Skip to content
paribhaasha

Skandha 7

Adhyaya 3

  1. Couplet 1

    ଶୁଣ ପାଣ୍ଡବ-ଚୂଡ଼ାମଣିହିରଣ୍ୟକଶିପୁ କାହାଣୀ

  2. Couplet 2

    ଅନୁଜ-ମରଣର ତାପେମନ ନିଶ୍ଚଳ କଲା ତପେ

  3. Couplet 3

    ଅଜୟ-ଅମର-ଶରୀରପାଇଁ ସାଧିବି ବେଦବର

  4. Couplet 4

    ଗୃହ ଉପେକ୍ଷି ତପ ଅର୍ଥେମିଳିଲା ମନ୍ଦର ପର୍ବତେ

  5. Couplet 5

    ବସି ପର୍ବତଗୁହା ମଧ୍ୟେତପସ୍ୟା କଲା ଯୋଗସାଧ୍ୟେ

  6. Couplet 6

    ହୋଇବି ତ୍ରିଭୁବନେ ରାଜାସର୍ବେ ହୋଇବେ ମୋର ପ୍ରଜା

  7. Couplet 7

    ଏମନ୍ତ କଳ୍ପେ ତାର ମନେରିପୁ ନଥିବେ ତ୍ରିଭୁବନେ

  8. Couplet 8

    ଊର୍ଦ୍ଧ୍ୱେ ସେ ବେନିକର ତୋଳିଗଗନେ ଚାହିଁଲା ନିରୋଳି

  9. Couplet 9

    ପାଦଅଙ୍ଗୁଷ୍ଟେ ମହୀ ଚାପିଦେହ ରହିଲା ଶୂନ୍ୟେ ବ୍ୟାପି

  10. Couplet 10

    ପିଙ୍ଗଳଜଟା ଶିରେ ସାଜେପ୍ରଳୟ-ରବି ପ୍ରାୟ ତେଜେ

  11. Couplet 11

    ତାହାର ଘୋରତପ ଚାହିଁଶୂନ୍ୟେ ମିଳିଲେ ଦେବେ ଯାଇ

  12. Couplet 12

    ଶତେବରଷ ଦେବମତେତପେ ରହିଲା ଦୃଢ଼ଚିତ୍ତେ

  13. Couplet 13

    କ୍ଷୁଧା ପିପାସା କଲା ଦୂରକେବଳ ପବନ ଆହାର

  14. Couplet 14

    ତାର ମୂର୍ଦ୍ଧନି ମଧ୍ୟଗତସଧୂମ-ଅନଳ ସମ୍ଭୂତ

  15. Couplet 15

    ତାପିଲା ଅଧଃ ଊର୍ଦ୍ଧ୍ୱେ ବ୍ୟାପିଦେଖି ଭୁବନଲୋକେ କମ୍ପି

  16. Couplet 16

    ନଦୀ ସମୁଦ୍ର ଦିଗ ଭୂଇଁକମ୍ପିଲେ ମହାଭୟ ପାଇ

  17. Couplet 17

    ଗଗନୁ ଗ୍ରହ ତାରା ତ୍ରାସେଭୟେ ଖସିଲେ ଦଶଦିଶେ

  18. Couplet 18

    ଦେବେ କମ୍ପିଲେ ତାହା ଦେଖିସଭୟେ ଭୁବନ ଉପେକ୍ଷି

  19. Couplet 19

    ବିଚାର କରି ଏକେ ଏକେସର୍ବେ ମିଳିଲେ ବ୍ରହ୍ମଲୋକେ

  20. Couplet 20

    ବ୍ରହ୍ମା-ଚରଣେ ପ୍ରଣମିଲେଅନେକ ମତେ ସ୍ତୁତି କଲେ

  21. Couplet 21

    ହେ ଧାତା ଜଗତ ଈଶ୍ୱରଆମ୍ଭେ ଯେ ଶରଣ ତୋହର

  22. Couplet 22

    ଦିତିସୁତର ତପ ଚାହିଁଭୁବନେ ନ ପାରିଲୁ ରହି

  23. Couplet 23

    ଭୟେ ଅଇଲୁ ତୁମ୍ଭ ପୁରଆମ୍ଭଙ୍କୁ ରଖ ବେଦବର

