Skip to content
paribhaasha

Skandha 7

Adhyaya 4

  1. Couplet 1

    ଶୁଣ ରାଜନ ସ୍ଥିରଚିତ୍ତେକହିବୁ ଯାହା ତୋ ଅଗ୍ରତେ

  2. Couplet 2

    ହିରଣ୍ୟ-ତପେ ତୋଷ ହୋଇବ୍ରହ୍ମା ବୋଲନ୍ତି ତାକୁ ଚାହିଁ

  3. Couplet 3

    ଶୁଣ ହେ ଅସୁରପୁଙ୍ଗବତୋହର ତପ ଏ ଦୁର୍ଲ୍ଲଭ

  4. Couplet 4

    ଯେତେ ମାଗିଲୁ ବର ମୋତେପ୍ରାଣୀଙ୍କି ଦୁର୍ଲ୍ଲଭ ଜଗତେ

  5. Couplet 5

    ତୋହର ତପେ ତୋଷହୋଇଦେବି ଅନ୍ୟଥା ଏଥେ ନାହିଁ

  6. Couplet 6

    ହେଉ ତୋ ମନବାଞ୍ଛା ସିଦ୍ଧିଏମନ୍ତ କହି ବେଦନିଧି

  7. Couplet 7

    ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେବିଜୟେ ଆପଣା ଭୁବନେ

  8. Couplet 8

    ଏମନ୍ତେ ବ୍ରହ୍ମା ବର ପାଇସୁବର୍ଣ୍ଣମୟ-ତନୁ ବହି

  9. Couplet 9

    ବିଷ୍ଣୁ-ବିଷୟେ କ୍ରୋଧକରିଅନୁଜ-ମରଣ ସୁମରି

  10. Couplet 10

    ବଳେ ତ୍ରାସିଲା ଦଶଦିଶତିନିଭୁବନ କଲା ବଶ

  11. Couplet 11

    ଦେବ ଅସୁର ନୃପସର୍ବଉରଗ ଗରୁଡ଼ ଗନ୍ଧର୍ବ

  12. Couplet 12

    ସିଦ୍ଧ ଚାରଣ ବିଦ୍ୟାଧରଋଷି ପିତର ମନୁବର

  13. Couplet 13

    ପିଶାଚ ଯକ୍ଷ ରକ୍ଷଗଣଭୂତ ବେତାଳ ରୁଦ୍ରଗଣ

  14. Couplet 14

    ସକଳ ପ୍ରାଣୀ ଦର୍ପହରିବିଶ୍ୱ-ସଂସାର ବଶ କରି

  15. Couplet 15

    ଦିଗପାଳଙ୍କ ଘରୁ ଆଣିଅମୂଲ୍ୟ ଧନରତ୍ନ ମଣି

  16. Couplet 16

    ସ୍ୱର୍ଗଭୁବନେ ଭୋଗ ଯେତେବିଚିତ୍ର ରଥ ବଳ ଯୁଥେ

  17. Couplet 17

    ସକଳ ବଳେ ଆବୋରିଲାଇନ୍ଦ୍ରଭୁବନେ ବିଜେ କଲା

  18. Couplet 18

    ବିଶ୍ୱକର୍ମାର ଶିଳ୍ପ ଯହିଁଭୁବନେ ପଟାନ୍ତର ନାହିଁ

  19. Couplet 19

    ତ୍ରୈଲୋକ୍ୟଲକ୍ଷ୍ମୀ ଯହିଁ ବସେଅଶେଷ ସମ୍ପଦ ପ୍ରକାଶେ

  20. Couplet 20

    ମର୍କତଭୂମି ଯହିଁ ସାଜେପ୍ରବାଳ ପାବଚ୍ଛ ବିରାଜେ

  21. Couplet 21

    ସ୍ପଟିକ ପାଚେରୀ ଆରମ୍ଭନିର୍ମିତ ବଇଦୂର୍ଯ୍ୟ ସ୍ତମ୍ଭ

