Skip to content
paribhaasha

Skandha 7

Adhyaya 1

  1. Couplet 1

    ନମଇଁ ନୃସିଂହ ଚରଣଅନାଦି ପରମ କାରଣ

  2. Couplet 2

    ଲୀଳା-ବିହାରେ ତନୁ ଧରିମର୍ତ୍ତ୍ୟେ କେ ପାରେ ସାଧ୍ୟ କରି

  3. Couplet 3

    କୃଷ୍ଣ ଚରଣେ ଦେଇ ଚିତ୍ତବୋଲନ୍ତି ବ୍ୟାସଙ୍କର ସୁତ

  4. Couplet 4

    ଏବେ ହୋ ଶୁଣ କୁରୁମଣିହରିଚରିତ ସୁଧାବାଣୀ

  5. Couplet 5

    ଜନ୍ମବାସନା କର୍ମଫଳେପ୍ରାଣୀ ଭୁଞ୍ଜନ୍ତି ଏ ଶୟଳେ

  6. Couplet 6

    ସପ୍ତମସ୍କନ୍ଧେ ଭାଗବତେକହିବା ଶୁଣ ଏକଚିତ୍ତେ

  7. Couplet 7

    କହିବା ପଞ୍ଚତତ୍ତ୍ୱ ଗୁଣଶୁଣ ନୃପତି ସାବଧାନ

  8. Couplet 8

    କର୍ମବାସନା ରୂପ ଧରିବେନି ପ୍ରକାରେ ସେ ସଞ୍ଚରି

  9. Couplet 9

    ଶୁଭ ଅଶୁଭ ବେନି ପଦେପ୍ରକାଶ କରେ ହେତୁ ଭେଦେ

  10. Couplet 10

    ମହତ ଅପମାନ କୋପେଅସୁର ଜନ୍ମ ପୁତ୍ରରୂପେ

  11. Couplet 11

    ପୁଣ ମହତ ଅନୁଗ୍ରହେସେ କର୍ମ ଶୁଭଫଳ ବହେ

  12. Couplet 12

    ଶୁଣ କହିବା ପ୍ରିୟଭାବେଯେ ଯହିଁ ଯେମନ୍ତ ପ୍ରସ୍ତାବେ

  13. Couplet 13

    ବୈକୁଣ୍ଠେ ହରି ଦ୍ୱାରପାଳଜୟ ବିଜୟ ମହାବଳ

  14. Couplet 14

    ସେ ବେନିଭାଇ ହରିଦ୍ୱାରେଖଟନ୍ତି ସେବା ଅନୁସାରେ

  15. Couplet 15

    ଚତୁଃସନଙ୍କ କୋପ ଫଳେଜନ୍ମିଲେ ଅସୁରଙ୍କ କୁଳେ

  16. Couplet 16

    ବ୍ରାହ୍ମଣେ ଅପରାଧ କରିଜନ୍ମ ଲଭିଲେ ଦେହଧରି

  17. Couplet 17

    ଅସୁର ଅଂଶେ ଅବତାରହିରଣ୍ୟକଶିପୁ କୁମର

  18. Couplet 18

    ସେ ପଦ୍ମଚରଣରେ ମୁହିଁନିରତେ ଶରଣ ପଶଇ

  19. Couplet 19

    ସପ୍ତମ ସ୍କନ୍ଧେ ପ୍ରହଲ୍ଲାଦଚରିତ ଅମୃତ ସମ୍ବାଦ

  20. Couplet 20

    ନୃସିଂହ ଅମୃତ ଚରିତଆଜ୍ଞାରେ ରହୁ ମୋର ଚିତ୍ତ

  21. Couplet 21

    ସାଧୁ ସୁଜନେ କୃପାକରମୁଁ ତୁମ୍ଭ ଚରଣେ କିଙ୍କର

  22. Couplet 22

    ଏମନ୍ତେ ଶୁଣ ହେ ରାଜନହରି ଚରିତ ସୁଧାପାନ

  23. Couplet 23

    ସେ ପ୍ରହଲ୍ଲାଦ ଦୈତ୍ୟଦେହେନାରଦ ମୁନି ଅନୁଗ୍ରହେ

  24. Couplet 24

    ଶ୍ରୀକୃଷ୍ଣ-ଚରଣ-କମଳେନିଶ୍ଚଳ ଭକ୍ତି-ଯୋଗବଳେ

  25. Couplet 25

    ଜନ୍ମ-ବାସନା-ହେତୁ ସ୍ମରିକୃଷ୍ଣ-ଭକତି ଦୃଢେ଼ ଧରି

  26. Couplet 26

    ବିଷ୍ଣୁଭକତ ହୋଇ ଯେବେଭକତି କରେ ସେହୁ ଭାବେ

  27. Couplet 27

    ତାହାକୁ ରଖେ ଭଗବାନନ ସହେ ଭକ୍ତ ଅପମାନ

  28. Couplet 28

    ଜୟ ବିଜୟ ବେନିଭାଇଅସୁର ଅଂଶେ ଜନ୍ମ ହୋଇ

  29. Couplet 29

    ହରିଙ୍କି ଅପରାଧ କଲେତୃତୀୟ ଜନ୍ମେ ନିସ୍ତରିଲେ

  30. Couplet 30

    ଏଣୁ ପଣ୍ଡିତ ପ୍ରାଣୀମାନେମହତ ଅନୁଗ୍ରହ ଧ୍ୟାନେ

