Skandha 6
Adhyaya 11
Couplet 1
କହନ୍ତି ଶୁକ-ବ୍ରହ୍ମବେତ୍ତାଇନ୍ଦ୍ର-ବୃତ୍ରର ଯୁଦ୍ଧକଥା
Couplet 2
ସ୍ୱାମୀର ଧର୍ମକଥା ଭୃତ୍ୟେଆରତେ ନ ଘେନିଲେ ଚିତ୍ତେ
Couplet 3
ଶୁଣି ସମସ୍ତେ ପଳାଇଲେସଭୟେ ସଂଗ୍ରାମ ଛାଡିଲେ
Couplet 4
କାଳଅନଳ-ତେଜେ ଯେହ୍ନେଅସୁରଙ୍କର ସୈନ୍ୟମାନେ
Couplet 5
କାଳ-ପ୍ରତିକୂଳରୁ କରିଅନାଥ ପ୍ରାୟେ ସେ ଆଚରି
Couplet 6
ଗରୁଡ ପନ୍ନଗକୁ ଧରିତେସନେ ଦେବେ ଦୈତ୍ୟ ମାରି
Couplet 7
ସକଳେ ଇତସ୍ତତଃ ହୋଇପଳାନ୍ତି ପ୍ରାଣଭୟ ପାଇ
Couplet 8
ଏମନ୍ତ ଦେଖି ସୈନ୍ୟଗଣଅସୁର କୋପ ଗରୁଟାଣ
Couplet 9
ଦେବଙ୍କୁ ଆବୋରି ଆପଣେଭର୍ତ୍ସନା କରଇ ବହନେ
Couplet 10
ପଳାଉଛନ୍ତି ଯେ ଅସୁରତାଙ୍କୁ ପଛରୁ କିମ୍ପା ମାର
Couplet 11
ଭୟେ ପଳାନ୍ତି ଯେଉଁଜନତାଙ୍କ ବଧ କି ଭଲ ମଣ
Couplet 12
ଏମନ୍ତ ବଳବନ୍ତଙ୍କରସ୍ୱର୍ଗ-ପ୍ରାପତି ଯେ ଦୁସ୍ତର
Couplet 13
ଏତେ ବୋଲିଣ ତାଙ୍କୁ କହିଦେବଗଣଙ୍କୁ କ୍ରୋଧ ବହି
Couplet 14
ଆତ୍ମ-ଶରୀର ପ୍ରକାଶିଲାଦେବଙ୍କୁ ଭୟ ଦେଖାଇଲା
Couplet 15
ଅସୁର କଲା ଘୋରନାଦବ୍ରହ୍ମାଣ୍ଡେ ପୂରିଲା ଶବଦ
Couplet 16
ଲୋକେ ହୋଇଲେ ହତଜ୍ଞାନଦେବେ ଶୁଣିଲେ ତାର ସ୍ୱନ
Couplet 17
ସେ ନାଦ ଶୁଣି ଦେବଗଣେମୂର୍ଚ୍ଛିତ ହୋଇ ହତଜ୍ଞାନେ
Couplet 18
ବିକଳେ ପଡିଲେ ଭୂମିରେବଜ୍ର ପଡିଲା ଯେହ୍ନେ ଶିରେ
Couplet 19
ଚକ୍ଷୁ ବୁଜିଣ ଦେବଗଣେପଡି ଅଛନ୍ତି ଘୋରରଣେ
Couplet 20
ଦ୍ୱର୍ମଦ ରଣରଙ୍ଗେ ବୀରପାଦେ ମର୍ଦ୍ଦିଲା ବୃତ୍ରାସୁର
Couplet 21
ଅବନୀ କମ୍ପେ ପାଦଭରେଶୂଳ ଘେନିଣ ନିଜ କରେ
Couplet 22
ଭ୍ରମଇ ସଂଗ୍ରାମ-ଭୂମିରେଯେସନେ ମତ୍ତ-କରିବରେ
Couplet 23
ତାହାକୁ ଦେଖି ବଜ୍ରଧରକୋପେ କମ୍ପଇ ଥରହର
Couplet 24
ମହାଗଦାରେ ଦେବବରବୃତ୍ରକୁ କଲେ ସେ ପ୍ରହାର
Couplet 25
ଦୁଃସହ-ଗଦା ଆସିବାରେବୃତ୍ର ଧଇଲା ବାମକରେ
Couplet 26
ଇନ୍ଦ୍ରର ଗଦା ଘେନି କରସେହି ଗଦାରେ ବୃତ୍ରାସୁର
Couplet 27
ଐରାବତର କୁତ୍ସସ୍ଥଳେଦାନବ ପ୍ରହାରିଲା ବଳେ
Couplet 28
ତାହାର ଏ କର୍ମ ଦେଖିଣସକଳେ କଲେ ଧନ୍ୟ ଧନ୍ୟ
Couplet 29
ବୃତ୍ର ଗଦାରେ ଐରାବତବଜ୍ରରେ ଯେହ୍ନେ ଗିରିହତ