  22. Couplet 22

    ଉପରେ ବିଚିତ୍ର ବିତାନମାଣିକ୍ୟ ଘଟିତ ଆସନ

  23. Couplet 23

    ଶଯ୍ୟା ରଚିତ ଯହିଁ ହୋଏଦିଶନ୍ତି ଦୁଗ୍ଧଫେନ ପ୍ରାୟେ

  24. Couplet 24

    ଲମ୍ବଇ ମୁକୁତାର ଝରାସୁବର୍ଣ୍ଣପୁଷ୍ପ କେରାକେରା

  25. Couplet 25

    ଦିବ୍ୟ କାମିନୀଗଣ ତହିଁଚଳନ୍ତି ଇତସ୍ତତ ହୋଇ

  26. Couplet 26

    ଚରଣେ ନୂପୁର ବାଜେଣୀରତ୍ନ ମେଖଳାର ସାଜେଣି

  27. Couplet 27

    ରତ୍ନମେଖଳା ପୂର୍ଣ୍ଣ ଜ୍ୟୋତିତଡ଼ିତ ପ୍ରାୟ ଝଟକନ୍ତି

  28. Couplet 28

    ଆପଣା ମୁଖ ରତ୍ନକାନ୍ଥେହରଷେ ଦେଖନ୍ତି ଏକାନ୍ତେ

  29. Couplet 29

    ଏମନ୍ତେ ଇନ୍ଦ୍ରର ଭୁବନେଅସୁର ବସେ ତୋଷମନେ

  30. Couplet 30

    ତିନିଭୁବନେ ଏକ ରାଜାଦେବେ କରନ୍ତି ପାଦପୂଜା

  31. Couplet 31

    ପ୍ରଚଣ୍ଡ ତେଜେ ଆଜ୍ଞା କରେଯମର ପ୍ରାୟେ ରୋଷଭରେ

  32. Couplet 32

    ସୁଗନ୍ଧ ମଦ୍ୟ କରେ ପାନସ୍ୱଭାବେ ଘୂର୍ଣ୍ଣିତ ଲୋଚନ

  33. Couplet 33

    ତମ୍ବାର ପ୍ରାୟେ ଚକ୍ଷୁଜଳେଦେବେ ମିଳିଲେ ପାଦତଳେ

  34. Couplet 34

    ହସ୍ତରେ ଘେନି ଉପାୟନଦିଶନ୍ତି ଅରକ୍ଷ ଯେସନ

  35. Couplet 35

    ସ୍ୱଭାବେ ତପ-ଯୋଗ-ବଳେବିରାଜେ ଆଦିତ୍ୟ ମଣ୍ଡଳେ

  36. Couplet 36

    ସର୍ବଦେବତା ତାର ପାଶେଖଟନ୍ତି ଜୀବନର ଆଶେ

  37. Couplet 37

    ବିଧାତା ବିଷ୍ଣୁ ମହେଶ୍ୱରଏହୁ ରହିଲେ ନିଜପୁର

  38. Couplet 38

    ଏହାଙ୍କୁ ଛାଡ଼ି ସର୍ବଦେବାତାର ଚରଣେ କଲେ ସେବା

  39. Couplet 39

    ଇନ୍ଦ୍ର ଆସନେ କରି ବିଜେଇନ୍ଦ୍ରହୁଁ ଅଧିକ ବିରାଜେ

  40. Couplet 40

    ଗନ୍ଧର୍ବେ ମିଳି ତା ଚରଣେସଙ୍ଗତେ ଅପସରାଗଣେ

  41. Couplet 41

    ତୁମ୍ବୁରୁ ନାରଦ ସହିତେମିଳିଲେ ବିଶ୍ୱାବସୁ ଯେତେ

  42. Couplet 42

    ମିଳିଲେ ସିଦ୍ଧ ଋଷିଗଣେସଭୟେ ଅସୁର ଚରଣେ

  43. Couplet 43