  31. Couplet 31

    ଯତ୍ନ କରନ୍ତି ନିରନ୍ତରେଆତ୍ମାକୁ ଆପଣେ ଉଦ୍ଧରେ

  32. Couplet 32

    ଏ ଭାବ ମୁନିଗଣେ ଚିନ୍ତିଭବସାଗରୁ ତରିଯାନ୍ତି

  33. Couplet 33

    ଏ ଆଦି-ଅନ୍ତ ତୋତେ କହିଶୁଣ ପରୀକ୍ଷ ମନଦେଇ

  34. Couplet 34

    ଦିତି ଉଦରେ ଦେହ ବହିଜୟବିଜୟ ବେନିଭାଇ

  35. Couplet 35

    ବିଷ୍ଣୁ ବଇରୀ ନିରନ୍ତରେସ୍ୱଭାବେ ଅସୁର ବେଭାରେ

  36. Couplet 36

    ତାହାଙ୍କ କୁଳେ ପ୍ରହଲ୍ଲାଦଶ୍ରୀକୃଷ୍ଣ ଭକ୍ତ ମଧ୍ୟେ ବୁଧ

  37. Couplet 37

    ଏ ପିତାପୁତ୍ର ମଧ୍ୟଗତେପୂର୍ବବାସନା ଅନୁମତେ

  38. Couplet 38

    ମହାନ୍ତ-କୋପ-ଅନୁଗ୍ରହବାସନାଭେଦ ଏ ନିଶ୍ଚୟ

  39. Couplet 39

    ବାସନାବଳେ କର୍ମ ଜାତଦଶଅଧ୍ୟାୟ ଏ ଚରିତ

  40. Couplet 40

    ପଞ୍ଚପ୍ରସ୍ତାବ-ଶେଷେ ଜାଣଧର୍ମର ନିର୍ଣ୍ଣୟ ଲକ୍ଷଣ

  41. Couplet 41

    ପ୍ରଥମ ଅଧ୍ୟାରେ ପ୍ରସ୍ତାବକହିବା ପିତାପୁତ୍ର ଭାବ

  42. Couplet 42

    ହିରଣ୍ୟକଶିପୁ-କୁମରକୃଷ୍ଣ ଭକତ ମଧ୍ୟେ ବର

  43. Couplet 43

    ବ୍ରାହ୍ମଣ ଶାପେ ବେନିଭାଇଅସୁର ଅଂଶେ ଜାତ ହୋଇ

  44. Couplet 44

    ଇନ୍ଦ୍ରର ଅର୍ଥେ ଭଗବାନଅସୁର କଲେକ ନିଧନ

  45. Couplet 45

    ତେଣୁ କଶ୍ୟପ ଋଷି-ନାରୀସେ ଦିତି ମନେ କୋପ କରି

  46. Couplet 46

    ପୁତ୍ରଙ୍କ ମରଣ ବିଶ୍ୱାସେନିର୍ଘାତେ ରୋଦେ ଦଶଦିଶେ

  47. Couplet 47

    ଏମନ୍ତ ଶୁକ ବାକ୍ୟ ଶୁଣିବୋଲେ ପାଣ୍ଡବ-ଚୂଡ଼ାମଣି

  48. Couplet 48

    ଭୋ ମୁନି ଶୁଣ ମୋ ବଚନସେ ହରି ସର୍ବଘଟେ ପୂର୍ଣ୍ଣ

  49. Couplet 49

    ପ୍ରିୟ ଅପ୍ରିୟ ନାହିଁ ଯାରବିଶେଷେ ଶରଣସୋଦର

  50. Couplet 50

    ସେ କିମ୍ପା ଇନ୍ଦ୍ରଙ୍କ ବୋଲରେନିର୍ଦ୍ଦୟେ ଅସୁର ସଂହାରେ

  51. Couplet 51

    ବିଷମ ମତ ଏ ତାହାରଯେ ହରି ଜଗତ ସୋଦର

  52. Couplet 52

    ସୁରଗଣଙ୍କ ପକ୍ଷଧରେନିଷ୍ଠୁରେ ଅସୁର ସଂହାରେ

  53. Couplet 53

    ଯେ ହରି ସର୍ବ ଜୀବଗତିସେ ନିକି ଆଚାରେ ଅନୀତି

  54. Couplet 54

    ଅଶେଷ ଜନ୍ତୁ ହୃଦେ ଥାଇଅନ୍ତରେ ସର୍ବ ସେ ଦେଖଇ

  55. Couplet 55

    ଆତ୍ମାର ନିସ୍ତାରଣ କରେସେ କିମ୍ପା ଭେଦବୁଦ୍ଧି ଧରେ

  56. Couplet 56

    ଦେବ-ଅସୁର ତାର ଦେହୀସମ-ବିଷମ ତାର କାହିଁ

  57. Couplet 57

    ସ୍ୱଭାବେ ତ୍ରିଗୁଣ ଶରୀରଯେ ନିରଞ୍ଜନ ନିର୍ବିକାର

  58. Couplet 58

    ନିର୍ଗୁଣ ନିତ୍ୟ ଦେବପତିସକଳ ଭୂତେ ତାର ସ୍ଥିତି

  59. Couplet 59

    ଏଣୁ ଗୋବିନ୍ଦ ଗୁଣ କର୍ମେସଂଶୟେ ମୋର ଚିତ୍ତ ଭ୍ରମେ

  60. Couplet 60

    ପୁଚ୍ଛଇ ଚରଣେ ତୁମ୍ଭରମନୁ ସଂଶୟ ଦୂରକର

