Skip to content
paribhaasha

Skandha 6

Adhyaya 7

  1. Couplet 1

    କେଉଁ ହେତୁରୁ ଆଙ୍ଗିରସଦେବଙ୍କୁ କଲେ ଅବିଶ୍ୱାସ

  2. Couplet 2

    ନିଜର ଶିଷ୍ୟ ଦେବଗଣେବର୍ଜିଲେ ତାଙ୍କୁ କି କାରଣେ

  3. Couplet 3

    ଏକଥା କହ ମୁନିବରଯେବେ କରୁଣା ମୋତେ କର

  4. Couplet 4

    ଶୁଣ କହିବା ଯା ପଚାରଯେହେତୁ ଛାଡିଲେ ଅମର

  5. Couplet 5

    ଏକ କାଳରେ ପୁରୁହୂତଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ

  6. Couplet 6

    ନିରତେ ଅସତ-ମାର୍ଗରେପ୍ରବୃତ୍ତ ହେଲେ ସେ ଗର୍ବରେ

  7. Couplet 7

    ପବନ ବସୁ ରୁଦ୍ରଗଣଆଦିତ୍ୟ ଯେତେ ଋଭୁ ପୁଣ

  8. Couplet 8

    ବିଶ୍ୱଦେବା ସାଧ୍ୟ ସହିତେଅଶ୍ୱିନୀକୁମାର ସମେତେ

  9. Couplet 9

    ସିଦ୍ଧ ଗନ୍ଧର୍ବ ଯେ ଚାରଣବ୍ରହ୍ମା ଶଙ୍କର ମୁନିଗଣ

  10. Couplet 10

    କିନ୍ନର ବିଦ୍ୟାଧରଗଣସେବିତ ଅପସରାମାନ

  11. Couplet 11

    ପତଙ୍ଗ ଉରଗ ଯେ ଆଦିସେବନ୍ତି ଯେ ଯାହା ପ୍ରସିଦ୍ଧି

  12. Couplet 12

    ସ୍ତୁତି କରନ୍ତି ବନ୍ଦୀଗଣଆସ୍ଥାନେ ବସି ମଘବାନ

  13. Couplet 13

    ଲଳିତେ କେହୁ ଗୀତ ଗାଇଚାମର ଧରି କେ ବିଞ୍ଚଇ

  14. Couplet 14

    ଚନ୍ଦ୍ରମଣ୍ଡଳ ପ୍ରାୟ ହୋଇଯେ ଶ୍ୱେତଛତ୍ର ଶୋଭାପାଇ

  15. Couplet 15

    ଅନ୍ୟ ଯେ ପାରିଷଦଗଣବିଞ୍ଚନ୍ତି ଘେନିର ବ୍ୟଜନ

  16. Couplet 16

    ଶଚୀ ସଙ୍ଗତେ ଦେବରାୟେରତ୍ନଆସନରେ ବିଜୟେ

  17. Couplet 17

    ଏମନ୍ତ ସମୟେ ରାଜନକହିବା ଶୁଣ ଏକମନ

  18. Couplet 18

    ପରମଗୁରୁ ଦେବଙ୍କରପ୍ରବେଶ ହେଲେ ସେ ସଭାର

  19. Couplet 19

    ପୂଜିତ ମୁନିମାନଙ୍କରବନ୍ଦିତ ସୁରାସୁରଙ୍କର

  20. Couplet 20

    ତାହାଙ୍କ ପ୍ରତି ଆନ କରିଅଭିବାଦନକୁ ନ କରି

  21. Couplet 21

    ଏମନ୍ତେ ମୁନିଙ୍କି ଦେଖିଲେଇନ୍ଦ୍ର ଆସନୁ ନ ଉଠିଲେ

  22. Couplet 22

    ସେଠାରୁ ଶୀଘ୍ରେ ଆଙ୍ଗିରସମଉନେ ମନ୍ଦିରେ ପ୍ରବେଶ

  23. Couplet 23

    ଶ୍ରୀମଦେ ଇନ୍ଦ୍ରର ବିକ୍ରିୟାମନେ ଜାଣିଲେ ମୁନି ଏହା

  24. Couplet 24

    ତାହାଙ୍କ ବିନୁ କେ ପଣ୍ଡିତସ୍ୱର୍ଗ-ରକ୍ଷଣେ ସମରଥ

  25. Couplet 25

    ତକ୍ଷଣେ ଇନ୍ଦ୍ରଜାଣି କରିଗୁରୁ-ଅପରାଧ ବିଚାରି

