Skip to content
paribhaasha

Skandha 6

Adhyaya 9

  1. Couplet 1

    ଶୁଣ ପରୀକ୍ଷ ନୃପବରକୃଷ୍ଣମହିମା ଅଗୋଚର

  2. Couplet 2

    ଶୁଣ ହେ ସେ ବିଶ୍ୱରୂପରତ୍ରିଶିର ଥିଲା ନୃପବର

  3. Couplet 3

    ଏକମୁଖରେ ସୋମପାନକରଇ ସେହୁ ପ୍ରତିଦିନ

  4. Couplet 4

    ଦ୍ୱିତୀୟେ ସୁରାପାନ କରେଅନ୍ନ ଭକ୍ଷଇ ତୃତୀୟରେ

  5. Couplet 5

    ସେ ବିଶ୍ୱରୂପ ବିନୟରେଦେବଗଣଙ୍କୁ ଉଚ୍ଚସ୍ୱରେ

  6. Couplet 6

    ଡାକି ଦିଅଇ ହବିର୍ଭାଗଯେଣୁ ସେମାନେ ପିତୃବର୍ଗ

  7. Couplet 7

    ଦେବମାନଙ୍କ ତହୁଁ ଆଣିଯଜ୍ଞର ଭାଗ ନୃପମଣି

  8. Couplet 8

    ଦେଲା ଅସୁରମାନଙ୍କରେଯଜ୍ଞଭାଗକୁ ପରୋକ୍ଷରେ

  9. Couplet 9

    ଯଦ୍ୟପି ଦେବେ ପିତା ତାରତାହାଙ୍କୁ କରି ଅନାଦର

  10. Couplet 10

    ପୁଣି ସେ ମାତୃସ୍ନେହବଶହୋଇଣ ଅର୍ଜିଲା ଅଯଶ

  11. Couplet 11

    ମାତୃପକ୍ଷରେ ସ୍ନେହକରିଏମନ୍ତ କର୍ମ ସେ ଆଚରି

  12. Couplet 12

    ଏମନ୍ତ ଦେବଙ୍କ ହେଳନଦେଖି ତାହାର ମଘବାନ

  13. Couplet 13

    ସଭୟେ ହୋଇ ଖରତରରୋଷେ ଛେଦିଲେ ତାର ଶିର

  14. Couplet 14

    ଯେ ମୁଣ୍ଡେ କରେ ସୋମପାନତାହାକୁ କରନ୍ତେ ଛେଦନ

  15. Couplet 15

    ଜନ୍ମିଲା ହୋଇ ପକ୍ଷୀ ଏକନାମ ତା ହୋଇଲା ଚାତକ

  16. Couplet 16

    ସୁରାପାୟୀ ଯେଉଁ ମସ୍ତକଛେଦନ୍ତେ ସେ ହେଲା ଚଟକା

  17. Couplet 17

    ଅନ୍ନଭୋଜୀ ମସ୍ତକ ତାରହୋଇଲା ତିତ୍ତିର ଆକାର

  18. Couplet 18

    ଏମନ୍ତେ ସେ ବିଶ୍ୱରୂପରଇନ୍ଦ୍ର ଛେଦିଲେ ଯହୁଁ ଶିର

  19. Couplet 19

    କର ଅଞ୍ଜଳି ପ୍ରସାରିଣବ୍ରହ୍ମହତ୍ୟା କଲେ ଗ୍ରହଣ

  20. Couplet 20

    ଏ ପାପୁ ଲୋକ କରେ ନିନ୍ଦାଇନ୍ଦ୍ର ପାଇଲେ ମନେ ବାଧା

  21. Couplet 21

    ଆତ୍ମାର ବିଶୁଦ୍ଧି ନିମନ୍ତେବିଭାଗ କରି ଏହି ମତେ

  22. Couplet 22

    ସ୍ତିରୀ ଭୂ ଜଳ ଦ୍ରୁମଠାରେଅର୍ପିଲେ ଏମନ୍ତ ପ୍ରକାରେ

  23. Couplet 23

    ଭୂମି ଘେନିଲେ ଭାଗ ଚାରିଖାତ ପୂରଣ ବର ବରି

  24. Couplet 24

    ବ୍ରହ୍ମହତ୍ୟା ତେଣୁ ଉଷରେଅଦ୍ୟାପି ଦିଶଇ ଭୂମିରେ

  25. Couplet 25

    ଦ୍ରୁମେ ଯେ ଚାରିଭାଗ ନେଲେଛେଦନେ ବଢ଼ିବାର ବରେ

  26. Couplet 26

    ନିର୍ଯ୍ୟାସରୂପେ ଏହାଙ୍କରପାପ ଦିଶଇ ନୃପବର