Couplet 30
ରଣେ ସେ ବିମୁଖ ହୋଇଲାଇନ୍ଦ୍ରକୁ ଘେନି ବାହୁଡିଲା
Couplet 31
ଅତ୍ୟନ୍ତ ହୋଇଣ ଆରତବାହୁଡିଗଲା ଧନୁସାତ
Couplet 32
ଚକିତେ ହୋଇ ଛନ୍ନଚିତ୍ତଏମନ୍ତେ ଦେବ ପୁରହୂତ
Couplet 33
ବୃତ୍ର ଅସୁର ପୁନର୍ବାରଇନ୍ଦ୍ରକୁ ନ କଲା ପ୍ରହାର
Couplet 34
ଇନ୍ଦ୍ର ଅମୃତସ୍ରାବୀ କରଦେଇଣ ହସ୍ତୀ କୁମ୍ଭସ୍ଥଳ
Couplet 35
ଆଶ୍ୱାସ କରି ଦେବବରରହିଲେ ବୃତ୍ରର ଆଗର
Couplet 36
ସଂଗ୍ରାମ କରିବାରେ ଆଶେଇନ୍ଦ୍ରକୁ ଦେଖି ନିଜ ପାଶେ
Couplet 37
ଭ୍ରାତାର ହନ୍ତା ବଜ୍ରାୟୁଧଦେଖି ଅସୁର କଲା କ୍ରୋଧ
Couplet 38
ସ୍ମରଣ କଲା ଭ୍ରାତୃନାଶଶୋକ-ମୋହେ ହୋଇ ବିରସ
Couplet 39
ବୋଲଇ ଇନ୍ଦ୍ର ମୋ ବଚନଶୁଣ ତୁ ହୋଇ ସାବଧାନ
Couplet 40
ଭାଗ୍ୟବଶରୁ ତୁ ମୋହରସଂଗ୍ରାମେ ମିଳିଲୁ ଛାମୁର
Couplet 41
ମୋହର ଭ୍ରାତୃନାଶକାରୀଆଜ ନାଶିବି ତୋର ଶିରୀ
Couplet 42
ମୋହର ଶୂଳେ ହୃଦ ତୋରନିଶ୍ଚୟେ କରିବି ବିଦାର
Couplet 43
ଯେଉଁ କାରଣେ ମୋ ଅଗ୍ରଜଅପାପୀ ଆତ୍ମଜ୍ଞାନୀ ଦ୍ୱିଜ
Couplet 44
ଖଡ଼ଗେ କରି ତୋର ଶିରଛେଦିଲୁ ତୁହି ଦୁରାଚାର
Couplet 45
ପଶୁର ପ୍ରାୟେକ ମାଇଲୁସ୍ୱର୍ଗଭୋଗକୁ ବାଞ୍ଛା କଲୁ
Couplet 46
ଲଜ୍ଜା ସମ୍ପଦ ଦୟା କୀର୍ତ୍ତିସବୁ ଛାଡିଲୁ ମୂଢ଼ମତି
Couplet 47
ମୋର ତ୍ରିଶୂଳେ ତୋ ଶରୀରନାଶ ହୋଇବ ଦୁରାଚାର
Couplet 48
ଅଗ୍ନି ନ କରିବ ଦହନଖାଇବେ ଗୃଧ୍ର କୃମି ଶ୍ୱାନ
Couplet 49
ଯେତେ ତୋ ସଙ୍ଗେ ଦୁଷ୍ଟଜନେଶସ୍ତ୍ର ଧରିଣଛନ୍ତି ରଣେ
Couplet 50
ଯେ ମୋତେ ପ୍ରହାରକୁ କଲେତାହାଙ୍କୁ ଛାଡ଼ିବି କି ଭଲେ
Couplet 51
ତ୍ରିଶୂଳ କରିଣ ପ୍ରହାରକନ୍ଧ ଛେଦିବି ଏହାଙ୍କର
Couplet 52
ଏଥୁଉତ୍ତାରେ ପାଇ ଜ୍ଞାନଇନ୍ଦ୍ରକୁ ବୋଲଇ ବଚନ
Couplet 53
ଭୋ ଇନ୍ଦ୍ର ଦେବଙ୍କ ଠାକୁରକୁଳିଶେ ମୋର ଶିର ହର
Couplet 54
ଆତ୍ମାକୁ ବଳି ମୁହିଁ ଦେବିଶ୍ରୀକୃଷ୍ଣ-ଚରଣ ଭଜିବି
Couplet 55
ଭୋ ଦେବ ଦେବଙ୍କ ଈଶ୍ୱରବଜ୍ର କିମ୍ପାଇଁ ନ ପ୍ରହାର
Couplet 56
ଅଗ୍ରେ ଯେ ଅଛି ଉଭା ହୋଇସଂଶୟ କର କାହିଁପାଇଁ
Couplet 57
ଗଦା ପ୍ରାୟେ ବଜ୍ର ନ ମଣବଜ୍ର ମୋ ମରଣ କାରଣ
Couplet 58
ଆପଣା ତେଜେ ବଜ୍ରଧରଦେବଙ୍କ ଅଇରି ସଂହାର
