Skip to content
paribhaasha

Skandha 6

Adhyaya 8

  1. Couplet 1

    ଶୁଣ ହେ ମୁନି ତପୋଧନତୁମ୍ଭେ ଯେ କହିଲ ବିଧାନ

  2. Couplet 2

    କବଚ ନାରାୟଣ ରୂପଇନ୍ଦ୍ରଙ୍କୁ ଦେଲେ ବିଶ୍ୱରୂପ

  3. Couplet 3

    ଯେଣେ ଇନ୍ଦ୍ର ରକ୍ଷିତ ହୋଇସ୍ୱର୍ଗରେ ଭୋଗ ସେ ଭୁଞ୍ଜଇ

  4. Couplet 4

    ଗଜ ତୁରଙ୍ଗ ରିପୁବଳେଲୀଳାମାତ୍ରକେ ଜିଣି ହେଳେ

  5. Couplet 5

    ତ୍ରୈଲୋକ୍ୟ ଅଶେଷ ସମ୍ପଦେଭୁଞ୍ଜୁ ଅଛନ୍ତି ଅପ୍ରମାଦେ

  6. Couplet 6

    ଭୋ ସ୍ୱାମୀ ମୋତେ ଯେବେ ଦୟାବିସ୍ତାରି କହିବାକ ଏହା

  7. Couplet 7

    କେମନ୍ତ ବର୍ମ ନାରାୟଣଇନ୍ଦ୍ରର ରକ୍ଷାର କାରଣ

  8. Couplet 8

    ଯେ ବର୍ମବଳେ ଶତ୍ରୁଜିଣିସ୍ୱର୍ଗେ ନିର୍ଭୟ ବଜ୍ରପାଣି

  9. Couplet 9

    ରାଜା ବିନୟ ଦେଖି ମୁନିକହନ୍ତି ତାର ଭାବ ଘେନି

  10. Couplet 10

    ଇନ୍ଦ୍ର ନିମନ୍ତେ ହୋଇ ବୃତପ୍ରସନ୍ନ ହୋଇ ପୁରୋହିତ

  11. Couplet 11

    ଯେ ବର୍ମ ନାମ ନାରାୟଣକହିଲେ ଏକମନେ ଶୁଣ

  12. Couplet 12

    କର ଚରଣ ଜଳେ ଧୋଇଗଣ୍ଡୂଷ ଉଦଙ୍ମୁଖ ହୋଇ

  13. Couplet 13

    ମନ୍ତ୍ରରେ କରି ଅଙ୍ଗନ୍ୟାସମଉନ ଶୁଚି ହୋଇ ତୋଷ

  14. Couplet 14

    ଯେବଣ ବର୍ମେ ନାରାୟଣତୋଷ ହୋଇବେ ତତକ୍ଷଣ

  15. Couplet 15

    ନିକଟ ଭୟ ଯେତେବେଳେଜାନୁ ଚରଣ ବକ୍ଷସ୍ଥଳେ

  16. Couplet 16

    ଉଦର ହୃଦୟ ମୁଖରେଓଁକାର ଆଦି ଦେଇ ଶିରେ

  17. Couplet 17

    ଓଁକାର ଆଦି ନାରାୟଣଉଚ୍ଚାର କରିବ ତକ୍ଷଣ

  18. Couplet 18

    କରେ କରିବ କରନ୍ୟାସଯେ ବିଦ୍ୟା ଅକ୍ଷରଦ୍ୱାଦଶ

  19. Couplet 19

    ପ୍ରଣବ ଆଦି କରି ଯେତେକରିବ '‘ୟ'’ କାର ପର୍ଯ୍ୟନ୍ତେ

  20. Couplet 20

    ଅଙ୍ଗୁଳି ଅଙ୍ଗୁଷ୍ଟି ପର୍ବରେଯଥାକ୍ରମେ ଦେଇ ଅକ୍ଷରେ

  21. Couplet 21

    ହୃଦରେ ଦେଇଣ ଓଁକାରମସ୍ତକେ ଦେବ ସେ '‘ବି'’ କାର

  22. Couplet 22

    ‘'ଷ'’ କାର ଭୁରୁଯୁଗେ ଦେଇ'‘ଣ'’ କାର ଶିଖାରେ ବସାଇ

  23. Couplet 23

    ‘'ବେ’' କାର ନୟନ ମଧ୍ୟରେ‘'ନ'’ କାର ସକଳ ସନ୍ଧିରେ

