Skandha 7
Adhyaya 2
Couplet 1
କହନ୍ତି ବ୍ରହ୍ମାଙ୍କ ନନ୍ଦନରାଜନ ସାବଧାନେ ଶୁଣ
Couplet 2
ଅସୁର କୁଳେ ଜାତ ହୋଇଜୟ-ବିଜୟ ବେନିଭାଇ
Couplet 3
ହିରଣ୍ୟ-ହିରଣ୍ୟାକ୍ଷ ବୀରତପେ ତୋଷିଲେ ବେଦବର
Couplet 4
ତିନିଭୁବନେ ମହାତେଜେଅସୁର ବଳ ଘେନି ରାଜେ
Couplet 5
ହିରଣ୍ୟକଶିପୁ ଅସୁରବଳେ ହୋଇଲା ରାଜେଶ୍ୱର
Couplet 6
ଲୋକ ବିପ୍ଳବ ଭୟଙ୍କରତ୍ରାସେ କମ୍ପିଲେ ସୁରନର
Couplet 7
ତାର ଅନୁଜ ହିରଣ୍ୟାକ୍ଷଗଦା-ସଂଗ୍ରାମେ ମହାଦକ୍ଷ
Couplet 8
ଦେବ-ମନୁଷ୍ୟ ତାର ତୁଲେଗଦା ସଂଗ୍ରାମେ ଭାଜିଗଲେ
Couplet 9
ଏ ବେନି ଲୋକ ଜିଣି ବଳେବିଜୟ କଲା ସେ ପାତାଳେ
Couplet 10
ବରୁଣ ପୁରେ ଯାଇ ମିଳିପ୍ରଚଣ୍ଡ ଗଦା ଊର୍ଦ୍ଧେ ତୋଳି
Couplet 11
ବୋଇଲା ମୋତେ ଯୁଦ୍ଧ ଦିଅନୋହିଲେ ପାତାଳେ ନଥାଅ
Couplet 12
ମୋର ଏ ପାତାଳଭୁବନଏମନ୍ତେ ଗଲା କେତେଦିନ
Couplet 13
ଯଜ୍ଞବରାହ ରୂପେ ହରିଦନ୍ତାଗ୍ରେ ଧରଣୀ ଉଦ୍ଧରି
Couplet 14
ସେ ହରି ଥିଲେ ତାର ପୁରେତିନିଭୁବନେ ଉପକାରେ
Couplet 15
ଅସୁର ଦେଖି ଗଦାଧରଗଦାପ୍ରହାରେ କଲେ ଚୂର
Couplet 16
ହିରଣ୍ୟକଶିପୁ ତା ଶୁଣିକୋପେ କମ୍ପିଲା ଶିର ଝୁଣି
Couplet 17
ଅଧର ଦଶନେ କାମୁଡ଼ିହା- ହା ଶବଦେ ଶିର ତାଡ଼ି
Couplet 18
ଭ୍ରାତୃ ନିଧନେ ସେ ବିକଳେଚାହିଁଲା ଆକାଶ ମଣ୍ଡଳେ
Couplet 19
ସଧୂମ ଦିଶେ ଦଶଦିଶତା’ ଦେଖି କଲା ମହାରୋଷ
Couplet 20
କରାଳ ଦନ୍ତ ଉଗ୍ର ଦୃଷ୍ଟିଲଲାଟେ କୁଟୀଳ ଭ୍ରୂକୁଟି
Couplet 21
ଶୂଳ ଉଞ୍ଚାଇ ସଭା ମଧ୍ୟେବୋଲଇ ଭ୍ରାତୃ ଶୋକବାଦେ
Couplet 22
ଭୋ ଭୋ ଦାନବ ଦୈତ୍ୟଗଣକହଇ ସାବଧାନେ ଶୁଣ
Couplet 23
ଦିମୂର୍ଦ୍ଧା ତ୍ରିନେତ୍ର ସମ୍ବରହେ ଶତବାହୁ ହୟଶିର
Couplet 24
ନମୁଚି ହେ ପାକ ଇଲ୍ୱଳହେ ବିପ୍ରଚିତ୍ତି ଶୁଣ ବୋଲ
Couplet 25
ପୁଲୋମା ଶକୁନି ସହିତେଏ ମୋର ସଭାମଧ୍ୟେ ଯେତେ
Couplet 26
ମୋହର ବୋଲ ବେଗେ କରଏ ଶୋକସାଗରୁ ଉଦ୍ଧର
Couplet 27
ମୋର ବଇରୀ ଦେବଲୋକେମନୁଷ୍ୟ ମଧ୍ୟେ ଛନ୍ତି ଥୋକେ
Couplet 28
ହରିଙ୍କି ଭଜନ୍ତି ଯେ ନିତ୍ୟେବିଚାର କରି ଏକମତେ
Couplet 29
ହରିର ପକ୍ଷ ଆଶ୍ରେ କଲେମୋର ଭ୍ରାତାକୁ ସଂହାରିଲେ