  26. Couplet 26

    ଆତ୍ମାକୁ ଇନ୍ଦ୍ର ନିନ୍ଦା କଲେଅନେକ ସନ୍ତାପ ପାଇଲେ

  27. Couplet 27

    ବଡ଼ ଅସାଧୁପଣ କଲିମୁଁ ଅଳ୍ପବୁଦ୍ଧିକି ପାଇଲି

  28. Couplet 28

    ଗୁରୁ-ଆଚାର୍ଯ୍ୟଙ୍କୁ ସଭାରେନିନ୍ଦିଲି ଐଶ୍ୱର୍ଯ୍ୟ-ମଦରେ

  29. Couplet 29

    ମୁଁ ଦେବମାନଙ୍କ ଈଶ୍ୱରକଲି ଅସୁରଙ୍କ ବେଭାର

  30. Couplet 30

    ଯେ ମହାରାଜ-ଚିହ୍ନ ବହିମନରେ ମତ୍ତଗର୍ବ ବହି

  31. Couplet 31

    ଧର୍ମଧରତା ଯେଉଁମାନେସାଧୁ ପଣ୍ଡିତ ଯେତେ ଜନେ

  32. Couplet 32

    ତାହାଙ୍କୁ ଦେଖି ନ ଉଠନ୍ତିସେମାନେ ଧର୍ମ ନ ଜାଣନ୍ତି

  33. Couplet 33

    କୁପଥ ଦେଖାନ୍ତି ଯେ ଜନନରକେ ପଡ଼ନ୍ତି ବହନ

  34. Couplet 34

    ତାହାଙ୍କ ବୋଲ ଯେ କରନ୍ତିପାଷାଣଭେଳା ଆବୋରନ୍ତି

  35. Couplet 35

    ସ୍ୱଭାବେ ଗରୁ ଯେ ପାଷାଣତାହାର ଆଶ୍ରୟେ ମରଣ

  36. Couplet 36

    ଏବେ ଅମରଗଣଙ୍କରଆଚାର୍ଯ୍ୟ ଅଗାଧବୁଦ୍ଧିର

  37. Couplet 37

    ମୁଁ ମୂଢ ସେହି ବ୍ରାହ୍ମଣରପୟରେ ମଣ୍ଡିବି ମୋ ଶିର

  38. Couplet 38

    ତାଙ୍କୁ କରାଇଲେ ପ୍ରସନ୍ନଦୁଃଖ ମୋ ହୋଇବ ଦହନ

  39. Couplet 39

    ଏମନ୍ତ ଚିନ୍ତା ମନେ କରିଗୁରୁ-ଭୁବନେ ଆଗୁ ସରି

  40. Couplet 40

    ଗୁରୁ ତା ଆଗମନ ଦେଖିଗୃହକୁ ଗଲେ ସେ ଉପେକ୍ଷି

  41. Couplet 41

    ଗୁରୁଦରଶନ ନ ପାଇଭୟ-ଶୋକରେ ଯୁକ୍ତ ହୋଇ

  42. Couplet 42

    ଆତ୍ମାର ଅକୁଶଳ ଜାଣିଚିନ୍ତିତ ହେଲେ ବଜ୍ରପାଣି

  43. Couplet 43

    ଅସୁରମାନେ ତାହା ଜାଣିଶୁକ୍ର-ମନ୍ତ୍ରଣା ପରିମାଣି

  44. Couplet 44

    ଦେବଙ୍କ ନାଶ ବିଚାରନ୍ତିସ୍ୱଭାବେ ଦୁର୍ମଦ ହୁଅନ୍ତି

  45. Couplet 45

    ତାହାଙ୍କ ବାଣେ ମଘବାନଦେବଙ୍କ ଦେହ ହେଲା କ୍ଷୀଣ

  46. Couplet 46

    ବ୍ରହ୍ମା-ଛାମୁକୁ ଦେବେ ଗଲେଏ ସର୍ବକଥା ନିବେଦିଲେ

  47. Couplet 47

    ଛନ୍ନଚିତ୍ତରେ ଦେବଗଣନମିଲେ ବ୍ରହ୍ମାଙ୍କ ଚରଣ

  48. Couplet 48

    ଦୁଃଖିତ ଦେଖି ଦେବଗଣସ୍ୱୟମ୍ଭୁ ଅଜ ଭଗବାନ

  49. Couplet 49

    ପରମକୃପାଯୁକ୍ତ ହୋଇକିଛି ବୋଇଲେ ସ୍ନେହବହି

  50. Couplet 50

    ହେ ଦେବ ଶୁଣ କହୁଁ ଆମ୍ଭେଅତ୍ୟନ୍ତ-ମନ୍ଦ କଲ ତୁମ୍ଭେ

  51. Couplet 51

    ଯେ ବ୍ରହ୍ମବାଦୀ ସୁବ୍ରାହ୍ମଣତାହାଙ୍କୁ କଲ ଅବମାନ