  24. Couplet 24

    ‘'ମ'’ କାର କରିବ ସ୍ମରଣମନ୍ତ୍ର-ସ୍ୱରୂପେ ହୋଇ ଜନ୍ମ

  25. Couplet 25

    ବିଷ୍ଣବେ ନମଃ ଉଚ୍ଚାରିବଓଁକାର ତହିଁ ଆଦ୍ୟେ ଦେବ

  26. Couplet 26

    ପରମ-ଆତ୍ମା ଏହି ମନ୍ତ୍ରେଧ୍ୟାନ କରିବ ଅବିରତେ

  27. Couplet 27

    ଷଟ ଶକତି ରୂପ ଯୁତଅନାଦି ଦିବ୍ୟ ଶୁଦ୍ଧସତ୍ତ୍ୱ

  28. Couplet 28

    ଯେ ହରି ଗରୁଡ଼ପୃଷ୍ଠରେପାଦପଦ୍ମ ଦେଇଛି ଶିରେ

  29. Couplet 29

    ଯେ ଅଷ୍ଟବାହୁରେଣ କରିଚର୍ମ ଆସି ଗଦାକୁ ଧରି

  30. Couplet 30

    ଶଙ୍ଖ ପାଶ ଇଷୁ ଚାପରେରଖନ୍ତୁ ମୋତେ ଚକ୍ରଧରେ

  31. Couplet 31

    ଯେ ଜଳେ ମର୍ତ୍ସ୍ୟରୂପ ହୋଇସେ ପ୍ରଭୁ ରକ୍ଷାକରୁ ଦେହୀ

  32. Couplet 32

    ଜଳଜନ୍ତୁଙ୍କ ସକାଶରୁରଖିବେ ବରୁଣ-ପାଶରୁ

  33. Couplet 33

    ମାୟାବାମନ ରୂପ ଛଳେସେ ରକ୍ଷାକରୁ ଅବହେଳେ

  34. Couplet 34

    ତ୍ରିବିକ୍ରମ ରଖୁ ଭୂମିରେବିଶ୍ୱରୂପ ଯେ ଆକାଶରେ

  35. Couplet 35

    ବନ ସଂଗ୍ରାମ ସଙ୍କଟରୁଦୁର୍ଗମୁ ସେ ମୋତେ ସେ ଉଦ୍ଧରୁ

  36. Couplet 36

    ଅସୁରଯୂଥର ଅଇରିନୃସିଂହ ମୋତେ ସେ ଉଦ୍ଧରି

  37. Couplet 37

    ଯାହାର ଅଟ୍ଟ…ହାସ ଶୁଣିକମ୍ପନ୍ତି ଏ ଦିଗ ଧରଣୀ

  38. Couplet 38

    ଦୈତ୍ୟପତ୍ନୀଙ୍କ ଗର୍ଭମାନେପଡ଼ନ୍ତି ଯେ ହାସ-ନିଃସ୍ୱନେ

  39. Couplet 39

    ସେ ପ୍ରଭୁ ଯୁଦ୍ଧଆଦି ସ୍ଥଳେମୋତେ ରଖନ୍ତୁ ଅବହେଳେ

  40. Couplet 40

    ପଥେ ରଖନ୍ତୁ ଯଜ୍ଞକଳ୍ପଅଖିଳାଧାର ବିଶ୍ୱରୂପ

  41. Couplet 41

    ଦଶନେ ଅବନୀ ଯେ ଧରିମୋତେ ସେ ବରାହ ଉଦ୍ଧରି

  42. Couplet 42

    ଅଦ୍ରିକୂଟରେ ପର୍ଶୁରାମପ୍ରବାସେ ରାମ ଯେ ଲକ୍ଷ୍ମଣ

  43. Couplet 43

    ଭରତ-ଅଗ୍ରଜଟି ଯେହୁସେ ମୋ ରକ୍ଷକ ସଦା ହେଉ

  44. Couplet 44

    ଅଖିଳ-ଚିନ୍ତା-ପ୍ରମାଦରୁସେ ନାରାୟଣ ରକ୍ଷାକରୁ

  45. Couplet 45

    ନରକ-ଶରୀରରୁ ମୋତେରକ୍ଷା କରିବେ ଜଗନ୍ନାଥେ

  46. Couplet 46

    ଆବର ନରରୂପୀ ହରିରଖନ୍ତୁ ଗର୍ବରୁ ଉଦ୍ଧରି

  47. Couplet 47

    ବିପତ୍ତିମାନ ହୋଇ ଯେତେରଖିବେ ଜଗନ୍ନାଥ ମୋତେ

