା କ୍ଷୀରୋଦ ସମୀପେ

  6. Couplet 6

    ଦେହେ ବେଷ୍ଟିତ ମହାଗିରିରହିଲା ବିଶ୍ୱରୂପ ଧରି

  7. Couplet 7

    ଦେବେ ସକଳ ତୋଷମନେଆରମ୍ଭ ସମୁଦ୍ର-ମନ୍ଥନେ

  8. Couplet 8

    ବାସୁକିଫଣା ଆଗ ଧରିଦେବଙ୍କ ତୁଲେ ନରହରି

  9. Couplet 9

    ବୋଲନ୍ତି ଅସୁରଙ୍କୁ ଚାହିଁତୁମ୍ଭେ ହୋ ପୁଚ୍ଛ ଧର ଯାଇ

  10. Couplet 10

    ହରି-ବଚନ ଶୁଣି କର୍ଣ୍ଣେଅସୁରେ ଭାଳି ଏକମନେ

  11. Couplet 11

    ବୋଇଲେ ବିଷ୍ଣୁ ମୁଖ ଚାହିଁଏ କଥା ଉଚିତ ନୁହଇ

  12. Couplet 12

    ସ୍ୱଭାବେ ସର୍ପର ଲାଙ୍ଗୁଳକେବେହେଁ ନୁହଇ ମଙ୍ଗଳ

  13. Couplet 13

    ଆମ୍ଭେ ଦେବଙ୍କ ଅଗ୍ରେ ଜାତପବିତ୍ର କଶ୍ୟପଙ୍କ ସୁତ

  14. Couplet 14

    ଧର୍ମ-ଅର୍ଧମ ଆମ୍ଭେ ଜାଣୁଆଗମ-ନିଗମ ପ୍ରମାଣୁ

  15. Couplet 15

    ପ୍ରଖ୍ୟାତ-ଜନ-କୁଳ-ଶୀଳକେମନ୍ତେ ଧରିବୁ ଲାଙ୍ଗୁଳ

  16. Couplet 16

    ଆମ୍ଭର ଏଣେ କାର୍ଯ୍ୟ ନାହିଁଏମନ୍ତେ ଭଗ୍ନଚିତ୍ତେ ରହି

  17. Couplet 17

    ସର୍ବ ଅସୁରେ ଏକମେଳେରହିଲେ କ୍ଷୀରସିନ୍ଧୁ କୂଳେ

  18. Couplet 18

    ବସିଲେ ଆରମ୍ଭ ଉପେକ୍ଷିପୁରୁଷୋତ୍ତମ ତାହା ଦେଖି

  19. Couplet 19

    ପୁଚ୍ଛ ଧଇଲେ ଶିରୀରଙ୍ଗେସର୍ବ ଦେବତା ଘେନି ସଙ୍ଗେ

  20. Couplet 20

    ମନ୍ଦର ଧରି ବାହୁବଳେସ୍ଥାପିଲେ କ୍ଷୀରସିନ୍ଧୁ ଜଳେ

  21. Couplet 21

    ସ୍ୱଭାବେ ଗଭୀର ଜଳଧିଯୋଜନ ଶତଲକ୍ଷ ଭେଦି

  22. Couplet 22

    ଗିରି ପଡ଼ିଲା ରସାତଳେଖୋଜି ନ ପାଇଲେ ସକଳେ

  23. Couplet 23

    ତୀରେ ଉଠିଲେ ଦୁଃଖମନେବଦନ ଚାହିଁ ଅନ୍ୟ ଅନ୍ୟେ

  24. Couplet 24

    ନଶିଲା ନିଜ ପୃଷୁକାରହୃଦେ କେ ବହୁ ଅହଙ୍କାର

  25. Couplet 25

    ଦଇବ-ମାୟା ଯୋଗବଳଆରମ୍ଭ ହୋଇଲା ନିଷ୍ଫଳ

  26. Couplet 26

    ଦେବ-ଦାନବ ବିଷ୍ଣୁପାଶେରହି ଚାହିଁଲେ ଦଶଦିଶେ