Couplet 30
ସେ ହରି ମୋହର ବଇରୀଅତି ନିର୍ଦ୍ଦୟ ଅହଂକାରୀ
Couplet 31
ମାୟାରେ ନାନା ରୂପ ଧରେଭକତ ସଙ୍ଗେ ସେ ବିହରେ
Couplet 32
ବାଳକ ପ୍ରାୟ ତାର ଗତିଏଣୁ ଅସ୍ଥିର ମୋର ମତି
Couplet 33
ଏ ଶୂଳ ମାରି ତା’ ଶରୀରେତର୍ପଣ କରିବି ରୁଧିରେ
Couplet 34
ମୋ ଭାଇ ପ୍ରେତ କାର୍ଯ୍ୟଅର୍ଥେକହିଲି ତୁମ୍ଭର ଅଗ୍ରତେ
Couplet 35
ସେ ହରି ନଷ୍ଟ ଦୁରାଚାରତାର ବିଶ୍ୱାସୀ ବେଗେ ମାର
Couplet 36
ସେ ମଲେ ମରିବେ ସକଳେମୂଳ କାଟିଲେ ଯେହ୍ନେ ଡାଳେ
Couplet 37
ଯାବତ ନମରଇ ହରିତାବତ ଭ୍ରମ ବସୁନ୍ଧରୀ
Couplet 38
ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟ ଯେତେକୃଷ୍ଣ ଭଜନ୍ତି ଅବିରତେ
Couplet 39
ତପସ୍ୱୀ ଜନ ବେଗେ ମାରଯଜ୍ଞର ଅଗ୍ନି ନାଶକର
Couplet 40
ଋତ୍ୱିକ ଅଗ୍ନିହୋତ୍ର ଯେତେତାହାଙ୍କୁ ମାର ଅବିରତେ
Couplet 41
ଯେ ଧର୍ମ କ୍ରିୟା ମୂଳ ହରିସେ ଥାଇ ସର୍ବଘଟେ ପୂରି
Couplet 42
ଋଷି ଦେବତା ପିତୃଗଣେଯେ ଥାନ୍ତି ଧର୍ମପରାୟଣେ
Couplet 43
ଗୁରୁ ବ୍ରାହ୍ମଣ ଯହିଁ ତହିଁବେଦ ପଠନେ ମନ୍ତ୍ରଧ୍ୟାୟୀ
Couplet 44
ଆଶ୍ରମବେତ୍ତା ଯହିଁ ପାଅଜଳେ ବୁଡ଼ାଇ ଅଗ୍ନି ଦିଅ
Couplet 45
ଏମନ୍ତ ରାଜା ଆଜ୍ଞା ପାଇଁଅସୁରେ ଗଲେ ସଜ ହୋଇ
Couplet 46
ସ୍ୱଭାବେ ଅସୁର ନିର୍ଦ୍ଦୟପ୍ରାଣୀ ମାରଣେ ବଡ଼ ପ୍ରିୟ
Couplet 47
ଋଷି ଆଶ୍ରମ ତପୋବନେତୀର୍ଥ ପବିତ୍ର ନାନାସ୍ଥାନେ
Couplet 48
ତତ୍କ୍ଷଣେ ପଶି ଗ୍ରାମପୁରେଗିରି-ବନସ୍ତ କ୍ଷେତ୍ରଦ୍ୱାରେ
Couplet 49
ଖେଟ ଖର୍ବଟ ନାନାସ୍ଥାନେଋଷି ଆଶମ୍ର ତପୋବନେ
Couplet 50
ଗୋରୁ ବ୍ରାହ୍ମଣ ଯଜ୍ଞସ୍ଥାନଅନଳେ ଦହିଲେ ତକ୍ଷଣ
Couplet 51
ଖନିତ୍ର ଘେନି ମହାସୁରେଭେଦିଲେ ପ୍ରାକାର ଗୋପୁରେ
Couplet 52
ସୁଗନ୍ଧ ପୁଷ୍ପ ବୃକ୍ଷ ଛେଦିଚୂତ ଚମ୍ପକ ତୁଳୁସାଦି
Couplet 53
ଚଳନ୍ତି ଗିରିବର ଭେଦିବୃକ୍ଷକୁ ପକାଇଲେ ଛେଦି
Couplet 54
ଅସୁର ବଳ ବେଗେ ବ୍ୟାପିଛେଦି ପକାଇଲେ ବିଟପୀ
Couplet 55
ଜୀବିକା-ବୃକ୍ଷ ଯେତେ ଥିଲେପରଶୁ ହସ୍ତେ ତା’ ଛେଦିଲେ
Couplet 56
ଏମନ୍ତ ରାଜାର ଆଦେଶେଧର୍ମ ନାଶିଲେ ମହାରୋଷେ
