Skip to content
paribhaasha

Skandha 6

Adhyaya 18

  1. Couplet 1

    ଶୁକ କହନ୍ତି ହରଷିତସାନନ୍ଦେ ଶୁଣ ପରୀକ୍ଷିତ

  2. Couplet 2

    ସବିତା ପତ୍ନୀ ପୃଶ୍ନୀ ହୋଇବ୍ୟାହୃତି ସାବିତ୍ରୀ ଯେ ତ୍ରୟୀ

  3. Couplet 3

    ଏ ତିନି କନ୍ୟାଟି ତାହାରପୁତ୍ରର ନାମ ଶୁଣ ତାର

  4. Couplet 4

    ଅଗ୍ନିହୋତ୍ର ଯେ ପଶୁ ସୋମଚାତୁର୍ମାସ୍ୟ ଯେ ମହାଯଜ୍ଞ

  5. Couplet 5

    ଏ ରୂପେ ପୁତ୍ରଙ୍କର ନାମଭଗର ବଂଶ ଏବେ ଶୁଣ

  6. Couplet 6

    ଭଗର ପତ୍ନୀ ସିଦ୍ଧିନାମତା ପୁତ୍ର ବିଭୁ ମହିମାନ

  7. Couplet 7

    ପ୍ରଭୁ ଆଶିଷ ଚାରିନାମକନ୍ୟାଏ ବରାରୋହା ଜନ୍ମ

  8. Couplet 8

    ଆଶିଷ ବରାରୋହା ତାରକନ୍ୟା ହୋଇଲା ସେ ସିଦ୍ଧିର

  9. Couplet 9

    ଧାତାର ତହୁଁ ଚାରିସୁତକୁହୂ ଭାର୍ଯ୍ୟାରୁ ସାୟଂ ଜାତ

  10. Couplet 10

    ସନୀବାଲୀର ପୁତ୍ର ଦର୍ଶଅନୁମତିର ପୂର୍ଣ୍ଣମାସ

  11. Couplet 11

    ରାକାର ତହୁଁ ହେଲା ପ୍ରାତଃଏ ରୂପେ ଧାତାବଂଶ ଖ୍ୟାତ

  12. Couplet 12

    ବିଧାତାର ଯେ କ୍ରିୟାପତ୍ନୀତହୁଁ ହୋଇଲେ ପଞ୍ଚଅଗ୍ନି

  13. Couplet 13

    ବରୁଣ ଭାର୍ଯ୍ୟା ଚରଷଣୀତାହାର ତହୁଁ ଭୃଗୁ ଜନ୍ମି

  14. Couplet 14

    ବାଲ୍ମୀକି ମହାଯୋଗେଶ୍ୱରବଲ୍ମୀକୁଁ ଜାତ ତାହାଙ୍କର

  15. Couplet 15

    ଅଗସ୍ତି ବଶିଷ୍ଠ ବ୍ରାହ୍ମଣକୁମ୍ଭରୁ ତାହାଙ୍କର ଜନ୍ମ

  16. Couplet 16

    ରେବତୀ ମିତ୍ରୁଁ ପୁତ୍ରଜାତପିପ୍‌ଳ ଉ›ର୍ତ୍ସଗ ଅରିଷ୍ଟ

  17. Couplet 17

    ପୌଲମୀ ଇନ୍ଦ୍ର ନିଜ ନାରୀତିନିତନୟ ତାହାଙ୍କରି

  18. Couplet 18

    ଜୟନ୍ତ ଋଷଭକୁମରମୀଢୂଷ ଶୁଣ ନୃପବର

  19. Couplet 19

    ଉରୁକ୍ରମ ମାୟାବାମନତାହାଙ୍କ ପତ୍ନୀ କୀର୍ତ୍ତି ନାମ

  20. Couplet 20

    ତାଠାରୁ ବୃହତ୍‌‌ଶ୍ଲୋକ ନାମତନୟ ହୋଇଲା ଜନମ

  21. Couplet 21

    ସୌଭାଗ ଆଦି ତାହାଙ୍କରକୁମର ହୋଇଲେ ଅପାର

  22. Couplet 22

    କଶ୍ୟପସୁତ ଯେ ବାମନତାହାଙ୍କ ଜନ୍ମକର୍ମ ଗୁଣ

  23. Couplet 23

    ଅଦିତି ଗର୍ଭେ ତାହାଙ୍କରଯେମନ୍ତେ ହେଲା ଅବତାର

  24. Couplet 24

    ପଛେ ତାହାଙ୍କର ଚରିତକହିବା ଶୁଣ ଏକଚିତ୍ତ

  25. Couplet 25

    କଶ୍ୟପ-ବିର୍ଯ୍ୟେ ଦିତିଗର୍ଭେଦାନବବଂଶ ଶୁଣ ଏବେ

  26. Couplet 26

    କଶ୍ୟପବଂଶେ ଯେ ଦଇତ୍ୟବଳି ପ୍ରହ୍ଲାଦ ଭାଗବତ

  27. Couplet 27