    ସ୍ତୁତି କରନ୍ତି ଅନୁକ୍ଷଣେଗନ୍ଧର୍ବେ ନୃତ୍ୟଗୀତ ଗାନେ

  44. Couplet 44

    ବ୍ରାହ୍ମଣଆଦି ଚାରିବର୍ଣ୍ଣେଅପରେ ଯେ ଚାରି ଆଶ୍ରମେ

  45. Couplet 45

    ପୂଜନ୍ତି ପିତୃଦେବ ଯଜ୍ଞେତାର ଚରଣେ ହବିର୍ଭାଗେ

  46. Couplet 46

    ସପତଦ୍ୱୀପ ମହୀତଳେବିନାକର୍ଷଣେ ଶସ୍ୟଫଳେ

  47. Couplet 47

    ମଧୁ ସ୍ରବନ୍ତି ବୃକ୍ଷପନ୍ତିଗାବେ କଳ୍ପିତ କ୍ଷୀର ଦ୍ୟନ୍ତି

  48. Couplet 48

    ଫୁଲ-ଫଳରେ ଭୂମି ପୂରିହୋଇଲା କାମଧେନୁ ସରି

  49. Couplet 49

    ଷଡ଼ଋତୁର ଅନ୍ତରାଳେଶୁଭେ ଖଟନ୍ତି ଯେଝାକାଳେ

  50. Couplet 50

    ସମୁଦ୍ରେ ରତ୍ନମାନ ଦ୍ୟନ୍ତିନଦୀଏ ଊର୍ମି ଉଛୁଳାନ୍ତି

  51. Couplet 51

    ଲବଣ ଈକ୍ଷୁ ସୁରା ଘୃତଦଧି ଦୁଗ୍ଧ ଜଳେ ପୂରିତ

  52. Couplet 52

    ପର୍ବତ ଦ୍ରୋଣି କ୍ରୀଡ଼ାସ୍ଥାନେସକଳ ଋତୁ ପୁଷ୍ପମାନେ

  53. Couplet 53

    ଦିଗପାଳଙ୍କ ଗୁଣ ଯେତେରହିଲେ ଅସୁର ଆୟତ୍ତେ

  54. Couplet 54

    ଏମନ୍ତେ ଦଶଦିଗ ଜିଣିସପତଦ୍ୱୀପେ ନୃପମଣି

  55. Couplet 55

    ସକଳ ଭୋଗ୍ୟ ଭୋଗକଲାକେବେହେଁ ସନ୍ତୋଷ ନୋହିଲା

  56. Couplet 56

    ବିଶେଷେ ତପ-ଗର୍ବ ମୋହସ୍ୱଭାବେ ଅଜିତ ଇନ୍ଦ୍ରିୟ

  57. Couplet 57

    ଅଜିତ ଇନ୍ଦ୍ରିୟ ସନ୍ତୋଷମନବାରଣ ନିରଙ୍କୁଶେ

  58. Couplet 58

    ଅଜିତଇନ୍ଦ୍ରିୟର ବଳେଘୃତେ ଅନଳ ଯେହ୍ନେ ଜଳେ

  59. Couplet 59

    ଐଶ୍ୱର୍ଯ୍ୟମଦେ ମତ୍ତ ହୋଇଈଶ୍ୱର ବାକ୍ୟ ନ ମାନଇ

  60. Couplet 60

    ଏ ଅନ୍ତେ ବହୁକାଳ ଗଲାସନକ-ଶାପ ପ୍ରବେଶିଲା

  61. Couplet 61

    ତାହାର ଉପଦ୍ରବ ଦେଖିତ୍ରିଦଶେ ଭୁବନ ଉପେକ୍ଷି

  62. Couplet 62

    ଅନ୍ୟତ୍ର ଶରଣ ନ ପାଇସକଳ ଦେବେ ରୁଣ୍ଡ ହୋଇ

  63. Couplet 63

    ଭାଳନ୍ତି ଏକଚିତ୍ତ ହୋଇକାହିଁ ଲୁଚିବୁ ଆମ୍ଭେ ଯାଇ

  64. Couplet 64

    ଯେ ଦିଗେ ଛନ୍ତି ଚକ୍ରଧରତହିଁକି କଲେ ନମସ୍କାର

  65. Couplet 65