  27. Couplet 27

    ତାହାଙ୍କ ଦର୍ପଭଙ୍ଗ ଚାହିଁମହାମହିମ ଭାବଗ୍ରାହୀ

  28. Couplet 28

    ପାତାଳୁଁ କୂର୍ମରୂପ ଧରିପୃଷ୍ଠେ ବସାଇ ମହାଗିରି

  29. Couplet 29

    ଉଠିଲେ ତୋଳି ଗିରିବରତୀରେ ଦେଖନ୍ତି ଦେବାସୁର

  30. Couplet 30

    ଯେସନେ ସରୋବର ମଧ୍ୟେପଦ୍ମ ପ୍ରକାଶ ହୋଏ ଊର୍ଦ୍ଧ୍ୱେ

  31. Couplet 31

    ଗିରି ଯୋଜନ ଏକାଦଶଜଳେ ରହିଲା ଅବଶେଷ

  32. Couplet 32

    ଗୋବିନ୍ଦ ଯୋଗମାୟା କରିତକ୍ଷଣେ ମାୟାରୂପ ଧରି

  33. Couplet 33

    ବହିଲେ ଗିରି ପୃଷ୍ଠଦେଶେମସ୍ତକ ଲାଗିଲା ଆକାଶେ

  34. Couplet 34

    ଦେଖି ସାନନ୍ଦ ଦେବାସୁରେବାସୁକି ଧରି ତେଜଭରେ

  35. Couplet 35

    ପର୍ବତେ ତିନିଗୁଣ କରିବେଢ଼ିଲେ ମନ୍ଥନ ଆବୋରି

  36. Couplet 36

    ଦେବ-ଅସୁରେ ବେନିଭାଗେବାସୁକି ଧରି ଅତି ବେଗେ

  37. Couplet 37

    ହୁଂକାରେ କରନ୍ତି ମନ୍ଥନଶୁଣ ହୋ ପରୀକ୍ଷ ରାଜନ

  38. Couplet 38

    ପୃଷ୍ଠରେ ଗିରି ଘରଷଣେଅନଳ ଉଠିଲା ବହନେ

  39. Couplet 39

    କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲାତକ୍ଷଣେ ଉଶ୍ୱାସ ହୋଇଲା

  40. Couplet 40

    କଣ୍ଡୁ-ଘର୍ଷଣ-ସୁଖ ବୁଝିସେ କୂର୍ମ ବେନିଚକ୍ଷୁ ବୁଜି

  41. Couplet 41

    ସୁଖେ ନିଦ୍ରିତ ନାରାୟଣକେ ସହେ ଅଚଳ ଧାରଣ

  42. Couplet 42

    ପୁଣି ଗୋବିନ୍ଦ ଅନ୍ତରୀକ୍ଷେମିଳିଲେ ଦେବଙ୍କ ପ୍ରତ୍ୟକ୍ଷେ

  43. Couplet 43

    ଦେବ-ଅସୁର ଅଳ୍ପବଳଜାଣିଲେ ପ୍ରଭୁ ଆଦିମୂଳ

  44. Couplet 44

    ତକ୍ଷଣେ ପ୍ରଭୁ ଭାବଗ୍ରାହୀଦେବ-ଦାନବ ମଧ୍ୟେ ଯାଇ

  45. Couplet 45

    ପଶିଲେ ତାହାଙ୍କର ଚିତ୍ତେବଳ ହୋଇଲା ଅପ୍ରମିତେ

  46. Couplet 46

    ବାସୁକି ଦେହେ ନରହରିପଶିଲେ ବଳ-ରୂପ ଧରି

  47. Couplet 47

