Skip to content
paribhaasha

Skandha 6

Adhyaya 19

  1. Couplet 1

    ଭୋ ମୁନି ଶୁଣ ସାବଧାନଯେ ବ୍ରତ ନାମ ପୁଂସବନ

  2. Couplet 2

    ତୁମ୍ଭେ ଯେ କହିଲ ବିଧାନପୁଣି ଶ୍ରବଣେ ମୋର ମନ

  3. Couplet 3

    ଯେ ବ୍ରତ ପ୍ରସାଦରୁ କରିପ୍ରସନ୍ନ ହୁଅନ୍ତି ମୁରାରି

  4. Couplet 4

    ପ୍ରଥମେ ମାର୍ଗଶିର ମାସଶୁକ୍ଳ ପ୍ରତିପଦ ଦିବସ

  5. Couplet 5

    ଭର୍ତ୍ତାର ଆଜ୍ଞା ପରମାଣେବ୍ରତ କରିବେ ସ୍ତିରୀଗଣେ

  6. Couplet 6

    ଏ ବ୍ରତେ ହୋଇ ସର୍ବସିଦ୍ଧିଆଦରେ କଲେ ଯଥାବିଧି

  7. Couplet 7

    ବ୍ରାହ୍ମଣେ କରିଣ ବରଣଶୁଣିବ ମରୁତଙ୍କ ଜନ୍ମ

  8. Couplet 8

    ଶୁଚି ହୋଇବ କରି ସ୍ନାନଶୁକ୍ଳବସନ ପରିଧାନ

  9. Couplet 9

    ପୂର୍ବରୁ ଭୋଜନ ନ କରିଚଞ୍ଚଳମନ ସ୍ଥିରେ ଧରି

  10. Couplet 10

    ଲକ୍ଷ୍ମୀ ସହିତେ ଭଗବାନପୂଜିବ ହୋଇ ତୋଷମନ

  11. Couplet 11

    ପଦ୍ମଚରଣ ଚିନ୍ତି ଧ୍ୟାନେସ୍ତୁତି କରିବ ଏ ବିଧାନେ

  12. Couplet 12

    ହେ ନିରପେକ୍ଷ ପୂର୍ଣ୍ଣକାମନମସ୍ତେ ପ୍ରଭୁ ଆତ୍ମାରାମ

  13. Couplet 13

    ନମୋ ମହାବିଭୁ ଈଶ୍ୱରସକଳ ସିଦ୍ଧିର ଠାକୁର

  14. Couplet 14

    ଅନନ୍ତଗୁଣେ ଯୁକ୍ତ ତୁହିନମସ୍ତେ ପ୍ରଭୁ ଭାବଗ୍ରାହୀ

  15. Couplet 15

    ଭୋ ଦେବି ଗୋବିନ୍ଦ ଘରଣିଅଶେଷଗୁଣେ ସୁଲକ୍ଷଣୀ

  16. Couplet 16

    ଲୋକମାତ ସୃଷ୍ଟିକାରଣମୋହରେ ହୁଅ ତୁ ପ୍ରସନ୍ନ

  17. Couplet 17

    ନମଇଁ ତୋହର ଚରଣଜଗତ ଯାହାର ଭିଆଣ

  18. Couplet 18

    ନମଇଁ ପ୍ରଭୁ ଭଗବତମହାପୁରୁଷ ଆଦିଭୂତ

  19. Couplet 19

    ମହାବିଭୂତି-ପତି ତୁହିମହାବିଭୂତି-ଯୁକ୍ତ ହୋଇ

  20. Couplet 20

    ଅଖିଳ-ବ୍ରହ୍ମାଣ୍ତ-ଈଶ୍ୱରଗ୍ରହଣ କର ଉପହାର

  21. Couplet 21

    ଏମନ୍ତ କରି ଆରାଧନପୂଜିବ ଲକ୍ଷ୍ମୀ-ନାରାୟଣ

  22. Couplet 22

    ପାଦ୍ୟ ଅର୍ଘ୍ୟ ଯେ ଆବାହନବିଧିରେ କରାଇ ସ୍ନାହାନ

  23. Couplet 23

    ଦିବ୍ୟବସନ ସମର୍ପିବଶୁକ୍ଳଉତ୍ତରୀ ନିବେଦିବ