  27. Couplet 27

    କାମବଶରେ ସ୍ତିରୀଜନସମ୍ଭୋଗୀ ହେବେ ପ୍ରତିଦିନ

  28. Couplet 28

    ଏରୂପେ ବରକୁ ପାଇଣଚାରିଭାଗ କଲେ ଗ୍ରହଣ

  29. Couplet 29

    ରଜରୂପରେ ପ୍ରତିମାସଏବେହେଁ ପାପ ହୋଏ ଦୃଶ୍ୟ

  30. Couplet 30

    ପାପର ଶେଷ ଚାରିଅଂଶଜଳକୁ ଦେଇ ଦେବଈଶ

  31. Couplet 31

    ପୁଣି ସେ ଦେଲେ ତାକୁ ବରେମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ

  32. Couplet 32

    ସେ ପାପ ବୁଦ୍‌ବୁଦ-ଫେନରେଅଦ୍ୟାପି ଦିଶଇ ସଂସାରେ

  33. Couplet 33

    ସେହି ଫେନକୁ ପକାଇଲେଜଳର ପାପ ନାଶେ ଭଲେ

  34. Couplet 34

    ଏମନ୍ତ ପ୍ରକାରେ ହେ ନୃପହରି-କଳ୍ପିତ ହେଲା ପାପ

  35. Couplet 35

    ଏ ଅନନ୍ତରେ ସେ ତ୍ୱଷ୍ଟାରଯେଣୁ ହତ ହେଲା କୁମର

  36. Couplet 36

    ପୁତ୍ରଶୋକରେ ଦୁଃଖୀ ହୋଇଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ

  37. Couplet 37

    ହୋମ ଆରମ୍ଭକୁ ବିଚାରିବୋଇଲେ ଅତି କ୍ରୋଧ କରି

  38. Couplet 38

    ଇନ୍ଦ୍ରର ଶତ୍ରୁ ହେଉ ଜାତବେଗେ ଇନ୍ଦ୍ରକୁ କରୁ ହତ

  39. Couplet 39

    ଏମନ୍ତ ବୋଲି ସେ ବଚନକେତେ ଆହୁତି କଲା ଦାନ

  40. Couplet 40

    ପୁରୁଷେ ତହିଁରୁ ବାହାରରୂପ ତା ଅତି ଭୟଙ୍କର

  41. Couplet 41

    ଯୁଗ-ଅନ୍ତକାଳେ ଯେମନ୍ତପ୍ରାଣୀଙ୍କି ଯେସନେ କୃତାନ୍ତ

  42. Couplet 42

    ଦିନକୁଦିନ ଅତିଘୋରବଢଇ ବିଶ୍ୱରୂପ ତାର

  43. Couplet 43

    ଦଗଧ-ଗିରି ପ୍ରାୟେ ହୋଇତାହାର ଶରୀର ଦିଶଇ

  44. Couplet 44

    କାନ୍ତି ତାହାର ବିରାଜଇକଳ୍ପାନ୍ତମେଘ ପ୍ରାୟ ହୋଇ

  45. Couplet 45

    ତପତ-ତମ୍ବାଶିଖା ଯେହ୍ନେକେଶ ତା ବିରାଜେ ତେସନେ

  46. Couplet 46

    ମଧ୍ୟାହ୍ନ-ରବି ପ୍ରାୟ ହୋଇବେନିଲୋଚନ ବିରାଜଇ

  47. Couplet 47

    ଅନଳ-ତେଜ ପ୍ରାୟେ ତାରଏମନ୍ତ ଶୂଳ ଧରି କର

  48. Couplet 48

    ବୁଲାଇ ଅତି ଖରତରଶବଦ କରେ ମହାଘୋର

  49. Couplet 49

    ନୃତ୍ୟ କରଇ ମତ୍ତ ହୋଇପାଦେ କମ୍ପାଇ ମହାମହୀ

  50. Couplet 50

    ଗିରିଗୁହା ପ୍ରାୟେ ବଦନତେଣୁ କି ଗ୍ରାସିବ ଗଗନ

  51. Couplet 51

    ଜିହ୍ୱା ବୁଲାଉଛି ଏସନଗିଳିବ କିବା ତ୍ରିଭୁବନ

  52. Couplet 52

