Skip to content
paribhaasha

Skandha 7

Adhyaya 6

  1. Couplet 1

    ଶୁଣ ହେ ଅସୁର ବାଳକେଯେ ବିଦ୍ୟାସାର ନରଲୋକେ

  2. Couplet 2

    ଆହେ ବୟସ୍ୟେ ତୁମ୍ଭେ ଦେଖମୃତ୍ୟୁ-ଅଧୀନ ଜୀବଲୋକ

  3. Couplet 3

    ମାୟାକ୍ରୀଡ଼ାରେ ଭୋଳହୋଇତୁମ୍ଭର ଦେହେ ଜ୍ଞାନ ନାହିଁ

  4. Couplet 4

    ବାଳୁତ ଯୁବା ବୃଦ୍ଧଦେହୀକେବେହେଁ ମୃତ୍ୟୁ ନ ତରଇ

  5. Couplet 5

    ଏ ଭାବ ଚିତ୍ତେ ଯେ ଚିନ୍ତନ୍ତିଅନ୍ତେ ସେ କୈବଲ୍ୟ ଭୁଞ୍ଜନ୍ତି

  6. Couplet 6

    ଯେବେ ଅଶେଷ ଗ୍ରନ୍ଥ ପଢ଼ିଆତ୍ମାର ଗତିପଥ ହୁଡ଼ି

  7. Couplet 7

    ପର-ଅପର ବୋଲି ଚିନ୍ତିସେ ମୃତ୍ୟୁ-ମୁଖେ ସଞ୍ଚରନ୍ତି

  8. Couplet 8

    ଯେ ଗୁରୁ କହେ ଶାସ୍ତ୍ରମତେଅର୍ଥକୁ ବୁଝାଇ ଅନର୍ଥେ

  9. Couplet 9

    ଅଜ୍ଞାନ ନିନ୍ଦିତ ବଚନେନ ଘଟେ ଶାସ୍ତ୍ର ଅନୁମାନେ

  10. Couplet 10

    ସେ ଗୁରୁବାକ୍ୟେ କାର୍ଯ୍ୟ କିସନିଷ୍ଫଳ ତାର ଉପଦେଶ

  11. Couplet 11

    ଆତ୍ମ-ଶରୀର ଉଦ୍ଧାରଣେନ କହେ ଅଜ୍ଞାନ କାରଣେ

  12. Couplet 12

    ଏଣୁ ଏ ଆତ୍ମଜ୍ଞାନୀ ଯେତେଯତ୍ନ କରନ୍ତି ଆତ୍ମାହିତେ

  13. Couplet 13

    ଏଣୁ ଅଜ୍ଞାନୀଙ୍କ ବଚନନମାନେ ଆତ୍ମଜ୍ଞାନୀ ଜନ

  14. Couplet 14

    ଅଜ୍ଞାନୀ ଅଜ୍ଞାନ ଦେଖାଏଅନ୍ଧକୁ ଅନ୍ଧ ଯେହ୍ନେ ବାହେ

  15. Couplet 15

    ଜ୍ଞାନୀର ଶତ୍ରୁ-ମିତ୍ର ନାହିଁନିତ୍ୟେ ଉଦାସିପଣେ ଥାଇ

  16. Couplet 16

    ଜନ୍ତୁର କର୍ମର ଆୟତ୍ତେସଂପଦ ବିପଦ ଯୁଗତେ

  17. Couplet 17

    ଏ ମାୟାମୟ ଗୃହବାସେପ୍ରାଣୀ ଯନ୍ତ୍ରିତ ମୋହପାଶେ

  18. Couplet 18

    ମନର ଚରଣେ ଶାଙ୍କୋଳିଏଣୁ ନ ପାରେ ପ୍ରାଣୀ ଚଳି

  19. Couplet 19

    ଏ ମାୟାବନ୍ଧ ଯା ବଚନେତୁଟଇ ଜ୍ଞାନ ଅନୁମାନେ

  20. Couplet 20

    ସେ ଗୁରୁବଚନ ପ୍ରମାଣିତେବେ ସଂସାରୁ ତରେ ପ୍ରାଣୀ

  21. Couplet 21

    ବିଅର୍ଥେ କ୍ରୀଡ଼ା ନିତ୍ୟେ ଚିନ୍ତିଆୟୁଷ କ୍ଷୟ ନ ଜାଣନ୍ତି

  22. Couplet 22

    ଏମନ୍ତେ ଅସୁରଙ୍କୁ ଚାହିଁସେ ପ୍ରହଲ୍ଲାଦ ଦୟାବହି