  61. Couplet 61

    ଭୋ ନୃପ ସାଧୁ ତୋର ବାଣୀତୁ ଯେ ପଚାରୁ ପରିମାଣି

  62. Couplet 62

    ଅଦ୍ଭୁତ କୃଷ୍ଣର ମହିମାକେ ଜାଣିପାରେ ଗୁଣ ସୀମା

  63. Couplet 63

    ଏ ଗ୍ରନ୍ଥ ଭାଗବତ ଶୁଣକୃଷ୍ଣର ଭକତି ଲକ୍ଷଣ

  64. Couplet 64

    ପରମ-ଜ୍ଞାନମୟ ବାଣୀଯେ ଶୁଣେ ଯେବା ମୁଖେ ଭଣି

  65. Couplet 65

    ନାରଦ ଆଦି ମୁନିଗଣେଯାହା ଗାବନ୍ତି ଅନୁକ୍ଷଣେ

  66. Couplet 66

    ବ୍ୟାସଚରଣେ ସେବି ମୁହିଁକହିବି ଯେ ଅବା ଜାଣଇ

  67. Couplet 67

    ସେ ହରି ସ୍ୱଭାବେ ନିର୍ଗୁଣଅଜନ୍ମା ଅବ୍ୟକ୍ତ କାରଣ

  68. Couplet 68

    ସ୍ୱଭାବେ ସର୍ବଗୁଣ ପରବ୍ରହ୍ମା ଶଙ୍କରେ ଅଗୋଚର

  69. Couplet 69

    ସେ ମାୟାଗୁଣ ଆଶ୍ରେ କରିବଧ୍ୟ ବଧିକ ରୂପ ଧରି

  70. Couplet 70

    ଯେ ସତ୍ତ୍ୱ ରଜ ତମ ଗୁଣପ୍ରକୃତି ଏହାଙ୍କ କାରଣ

  71. Couplet 71

    ଆତ୍ମାର ଗୁଣ ଏ ନୁହନ୍ତିପ୍ରକୃତି ରୂପେ ପ୍ରକାଶନ୍ତି

  72. Couplet 72

    ଉଦୟ ଅସ୍ତ ଏକାବେଳେନୁହଁନ୍ତି ଗୁଣ କାଳବଳେ

  73. Couplet 73

    ସୃଷ୍ଟି ପାଳନ କରେ ହରିସତ୍ତ୍ୱଗୁଣକୁ ଆଶ୍ରେ କରି

  74. Couplet 74

    ଦେବତା-ଋଷି-ରୂପ ହୋଇସ୍ୱଧର୍ମେ ସୃଷ୍ଟି ସେ ପାଳଇ

  75. Couplet 75

    ରଜଗୁଣକୁ ଆଶ୍ରେ କରିଅସୁରମାନଙ୍କୁ ବିସ୍ତାରି

  76. Couplet 76

    ଯକ୍ଷ ରାକ୍ଷସ ତମଗୁଣେସୃଜଇ କାଳର ପ୍ରମାଣେ

  77. Couplet 77

    ଜ୍ୟୋତି ସ୍ୱରୂପେ ପ୍ରକାଶଇବିଚାରେ କାହିଁ ନ ମିଶଇ

  78. Couplet 78

    କାଷ୍ଠ-ସଂଯୋଗେ ଅଗ୍ନି ଯେହ୍ନେଜଳେ ଯେସନେ ପାତ୍ର ସ୍ଥାନେ

  79. Couplet 79

    ଆକାଶ ଯେହ୍ନେ ଜଳଘଟେତେମନ୍ତ ରୂପେ ସେ ପ୍ରକଟେ

  80. Couplet 80

    ମାୟାରେ ନାନାରୂପ ହୋଇସେ ମାୟା ତାକୁ ନ ଲାଗଇ

  81. Couplet 81

    ଏହା ବିଚାରି ମୁନିଜନେଆତ୍ମାକୁ ଆତ୍ମା ଅନୁମାନେ

  82. Couplet 82

    ସଂଶୟ ନ କରନ୍ତି ମନେହରି-ବିଷୟ କ୍ରୀଡ଼ାସ୍ଥାନେ

  83. Couplet 83

    ସେ କାଳମାୟା-ଯୋଗ-ଯୁତେପୁର ସର୍ଜଇ ଏ ଜଗତେ

  84. Couplet 84

    ରଜ-ଗୁଣରେ ସୃଷ୍ଟି କରେକାରଣୁ ବ୍ରହ୍ମରୂପ ଧରେ

  85. Couplet 85

    ଦେବାଧିଦେବ ଦେହ ମଧ୍ୟେବସଇ ସତ୍ତ୍ୱ-ଅନୁବାଦେ

  86. Couplet 86

    ରମିବା ଅର୍ଥେ ଭାବଗ୍ରାହୀଅଶେଷ ଜନ୍ତୁ ହୃଦେ ଥାଇ

  87. Couplet 87

    କ୍ରୀଡ଼ାର ଅନ୍ତେ ସେ ଆପଣେସୃଷ୍ଟି-ସଂହରେ ତମୋଗୁଣେ

  88. Couplet 88

    ସେ ସୃଷ୍ଟି-ଆଦ୍ୟକାଳେ ହରିଜୀବ ପ୍ରକୃତି ରୂପ ଧରି

  89. Couplet 89

    ପ୍ରଧାନ ପୁରୁଷ ଏ ବେନିଜଗତ ପିଅର-ଜନନୀ

  90. Couplet 90

    ନିମିତ୍ତେ ଏହା ସଙ୍ଗେ ଘେନିହରି ବିହରେ ଏ ମେଦିନୀ

