Skandha 6
Adhyaya 10
Couplet 1
ଏ ରୂପେ ଇନ୍ଦ୍ରକୁ କହିଣବିଶ୍ୱଭାବନ-ଭଗବାନ
Couplet 2
ଦେବତାମାନେ ଦେଖୁଥିଲେତକ୍ଷଣେ ଅନ୍ତର୍ଦ୍ଧାନହେଲେ
Couplet 3
ଶ୍ରୀକୃଷ୍ଣ ଆଜ୍ଞା ପରମାଣେମାଗିଲେ ଯାଇ ଦେବଗଣେ
Couplet 4
ମହତଋଷି ଆଥର୍ବଣଯା ତହୁଁ ଇନ୍ଦ୍ର-ପରିତ୍ରାଣ
Couplet 5
ହରଷେ ଋଷି ଆଥର୍ବଣବୋଇଲେ ଦେବଗଣେ ଶୁଣ
Couplet 6
ଜନ୍ତୁଙ୍କ ପ୍ରାଣ ପରିତ୍ରାଣେଦୁସ୍ତର-ଦୁଃଖ ନିବାରଣେ
Couplet 7
ତୁମ୍ଭେ ସ୍ୱଭାବେ ଦେବଗଣମରଣଦୁଃଖକୁ ନ ଜାଣ
Couplet 8
ଜୀବନ ପାଇଁ ପ୍ରାଣୀଙ୍କରସୁତ-କଳତ୍ର ଏ ସଂସାର
Couplet 9
ଏମନ୍ତ ପ୍ରାଣୀ ଅଛି କାହିଁଜୀବନ ମାଗିଲେ ଦିଅଇ
Couplet 10
ଯେବେ ମାଗିବେ ନାରାୟଣତେବେ ବା କେ ଦେବ ଜୀବନ
Couplet 11
ଯେ ପ୍ରାଣୀ ସର୍ବଭୂତଠାରେଆତ୍ମାର ପ୍ରାୟ ଦୟାକରେ
Couplet 12
ଈଷତମାତ୍ରେ ଦେଇ ପ୍ରାଣକରଇ ପ୍ରାଣୀ ପରିତ୍ରାଣ
Couplet 13
ତୁମ୍ଭର ପ୍ରାୟ ପୁଣ୍ୟଶ୍ଳୋକଯେ ଅବା ପୁଣ୍ୟବନ୍ତ ଲୋକ
Couplet 14
ତାହାର ଏମନ୍ତ ବିଚାରସେ ନ ଜାଣଇ ପରାପର
Couplet 15
ଅଜ୍ଞାନ ପାଣୀ ଯେଉଁମାନେପର ସଙ୍କଟ ଯେ ନ ଘେନେ
Couplet 16
ଯାଚଞ୍ଜା ଶ୍ରେଷ୍ଠଲୋକଙ୍କରକେବେହେଁ ନୋହେ ହତାଦର
Couplet 17
ଭୋ ଦେବରାଜ ଦେବବୃନ୍ଦଧର୍ମ କହିଲ ମୋକ୍ଷପ୍ରଦ
Couplet 18
ଏ ଯେ ମୋହର ନିଜ ଦେହଛାଡିବି ନ କର ସନ୍ଦେହ
Couplet 19
ଦେହକୁ ଧରି ଯେଉଁଜନନ କରେ ଯଶ-ପୁଣ୍ୟକର୍ମ
Couplet 20
ତାହାକୁ ଆତ୍ମଘାତୀ କହିସ୍ଥାବରୁ ଅଧିକଟି ସେହି
Couplet 21
ଯେ ପ୍ରାଣୀ ପରଦୁଃଖେ ଦୁଃଖୀପରସୁଖରେ ମହାସୁଖୀ
Couplet 22
ଅବ୍ୟୟ ଅକ୍ଷୟ ଏ ଧର୍ମକହନ୍ତି ପୁଣ୍ୟଶୋକଜନ
Couplet 23
ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେକ୍ଷଣଭଙ୍ଗୁର ଦେହେ ନରେ
Couplet 24
କରନ୍ତି ଆତ୍ମସ୍ୱାର୍ଥଭେଦଇହଲୋକରେ ଅପବାଦ
Couplet 25
ଏମନ୍ତ କହି ଆଥର୍ବଣନିଶ୍ଚଳ କରି ଆତ୍ମାମନ
Couplet 26
ପରମବ୍ରହ୍ମେ ନିବେଶିଲେସଂଯମେ ଶରୀର ଛାଡିଲେ
Couplet 27
ମନ-ବୁଦ୍ଧି ବ୍ରହ୍ମେ ନିବେଶିଏହି ଯୋଗରେ କରି ଋଷି