    ନିର୍ମଳ ଯୋଗୀଜନେ ଯହିଁଗଲେ ପୁନରାବୃତ୍ତି ନାହିଁ

  66. Couplet 66

    ଏମନ୍ତେ ଏକମନେ ଭାଳିକ୍ଷୀରସମୁଦ୍ର ତୀରେ ମିଳି

  67. Couplet 67

    ଉନିଦ୍ର ପବନ ଭୋଜନଡାକନ୍ତି ରଖ ଭଗବାନ

  68. Couplet 68

    ଅନେକମତେ କରି ସ୍ତୁତିଜଳଧି-ପୁଳିନେ ଭ୍ରମନ୍ତି

  69. Couplet 69

    ମସ୍ତକେ ଦେଇ ବେନିକରଡାକନ୍ତି ରଖ ଚକ୍ରଧର

  70. Couplet 70

    ମହାମହିମ ଭଗବାନପରମଆତ୍ମା ନିରଞ୍ଜନ

  71. Couplet 71

    ବିଶୁଦ୍ଧ-ଆନନ୍ଦ-ସମୂହନମସ୍ତେ ପ୍ରଭୁ ଦିବ୍ୟଦେହ

  72. Couplet 72

    ଏମନ୍ତେ ଦେବସ୍ତୁତି ଶୁଣିଶୁଭିଲା ଅନ୍ତରୀକ୍ଷ ବାଣୀ

  73. Couplet 73

    ମେଘ-ଗମ୍ଭୀର ପ୍ରାୟେ ସ୍ଫୁରେସାଧୁଜନଙ୍କ ଦୁଃଖ ହରେ

  74. Couplet 74

    ଭୟ ନ କର ଦେବଗଣତୁମ୍ଭର ହୋଇବ କଲ୍ୟାଣ

  75. Couplet 75

    ମୋହର ଦରଶନ ଲାଭଅଶେଷ ସମ୍ପଦ ସମ୍ଭବ

  76. Couplet 76

    ପାପୀ ଅସୁର ଦୁଷ୍ଟପଣେଭୟେ କମ୍ପିଲେ ଦେବଗଣେ

  77. Couplet 77

    ଏ ଭୟ କରିବି ମୁଁ ଶାନ୍ତିତୁମ୍ଭେ ନ କର ମନେ ଭ୍ରାନ୍ତି

  78. Couplet 78

    ଅଳପକାଳ ଦୁଃଖ ସହନାଶିବି ତୁମ୍ଭର ସନ୍ଦେହ

  79. Couplet 79

    ବେଦବଚନ ପୁରାତନଭୋଦେବ ସାବଧାନେ ଶୁଣ

  80. Couplet 80

    ଏ ଯେବେ ଦେବଙ୍କୁ ନିନ୍ଦିବଗୋରୁ-ବ୍ରାହ୍ମଣ ବିନାଶିବ

  81. Couplet 81

    ସାଧୁଜନଙ୍କୁ ଦୁଷ୍ଟପଣେଯେବେ ହିଂସିବ ଅକାରଣେ

  82. Couplet 82

    ନିର୍ଦ୍ଧୋଷ-ପ୍ରାଣୀଙ୍କର ମନେକ୍ଳେଶ-ସମ୍ପାଦେ ଅନୁକ୍ଷଣେ

  83. Couplet 83

    ମୋତେ କରିବ ରିପୁଭାବତେବେ ଏ ବେଗେ ନାଶଯିବ

  84. Couplet 84

    ଏବେ ଏହାର ନିଜ ସୁତହୋଇବ ଗୋବିନ୍ଦ ଭକତ

  85. Couplet 85

    ସମଦରଶୀ ସାଧୁ ଧୀରପ୍ରହଲାଦ ନାମ ତାହାର

  86. Couplet 86

    ତାହାକୁ ଅସୁର ଲଂଘିବକୋପେ ଅନେକ ଦୁଃଖ ଦେବ

  87. Couplet 87

    ତାହାକୁ ସଙ୍କଟୁ ରଖିବିବ୍ରହ୍ମାର ବର ବିନାଶିବି