  91. Couplet 91

    ତାଙ୍କ ଆଶ୍ରୟ ସଙ୍ଗମେଳେଜଗତ ଭିଆଇଲା କାଳେ

  92. Couplet 92

    ସେ କାଳ ହରି ଆଜ୍ଞା ଘେନିପ୍ରଧାନ-ପୁରୁଷ ଏ ବେନି

  93. Couplet 93

    ଉଭୟମତେ ନାନାଗୁଣେହୋଇଲେ ସୃଷ୍ଟିର କାରଣେ

  94. Couplet 94

    ସେ ହରି କାଳ ରୂପ ଧରେସାତ୍ତ୍ୱିକେ ଦେବଙ୍କୁ ଉଦ୍ଧରେ

  95. Couplet 95

    ଦେବଙ୍କ ପ୍ରିୟକର୍ମ କରେଅସୁରବଳକୁ ସଂହାରେ

  96. Couplet 96

    ଏଣୁ ସେ ପ୍ରଭୁ ଭଗବାନବହଇ ସୁରପ୍ରିୟ ନାମ

  97. Couplet 97

    ରଜ ତାମସ ଗୁଣ ଯେତେତାଙ୍କୁ ସଂହାରେ ଅବିରତେ

  98. Couplet 98

    ଏବେ ହୋ ଶୁଣ ନରନାଥକୃଷ୍ଣ ଚରିତ ଭାଗବତ

  99. Couplet 99

    ତାହାଙ୍କ ମହିମା ବିଶେଷଶୁଣ କହିବା ଇତିହାସ

  100. Couplet 100

    ରାଜୁସି ଯଜ୍ଞ ସଭା ଅନ୍ତେଧର୍ମନନ୍ଦନର ଅଗ୍ରତେ

  101. Couplet 101

    ନାରଦ ମୁନି ଯାହା କହିସେ ସଭା ମଧ୍ୟେ ପାଞ୍ଚ ଭାଇ

  102. Couplet 102

    ଦେବକୀନନ୍ଦନର ତୁଲେଧର୍ମନନ୍ଦନ ପଚାରିଲେ

  103. Couplet 103

    ସେ ସଭାମଧ୍ୟେ ଧର୍ମବଳାନୟନେ ଅଦ୍ଭୁତ ଦେଖିଲା

  104. Couplet 104

    ଶିଶୁପାଳର ପଞ୍ଚପ୍ରାଣଗୋବିନ୍ଦେ ପଶିଲା ତକ୍ଷଣ

  105. Couplet 105

    ସଭାଲୋକଙ୍କ ଦୃଷ୍ଟିମାର୍ଗେବିଜୁଳି ଯେହ୍ନେ ନୀଳମେଘେ

  106. Couplet 106

    ଭୋ ମୁନି ଅଦ୍‌ଭୁତ ଏ କଥାଦେଖି ମୋ ମନେ ଗରୁଚିନ୍ତା

  107. Couplet 107

    ଅଷ୍ଟାଙ୍ଗଯୋଗେ ମୁନିଗଣଚିନ୍ତନ୍ତି ଯେ ହରିଚରଣ

  108. Couplet 108

    ଏକାନ୍ତ ଭକ୍ତିଯୋଗେ ଚିନ୍ତିଯା ରୂପ କେହି ନ ଦେଖନ୍ତି

  109. Couplet 109

    ଦେବ ମାନବେ ଅଗୋଚରଯେ ବ୍ରହ୍ମ ନିତ୍ୟ-ନିରାକାର

  110. Couplet 110

    ଏ ଦମଘୋଷର କୁମରସ୍ୱଭାବେ ଦୁଷ୍ଟ-ଦୁରାଚାର

  111. Couplet 111

    କୃଷ୍ଣେ ଅନେକ ନିନ୍ଦାକଲାସେ କିମ୍ପା କୃଷ୍ଣଙ୍କୁ ପାଇଲା

  112. Couplet 112

    ଏ ସଭା ମଧ୍ୟେ ଏକେ ମୁହିଁତୁମ୍ଭର ଛାମୁରେ ପୁଚ୍ଛଇ

  113. Couplet 113

    କହ ହେ କେବଣ କାରଣେଶୁଣନ୍ତୁ ସକଳେ ଶ୍ରବଣେ

  114. Couplet 114

    ବିଷ୍ଣୁଙ୍କୁ ବିଷ୍ଣୁଜନ-ମେଳେଯେବା ନିନ୍ଦନ୍ତି ଜ୍ଞାନଭୋଳେ

  115. Couplet 115

    ସେ ପ୍ରାଣୀ ନରକେ ପଡ଼ନ୍ତିମହାନ୍ତେ ଏମନ୍ତ କହନ୍ତି

  116. Couplet 116

    ସେ ଦମଘୋଷ-ସୁତ ବାଣୀସଭାରେ ଦନ୍ତବକ୍ର ଶୁଣି

  117. Couplet 117

    ସେହି ଅନେକ ନିନ୍ଦାକଲାମୋତେ ତ ସନ୍ଦେହ ଲାଗିଲା

  118. Couplet 118

    ଏ ବେନିଜନେ ନିନ୍ଦାକଲେସଭାର ମଧ୍ୟେ ଏକତୁଲେ

  119. Couplet 119

    କୃଷ୍ଣଙ୍କୁ ନିନ୍ଦାକରି ତୁଣ୍ଡେକିମ୍ପା ନଗଲେ ଯମଦଣ୍ଡେ