Couplet 28
ତେଜିଣ ଗଲେ ସେ ଶରୀରଜାଣିଲେ ଦେବ-ପୁରନ୍ଦର
Couplet 29
ଏଥୁ ଅନ୍ତରେ ଦେବରାଜବିଶ୍ୱକର୍ମା-ନିର୍ମିତ ବଜ୍ର
Couplet 30
ମୁନି-ଅସ୍ଥିରେ ସୁନିର୍ମିତଶ୍ରୀକୃଷ୍ଣ-ତେଜରେ ମିଶ୍ରିତ
Couplet 31
ବିଷ୍ଣୁ ଆଜ୍ଞାରେ ତତପରସେ ବଜ୍ର ଧରି ପୁରନ୍ଦର
Couplet 32
ସେ ଦେବଗଣରେ ବେଷ୍ଟିତଆରୋହି ଗଜ-ଐରାବତ
Couplet 33
ମୁନିଗଣରେ ସ୍ତୁତ ହୋଇତ୍ରୈଲୋକ୍ୟ ହରଷ କରାଇ
Couplet 34
ବୃତ୍ରମାରଣେ ଦେବରାଜସୈନ୍ୟ ସହିତେ ହେଲେ ସଜ
Couplet 35
ଅଶେଷବଳ ସଙ୍ଗେ ଲଇଁଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ
Couplet 36
ଏ ଅନନ୍ତରେ ହେ ରାଜନକହିବା ଏକମନେ ଶୁଣ
Couplet 37
ସୁର-ଅସୁରଙ୍କର ରଣଅତ୍ୟନ୍ତ-ପରମ-ଦାରୁଣ
Couplet 38
ତ୍ରେତୟାଯୁଗର ଆଦ୍ୟରେହୋଇଲା ନର୍ମଦାତୀରରେ
Couplet 39
ରୁଦ୍ର ବସୁ ପୁଣି ଆଦିତ୍ୟେବହ୍ନି ପିତୃ ଅଶ୍ୱିନୀସୁତେ
Couplet 40
ସାଧ୍ୟ ବିଶ୍ୱଦେବା ମରୁତରୁଭୁ ଦେବଗଣେ ବେଷ୍ଟିତ
Couplet 41
ବିରାଜମାନ ସମ୍ପଦରେବଜ୍ରକୁ ଧରି ନିଜ କରେ
Couplet 42
ଏ ଭାବେ ଇନ୍ଦ୍ରକୁ ଦେଖିଲେଅସୁରେ କ୍ରୋଧରେ ଧାଇଁଲେ
Couplet 43
ନମୁଚି ଦ୍ୱିମୂର୍ଦ୍ଧା ଶମ୍ବରଅନର୍ବା ଋଷଭ-ଅସୁର
Couplet 44
ହୟଗ୍ରୀବ ଯେ ବିପ୍ରଚିତ୍ତିଅୟୋମୁଖ ହେତି ପ୍ରହେତି
Couplet 45
ଶଙ୍କୁଶିରା ଯେ ବୃଷପର୍ବଉତ୍କଳ ପୁଲୋମା-ଦାନବ
Couplet 46
ଦାନବ ଦୈତ୍ୟଗଣ ଦକ୍ଷଅସଂଖ୍ୟ ଆବର ଯେ ରକ୍ଷ
Couplet 47
ସୁମାଳୀ ମାଳୀ ଆଦି ଯେତେସୁବର୍ଣ୍ଣେ ହୋଇଣ ମଣ୍ଡିତେ
Couplet 48
ଇନ୍ଦ୍ରର ସେନାର ଅଗ୍ରତେବଳେ ଓଗାଳିଲେ ତୁରିତେ
Couplet 49
ଇନ୍ଦ୍ରଙ୍କ ସେନାର ସମୂହକାଳହୁଁ ଅତି ଦୁରାଶୟ
Couplet 50
ନିଃଶଙ୍କେ ଦେଇ ସିଂହନାଦପୂରିଲେ ଦାନବ ଦୁର୍ମଦ
Couplet 51
ଗଦା ପରିଘ ବାଣ ପ୍ରାସମୁଦ୍ଗର ତୋମର ଅଶେଷ
Couplet 52
ଶୂଳ ଖଡ଼ଗ ପରଶ୍ୱଧଶତଘ୍ନୀ ଭୂଷଣ୍ଡୀ ଆୟୁଧ
Couplet 53
ଏ ଯେତେ ଅସ୍ତ୍ରଶସ୍ତ୍ରମାନଦେବଙ୍କୁ କଲେ ପ୍ରହାରଣ
Couplet 54