  52. Couplet 52

    ତୁମ୍ଭଙ୍କୁ ସେ ପାପ-କାରଣେଜିଣିଲେ ତେଣୁ ଶତ୍ରୁଗଣେ

  53. Couplet 53

    ତୁମ୍ଭଙ୍କୁ ନ ଜିଣନ୍ତି ବାଦେଏବେ ଜିଣିଲେ ଅପ୍ରମାଦେ

  54. Couplet 54

    ହେ ଇନ୍ଦ୍ର ଶୁଣ ସାବଧାନେଗୁରୁଙ୍କୁ ଲଙ୍ଘିଲ ଅଜ୍ଞାନେ

  55. Couplet 55

    ଶୁକ୍ରଙ୍କୁ ଆରାଧି ଅସୁରସୁଖେ ଲଭିଲେ ତୁମ୍ଭ ପୁର

  56. Couplet 56

    ଗୋ ବିପ୍ର ଗୋବିନ୍ଦ ଯାହାରଠାକୁର ବିଘ୍ନ କାହିଁ ତାର

  57. Couplet 57

    ଅଶେଷପ୍ରାଣୀଙ୍କ ଈଶ୍ୱରଶୁଭ କରିବେ ଚକ୍ରଧର

  58. Couplet 58

    ବିଶ୍ୱରୂପକୁ ବେଗେ ଭଜତୁମ୍ଭର କରିବେ ଯେ କାର୍ଯ୍ୟ

  59. Couplet 59

    ସେ ବିପ୍ର ପ୍ରସନ୍ନ ହୋଇଲେତୁମ୍ଭର ଦୁଃଖ ଯିବ ଭଲେ

  60. Couplet 60

    ଶୁକ କହିଲେ ଶୁଣ ରାୟେବ୍ରହ୍ମା ଯେ କହିଲେ ଉପାୟେ

  61. Couplet 61

    ଶୁଣି ଦେବତାଏ ହରଷବ୍ରହ୍ମା ଏହି ଉପଦେଶ

  62. Couplet 62

    ଋଷିଙ୍କ ଠାବକୁ ସେ ଗଲେହରଷେ ଆଲିଙ୍ଗନ କଲେ

  63. Couplet 63

    ଏ ଅନନ୍ତରେ ହୃଷ୍ଟ ହୋଇଦେବେ କହିଲେ କଥା ଏହି

  64. Couplet 64

    ଆମ୍ଭେ ଅତିଥି ହେଲୁ ଯହୁଁତୁମ୍ଭ ଆଶ୍ରମେ ଶୁଭ ହେଉ

  65. Couplet 65

    ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣକର ଏ ଯଥୋଚିତ ଧର୍ମ

  66. Couplet 66

    ଉତ୍ତମପୁତ୍ରଙ୍କର ଧର୍ମଯେ ପିତୃଗଣ ଶୁଶ୍ରୂଷଣ

  67. Couplet 67

    ଗୃହସ୍ଥଜନଙ୍କ ଏ ଧର୍ମଅଧିକେ ବ୍ରହ୍ମଚାରୀ କର୍ମ

  68. Couplet 68

    ଆଚାର୍ଯ୍ୟ ବ୍ରହ୍ମାର ମୂରତିପିତା ପ୍ରତ୍ୟକ୍ଷେ ପ୍ରଜାପତି

  69. Couplet 69

    ଭ୍ରାତା ଯେ ମୂରତି ଇନ୍ଦ୍ରରମାତା ସାକ୍ଷାତ ପୃଥିବୀର

  70. Couplet 70

    ଭଗିନୀ ଦୟାର ମୂରତିଧର୍ମର ମୂରତି ଅତିଥି

  71. Couplet 71

    ଅଗ୍ନି-ମୂରତି ଅଭ୍ୟାଗତଆତ୍ମାର ମୂର୍ତ୍ତି ସର୍ବଭୂତ

  72. Couplet 72

    ଶତ୍ରୁ ସକାଶୁ ପରାଭବଯେଣେ ପିତାଙ୍କ ଆର୍ତ୍ତିଭାବ

  73. Couplet 73

    ଏହି କାରଣୁ ମୁନିବରତପସ୍ୟା ସାଧି ଦୂର କର

  74. Couplet 74

    ଗୁରୁ ଉପାଧ୍ୟାୟ ବ୍ରାହ୍ମଣବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ

  75. Couplet 75

    ତୁମ୍ଭଙ୍କୁ କଲୁ ପୁରୋହିତଶତ୍ରୁଙ୍କୁ ଜିଣିବୁ ତୁରିତ