Couplet 57
ନିରତେ ପ୍ରାଣୀ ନାଶକଲେଦେବେ ଆକାଶୁ ପକାଇଲେ
Couplet 58
ଲୁଚିଲେ ବନ-ଗିରି-ଦ୍ରୋଣେଯେହ୍ନେ କାନନେ ପଶୁଗଣେ
Couplet 59
ଏମନ୍ତେ ପ୍ରାଣୀ ନାଶକରିଭ୍ରାତୃମରଣେ ଶୋକକରି
Couplet 60
ଭାଇର ପ୍ରେତ କାର୍ଯ୍ୟକଲାଅନେକ ଅନ୍ନଦାନ ଦେଲା
Couplet 61
ତର୍ପଣ-ଶ୍ରାଦ୍ଧ କର୍ମସାରିଭ୍ରାତୃପୁତ୍ରଙ୍କୁ କୋଳେଧରି
Couplet 62
ତକ୍ଷଣେ ଅନ୍ତଃପୁରେ ଯାଇସୁହୃଦ ଅସୁରଙ୍କୁ ରାଇ
Couplet 63
ଶକୁନି ସମ୍ବର ଧୃଷ୍ଟିକଭୂତ ସନ୍ତାପନ ଯେ ବୃକ
Couplet 64
ଯେ କାଳନାଭ ମହାନାଭହରିତଶ୍ମଶ୍ରୁ ଭଇରବ
Couplet 65
ଉତ୍କଟ ବିକଟ ବସାଇଅନୁଜ ପତ୍ନୀକି ଅନାଇଁ
Couplet 66
ତାହାର ନାମ ରୁଷାଭାନୁସ୍ୱାମୀ ମରଣେ ମହାମନ୍ୟୁ
Couplet 67
ମାତା ସଙ୍ଗତେ ତାକୁ ଆଣିବସାଇ କହେ ମଞ୍ଜୁବାଣୀ
Couplet 68
ହେ ମାତା ବଧୂପୁତ୍ରେ ଶୁଣଏ ମାୟା-ସଂସାର ଭିଆଣ
Couplet 69
ମୃତ ପ୍ରାଣୀକି ନ ସୁମରିଏ ଜୀବ ନୁହଇ କାହାରି
Couplet 70
ବୀର ମରଣ ରିପୁମୁଖେଲଭେ ଅକ୍ଷୟ-ସ୍ୱର୍ଗସୁଖେ
Couplet 71
ତାର ମରଣେ ଚିନ୍ତା ନାହିଁସ୍ୱର୍ଗେ ବସିଲା ମୋର ଭାଇ
Couplet 72
ଏ ଭବ-ସଂସାର-ସାଗରକୃଷ୍ଣର କ୍ରୀଡ଼ାର ମନ୍ଦିର
Couplet 73
ଏ ଭବେ କିଛି ସ୍ଥିର ନୋହେପଥେ ପଥୁକୀଜନ ପ୍ରାୟେ
Couplet 74
ପୂର୍ବଜନ୍ମର କର୍ମଫଳେପ୍ରାଣୀଏ ମିଳନ୍ତି ସଂସାରେ
Couplet 75
ଜଳଛତ୍ରରେ ପ୍ରାଣୀ ଯେହ୍ନେଶ୍ରମେ ମିଳନ୍ତି ଜଳପାନେ
Couplet 76
ବସିଣ ଜଳପାନ କରିତହୁଁ ଚଳନ୍ତି ଶ୍ରମ ସାରି
Couplet 77
ସେ ଯେହ୍ନେ ନୁହଇ କାହାରିସଂସାରେ ଘଟେ ସେହିପରି
Couplet 78
ଉପାଧି ବସ୍ତୁ ନାଶ ଯାଇଆତ୍ମା କେବେ ହେଁ ନ ମରଇ
Couplet 79
ଏ ଆତ୍ମା ନିତ୍ୟ ସର୍ବଗତଅବ୍ୟୟ ଶୁଦ୍ଧଗୁଣ ସତ୍ତ୍ୱ
Couplet 80
ସର୍ବଜ୍ଞ ସର୍ବପରେ ରହେଆତ୍ମାରୁ ଆତ୍ମରୂପ ବହେ
Couplet 81
ସେ ଆତ୍ମା ଦେହରୁ ଚଳିଲେଦେହ ବିନାଶ ଲଭେ ଭଲେ
Couplet 82
ବୃକ୍ଷର ଛାଇ ଜଳେ ଥିଲେସେ ଜଳ ପବନେ ଚଳିଲେ
Couplet 83
ବୃକ୍ଷ ଚଳିଲା ପ୍ରାୟ ଦିଶେସେ ଯେହ୍ନେ ଉଦକେ ନ ମିଶେ
Couplet 84
ବାଳକେ କ୍ରୀଡ଼ାରେ ଘୂରନ୍ତିଭ୍ରମିଣ ଭୂମିରେ ପଡ଼ନ୍ତି
