Skandha 7
Adhyaya 5
Couplet 1
ଅସୁରକୁଳେ ପୁରୋହିତସର୍ବଜ୍ଞ ଶୁକ୍ର ଭୃଗୁସୁତ
Couplet 2
ମୁନିଙ୍କ ପୁତ୍ର ବେନିଭାଇଶଣ୍ଡ ଅମର୍କ ନାମେ ଦୁଇ
Couplet 3
ରାଜା ଆଚାର୍ଯ୍ୟ ତାଙ୍କୁ କଲେପୁତ୍ରମାନଙ୍କୁ ପଢ଼ାଇଲେ
Couplet 4
ରାଜା ମନ୍ଦିରେ ବେନିଭାଇଦୈତ୍ୟପୁତ୍ରଙ୍କୁ ସଙ୍ଗେ ଲଇ
Couplet 5
ଯେ ଷଡ଼ନୀତି ରାଜକୁଳେସର୍ବେ ପଢ଼ନ୍ତି ଏକମେଳେ
Couplet 6
ତାହାଙ୍କ ମଧ୍ୟେ ପ୍ରହଲ୍ଲାଦସକଳ-ଶାସ୍ତ୍ରେ ହେଲେ ସିଦ୍ଧ
Couplet 7
ଗୁରୁଙ୍କ ମୁଖୁଁ ବେଳେ ଶୁଣିତକ୍ଷଣେ ଚିତ୍ତେ ପରିମାଣି
Couplet 8
ଚିତ୍ତ ନିର୍ମଳେ ତାହା ଜାଣେକେବଳ ମନେ ନ ପ୍ରମାଣେ
Couplet 9
ବିଚାର କରେ ଅନ୍ତର୍ଗତେକେ ରିପୁ କେ ମିତ୍ର ଜଗତେ
Couplet 10
ଏକଇ ଆତ୍ମା ନରହରିସମେ ସକଳଘଟେ ପୂରି
Couplet 11
ଏକଥା ଅଟଇ ପ୍ରମାଣସକଳ ଆତ୍ମା ନରାୟଣ
Couplet 12
ଯେ ପାଠ ପଢ଼େ ବାହ୍ୟମତେଦୃଢ଼େ ନ ଧରେ ଅନ୍ତର୍ଗତେ
Couplet 13
ଦିନେକ ପ୍ରହଲ୍ଲାଦ ଆଣିକୋଳେ ବସାଇ ନୃପମଣି
Couplet 14
ଅନେକ ଅଳଙ୍କାର ଦେଇସାନନ୍ଦେ ପୁତ୍ରକୁ ପୁଚ୍ଛଇ
Couplet 15
ହେ ପୁତ୍ର ଶୁଣ ବାକ୍ୟ ମୋରଯେ ଷଡ଼ନୀତି ରାଜାଙ୍କର
Couplet 16
ତୁ ତାହା ଗୁରୁମୁଖୁଁ ଶୁଣୁସୁଦୃଢ଼ଚିତ୍ତେ ନ ପ୍ରମାଣୁ
Couplet 17
ମୁଁ ଭଲେ ଶୁଣିଲଇଁ ତାହାକହ ତୁ ସାଧୁ ମଣୁ ଯାହା
Couplet 18
ଯେ ରାଜନୀତି ଚିତ୍ତେ ଧରେକେବେ ହେଁ ଶତ୍ରୁକୁ ନ ଡରେ
Couplet 19
ସଂଗ୍ରାମେ ରିପୁ ଜୟକରେସେ ରାଜା ସୁଖ ଭୁଞ୍ଜେ ଭଲେ
Couplet 20
ବିଦ୍ୟା ପଢ଼ିଲୁ ଏତେ କାଳଭଲ କି ମଣୁ ମୋତେ ବୋଲ
Couplet 21
ପିତା-ବଚନ ପୁତ୍ର ଶୁଣିଶିରେ ନିବେଶି ବେନି ପାଣି
Couplet 22
ସାନନ୍ଦେ ବାକ୍ୟ ଗଦଗଦକହେ ବାଳକ ପ୍ରହଲ୍ଲାଦ
Couplet 23
ଶୁଣ ଭୋ ତାତ ଏକଚିତ୍ତେଯେ ସାଧୁ ମଣେ ମୋର ମତେ
Couplet 24
ସଂସାର ସାଗର ପରାୟେପ୍ରାଣୀଙ୍କୁ ଉଦବେଗ ଦିଏ
Couplet 25
ଦେଖ ଏ ଗୃହ-ଅନ୍ଧକୂପଆତ୍ମା ନିପାତ ମହାତାପ
Couplet 26
ଏହାକୁ ଦୂରେ ପରିହରଅରଣ୍ୟେ କୃଷ୍ଣ ଆଶ୍ରେକର
Couplet 27
ସାଧୁ ମଣଇ ଏହା ଚିତ୍ତେସତ୍ୟ କହିଲି ତୋ ଅଗ୍ରତେ
Couplet 28
ଏମନ୍ତେ ପୁତ୍ରବାକ୍ୟ ଶୁଣିଶତ୍ରୁର ପକ୍ଷ ପ୍ରାୟେ ମଣି
Couplet 29
ଉଚ୍ଚେ ହସିଲା ଅତିରେକବୋଲଇ ପୁତ୍ର ଅବିବେକ