  48. Couplet 48

    ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟରଖନ୍ତୁ ହୋଇ ସେ ସଦୟ

  49. Couplet 49

    କିପଳରୂପୀ ଦେବହରିରଖନ୍ତୁ କର୍ମବନ୍ଧ ହରି

  50. Couplet 50

    ଅନଙ୍ଗପୀଡ଼ାରୁ ଜଗତେସନତ୍କୁମାର ରଖୁ ମୋତେ

  51. Couplet 51

    ଦେବହେଳନାଦି ଦୋଷରୁହୟଗ୍ରୀବ-ମୂର୍ତ୍ତି ଉଦ୍ଧରୁ

  52. Couplet 52

    ଦେବତାଆରାଧନବିଘ୍ନୁନାରଦ ରଖନ୍ତୁ ମୋ ତନୁ

  53. Couplet 53

    କମଠରୂପୀ ଚକ୍ରଧରଅଶେଷପାପୁ ତ୍ରାହିକର

  54. Couplet 54

    ଅପଥ୍ୟଭୋଜନରୁ ମୋରଯେ ବ୍ୟାଧିଜନ୍ମେ ଅତିଘୋର

  55. Couplet 55

    ତାହା ନାଶିବେ ଧନ୍ୱନ୍ତରିଯେ ଦ୍ୱନ୍ଦ୍ୱଭୟଟି ମୋହରି

  56. Couplet 56

    ତହୁଁ ରଖିବେ ନାଭିସୁତଋଷଭ ନାମେ ଯେ ବିଦିତ

  57. Couplet 57

    ଦୁର୍ବାଦ-ଜନସମୂହରୁଯଜ୍ଞ ମୂରତି ରକ୍ଷା କରୁ

  58. Couplet 58

    ବଳବନ୍ତଙ୍କ ତହୁଁ ମୋତେରଖନ୍ତୁ ବଳଦେବ ନିତ୍ୟେ

  59. Couplet 59

    ସର୍ପଙ୍କ ପ୍ରତାପରୁ ମୋତେଶେଷରୂପୀ ରଖୁଯୁଗତେ

  60. Couplet 60

    ମୋହର ମନ ବୁଦ୍ଧି ବେନିରଖନ୍ତୁ ବ୍ୟାସ ମହାମୁନି

  61. Couplet 61

    ପାଷନିକର-ପ୍ରମାଦତହୁଁ ରଖିବେ ଦେବବୁଦ୍ଧ

  62. Couplet 62

    ଧର୍ମପାଳନେ ଅବତାରଯେ ପ୍ରଭୁ କଳ୍କିରୂପଧର

  63. Couplet 63

    କଳିର ପାପ ନାଶ କରିରଖନ୍ତୁ କଳ୍କିରୂପଧାରୀ

  64. Couplet 64

    ହେ ଦେବ ଇନ୍ଦ୍ର ଏ ବିଧିରେଧ୍ୟାୟିବ ଦିବା-ରଜନୀରେ

  65. Couplet 65

    ପ୍ରାତଃକାଳରେ କୃପା କରିମୋର ସକଳରିଷ୍ଟ ହରି

  66. Couplet 66

    କେଶବ ଗଦା ଧରି କରେମୋତେ ରଖନ୍ତୁ ପ୍ରଭାତରେ

  67. Couplet 67

    ଗୋବିନ୍ଦ ବେଣୁ ଧରି କରେରଖନ୍ତୁ ଦିବସଆଦ୍ୟରେ

  68. Couplet 68

    ପୂର୍ବାହ୍ନେ ଶକ୍ତି ଧରି ହସ୍ତେରଖନ୍ତୁ ନାରାୟଣ ମୋତେ

  69. Couplet 69

    ରଖନ୍ତୁ ବିଷ୍ଣୁ ଚକ୍ରଧରଦିବସ-ମଧ୍ୟମଭାଗର

  70. Couplet 70

    ଅପରାହ୍ନରେ ମଧୁହାରୀରଖନ୍ତୁ ଧନୁ କରେ ଧରି

  71. Couplet 71