    ଦନ୍ତ ଅତି ରୌଦ୍ର ଦିଶଇପୁଣ ପୁଣ ହୋଇ ହସଇ

  53. Couplet 53

    ଭୀତ ହୋଇଣ ସର୍ବଜନପଳାନ୍ତି ଘେନିଣ ଜୀବନ

  54. Couplet 54

    ତ୍ୱଷ୍ଟାର ପୁତ୍ର ଏ ଯେ ପାପଲୋକେ ପାଇଲେ ବହୁ ତାପ

  55. Couplet 55

    ପରମ-ଦାରୁଣ-ଅସୁରଏଣୁ ବୃତ୍ର ନାମଟି ତାର

  56. Couplet 56

    ଇନ୍ଦ୍ର ଦେବଗଣ ସହିତେମିଳିଲେ ତାହାର ଅଗ୍ରତେ

  57. Couplet 57

    ଯେ ଯାହା ଶସ୍ତ୍ର ଧରି କରେପିଟିଲେ ବୃତ୍ରର ଉପରେ

  58. Couplet 58

    ଶସ୍ତ୍ର ଯେତେକ ଦେବଙ୍କରସବୁ ଗିଳିଲା ସେ ଅସୁର

  59. Couplet 59

    ଏ ଅନନ୍ତରେ ଦେବଗଣବିସ୍ମୟେ ହୋଇ ହତଜ୍ଞାନ

  60. Couplet 60

    କୃଷ୍ଣରେ ମନ ସ୍ଥିର କଲେମହାପୁରୁଷ ଆରାଧିଲେ

  61. Couplet 61

    ପବନ ଆକାଶ ଯେ ଅଗ୍ନିଜଳର ସହିତେ ଅବନୀ

  62. Couplet 62

    ଏ ମହାଭୂତେ ହୋଇ ଏକନିର୍ମିତ ହୋଇଛି ତ୍ରିଲୋକ

  63. Couplet 63

    ବ୍ରହ୍ମା ସହିତେ ଆମ୍ଭେମାନେଉଦ୍‌ବେଗ ପାଉଅଛୁ ମନେ

  64. Couplet 64

    ଯାହାକୁ ବଳି ଆମ୍ଭେମାନେଦେଇଣ ସେବୁଁ ଅନୁକ୍ଷଣେ

  65. Couplet 65

    ଯେ କାଳ ଅନ୍ତକ ବୋଲାଇସେ ଯାହାଠାରୁ ଭୟ ପାଇ

  66. Couplet 66

    ସେ ପ୍ରଭୁ ଆମ୍ଭର ଶରଣହୁଅନ୍ତୁ ଅଖିଳକାରଣ

  67. Couplet 67

    ସେ ଅବିସ୍ମିତ ପୂର୍ଣ୍ଣକାମପ୍ରଶାନ୍ତ ସର୍ବଭୂତେ ସମ

  68. Couplet 68

    ଏମନ୍ତ ଯେ ପରମେଶ୍ୱରତାହାଙ୍କୁ ତେଜି ଯେଉଁ ନର

  69. Couplet 69

    ଅନ୍ୟରେ ପଶଇ ଶରଣତାହାଙ୍କୁ ମୂର୍ଖ ବୋଲି ଜାଣ

  70. Couplet 70

    ଶ୍ୱାନପୁଚ୍ଛକୁ ଧରି କରେଅଗମ୍ୟସିନ୍ଧୁ କେହୁ ତାରେ

  71. Couplet 71

    ନଉକାରରୂପେଣ ସଂସାରଶୃଙ୍ଗରେ ବାନ୍ଧିଣ ଯାହାର

  72. Couplet 72

    ମନୁ ଅଛନ୍ତି ଦୁଃଖୁ ତରିଯାହାର ପ୍ରସାଦରୁ କରି

  73. Couplet 73

    ଏମନ୍ତ ଯେଉଁ ମହାବାହୁତାରିବେ ବୃତ୍ରାସୁର ତହୁଁ

  74. Couplet 74

    ପୂର୍ବେ ସ୍ୱୟମ୍ଭୁ ପଡି ଜଳେବାତେ ଉଲ୍ଲୋଳ-ଉର୍ମିମାଳେ

  75. Couplet 75

    ତେଣେ ଶବଦ ମହାଘୋରେରଖିଲା ଯେ ନାଭିକମଳେ

  76. Couplet 76

    ସେ ଏକ ସଙ୍ଗେ ନାହିଁ କେହିସେ ଭୟୁ ରଖିଲାକ ଯେହି

  77. Couplet 77

    ଦୁରନ୍ତ-ପାପ ଯେ ଦାରୁଣତହୁଁ ରଖନ୍ତୁ ନାରାୟଣ

  78. Couplet 78