Couplet 30
ଏପରି ପରବୁଦ୍ଧି ବଳେନଷ୍ଟ ହୁଅନ୍ତି ସର୍ବକାଳେ
Couplet 31
ଏହାର ବୁଦ୍ଧି କେ ହରିଲାଏ ମୋର ଶତ୍ରୁକୁ ଭଜିଲା
Couplet 32
କୋଳୁ ବାଳକ ତଳେ ଥୋଇବୋଲେ ସେବକ ମୁଖ ଚାହିଁ
Couplet 33
ଗୁରୁ-ଭୁବନେ ନେଇ ଦିଅଏକଥା ଗୁରୁ ଆଗେ କହ
Couplet 34
ଏ ମୋର ବାଳକର ମନବିଷ୍ଣୁବିଷୟେ କିବା ଛନ୍ନ
Couplet 35
ଏହାର ମନ ବିଷ୍ଣୁ ପକ୍ଷେଯେମନ୍ତେ ନ ଘଟେ ପ୍ରତ୍ୟକ୍ଷେ
Couplet 36
ରାଜାର ଆଜ୍ଞା ଭୃତ୍ୟେ ପାଇବାଳକ ଗୁରୁଘରେ ନେଇ
Couplet 37
ବ୍ରାହ୍ମଣଗୋଷ୍ଠୀ ମଧ୍ୟେ ଦେଲାରାଜା ବଚନ ଜଣାଇଲା
Couplet 38
ତା ଶୁଣି ବିପ୍ର ଉଦବେଗେବୋଲନ୍ତି ପ୍ରହଲ୍ଲାଦ ଆଗେ
Couplet 39
ସାଧୁ ବଚନ ବାକ୍ୟମତେକହନ୍ତି ହସ୍ତଧରି ହସ୍ତେ
Couplet 40
ହେ ବତ୍ସ ପ୍ରହଳ୍ଲାଦ ଶୁଣସର୍ବଦା ହେଉ ତୋ କଲ୍ୟାଣ
Couplet 41
ଆମ୍ଭଙ୍କୁ ଲାଗଇ ସଂଶୟମିଥ୍ୟା ତୁ ତେଜି ସତ୍ୟ କହ
Couplet 42
ବାଳକବୁଦ୍ଧି ତୋ ନ ଦେଖିଅଦ୍ଭୁତ ପ୍ରାୟେ ଉପଲକ୍ଷି
Couplet 43
ତୋହର ବୁଦ୍ଧି କେ ହରିଲାଶତ୍ରୁ-ଭଜନେ ଶିକ୍ଷା ଦେଲା
Couplet 44
କିବା ଏ ସ୍ୱଭାବ ତୋହରଆମ୍ଭଙ୍କୁ ଲାଗେ ଅଗୋଚର
Couplet 45
କହ କେ ତୋତେ ଦେଲା ଦୀକ୍ଷାଆମ୍ଭେ ଶ୍ରବଣେ କରୁ ଇଚ୍ଛା
Couplet 46
ଯାହାର ମାୟାବଳେ ଜନସ୍ୱ-ପର ବୁଦ୍ଧି କରେ ଭିନ୍ନ
Couplet 47
ଯାହାର ନାହିଁ ପରାପରତାହାଙ୍କୁ ମୋର ନମସ୍କାର
Couplet 48
ଯାହାଙ୍କ ଆଜ୍ଞା ପରମାଣେପ୍ରାଣୀ ନିସ୍ତରେ ଭବ-ବଣେ
Couplet 49
ସେ ସର୍ବଆତ୍ମା ଯୋଗେଶ୍ୱରତାହାର ନାହିଁ ଆତ୍ମାପର
Couplet 50
ଯାହାକୁ ହରି କରେ ଦୟାତାହାର ଯାଏ ଭେଦମାୟା
Couplet 51
ବାସନାବଳେ ସର୍ବଜନ୍ତୁଭୁଞ୍ଜନ୍ତି ପରାପର-ହେତୁ
Couplet 52
ତାହାର ମାର୍ଗେ ଶିବ-ବ୍ରହ୍ମଗତି ନ ଲଭି ହୋନ୍ତି ଭ୍ରମ
Couplet 53
ସେ ମୋର ମନ ଭିନ୍ନ କଲାପର ଅପର ନ କହିଲା
Couplet 54
ଯେସନେ ଅୟସ୍କାନ୍ତ ଗୁଣେଲୌହ ଭ୍ରମଇ ଆକର୍ଷଣେ
Couplet 55
ମୋହର ମନ ସେହିମତେଭ୍ରମଇ ବିଷ୍ଣୁର ଆୟତ୍ତେ
Couplet 56
ଗୁରୁଙ୍କୁ କହି ଏ ବଚନପ୍ରହ୍ଲାଦ ହୋଇଲା ମଉନ
Couplet 57
ବାଳକ ବାଣୀ ଶୁଣି କର୍ଣ୍ଣେକୋପ ବସିଲା ଗୁରୁ ମନେ
Couplet 58
ସମୀପେ ଥିଲେ ରାଜାଲୋକଗୁରୁହିଁ ରାଜାର ସେବକ
