Skandha 6
Adhyaya 12
Couplet 1
ଶୁକ କହନ୍ତି ହରଷିତଇନ୍ଦ୍ର - ବୃତ୍ରାସୁର ଚରିତ
Couplet 2
ଏମନ୍ତେ ସଂଗ୍ରାମେ ଅସୁରଛାଡିବ ବୋଲି କଳେବର
Couplet 3
ଜୟରୁ ଭଲ ମୋ ମରଣମନରେ କଲା ହେ ରାଜନ
Couplet 4
ଶୂଳ ଧରିଣ ବୃତ୍ରାସୁରଧାଇଁଲା ଇନ୍ଦ୍ରର ଉପର
Couplet 5
ଯେମନ୍ତେ କଇଟଭ ବୀରଧାଇଁଲା ବିଷ୍ଣୁଙ୍କ ଉପର
Couplet 6
ଯୁଗାନ୍ତଅଗ୍ନିପ୍ରାୟ ତେଜେସେ ଶୂଳ ଅତ୍ୟନ୍ତ ବିରାଜେ
Couplet 7
ବୃତ୍ର ଅସୁରଚୂଡାମଣିଇନ୍ଦ୍ରଙ୍କୁ ପ୍ରହାରିଲା ଆଣି
Couplet 8
ଘୋରଶବଦ ରୋଷେ କଲାପାପିଷ୍ଠ ମଲୁ ତୁ ବୋଇଲା
Couplet 9
ଆକାଶୁ ଗ୍ରହ-ଉଲ୍କାମାନଖସି ପଡିଲେ ତତକ୍ଷଣ
Couplet 10
ଦୁର୍ଜୟ ଦେଖିଣ ଅସୁରଭୟେ କମ୍ପିଲେ ସୁରନର
Couplet 11
ବଜ୍ର ଧରିଣ ଦେବରାଜଛେଦିଲେ ତାର ଏକଭୁଜ
Couplet 12
ପରିଘ ଘେନି ଆରକରେଧାଇଁଲା ଇନ୍ଦ୍ରର ଉପରେ
Couplet 13
କ୍ରୋଧରେ ପରିଘ ଉଞ୍ଚାଇଇନ୍ଦ୍ରକୁ ପ୍ରହାରିଲା ନେଇ
Couplet 14
ଇନ୍ଦ୍ରହସ୍ତୁ ବଜ୍ର ଖସିଲାଅଧୋଭୂମିରେ ସେ ପଡିଲା
Couplet 15
ଅଦ୍ଭୁତ ଦେଖି ବୃତ୍ରକର୍ମସୁର ଚାରଣ ସିଦ୍ଧଗଣ
Couplet 16
ସକଳେ କଲେ ଧନ୍ୟ ଧନ୍ୟଇନ୍ଦ୍ର ସଙ୍କଟେ ଛନ୍ନ ମନ
Couplet 17
ଯେତେକ ସୈନ୍ୟ ଇନ୍ଦ୍ରଙ୍କରସକଳେ କଲେ ହାହାକାର
Couplet 18
ଲଜ୍ଜାରେ ବୃତ୍ରର ଅଗ୍ରତେବଜ୍ର ନ ନେଲେ ଇନ୍ଦ୍ର ହସ୍ତେ
Couplet 19
ଇନ୍ଦ୍ରଙ୍କୁ ଚାହିଁ ବୃତ୍ରାସୁରବଚନ କହଇ ମଧୁର
Couplet 20
ମନରେ ବିଷାଦ ନ କରବଜ୍ର ଧରିଣ ବେଗେ ମାର
Couplet 21
ଯୁଦ୍ଧ ଇଚ୍ଛଇ ଯେଉଁ ନରଦୁସ୍ତର ଜୟଟି ତାହାର
Couplet 22
ଯେ ଜନ ରଣେ ଭୀତ ହୋଇଜୟର ଲେଶ ତାର ନାହିଁ
Couplet 23
ଉତ୍ପତ୍ତି-ପାଳନ-ସଂହାରଯେ ପ୍ରଭୁ ଏହାଙ୍କ ଈଶ୍ୱର
Couplet 24
ସର୍ବଜ୍ଞ ଆଦି ସନାତନଅଖିଳ-ପୁରୁଷ ପୁରାଣ
Couplet 25
ତା ବିନୁ ଜୟ ବା ଅଜୟକାହାର ବୋଲେ ହୋଇ କହ
Couplet 26
ଯେ ପ୍ରଭୁ ଅଖିଳର ଈଶଅଖିଳଲୋକ ଯାର ବଶ
Couplet 27
କାଳସ୍ୱରୂପ ଯେ ଈଶ୍ୱରମୃତ୍ୟୁ ଅମୃତ୍ୟୁ ରୂପଧର
Couplet 28
ସକଳ ହେତୁ ସେ ଅଟଇତାହାଙ୍କୁ ଅଜ୍ଞ ନ ଜାଣଇ
Couplet 29
କାଷ୍ଠର ପିତୁଳୀ ଯେସନଜଗତ ତାହାର ଭିଆଣ
Couplet 30
ଯେମନ୍ତେ ଯନ୍ତ୍ରମୟ-ମୃଗପ୍ରାଣୀ ତା ବଶେ ମହାଭାଗ
Couplet 31
ପ୍ରକୃତି-ପୁରୁଷ ଯେ ଦୁଇତା ବିନୁ ଜଡପ୍ରାୟେ ହୋଇ
Couplet 32
ସୃଷ୍ଟିକରତା ଅବା କେହିତା ବିନୁ ଯେତେକ ଅଛଇ
Couplet 33
ସକଳ ଆତ୍ମାରୂପ ସେହିଅଜ୍ଞାନୀ ଜାଣିବ ବା କାହିଁ
Couplet 34
ସେହି ପ୍ରାଣୀଙ୍କି ସୃଷ୍ଟିକରିପ୍ରତିପାଳନକୁ ଆଚରି