Couplet 85
ଚାହାନ୍ତେ ଭ୍ରମଇ ସଂସାରଏମନ୍ତେ ମାୟା-କ୍ରୀଡ଼ାଘର
Couplet 86
ଏଣୁ ଏ ଭ୍ରମ ଗୁଣ ଦୋଷେମନ ନ ରହଇ ବିଶ୍ୱାସେ
Couplet 87
ଅଦେହ ହୋଇ ଦେହବନ୍ତଅଜ୍ଞାନୀ ଜନଙ୍କର ମତ
Couplet 88
ଅର୍ଜିଲା କର୍ମଫଳ ବଳେପ୍ରାଣୀ ଭ୍ରମନ୍ତି ମହୀତଳେ
Couplet 89
ସଂସାର ସଂଯୋଗ-ବିଯୋଗେଶୋକ ହରଷ ବେନିମାର୍ଗେ
Couplet 90
ଏ ଅର୍ଥେ ଇତିହାସ କହିଶୁଣ ଜନନୀ ମନଦେଇ
Couplet 91
ପୂର୍ବେ ଯେ ପ୍ରେତ-ବନ୍ଧୁ ତୁଲେଯେବା ସମ୍ବାଦ ଯମ କଲେ
Couplet 92
ଶୁଣ ଜନନୀ ମନ ତୋଷେଯେ କଥା ଉଶୀନର ଦେଶେ
Couplet 93
ସୁଯଜ୍ଞ ନାମେ ରାଜା ଥିଲାଶତ୍ରୁ-ସଂଗ୍ରାମେ ପ୍ରାଣ ଦେଲା
Couplet 94
ତା’ ଶୁଣି ତାର ଜ୍ଞାତି ଜନେମିଳିଲେ ମୃତପିଣ୍ଡ ସ୍ଥାନେ
Couplet 95
ଦେଖିଲେ ରାଜାର ଶରୀରରୁଧିରେ ଧୂଳିରେ ଧୂସର
Couplet 96
ରତ୍ନକବଚ ଖଣ୍ଡ ଖଣ୍ଡବିଭ୍ରମ ଅଳଂକାର ପିଣ୍ଡ
Couplet 97
ଶରେ ବିଚ୍ଛିନ୍ନ କଳେବରଶୟନ ଶ୍ମଶାନ-ଭୂମିର
Couplet 98
ବିବର୍ଣ୍ଣ କେଶ ତାର ମୁଣ୍ଡେବହେ ରୁଧିର ଧାରା ତୁଣ୍ଡେ
Couplet 99
ଲଲାଟେ ଲୁଚିଛି ଲୋଚନଓଷ୍ଠ ତା’ ଦିଶଇ ବିବର୍ଣ୍ଣ
Couplet 100
ରଜେ କୁଣ୍ଠିତ ନାସାଦ୍ୱାରଛିନ୍ନ ଆୟୁଧ ଅଛି କର
Couplet 101
ଏମନ୍ତେ ମିଳି ତା’ ସମୀପେକାମିନୀଗଣ ଶୋକତାପେ
Couplet 102
ବନ୍ଧୁ ବାନ୍ଧବ ତୁଲେ ଯାଇକାନ୍ଦନ୍ତି ରାଜା ମୁଖ ଚାହିଁ
Couplet 103
ଭୋ ନାଥ ତୋହର ମରଣେତୋର ସକଳ ବଧୂଗଣେ
Couplet 104
ଜୀବନ ଥାଉଁ ଆମ୍ଭେ ମଲୁବିଧି ଏମନ୍ତ ଭିଆଇଲୁ
Couplet 105
ହୃଦରେ ବେନି କରତାଡ଼ିକାନ୍ଦନ୍ତି ମହୀତଳେ ପଡ଼ି
Couplet 106
ଚରଣ ପୁଣ ପୁଣ ଧରିଉଚ୍ଚେ କାନ୍ଦନ୍ତି ତାର ନାରୀ
Couplet 107
ଚରଣେ ସିଞ୍ଚି ଅଶ୍ରୁଜଳଲୋତକେ ମିଶ୍ରିତ କଜ୍ଜ୍ୱଳ
Couplet 108
କୁଚ-କୁଙ୍କୁମ ଅଶ୍ରୁଜଳେପଡ଼ଇ ରାଜା ପାଦତଳେ
Couplet 109
କେଶ-ବସନ ଅସମ୍ଭାଳଶୁଭେ ରୋଦନ ମହାଗୋଳ
Couplet 110
ହା-ହା ଦଇବ ତୁ ନିର୍ଦ୍ଦୟଦୂରେ ଛେଦିଲୁ ଆମ୍ଭ ସ୍ନେହ
Couplet 111
ଅଦୃଷ୍ଟ ଅଚିନ୍ତିତ କର୍ମଭିଆଇ କଲୁ ମତିଭ୍ରମ
Couplet 112
ପୂର୍ବେ ଆମ୍ଭଙ୍କୁ ସୁଖ ଦେଲୁଏବେ ତୁ ନିଷ୍ଠୁର ହୋଇଲୁ