    ରଖନ୍ତୁ ସାୟଂକାଳେ ମୋତେତ୍ରିଧାମା-ମାଧବ ତୁରିତେ

  72. Couplet 72

    ପ୍ରଦୋଷେ ରଖୁ ହୃଷୀକେଶଅଶେଷ ବ୍ରହ୍ମାର ଈଶ

  73. Couplet 73

    ଅର୍ଦ୍ଧରଜନୀ ବା ନିଶୀଥେରଖନ୍ତୁ ପଦ୍ମନାଭ ମୋତେ

  74. Couplet 74

    ଶ୍ରୀବ›ଧାମା ପରରାତ୍ରେଖଡ୍ଗଆୟୁଧ ଧରି ହସ୍ତେ

  75. Couplet 75

    ଅନୁସନ୍ଧ୍ୟାରେ ଦାମୋଦରରାତ୍ରିର ପ୍ରଭାତେ ବିଶ୍ୱେଶ୍ୱର

  76. Couplet 76

    କାଳମୂରତି-ଭଗବାନରଖନ୍ତୁ ମୋହର ଜୀବନ

  77. Couplet 77

    ଯେ ଚକ୍ର ତେଜ ଏ ସଂସାରେପ୍ରଳୟାନଳ ତୁଚ୍ଛ କରେ

  78. Couplet 78

    କୃଷ୍ଣରେ ପ୍ରଯୋଜିତ ହୋଇନିର୍ଭୟେ ଜଗତେ ଭ୍ରମଇ

  79. Couplet 79

    ତା ପାଦପଦ୍ମେ ମୋର ଶିରନିତ୍ୟେ କରଇ ନମସ୍କାର

  80. Couplet 80

    ସେ ଚକ୍ର ମୋର ଅରି-ସୈନ୍ୟଦହନ କରିବ ବହନ

  81. Couplet 81

    ପବନ ସହ ହୁତାଶନଦହଇ ଯେହ୍ନେ ଶୁଷ୍କତୃଣ

  82. Couplet 82

    ଗଦା ଅଶନି ପ୍ରାୟ ହୋଇମୋର ବିପକ୍ଷ ଦେହେ ଯାଇ

  83. Couplet 83

    ସ୍ଫୁଲିଙ୍ଗେ ଚୂର୍ଣ୍ଣକର ହିଆତୁମ୍ଭେ ଅଖିଳନାଥ-ପ୍ରିୟା

  84. Couplet 84

    ମୁହିଁ ଅଟଇ ତାର ଦାସମୋ ଶତ୍ରୁପକ୍ଷ କର ନାଶ

  85. Couplet 85

    କୁଷ୍ମା ବିନାୟକ ଯକ୍ଷଗୁହ୍ୟକ ଭୂତଗଣ ରକ୍ଷ

  86. Couplet 86

    ପିଶାଚ ପ୍ରେତ ମାତୃଗଣଶୀଘ୍ରେ କର ତୁ ପ୍ରମଥନ

  87. Couplet 87

    ହେ ପାଞ୍ଚଜନ୍ୟ ଶଙ୍ଖସାରକୃଷ୍ଣେ ପୂରିତ ହୋଇ ମୋର

  88. Couplet 88

    ଶତ୍ରୁର ହୃଦୟ କମ୍ପାଅନିଃସ୍ୱନେ ମହାଭୟ ଦିଅ

  89. Couplet 89

    ତୁ ହେ ଖଡଗ ତୀକ୍ଷ୍ଣ ଧାରଅଶେଷ ରିପୁ ନାଶ କର

  90. Couplet 90

    କୃଷ୍ଣରେ ହୋଇ ପ୍ରଯୋଜିତସକଳ ରିପୁ କର ଗ୍ରସ୍ତ

  91. Couplet 91

    ହେ ଶତଚନ୍ଦ୍ର ଧର୍ମ ଶୁଣଯେତେ ଅଛନ୍ତି ରିପୁଗଣ

  92. Couplet 92

    ତାହାଙ୍କ ଲୋଚନ ଆଚ୍ଛାଦଯେଣେ ହୋଇବ ଦୃଷ୍ଟିଭେଦ

  93. Couplet 93

    ଯହୁଁ ମୋ ଭୟଜାତ ହୋଇଗ୍ରହ ମନୁଷ୍ୟ କେତୁ ଯେହି

  94. Couplet 94

    ଯେ ସରୀସୃପ ଭୂତ ଆଦିହିଂସକ ପାପ ମନ୍ଦବାଦୀ

  95. Couplet 95