  24. Couplet 24

    ତୋର ସଞ୍ଚିତ ସର୍ବଲୋକଆମ୍ଭଙ୍କୁ ମହାଭୟୁ ରଖ

  25. Couplet 25

    ଯେମନ୍ତେ ଲୋକନାଶ ନୋହେତେମନ୍ତ କର ତୁ ଉପାୟେ

  26. Couplet 26

    ଅସୁର ତପ ତୋର ଧ୍ୟାନେକିବା ସଂକଳ୍ପ ତାର ମନେ

  27. Couplet 27

    ସେ ନୋହେ ତୋତେ ଅଗୋଚରଆମ୍ଭେ ଯେ ତୋହର କିଙ୍କର

  28. Couplet 28

    ତଥାପି ତୋର ପାଦଗତେକହିଲୁ ଲୋକରକ୍ଷା ଅର୍ଥେ

  29. Couplet 29

    ତୁମ୍ଭେ ଯେ ଘୋରତପ କରିପୂର୍ବେ ତୋଷିଲ ନରହରି

  30. Couplet 30

    ତେଣୁ ଏ ବ୍ରହ୍ମଲୋକେ ସ୍ଥିତିପ୍ରଜା ଭିଆଣେ ପ୍ରଜାପତି

  31. Couplet 31

    ଏ ବଳବନ୍ତ ଯୋଗବଳେଯୋଗ-ସମ୍ପାଦି ସୁନିଶ୍ଚଳେ

  32. Couplet 32

    ତପ ସାଧି ଜନ୍ମେ ଅନେକସାଧ୍ୟ କରିବ ସର୍ବଲୋକ

  33. Couplet 33

    ଏତେ ବିଚାରେ ସତ୍ୟଲୋକେବସିବ ତପେ ଆତ୍ମସୁଖେ

  34. Couplet 34

    ବ୍ରହ୍ମାଣ୍ଡ ସର୍ଜିବାର ଅର୍ଥେଶ୍ରେୟ ବିଭୂତି କ୍ଷେମ ଯୁତେ

  35. Couplet 35

    ଏମନ୍ତ ତାହାର ବିଚାରକହିଲୁ ଯାହା ଇଚ୍ଛା କର

  36. Couplet 36

    ଏବେ ଜଗତ ରକ୍ଷାକରତୁମ୍ଭେ ଯେ ଜଗତ ପିଅର

  37. Couplet 37

    ଏମନ୍ତ ଦେବବାକ୍ୟ ଶୁଣିସଙ୍ଗତେ ଭୃଗୁ ଦକ୍ଷ ଘେନି

  38. Couplet 38

    ଅପରେ ଯେତେ ବ୍ରହ୍ମମୁନିଘେନି ଚଳିଲେ ପଦ୍ମଯୋନି

  39. Couplet 39

    ଜନକୁଶଳ ମନେ ଭାଳିଦୈତ୍ୟର ତପସ୍ଥାନେ ମିଳି

  40. Couplet 40

    ଦେଖିଲେ ଅସୁର ଶରୀରସ୍ୱଭାବେ ଅତି ଭୟଙ୍କର

  41. Couplet 41

    ବଲ୍ମୀକ-କୀଟ ଆଚ୍ଛାଦିତତୃଣ ପିପୀଲିକା ଭକ୍ଷିତ

  42. Couplet 42

    ମେଦ ଶୋଣିତ ମାଂସ ଚର୍ମଅସ୍ଥି-ପଞ୍ଜରେ କୀଟଗ୍ରାମ

  43. Couplet 43

    ତପ ସାଧନେ କ୍ଷୀଣକାୟମାଂସ ଶୋଣିତ ଶୁଷ୍କପ୍ରାୟ

  44. Couplet 44

    ତାହାର ତପ ଅତିରେକେହେଳେ ତାପିତ ତିନିଲୋକେ

  45. Couplet 45

    ଦେହ ନ ଦିଶେ ତୃଣାଚ୍ଛନ୍ନେମେଘେ ଆବୃତ ରବି ଯେହ୍ନେ

  46. Couplet 46

    ଏମନ୍ତ ଅସୁରର ଗତିଦେଖି ବିସ୍ମିତ ପ୍ରଜାପତି