Couplet 113
ପୁଣି ରାଜାର ପାଦଧରିଉଚ୍ଚେ କାନ୍ଦନ୍ତି ତାର ନାରୀ
Couplet 114
ଆମ୍ଭର ପ୍ରାଣନାଥ ତୁହିମୁହୂର୍ତ୍ତେ ତୋ ମୁଖ ନଚାହିଁ
Couplet 115
କେମନ୍ତେ ଧରିବୁ ଜୀବନଦିଶଇ ଦଶଦିଗ ଶୂନ୍ୟ
Couplet 116
କହ କେବଣ ଦିଗେ ଯିବୁତୋ ବିନୁ ଶରୀର ଦହିବୁ
Couplet 117
ଏମନ୍ତେ ପତିପାଦ ଧରିଉଚ୍ଚେ ରୋଦନ୍ତି ସର୍ବନାରୀ
Couplet 118
ଦହନ କରି ନଦିଅନ୍ତିଦୁଃଖ ରହିଲେ ଗୋତ୍ରଜ୍ଞାତି
Couplet 119
ଏମନ୍ତେ ରବି ଅସ୍ତ ଗଲାଘୋର-ତିମିରି ଆଚ୍ଛାଦିଲା
Couplet 120
ଅତି କାରୁଣ୍ୟ ତାଙ୍କ ଦେଖିଶମନ ଭୁବନ ଉପେକ୍ଷି
Couplet 121
ଶୋକ-ନିବାରେ ଇଚ୍ଛାକରିଯମ ବାଳକ ରୂପ ଧରି
Couplet 122
ମିଳିଣ ତାଙ୍କ ସନ୍ନିଧ୍ୟାନେକହନ୍ତି କୋମଳ ବଚନେ
Couplet 123
ଅହୋ ଅଦ୍ଭୁତ କର୍ମ ଦେଖଏ ସର୍ବେ ବୟସେ ଅଧିକ
Couplet 124
ବାଳକ ପ୍ରାୟେ ନଜାଣନ୍ତିବିମୋହେ ରୋଦନ କରନ୍ତି
Couplet 125
ଏ ପ୍ରାଣ ଯହୁଁ ଆସିଥିଲାକର୍ମ-ସଙ୍ଗତେ କରି ଖେଳା
Couplet 126
ତହିଁକି ଗଲା କର୍ମଅନ୍ତେଜାଣି ନଜାଣନ୍ତି କେମନ୍ତେ
Couplet 127
କର୍ମର ତୁଲେ ରହେ ଦେହୀକର୍ମ ସରିଲେ କେବା ରହି
Couplet 128
ଏଣୁ ଏ କର୍ମମୟ ଦେହୀକର୍ମୁ ଅଧିକ କେହି ନାହିଁ
Couplet 129
ଯହୁଁ ଅଇଲା ତା’ ନଜାଣେଦେହକୁ ନିତ୍ୟ ପ୍ରାୟ ମଣେ
Couplet 130
ଅନ୍ତେ ଯହିଁକି ପ୍ରାଣ ଯିବଏହା ନଜାଣେ ବ୍ରହ୍ମା ଶିବ
Couplet 131
ସଂସାର ମଧ୍ୟେ ଦେହ ବହିବାଳକ-ଜନ୍ମେ ଧନ୍ୟ ମୁହିଁ
Couplet 132
ପିତା-ଜନନୀ ମୋର ନାହିଁବୁଲଇ ଅରକ୍ଷିତ ହୋଇ
Couplet 133
ବ୍ୟାଘ୍ର ଭଲ୍ଲୁକ ଜନ୍ତୁ ଯେତେକେହି ତ ନ ଭକ୍ଷିଲେ ମୋତେ
Couplet 134
ଗର୍ଭେ ଯେ ରକ୍ଷାକଲା ମୋତେଏବେ ସେ ଅଛି ମୋ ସଙ୍ଗତେ
Couplet 135
ଈଶ୍ୱର ଇଚ୍ଛାରେ ସର୍ଜଇପାଳଇ ପୁଣି ସଂହାରଇ
Couplet 136
ତାହାର କ୍ରୀଡ଼ା ଏ ଜଗତକେ ଅବା ସୁତ ତାତ ମାତ
Couplet 137
ଯେ ପ୍ରାଣୀ ନିଜ ପଥ ହୁଡ଼େନିୟତ କର୍ମ ଯେବେ ଛାଡ଼େ
Couplet 138
କର୍ମ ତାହାକୁ କରେ ରକ୍ଷାଗୁରୁଙ୍କ ପ୍ରାୟେ ଦେଇ ଦୀକ୍ଷା
Couplet 139
ବାଳକ ଗୃହେ ଥାଏ ଯେବେକର୍ମେ ନଥିବ ଭାଗ୍ୟ ତେବେ
Couplet 140