  120. Couplet 120

    କେବଣ ହେତୁ ବେନିବୀରେପଶିଲେ କୃଷ୍ଣର ଶରୀରେ

  121. Couplet 121

    ଏଣେ ଭ୍ରମଇ ମୋର ମନବନେ ଯେସନେ ହୁତାଶନ

  122. Couplet 122

    କାରଣ କହ ମୁନି ମୋତେଶୁଣିଲେ ଯିବଇଁ ପରତେ

  123. Couplet 123

    ଏମନ୍ତେ ଧର୍ମସୁତ-ବାଣୀଆନନ୍ଦେ ଶୁଣି ବ୍ରହ୍ମମୁନି

  124. Couplet 124

    କହନ୍ତି ରାଜାର ଅଗ୍ରତେସକଳେ ଶୁଣନ୍ତି ଯେମନ୍ତେ

  125. Couplet 125

    ଏ ଯେତେ ନିନ୍ଦା-ସ୍ତୁତି ଅର୍ଥେମନୁଷ୍ୟ ଶରୀର ଜଗତେ

  126. Couplet 126

    ପ୍ରକୃତି- ପୁରୁଷ-ସଂଯୋଗେଜନ୍ମଇଁ ଅବିବେକ ଭାବେ

  127. Couplet 127

    ବହଇ ହିଂସା ଅଭିମାନଦଣ୍ଡ ପୌରୁଷ ସାବଧାନ

  128. Couplet 128

    ମୁହିଁ ମୋହର ବୋଲି ଜାଣେଯାବତ ବଶ ତିନିଗୁଣେ

  129. Couplet 129

    ଶରୀର ସ୍ୱଭାବ ଏମନ୍ତେସଂସାର ମଧ୍ୟେ ଛନ୍ତି ଯେତେ

  130. Couplet 130

    ଆତ୍ମାଭିମାନେ ଦେହ ବହିଲୁବୁଧେ ପ୍ରାଣୀ ବଧ ହୋଇ

  131. Couplet 131

    ସେ ପୁଣି କୈବଲ୍ୟ ଆସ୍ଥାନେନ ଘଟେ ଆତ୍ମା-ଅନୁମାନେ

  132. Couplet 132

    ହରି ବିଷୟେ କର୍ମ ଯେତେକୈବଲ୍ୟ ଭୁଞ୍ଜେ ପ୍ରାଣୀ ଅନ୍ତେ

  133. Couplet 133

    କେ ଭଜେ ରିପୁ-ଅନୁବନ୍ଧେକେ ଅବା ମିତ୍ରଭାବେ ସଧେ

  134. Couplet 134

    କେ ଅବା ଭଜେ ତାକୁ ଡରେକେ ଅବା ପ୍ରିୟଭାବ କରେ

  135. Couplet 135

    କେ କାମଭାବେ ଅନୁସରେକେ ଅବା ସ୍ନେହେ ଚିନ୍ତା କରେ

  136. Couplet 136

    ଏ ସର୍ବଜନେ ଅନ୍ତଃକାଳେପଶନ୍ତି ଚରଣକମଳେ

  137. Couplet 137

    ନିତ୍ୟେ ବଇରୀ ଭାବେ ଚିନ୍ତିହରିଙ୍କି ଯେମନ୍ତେ ଲଭନ୍ତି

  138. Couplet 138

    ନିଶ୍ଚଳଚିତ୍ତେ ନିତ୍ୟେ ଧ୍ୟାୟୀଯୋଗୀଏ ଲଭିବେ ତା’ କାହିଁ

  139. Couplet 139

    ଏ ଭାବ ନିଶ୍ଚେ ମୋର ମନେଏବେ ହୋ ଶୁଣ ସାବଧାନେ

  140. Couplet 140

    ଭ୍ରମର ଯେତେ କୀଟ ମାରେନେଇ ସ୍ଥାପଇ ନିଜ ଘରେ

  141. Couplet 141

    ସେ କୀଟ ପ୍ରାଣଯିବା କାଳେସଭୟେ ଦେଖିଥାଇ ଡୋଳେ

  142. Couplet 142

    ସ୍ୱଭାବେ ଭୟଯୋଗେ ମରେତାର ସ୍ୱରୂପ ଅନ୍ତେ ଧରେ

  143. Couplet 143

    ଏମନ୍ତେ କୃଷ୍ଣର ବିଷୟେସେ ମାୟା ମନୁଷ୍ୟର ଦେହେ

  144. Couplet 144

    ବଇରୀ ପଣେ ତାକୁ ଚିନ୍ତିନିର୍ମଳ-ହୃଦୟେ ପଶନ୍ତି

  145. Couplet 145

    ଏ ଘେନି କାମ-କ୍ରୋଧ-ଭୟେଯେବା ଭଜନ୍ତି ମିତ୍ରସ୍ନେହେ

  146. Couplet 146

    କୃଷ୍ଣବିଷୟେ ଚିତ୍ତ ଦେଇଅନେକ ଗଲେ ମୋକ୍ଷ ହୋଇ

  147. Couplet 147

    ଗୋପନଗରେ ଗୋପୀ ଯେତେକୃଷ୍ଣ ଭଜିଲେ କାମଚିତ୍ତେ

  148. Couplet 148