  24. Couplet 24

    ନାନାଭୂଷଣ ଗନ୍ଧଧୂପପ୍ରସନ ଉପହାର ଦୀପ

  25. Couplet 25

    ଆବର ଯେତେ ଉପହାରସ୍ଥାପିବ ବିଷ୍ଣୁର ଛାମୁର

  26. Couplet 26

    ବିଷ୍ଣୁରେ ଦେଇ ଯେତେ ଦ୍ରବ୍ୟଆନନ୍ଦେ ତାହା ସମର୍ପିବ

  27. Couplet 27

    କୃଷ୍ଣର ଯେତେ ଭାବରସଆନନ୍ଦେ କରିବ ପ୍ରକାଶ

  28. Couplet 28

    ହବି ଆହୂତି ଯେ ଦ୍ୱାଦଶଅନଳେ ଦେବ ଅବଶେଷ

  29. Couplet 29

    ନମୋ ଭଗବାନ ଈଶ୍ୱରମହାପୁରୁଷ ଦେବବର

  30. Couplet 30

    ମହାବିଭୂତିପତି ତୁହିସ୍ୱାହା ବୋଲି ଅର୍ପିବ ତହିଁ

  31. Couplet 31

    ଲକ୍ଷ୍ମୀ ଅଚ୍ୟୁତ ବେନିଜନବରଦାୟକ ନରାୟଣ

  32. Couplet 32

    ଭକ୍ତିରେ ନିତ୍ୟେ ଯେ ପୂଜିବସର୍ବସମ୍ପଦ ସେ ଲଭିବ

  33. Couplet 33

    ଭାବରେ ହୋଇ ଭକ୍ତିଯୁକ୍ତସାଷ୍ଟାଙ୍ଗେ କରି ଦଣ୍ଡବତ

  34. Couplet 34

    ମନ୍ତ୍ର ଜପିବ ଦଶବାରଏ ସ୍ତୋତ୍ର କରିବ ଉଚ୍ଚାର

  35. Couplet 35

    ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱରସକଳ-ବ୍ରହ୍ମାଣ୍ତ-ଠାକୁର

  36. Couplet 36

    ସଂସାର-ପରମକାରଣତୁମ୍ଭେ ଯେ ପ୍ରଭୁ ନାରାୟଣ

  37. Couplet 37

    ଏ ଯେ ସୂକ୍ଷ୍ମମାୟା-ପ୍ରକୃତିଦୁରନ୍ତ ଅଟଇ ଶକତି

  38. Couplet 38

    ଏହାର ତୁମ୍ଭେ ଅଧୀଶ୍ୱରସାକ୍ଷାତ ପୁରୁଷଙ୍କ ପର

  39. Couplet 39

    ତୁମ୍ଭେ ସକଳ-ଯଜ୍ଞମୟପତ୍ନୀରୂପରେ ଲକ୍ଷ୍ମୀ ହୁଅ

  40. Couplet 40

    ଅଶେଷ-କ୍ରିୟାର ଈଶ୍ୱରୀଫଳଭୋକତା ନରହରି

  41. Couplet 41

    ଗୁଣାଦି ଗୁଣର କାରଣତତ୍ତ୍ୱଭାବନ ଭଗବାନ

  42. Couplet 42

    ସର୍ବଶରୀରେ ଆତ୍ମା ତୁହିଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ

  43. Couplet 43

    ନାମ ରୂପ ଏ ଭଗବତୀଆଶ୍ରୟରୂପେ ତୁମ୍ଭ ସ୍ଥିତି

  44. Couplet 44

    ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ତରବର-ଦିଅନ୍ତା ହେ ଈଶ୍ୱର

  45. Couplet 45

    ତେମନ୍ତ ହୋଇ ଚକ୍ରଧରସର୍ବମଙ୍ଗଳ ହେଉ ମୋର