  47. Couplet 47

    ଆରୋହୀ ନିଜ ହଂସ ଯାନକହନ୍ତି କୋମଳ ବଚନ

  48. Couplet 48

    ଉଠ ହେ କଶ୍ୟପ କୁମରହୋଇଛି ତପସିଦ୍ଧି ତୋର

  49. Couplet 49

    ତପେ ତୋହର ତେଜ ଦେଖିଅଇଲୁ ଭୁବନ ଉପେକ୍ଷି

  50. Couplet 50

    ତୋହର ବରଦାତା ମୁହିଁବାଞ୍ଛିତ ବର ମାଗ ତୁହି

  51. Couplet 51

    ତପେ ତୋ ପରି ସ୍ଥିରମତିକେ ଅବା ଭୁବନେ ଅଛନ୍ତି

  52. Couplet 52

    ଅଦ୍ଭୁତ ଦେଖିଲି ମୁଁ ତୋତେତୋ ସମ ନାହାନ୍ତି ଜଗତେ

  53. Couplet 53

    ପ୍ରାଣ ଅଛଇ ଅସ୍ଥିଗତେଧ୍ୟାନ ତୋହର ଅନ୍ତର୍ଗତେ

  54. Couplet 54

    ପୂର୍ବେ ଯେ ଥିଲେ ମୁନିଜନେତପ ଆଚରି ଘୋର ବନେ

  55. Couplet 55

    ତୋହର ପ୍ରାୟେ କେ ଅଛନ୍ତିନିରମ୍ବୁ-ଭକ୍ଷଣେ ରହନ୍ତି

  56. Couplet 56

    ଶତେ ବରଷ ଦେବମତେତପ ସାଧିଲୁ ଏ ଜଗତେ

  57. Couplet 57

    ଭୂତ-ଭବିଷ୍ୟ-ଭର୍ତ୍ତମାନେଦେଖିଲା ନାହିଁ ତ୍ରିଭୁବନେ

  58. Couplet 58

    ଦୁଃସହ-ତପ ଏ ତୋହରମନ ବଚନେ ଅଗୋଚର

  59. Couplet 59

    ତୋ ତପନିଷ୍ଠା ଦୃଢ଼ଚିତ୍ତେସ୍ୱଭାବେ ଜିଣିଲୁ ତୁ ମୋତେ

  60. Couplet 60

    ଏଣୁ ତୋ ତପ ଦୃଢ଼ ଦେଖିଅଇଲି ଆସନ ଉପେକ୍ଷି

  61. Couplet 61

    ସିଦ୍ଧ ତୋହର ତପଦୀକ୍ଷାମାଗ ତୋ ମନେ ଯେବା ଇଚ୍ଛା

  62. Couplet 62

    ଦେବଲୋକଙ୍କ ଦରଶନନିଷ୍ଫଳ ନୋହେ କଦାଚନ

  63. Couplet 63

    ଏମନ୍ତ କହି ତାକୁ ବାଣୀଦୟାସାଗର କୁଶପାଣି

  64. Couplet 64

    ତକ୍ଷଣେ କମଣ୍ଡଳୁ କରେଜଳ ସିଞ୍ଚିଲେ ତା ଉପରେ

  65. Couplet 65

    କୀଟ-ବଲ୍ମୀକ-ଭକ୍ଷ୍ୟ ଦେହୀତକ୍ଷଣେ ଦିବ୍ୟରୂପ ହୋଇ

  66. Couplet 66

    ସର୍ବ ସଂପୂର୍ଣ୍ଣ କଳେବରବଜ୍ରହୁଁ କଠିନ ଶରୀର

  67. Couplet 67

    ଯୁବା-ବୟସ ସୁଗଠନଯୁବତୀ ମନ ବିମୋହନ

  68. Couplet 68

    ତପ୍ତକାଞ୍ଚନ ପ୍ରାୟ ଦେହୀତେଜେ ଅନଳ ରୂପ ଦହି

  69. Couplet 69

    ଲୋଚନ ଘଷି ଚାହେଁ ବେଗେଧାତାକୁ ଦେଖେ ଶୂନ୍ୟମାର୍ଗେ

  70. Couplet 70