Couplet 59
କୋପେ କମ୍ପିଲେ ବାକ୍ୟ ଶୁଣିତକ୍ଷଣେ ଘରୁ ବେତ ଆଣି
Couplet 60
ରାଜାର ବଂଶେ ଦୁରାଚାରନିଶ୍ଚେ ଜନ୍ମିଲା କୁଳାଙ୍ଗାର
Couplet 61
ଦୁର୍ବୁଦ୍ଧି ପଣ ଏ ବାଳକଏହାକୁ ଦଣ୍ଡେ ହେଁ ନ ରଖ
Couplet 62
ଚନ୍ଦନବନେ କଣ୍ଟାବୃକ୍ଷଦେଖ ହୋ ଜନ୍ମିଲା ପ୍ରତ୍ୟକ୍ଷ
Couplet 63
କଣ୍ଟକ ବୃକ୍ଷ ଯେବେ ମାରିଚନ୍ଦନ ବନ ଯତ୍ନ କରି
Couplet 64
ତେବେ ନିର୍ଭୟେ ଭୋଗକରିକଣ୍ଟକ ଥିଲେ ନିତ୍ୟେ ଡରି
Couplet 65
ଚନ୍ଦନ ବନ ଦୈତ୍ୟଗଣବିଷ୍ଣୁ ଯେ କୁଠାର ସମାନ
Couplet 66
କୁଠାର ବେଣ୍ଟ ଏହୁ ହୋଇଏ ଥିଲେ ଆମ୍ଭ ଭଲ ନାହିଁ
Couplet 67
ଏମନ୍ତେ କରାଇଲେ ଭୟେତର୍ଜ୍ଜିଲେ ବିବିଧ ଉପାୟେ
Couplet 68
ପୁଣି ଆଶ୍ୱାସ ତାକୁ କରିଗୁରୁ ପଢ଼ାନ୍ତି ହସ୍ତଧରି
Couplet 69
ଯେ ଧର୍ମ-ଅର୍ଥ-କାମଫଳେସେ ବିଦ୍ୟା ପଢ଼ାଇଲେ ବଳେ
Couplet 70
ମୋକ୍ଷ ହିଁ ଅଛି ତାର ତହିଁଏମନ୍ତ ବାଳକେ ପଢ଼ାଇ
Couplet 71
ମାତାଙ୍କ ଆଗେ ନେଇ ଦେଲେସେ ତାକୁ ଅଳଙ୍କୃତ କଲେ
Couplet 72
ରାଜା ସମୀପେ ଦେଲେ ନେଇତା ଦେଖି ରାଜା ତୋଷହୋଇ
Couplet 73
ଚରଣ ତଳେ ପୁତ୍ର ଚାହିଁତକ୍ଷଣେ କୋଳ କଲା ନେଇ
Couplet 74
ଆନନ୍ଦେ ଗାତ୍ରେ ହସ୍ତ ଦେଇସ୍ନେହରେ କୋଳରେ ବସାଇ
Couplet 75
ପୁତ୍ର ସ୍ୱଭାବେ ପ୍ରୀତିକରିକଲ୍ୟାଣ କରେ କୋଳେ ଧରି
Couplet 76
ପ୍ରସନ୍ନ ବଦନେ ଅନାଇଁସଧୀରେ ପୁତ୍ରକୁ ବୋଲଇ
Couplet 77
ହେ ପୁତ୍ର ଶୁଣ ମୋ ବଚନଗୁରୁ ଭୁବନେ ଏତେ ଦିନ
Couplet 78
ତୁ ଯେ ପଢ଼ିଲୁ ବାଳଭାବେମୋର ସମ୍ମୁଖେ କହ ଏବେ
Couplet 79
ଉତ୍ତମ ବିଦ୍ୟା ପୁତ୍ର କହମୋ ମନେ ନ ରହୁ ସନ୍ଦେହ
Couplet 80
ଶୁଣ ହେ ତାତ ମନଦେଇଯେ ବିଦ୍ୟା ଉତ୍ତମ ମଣଇ
Couplet 81
ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନସ୍ମରଣ ଚରଣସେବନ
Couplet 82
ସର୍ବସମ୍ପଦ ସମର୍ପିବଚରଣେ ଦାସ ପଣେ ଥିବ
Couplet 83
ସଖ୍ୟ ଭାବରେ ନେବ ଦିନକରିବ ଆତ୍ମନିବେଦନ
Couplet 84
ଏତେ ପ୍ରକାରେ ବିଷ୍ଣୁଭାବନିରତେ ଚିତ୍ତେ ସୁମରିବ
Couplet 85
ଏହା ମୁଁ ଉତ୍ତମ ମଣଇକହିଲି ତୋର ଆଗେ ମୁହିଁ
Couplet 86
ଏ ନବଲକ୍ଷଣେ ଭକତିଯେ ନର ଗୋବିନ୍ଦେ କରନ୍ତି
Couplet 87