    ଅଶେଷ ତାହାଙ୍କ ଚରିତକହିବା ଶୁଣ ଏକଚିତ୍ତ

  28. Couplet 28

    ଦିତିର ବେନି ଯେ ନନ୍ଦନଦୈତ୍ୟ-ଦାନବଙ୍କ ବନ୍ଦନ

  29. Couplet 29

    ହିରଣ୍ୟକଶିପୁ ପ୍ରଥମଦ୍ୱିତୀୟେ ହରିଣ୍ୟାକ୍ଷ ନାମ

  30. Couplet 30

    ହିରଣ୍ୟକଶିପୁ ଯେ ବୀରକୟାଧୁ ନାମେ ପତ୍ନୀ ତାର

  31. Couplet 31

    ଜମ୍ଭର କନ୍ୟା ସେ ଯୁଗତେପ୍ରସବ କଲା ଚାରିସୁତେ

  32. Couplet 32

    ସଂହ୍ଲାଦ ଅନୁହ୍ଲାଦ ବୀରପ୍ରହ୍ଲାଦ ହ୍ଲାଦ ତା କୁମର

  33. Couplet 33

    ଏକ ଭଗିନୀ ତାହାଙ୍କରସିଂହିକା ନାମଟି ଯାହାର

  34. Couplet 34

    ରାହୁ ଯେ ତାହାର କୁମରଜନ୍ମ ବିପ୍ରଚିତ୍ତି-ବୀର୍ଯ୍ୟର

  35. Couplet 35

    ଅମୃତପାନେ ଚକ୍ରଧରବକ୍ରେ ଛେଦିଲେ ତାରଶିର

  36. Couplet 36

    ଅମୃତପାନେ ସେ ନ ମଲାରାହୁ କେତୁ ଦ୍ୱିରୂପ ହେଲା

  37. Couplet 37

    ସଂହ୍ଲାଦ ପତ୍ନୀ କୃତ ନାମସୁତ ତାହାର ପଞ୍ଚଜନ

  38. Couplet 38

    ଧମନୀ ପତ୍ନୀ ଯେ ହ୍ଲାଦରବାତାପି ଇଲ୍ୱଳ କୁମର

  39. Couplet 39

    ଅଗସ୍ତି ପେଟେ ମେଷରୂପେଯେ ଭସ୍ମ ହୋଇଲା ସ୍ୱରୂପେ

  40. Couplet 40

    ଅନୁହ୍ଲାଦର ସୂର୍ମ୍ୟା ପତ୍ନୀବାଷ୍କଳ ମର୍ହିଷ ଏ ବେନି

  41. Couplet 41

    ପ୍ରହ୍ଲାଦ ସୁତ ବିରୋଚନଦେବୀ ତାହାର ପତ୍ନୀନାମ

  42. Couplet 42

    ତାହାର ବଳି ଯେ କୁମରତ୍ରୈଲୋକ୍ୟ ବିଖ୍ୟାତ ସେ ବୀର

  43. Couplet 43

    ଅଶନାଠାରେ ହେଲା ତାରବାଣ ଆଦି ଶତକୁମାର

  44. Couplet 44

    ବାଣର ପ୍ରତାପ ଯେ ତେଜପଛେ କହିବା ମହାରାଜ

  45. Couplet 45

    ବାଣ ଆରଧି ଈଶ୍ୱରଙ୍କୁଲଭିଲା ପଣ ପ୍ରଭୃତ୍ୱକୁ

  46. Couplet 46

    ପୁରପାଳକ ହୋଇ ହରଅଦ୍ୟାପି ଅଛନ୍ତି ଯାହାର

  47. Couplet 47

    ଦିତିର ତନୟ ମରୁତଊନପଚାଶ ରୂପେ ଜାତ

  48. Couplet 48

    ଜନ୍ମ ନିକଟେ ବଜ୍ରେ ହାଣିଦେବତା କଲେ ବଜ୍ରପାଣି

  49. Couplet 49

    କେମନ୍ତେ ଅସୁର-ସ୍ୱଭାବଛାଡ଼ିଲେ ଭୋ ମୁନି କହିବ

  50. Couplet 50

    ଇନ୍ଦ୍ରରେ ସପକ୍ଷ ହୋଇଲେକି ସାଧୁକର୍ମ ସେହି କଲେ

  51. Couplet 51

    ଶ୍ରଦ୍ଧା ଅଧିକ ଏଣୁ ମୋରଶୁଣିବି ବୋଲି ମୁନିବର

  52. Couplet 52

    ମୋହର ଜ୍ଞାନଉଦେ ଯହିଁବିସ୍ତାରି କହିବା ଗୋସାଇଁ

  53. Couplet 53

    ଭକ୍ତିଚିତ୍ତରେ ରାଜାବାଣୀଶୁଣିଣ ସେ ବାଦରାୟଣି

  54. Couplet 54

    ରାଜାକୁ ଧନ୍ୟ ଧନ୍ୟ କରିଚଞ୍ଚଳଚିତ୍ତ ସ୍ଥିର କରି