ଅସୁର-ଶର-ବରଷଣେଦୁଶ୍ୟ ନୁହନ୍ତି ଦେବଗଣେ
Couplet 55
ପୁଣ ପୁଣହିଁ ପଡିବାରେନକ୍ଷତ୍ର ଯେସନେ ମେଘରେ
Couplet 56
ଯେ ଶସ୍ତ୍ର-ତେଜ ଦାନବରକିଛି ନ କଲା ଦେବଙ୍କର
Couplet 57
ଯେତେ ଅସୁରଙ୍କ ଆୟୁଧସକଳ ଦେବେ କଲେ ଛେଦ
Couplet 58
ଏଥୁ ଅନ୍ତରେ ଶୂନ୍ୟହସ୍ତଦାନବେ ଅତ୍ୟନ୍ତ କୋପିତ
Couplet 59
ଶିଳାର ସଙ୍ଗେ ଦ୍ରୁମମାନଦେବଙ୍କୁ କଲେ ପ୍ରହାରଣ
Couplet 60
ପୁଣିହିଁ ଇନ୍ଦ୍ର-ସୈନ୍ୟଗଣତକ୍ଷଣେ କଲେ ତା ଛେଦନ
Couplet 61
ପ୍ରତାପ ଦେଖି ଦେବଙ୍କରକୋପେ ଦାନବେ ଖରତର
Couplet 62
ପୁଣି ପଥର ଘେନି କରେପିଟିଲେ ଦେବଙ୍କ ଉପରେ
Couplet 63
ବିବିଧ ଗିରିଶୃଙ୍ଗମାନଦେବଙ୍କୁ କଲେ ପ୍ରହାରଣ
Couplet 64
ଦୈତ୍ୟେ ନିଷ୍ଫଳକାର୍ଯ୍ୟ ହୋଇଆତ୍ମା ଦେହକୁ ନିନ୍ଦା ବହି
Couplet 65
ଯାହାକୁ ରଖନ୍ତି ଈଶ୍ୱରଅସୁରେ କେତେକ ମାତର
Couplet 66
ଆତ୍ମାର ଦମ୍ଭ ଯହୁଁ ହତଦେଖି ଅସୁରେ ଭୟଚିତ୍ତ
Couplet 67
ସ୍ୱଭାବେ ବିଷ୍ଣୁର ବିମୁଖରଣେ ଲଭିଲେ ମହାଦୁଃଖ
Couplet 68
ସ୍ୱାମୀକି ଛାଡି ସଂଗ୍ରାମରେପଳାଇଗଲେ ପ୍ରାଣଡରେ
Couplet 69
ବୃତ୍ର ଅସୁର-ଚୂଡାମଣିସୈନ୍ୟ ପଳାନ୍ତି ବୋଲି ଜାଣି
Couplet 70
ଆପଦ ଦେଖି ବୃତ୍ରାସୁରକହଇ ବଚନ ମଧୁର
Couplet 71
ଅତି ଭୟରେ ରଣ ଛାଡିପଳାନ୍ତି ହୋଇ ମଡାମଡି
Couplet 72
ଏମନ୍ତ ଦେଖି ବୃତ୍ରାସୁରସୈନ୍ୟଙ୍କୁ ବୋଲଇ ଉତ୍ତର
Couplet 73
ହେ ବିପ୍ରଚିତ୍ତି ଅନର୍ବନନମୁଚି ଶୁଣ ମୋ ବଚନ
Couplet 74
ଜାତ ହୋଇଲେ ଏ ସଂସାରମରଣ ଧ୍ରୁବଟି ତାହାର
Couplet 75
ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାରସାର ବୋଲନ୍ତି ଏ ସଂସାର
Couplet 76
ବ୍ରହ୍ମ-ଭାବନେ ଦେଇ ଚିତ୍ତଯେ ପ୍ରାଣୀ ପ୍ରାଣ ହୋଏ ହତ
Couplet 77
ଯେ ରଣକ୍ଷେତ୍ରେ ପ୍ରାଣ ଦେଇବୀରଶଯ୍ୟାରେ ରହେ ଶୋଇ
Couplet 78
ବୋଲଇ ଦାସ ଜଗନ୍ନାଥଇନ୍ଦ୍ର-ବୃତ୍ର ଯୁଦ୍ଧ-ଚରିତ
Couplet 79
ସୁଜନେ ଏଣେ କର ଆଶମୁଁ ତୁମ୍ଭ ଦାସଙ୍କର ଦାସ
Couplet 80
ଯେ ଏହା ଶ୍ରବଣେ ଶୁଣନ୍ତିସକଳ-ପାପକୁ ନାଶନ୍ତି