ଉତ୍ତମ ବିଦ୍ୟା ବୋଲି ତାହାଯେଣେ ନ ଲାଗେ ବିଷ୍ଣୁମାୟା
Couplet 88
ଏମନ୍ତ ପୁତ୍ରମୁଖୁଁ ଶୁଣିକୋପେ ଉଠିଲା ଶିର ଝୁଣି
Couplet 89
ଆରକ୍ତ ବେନିଚକ୍ଷୁ ତାରପ୍ରଚଣ୍ଡେ କମ୍ପଇ ଅଧର
Couplet 90
ଗୁରୁପୁତ୍ରର ମୁଖ ଚାହିଁବୋଲଇ କୋପଭର ହୋଇ
Couplet 91
ତୁ ବ୍ରହ୍ମବନ୍ଧୁ ଗୁରୁସୁତଏ ତ ତୋହର ବିପରୀତ
Couplet 92
ମୋର ବିପକ୍ଷ-ସ୍ତୁତି ଯେତେଏହା ଶିଖାଇଲୁ କେମନ୍ତେ
Couplet 93
ଅସାର ବିଦ୍ୟା ଶିଖାଇଲୁତୁ ତ ଅବଜ୍ଞା ମୋତେ କଲୁ
Couplet 94
ଅସାଧୁଲୋକ ଏ ସଂସାରେଅଛନ୍ତି କୈତବ ବେଭାରେ
Couplet 95
ତାହାଙ୍କ ଦୋଷ ତାଙ୍କୁ ମାରେରୋଗ ଯେସନେ କଳେବରେ
Couplet 96
ଯେ ପ୍ରାଣୀ ବ୍ରହ୍ମହତ୍ୟା କରେସେ କ୍ଷୟରୋଗୀ ଜନ୍ମାନ୍ତରେ
Couplet 97
ଯେ ନିତ୍ୟ ମଦ୍ୟପାନ କରେବିକଟଦନ୍ତ ତା ଅଧରେ
Couplet 98
ସୁବର୍ଣ୍ଣ ହରିଥାଇ ଯେପେକୁନଖୀ ହୋଇ ଜନ୍ମ ଲଭେ
Couplet 99
ଗୁରୁକାମିନୀ ଯେହୁ ରତେଧବଳକୁଷ୍ଠ ମୁଖ ହସ୍ତେ
Couplet 100
ଏମନ୍ତେ ଅସୁର ବଚନେକହନ୍ତି ଗୁରୁଙ୍କ ନନ୍ଦନେ
Couplet 101
ମୋହର ଶିକ୍ଷା ଏ ନୁହଁଇଆନ ବା ପଢ଼ାଇବ କେହି
Couplet 102
ତୋର ପୁତ୍ରର ଏ ସ୍ୱଭାବଜାଣି ତୁ ଚିନ୍ତ ପରାଭବ
Couplet 103
ଏମନ୍ତେ ଗୁରୁବାକ୍ୟ ଶୁଣିସଂଶୟଚିତ୍ତେ ନୃପମଣି
Couplet 104
ପୁତ୍ରକୁ ଚାହିଁ କୋପଭରେବୋଲଇ କୁତ୍ସିତ-ବେଭାରେ
Couplet 105
ଏ ବିଦ୍ୟା ଗୁରୁବାକ୍ୟ ନୋହେକେ ଅବା ତୋର ମନ ମୋହେ
Couplet 106
ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱରମତିର ଗତି ଚକ୍ରଧର
Couplet 107
ଯେ ପ୍ରାଣୀ ଗୃହକୃତ୍ୟ କରେତା ମତି କୃଷ୍ଣ ନ ସୁମରେ
Couplet 108
ଗୁରୁବଚନ କି କରିବଯାହାର ଯେମନ୍ତ ସ୍ୱଭାବ
Couplet 109
ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେଗୃହସ୍ଥ ପଡ଼େ ରସାତଳେ
Couplet 110
କୁଳବେଭାରେ ବଶହୋଇଚର୍ବିତ ଚର୍ବଣ କରଇ
Couplet 111
ତାହାଙ୍କ ମତି କୃଷ୍ଣଠାବେକେବେହେଁ ନୋହେ ଭକ୍ତିଭାବେ
Couplet 112
ଯେ ପ୍ରାଣୀ ଦୁରାଶୟ ପଣେଅନର୍ଥ ଅର୍ଥ ପ୍ରାୟେ ମଣେ
Couplet 113
ସେ କାହିଁ କୃଷ୍ଣଙ୍କୁ ପାଇବଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ
Couplet 114