  23. Couplet 23

    କହଇ ଭାଗବତ ଧର୍ମଯେଣେ ତୁଟଇ ଭବଭ୍ରମ

  24. Couplet 24

    ଏମନ୍ତେ ଦୈତ୍ୟଶିଶୁ ଆଗେପୁଣ କହନ୍ତି ଅନୁରାଗେ

  25. Couplet 25

    ଶୁଣ ବାଳକେ ମୋ ବଚନସଂସାରେ ଯେବା ବୁଧଜନ

  26. Couplet 26

    କୁମାର କାଳୁ ଭକ୍ତିଭରେଶରୀର ଅନିତ୍ୟ ବିଚାରେ

  27. Couplet 27

    ମନୁଷ୍ୟ ଶରୀର ଦୁର୍ଲ୍ଲଭଏଣୁ ଗୋବିନ୍ଦେ କର ଭାବ

  28. Couplet 28

    ଯେ ହରି ସର୍ବଜୀବ ଦେହେଆତ୍ମା ସୁହୃଦ ପ୍ରିୟ ପ୍ରାୟେ

  29. Couplet 29

    ବସଇ ଈଶ୍ୱର ସ୍ୱଭାବେଏଣୁ ଭଜିବ ଆତ୍ମଲାଭେ

  30. Couplet 30

    ଏ ସୁଖ ଦୁଃଖ ଭୋଗ ଲାଭେକର୍ମର ବଳେ ତାହା ଲଭେ

  31. Couplet 31

    ଏଣୁ ନ କରି ପ୍ରତିଆଶନିରତେ ହୋଇବ ସନ୍ତୋଷ

  32. Couplet 32

    ଦେଖ ଆୟୁଷ ଏ ଶରୀରେଛିଦ୍ରଘଟର ପ୍ରାୟେ ଝରେ

  33. Couplet 33

    ଏଣୁ ମୁକୁନ୍ଦ-ପାଦଯୁଗେନିରତେ ଭଜ ମନଯୋଗେ

  34. Couplet 34

    ମରଣ ନିତ୍ୟେ ସନ୍ନିହିତେତା ମୁଖେ ନ ପଡ଼ ଯାବତ

  35. Couplet 35

    ଯାବତ ସୁସ୍ଥ ଏ ଶରୀରବୃଦ୍ଧ ଅବସ୍ଥା ଅଛି ଦୂର

  36. Couplet 36

    ଯାବତ ଏ ଦୁର୍ଲ୍ଲଭ ଦେହେଇନ୍ଦ୍ରିୟଶକ୍ତି ନଷ୍ଟ ନୋହେ

  37. Couplet 37

    ଯାବତ ଜୀବ ରହେ ଦେହେକାଳର ବଳେ କ୍ଷୟ ନୋହେ

  38. Couplet 38

    ତାବତ ଆତ୍ମା ନିସ୍ତାରଣେଯତ୍ନ କରିବ ଅନୁକ୍ଷଣେ

  39. Couplet 39

    ତେବେ ଆତ୍ମାର ହିତକରେଦୁର୍ଲ୍ଲଭ ମାନବ ଶରୀରେ

  40. Couplet 40

    ଏ ଜ୍ଞାନ ନ ବୁଝି ଯେ ହେଳେବୋଲେ ସାଧିବି ବୃଦ୍ଧକାଳେ

  41. Couplet 41

    ଗୃହେ ଲାଗିଲେ ଅଗ୍ନି ଯେହ୍ନେଉଦ୍ୟମ କୂପର ଖନନେ

  42. Couplet 42

    ଏମନ୍ତ ଅଜ୍ଞାନୀଙ୍କ ମତିକେବେହେଁ ସୁଖ ନ ଲଭନ୍ତି

  43. Couplet 43

    ସ୍ୱଭାବେ ଅଳପ ଆୟୁଷଜୀବର ଶତେକ ବରଷ

  44. Couplet 44

    ଯେବେ ଅଜ୍ଞାନପଣେ ଥାଇତାହାର ଅର୍ଥେ ନାଶ ଯାଇ

  45. Couplet 45

    ସ୍ୱଭାବେ ରାତ୍ରେ ନିଦ୍ରାକାଳେଅର୍ଦ୍ଧଆୟୁଷ ଯାଇ ହେଳେ

  46. Couplet 46