    ଯେ ଏକ ଈଶ୍ୱର ଅଟଇମାୟାାରେ ଆମ୍ଭଙ୍କୁ ସର୍ଜଇ

  79. Couplet 79

    କରୁଛୁ ଜଗତ-ପାଳନେଯାର ପ୍ରସାଦୁ ଆମ୍ଭେମାନେ

  80. Couplet 80

    ଯାହାର ମହିମା ପ୍ରସିଦ୍ଧିଆମ୍ଭେ ନ ଜାଣୁ ମନ୍ଦବୁଦ୍ଧି

  81. Couplet 81

    ଆମ୍ଭେ ଈଶ୍ୱର ବୋଲି ମାନିମୋହରେ ଯେସନେ ଅଜ୍ଞାନୀ

  82. Couplet 82

    ଶତ୍ରୁରଠାରୁ ଆମ୍ଭେମାନେଦୁଃଖ ପାଇଲୁ ଅନୁକ୍ଷଣେ

  83. Couplet 83

    ଋଷି ମନୁଷ୍ୟ ପଶୁ ଆଦିସଂସାରେ ଯେତେକ ପ୍ରସିଦ୍ଧି

  84. Couplet 84

    ଯେ ପ୍ରଭୁ ଧରି ଅବତାରଖଣ୍ଡନ୍ତି ଦୁଃଖକୁ ଆମ୍ଭର

  85. Couplet 85

    ଆମ୍ଭେଟି ସର୍ବେ ଅରକ୍ଷିତରଖନ୍ତୁ ପ୍ରଭୁ ଜଗନ୍ନାଥ

  86. Couplet 86

    ସେ ଯୁଗେ-ଯୁଗେ ରକ୍ଷାକରୁଯାର ମହିମା ମହାମେରୁ

  87. Couplet 87

    ପରମ-ପ୍ରଧାନ ପୁରୁଷଅଖିଳ ସଂସାରର ଈଶ

  88. Couplet 88

    ଅଖିଳଜନ୍ତୁଙ୍କ ଶରଣଏମନ୍ତ ଯେଉଁ ନାରାୟଣ

  89. Couplet 89

    ଆମ୍ଭେ ତାହାଙ୍କର ଶରଣଆମ୍ଭଙ୍କୁ କରନ୍ତୁ କଲ୍ୟାଣ

  90. Couplet 90

    ଦେବଙ୍କ ସ୍ତୁତି ଏ ବଚନଶୁଣି ସନ୍ତୋଷ ଭଗବାନ

  91. Couplet 91

    ପଶ୍ଚିମଦିଗେ ହେ ରାଜନହୋଇଲେ ଆସି ସେ ପ୍ରସନ୍ନ

  92. Couplet 92

    ଶଙ୍ଖ ଚକ୍ର ଗଦା କମଳଧରିଣ ପ୍ରଭୁ ଆଦିମୂଳ

  93. Couplet 93

    ଆତ୍ମାର ତୁଲ୍ୟ ଷୋଳଜଣସେବୁ ଅଛନ୍ତି ଅନୁକ୍ଷଣ

  94. Couplet 94

    ଶ୍ରୀବତ୍ସ›-କଉସ୍ତୁଭ ବିନେପୂର୍ଣ୍ଣ ହୋଇଣ ସର୍ବଗୁଣେ

  95. Couplet 95

    ଶରଦ-କମଳ-ଲୋଚନଦେବେ ଦେଖିଣ ହୃଷ୍ଟମନ

  96. Couplet 96

    ଇନ୍ଦ୍ରାଦି ଦଶଦିଗପାଳେପ୍ରଭୁଙ୍କୁ ନମିଲେ ସକଳେ

  97. Couplet 97

    ଦଣ୍ତବତ ପଡି ରାଜନସ୍ତୁତି କଲେ ଧୀରେ ଉଠିଣ

  98. Couplet 98

    ତୁମ୍ଭେ ଯେ ସର୍ବଯଜ୍ଞବରତୁମ୍ଭଙ୍କୁ କରୁଁ ନମସ୍କାର

  99. Couplet 99

    ସକଳ ବୟୋଧିକ ତୁମ୍ଭେତୁମ୍ଭ ଚରଣେ ନମୁଁ ଆମ୍ଭେ

  100. Couplet 100

    ଅଖିଳ-ଈଶ୍ୱର ଗୋସାଇଁନମସ୍ତେ ପ୍ରଭୁ ଭାବଗ୍ରାହୀ

  101. Couplet 101

    ତୁ ପୁରୁହୂତି ଶ୍ରେଷ୍ଠପରନମସ୍ତେ ପ୍ରଭୁ ଚକ୍ରଧର

  102. Couplet 102

    ନିୟନ୍ତା ତୁହି ତ୍ରିଗୁଣରତୋହ ଗତି କ୍ରୀଡା ବିହାର

  103. Couplet 103

    ଏହା ସଂଖ୍ୟା କରିବା ପାଇଁବିଧାତା ସମର୍ଥ ନୁହଇ

  104. Couplet 104