ରକ୍ଷକ ଥିଲେ ହେଁ ମରଇଅତି ଯତନେ ଯେବେ ଥାଇ
Couplet 141
ଯେ ବାଳ ବନେ ବିସର୍ଜିତସ୍ୱଭାବେ ହୋଇ ଅରକ୍ଷିତ
Couplet 142
ତାହାକୁ ଦଇବ ରଖଇବେଦ ପୁରାଣେ ଏହା କହି
Couplet 143
ଏଣୁ ପ୍ରାଣୀଏ କର୍ମଫଳେଜନ୍ମ-ମରଣ ଏ ଶୟଳେ
Couplet 144
ଆତ୍ମା ସକଳ ଦେହେ ଥାଇଶରୀରୁ ଭିନ୍ନ ସେ ଅଟଇ
Couplet 145
ଆତ୍ମାରୁ ଶରୀର ବିଖ୍ୟାତମୋହ ଗହନେ ହୋଇ ଜାତ
Couplet 146
ଗୃହସ୍ଥ ଗୃହେ ଥାଇ ଯେହ୍ନେଆତ୍ମାକୁ ଗୃହ ଅନୁମାନେ
Couplet 147
ଯେହ୍ନେ ବୁଦ୍ବୁଦ୍ ଜଳୁ ଜାତମାଟିରୁ ଘଟ ଯେ ସମ୍ଭୂତ
Couplet 148
ମୃତ୍ତିକା ଯେହ୍ନେ ଜଳେ ମାଡ଼ିଚକ୍ରେ ବସାଇ ରୂପ ଗଢ଼ି
Couplet 149
ଅଗ୍ନି ସଂଯୋଗେ ଦୃଢ଼େ ଦହିନାନା ପ୍ରକାରେ ବସ୍ତୁ ବିହି
Couplet 150
ସେ ଭାଣ୍ଡ ପ୍ରୟୋଜନ ଅନ୍ତେପୁଣି ପଡ଼ଇ ଭୂମିଗତେ
Couplet 151
ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇବିନାଶେ ନିଜତ୍ୱ ରହଇ
Couplet 152
ମିଶଇ ବୁଦ୍ବୁଦ୍ ଜଳରେଘଟ ବିଲୀନ ମୃତ୍ତିକାରେ
Couplet 153
ତେସନେ କାଳ ଭୋଗେ ଜାତକର୍ମ ଭୋଗେଣ ଜୀବ ମୃତ
Couplet 154
ବିନଷ୍ଟ ହୁଅଇ ଶରୀରଆତ୍ମା ଚଳଇ ନିରନ୍ତର
Couplet 155
ଅନଳ ଯେହ୍ନେ ଦାରୁ ମଧ୍ୟେଭିନ୍ନେ ପ୍ରକାଶେ ବସ୍ତୁ ଭେଦେ
Couplet 156
ପବନ ଦେହ ମଧ୍ୟେ ଥାଇନାସିକା ରନ୍ଧ୍ରେ ସଞ୍ଚରଇ
Couplet 157
ସେହି ନ ଲାଗେ ତାର ଦେହେସର୍ବ ସଞ୍ଚରି ଭିନ୍ନେ ରହେ
Couplet 158
ଆକାଶ ସର୍ବବ୍ୟାପୀ ହୋଇକାହାରି ସଙ୍ଗେ ଲିପ୍ତ ନୋହି
Couplet 159
ଏ ଜୀବ ପୁରୁଷ ତେମନ୍ତସ୍ୱଭାବେ ତ୍ରିଗୁଣେ ଯନ୍ତ୍ରିତ
Couplet 160
ସୁଯଜ୍ଞ ରାଜା ଏ ନୁହଇରୋଦନ କର କାହିଁପାଇଁ
Couplet 161
ଶ୍ରୋତା ବକତା ନାହିଁ ଏଥେରୋଦନ ଶୁଣିବ କେମନ୍ତେ
Couplet 162
ଏ ଦେହ ମଧ୍ୟେ ଆତ୍ମା ଥାଇଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ
Couplet 163
ସେ ଏଥୁ ଗଲା ଅନ୍ତରୀକ୍ଷେଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ
Couplet 164
ପାର୍ଥିବ-ବିକାର ଏ ଦେହୀପୃଥିବୀ ସଙ୍ଗେ ଅଛି ଶୋଇ
Couplet 165