    ବାଳକ ପୌଗଣ୍ଡ କୈଶୋରେବିଂଶବରଷ ତହୁଁ ହରେ

  47. Couplet 47

    କାଳର ସ୍ୱଭାବ ଏମନ୍ତକ୍ରୀଡ଼ା ବିନୋଦେ କରେ ଗ୍ରସ୍ତ

  48. Couplet 48

    ପୁଣ ବିଂଶତି ବୃଦ୍ଧେ ଯାଇବଞ୍ଚଇ ଅସମର୍ଥ ହୋଇ

  49. Couplet 49

    ଅପରେ ଯେ ଅବା ରହଇତା ଗୃହବନ୍ଧେ ପାସୋରଇ

  50. Couplet 50

    ଗୃହବନ୍ଧନେ ବନ୍ଦୀ ହୋଇଆତ୍ମା ଉଦ୍ଧରି ନ ପାରଇ

  51. Couplet 51

    ଅତି ଯନ୍ତ୍ରିତ ସ୍ନେହପାଶେଦୁର୍ଜୟ ଇନ୍ଦ୍ରିୟ ଲାଳସେ

  52. Couplet 52

    ଅର୍ଥ ଅର୍ଜନେ ଅବିରତେଲୋଭ ବଢ଼ଇ ତାର ଚିତ୍ତେ

  53. Couplet 53

    ପ୍ରାଣୁଁ ଅଧିକ ସ୍ନେହଭରେସେ ତୃଷ୍ଣା କେବା ତେଜିପାରେ

  54. Couplet 54

    ଯେ ଧନଅର୍ଥେ ବିକେ ପ୍ରାଣତାହାର କାହିଁ ପରିତ୍ରାଣ

  55. Couplet 55

    ତସ୍କରପଣେ ଚୋରି କରେସେବା କରଇ ଯାଇ ପରେ

  56. Couplet 56

    ବୋଇତେ ବସି ବଣିଜରେଅଗାଧସିନ୍ଧୁ ଲୋଭେ ତରେ

  57. Couplet 57

    ନିରତେ ଗୃହବନ୍ଧେ ବଞ୍ଚେଯକ୍ଷର ପ୍ରାୟେ ଧନ ସଞ୍ଚେ

  58. Couplet 58

    ଏକାନ୍ତେ କାମିନୀର ମେଳେକ୍ରୀଡ଼ା କରଇ କାମଭୋଳେ

  59. Couplet 59

    ପତ୍ନୀର ବାକ୍ୟ ଅନୁକ୍ଷଣେଗୁରୁଙ୍କ ମନ୍ତ୍ର ପ୍ରାୟେ ମଣେ

  60. Couplet 60

    ବନ୍ଧୁବାନ୍ଧବ ବନ୍ଧନରେବାଳକ ସ୍ନେହେ ମନହରେ

  61. Couplet 61

    ସ୍ନେହମମତା ଅବିରତେଚିନ୍ତଇ ଅନୁରାଗ ଚିତ୍ତେ

  62. Couplet 62

    ଘରୁ ବାହାର ହୋଇ ଯେବେପ୍ରବାସ କରଇ ସ୍ୱଭାବେ

  63. Couplet 63

    ତହିଁ ଜୀବନେ ସୁସ୍ଥ ନାହିଁଭାଳଇ ଗୃହେ ମନ ଦେଇ

  64. Couplet 64

    ପୁତ୍ର ଦୁହିତା ସ୍ନେହଚିତ୍ତେମନୋଜ୍ଞ ପତ୍ନୀଭାବ ଚିନ୍ତେ

  65. Couplet 65

    ତାତ ଜନନୀ ଭ୍ରାତ ସ୍ମରେଏ ଭଲେ ଥିବେ କି ମୋପୁରେ

  66. Couplet 66

    ମନୋଜ୍ଞ ଗୃହବସ୍ତୁ ଯେତେଜୀବିକା ପଶୁ ଭୃତ୍ୟ ମତେ

  67. Couplet 67

    ଏ ରୂପେ କୋଷକାରୀ ପ୍ରାୟେଅନ୍ତରେ ଅବିରତ ଧ୍ୟାୟେ

  68. Couplet 68

    ଲୋଭେ ଅତୃପ୍ତକାମ ହୋଇଜିହ୍ୱା ଉପସ୍ଥ ଭାବ ଧ୍ୟାୟି

  69. Couplet 69