    ବ୍ରାହ୍ମଣପତ୍ନୀ ଦେବନାରୀମଥୁରାପୁର-ମନୋହାରୀ

  149. Couplet 149

    ରାଜକୁମାରୀ-ଆଦି ଯେତେତରିଲେ ଭାବି କାମଚିତ୍ତେ

  150. Couplet 150

    କଂସାଦି ଦୈତ୍ୟେ ଭୟକଲେଅନ୍ତେ ସେ ଗୋବିନ୍ଦେ ପଶିଲେ

  151. Couplet 151

    କ୍ଷତ୍ରିୟ-ଶିଶୁପାଳ ଆଦିତରିଲେ ହୋଇଣ ବିବାଦୀ

  152. Couplet 152

    ଯାଦବ-ବୃଷ୍ଣିବଂଶ ଯେତେତୁ ଭଜୁ ଭ୍ରାତୃ ସ୍ନେହମତେ

  153. Couplet 153

    ମୁହିଁ ତା’ ଚରଣକମଳେଭକତି କରଇ ନିଶ୍ଚଳେ

  154. Couplet 154

    ପୂର୍ବେ ଯେ ବେଣ ସତ୍ୟଯୁଗେନିତ୍ୟେ ଭଜିଲେ ଶତ୍ରୁଭାବେ

  155. Couplet 155

    ବ୍ରାହ୍ମଣ-ଶାପୁଁ ନାଶ ଗଲାଅନ୍ତେ ସେ ନରକେ ପଡ଼ିଲା

  156. Couplet 156

    ଏଣୁ ହରିଙ୍କି ନାନାମତେଯେ ଭଜିପାରେ ଦୃଢ଼ଚିତ୍ତେ

  157. Couplet 157

    ନିର୍ଭୟେ ଗୋବିନ୍ଦେ ପଶନ୍ତିଜନ୍ମ-ମରଣୁଁ ନିସ୍ତରନ୍ତି

  158. Couplet 158

    ଯେ ଦମଘୋଷର କାମିନୀତୋହର ମାତାର ଭଗିନୀ

  159. Couplet 159

    ତାର ଉଦରୁ ବେନିବାଳଯେ ଦନ୍ତବକ୍ର ଶିଶୁପାଳ

  160. Couplet 160

    ପୂର୍ବେ ଏ ହରିଦ୍ୱାରେ ଥିଲେବ୍ରାହ୍ମଣେ ଅପରାଧ କଲେ

  161. Couplet 161

    ଏ ବେନିଭାଇ ସହୋଦରକୃଷ୍ଣସେବକ ମଧ୍ୟେ ବର

  162. Couplet 162

    ମହାନ୍ତ-ଅପରାଧ ଫଳେଜନ୍ମିଲେ ଅସୁରର କୁଳେ

  163. Couplet 163

    ଏ ଜନ୍ମେ ମନୁଷ୍ୟ ଶରୀରେଏବେ ମିଳିଲେ ହରିଦ୍ୱାରେ

  164. Couplet 164

    ନାରଦ ମୁଖୁଁ ଏ ଚରିତଶୁଣି ବୋଲନ୍ତି ଧର୍ମସୁତ

  165. Couplet 165

    ଯେ ହରିନାମ ଉଚ୍ଚାରନ୍ତିସେ ସର୍ବସଂକଟୁ ତରନ୍ତି

  166. Couplet 166

    ଯେ ହରି-ଦ୍ୱାରପାଳ ପଣେପାଣେ ଖଟନ୍ତି ଅନୁକ୍ଷଣେ

  167. Couplet 167

    ତାହାଙ୍କୁ କେବା ଶାପ ଦେଲାମୋତେ ତ ସନ୍ଦେହ ଲାଗିଲା

  168. Couplet 168

    ଯେ ବଇକୁଣ୍ଠପୁରେ ଥାନ୍ତିସେ ତ ସଂସାରେ ନ ପଡ଼ନ୍ତି

  169. Couplet 169

    ଦେହ ସମ୍ଭବ ଯହିଁ ନାହିଁସେ କିମ୍ପା ବହେ ନରଦେହୀ

  170. Couplet 170

    କିକେ ହୋଇଲେ ଦୁରାଚାରଏଣୁ ସଂଶୟ ଚିତ୍ତେ ମୋର

  171. Couplet 171

    ଭୋ ମୁନି ନମୁଁ ତୋ ଚରଣକହ ଏ କେବଣ କାରଣ

  172. Couplet 172

    ଏମନ୍ତ ଯୁଧିଷ୍ଠି ବଚନଶୁଣିଣ ବ୍ରହ୍ମାଙ୍କ ନନ୍ଦନ

  173. Couplet 173

    ଶୁଣ ରାଜନ ସାବଧାନେଯେ କଥା ବିଷ୍ଣୁର ଭୁବନେ

  174. Couplet 174

    ବ୍ରହ୍ମାଙ୍କ ପୁତ୍ରେ ବେଦବାଦୀସନକ ସନାତନ ଆଦି

  175. Couplet 175

    ସେ ଚାରିଭାଇ ଏକଦିନେଭ୍ରମନ୍ତି ଏ ତିନିଭୁବନେ

  176. Couplet 176

    ପୁଣି ସେ ଅନ୍ତରୀକ୍ଷେ ଗଲେବିଷ୍ଣୁର ଭୁବନେ ମିଳିଲେ