    ସହସ୍ର ଭୁଜେ ଶୂନ୍ୟପଥେଗିରି ଆବୋରି ହୃଦଗତେ

  48. Couplet 48

    ରହିଲେ ପ୍ରଭୁ ନାରାୟଣଶୂନ୍ୟେ ଦେଖନ୍ତି ଋଷିଗଣ

  49. Couplet 49

    ଗଗନେ ବିମାନ ଆରୋହିସ୍ତୁତି କରନ୍ତି ବିଷ୍ଣୁଧ୍ୟାୟୀ

  50. Couplet 50

    ପୁଷ୍ପ ବରଷି ବେଦନାଦେମୁନିଏ ପରମ-ଆନନ୍ଦେ

  51. Couplet 51

    ଦେଖନ୍ତି ଅଧ-ଊର୍ଦ୍ଧ୍ୱେ ଚାହିଁହରିହୁଁ ଆନ ନ ଦିଶଇ

  52. Couplet 52

    ପ୍ରହୃଷ୍ଟମନେ ସୁରାସୁରେଗିରି ଘୂରାନ୍ତି ଅତି ଖରେ

  53. Couplet 53

    ମହାପର୍ବତ ଘରଷଣେଜଳେ ସେ ଥିଲେ ଜନ୍ତୁଗଣେ

  54. Couplet 54

    ଜଳଧି ମଧ୍ୟେ କ୍ଷୋଭ ପାଇତୀରେ ରହିଲେ ସ୍ଥିର ହୋଇ

  55. Couplet 55

    ବାସୁକି ସହସ୍ର ବଦନେନିଃଶ୍ୱାସ ଛାଡ଼େ ଘନଘନେ

  56. Couplet 56

    ତାର ନିଃଶ୍ୱାସ ଦାବାନଳପୂରିଲା ଦିଗ-ଅନ୍ତରାଳ

  57. Couplet 57

    ନିଃଶ୍ୱାସ-ଅଗ୍ନି-ଧୂମ ଲାଗିଦେବ-ଦାନବେ ଦୁଃଖଭାଗୀ

  58. Couplet 58

    ଚାଳି ନ ପାରିଲେ ମନ୍ଦରତାହାଙ୍କୁ ଦେଖି ଚକ୍ରଧର

  59. Couplet 59

    ନିଃଶ୍ୱାସ-ବାତେ ହତପ୍ରାଣତାହା ଜାଣିଲେ ନାରାୟଣ

  60. Couplet 60

    ତକ୍ଷଣେ ଶୂନ୍ୟେ ମେଘମାଳଶୀତଳ ବରଷନ୍ତି ଜଳ

  61. Couplet 61

    କ୍ଷୀରସମୁଦ୍ରେ ଶୀତବାତଯେଣୁ ପେଷିଲେ ଜଗନ୍ନାଥ

  62. Couplet 62

    ବାସୁକି ଆଦି ଜଳଜୀବେତାପୁଁ ତରିଲେ ଶୀତଭାବେ

  63. Couplet 63

    ଦେବଦାନବ ଦେହଗତେମାଳା କଙ୍କଣ ଥିଲା ଯେତେ

  64. Couplet 64

    ସକଳ ଧୂମେ ହତପ୍ରଭଅନାଇ ପ୍ରଭୁ ପଦ୍ମନାଭ

  65. Couplet 65

    ଜଳ ସିଞ୍ଚନେ ସୁସ୍ଥ କଲେବଳି ସମେତେ ଯେତେ ଥିଲେ

  66. Couplet 66

    ଏମନ୍ତେ ବାସୁକି ଶରୀରେଅତି ମନ୍ଥନ ଖେଦଭରେ

  67. Couplet 67

    ଗରଳ ଛାଡ଼େ ଅତିଦୁଃଖେବରଷା ପ୍ରାୟ ସସ୍ରମୁଖେ

  68. Couplet 68

    ଜଳେ ପଡ଼ନ୍ତେ ବିଷଜାଳେଯେ ଜଳଜନ୍ତୁ ଥିଲେ ଜଳେ