ଯାହାର ମତି ଅର୍ଥ ଧ୍ୟାୟିସେ ପ୍ରାଣୀ ଲଭିବ ତା କାହିଁ
Couplet 115
ଅନ୍ଧକୁ ଅନ୍ଧ ଯେହ୍ନେ ବହେସେ ଈଶତନ୍ତ୍ରେ ଭ୍ରମେ ମୋହେ
Couplet 116
ଏମନ୍ତ ପ୍ରାଣୀଙ୍କ ସ୍ୱଭାବକେମନ୍ତେ କୃଷ୍ଣଙ୍କୁ ଲଭିବ
Couplet 117
କୃଷ୍ଣ-ଚରଣ-ପଦ୍ମ ଦୁଇଏ ଘେନି ଲଭି ନ ପାରଇ
Couplet 118
ଯାହାର ଚରଣର ଅର୍ଥସ୍ମରଣେ ଖଣ୍ଡଇ ଅନର୍ଥ
Couplet 119
ଯାହାଙ୍କ ଚରଣାରବିନ୍ଦସେବି ନ ପାନ୍ତି ସୁରବୃନ୍ଦ
Couplet 120
ବିଷ୍ଣୁଭକତ ପାଦଧୂଳିଉଦକ ସେଙ୍ଗ ଶିରେ ବୋଳି
Couplet 121
ତହିଁ ଯେ ସ୍ନାନ ନ କରଇହରିଙ୍କି ଲଭିବ ସେ କାହିଁ
Couplet 122
ଏମନ୍ତ କହି ଦୈତ୍ୟବଳାଅନ୍ତରେ ମଉନ ହୋଇଲା
Couplet 123
ଶୁଣି ଅସୁର କୋପାନଳେକୋଳରୁ ପକାଇଲା ତଳେ
Couplet 124
ରୋଷେ ଅରୁଣଚକ୍ଷୁ କଲାଅସୁରଗଣେ ଆଜ୍ଞା ଦେଲା
Couplet 125
ଶୁଣ ହେ ନଈରତଗଣମୋର ପୁତ୍ରର ଦୁଷ୍ଟପଣ
Couplet 126
ମରଣ ଅର୍ଜିଲା ବେଭାରେଏହାକୁ ରାଜ୍ୟୁ କର ଦୂରେ
Couplet 127
ମୋର ଅନୁଜ ନାଶ କରିଯେ ବିଷ୍ଣୁ ମୋହର ବଇରୀ
Couplet 128
ତାହାର ପକ୍ଷ ଏ ଧଇଲାନିଜ ସୁହୃଦ ଉପେକ୍ଷିଲା
Couplet 129
ବିଷ୍ଣୁର ଦାସପଣେ ରହେକେ ପ୍ରାଣ ଥାଉଁ ଏହା ସହେ
Couplet 130
ବିଷ୍ଣୁର ଆଶ୍ରେ ଏ ମୋହରନିଶ୍ଚେ କରିବ ଅପକାର
Couplet 131
ପିତା ସୁହୃଦ ପୁତ୍ରଙ୍କରଦୁସ୍ତ୍ୟଜ୍ୟ ଏ ଶାସ୍ତ୍ର ବେଭାର
Couplet 132
ଏ ପଞ୍ଚବରଷର ସୁତପିତାମାତାରେ ଅଭକତ
Couplet 133
ପରର ପୁତ୍ର ହୋଇ ଯେବେଆପଣା ହିତ ଅନୁଭାବେ
Couplet 134
ତାହାକୁ ଜାଣି ନିଜ ସୁତରୋଗକୁ ଔଷଧ ଯେମନ୍ତ
Couplet 135
ଆପଣା ତହୁଁ ଜାତ ହୋଇପରର ହିତେ ଯେବେ ଥାଇ
Couplet 136
ବ୍ୟାଧିର ପ୍ରାୟ ଜନ୍ମ ତାରତା ମଲେ ଆତ୍ମାର ନିସ୍ତାର
Couplet 137
ଯେ ଅଙ୍ଗେ ସର୍ପାଘାତ କରେସେ ଅଙ୍ଗ ଦୋଷେ ପ୍ରାଣୀ ମରେ
Couplet 138
ସେ ଅଙ୍ଗ ଛେଦି ପକାଇଲେଦେହେ ଜୀବନ ରହେ ଭଲେ
Couplet 139
ଯେ ହିତ କରେ ପର ହୋଇତା ତହୁଁ ଆର ବନ୍ଧୁ କାହିଁ
Couplet 140
ଅହିତ କରେ ବନ୍ଧୁ ଯେବେତାହାକୁ ଲେଖି ଶତ୍ରୁଭାବେ
Couplet 141
ଦେହରୁ ବ୍ୟାଧି ଜନ୍ମ ହୋଇଆତ୍ମା ସହିତେ ସଂହାରଇ
Couplet 142
ଅରଣ୍ୟୁ ଅଉଷଧି ଆଣିରୋଗ-ସଙ୍କଟୁ ତରେ ପ୍ରାଣୀ
Couplet 143