  177. Couplet 177

    ପ୍ରବେଶ ହେଲେ ଦ୍ୱାରଦେଶେବିଷ୍ଣୁର ଦର୍ଶନ ଲାଳସେ

  178. Couplet 178

    ପଞ୍ଚ ଷଟ ବରଷ ପ୍ରାୟେସର୍ବେ ଦିଶନ୍ତି ଏକଦେହେ

  179. Couplet 179

    ବାଳସ୍ୱଭାବେ ଦିଗମ୍ବରସ୍ୱଭାବେ ବ୍ରହ୍ମାଙ୍କ କୁମର

  180. Couplet 180

    ମରୀଚି ଆଦି ମୁନିଗଣେସେବନ୍ତି ତାହାଙ୍କ ଚରଣେ

  181. Couplet 181

    ତାଙ୍କୁ ବାଳକ ପ୍ରାୟେ ଚାହିଁଜୟ ବିଜୟ ବେନିଭାଇ

  182. Couplet 182

    ଉଲଗ୍ନ ଦେଖି ଦ୍ୱାରପାଳେଦ୍ୱାର ନିରୋଧ କଲେ ବଳେ

  183. Couplet 183

    ତାହାଙ୍କ ମନ ହରିପାଦେପଶି ନପାରିଲେ ପ୍ରମାଦେ

  184. Couplet 184

    ଦ୍ୱାରପାଳଙ୍କ ମୁଖ ଚାହିଁକୋପେ ବୋଇଲେ ଚାରିଭାଇ

  185. Couplet 185

    ତୁମ୍ଭେ ଯେ ଦୁଷ୍ଟ ବେନିଭାଇଏ ପୁରେ ଥିବା ନ ଯୋଗାଇ

  186. Couplet 186

    ଏ ପୁର ବଇକୁଣ୍ଠ ଧାମଏଥେ ନପଶେ ରଜ ତମ

  187. Couplet 187

    ଏଥେ ନ ଥାଅ ଭାଇ ବେନିମର୍ତ୍ତ୍ୟେ ଜନ୍ମିବ ଦେହ ଘେନି

  188. Couplet 188

    ଅତି ପାପିଷ୍ଠ ତୁମ୍ଭ ଦେହଅସୁରକୁଳେ ଜନ୍ମହୁଅ

  189. Couplet 189

    ତକ୍ଷଣେ ବିପ୍ରଶାପ ପାଇଦ୍ୱାରୁ ଖସିଲେ ବେନି ଭାଇ

  190. Couplet 190

    ଊର୍ଦ୍ଧ୍ୱ-ଚରଣ ଅଧୋମୁଖତକ୍ଷଣେ ଦେଖି ତାଙ୍କ ଦୁଃଖ

  191. Couplet 191

    ଦୟା ବସିଲା ତାଙ୍କ ଦେହିସ୍ନେହେ ବୋଇଲେ ଚାରିଭାଇ

  192. Couplet 192

    ଅସୁର ହୋଇ ବେନିଜନ୍ମନିତ୍ୟେ କରିବ ଦୁଷ୍ଟକର୍ମ

  193. Couplet 193

    ତୃତୀୟ ଜନ୍ମେ ନର ହୋଇଶାପୁ ତରିବ ବେନିଭାଇ

  194. Couplet 194

    ବିଷ୍ଣୁଙ୍କୁ ଚିନ୍ତି ଅପରାଧପୁଣି ଲଭିବ ବିଷ୍ଣୁପାଦ

  195. Couplet 195

    ପ୍ରଥମେ କଶ୍ୟପଙ୍କ ଘରେଜନ୍ମିବ ଦିତିର ଉଦରେ

  196. Couplet 196

    ଜନ୍ମିଲେ ହିରଣ୍ୟକଶିପୁହିରଣ୍ୟାକ୍ଷ ଯେ ମହାବପୁ

  197. Couplet 197

    ଦେବ-ଦାନବ ତାଙ୍କ ପାଦେଖଟନ୍ତି ନିତ୍ୟେ ଅପ୍ରମାଦେ

  198. Couplet 198

    ହିରଣ୍ୟାକ୍ଷର ଗର୍ବ ଭରେମହୀ କମ୍ପଇ ଥରହରେ

  199. Couplet 199

    ସେ କଷ୍ଟ ହରି ନ ସହିଲେଶୂକର ରୂପକୁ ଧଇଲେ

  200. Couplet 200

    ଧରଣୀ ଉଦ୍ଧାରଣ ପାଇଁବରୁଣପୁରେ ହେଲେ ଯାଇ

  201. Couplet 201

    ସେ ଦୁଷ୍ଟ ହିରଣ୍ୟାକ୍ଷ ବୀରଅସୀମ ବଳ ଅଟେ ଯାର

  202. Couplet 202

    ବରାହ ରୂପ ଦେଖି କୋପେମିଳିଲା ଗୋବିନ୍ଦ ସମୀପେ

  203. Couplet 203

    ଅନେକ ଗଦାଯୁଦ୍ଧ କଲାଶବଦେ ବ୍ରହ୍ମାଣ୍ଡ କମ୍ପିଲା

  204. Couplet 204

    ବିଷ୍ଣୁର ଗଦାଘାତ ବଳେପ୍ରାଣ ଛାଡ଼ିଲା ରସାତଳେ

  205. Couplet 205

    ବିଷ୍ଣୁ ନୃସିଂହ ରୂପ ଧରିହିରଣ୍ୟକଶିପୁ ବିଦାରି