    ହେ ଭଗବାନ ବାସୁଦେବନାରାୟଣ ମହାନୁଭାବ

  105. Couplet 105

    ଆଦି ପୁରୁଷ ସର୍ବେଶ୍ୱରକେବଳ ଜଗତ ଆଧାର

  106. Couplet 106

    ପରମହଂସ ଲକ୍ଷ୍ମୀକାନ୍ତଜଗୁଜୀବନ ଜଗନ୍ନାଥ

  107. Couplet 107

    ଭୋ ନାଥ ପରମମଙ୍ଗଳପରମକଲ୍ୟାଣର ମୂଳ

  108. Couplet 108

    ଭୋନାଥ ତୁମ୍ଭେ ଆତ୍ମାରାମସକଳକାର୍ଯ୍ୟେ ଭାବନ

  109. Couplet 109

    ତୁ ସର୍ବ ପରମକାରଣଅଖିଳଭୂତଙ୍କ ଭାବନ

  110. Couplet 110

    ପରମ-ଯୋଗ-ସମାଧିରେଭଜନ ବିବିଧ ପ୍ରକାରେ

  111. Couplet 111

    ପରମ ହଂସ-ମୁନିଗଣେସେବନ୍ତି ଯାହାର ବିହରେ

  112. Couplet 112

    ପରମହଂସ-ଦୀକ୍ଷା କରିଅଜ୍ଞାନ ଦୂରେ ପରିହରି

  113. Couplet 113

    ଏକାନ୍ତ-ଲୋକଙ୍କ ଆତ୍ମାରେପ୍ରଭାବ ଯାହାର ବିହରେ

  114. Couplet 114

    ଏମନ୍ତ ପ୍ରଭୁ ତୁ ଈଶ୍ୱରନମସ୍ତେ ବ୍ରହ୍ମାଣ୍ତ ଠାକୁର

  115. Couplet 115

    ତୋହର ମହିମା ବିହାରବ୍ରହ୍ମାରେ ନୁହଁଇ ଗୋଚର

  116. Couplet 116

    ଏ ମାୟା ଅଖିଳ-ସଂସାରଭୋ ଦେବ ଭିଆଣ ତୋହର

  117. Couplet 117

    ତ୍ରିଗୁଣ ଘେନି ପ୍ରଭୁ ତୁହିସର୍ଜୁ ପାଳୁ ସଂହାରୁ ମହୀ

  118. Couplet 118

    ଭୋଦେବ ଏ ମାୟାସଂସାରେତ୍ରିଗୁଣେ ଜଡି ଯେଉଁ ନରେ

  119. Couplet 119

    ପରତନ୍ତ୍ରରେ ବଶ ହୋଇଶୁଭାଶୁଭ-କର୍ମ କରଇ

  120. Couplet 120

    ତାହାର ଶୁଭାଶୁଭ -ଫଳତୁମ୍ଭର ତହିଁ ଆଦିମୂଳ

  121. Couplet 121

    ଭୋ ସ୍ୱାମୀ ତୁମ୍ଭେ ଆତ୍ମାରାମସକଳ-କଳ୍ପେ ଉପଶମ

  122. Couplet 122

    ତୁ ସର୍ବବସ୍ତୁରୁ ବାହାରଏମନ୍ତ ମଣୁଁ ଚକ୍ରଧର

  123. Couplet 123

    ତୋର ବିରୋଧ ନାହିଁ ପୁଣଅପରୀକ୍ଷିତ ତୋର ଗୁଣ

  124. Couplet 124

    ସଂଖ୍ୟା ନୁହଁଇ ତୋ ମହିମାତୋତେ ବା କେ କରିବ ସୀମା

  125. Couplet 125

    ବିତର୍କ ବିକଳ୍ପ ବିଚାରପ୍ରମାଣ ନ କରେ ଯାହାର

  126. Couplet 126

    ନାନା ବିଚାର ଶାସ୍ତ୍ର ଆଦିସଂସାରେ ଯେତେକ ପ୍ରସିଦ୍ଧି

  127. Couplet 127

    ଏହା ବିଚାରି ସାଧୁଜନେତୋତେ ଚିନ୍ତନ୍ତି ଦିବ୍ୟଜ୍ଞାନେ

  128. Couplet 128

    କ୍ଷଣକେ ମତି ତାହାଙ୍କରଭ୍ରମ କରାଉ ଚକ୍ରଧର

  129. Couplet 129

    ସକଳ ମାୟାମୟ ହେଉନଟର ପ୍ରାୟେ ତୁ ଦେଖାଉ

  130. Couplet 130