  55. Couplet 55

    କହନ୍ତି ରାଜାମୁଖ ଚାହିଁଶୁଣ ରାଜନ ମନଦେଇ

  56. Couplet 56

    ହେ ରାଜା ସାବଧାନେ ଶୁଣଯେ ତୋର ପ୍ରଶନ କାରଣ

  57. Couplet 57

    ସେ ଦିତି କଶ୍ୟପଙ୍କ ନାରୀଇନ୍ଦ୍ରର ପକ୍ଷ ମନେ ଧରି

  58. Couplet 58

    ବିଷ୍ଣୁରେ କରି ହତସୁତତେଣୁ ହୋଇଣ ମୋହଗତ

  59. Couplet 59

    କ୍ରୋଧ-ଶୋକରେ ପରଜ୍ୱଳିଚିନ୍ତା କରଇ ମନେ ଭାଳି

  60. Couplet 60

    କନିଷ୍ଠ-ଭାତୃହନ୍ତା ଏହିକେବେ ମରିବ ପାପଦେହୀ

  61. Couplet 61

    କୁଟିଳ ହୃଦୟ ଏ ଜନଏ ମଲେ ସୁଖେ ମୋ ଶୟନ

  62. Couplet 62

    କୃମି ବିଷ୍ଠା ଭସ୍ମ ସମାନେଯେ ଦେହ ହୋଏ ଅବସାନେ

  63. Couplet 63

    ସେ ଦେହ ପାଇଁ ପ୍ରାଣୀ ନାଶକରି ନରକେ ପରବେଶ

  64. Couplet 64

    ଯେ ପ୍ରାଣୀ ଆତ୍ମାକୁ ଜାଣଇଁସେ ପାପେ ପ୍ରବର୍ତ୍ତଇ ନାହିଁ

  65. Couplet 65

    ଏ ଯେ ପାପିଷ୍ଠ ମୂଢ଼ମତିଏହାର ନାହିଁ ଧର୍ମଗତି

  66. Couplet 66

    କେମନ୍ତେ ପୁତ୍ର ହେବ ଜାତଇନ୍ଦ୍ରକୁ କରିବ ନିପାତ

  67. Couplet 67

    ଏହା ମୁଁ କରିବି ବିଧାନେଏମନ୍ତ ବିଚାରିଣ ମନେ

  68. Couplet 68

    ଭର୍ତ୍ତାର ନିକଟେ ମିଳିଲାପ୍ରୀତିଭାବକୁ ଆଚରିଲା

  69. Couplet 69

    ନାନା-ପ୍ରକାରେ ସେବା କରିବିନୟଭାବକୁ ଆଚରି

  70. Couplet 70

    ପରମ-ପ୍ରୀତିଯୁକ୍ତ ହୋଇମନୋଜ୍ଞବଚନ ବୋଲଇ

  71. Couplet 71

    ସସ୍ମିତ-ଅପାଙ୍ଗ-ବୀକ୍ଷଣେସ୍ୱାମୀ ସ୍ୱବଶ କଲା ଗୁଣେ

  72. Couplet 72

    ଏମନ୍ତ କଶ୍ୟପ ଯେ ମୁନିପତ୍ନୀ-ବିନୟଭାବ ଘେନି

  73. Couplet 73

    ତାହାର ବଶ ସେ ହୋଇଲେବାଞ୍ଛିତ ଦେବଇଁ ବୋଇଲେ

  74. Couplet 74

    ସ୍ତିରୀର ବଶ ହୋଇବାରେବିଚିତ୍ର ନୁହଁଇ ସଂସାରେ

  75. Couplet 75

    ଆଦିସୃଷ୍ଟିରେ ପ୍ରଜାପତିପ୍ରାଣୀମାନଙ୍କୁ ସଞ୍ଚିଛନ୍ତି

  76. Couplet 76

    ପୁରୁଷ-ଅର୍ଦ୍ଧଅଙ୍ଗ ନାରୀନର-ସ୍ୱଭାବେ ବଶ ସ୍ତିରୀ

  77. Couplet 77

    ଦିତି ଯେ ହୋଇ ସୁବେଶିତପ୍ରଭୁ-ସେବାରେ ଉପଗତ

  78. Couplet 78

    ଦିତିରେ ହୋଇଣ ସେବିତସେ ଯେ କଶ୍ୟପ ତପୋବନ୍ତ

  79. Couplet 79

    ପରମ ସନ୍ତୋଷ ହୋଇଲେଏମନ୍ତ ବଚନ ବୋଇଲେ

  80. Couplet 80

    ବର ତୁ ମାଗ ଯେ ମନରେପ୍ରସନ୍ନ ହୋଇଲି ତୋହରେ

  81. Couplet 81

    କାନ୍ତ-ପ୍ରସନ୍ନେ ସ୍ତିରୀଙ୍କରଦୁର୍ଲଭ କିବା ଇହପର

  82. Couplet 82