ଯାହାକୁ ଶୋକ ତୁମ୍ଭେ କରସେ ପ୍ରାଣ ଏ ଦେହରୁ ପର
Couplet 166
ଏ ପଞ୍ଚଭୂତ ଇନ୍ଦ୍ରିଗଣମନଟି ଏହାଙ୍କ କାରଣ
Couplet 167
ଆତ୍ମାଟି ଏହାଙ୍କର ସଙ୍ଗେପ୍ରକାଶ ଉଚ୍ଚ-ନୀଚ ଅଙ୍ଗେ
Couplet 168
ସେ ନିଜ ତେଜେ ପ୍ରକାଶଇଶରୀର ଘେନଇ ଛାଡ଼ଇ
Couplet 169
ଯାବତ ଆତ୍ମା ଦେହେ ଥାଇତାବତ ଲିଙ୍ଗ ରୂପ ବହି
Couplet 170
ଏ ଜୀବ କର୍ମରେ ବନ୍ଧନଏହା ନ ଜାଣେ ମୂଢ଼ଜନ
Couplet 171
ଏଣୁ ଏ ଗତାଗତ-ପଥେକ୍ଳେଶ ଲଭଇ ଅବିରତେ
Couplet 172
ସେ ପୁଣି ମିଥ୍ୟା-କଳେବରେଅତଥ୍ୟ ତଥ୍ୟପ୍ରାୟ ସ୍ଫୁରେ
Couplet 173
ଯେମନ୍ତେ ସ୍ୱପ୍ନ ମନୋରଥେଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ
Couplet 174
ଦେଖଇ ସତ୍ୟ ପ୍ରାୟେ ତାହାନିଦ୍ରାର ଅନ୍ତେ ହୁଏ ମାୟା
Couplet 175
ଏହାଙ୍କୁ ନିତ୍ୟାନିତ୍ୟମତେପଣ୍ଡିତେ ନ ଘେନନ୍ତି ଚିତ୍ତେ
Couplet 176
କର୍ମ ଅନ୍ୟଥା କେ କରିବଯାହା ନ ମୁଞ୍ଚେ ବ୍ରହ୍ମାଶିବ
Couplet 177
ଶୁଣ କହିବା ପୂର୍ବବାଣୀମୁଁ ଯେ ବାଳକ ଅଛି ଶୁଣି
Couplet 178
ଲୁବ୍ଧକ ପକ୍ଷୀଙ୍କ ମାରଣେଦିନେ ପଶିଲା ଘୋରବନେ
Couplet 179
ବୁଲଇ ହସ୍ତେ ପାଶ ଲଇପକ୍ଷୀଙ୍କ କାଳପ୍ରାୟ ହୋଇ
Couplet 180
ଲତାଗହଳେ ସେ ପଶିଲାଅନ୍ତରେ ଜାଲ ପ୍ରସାରିଲା
Couplet 181
ଆହାର ଜାଲତଳେ ଥୋଇଲୁଚିଲା ଲତା ମଧ୍ୟେ ଯାଇ
Couplet 182
କୁଲିଙ୍ଗପକ୍ଷୀ ପତ୍ନୀମେଳେବସି ଯେ ଥିଲା ବୃକ୍ଷ ଡାଳେ
Couplet 183
ଆହାର ଦେଖି ଜାଲତଳେପଶିଲା କ୍ଷୁଧାର ବିକଳେ
Couplet 184
ଲୁବ୍ଧକ ଜାଲ ପାଶେ ଛନ୍ଦିତାର ପକ୍ଷିଣୀ ହେଲା ବନ୍ଦୀ
Couplet 185
ପତ୍ନୀ ବନ୍ଧନ ପତି ଦେଖିତକ୍ଷଣେ ଆସନ ଉପେକ୍ଷି
Couplet 186
ବୃକ୍ଷର ଉଚ୍ଚଡ଼ାଳେ ବସିନିର୍ଘାତେ ନିଃଶ୍ୱାସ ସାହାସି
Couplet 187
ଅତି ବ୍ୟାକୁଳେ ଦୁଃଖମନେଲୋତକ ବହଇ ନୟନେ
Couplet 188
କର୍ମ ଆଦରି ଶୂନ୍ୟେ ଚାହିଁବୋଲଇ ସୂର୍ଯ୍ୟଙ୍କୁ ଅନାଇଁ
Couplet 189
ହା- ହା ଦଇବ ତୁ ନିର୍ଦ୍ଧୟମୋର ବିଷୟେ କଲୁ କୋହ
Couplet 190
କଷଣ ଦେଲୁ ପତ୍ନୀହୀନେଏ ଦେହ ଧରିବି କେସନେ
Couplet 191
ଶରୀର ଅର୍ଦ୍ଧଅଙ୍ଗ ନାରୀଅର୍ଦ୍ଧକେ କେବା ଦେହଧରି
Couplet 192