  69. Couplet 69

    ବିକଳେ ବୁଲି ଛଟପଟେପୁଣି ଗଭୀରେ ପୁଣି ତଟେ

  70. Couplet 70

    ସେ ବିଷ ବେଗବନ୍ତ-ଜଳେଦିଗ ପୂରିଲା ଅନ୍ତରାଳେ

  71. Couplet 71

    ଚକିତେ ଅଧ-ଊର୍ଦ୍ଧ୍ୱ-ମଧ୍ୟେଜନ୍ତୁଏ ପଳାନ୍ତି ବିଷାଦେ

  72. Couplet 72

    ଡାକନ୍ତି ଊର୍ଦ୍ଧ୍ୱମୁଖ କରିରଖ ହେ ପ୍ରଭୁ ଶୂଳଧାରୀ

  73. Couplet 73

    ସହି ନ ପାରବୁ କଷଣତୋ ପାଦେ ପଶିଲୁ ଶରଣ

  74. Couplet 74

    ହର ସମୀପେ ମୁନିଗଣମିଳି କରନ୍ତି ପ୍ରଦକ୍ଷିଣ

  75. Couplet 75

    ଯେ ଦୁଃଖବନ-ଧୂମକେତୁଅଶେଷ-ଅପବର୍ଗ-ହେତୁ

  76. Couplet 76

    ମିଳି ସକଳ ପ୍ରଜାପତିସନ୍ନିଧେ ବସାଇ ପାର୍ବତୀ

  77. Couplet 77

    ବିକଳେ ମିଳି ଶିବ ପାଶେସ୍ତୁତି କରନ୍ତି ବିଷତ୍ରାସେ

  78. Couplet 78

    ହେ ମହାଦେବ ସଦାଶିବକେ ଜାଣିପାରେ ତୋର ଭାବ

  79. Couplet 79

    ତୁ ଭୂତଭାବନ-ଈଶ୍ୱରଆମ୍ଭର ପ୍ରାଣ ରକ୍ଷା କର

  80. Couplet 80

    ଏ ବିଷ ସଂସାର ଦହିବଏଥୁଁ ଉଦ୍ଧର ସଦାଶିବ

  81. Couplet 81

    ସର୍ବ ଜଗତ-ବନ୍ଧ-ମୋକ୍ଷତୁ ନାଥ ଈଶ୍ୱର ପ୍ରତ୍ୟକ୍ଷ

  82. Couplet 82

    କୁଶଳ ଇଚ୍ଛା ଯାର ମନେସେ ତୋତେ ଚିନ୍ତେ ନିତ୍ୟେ ଧ୍ୟାନେ

  83. Couplet 83

    ଜଗତଗୁରୁ ନାଥ ତୁହିଯେ ତୋତେ ଶରଣ ପଶଇ

  84. Couplet 84

    ସ୍ୱଶକ୍ତି ତୋର ଗୁଣମୟୀଯେ ଭାବେ ସର୍ଗ-ସ୍ଥିତି ହୋଇ

  85. Couplet 85

    ପ୍ରଳୟ କରୁ ନାଥ ତୁହିତୁ ବ୍ରହ୍ମା-ବିଷ୍ଣୁ-ରୁଦ୍ରଦେହୀ

  86. Couplet 86

    ତୁ ବ୍ରହ୍ମ ପରମ ଗୁପତସଦ-ଅସଦ ଭାବମତ

  87. Couplet 87

    ପ୍ରକାଶୁ ନାନା ଶକ୍ତିରୂପେତୁ ଆତ୍ମାରୂପ ମୋହକଳ୍ପେ

  88. Couplet 88

    ଜଗତ ଆଦି ଶବ୍ଦଯୋନିପ୍ରାଣ-ଇନ୍ଦ୍ରିୟ-ଗୁଣ ଘେନି

  89. Couplet 89

    ତୁ କାଳଯଜ୍ଞ ସତ୍ୟରତତୁ ବ୍ରହ୍ମ ଅଛିଦ୍ର ତ୍ରିବୃତ୍ତ