ପର ଅପର ଏ ବିଚାରକେ ରିପୁ କେବା ଆପଣାର
Couplet 144
ସୁହୃଦ ହୋଇ ଶତ୍ରୁପଣେପାପ ଚିନ୍ତଇ ଅନୁକ୍ଷଣେ
Couplet 145
ନାନା-ଉପାୟେ ତାକୁ ମାରିସେ ମଲେ ସୁଖେ ପ୍ରାଣ ଧରି
Couplet 146
ଯୋଗୀଙ୍କ ଯୋଗଧ୍ୟାନ କାଳେଦୁଷ୍ଟଇନ୍ଦ୍ରିୟ ଯେବେ ବଳେ
Couplet 147
ତାହାକୁ ଯେବେ କରେ ସାଧ୍ୟତେବେ ଲଭଇ ବ୍ରହ୍ମପଦ
Couplet 148
ଏ ମିତ୍ରବେଶଧାରୀ ପରଏହାକୁ ବେଗେ ବଧ କର
Couplet 149
ଭୋଜନ ଶୟନ ଆସନେଉପାୟ କର ତା ମରଣେ
Couplet 150
ଏମନ୍ତେ ରାଜା ଆଜ୍ଞା ପାଇଅସୁରେ ଅସ୍ତ୍ର ଘେନି ଧାଇଁ
Couplet 151
ବାଳକ-ନାଶ ମନେ ଚିନ୍ତିଶୂଳ ଅନ୍ତରୀକ୍ଷେ ବୁଲାନ୍ତି
Couplet 152
ସୁତୀକ୍ଷ୍ଣ ଦିଶେ ଦନ୍ତପନ୍ତିକରାଳ-ବଦନେ ଚାହାନ୍ତି
Couplet 153
ତମ୍ବାର ବର୍ଣ୍ଣ ପ୍ରାୟେ ଦାଢ଼ିଶିରେ କପିଳଜଟା ବେଢ଼ି
Couplet 154
ନାଚନ୍ତି ଭଇରବ ନାଦେଅସୁରେ ଛନ୍ଦି ପାଦ ପାଦେ
Couplet 155
ଶୂଳ ବୁଲାଇ ମହାଘୋରେପିଟିଲେ ବାଳକ ଉପରେ
Couplet 156
ତା ଦେଖି ଅସୁରକୁମରମନେ ଚିନ୍ତିଲା ଚକ୍ରଧର
Couplet 157
ଗୋବିନ୍ଦପାଦେ ଚିତ୍ତ ଦେଇବୋଲଇ ଅସୁରଙ୍କୁ ଚାହିଁ
Couplet 158
ତୁମ୍ଭର ଦେହେ ଯେବେ ହରିଆତ୍ମା-ସ୍ୱରୂପେ ଛନ୍ତି ପୂରି
Couplet 159
ସକଳ ଶସ୍ତ୍ରେ ହରି ଯେବେଘଟଣେ ଛନ୍ତି ଆତ୍ମାଭାବେ
Couplet 160
ଏକଥା ସତ୍ୟ ଯେବେ ହୋଇଶସ୍ତ୍ର ନ କାଟୁ ମୋର ଦେହୀ
Couplet 161
ଶୁଣି ଅସୁର କୋପଭରେଅନେକଶସ୍ତ୍ର ପ୍ରହାରିଲେ
Couplet 162
ପ୍ରହଲ୍ଲାଦର ଦେହେ ବାଜିସକଳ ଶସ୍ତ୍ରେ ଗଲେ ଭାଜି
Couplet 163
ଅପୁଣ୍ୟବନ୍ତପ୍ରାଣୀ ଦେହେସାତ୍ତ୍ୱିକଫଳ ଯେହ୍ନେ ନୋହେ
Couplet 164
ଅଦ୍ଭୁତ-କର୍ମ ତାର ଦେଖିତକ୍ଷଣେ ଆସନ ଉପେକ୍ଷି
Couplet 165
ଭିତରେ ପଶିଲା ଅସୁରଭୟରେ କମ୍ପେ ଥରହର
Couplet 166
ମନ୍ତ୍ରୀ ସଙ୍ଗତେ ବିଚାରିଲାବାଳକ-ମରଣ ଚିନ୍ତିଲା
Couplet 167
ଅଇରାବତ ଆଦି ନାଗେତାହାଙ୍କୁ ଅଣାଇଲା ବେଗେ
Couplet 168
ବୋଲଇ ଦନ୍ତାଘାତ କରଯେମନ୍ତେ ମରଇ କୁମର
Couplet 169
ଶୁଣି ଅନେକ ହସ୍ତୀ ତୁଲେବାଳକ-ସମୀପେ ମିଳିଲେ
Couplet 170
ହସ୍ତୀଙ୍କି ଚାହିଁ ଦୈତ୍ୟବଳାଅନ୍ତରେ କୃଷ୍ଣ ସୁମରିଲା
Couplet 171
ମହାକ୍ରୋଧରେ ଗଜବରେନିଷ୍ଠୁର-ଦନ୍ତର ଅଗ୍ରରେ
Couplet 172