    ହଂସବାହନ-ରୂପ ଚାହିଁନମିଲା ଦଣ୍ଡପ୍ରାୟ ହୋଇ

  71. Couplet 71

    ବ୍ରହ୍ମା-ଦରଶନ ଉତ୍ସବେନିଷ୍ଠୁର ତପର ପ୍ରଭାବେ

  72. Couplet 72

    କରଅଞ୍ଜଳି ଶିରେ ଦେଇହରଷେ ରୋମ ପୁଲକଇ

  73. Couplet 73

    ଆନନ୍ଦେ ଅଶ୍ରୁ ଗଦଗଦେସ୍ତୁତି କରଇ ପଦ୍ମପାଦେ

  74. Couplet 74

    ନମସ୍ତେ ପ୍ରଭୁ ବେଦପତିତ୍ରିଲୋକ ତୋହର କୀରତି

  75. Couplet 75

    କଳ୍ପ ଅନ୍ତରେ କାଳବଳେଘୋର ଅନ୍ଧାର ଏ ଶୟଳେ

  76. Couplet 76

    ନିଜ ଶରୀର ତେଜପୁଞ୍ଜେଜଗତେ ଯେ ପ୍ରଭୁ ବିରାଜେ

  77. Couplet 77

    ଆତ୍ମାତ୍ରିଗୁଣ ମାୟାଘୋରେସର୍ଜଇ ପାଳଇ ସଂହରେ

  78. Couplet 78

    ଏଣୁ ତ୍ରିଗୁଣ-ଧାମ-ଯୁତେପରମତତ୍ତ୍ୱ ନମୋସ୍ତୁତେ

  79. Couplet 79

    ଜ୍ଞାନ-ବିଜ୍ଞାନ ଆଦି କରିନମସ୍ତେ ବୀଜ-ଶକ୍ତିଧାରୀ

  80. Couplet 80

    ପ୍ରାଣ ଇନ୍ଦ୍ରିୟ ମନ ବୃଦ୍ଧିବିକାରେ ବ୍ୟକ୍ତ ଯେ ପ୍ରସିଦ୍ଧି

  81. Couplet 81

    ଜଗତ କଲ୍ୟାଣ ସ୍ୱରୂପୀଜୀବକୁ ପ୍ରାଣବଳେ ବ୍ୟାପି

  82. Couplet 82

    ପ୍ରଜାପତିଙ୍କ ପତି ହୋଇଇନ୍ଦ୍ରିୟ ଇନ୍ଦ୍ରିଅର୍ଥେ ବହି

  83. Couplet 83

    ତୁ ମହାଭୂତ ଗୁଣାଶ୍ରୟସକଳ ଶ୍ରୁତି-ସ୍ମୃତିମୟ

  84. Couplet 84

    ତୁ ଦେବ ସପ୍ତତନୁ ହେତୁଚତୁରହୋତ୍ର ମୂଳତତ୍ତ୍ୱୁ

  85. Couplet 85

    ଆତ୍ମାର ଆତ୍ମା ତୁ ଅନାଦିଅନନ୍ତ ଅପ୍ରମେୟବାଦୀ

  86. Couplet 86

    ତୁ ନାଥ ଅନିମିଷ-କାଳହରୁ ପ୍ରାଣୀଙ୍କ ଆୟୁର୍ବଳ

  87. Couplet 87

    ନିମିଷ ଆଦି ରୂପ ତୋରତେଣୁ ପ୍ରାଣୀଙ୍କ ଆୟୁହର

  88. Couplet 88

    ତୋର ସର୍ଜିତ ଏ ଜଗତତୁ କୂଟ ଆତ୍ମାରୂପେସ୍ଥିତ

  89. Couplet 89

    ତୁ ପରମେଷ୍ଠୀ ମହାଶ୍ରୟଜୀବଲୋକର ଜୀବ ଦେହ

  90. Couplet 90

    ତୋ ତହୁଁ ଅନ୍ୟ କେ ଜଗତେପର ଅପର ଛନ୍ତି ଯେତେ

  91. Couplet 91

    ସଂସାରେ ବିଦ୍ୟା କଳା ଯେତେତୋର ଶରୀର ଏ ନିୟତେ

  92. Couplet 92

    ବ୍ରହ୍ମାଣ୍ଡ ତୋର ତହୁଁ ଜାତତୁ ଦେବ ତିନିପୁରନାଥ

  93. Couplet 93