  90. Couplet 90

    ଅନଳ ତୁମ୍ଭର ବଦନଆଦିତ୍ୟ-ଶଶାଙ୍କ ଲୋଚନ

  91. Couplet 91

    ସର୍ବଦେବଙ୍କ ଆତ୍ମା ତୁମ୍ଭେଅଶେଷ ଯଜ୍ଞର ଆରମ୍ଭେ

  92. Couplet 92

    ଏ ଭୂମି ତୋର ପାଦବେନିତୋ ବଳ ବହଇ ମେଦିନୀ

  93. Couplet 93

    କାଳ ତୋହର ନିଜ ଗତିତୋର ବୃଷଣ ପ୍ରଜାପତି

  94. Couplet 94

    ଏ ଅଷ୍ଟଦିଗ ତୋ ଶ୍ରବଣତୋହର ରସନା ବରୁଣ

  95. Couplet 95

    ନଭ ତୋହର ନାଭିଦେଶନିଃଶ୍ୱାସ ବାତ-ଅଣଚାଶ

  96. Couplet 96

    ପର୍ବତେ ତୋ ଅସ୍ଥି ସମୂହବୃକ୍ଷ-ଔଷଧି ତନୁରୁହ

  97. Couplet 97

    ଏ ସପ୍ତଛନ୍ଦ ସପ୍ତଧାତୁତୋ ହୃଦ ଧର୍ମସ୍ଥିତି-ହେତୁ

  98. Couplet 98

    ଭୋ ନାଥ ତୋ ପଞ୍ଚବଦନପଞ୍ଚୋପନିଷଦ ବଚନ

  99. Couplet 99

    ଅଷ୍ଟଉତ୍ତର ତିନିଶତମନ୍ତ୍ର ବର୍ଗ ଯହୁଁ ଉଦିତ

  100. Couplet 100

    ତୋ ପରମାତ୍ମା ତତ୍ତ୍ୱଧାମଏଣୁ ତୋହର ଶିବ ନାମ

  101. Couplet 101

    ଜ୍ୟୋତିସ୍ୱରୂପେ ତୋର ବାସତୁ ବ୍ରହ୍ମ ପରମ ପ୍ରକାଶ

  102. Couplet 102

    ଅଧର୍ମ ତୋ ଶରୀର ଛାୟାତୋର ଆଶ୍ରିତ ମୋହମାୟା

  103. Couplet 103

    ତୋ ତିନିନେତ୍ର ତିନିଗୁଣଯେ ଗୁଣେ ସଂସାର ଧାରଣ

  104. Couplet 104

    ଯେ ଛନ୍ଦୋମୟ ଶାସ୍ତ୍ରଈକ୍ଷାଯେ ଭାବେ ଋଷିଙ୍କର ଶିକ୍ଷା

  105. Couplet 105

    ଅଖିଳ-ଲୋକପାଳ ତୁହିତୋ ଅନ୍ତ କେହି ନଜାଣଇ

  106. Couplet 106

    ବିରଞ୍ଚି ବଇକୁଣ୍ଠ ଧାମସୁରେନ୍ଦ୍ରଗଣେ ନୋହେ ଗମ୍ୟ

  107. Couplet 107

    ପରମଜ୍ୟୋତି ତୋ ଆନନ୍ଦକେବେହେଁ ଗୁଣେ ନୋହେ ଭେଦ

  108. Couplet 108

    କାମ ତ୍ରିପୁର ଘୋରକାଳଦକ୍ଷର ଯଜ୍ଞ ଧ୍ୱଂସ କଲ

  109. Couplet 109

    ଯେବା ଅଛନ୍ତି ଭୂତଦ୍ରୋହଯେ ଅବା କ୍ରୋଧ ଲୋଭ ମୋହ

  110. Couplet 110

    ଏହାଙ୍କୁ କରୁ ତୁ ଦହନତୁ ନାଥ ଆଦି ନିରଞ୍ଜନ