    ଯଦ୍ୟପି ଏକରୂପ ହୁଅନାନାରୂପକୁ ତୁମ୍ଭେ ବହ

  131. Couplet 131

    ସମ-ବିଷମ-ବୁଧଙ୍କରପ୍ରବେଶ ହେଉ ତୁ ମନର

  132. Couplet 132

    ରଜ୍ଜୁରେ ସର୍ପ ବୁଦ୍ଧି ଯେହ୍ନେଏକ ତୁ ଦିଶୁ ଭିନ୍ନେ ଭିନ୍ନେ

  133. Couplet 133

    ବିଚାରେ ଏକବସ୍ତୁ ତୁହିସର୍ବ-ଈଶ୍ୱର ତୁ ଗୋସାଇଁ

  134. Couplet 134

    ସକଳ ଜଗତ-କାରଣଶୋଭାପାଉଛି ସର୍ବ ଗୁଣ

  135. Couplet 135

    ପ୍ରତ୍ୟେକ ନାମ ରୂପ ଧରିଲକ୍ଷିତ ହେଉ ନରହରି

  136. Couplet 136

    ଏକତୁ ପରମପୁରୁଷସକଳଠାରୁ ଅବଶେଷ

  137. Couplet 137

    ଭୋ ନାଥ ମହିମା ତୁମ୍ଭରଅମୃତ-ରସର ସାଗର

  138. Couplet 138

    ତାହା ଆସ୍ୱାଦ କରି ମନେଏକାନ୍ତ ଭକ୍ତ ଯେଉଁଜନେ

  139. Couplet 139

    ବିଷୟ ସୁଖ ଲେଶ ଛାଡିନିତ୍ୟେ ତୋ ରସେ ଥାନ୍ତି ବୁଡି

  140. Couplet 140

    ସର୍ବାତ୍ମା ସର୍ବଭୂତ ପ୍ରିୟଭଗବାନ ସ୍ୱରୂପ ହୁଅ

  141. Couplet 141

    ଏ ସର୍ବଗୁଣେ ପୂର୍ଣ୍ଣ ହୋଇକେ ତୋତେ ଜାଣେ ଭାବଗ୍ରାହୀ

  142. Couplet 142

    ଅନବରତେ ସ୍ଥିରମନତୋ ପାଦେ କରି ନିବେଦନ

  143. Couplet 143

    ହେ ମଧୁମଥନ ଈଶ୍ୱରଆତ୍ମାକୁ ଚିହ୍ନେ ସାଧୁନର

  144. Couplet 144

    କମଳଚରଣେ ତୁମ୍ଭରସେବୁ ଅଛନ୍ତି ନିରନ୍ତର

  145. Couplet 145

    ଯେ ପାଦପଙ୍କଜରେ ଧ୍ୟାନସଂସାରେ ଗତାଗତ ଜନ

  146. Couplet 146

    ନୁହଁଇ ଯାହାର ପ୍ରସାଦେଗତି ଲଭଇ ଅପ୍ରମାଦେ

  147. Couplet 147

    ତ୍ରୈଲୋକ୍ୟପ୍ରଭୁ ଭଗବାନହେ ତ୍ରିବିକ୍ରମ ତ୍ରିନୟନ

  148. Couplet 148

    ତିନିଲୋକର ମନୋହରଅନୁଭାବ-ରୂପ ଯାହାର

  149. Couplet 149

    ତୁମ୍ଭ ପ୍ରକୃତିରୁ ଉଦିତଏମନ୍ତ ଯେତେକ ଦଇତ୍ୟ

  150. Couplet 150

    ଏହାଙ୍କ କର୍ମ-ଭାଗ୍ୟଫଳଶାନ୍ତିକି କର ଆଦିମୂଳ

  151. Couplet 151

    ଆତ୍ମମାୟାରେ ସୁରନରମୃଗ ସହିତେ ଜଳଚର

  152. Couplet 152

    ଏ ଆଦି ଯେତେକ ଅପରଯଥା ଅପ୍ରାଧେ ଦଣ୍ଡ କର

  153. Couplet 153

    ଏମନ୍ତ ତୁମ୍ଭେ ଯେ ଈଶ୍ୱରବୃତ୍ରକୁ ଭୋନାଥ ସଂହର

  154. Couplet 154

    କହିଲୁ ପ୍ରଭୁ ଭବଗ୍ରାହୀଯେବା ତୁମ୍ଭର ଇଚ୍ଛା ହୋଇ

  155. Couplet 155

    ତୋର ତନୟ ହେଉ ଆମ୍ଭେଭୋ ନାଥ ଆମ୍ଭ ପିତା ତୁମ୍ଭେ