  88. Couplet 88

    ଉଶ୍ୱାସ କରି ମହୀଭାରଦୁଃଖ ବିନାଶିବି ତୁମ୍ଭର

  89. Couplet 89

    କହନ୍ତି ବ୍ରହ୍ମାର କୁମରଶୁଣ ହେ ରାଜା ଯୁଧିଷ୍ଠିର

  90. Couplet 90

    ଏମନ୍ତେ ଆକାଶର ବାଣୀଶୁଣି ନମିଲେ ଚକ୍ରପାଣି

  91. Couplet 91

    ଗୋବିନ୍ଦ ବଚନେ ବିଶ୍ୱାସଜାଣିଲେ ନିଶ୍ଚେ ଯିବ ନାଶ

  92. Couplet 92

    ବିଷ୍ଣୁଙ୍କ ପାଦପଦ୍ମେ ନମିଦେବେ ଚଳିଲେ ନିଜ ଭୂମି

  93. Couplet 93

    ଏବେ ହୋ ଶୁଣ ଧର୍ମସୁତଭକତ ପ୍ରହ୍ଲାଦ ଚରିତ

  94. Couplet 94

    ଯାହା ଶୁଣନ୍ତେ ପ୍ରାଣୀ ଦେହେଅଶେଷ ଦୂରିତ ନ ରହେ

  95. Couplet 95

    ହିରଣ୍ୟକଶିପୁର ପୁରେତାହାର ପତ୍ନୀର ଉଦରେ

  96. Couplet 96

    ଜନ୍ମ ଲଭିଲେ ଚାରିସୁତତେଜେ ବିରାଜେ କି ଆଦିତ୍ୟ

  97. Couplet 97

    ସେ ପ୍ରହଲ୍ଳାଦ ଜ୍ୟେଷ୍ଠସୁତକୃଷ୍ଣ ଭଜଇ ଅବିରତ

  98. Couplet 98

    ଗୁଣେ କି ଦେବା ପଟାନ୍ତରକୃଷ୍ଣ ଭକତ ମଧ୍ୟେ ବର

  99. Couplet 99

    ସତ୍ୟ-ସମ୍ପନ୍ନ-ଶୀଳ ଗୁଣେସେବଇ ବିଷ୍ଣୁର ଚରଣେ

  100. Couplet 100

    ସର୍ବଭୂତଙ୍କ ମଧ୍ୟେ ପ୍ରିୟସ୍ୱଭାବେ ବିଜିତ-ଇନ୍ଦ୍ରିୟ

  101. Couplet 101

    ସନ୍ଥ ଚରଣେ ଦାସ ପ୍ରାୟେଦୁଃଖିଙ୍କି ସେବେ ପିତୃସ୍ନେହେ

  102. Couplet 102

    ସମାନେ ଭଜେ ଭ୍ରାତୃଭାବେଗୁରୁଙ୍କୁ ଈଶ୍ୱର ସ୍ୱଭାବେ

  103. Couplet 103

    ବିଦ୍ୟାର୍ଥୀ ରୂପେ ସ୍ନେହ ସାରସ୍ୱଭାବେ ଗର୍ବ ନାହିଁ ତାର

  104. Couplet 104

    ଦୁଃଖେ ଦୁଃଖିତଚିତ୍ତ ନୋହେଜ୍ଞାନ ଗୋଚରେ ସର୍ବେ ସହେ

  105. Couplet 105

    ଅସୁର ବଂଶେ ଜାତ ହୋଇଅସୁର ଭାବ ହୃଦେ ନାହିଁ

  106. Couplet 106

    ବିପଦେ ଧୀର ଭାବ ବହିସମସ୍ତ ନଶ୍ୱର ଭାବଇ

  107. Couplet 107

    ଇନ୍ଦ୍ରିୟ ବୁଦ୍ଧି ଜୟ କରିଶାନ୍ତ ଭାବରେ ଦେହ ଧରି

  108. Couplet 108

    ନିଶ୍ଚଳ ଦୁଷ୍ଟ-ଶ୍ରୁତଗୁଣେବସ୍ତୁ-ଅବସ୍ତୁ ପରିମାଣେ