  46. Couplet 46

    ଲକ୍ଷ୍ମୀନିବାସ ଯେ ପୁରୁଷଏହି ସ୍ତୁତିରେ କରି ତୋଷ

  47. Couplet 47

    ପୂଜିବ ଲକ୍ଷ୍ମୀନାରାୟଣଯେ ପ୍ରଭୁ ବ୍ରହ୍ମାଣ୍ତ-କାରଣ

  48. Couplet 48

    ପୂଜା-ଉପଚାର ଲେଛିବସନ୍ତୋଷେ ଆଚମନ ଦେବ

  49. Couplet 49

    ଏଥିଉତ୍ତାରୁ ପୁନର୍ବାରଅର୍ଚ୍ଚନା କରିବ ଈଶ୍ୱର

  50. Couplet 50

    ଯଜ୍ଞ-ଉଚ୍ଛିଷ୍ଟ ଯେବାଥିବମନ ସନ୍ତୋଷେ ତା ଭକ୍ଷିବ

  51. Couplet 51

    ଚିତ୍ତରେ ହୋଇ ଭାବଭକ୍ତିପୁଣି କରିବ ନାନା ସ୍ତୁତି

  52. Couplet 52

    ସ୍ୱାମୀଙ୍କି ଭକ୍ତିରେ ପୂଜିବଈଶ୍ୱରଭାବରେ ଚିନ୍ତିବ

  53. Couplet 53

    ନାନାପ୍ରୀତିରେ ବାକ୍ୟ ଭରିସ୍ୱାମୀ ତୋଷିବ ନିଜନାରୀ

  54. Couplet 54

    ପତ୍ନୀ ସହିତ ହୋଇ କରିସର୍ବକର୍ମ ସ୍ୱାମୀ ଆଚରି

  55. Couplet 55

    ଏ ବ୍ରତ ପତିପତ୍ନୀ ଧରିବଅଭାବେ ଏକା ବା କରଇ

  56. Couplet 56

    ଏ ବିଷ୍ଣୁବ୍ରତକୁ ଧରିବକେବେହେଁ ଭଗ୍ନ ନ କରିବ

  57. Couplet 57

    ଗନ୍ଧମାଲ୍ୟ ମଣିଭୂଷଣେବ୍ରତେ ତୋଷିବ ବିପ୍ରଗଣେ

  58. Couplet 58

    ଭକ୍ତିରେ ଯୁକ୍ତ କରି ମନନିୟମେ ଥିବ ପ୍ରତିଦିନ

  59. Couplet 59

    ସାଷ୍ଟାଙ୍ଗେ ଈଶ୍ୱର ନମିବସ୍ୱସ୍ଥାନେ ନେଇ ବସାଇବ

  60. Couplet 60

    ଭକ୍ତିଭାବରେ ବେନିଜନନିର୍ମାଲ୍ୟ କରିବ ଭୋଜନ

  61. Couplet 61

    ସର୍ବକାମନା ପୂର୍ଣ୍ଣ ପାଇଁକରିବ ଭକ୍ତିଯୁକ୍ତ ହୋଇ

  62. Couplet 62

    ଏ ପୂଜାବିଧି ବାରମାସକରିବ ଏକଇ ବରଷ

  63. Couplet 63

    ଏ ମଧ୍ୟେ ମଳମାସ ଯେବେଛାଡିବ-ଏକମାସ ତେବେ

  64. Couplet 64

    କାର୍ତ୍ତିକପୂର୍ଣ୍ଣିମା ଦିବସେରହିବ ପୁଣି ଉପବାସେ

  65. Couplet 65

    ତାହାର ଯେଉଁ ପରଦିନପ୍ରଭାତେ କରି ଆଚମନ

  66. Couplet 66

    ପୂର୍ବର ପ୍ରାୟେ କରି ପୁଣିବିଷ୍ଣୁ ଅର୍ଚ୍ଚିବ ତହୁଁ ଆଣି

  67. Couplet 67

    ଚରୁ ଘୃତ ସମିଧ କ୍ଷୀରେହୋମ କରିବ ଏ ବିଧିରେ

  68. Couplet 68

    ଯଜ୍ଞବିଧାନେ ପାକ ଶେଷଆହୁତି ଦେବ ଯେ ଦ୍ୱାଦଶ