    ଶ୍ରୀକୃଷ୍ଣ-ରୂପ-ଅସ୍ତ୍ର ନାମଯେଣୁ ମୁଁ କଲି ସଂକୀର୍ତ୍ତନ

  96. Couplet 96

    ତାର ପ୍ରସାଦୁ ଯାଉ କ୍ଷୟଏ ଯେତେ ସର୍ବଦୁଷ୍ଟଭୟ

  97. Couplet 97

    ଯେ ମୋର ଶ୍ରେୟ ଆଚରଣେହିଂସା କରନ୍ତି ଦୁଷ୍ଟଗଣେ

  98. Couplet 98

    ଗରୁଡ ଭଗବାନ ମୋତେରକ୍ଷା କରିବେ ଅବିରତେ

  99. Couplet 99

    ରଖିବେ ବିଶ୍ୱକ୍ସେନ-ହରିଅଶେଷ କଷ୍ଟୁ ମୋତେ ତାରି

  100. Couplet 100

    ବିଷ୍ଣୁର ନାମ ରୂପ ଯାନଆବର ଆୟୁଧ ବାହନ

  101. Couplet 101

    ଏମାନେ ହୋଇ ପରସନ୍ନଆପଦୁ କରିବେ ମୋଚନ

  102. Couplet 102

    ପ୍ରଭୁ ନିକଟେ ଯେତେ ଗଣଅପରେ ବାହନ ଭୂଷଣ

  103. Couplet 103

    ବୁଦ୍ଧି ଇନ୍ଦ୍ରିୟ ମୋର ମନସର୍ବେ ରଖନ୍ତୁ ମୋର ପ୍ରାଣ

  104. Couplet 104

    ଯେମନ୍ତେ ପ୍ରଭୁ ଭଗବାନସତ-ଅସତର କାରଣ

  105. Couplet 105

    ଏହି କବଚୁ ମୋର ସର୍ବନଷ୍ଟ ହୁଅନ୍ତୁ ଉପଦ୍ରବ

  106. Couplet 106

    ଆତ୍ମା ଅଶେଷ-ପ୍ରାଣୀଙ୍କରସକଳ-କାର୍ଯ୍ୟରୁ ବାହାର

  107. Couplet 107

    ଭୂଷଣ ଆୟୁଧ ସ୍ୱନାମଧରନ୍ତି ସ୍ୱମାୟାରେ ଭିନ୍ନ

  108. Couplet 108

    ଏମନ୍ତ ପରମଈଶ୍ୱରରକ୍ଷାକରନ୍ତୁ ମୋ ଶରୀର

  109. Couplet 109

    ସର୍ବଜ୍ଞ ଭଗବାନ ହରିସର୍ବ-ସ୍ୱରୂପେ ରୂପ ଧରି

  110. Couplet 110

    ସଦା ସର୍ବତ୍ର ସର୍ବଠାରୁସତ୍ୟ-ପ୍ରମାଣେ ରକ୍ଷାକରୁ

  111. Couplet 111

    ଦିଗ ବିଦିଗ ଅଧ ଉର୍ଦ୍ଧ୍ବରଖନ୍ତୁ ନରସିଂହ ଦେବ

  112. Couplet 112

    ସ୍ୱନରେ ଲୋକଭୟ ଧ୍ୱଂସେସ୍ୱତେଜେ ସର୍ବତେଜ ନାଶେ

  113. Couplet 113

    ଭୋ ଇନ୍ଦ୍ର ଶୁଣ ମୋ ବଚନକହିଲି ବର୍ମ-ନାରାୟଣ

  114. Couplet 114

    ତୁମ୍ଭେ ଏ ବର୍ମକୁ ଧାରଣଶରୀରେ କର ଦେବଗଣ

  115. Couplet 115

    ଅସୁରଯୂଥପଙ୍କୁ ଯୁଦ୍ଧେଜୟ କରିବ ଅପ୍ରମାଦେ

  116. Couplet 116

    ହତ ହୋଇବେ ଯାତୁଧାନେସ୍ୱର୍ଗ ଲଭିବେ ଦେବଗଣେ

  117. Couplet 117

    ତେଜ ଗୁଣ ଯେତେ ଆୟୁଧପୁଣି ହିଁ ଲଭିବ ସମ୍ପଦ

  118. Couplet 118

    ମୋର ଭକତ ଲୋକଙ୍କରହିଂସା ନୋହିବ ପୁନର୍ବାର