  156. Couplet 156

    ତୋହର ଚରଣନଳିନବନ୍ଦିକରିଛି ଆମ୍ଭମନ

  157. Couplet 157

    ଆପଣାକରି ଆମ୍ଭମାନରଖିଣଅଛୁ ଭଗବାନ

  158. Couplet 158

    ଆମ୍ଭଙ୍କୁ ଅନୁକମ୍ପା କରିଏହା ଦେଖାଅ ନରହରି

  159. Couplet 159

    ବିଶଦହାସ ମନୋହରବଦନ ଈକ୍ଷଣ ତୁମ୍ଭର

  160. Couplet 160

    ସ୍ରବୁଛି ଯହୁଁ ମଧୁରସଅମୃତସମ ପୀତବାସ

  161. Couplet 161

    ଆମ୍ଭର ତ୍ରାସ ଦୂରକରଭୋନାଥ ଶରଣ ତୋହର

  162. Couplet 162

    ଉତ୍ପତ୍ତି ସ୍ଥିତି ଯେ ପ୍ରଳୟଏହା କାରଣ ତୁମ୍ଭେ ହୁଅ

  163. Couplet 163

    ସକଳ ଜୀବେ ପୂର୍ଣ୍ଣ ହୋଇଅକ୍ଷୟ-ବ୍ରହ୍ମ-ରୂପ ବହି

  164. Couplet 164

    ତୁ ସର୍ବ-ମାୟାମୟ-ରୂପଅଶେଷ-ପ୍ରଧାନ-ସ୍ୱରୂପ

  165. Couplet 165

    ତୁ ଦେଶକାଳପାତ୍ର ହୋଇସକଳଠାରେ ଅଛୁ ରହି

  166. Couplet 166

    ସକଳବ୍ୟାପୀ ଚକ୍ରଧରଆାକାଶ ଶରୀର ତୋହର

  167. Couplet 167

    ପରମବ୍ରହ୍ମରୂପ ତୁହିଥାଉ ତୁ ଆତ୍ମାରୂପ ବହି

  168. Couplet 168

    ଆମ୍ଭେ ଅଗ୍ନିର କଣା ପ୍ରାୟେକିସ କହିବୁଁ ଦେବରାୟେ

  169. Couplet 169

    ଆମ୍ଭ ପରମଗୁରୁ ତୁହିତୋ ପାଦ-ଶତଦଳ ଦୁଇ

  170. Couplet 170

    ବିବିଧ ପାପକର୍ମ ମୋହେସଂସାରେ ଯେବା ଶ୍ରମ ହୋଏ

  171. Couplet 171

    ଛେଦଇ ଯେ ଦଳକମଳଛାୟାରେ ଆମ୍ଭେ ତାର ମୂଳ

  172. Couplet 172

    ଆଶ୍ରୟକରି ଆମ୍ଭମନଅଛି ହେ ପ୍ରଭୁ ଭଗବାନ

  173. Couplet 173

    ଆମ୍ଭର କାର୍ଯ୍ୟ ଆଦିମୂଳଭୋ ନାଥ କର ତୁ ସଫଳ

  174. Couplet 174

    ହେ ପ୍ରଭୁ ଏ ତିିନିଭୁବନଗ୍ରାସୁଛି ତ୍ୱଷ୍ଟାର ନନ୍ଦନ

  175. Couplet 175

    ବଳ ଆୟୁଧ ଯେ ଆମ୍ଭରନାଶୁଛି ପାପୀ ବୃତ୍ରାସୁର

  176. Couplet 176

    ଏବେ ବିନାଶ କର ତାକୁହେ କୃଷ୍ଣ ଆମ୍ଭର ତେଜକୁ

  177. Couplet 177

    ନମସ୍ତେ ପ୍ରଭୁ ଶୁଦ୍ଧ-ହଂସବିହାର ହୃଦୟ-ଆକାଶ

  178. Couplet 178

    ନମସ୍ତେ ପ୍ରଭୁ କୃଷ୍ଣ ତୁହିବ୍ରହ୍ମାଣ୍ଡେ ଯାର ଯଶ ଶୋହି

  179. Couplet 179

    ଭବସାଗର ପଥଶ୍ରମତୁ ତାହା ନାଶୁ ଭଗବାନ

  180. Couplet 180

    ପରମଗତି ଶ୍ରେଷ୍ଠଗତିନମସ୍ତେ ପ୍ରଭୁ ଦାଶରଥି

  181. Couplet 181

    ପବନ ଆକାଶ ଯେ ଅଗ୍ନିଜଳସହିତେ ଯେ ଅବନୀ

  182. Couplet 182