  109. Couplet 109

    ଦୁଃଖୀ ବାଳକ ପ୍ରାୟେ ରହେସ୍ୱଭାବେ ତପକ୍ଳେଶ ସହେ

  110. Couplet 110

    ପ୍ରଶାନ୍ତଚିତ୍ତ ନିତ୍ୟେ ବହେମଦମତ୍ସର ନାହିଁ ଦେହେ

  111. Couplet 111

    ତାହାର ମହାଗୁଣମାନମୁନି କହନ୍ତି ପୁଣ ପୁଣ

  112. Couplet 112

    ସେ ପୁଣି ବିଷ୍ଣୁର ବିଷୟେଲକ୍ଷିତେ ଅଲକ୍ଷିତ ରହେ

  113. Couplet 113

    ସୁରସଭାରେ ଯାର କଥାନିତ୍ୟେ ଗାବନ୍ତି ସାଧୁ ଗାଥା

  114. Couplet 114

    ଶତ୍ରୁଙ୍କୁ ମିତ୍ର ପ୍ରାୟ ଦିଶେଯାର ମହିମା ବିଷ୍ଣୁ ଅଂଶେ

  115. Couplet 115

    ତାହାଙ୍କୁ ସାଧୁ ସଭାମଧ୍ୟେପ୍ରଶଂସା କରନ୍ତି ଆନନ୍ଦେ

  116. Couplet 116

    ଯାର ମହିମା ମୁନିଗଣେଚିତ୍ତେ ଭାବନ୍ତି ଅନୁକ୍ଷଣେ

  117. Couplet 117

    ସ୍ୱଭାବେ ତାର ଶୁଦ୍ଧମତିହରି ଚରଣେ ନିତ୍ୟେ ରତି

  118. Couplet 118

    ବାଳକମେଳେ କ୍ରୀଡ଼ା କରେକ୍ରୀଡ଼ା-କନ୍ଦୁକ ନ ସୁମରେ

  119. Couplet 119

    ଜଡ଼ର ପ୍ରାୟ ହୋଇ ଖେଳେଚିତ୍ତ ଗୋବିନ୍ଦ-ପାଦତଳେ

  120. Couplet 120

    ନଥାଏ ସଂଜ୍ଞା ତାର ଦେହେକୃଷ୍ଣେ ଆବିଷ୍ଟ ହୋଇଥାଏ

  121. Couplet 121

    ମନ ତା ଗୋବିନ୍ଦ ଚରଣେସଂସାରସୁଖ ସେ ନ ମଣେ

  122. Couplet 122

    ଜାଗ୍ରତେ ଶୟନେ ଭୋଜନେଭ୍ରମଣେ ବାକ୍ୟ-ଆଳାପନେ

  123. Couplet 123

    କୃଷ୍ଣଚରଣେ ଚିତ୍ତ ଦେଇବିଷୟ ରସେ ଜ୍ଞାନ ନାହିଁ

  124. Couplet 124

    କୃଷ୍ଣଚରଣ ଚିନ୍ତାବଳେକି ଅବା ବୋଲେ କିବା କରେ

  125. Couplet 125

    ନିର୍ଲ୍ଲଜ ପ୍ରାୟ ନୃତ୍ୟ କରେହସି କାନ୍ଦଇ ଉଚ୍ଚସ୍ୱରେ

  126. Couplet 126

    କୃଷ୍ଣ ଗାୟନ ସେ ଆନନ୍ଦେନିର୍ମଳ ଭକ୍ତିଭାବ ଭେଦେ

  127. Couplet 127

    କୃଷ୍ଣର ଚେଷ୍ଟା ନିତ୍ୟେ କରେସୁଜନଜନଙ୍କ ସଙ୍ଗରେ

  128. Couplet 128

    କୃଷ୍ଣଚରଣେ ଭାବେ ମଜ୍ଜିପୁଲକ କରେ ରୋମରାଜି

  129. Couplet 129