Couplet 59
ବିଷ୍ଣୁ-ଯନ୍ତ୍ରିତ ଦେବବରବିଜୟ ହୋଇବ ତୁମ୍ଭର
Couplet 60
ସଙ୍କରଷଣ ଯଥୋଚିତେଯାହା ସେ କହିଛନ୍ତି ମୋତେ
Couplet 61
ଶ୍ରୀକୃଷ୍ଣ-ପାଦପଙ୍କଜରେମନ ମୁଁ ନିବେଶିବି ସ୍ଥିରେ
Couplet 62
ତୁମ୍ଭର ବଜ୍ରରେ ମୋହରହୋଇବ ମୋହପାଶ ଦୂର
Couplet 63
ଯେ ଗତି ଯୋଗୀ ଯୋଗେପାଇସେ ଗତି ପାଇବଇଁ ମୁହିଁ
Couplet 64
ତିନିଭୁବନ ପ୍ରାଣୀଙ୍କରବହୁତ ସମ୍ପଦ ଯାହାର
Couplet 65
ଉଦ୍ବେଗ ଆଧି ଗର୍ବ ଆରକଳତ୍ର ସ୍ନେହ ଯେ ଅପାର
Couplet 66
ତ୍ରିବର୍ଗ ଦୁଃଖ ଭକ୍ତଙ୍କରନାଶନ୍ତି ପ୍ରଭୁ ଚକ୍ରଧର
Couplet 67
ଦୁର୍ଲ୍ଲଭ ଯେ ପ୍ରଭୁ ପ୍ରସାଦତେଣୁ ଲଭନ୍ତି ଅପ୍ରମାଦ
Couplet 68
ଭୋ ପ୍ରଭୁ ତୁମ୍ଭ ପଦ୍ମପାଦେଭୃତ୍ୟର ଭୃତ୍ୟ ମୁଁ ଆନନ୍ଦେ
Couplet 69
ହୋଇବି ଏ ମୋହର ମନସେବା କରିବି ଅନୁକ୍ଷଣ
Couplet 70
କୀର୍ତ୍ତନ-କର୍ମ ଯେ ତୁମ୍ଭରକରୁ ମୋ ବଚନ ଶରୀର
Couplet 71
ସ୍ୱର୍ଗଲୋକରେ ଇନ୍ଦ୍ର ପଦବ୍ରହ୍ମଲୋକେ ବ୍ରହ୍ମସମ୍ପଦ
Couplet 72
ପାତାଳଭୋଗ ଯୋଗ ଯେହିସପତଦ୍ୱୀପେ ରାଜାହୋଇ
Couplet 73
ଏଣେ ମୋହର ନାହିଁ ଇଚ୍ଛାତୋ ପାଦସେବାରେ ମୋ ବାଞ୍ଛା
Couplet 74
ଯୋଗସିଦ୍ଧି ଅବା ମୋକ୍ଷରେକାର୍ଯ୍ୟ ମୋ ନାହିଁ ଏହାଙ୍କରେ
Couplet 75
ଏକାନ୍ତଭକ୍ତି ତୁମ୍ଭ ପାଦବାଞ୍ଛା କରଇ ଚକ୍ରାୟୁଧ
Couplet 76
ଅଜାତପକ୍ଷ-ଖଗ ଯେହ୍ନେମାତା ଲୋଡ଼ଇ ଅନୁକ୍ଷଣେ
Couplet 77
କ୍ଷୁଧାର୍ତ୍ତ ହୋଇଣ ବାଛୁରୀମାତାସ୍ତନକୁ ଇଚ୍ଛା କରି
Couplet 78
ପ୍ରବାସୀ-ପତି-ପ୍ରିୟା ଯେହ୍ନେଲୋଡ଼ଇ ମୋ ମନ ତେସନେ
Couplet 79
ଭୋ ପ୍ରଭୁ କମଳଲୋଚନତୋ ପାଦେ ରହୁ ମୋର ମନ
Couplet 80
ଆପଣା କର୍ମବନ୍ଧେ ଜଡିସଂସାରଚକ୍ରେ ଅଛି ପଡି
Couplet 81
ଏମନ୍ତ ପାପୀ ମୁହିଁ ଯହୁଁଉତ୍ତମଲୋକ ସଙ୍ଗ ହେଉ
Couplet 82
ଯେ ଗୃହବନ୍ଧ-ପାଶ ମୋରଭୋ ନାଥ ଛେଦ ଦାମୋଦର
Couplet 83
ଦାରା-ତନୟ-ଗୃହେ ମୋରଭୋ ନାଥ ମନ ମୋ ନକର
Couplet 84
ଅସୁରବାଣୀ ସୁଧାମୟଶୁଣି ସକଳ ପାପକ୍ଷୟ
Couplet 85
ଭୁବନମଙ୍ଗଳ ଏ ବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 86
ବୋଲଇ ଦାସ ଜଗନ୍ନାଥଇନ୍ଦ୍ର-ବୃତ୍ରାସୁର ଚରିତ