  111. Couplet 111

    ସୃଷ୍ଟିକୁ ଅନ୍ତଃକାଳେ ଧରିତୃତୀୟନେତ୍ର ତୁ ଆବୋରି

  112. Couplet 112

    ପ୍ରାଣୀଙ୍କି କରୁ ଆତଯାତଏଣୁ ତୋ ନାହିଁ ଆଦିଅନ୍ତ

  113. Couplet 113

    ଯେ ଆତ୍ମଜ୍ଞାନୀ ଏ ଜଗତେତୋ ପଦ ଚିନ୍ତେ ଅବିରତେ

  114. Couplet 114

    ଯେବା ତପସ୍ୟା କରି ଭଜେତୋ ରୂପ ଧ୍ୟାନଭାବେ ପୂଜେ

  115. Couplet 115

    ତୋତେ ଆଶ୍ରୟ ଯେ କରନ୍ତିଏ ଘୋର ସଂସାରୁ ତରନ୍ତି

  116. Couplet 116

    ଆମ୍ଭେ ଯେ ଘୋର-ବିଷ-ଭୟେଶରଣ ଗଲୁ ତୋର ପାଏ

  117. Couplet 117

    ଏ ଘୋର ଭୟୁ କର ତ୍ରାଣଭୋ ନାଥ ରଖ ଆମ୍ଭ ପ୍ରାଣ

  118. Couplet 118

    ତାହାଙ୍କ ଦୁଃଖ ଦେଖି ହରକୃପାରେ ହୋଇଣ କାତର

  119. Couplet 119

    ସୁହୃଦ ସର୍ବଭୂତେ ସେହିକହନ୍ତି ପ୍ରିୟାମୁଖ ଚାହିଁ

  120. Couplet 120

    ଏ ବିଷ ତେଜେ ଦଶଦିଶକେବେହେଁ ନ ଦିଶେ ପ୍ରକାଶ

  121. Couplet 121

    ଏଣୁ ବ୍ରହ୍ମାଣ୍ଡ ନାଶ ଗଲାଅକାଳେ ପ୍ରଳୟ ହୋଇଲା

  122. Couplet 122

    ଭୟେ କମ୍ପଇ ତିନିପୁରଆକାଶେ କମ୍ପେ ସୁରେଶ୍ୱର

  123. Couplet 123

    ଦେଖ ଭବାନୀ ପ୍ରଜାଙ୍କରଦୁଃଖ ହୋଇଲା ଭୟଙ୍କର

  124. Couplet 124

    ସମୁଦ୍ର ମନ୍ଥନୁ ଏ ଜାତଏଥି ରଖିବା ମୋ ଉଚିତ

  125. Couplet 125

    ଯେ କରେ ଦୀନ ଉପକାରସେ ଧର୍ମଜ୍ଞାନୀଙ୍କର ସାର

  126. Couplet 126

    ସାତ୍ତ୍ୱିକ ଧର୍ମ ସେ କରନ୍ତିଅଜ୍ଞାନୀଜନେ ନ ଜାଣନ୍ତି

  127. Couplet 127

    ଦୁଃଖୁଁ ଯେ ପରିତ୍ରାଣ କରେସଙ୍କଟୁ ପ୍ରାଣୀଙ୍କି ଉଦ୍ଧରେ

  128. Couplet 128

    ତା ଜନ୍ମ ଧନ୍ୟ ଏ ସଂସାରେଯେ ରହେ ପର ଉପକାରେ

  129. Couplet 129

    ସାଧୁଜନଙ୍କର ଏ ଗତିକେବେହେଁ ଧର୍ମ ନ ଛାଡ଼ନ୍ତି

  130. Couplet 130

    କ୍ଷଣଭଙ୍ଗୁର ଏ ଶରୀରସୁଧର୍ମ ପର ଉପକାର

  131. Couplet 131