    ସ୍ୱାମୀଦେବତା ନାରୀଙ୍କରଦେବେ କହନ୍ତି ଧର୍ମସାର

  83. Couplet 83

    ସର୍ବଭୂତରେ ଆତ୍ମା ହୋଇଅଛନ୍ତି ପ୍ରଭୁ ଭାବଗ୍ରାହୀ

  84. Couplet 84

    ସେ ପ୍ରଭୁ ନାନା ଦେବମତେରୂପକୁ ଧରିଛି ଜଗତେ

  85. Couplet 85

    ଗୋବିନ୍ଦ ପୂଜନ୍ତି ଯେ ଜନେନାନା ଯଜ୍ଞବେଦ ବିଧାନେ

  86. Couplet 86

    ଯେ ପତିବ୍ରତା ନାରୀମାନେଆତ୍ମାଶ୍ରେୟକୁ ଚିନ୍ତି ମନେ

  87. Couplet 87

    ଅନ୍ୟୋନ୍ୟଭାବେ ଏ ଜଗତେସ୍ୱାମୀ ପୂଜନ୍ତି ବେଦମତେ

  88. Couplet 88

    ସ୍ୱଭାବେ ମୁହିଁ ଗୋ ସୁନ୍ଦରିପ୍ରସନ୍ନ ହୋଇଲି ତୋହରି

  89. Couplet 89

    ଯେବା ଅଭିଳାଷ ତୋହରିପୂର୍ଣ୍ଣ କରିବି କୃଶୋଦରୀ

  90. Couplet 90

    ମୁଁ ଯେଉଁ ବର ଦେବି ତୋରେଦୁର୍ଲଭ ଅନ୍ୟସ୍ତିରୀଙ୍କରେ

  91. Couplet 91

    ଭୋସ୍ୱାମୀ ବର ଯେବେ ଦେବଏକକୁମର ମୋ ହୋଇବ

  92. Couplet 92

    ଅମର ହେବ ମୋର ସୁତଇନ୍ଦ୍ରକୁ ନାଶିବ ଯୁକତ

  93. Couplet 93

    ଯେଣୁ ମୋ ପୁତ୍ର ମରାଇଲାପୁତ୍ରଶୋକକୁ ମତେ ଦେଲା

  94. Couplet 94

    ଶୁଣିଣ ଦିତିର ବଚନକଶ୍ୟପ ହୋଇଲେ ମଉନ

  95. Couplet 95

    ମନରେ ଗରୁ-ତାପଭରକୋପେ ଚିନ୍ତନ୍ତି ମୁନିବର

  96. Couplet 96

    ଆଜ କି ଅଧର୍ମ ମହତହୋଇଲା ମୋରେ ଉପଗତ

  97. Couplet 97

    ସ୍ତିରୀରେ କରି ମୋର ମନହୋଇଲା ମହାହତଜ୍ଞାନ

  98. Couplet 98

    ଅନ୍ତେ ମୁଁ ଘୋର ନରକରେନିଶ୍ଚୟେ ପଡ଼ିବି ନିର୍ଭରେ

  99. Couplet 99

    ସ୍ତିରୀର କି ଅବା ଏ ଦୋଷସ୍ୱଭାବେ ସ୍ତିରୀ ଅବିଶ୍ୱାସ

  100. Couplet 100

    ଅବୋଧ ମୁହିଁ ଯେ ପାମରଧିକ ହେଉ ଏ ଜନ୍ମ ମୋର

  101. Couplet 101

    ଶରଦପଙ୍କଜ ଯେସନସ୍ତିରୀମାନଙ୍କର ବଦନ

  102. Couplet 102

    ବଚନ ସୁଧାଶ୍ରବଣରହୃଦୟ ଯେହ୍ନେ କ୍ଷୁରଧାର

  103. Couplet 103

    ଏମନ୍ତ ସ୍ତିରୀଙ୍କ ସ୍ୱଭାବଏହାଙ୍କ ଚେଷ୍ଟା କେ ଜାଣିବ

  104. Couplet 104

    ପ୍ରିୟ ନାହିଁକେ ସ୍ତିରୀଙ୍କରକ୍ଷଣିକ-ବୁଦ୍ଧିଟି ଯାହାର

  105. Couplet 105

    ଯେ ପତି ପୁତ୍ର ଅବା ଭାଇମାରନ୍ତି ନିଜ କାର୍ଯ୍ୟ ପାଇଁ

  106. Couplet 106

    ଅଥବା ଇତର-ଜନରହସ୍ତରେ କରନ୍ତି ସଂହାର

  107. Couplet 107

    କରି ଯେ ଅଛି ଅଙ୍ଗୀକାରଏହାରେ ଦେବି ବୋଲିବର

  108. Couplet 108

    ମୋହର ବାକ୍ୟ ମିଥ୍ୟା କାହିଁଇନ୍ଦ୍ର ତ ବଧଯୋଗ୍ୟ ନୋହି

  109. Couplet 109