  206. Couplet 206

    ହିରଣ୍ୟକଶିପୁର ସୁତପ୍ରହ୍ଲାଦ ଗୋବିନ୍ଦ ଭକତ

  207. Couplet 207

    ତାକୁ ଅନେକ ଦୁଃଖ ଦେଇକୃଷ୍ଣ ଭଜନ ନସହଇ

  208. Couplet 208

    ସେ ପୁଣି ବିଷ୍ଣୁଭକ୍ତି ବଳେଅଜେୟ ଏ ମହୀମଣ୍ଡଳେ

  209. Couplet 209

    ତାକୁ ଅନେକ ଦୁଃଖ ଦେଲାକେବେହେଁ ମାରି ନ ପାରିଲା

  210. Couplet 210

    ଲୀଳାଏ ହରି ତାକୁ ମାରିପୁଣି ଜନ୍ମିଲେ ଦେହ ଧରି

  211. Couplet 211

    ପୁଣି ରାକ୍ଷସୀକୋଳେ ଯାଇବିଶ୍ରବା ଗୃହେ ବେନି ଭାଇ

  212. Couplet 212

    କେଶିନୀଗର୍ଭେ ହୋଇ ଜନ୍ମଅନେକ କଲେ ମନ୍ଦ କର୍ମ

  213. Couplet 213

    ରାବଣ କୁମ୍ଭକର୍ଣ୍ଣ ରୂପେତ୍ରୈଲୋକ୍ୟ ବଶ କଲେ ଦର୍ପେ

  214. Couplet 214

    ତାହାଙ୍କୁ ରାମରୂପେ ମାରିରାକ୍ଷସ ଜନ୍ମରୁ ଉଦ୍ଧରି

  215. Couplet 215

    ସେ ରାମଚରିତ ତୁ ସୁଖେଶୁଣିବୁ ମାରକଣ୍ଡ ମୁଖେ

  216. Couplet 216

    ପୁଣି ସେ ମହୀତଳେ ଜାତତୋ ମାତା ଭଗିନୀର ସୁତ

  217. Couplet 217

    ଏବେ ତୋ ଯଜ୍ଞସଭା ମଧ୍ୟେକୃଷ୍ଣଙ୍କୁ ନିନ୍ଦି ଅପରାଧେ

  218. Couplet 218

    ଗୋବିନ୍ଦ ଚକ୍ରେ ଛେଦହୋଇମୋକ୍ଷ ଲଭିଲେ ବେନିଭାଇ

  219. Couplet 219

    ବୈରାନୁବନ୍ଧେ କରି ଧ୍ୟାନତେଣେ ପାଇଲେ ଦିବ୍ୟଜ୍ଞାନ

  220. Couplet 220

    ତୃତୀୟ ଜନ୍ମେ ମୋକ୍ଷ ହୋଇଜୟ ବିଜୟ ବେନିଭାଇ

  221. Couplet 221

    ପୁଣି ମିଳିଲେ ନିଜପୁରେବିଷ୍ଣୁର ବୈକୁଣ୍ଠ ଦୁଆରେ

  222. Couplet 222

    ଏମନ୍ତେ ଶୁଣି ଧର୍ମସୁତମୁନି ଚରଣେ ଦେଇ ହସ୍ତ

  223. Couplet 223

    ଭାବେ ପୁଲକ ତାର ଦେହିବୋଲେ ନାରଦ ମୁଖ ଚାହିଁ

  224. Couplet 224

    ହିରଣ୍ୟକଶିପୁର ସୁତସେ ଯେବେ ଗୋବିନ୍ଦ ଭକତ

  225. Couplet 225

    ତାହାକୁ ପୁତ୍ରସ୍ନେହ ଛାଡ଼ିନିଷ୍ଠୁରପଥେ କିମ୍ପା ବଢ଼ି

  226. Couplet 226

    ହିରଣ୍ୟକଶିପୁ କିମ୍ପାଇପୁତ୍ରକୁ ଦ୍ରୋହ ଆଚରଇ

  227. Couplet 227

    ଅସୁରେ ଜାତ ପ୍ରହଲ୍ଲାଦକିମ୍ପା ଭଜିଲା କୃଷ୍ଣପାଦ

  228. Couplet 228

    ବୋଇଲ ଦାସ ଜଗନ୍ନାଥନାରଦ ଆଗେ କୁନ୍ତୀସୁତ

  229. Couplet 229

    ଯେ ପ୍ରଶ୍ନ ସଭାମଧ୍ୟେ କଲାଶ୍ରୀଭାଗବତ କୃଷ୍ଣଲୀଳା

  230. Couplet 230

    ସପ୍ତମ ସ୍କନ୍ଧେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ

  231. Couplet 231

    ଶ୍ରୀଶୁକ କହେ ତୋଷଚିତ୍ତେପରୀକ୍ଷ ରାଜାର ଅଗ୍ରତେ

  232. Couplet 232

    ଶୁଣି ରାଜନ କୃତକୃତ୍ୟବିଷ୍ଣୁଚରଣେ ଦେଲା ଚିତ୍ତ

  233. Couplet 233

    ଯେ ଭାବେ ପାର ଦୃଢେ଼ ଧରପାରି କରିବେ ଚକ୍ରଧର