ବାଳକେ ଅଛନ୍ତି ମୋ ବାସେକି ଘେନି ଯିବି ତାଙ୍କ ପାଶେ
Couplet 193
ତାହାଙ୍କ ଦେହେ ପକ୍ଷ ନାହିଁକେମନ୍ତେ ପୋଷିବଇଁ ମୁହିଁ
Couplet 194
ବାଳକେ ମୋର ମାତୃହୀନେଜୀବନ ଧରିବେ କେସନେ
Couplet 195
ମାତାକୁ ଲୋଡ଼ିବେ ନିରତେମୁଁ ତାହା ସହିବି କେମନ୍ତେ
Couplet 196
ଏମନ୍ତେ ବୃକ୍ଷଡ଼ାଳେ ଥାଇବିକଳେ କୁଲିଙ୍ଗ କାନ୍ଦଇ
Couplet 197
ପତ୍ନୀର ଦେହେ ଦେଇ ମନକ୍ଷଣକ୍ଷଣକେ ଅଚେତନ
Couplet 198
ଏମନ୍ତେ ବ୍ୟାଧ ବୃକ୍ଷତଳେମିଳିଲା ଚରଣ ନିଶ୍ଚଳେ
Couplet 199
ନାରାଚ ବିନ୍ଧି ତାକୁ ମାରିମୁଦିଣ ଥୋଇଲା ପଞ୍ଜରୀ
Couplet 200
ତକ୍ଷଣେ ନିଜ ପୁରେ ଗଲାଶୁଣ ଗୋ ନୃପତି ଅବଳା
Couplet 201
ଆତ୍ମାର ଗତି ତ ନ ଜାଣସୁଜନ ବଚନ ନ ଶୁଣ
Couplet 202
ଶତେ ବରଷ ଏହି ଠାବେରୋଦନ କରୁଥିବ ଯେବେ
Couplet 203
ତେବେ କି ଉଠିବ ଶରୀରଏ ଜ୍ଞାନ ବୁଡ଼ିଲା ତୁମ୍ଭର
Couplet 204
ବାଳକ ବଚନ ଏମନ୍ତେଶୁଣି ସକଳ ଏକଚିତ୍ତେ
Couplet 205
ମାୟା ଛାଡ଼ିଲେ ଜ୍ଞାନ ପାଇଉଠିଲେ ଏକୁ ଆରେ ଚାହିଁ
Couplet 206
ବୋଲନ୍ତି ମିଥ୍ୟା ଏ ସଂସାରଅନିତ୍ୟ ଜୀବନ ଶରୀର
Couplet 207
ଯମ ଏ ଉପଦେଶ ଦେଲାତକ୍ଷଣେ ଅନ୍ତର୍ଦ୍ଧାନେ ଗଲା
Couplet 208
ତହୁଁ ସେ ଜ୍ଞାତିଗୋତ୍ର ମେଳେରାଜାର ପ୍ରେତକାର୍ଯ୍ୟ କଲେ
Couplet 209
ଏଣୁ ମୋ ଅନୁଜ ମରଣେଶୋକ କରିବା କି କାରଣେ
Couplet 210
ଏମନ୍ତ ମାୟା ଏ ସଂସାରକେ ନିଜ କେବା ଅଛି ପର
Couplet 211
କହନ୍ତି ବ୍ରହ୍ମାଙ୍କ ନନ୍ଦନଶୁଣ ରାଜନ ତୋଷମନ
Couplet 212
ନାରଦ ଯୁଧିଷ୍ଠିର ପାଶେତତ୍ତ୍ୱ କହନ୍ତି ଇତିହାସେ
Couplet 213
ଏମନ୍ତ ଶୁଣି ପୁତ୍ରକଥାଶୋକ ଛାଡ଼ିଲା ରାଜମାତା
Couplet 214
ପୁତ୍ରବଧୂଙ୍କୁ ଶାନ୍ତି କରିତତ୍ତ୍ୱବଚନ ମନେ ଧରି
Couplet 215
ଦିତି ଛାଡ଼ିଲା ପୁତ୍ର ଶୋକବ୍ରହ୍ମରେ ନିବେଶି ବିବେକ
Couplet 216
ନାରଦ ମୁନି ଅନୁରାଗେକହିଲେ ଧର୍ମସୁତ ଆଗେ
Couplet 217
ଏ ବାଣୀ ତତ୍ତ୍ୱଜ୍ଞାନସାରଶୁଣି ସଂସାରୁ ପ୍ରାଣୀ ତର
Couplet 218
ଦେଖ ଏ ତତ୍ତ୍ୱଦିବ୍ୟଜ୍ଞାନବାସନାବଳେ ଭ୍ରମେ ମନ
Couplet 219
କହଇ ଦାସ ଜଗନ୍ନାଥସପ୍ତମ ସ୍କନ୍ଧେ ଭାଗବତ