  76. Couplet 76

    କାର୍ଯ୍ୟର ପ୍ରୟୋଜନ ପାଇଁକନିଷ୍ଠ-ପୂଜା ନିନ୍ଦା ନୋହି

  77. Couplet 77

    ବେଦରେ ଯାର ଜ୍ଞାନ ନାହିଁଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି

  78. Couplet 78

    ବୟସେ ହେଲେ ହେଁ କନିଷ୍ଠଜ୍ଞାନରେ ଅଟ ତୁମ୍ଭେ ଜ୍ୟେଷ୍ଠ

  79. Couplet 79

    ତାହାଙ୍କୁ ପୁରୋହିତ ପଣେବରଣ କଲେ ଦେବଗଣେ

  80. Couplet 80

    ମୁନି ବିଶ୍ୱରୂପ ହସିଲେଦେବତାମାନଙ୍କୁ ବୋଇଲେ

  81. Couplet 81

    ଭୋ ଦେବଗଣେ କହୁଁ ଶୁଣତୁମ୍ଭେ ଯେ ଅଖିଳକାରଣ

  82. Couplet 82

    ନିନ୍ଦିତ-କାର୍ଯ୍ୟ ପୌରୋହିତ୍ୟେକିମ୍ପା ଆରାଧ ତୁମ୍ଭେ ମୋତେ

  83. Couplet 83

    ହେ ଅଧୀଶ୍ୱର ତୁମ୍ଭେ ଶୁଣଅର୍ଥେ ମୋ ନାହିଁ ପ୍ରୟୋଜନ

  84. Couplet 84

    କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣକରି ବଞ୍ଚଇ ମୁହିଁ ଦିନ

  85. Couplet 85

    କିମ୍ପାଇ ତୁଚ୍ଛବୁଦ୍ଧି କରିପୁରୋହିଁତପଣ ଆଚରି

  86. Couplet 86

    ଅଜ୍ଞାନୀଲୋକ ଏହି କର୍ମପାଇ ହୁଅନ୍ତି ମହାପ୍ରେମ

  87. Couplet 87

    ତଥାପି ତୁମ୍ଭର କଥାରେଏହା କେ ଅସ୍ୱୀକାର କରେ

  88. Couplet 88

    କିନ୍ତୁ ତୁମ୍ଭେ ଯେ ମୋର ଗୁରୁଆମ୍ଭେ ଯେ ଅବଜ୍ଞା ନ କରୁ

  89. Couplet 89

    ତୁମ୍ଭର ଯେତେ କଥାମାନସାଧିବୁ ଶୁଣ ଦେବଗଣ

  90. Couplet 90

    ଏ ଅନନ୍ତରେ ବିଶ୍ୱରୂପବରଣ ହୋଇ ଶୁଣ ନୃପ

  91. Couplet 91

    ଶ୍ରୀକୃଷ୍ଣ ବୋଲିଣ ସୁମରିପରମ ସମାଧିରେ କରି

  92. Couplet 92

    ଶୁକ୍ରର ବିଦ୍ୟାବଳୁ କରିଅସୁରଙ୍କର ଯଶ ଶିରୀ

  93. Couplet 93

    ନିଶ୍ଚୟେ କରିଥିଲେ ନାଶଶୁଣ ରାଜନ ଇତିହାସ

  94. Couplet 94

    ବୈଷ୍ଣବୀବିଦ୍ୟା ବୋଲି ଯାହାଇନ୍ଦ୍ରର ଅର୍ଥେ ଆଣି ତାହା

  95. Couplet 95

    ଇନ୍ଦ୍ରଙ୍କୁ ଆଣି ତାହା ଦେଲେଯାହାକୁ ଅସୁରେ ଶଙ୍କିଲେ

  96. Couplet 96

    ସେ ବିଦ୍ୟାପ୍ରଭାବରୁ ଇନ୍ଦ୍ରଜିଣିଲା ଯେ ଦାନବବୃନ୍ଦ

  97. Couplet 97

    ମହତ ବିଶ୍ୱରୂପ ଧୀରଦେଲେ ଇନ୍ଦ୍ରଙ୍କୁ ବିଦ୍ୟାସାର

  98. Couplet 98

    ଇନ୍ଦ୍ରର ଗୁରୁଦ୍ରୋହ-ଦୋଷକହିଲେ ଜଗନ୍ନାଥ ଦାସ

Odia Bhagabata skandha 6 adhyaya 7 | Parbani by ParibhaAsha App