    ରହନ୍ତି ମୋହଭାବ ଚିତ୍ତେସେ ପ୍ରାଣୀ ଛାଡ଼ିବେ କେମନ୍ତେ

  70. Couplet 70

    ଦୁସ୍ତର ଭବମୋହ ଚିତ୍ତେସେ ପ୍ରାଣୀ ତରିବେ କେମନ୍ତେ

  71. Couplet 71

    ନିରତେ କୁଟୁମ୍ବ ପୋଷଣେଆୟୁଷ କ୍ଷୟ ନ ପ୍ରମାଣେ

  72. Couplet 72

    ସର୍ବଦା ତାପତ୍ରୟେ ଦୁଃଖୀକୁଟୁମ୍ବ-ରାଗ ନ ଉପେକ୍ଷି

  73. Couplet 73

    ନିତ୍ୟେ ବିଭବ ଭବେ ଚିନ୍ତେକାମେ ଯନ୍ତ୍ରିତ ଅବିରତେ

  74. Couplet 74

    ପଣ୍ଡିତପଣେ ସର୍ବ ଜାଣେଆତ୍ମାର ଗତି ନ ପ୍ରମାଣେ

  75. Couplet 75

    ଯେ ଫଳ ଇହ ପରଲୋକେତା ଶୁଣି ଜାଣେ ଶାସ୍ତ୍ରମୁଖେ

  76. Couplet 76

    କୁଟୁମ୍ବୀପଣେ ଗୃହ କରେକ୍ରୀଡ଼ା-ବିନୋଦେ ସେ ବିହରେ

  77. Couplet 77

    କୁଟୁମ୍ବ-ଗ୍ରସ୍ତ ଯାକୁ କରେଉଭୟଲୋକୁ ନ ନିସ୍ତରେ

  78. Couplet 78

    ବିଭିନ୍ନ ଆତ୍ମା ପରଭାଗୀକାମସଙ୍କଳ୍ପେ ଅନୁରାଗୀ

  79. Couplet 79

    ବିମୂଢ଼ମତି ଭବେ ଭ୍ରମେଅନ୍ତେ ପଡ଼ଇ ଘୋରତମେ

  80. Couplet 80

    ତୁମ୍ଭେ ସକଳେ ଏହା ଶୁଣିଆତ୍ମାର ହିତ ମନେ ଗୁଣି

  81. Couplet 81

    ବିଷୟ ନ କର ହୋ ସଙ୍ଗଯେସନେ ଉଦଧି-ତରଙ୍ଗ

  82. Couplet 82

    ଏ ସଙ୍ଗ ଦୂରେ ପରିହରନାରାୟଣଙ୍କୁ ଆଶ୍ରେ କର

  83. Couplet 83

    ସେ ନାରାୟଣ ସର୍ବଧାତାଈଷିତେ କଇବଲ୍ୟଦାତା

  84. Couplet 84

    କୃଷ୍ଣଙ୍କୁ ଆଶ୍ରେ ଯେ କରନ୍ତିସେ ସର୍ବଦୁଃଖୁ ନିସ୍ତରନ୍ତି

  85. Couplet 85

    ଅସୁରଭାବକୁ ଉପେକ୍ଷଆତ୍ମାର ପ୍ରାୟ ସର୍ବ ଦେଖ

  86. Couplet 86

    ଏ ବିଷ୍ଣୁମାୟା ପାରାବାରବ୍ରହ୍ମାଣ୍ଡ ବାହ୍ୟ-ଅଭ୍ୟନ୍ତର

  87. Couplet 87

    ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେଅବ୍ୟକ୍ତରୂପ ପଞ୍ଚଭୂତେ

  88. Couplet 88

    ଗୁଣ ଅଗୁଣ ଗୁଣସାମ୍ୟେଏ ଆଦି ସର୍ବଘଟେ ରମେ

  89. Couplet 89

    ବସଇ ଏକଆତ୍ମା ହରିଭୁଞ୍ଜେ ଅବ୍ୟୟରୂପ ଧରି

  90. Couplet 90

    ଆତ୍ମା ସ୍ୱରୂପେ ସର୍ବଦେହେଦୃଶ୍ୟ ଅଦୃଶ୍ୟ ଭାବେ ରହେ

  91. Couplet 91

    ନିର୍ଲେପ ନିର୍ବିଷୟ ମତେକଳ୍ପି କେ ପାରିବ ଜଗତେ