    ଏମନ୍ତ ହୋଇ ଯେ ବିଷୟତହିଁକି କଳ୍ପିବା ଉପାୟ

  110. Couplet 110

    ଅତ୍ୟନ୍ତ ଚିନ୍ତାକରି ମୁନିଶୁଣ କହିବା ନୃପମଣି

  111. Couplet 111

    ଆତ୍ମାର ନିନ୍ଦାଭାବ ବହିବୋଲନ୍ତି ପତ୍ନୀମୁଖ ଚାହିଁ

  112. Couplet 112

    ଭୋ ସଖି ପୁତ୍ର ତୋ ହୋଇବନିଶ୍ଚୟ ଇନ୍ଦ୍ରକୁ ମାରିବ

  113. Couplet 113

    ଏକବରଷ ଶୁଚି ହୋଇଏ ବ୍ରତ ଯେବେ ଧରୁ ତୁହି

  114. Couplet 114

    ତୋହର ପୁତ୍ର ଯେ ହୋଇବଇନ୍ଦ୍ରହନ୍ତା ସେ ବୋଲାଇବ

  115. Couplet 115

    କିନ୍ତୁ ବ୍ରତର ବିଘ୍ନ ହେଲେଦେବଙ୍କ ମିତ୍ର ହେବ ଭଲେ

  116. Couplet 116

    ଭୋ ସ୍ୱାମୀ ବ୍ରତ ଧରିବଇଁବିଧାନ କହିବା ବୁଝାଇ

  117. Couplet 117

    ବ୍ରତ ଖଣ୍ତନ ଯେ କରଇକି ଅବା ନିଷେଧ ଅଛଇ

  118. Couplet 118

    ପ୍ରାଣୀଙ୍କି ହିଂସା ନ କରିବକ୍ରୋଧରେ ଶାପକୁ ନ ଦେବ

  119. Couplet 119

    ମିଥ୍ୟା ନ କହିବ ବଚନେଛେଦିବ ନାହିଁ ନଖ-ରୋମେ

  120. Couplet 120

    ଅମଙ୍ଗଳ ଯେ ଦ୍ରବ୍ୟ ହୋଇକେବେହେଁ ସ୍ପରଶିବ ନାହିଁ

  121. Couplet 121

    ଜଳରେ ପଶିଣ ଯେ ସ୍ନାନକେବେହେଁ ନ କରିବ ଜାଣ

  122. Couplet 122

    ଦୁର୍ଜନ ସଙ୍ଗତେ ଆଳାପଆବର ନ କରିବ ପାପ

  123. Couplet 123

    ଅଧୌତବସ୍ତ୍ର ନ ପିନ୍ଧିବଛଡାମାଳକୁ ନ ଘେନିବ

  124. Couplet 124

    ପର-ଉଚ୍ଛିଷ୍ଟ ଦେବୀଅନ୍ନକେବେ ନ କରିବ ଗ୍ରହଣ

  125. Couplet 125

    ଆମିଷ ନ କରି ଭୋଜନହସ୍ତେ ନ କରି ଜଳପାନ

  126. Couplet 126

    ଉଚ୍ଛିଷ୍ଟ ହୋଇ ଜଳବିନେକେବେହେଁ ନ ରହିବ କ୍ଷଣେ

  127. Couplet 127

    ବହୁ ବଚନ ନ କହିବସନ୍ଧ୍ୟାରେ କେଶ ନ ମେଲିବ

  128. Couplet 128

    ସତ୍ୱରେ ଅସମ୍ଭାଳ ହୋଇକେବେ ବାହାର ହେବ ନାହିଁ

  129. Couplet 129

    ଅଧୌତ-ଆର୍ଦ୍ରପଦ ଯେବେଶୟନ ନ କରିବ ତେବେ

  130. Couplet 130

    ଉତ୍ତର-ପଶ୍ଚିମକୁ ଶିରଶୟନ ନ ଉଭୟସନ୍ଧ୍ୟାର

  131. Couplet 131

    ଉଲଗ୍ନଭାବରେ ଶୟନଏତେ ନ କରି ଆଚରଣ

  132. Couplet 132

    ଧଉତବସ୍ତ୍ର ପରିଧାନଶୁଚି ହୋଇବ ଅନୁକ୍ଷଣ

  133. Couplet 133

    ପ୍ରାତଃକାଳରୁ ଉଠିକରିସର୍ବମଙ୍ଗଳ ବିଷ୍ଣୁସ୍ମରି

  134. Couplet 134

    ଲକ୍ଷ୍ମୀ ସହିତେ ନାରାୟଣପୂଜିବ ଗୁରୁ ଗୋ-ବ୍ରାହ୍ମଣ

  135. Couplet 135

    ସଧବା-ସ୍ତିରୀଙ୍କି ଆଣିବମାଳ-ଚନ୍ଦନେ ପୂଜା ଦେବ

  136. Couplet 136