  119. Couplet 119

    ପୁଣି କହନ୍ତି ବିଶ୍ୱରୂପକହିବା ଶୁଣ ସାଧୁ ନୃପ

  120. Couplet 120

    ଏ ବିଦ୍ୟା ଯାରତହିଁ ଥାଇଯେ ଯାକୁ ଦୃଷ୍ଟିରେ ଦେଖଇ

  121. Couplet 121

    ପାଦେ ବା ସ୍ପରଶ କରଇତା ଗାତ୍ରେ ଭୟ ନ ରହଇ

  122. Couplet 122

    ଏ ବିଦ୍ୟା ଯେହୁ ଧରିଥାଇଭୀତି ତାହାର କାହିଁ ନାହିଁ

  123. Couplet 123

    ରାଜା ତସ୍କର ଗ୍ରହ ଆଦିଯେ ଦୁଷ୍ଟଗଣ ନାନାବ୍ୟାଧି

  124. Couplet 124

    ଏ ବିଦ୍ୟା ପୂର୍ବେ ଦ୍ୱିଜ ଏକଧରିଣ ଥିଲା କଉଶିକ

  125. Couplet 125

    ମରୁଭୂମିରେ ବସି ସେହିଯୋଗ ଧାରଣେ ନିଜ ଦେହୀ

  126. Couplet 126

    ତେଜିଲା ତହିଁ ଦ୍ୱିଜବରଶୁଣ କହିବା ସୁନାସୀର

  127. Couplet 127

    ଗନ୍ଧର୍ବପତି ଏକଦିନେତାହାର ଉପରେ ବିମାନେ

  128. Couplet 128

    ଯାଉଣ ଥିଲା ଚିତ୍ରରଥଅମରକନ୍ୟାରେ ବେଷ୍ଟିତ

  129. Couplet 129

    ଯହିଁ ବ୍ରାହ୍ମଣ ମରିଥିଲାତାହାର ଉର୍ଦ୍ଧ୍ବେ ଯହୁଁ ଗଲା

  130. Couplet 130

    ଗଗନୁ ପଡିଲା ତକ୍ଷଣେବିମାନ ଗଲା ତାର କେଣେ

  131. Couplet 131

    ପଡିଲା ଅଧୋମୁଖସଭୟେ ଚକିତେ ଚାହଁଇ

  132. Couplet 132

    ବାଳଖିଲ୍ୟାର ବାକ୍ୟ ଶୁଣିତକ୍ଷଣେ ବିପ୍ର-ଅସ୍ଥି ଆଣି

  133. Couplet 133

    ନଦୀରେ ନେଇ ପକାଇଲାମନରେ ବିସ୍ମୟ ହୋଇଲା

  134. Couplet 134

    ସରସ୍ୱତୀରେ କରି ସ୍ନାନଶୀଘ୍ରେ ସେ କଲାକ ଭୋଜନ

  135. Couplet 135

    ପୁଣି ବିମାନ ଆରୋହିଲାସୁଖେ ସେ ନିଜପୁରେ ଗଲା

  136. Couplet 136

    ଯେ ଏହା ଶ୍ରବଣରେ ଶୁଣିଆଦର କରି ଧରେ ପ୍ରାଣୀ

  137. Couplet 137

    ସେ ସର୍ବପାପୁଁ ହୋଏ ପାରସର୍ବେ କରନ୍ତି ନମସ୍କାର

  138. Couplet 138

    ଇନ୍ଦ୍ର ବିଶ୍ୱରୂପର ତହିଁଏ ମହାବିଦ୍ୟା ଶିକ୍ଷାପାଇ

  139. Couplet 139

    ସଂଗ୍ରାମେ ଅସୁର ଜିଣିଲେତ୍ରୈଲୋକ୍ୟେ ଲକ୍ଷ୍ମୀ ଭୋଗକଲେ

  140. Couplet 140

    ବୋଲଇ ଜଗନ୍ନାଥ ଦ୍ୱିଜଗୋବିନ୍ଦନାମ ନିତ୍ୟେ ଭଜ

Odia Bhagabata skandha 6 adhyaya 8 | Parbani by ParibhaAsha App