    ଆନନ୍ଦେ ଅଶ୍ରୁ ଝରଝରନିରତେ ବହେ ଚକ୍ଷୁଦ୍ୱାର

  130. Couplet 130

    କୃଷ୍ଣଚରଣ-ସେବା-ଭୋଳେରମଇ ଅକିଞ୍ଚନ ମେଳେ

  131. Couplet 131

    ଆତ୍ମା-ନିବୃତ୍ତ ଅନୁକ୍ଷଣେବିଷୟସଙ୍ଗ ଦୁଃଖ ମଣେ

  132. Couplet 132

    ଏମନ୍ତେ ପୁତ୍ରର ବିଷୟେହିରଣ୍ୟକଶିପୁ ନିର୍ଦ୍ଧୟେ

  133. Couplet 133

    ଯାତନା କରେ ଅତିରେକେକେ ସହିପାରେ ନରଲୋକେ

  134. Couplet 134

    ହେ ଦେବଋଷି ସତ୍ୟବ୍ରତକହିଲ ଅଦ୍‌ଭୁତ ଚରିତ

  135. Couplet 135

    ନିଜ ସୁତକୁ ତାତ ଯେବେଦଣ୍ଡିଲା ଶତ୍ରୁଜନ ଭାବେ

  136. Couplet 136

    ସେ ଶୁଦ୍ଧଚେତା ପ୍ରହଲ୍ଲାଦକିମ୍ପାଇଁ ଅର୍ଜିଲା ପ୍ରମାଦ

  137. Couplet 137

    କୁପୁତ୍ରପଣ ଯେ କରନ୍ତିପିତାକୁ ରିପୁ ପ୍ରାୟ ଚିନ୍ତି

  138. Couplet 138

    ପୁତ୍ର-କୁଶଳେ ଶିକ୍ଷା ଅର୍ଥେପିତା ଚିନ୍ତଇ ଦିବାରାତ୍ରେ

  139. Couplet 139

    ନିଜ ପୁତ୍ରକୁ ପିତା କେବେନ ଦଣ୍ଡେ ଅପର ସ୍ୱଭାବେ

  140. Couplet 140

    ସେ ପୁତ୍ର ପିତା-ଅନୁଚରସ୍ୱଭାବେ ଶୁଦ୍ଧ ସାଧୁ ଧୀର

  141. Couplet 141

    ଏହାକୁ କିମ୍ପା ଦୁଃଖ ଦେଲାମୋତେ ତ ସନ୍ଦେହ ଲାଗିଲା

  142. Couplet 142

    ଯେ ପିତା ପୁତ୍ରେ ଦିଏ ଦୁଃଖସେ କଥା ମରଣୁଁ ଅଧିକ

  143. Couplet 143

    ଏଣୁ ଦୁଃଖିତ ମୋର ମନକହ ହେ ବ୍ରହ୍ମାଙ୍କ ନନ୍ଦନ

  144. Couplet 144

    ଏମନ୍ତେ ଧର୍ମସୁତ ବାଣୀନାରଦ ସଭା ମଧ୍ୟେ ଶୁଣି

  145. Couplet 145

    କୃଷ୍ଣଚରଣେ ଦେଇ ଚିତ୍ତକହିଲେ ବିଷ୍ଣୁର ଚରିତ

  146. Couplet 146

    ସେ ବ୍ରହ୍ମମୁନିର ଚରଣେସୁଜନେ ନମ ଅନୁକ୍ଷଣେ

  147. Couplet 147

    ତୁମ୍ଭର ହିତେ ଭାଗବତଭାଷା-ପ୍ରବନ୍ଧେ କଲି ଗୀତ

  148. Couplet 148

    ସପ୍ତମ ସ୍କନ୍ଧେ ଏହି ତତ୍ତ୍ୱକହଇ ଦାସ ଜଗନ୍ନାଥ

Odia Bhagabata skandha 7 adhyaya 4 | Parbani by ParibhaAsha App