ନିର୍ଘାତେ କରନ୍ତେ ପ୍ରହାରସକଳ ଦନ୍ତ ହେଲା ଚୂର
Couplet 173
ଭୟେ ଭାଜିଲେ ହସ୍ତୀବଳଦେଖି ଅସୁର କୋପାନଳ
Couplet 174
ତକ୍ଷକ ଆଦି ଅଷ୍ଟନାଗେଥିଲେ ଯେ ଅନ୍ତରୀକ୍ଷ ମାର୍ଗେ
Couplet 175
ତାହାଙ୍କୁ ରାଇ ନୃପବରନିଷ୍ଠୁରେ ବୋଲଇ ଉତ୍ତର
Couplet 176
ଏ କୁଳାଙ୍ଗାର ମୋ କୁମରଏହାର ପ୍ରାଣ ବେଗେ ହର
Couplet 177
ନାଗକୁ ଦେଖି ପ୍ରହଲ୍ଲାଦଚିତ୍ତେ ଚିନ୍ତିଲା କୃଷ୍ଣପାଦ
Couplet 178
ତକ୍ଷଣେ କୋପେ ନାଗେ ଗଲେବାଳକ ଶରୀରେ ଦଂଶିଲେ
Couplet 179
ମୁଖରୁ ଦନ୍ତ ଝଡ଼ିଗଲାନାଗଙ୍କ ଫଣା ବଥାଇଲା
Couplet 180
ନାଗେ ପଳାଇଗଲେ ବେଗେଜୀବନ ଭୟେ ଦଶଦିଗେ
Couplet 181
ପୁଣି ସେ କୃତ୍ୟାହୋମ କଲାପର୍ବତ ଶିଖୁ କଚାଡ଼ିଲା
Couplet 182
ଶମ୍ବର ହସ୍ତେ ମାୟା କଲାକେବେହେଁ ପ୍ରାଣ ତା ନଗଲା
Couplet 183
ବନ୍ଧନ କରି ହସ୍ତପାଦମେଲିଲା ଅଗାଧ ସମୁଦ୍ର
Couplet 184
ବନ୍ଧନ କରି ପ୍ରତିଦିନେମରିବ ବୋଲଇ କେସନେ
Couplet 185
ଭର୍ତ୍ସନା କଲା ପ୍ରତିଦିନେଗରଳ ଦେଲା ଅନ୍ନପାନେ
Couplet 186
କେତେହେଁ ଦିନ ଅଭୋଜନବଞ୍ଚିଲା ଅସୁରନନ୍ଦନ
Couplet 187
ହିମ ପବନ ଅଗ୍ନି ଜଳେପର୍ବତ ଚାପି କୋପାନଳେ
Couplet 188
ନାନାପ୍ରକାରେ କଷ୍ଟ ଦେଲାକେବେହେଁ ବାଳକ ନ ମଲା
Couplet 189
ସ୍ୱଭାବେ ପାପ ତାର ନାହିଁଦଣ୍ଡ ବାଧିବ ତାକୁ କାହିଁ
Couplet 190
କେବେହେଁ ମାରି ନ ପାରିଲାଚିନ୍ତାସାଗରେ ନିମଜ୍ଜିଲା
Couplet 191
ଜାଗ୍ରତ ସ୍ୱପ୍ନ ପ୍ରାୟେ ହୋଇକେବେହେଁ ଶାନ୍ତି ନ ଭଜଇ
Couplet 192
ଦେଖ ଏ ବାଳକ ବିଷୟେକେତେ ନ ଚିନ୍ତିଲି ଉପାୟେ
Couplet 193
ଶତ୍ରୁର ପ୍ରାୟେ ପଛେ ଥାନ୍ତେକେବେହେଁ ନ ଡରଇ ଚିତ୍ତେ
Couplet 194
କଷଣ ଦେଲି ଯେତେ ମୁହିଁକିଛି ଏହାର ହେଲା ନାହିଁ
Couplet 195
ଶୁନଃଶେଫର ପ୍ରାୟେ ସହେକି ଆଉ କରିବି ଉପାୟେ
Couplet 196
ମହାନୁଭବ ଏ କୁମରମନବଚନେ ଅଗୋଚର
Couplet 197
ନିର୍ଭୟେ ଏତେ ଦୁଃଖ ସହେଏଣୁ ମୋ ଚିତ୍ତେ ମହାଭୟେ
Couplet 198
ଏହାର ତୁଲେ ବାଦ କଲେପ୍ରାଣ ମୁଁ ନ ପାଇବି ଭଲେ
Couplet 199
ଏମନ୍ତେ ଭାଳି ମନଦୁଃଖେଦଣ୍ଡେ ରହିଲା ଅଧୋମୁଖେ
Couplet 200
ସାଧୁ ବିଷୟେ ଦ୍ରୋହ କଲେକେବା ସଂସାରେ ଥିବ ଭଲେ
Couplet 201