    ବ୍ରହ୍ମାଦି କରି ଆମ୍ଭେମାନେଉଦ୍‌ବେଗ କରିଅଛୁ ମନେ

  183. Couplet 183

    ଏ ଅନନ୍ତରେ ହେ ରାଜନସ୍ତୁତି କରନ୍ତେ ଦେବଗଣ

  184. Couplet 184

    ସାଦରେ ସ୍ତୁତି ଶୁଣି ହରିସନ୍ତୋଷ ହେଲେ ଦଇତ୍ୟାରି

  185. Couplet 185

    ଶୁଣି ସାନନ୍ଦ ଭଗବାନଦେବଙ୍କୁ ବୋଲନ୍ତି ବଚନ

  186. Couplet 186

    ଏ ତୁମ୍ଭ ସୁବିଦ୍ୟା-ସ୍ତୁତିରେସନ୍ତୋଷ ହେଲୁ ଦେବବରେ

  187. Couplet 187

    ଯେଉଁ ସ୍ତୁତିର ପରସାଦେସ୍ତୁତି-ଭକତି ମୋର ପାଦେ

  188. Couplet 188

    ତତ୍ତ୍ୱଜ୍ଞ ଏକାନ୍ତ ଯେ ମତିମୋ ତହୁଁ ଅନ୍ୟ ନ ବାଞ୍ଛନ୍ତି

  189. Couplet 189

    ମୁହିଁ ପ୍ରସନ୍ନ ହୋଏ ଯାରେକି ଅବା ଦୁର୍ଲ୍ଲଭ ତାହାରେ

  190. Couplet 190

    ଗୁଣରେ ବସ୍ତୁ ଯେ ଦେଖନ୍ତିଏମନ୍ତ କୃପଣ ଯେ ଛନ୍ତି

  191. Couplet 191

    ସେ ଆତ୍ମା-ଶ୍ରେୟ ନ ଜାଣନ୍ତିସଂସାର ମୋହେ ସେ ପଡ଼ନ୍ତି

  192. Couplet 192

    ଯେ ବିଦ୍ୟାବନ୍ତ ଏ ଜଗତେସେ ଶ୍ରେୟ ଚିନ୍ତେ ମୋକ୍ଷପଥେ

  193. Couplet 193

    ଇଚ୍ଛା ନ ରହଇ ତାହାରସର୍ବକାମ ଦେଇ ହସ୍ତର

  194. Couplet 194

    ହେ ଇନ୍ଦ୍ର ଯାଅ ହରଷେଣତୁମ୍ଭର ହୋଇବ କଲ୍ୟାଣ

  195. Couplet 195

    ଅଥର୍ବଣ ଯେ ଋଷିବରମାଗ ତାହାଙ୍କର ଶରୀର

  196. Couplet 196

    ବିଦ୍ୟା ତପ ବ୍ରତେ ଯାହାରପବିତ୍ର ହୋଇଛି ଶରୀର

  197. Couplet 197

    ପ୍ରାର୍ଥନା ତୁମ୍ଭେମାନେ କଲେଧର୍ମଜ୍ଞ ଅଙ୍ଗ ଦେବ ଭଲେ

  198. Couplet 198

    ଅସ୍ଥି ତାହାଙ୍କର ଆଣିବଆୟୁଧ ବଜ୍ର ଗଢାଇବ

  199. Couplet 199

    ବିଶ୍ୱକର୍ମାନିର୍ମିତ କରିବଜ୍ରକୁ ଧରି ବଜ୍ରଧାରୀ

  200. Couplet 200

    ସେ ବଜ୍ରେ କରି ବୃତ୍ରାସୁରଛେଦିବ ଶୁଣ ପୁରନ୍ଦର

  201. Couplet 201

    ମୋହର ତେଜେ ଯୁକ୍ତ ହୋଇଶତ୍ରୁ ନାଶିବ ଦେବସାଇଁ

  202. Couplet 202

    ବୃତ୍ରକୁ କରି ପ୍ରାଣେ ହତସ୍ୱର୍ଗ ଲଭିବ ଦେବଯୂଥ

  203. Couplet 203

    ଯେ ତେଜ ଯଶ ସେ ଆୟୁଧପୁଣି ହିଁ ଲଭିବ ସମ୍ପଦ

  204. Couplet 204

    ମୋର ଭକତଲୋକଙ୍କରହିଂସା ନୋହିବ ପୁରନ୍ଦର

  205. Couplet 205

    ବୋଲଇ ଦାସ ଜଗନ୍ନାଥଇନ୍ଦ୍ରକୁ କୃଷ୍ଣ କୃପାଚିତ୍ତ

Odia Bhagabata skandha 6 adhyaya 9 | Parbani by ParibhaAsha App