  92. Couplet 92

    କେବଳ ଆନନ୍ଦାନୁଭବେଅଶେଷ-ଦେହେ ସର୍ବଜୀବେ

  93. Couplet 93

    ବାହ୍ୟ-ଅନ୍ତରେ ବ୍ୟାପିରହେଐଶ୍ୱର୍ଯ୍ୟଗୁଣ ସଙ୍ଗେ ବହେ

  94. Couplet 94

    ଏ ଘେନି ସର୍ବଭୂତେ ସାରପ୍ରାଣୀବିଷୟେ ଦୟାକର

  95. Couplet 95

    ସୁହୃଦଭାବ ଧର ଚିତ୍ତେହରିଙ୍କି ଲଭିବ ଯେମନ୍ତେ

  96. Couplet 96

    ଅସୁରଭାବ ଦୂର କରିଯେଣେ ସନ୍ତୋଷ ହୋଏ ହରି

  97. Couplet 97

    ଏ ଭାବ ଦୃଢ଼ କରି ଚିତ୍ତେହରିଙ୍କି ଭଜ ଅବିରତେ

  98. Couplet 98

    ସେ ବିଷ୍ଣୁ ତୋଷ ଯାକୁ ଚିତ୍ତେକିବା ଅଲଭ୍ୟ ଏ ଜଗତେ

  99. Couplet 99

    ଅନନ୍ତ ଅବ୍ୟକ୍ତ ମହିମାକି ଗୁଣେ ଦେବା ତା ଉପମା

  100. Couplet 100

    ତ୍ରିଗୁଣୁଁ କରେ ନିସ୍ତାରଣକୈବଲ୍ୟ ପରମ କାରଣ

  101. Couplet 101

    ସଂସାର ମଧ୍ୟେ ସାର ସେହିତାର ଚରଣୁଁ ଅନ୍ୟ ନାହିଁ

  102. Couplet 102

    ଏ ଘେନି କୃଷ୍ଣର ଚରଣପ୍ରାଣୀଏ ପଶନ୍ତି ଶରଣ

  103. Couplet 103

    ତାଙ୍କ ଚରଣେ ସେବାକରଏ ବିଷ୍ଣୁମାୟାରୁ ନିସ୍ତର

  104. Couplet 104

    ଏବେ ହୋ ଶୁଣ ମୋର ବାଣୀଶ୍ରୀଭାଗବତ ଯେ ବଖାଣି

  105. Couplet 105

    ଧମାର୍ଥ-କାମ ବେଦମତେଏ ତିନିବର୍ଗ ପରାପତେ

  106. Couplet 106

    ସାଧନ କରି ଶମଦମଯଜ୍ଞାଦି ନାନାବିଧ କର୍ମ

  107. Couplet 107

    ସତ୍ୟବଚନ ବେଦବାଣୀଏଥେ ସଂସାରୁ ତରେ ପ୍ରାଣୀ

  108. Couplet 108

    ନାନାପ୍ରକାରେ ତପ ଦାହିଯେ ହରିପାଦେ ସମର୍ପଇ

  109. Couplet 109

    ଧନ୍ୟ ତା ଶରୀର-ଧାରଣସେ ଲଭେ ପରମ କାରଣ

  110. Couplet 110

    ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନନିଗମସାର ଅନୁପମ

  111. Couplet 111

    ନାରଦ ମୁନିଙ୍କ ଅଗ୍ରତେସୁପୁଣ୍ୟ ବଦରିକା ତୀର୍ଥେ

  112. Couplet 112

    ତପ ଆଚରି ଅନୁକ୍ଷଣଅଛନ୍ତି ନରନାରୟଣ

  113. Couplet 113

    ନାରଦ ମୁନି ଶୁଦ୍ଧଚେତାପୁଚ୍ଛିଲେ ହରିଗୁଣ ଗାଥା

  114. Couplet 114