    ଯଥାବିଧାନେ ନିଜପତିପୂଜିବ ସ୍ଥିରକରି ମତି

  137. Couplet 137

    ଯେ ଅନ୍ତର୍ଗତ-ଭଗବାନତାହାଙ୍କୁ ଧ୍ୟାନ କରି ପୁଣ

  138. Couplet 138

    ନିଗମ-ପୁରାଣ ଶୁଣିବବିଷ୍ଣୁରେ ମନଧ୍ୟାନ ଥିବ

  139. Couplet 139

    ପରମବ୍ରହ୍ମ ଯେ ପଦରଜପିବ ଦ୍ୱାଦଶଅକ୍ଷର

  140. Couplet 140

    ଅତିଥି ବ୍ରାହ୍ମଣ ପୂଜିବମନସନ୍ତୋଷେ ତାଙ୍କୁ ଦେବ

  141. Couplet 141

    ଯେ ଭାବେ ଗୋବିନ୍ଦର ଭାବକହିଲେ ଏ ବ୍ରତ ଦୁର୍ଲ୍ଲଭ

  142. Couplet 142

    ଏକ ଅୟନ ଦୃଢ଼ଚିତ୍ତେଧରିବ ପୁଂସବନବ୍ରତେ

  143. Couplet 143

    ତେବେ ଇନ୍ଦ୍ରହନ୍ତା କୁମରପାଇବୁ ଅଜର ଅମର

  144. Couplet 144

    ବ୍ରତକୁ ଧରିବି ବୋଇଲାଚଞ୍ଚଳଚିତ୍ତ ସ୍ଥିର କଲା

  145. Couplet 145

    କଶ୍ୟପ-ବୀର୍ଯ୍ୟ ଗର୍ଭେ ଧରିବିଧିରେ ବ୍ରତକୁ ଆଚରି

  146. Couplet 146

    ଦିତିର ଏମନ୍ତ ବିଧାନଇନ୍ଦ୍ର ଜାଣିଲେ ହେ ରାଜନ

  147. Couplet 147

    ଦିତିର ବ୍ରତ ଦେଖିକରିଇନ୍ଦ୍ର ତା ସେବାକୁ ଆଚରି

  148. Couplet 148

    ପବିତ୍ର ଶୁଚିମନ୍ତ ହୋଇତାହାଙ୍କ ସଙ୍ଗତେ ବୁଲଇ

  149. Couplet 149

    ନିତ୍ୟେ ବନରୁ ପୁଷ୍ପଫଳସମିଧ କୁଶ କନ୍ଦମୂଳ

  150. Couplet 150

    ପତ୍ର ଅଙ୍କୁର ଜଳ ଆଣିସମୀପେ ଦ୍ୟନ୍ତି ବଜ୍ରପାଣି

  151. Couplet 151

    ଏମନ୍ତେ ବ୍ରତ-ଛିଦ୍ର ତାରଇନ୍ଦ୍ର ଇଚ୍ଛଇ ନୃପବର

  152. Couplet 152

    ଯେମନ୍ତେ ବ୍ୟଧ ଯେ ମୃଗରଛିଦ୍ର ଟାକଇ ନିରନ୍ତର

  153. Couplet 153

    କେବେହେଁ ବ୍ରତଛିଦ୍ର ସେହିଅନେକ ଯତ୍ନେ ନ ଦେଖଇ

  154. Couplet 154

    ତୀବ୍ରଚିନ୍ତାରେ ଇନ୍ଦ୍ର ମନଛନ୍ନ ହୋଇଲା ହେ ରାଜନ

  155. Couplet 155

    ଶକ୍ର ବିଚାରୁଅଛି ମନେମୋ ଶତ୍ରୁ ନାଶିବି କେସନେ

  156. Couplet 156

    ଏମନ୍ତେ ଗଲା କେତେଦିନଶୁଣ ବିଧାତା ବିଡ଼ମ୍ବନ

  157. Couplet 157

    ବ୍ରତରେ କୁଶ ହୋଇଛନ୍ତିସନ୍ଧ୍ୟାରେ ଏକଦିନେ ଦିତି

  158. Couplet 158

    ବିଧାତାବଶେ ମୋହ ହୋଇଉଚ୍ଛିଷ୍ଟେ ଜଳସ୍ପର୍ଶ ନାହିଁ

  159. Couplet 159

    ପାଦଧଉତ ନ କରିଣକଲେ ସେ ଭୂମିରେ ଶୟନ

  160. Couplet 160

    ନିଦ୍ରାରେ ହତ ତାର ଜ୍ଞାନଶକ୍ର ଦେଖିଲେ ବ୍ରତହୀନ

  161. Couplet 161

    ଯୋଗବଳରେ ଦେବଈଶଦିତିର ଗର୍ଭରେ ପ୍ରବେଶ

  162. Couplet 162

    ସେ ବଜ୍ରଧର ବଜ୍ରଧରିସପତଖଣ୍ଡ ଗର୍ଭ କରି