ଗୁରୁ କୁମରେ ତାହା ଶୁଣିଅସୁର ମୁଖ ଚାହିଁ ଭଣି
Couplet 202
ଶୁଣ ହେ ନୃପ ଚୂଡ଼ାମଣିତପେ ତୁ ତ୍ରିଭୁବନ ଜିଣି
Couplet 203
ଆତ୍ମାର ସୁଖେ ଭୋଗକରୁଯେହ୍ନେ ଅଚଳ-ମହମେରୁ
Couplet 204
ତୋହର ରିପୁ ଏ ସଂସାରେନ ଦେଖି ଶରୀର-ବେଭାରେ
Couplet 205
ଏ ବାଳକୁମର ତୋହରଏହାକୁ କିମ୍ପା ତୋର ଡର
Couplet 206
ବାଳକ ଗୁଣ-ଦୋଷ ନାହିଁସଂଶୟ କରୁ କିମ୍ପା ତୁହି
Couplet 207
ଯେବେ ସଂଶୟ ତୋର ମନେକହିବା ଶୁଣ ସାବଧାନେ
Couplet 208
ଏହାକୁ ବରୁଣର ପାଶେବନ୍ଧନ କର ତୁ ବିଶ୍ୱାସେ
Couplet 209
ନିକଟେ ରଖ ତୋ ଆୟତ୍ତେଭୟ ନ ଲାଗୁ ତୋର ଚିତ୍ତେ
Couplet 210
ବାଳୁତ-ଦଶା ଏ ଛାଡ଼ିଲେସୁବୁଦ୍ଧି ପ୍ରକାଶିବ ଭଲେ
Couplet 211
ବ୍ରହ୍ମାର ପୁରୁ ଆମ୍ଭ ତାତତୋ ପାଶେ ନ ଆସେ ଯାବତ
Couplet 212
ତାବତ ଥାଉ ଏହିମତେସଂଶୟ ନ କର ତୁ ଚିତ୍ତେ
Couplet 213
ଗୁରୁପୁତ୍ରଙ୍କ ବାକ୍ୟ ଶୁଣିସନ୍ତୋଷେ କହେ ନୃପମଣି
Couplet 214
ଶୁଣ ହେ ଗୁରୁଙ୍କ କୁମରଏବେ ମୋହର ବୋଲ କର
Couplet 215
ଗୃହସ୍ଥାଶ୍ରମ ଧର୍ମ ଯେତେସେ ରାଜଧର୍ମ ନୀତି ଯୁକ୍ତେ
Couplet 216
ତ୍ରିବର୍ଗ ଧର୍ମ-ଅର୍ଥ-କାମେଯେମନ୍ତେ ପଢ଼େ ଅନୁକ୍ରମେ
Couplet 217
ଏମନ୍ତେ ରାଜାର ବଚନେପ୍ରହ୍ଲାଦେ ଗୁରୁ ବେନିଜନେ
Couplet 218
ଅନେକ ଯତ୍ନେ ପଢ଼ାଇଲେଅସୁରକୁମରଙ୍କ ତୁଲେ
Couplet 219
ଗୁରୁଙ୍କ ମୁଖୁଁ ଯେତେ ଶୁଣେଅନ୍ତରେ ସାଧୁ ତା ନମଣେ
Couplet 220
ଗୃହସ୍ଥ-ଧର୍ମର ବ୍ୟବସ୍ଥାଆତ୍ମାର ନିପାତ ଏ କଥା
Couplet 221
ଏ ଧର୍ମେ ମୋହିହୋନ୍ତି ଜନଏଣେ କି ମୋର ପ୍ରୟୋଜନ
Couplet 222
ଏମନ୍ତେ କରଇ ବିଚାରଏବେ ହୋ ଶୁଣ ନୃପବର
Couplet 223
ପଢ଼ଇ ବାଳକଙ୍କ ମେଳେଗୁରୁ ଯେ ଗୃହକର୍ମେ ଗଲେ
Couplet 224
ସେ ପ୍ରହଲ୍ଲାଦ ଦୟାବହିବୋଲେ ବାଳକ ମୁଖ ଚାହିଁ
Couplet 225
ଶୁଣ ହେ ଅସୁରକୁମରେଯେ ବିଦ୍ୟା ସଂସାରୁ ଉଦ୍ଧରେ
Couplet 226
ମଞ୍ଚେ ମାନବ ଦେହ ବହିଆତ୍ମା ଜ୍ଞାନଟି ଯାର ନାହିଁ
Couplet 227
ତାର ଜୀବନ ଅକାରଣଏବେ ହୋ ସାବଧାନେ ଶୁଣ
Couplet 228
ଏ ପିତାପୁତ୍ରଙ୍କ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ
Couplet 229
କହଇ ଦାସ ଜଗନ୍ନାଥସପ୍ତମ ସ୍କନ୍ଧେ ଭାଗବତ