    ସେ ନାରାୟଣ ଶୁଦ୍ଧଭାବେଯେ ବାଣୀ ବିବିଧ ପ୍ରସ୍ତାବେ

  115. Couplet 115

    ନାରଦ ମୁନିଙ୍କ ସନ୍ତୋଷେକହିଲେ ଜ୍ଞାନ ଉପଦେଶେ

  116. Couplet 116

    କୃଷ୍ଣର ପାଦପଦ୍ମ ଧୂଳିସାନନ୍ଦ ମନେ ଅଙ୍ଗେ ବୋଳି

  117. Couplet 117

    ସଂସାରେ ଅକିଞ୍ଚନ ଜନେଯାହା ଭାବନ୍ତି ଶୁଦ୍ଧମନେ

  118. Couplet 118

    ପୂର୍ବେ ମୁଁ ନାରଦଙ୍କ ବାଣୀମାତାଙ୍କ ଗର୍ଭେ ଥାଇ ଶୁଣି

  119. Couplet 119

    ଏ ବାଣୀ ଭାଗବତ କଥାଶୁଣନ୍ତେ ତୁଟେ ଭବବ୍ୟଥା

  120. Couplet 120

    ଭାବେ କହିଲି ତୁମ୍ଭ ଆଗେହରିଚରିତ ଅନୁରାଗେ

  121. Couplet 121

    ଏମନ୍ତେ ପ୍ରହଲ୍ଲାଦ ବାଣୀଭାବେ ଅସୁରପୁତ୍ରେ ଶୁଣି

  122. Couplet 122

    ବୋଲନ୍ତି ପ୍ରହଲ୍ଲାଦ ଆଗେତୁଲ୍ୟବୟସ ଅନୁରାଗେ

  123. Couplet 123

    ଶୁଣ ହେ ନୃପତି କୁମରଆମ୍ଭେ ଯେ ସଙ୍ଗତେ ତୋହର

  124. Couplet 124

    ତୋହର ଭିନ୍ନ ଗୁରୁ ନାହିଁଏ ବିଦ୍ୟା ସମ୍ପାଦିଲୁ କାହିଁ

  125. Couplet 125

    ଏ ଗୁରୁପୁତ୍ରଙ୍କ ଚରଣେଆମ୍ଭେ ଭଜିଲୁ ଅନୁକ୍ଷଣେ

  126. Couplet 126

    ତାହାଙ୍କ ଉପଦେଶ ଜାଣୁତୁ ଏହା କେମନ୍ତେ ବଖାଣୁ

  127. Couplet 127

    ତୁହି ତ ବାଳକ ବେଭାରେନିରତେ ଥାଉ ଅନ୍ତଃପୁରେ

  128. Couplet 128

    ସ୍ୱଭାବେ ସ୍ତିରୀଙ୍କ ମନ୍ଦିରଦେବଦାନବେ ଅଗୋଚର

  129. Couplet 129

    ତହିଁ ଭିତରେ ଥାଉ ତୁହିମହତ ସଙ୍ଗ ତୋର ନାହିଁ

  130. Couplet 130

    ତେଣୁ ସଂଶୟ ଆମ୍ଭ ମନନିହାର ବଳେ ଯେହ୍ନେ ଦିନ

  131. Couplet 131

    ତୋହର ପାଦେ ନମସ୍କାରସଂଶୟ ଛେଦ ତୁ ଆମ୍ଭର

  132. Couplet 132

    ଏମନ୍ତେ ଅସୁରବାଳକେତାର ସମୀପେ ଏକେଏକେ

  133. Couplet 133

    ଚରଣ ଧରି ପଚାରିଲେବିଶ୍ୱାସବାକ୍ୟେ ପ୍ରବୋଧିଲେ

  134. Couplet 134

    ଏମନ୍ତ ଭାଗବତ ବାଣୀଶୁଣି ସଂସାରୁ ତର ପ୍ରାଣୀ

  135. Couplet 135

    ସପ୍ତମ ସ୍କନ୍ଧେ ଭାଗବତକହଇ ଦାସ ଜଗନ୍ନାଥ

Odia Bhagabata skandha 7 adhyaya 6 | Parbani by ParibhaAsha App