  163. Couplet 163

    ଶୁଦ୍ଧକନକ ପ୍ରାୟ ହୋଇଗର୍ଭ ତାହାର ବିରାଜଇ

  164. Couplet 164

    ବଜ୍ରରେ ସାତଖଣ୍ଡ ହୋଇରୋଦନ କରନ୍ତି ଯେ ସେହି

  165. Couplet 165

    ଏକକୁ ସାତଖଣ୍ଡ କରିନ କାନ୍ଦ ବୋଲେ ବଜ୍ରଧାରୀ

  166. Couplet 166

    ଯେ ସପ୍ତଖଣ୍ଡ ହୋଇଛନ୍ତିଇନ୍ଦ୍ରକୁ ବଚନ ବୋଲନ୍ତି

  167. Couplet 167

    ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁକିମ୍ପାଇ ଭଜିଲୁ ହିଂସାକୁ

  168. Couplet 168

    ତୋହର ଆମ୍ଭେମାନେ ଭାଇମରୁତ ଆମ୍ଭନାମ ହୋଇ

  169. Couplet 169

    ତୁମ୍ଭର ସଖାଭାବେ ଥିବୁସୁରଭାବକୁ ଆଚରିବୁ

  170. Couplet 170

    ଇନ୍ଦ୍ର ବୋଇଲେ ଭାଇମାନେଭୟ ନ କର ତୁମ୍ଭେ ମନେ

  171. Couplet 171

    ଅନନ୍ୟଭାବକୁ ଆଚରହୋଇବ ପାରିଷଦ ମୋର

  172. Couplet 172

    ମରୁତ ହୋଇ ଅଣଚାଶରହିଲେ ଦେବରାଜ ପାଶ

  173. Couplet 173

    ଦିତିର ଗର୍ଭେ ଯେ ନ ମଲେବିଷ୍ଣୁର ଅନୁକମ୍ପା ବଳେ

  174. Couplet 174

    ଅନେକ ବାର ସେହି ମାନକୁଳିଶେ ହୋଇଁଲେ ଛେଦନ

  175. Couplet 175

    ଦ୍ରୋଣକୁମର ଶରେ ତୁହିଯେମନ୍ତ ହେଲୁ କୁରୁସାଇଁ

  176. Couplet 176

    ମେଘ ଆଶ୍ରୟ କରି ସେହିରହିଲେ ଇନ୍ଦ୍ର ଆଜ୍ଞା ପାଇ

  177. Couplet 177

    ବାରେକ ଗୋବିନ୍ଦ ଭଜନେପାପ ନାଶନ୍ତି ପ୍ରାଣୀମାନେ

  178. Couplet 178

    କିଛି ନିଉନ ସମ୍ବତ୍ସ›ରଯେଣୁ ପୂଜିଲା ସେ ଈଶ୍ୱର

  179. Couplet 179

    ଏହି କାରଣୁ ଇନ୍ଦ୍ରେ କରିପବନ ଦେବ ଦେହ ଧରି

  180. Couplet 180

    ଅସୁରଭାବକୁ ଛାଡ଼ିଲେଅମରଭାବ ଆଚରିଲେ

  181. Couplet 181

    ନିଦ୍ରା ଉପେକ୍ଷିଣ ବସିଲେଦିତି ପୁତ୍ରଙ୍କୁ ଅନାଇଲେ

  182. Couplet 182

    ଅନଳ ପ୍ରଭା ପ୍ରାୟ ହୋଇକୁମରମାନେ ଛନ୍ତି ରହି

  183. Couplet 183

    ଈନ୍ଦ୍ର-ସମେତେ ପୁତ୍ରଗଣେଦେଖି ବିସ୍ମୟ ଦିତି ମନେ

  184. Couplet 184

    ଇନ୍ଦ୍ରର ଚାହିଁଣ ବଦନଦିତି ଯେ ବୋଲନ୍ତି ବଚନ

  185. Couplet 185

    ଅଦିତି-ପୁତ୍ରଙ୍କୁ ମୋହରଭୟକୁ ଦେବ ଏ କୁମର

  186. Couplet 186

    ଏମନ୍ତ ମୁହିଁ ଇଚ୍ଛାକଲିଦୁସ୍ତର-ବ୍ରତ ଆଚରିଲି

  187. Couplet 187

    ହେ ତାତ ଏକଇ-କୁମରମୁହିଁ ଯେ ମାଗିଥିଲି ବର

  188. Couplet 188

    ସପତ-ସପ୍ତ ଏ କେସନେକହ ଏ କେବଣ ବିଧାନେ

  189. Couplet 189