    ଏମନ୍ତ ଶିବଙ୍କ ବଚନଅମ୍ବିକା ଶୁଣି ତୋଷମନ

  132. Couplet 132

    ରୁଦ୍ର ଚରଣ ଶିରେ ଧରିମଧୁରେ କହନ୍ତି ଗଉରୀ

  133. Couplet 133

    ଭୋ ନାଥ ଜଗତ ଈଶ୍ୱରଦେବଙ୍କ ବୋଲ ତୁମ୍ଭେ କର

  134. Couplet 134

    ଏ ଘୋର ବିଷ କର ଗ୍ରାସସଂସାରେ ଥିବ ତୁମ୍ଭ ଯଶ

  135. Couplet 135

    ଧର୍ମ କରନ୍ତି ଯେତେ ପ୍ରାଣୀତାହାଙ୍କୁ ତୋଷ ଚକ୍ରପାଣି

  136. Couplet 136

    ଏମନ୍ତେ ଗଉରୀ ବଚନେରୁଦ୍ର ଉଠିଲେ ତୋଷମନେ

  137. Couplet 137

    କ୍ଷୀରାବ୍‌ଧି-ତଟେ ବିଜେକରିକରଅଞ୍ଜଳି ବିଷେ ଭରି

  138. Couplet 138

    ଉତ୍କଟ ଘୋର ମହାବିଷଏକାବେଳକେ କଲେ ଗ୍ରାସ

  139. Couplet 139

    ରଖିଲେ ଅଶେଷ ଭୁବନଶୁଣ ହେ ପରୀକ୍ଷ ରାଜନ

  140. Couplet 140

    କଣ୍ଠ ଦିଶିଲା ନୀଳପ୍ରଭାସାଧୁଜନଙ୍କର ଏ ଶୋଭା

  141. Couplet 141

    ସାଧୁଜନଙ୍କ ମତ ଏହିଯେ ପରଦୁଃଖେ ଦୁଃଖୀ ହୋଇ

  142. Couplet 142

    କରନ୍ତି ପର ଉପକାରଧନ୍ୟ ଜୀବନ ତାହାଙ୍କର

  143. Couplet 143

    ଏମନ୍ତେ ରୁଦ୍ରକର୍ମ ଦେଖିସଂସାରଜନେ ହେଲେ ସୁଖୀ

  144. Couplet 144

    ବ୍ରହ୍ମା-ଗୋବିନ୍ଦ ଦେବ ମେଳେସର୍ବେ ଶଙ୍କରେ ପ୍ରଶଂସିଲେ

  145. Couplet 145

    ରୁଦ୍ର ପିବନ୍ତେ ଘୋର ବିଷକୂଳେ ଯେ ଥିଲା ଅବଶେଷ

  146. Couplet 146

    ବୃଶ୍ଚିକ-ଦନ୍ଦ ଶୂକଗଣଭକ୍ଷିଲେ ବିଷ-ଶେଷକଣ

  147. Couplet 147

    ଏ କ୍ଷୀର ସାଗର-ମନ୍ଥନଶୁଣି ପବିତ୍ର ହୁଅ ଜନ

  148. Couplet 148

    ସୁସାଧୁ ଜନଙ୍କର ହିତେଅଷ୍ଟମ ସ୍କନ୍ଧେ ଭାଗବତେ

  149. Couplet 149

    ଭାଷା ପ୍ରବନ୍ଧେ ଗୀତନାଦେଶୁଣ ସୁଜନେ ଅପ୍ରମାଦେ

  150. Couplet 150

    ବୋଲଇ ଦାସ ଜଗନ୍ନାଥବିଷ ଭକ୍ଷିଲେ ଉମାକାନ୍ତ

Odia Bhagabata skandha 8 adhyaya 7 | Parbani by ParibhaAsha App