    ଜଗତ ହିତେ ତୋର ଦେହୀମନଇନ୍ଦ୍ରିୟ ଗୁଣଗ୍ରାହୀ

  94. Couplet 94

    ଏହାଙ୍କ ଭୋଗ କରୁ ଗୁଣପରମପଦେ ତୋର ସ୍ଥାନ

  95. Couplet 95

    ଅବ୍ୟକ୍ତ-ଆତ୍ମା ତୁ ନିର୍ଗୁଣତୁ ନାଥ ପୁରୁଷ ପୁରାଣ

  96. Couplet 96

    ଅନନ୍ତ-ଅବ୍ୟକ୍ତ-ଶରୀରତୁ ନାଥ ବ୍ରହ୍ମାଣ୍ଡ ଭିତର

  97. Couplet 97

    ଚିତ-ଅଚିତ ଶକ୍ତିଯୁତନମସ୍ତେ ପ୍ରଭୁ ଭଗବତ

  98. Couplet 98

    ଯେବେ ତୁ ବର ଦେବୁ ମୋତେଶୁଣ କହିବି ତୋ ଅଗ୍ରତେ

  99. Couplet 99

    ତୋର ସଞ୍ଚିତ ସୃଷ୍ଟି ଯେତେରୂପେ ଅଛନ୍ତି ଏ ଜଗତେ

  100. Couplet 100

    ତାହାଙ୍କ ହସ୍ତେ ନ ମରିବିଅଜରାମର ହୋଇଥିବି

  101. Couplet 101

    ବ୍ରହ୍ମାଣ୍ଡ ଅନ୍ତର ବାହାରେରଜନୀ କିବା ଦିବସରେ

  102. Couplet 102

    ନାନା ଆୟୂଧ ଛନ୍ତି ଯେତେକେବେ ହେଁ ନ କାଟିବେ ମୋତେ

  103. Couplet 103

    ମୃତ୍ୟୁ ମୋ ନରପଶୁ ହସ୍ତେନୋହିବ ଭୂମିଶୂନ୍ୟ ପଥେ

  104. Couplet 104

    ଜୀବେ ଅଜୀବେ ନ ମରିବିନିତ୍ୟେ ନିର୍ଭୟେ ମୁଁ ବଞ୍ଚିବି

  105. Couplet 105

    ସୁର ଅସୁର ସର୍ପାଘାତେବିଯୋଗ ନ କରିବେ ମୋତେ

  106. Couplet 106

    ସମରେ ମୋର ତୁଲେ ବଳେକେହି ନ ଥିବେ ଏ ଶୟଳେ

  107. Couplet 107

    ହୋଇବି ତ୍ରିଭୁବନେ ରାଜାସର୍ବେ କରିବେ ମୋତେ ପୂଜା

  108. Couplet 108

    ଦିଗପାଳଙ୍କ ମଧ୍ୟଗତେତୋହର ମହିମା ଯେମନ୍ତେ

  109. Couplet 109

    ମୋ ତପ-ମହିମା-ପ୍ରଭାବକେବେହେଁ ବିନାଶ ନୋହିବ

  110. Couplet 110

    ଏମନ୍ତେ ବ୍ରହ୍ମାର ସମ୍ମୁଖେବର ମାଗିଲା ଆତ୍ମ ସୁଖେ

  111. Couplet 111

    କର ଅଞ୍ଜଳି ଶିରେ ଦେଇବ୍ରହ୍ମାର ଶ୍ରୀମୁଖକୁ ଚାହିଁ

  112. Couplet 112

    ନାରଦ ଯୁଧିଷ୍ଠିର ବାଣୀଯଜ୍ଞସଭାର ମଧ୍ୟେ ଭଣି

  113. Couplet 113

    ଅସୁର-ତପଫଳ ଶୁଣିଘୋର-ସଂସାରୁ ତର ପ୍ରାଣୀ

  114. Couplet 114

    ଭଣଇ ଦାସ ଜଗନ୍ନାଥସପ୍ତମ ସ୍କନ୍ଧେ ଭାଗବତ

Odia Bhagabata skandha 7 adhyaya 3 | Parbani by ParibhaAsha App