    ତୋହର ମୁଖୁ ଏ ବିଧାନଶୁଣିବି ମୁହିଁ ଭୋ ନନ୍ଦନ

  190. Couplet 190

    ସତ୍ୟ କହିବୁ ମୋର ଆଗେମିଥ୍ୟା ନ କହି ଅନୁରାଗେ

  191. Couplet 191

    ଭୋ ମାତ ଶୁଣ ସାବଧାନକହଇ ଏଥିର ବିଧାନ

  192. Couplet 192

    ଭୂମିରେ କଲ ଯେ ଶୟନନିଦ୍ରା ମୋହିତ ତବ ମନ

  193. Couplet 193

    ତୁମ୍ଭର ବ୍ରତ-ଛିଦ୍ର ଚାହିଁନିକଟେ ମିଳିଲି ମୁଁ ଯାଇ

  194. Couplet 194

    ଗର୍ଭ ଛେଦିଲି ଆତ୍ମହିତେବିଚାର ନାହିଁ ଧର୍ମପଥେ

  195. Couplet 195

    ଗର୍ଭକୁ ସାତଖଣ୍ଡ କରିଛେଦିଲି ଧର୍ମ ନ ବିଚାରି

  196. Couplet 196

    ସାତକୁମରେ ହେଲେ ଜାତଏକକୁ କଲି ସାତ ସାତ

  197. Couplet 197

    ତେବେହେଁ ନ ମଲେ ଏ କେହିଏ ତ ସଂଶୟ ବଡ଼ ହୋଇ

  198. Couplet 198

    ସେବାରୁ ମହାପୁରୁଷରସିଦ୍ଧି ଯେ ହୋଇଛି ତୁମ୍ଭର

  199. Couplet 199

    ପରମେଶ୍ୱର-ଆରାଧନସକଳମଙ୍ଗଳ କାରଣ

  200. Couplet 200

    ନିରତେ କରନ୍ତି ଯେ ନରେଆତ୍ମଜ୍ଞାନୀ ବୋଲି ତାହାରେ

  201. Couplet 201

    ଭଗବାନର ଆରାଧନଯେ ନର ନିଷ୍କାମ ମନେଣ

  202. Couplet 202

    ମୋକ୍ଷ ହିଁ ନକରଇ ଇଚ୍ଛାକେବଳ କୃଷ୍ଣରେ ସଦିଚ୍ଛା

  203. Couplet 203

    ନିତ୍ୟେ କରନ୍ତି ଯେ ଭଜନସକଳଦୁଃଖ ତା ମୋଚନ

  204. Couplet 204

    ଆତ୍ମପଦ ଯେ ଭଗବାନତାହାଙ୍କୁ କଲେ ଆରାଧନ

  205. Couplet 205

    ତାହାର ନାହିଁ ଅକୁଶଳସେ ସର୍ବ ପରମମଙ୍ଗଳ

  206. Couplet 206

    ଦୁର୍ଜନଭାବ ଏ ମୋହରଭୋ ମାତ ଦୋଷ କ୍ଷମାକର

  207. Couplet 207

    ସ୍ୱଭାବେ ବାଳିଶ ମୁଁ ହୋଇତୁମ୍ଭର ସହିବା ଯୋଗାଇ

  208. Couplet 208

    ମୃତ୍ୟୁରୁ ଏ ଯେ ତୋ କୁମରେରହିଲେ ତୁମ୍ଭର ଭାଗ୍ୟରେ

  209. Couplet 209

    ତୋହର ମୁହିଁ ଯେ କୁମରରହିବି ତୋର ବଚନର

  210. Couplet 210

    ଆଜ୍ଞା ମାଗିଣ ସୁନାସୀରଶୁଦ୍ଧଭାବ ଘେନି ମନର

  211. Couplet 211

    ମରୁତଗଣଙ୍କୁ ଘେନିଲେଆନନ୍ଦେ ଦିତିଙ୍କି ନମିଲେ

  212. Couplet 212

    ଶୁଣ ରାଜନ ଚୂଡ଼ାମଣିସ୍ୱର୍ଗକୁ ଗଳେ ବଜ୍ରପାଣି

  213. Couplet 213

    ଯେ ପ୍ରଶ୍ନ କଲୁ ତୁ ଆମ୍ଭରେକହିଲି ଜନହିତସାରେ

  214. Couplet 214

    ମଙ୍ଗଳ-ମରୁତଙ୍କ ଜନ୍ମଈଶ୍ୱର-ମହିମା କଥନ

  215. Couplet 215

    ବୋଲଇ ଦାସ ଜଗନ୍ନାଥଦେବ-ଅସୁରଙ୍କ ଚରିତ

Odia Bhagabata skandha 6 adhyaya 18 | Parbani by ParibhaAsha App