  69. Couplet 69

    ଆଶିଷ ଘେନିବ ମସ୍ତକେବ୍ରାହ୍ମଣମାନଙ୍କର ବାକ୍ୟେ

  70. Couplet 70

    ସାଷ୍ଟାଙ୍ଗେ କରି ନମସ୍କାରଆଜ୍ଞା ଘେନିବ ବିପ୍ରଙ୍କର

  71. Couplet 71

    ଆଚାର୍ଯ୍ୟ କରିଣ ଅଗ୍ରତେଶୁଚି ହୋଇ ବନ୍ଧୁ ସହିତେ

  72. Couplet 72

    ପତ୍ନୀକି ଚରୁ ଦେବ ନେଇସୁପୁତ୍ର ସୌଭାଗ୍ୟର ପାଇଁ

  73. Couplet 73

    ଏ ବିଷ୍ଣୁବ୍ରତ ଯେ କରଇବାଞ୍ଛିତଫଳ ସେ ଲଭଇ

  74. Couplet 74

    ଯେ ସ୍ତିରୀ ଏ ବ୍ରତ ଆଚରିସୌଭାଗ୍ୟ ଲଭେ ସେ ସୁନ୍ଦରୀ

  75. Couplet 75

    ଉତ୍ତମପୁତ୍ର ସ୍ୱାମୀ ଯଶଏ ସର୍ବ ଲଭଇ ଅକ୍ଳେଶ

  76. Couplet 76

    ଏ ବ୍ରତେ କନ୍ୟା ଲଭେ ବରଉତ୍ତମଲକ୍ଷଣ ଯାହାର

  77. Couplet 77

    ବିଧବା ଅପୁତ୍ରିକ ନୋହିସେ ନାରୀ ନିଷ୍ପାପ ହୁଅଇ

  78. Couplet 78

    ଦୁର୍ଭଗା ସୌଭାଗ୍ୟ ଲଭଇବିରୂପ ସୁରୂପ ହୁଅଇ

  79. Couplet 79

    ମୃତବ›ତ୍ସିକା ଯେବା ନାରୀଚିରଞ୍ଜିବୀ ପୁତ୍ର ତାହାରି

  80. Couplet 80

    ସର୍ବରୋଗରୁ ମୁକ୍ତ ହୋଇନିର୍ମଳ ହୋଏ ତାର ଦେହୀ

  81. Couplet 81

    ସୌଭାଗ୍ୟବତୀ ଧନେଶ୍ୱରୀଅନ୍ତେ ଲଭନ୍ତି ବିଷ୍ଣୁପୁରୀ

  82. Couplet 82

    ସକଳ କର୍ମର ଅନ୍ତରେଯେ ଏହା ପଢ଼େ ନିରନ୍ତରେ

  83. Couplet 83

    ପିତୃଦେବତା ତୋଷ ହୋଇବାଞ୍ଛିତଫଳ ତାରେ ଦେଇ

  84. Couplet 84

    ହୋମର ଅବସାନେ ତାରସନ୍ତୋଷ ଅଗ୍ନି ଚକ୍ରଧର

  85. Couplet 85

    ମରୁତଜନ୍ମ ହେ ରାଜନତୁମ୍ଭେ ଯେ ମୋତେ କଲ ପ୍ରଶ୍ନ

  86. Couplet 86

    ଦିତିର ବ୍ରତ ଆଦି କରିତୋ ଆଗେ କହିଲୁ ବିସ୍ତାରି

  87. Couplet 87

    ଏଣେ ଯେ ହୋନ୍ତି ସାବଧାନଲଭନ୍ତି ଧର୍ମ ଅର୍ଥ କାମ

  88. Couplet 88

    ଅନ୍ତେ ପଶନ୍ତି ହରିଦେହେଶ୍ରୀମୁଖେ କହେ ଦେବରାୟେ

  89. Couplet 89

    ଏଣୁ ଯେ ସୁବୋଧ ପଣ୍ଡିତନିତ୍ୟେ ଶୁଣିବ ଏ ଚରିତ

  90. Couplet 90

    ତାହାର ପାପବନ୍ଧ ନାହିଁଅବଶ୍ୟ ବୈକୁଣ୍ଠ ଲଭଇ

  91. Couplet 91

    ବୋଲଇ ଦାସ ଜଗନ୍ନାଥପବନ ଜନ୍ମର ଚରିତ