Couplet 35
ଗ୍ରାସଇ କାଳରୂପ ହୋଇଧର୍ମ-ଅଧର୍ମ ରୂପ ସେହି
Couplet 36
ଆୟୁ ସମ୍ପଦ କୀର୍ତ୍ତି ଯେତେପ୍ରାଣୀର ହୁଅଇ ଯୁଗତେ
Couplet 37
ସେ ଯାକୁ ପ୍ରସନ୍ନ ହୁଅଇଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ
Couplet 38
ସୁଖ ଦୁଃଖ ମୃତ୍ୟୁ ଜୀବିତଏ ସର୍ବ ଈଶ୍ୱର-ଆୟତ୍ତ
Couplet 39
ଏ ଘେନି ଇନ୍ଦ୍ର ସମ ହୁଅହର୍ଷ-ବିଷାଦକୁ ନ ପାଅ
Couplet 40
ସେ ସତ୍ତ୍ୱ ରଜ ତମ ଜାଣପ୍ରକୃତିଗୁଣ ଏ ପ୍ରମାଣ
Couplet 41
ଆତ୍ମାଟି ସାକ୍ଷୀ ବୋଲି ଜାଣସେ ଯାକୁ ହୁଅଇ ପ୍ରସନ୍ନ
Couplet 42
ସଂସାରେ ବଦ୍ଧ ସେ ନୁହଇସକଳ ପାପୁଁ ସେ ତରଇ
Couplet 43
ରଣରେ ଛିନ୍ନଭୁଜ ହୋଇଭୋ ଇନ୍ଦ୍ର ଦେଖ ମୁଁ ଅଛଇ
Couplet 44
ଜୟ ବା ଅଜୟ କାହାରଜାଣିବ କେ ବିନା ଈଶ୍ୱର
Couplet 45
ଶରସମୂହ ପଶାକାଠିଏ ଚତୁରଙ୍ଗବଳ ଗୋଟି
Couplet 46
ଜୀବନ ହୁଡ଼ ଜୁଆ ରଣେକେ ଜାଣି କେ ହାରେ କେ ଜିଣେ
Couplet 47
ଶୁଣ ପରୀକ୍ଷ ନୃପମଣିବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି
Couplet 48
ବୃତ୍ରକୁ ଧନ୍ୟ ଧନ୍ୟ କରିହସି ବୋଇଲେ ବଜ୍ରଧାରୀ
Couplet 49
ଆହେ ଦାନବ ସିଦ୍ଧ ତୁହିତେଣୁ ତୋ ସିଦ୍ଧମତି ହୋଇ
Couplet 50
ସକଳ-ଆତ୍ମାର ଈଶ୍ୱରଭଜିଲୁ ଚରଣ ତାଙ୍କର
Couplet 51
ଜଗମୋହିନୀ-ବିଷ୍ଣୁ ମାୟାଦାନବ ଛେଦିଲୁ ତୁ ତାହା
Couplet 52
ଅଇରିଭାବ କରି ଦୂରକଲୁ ତୁ ସ୍ୱର୍ଲୋକ ଆଚାର
Couplet 53
ଅହୋ ଆଶ୍ଚର୍ଯ୍ୟ ବଡ଼ ମୋରସ୍ୱଭାବେ ରଜଗୁଣ ତୋର
Couplet 54
ଅଖିଳବ୍ରହ୍ମାଣ୍ତର ପତିତା ତହିଁ ତୋର ଦୃଢ଼ମତି
Couplet 55
ପରମବହ୍ମ ହରି ଯେହିତା ତହିଁ ଯାର ଭକ୍ତି ହୋଇ
Couplet 56
ଅମୃତସିନ୍ଧୁରେ ସେ ଜନକ୍ରୀଡା କରିବ ଅନୁକ୍ଷଣ
Couplet 57
କି କାର୍ଯ୍ୟ କୂପଜଳେ ତାରସେ ସ୍ୱର୍ଗଭୋଗଟି ଅସାର
Couplet 58
ଅନ୍ୟୋନ୍ୟେ ଧର୍ମକୁ କହିଲେପୁଣି ହିଁ ଯୁଦ୍ଧ ଆରମ୍ଭିଲେ
Couplet 59
ସମ୍ମୁଖେ ବୀର ଦୁଇଜଣକରି ଲାଗିଲେ ଘୋରରଣ
Couplet 60
ବୃତ୍ର ପରିଘ କରେ ଲଇଇନ୍ଦ୍ରକୁ ପ୍ରହାରିଲା ଧାଇଁ
Couplet 61
ପରିଘ ଘେନି ବାମକରେଶବଦ କଲା ମହାଘୋରେ
Couplet 62
କର ପରିଘ ଏକାବେଳେଇନ୍ଦ୍ର ଛେଦିଲେ ଅବହେଳେ
Couplet 63
ବୃତ୍ରର ଗଲା ଦୁଇକରରକତେ ହୋଏ ଜରଜର
Couplet 64
ପକ୍ଷ ଛିଡ଼ନ୍ତେ ବଜ୍ରାଘାତେଯେସନେ ଦିଶନ୍ତି ପର୍ବତେ
Couplet 65
ଆୟୁଧ ଭୁଜ ଯହୁଁ ଗଲାସେ ବୃତ୍ର ମହାକ୍ରୋଧ କଲା
Couplet 66
ଅଧର ଚାପି କ୍ରୋଧଭରଶରୀର ବିସ୍ତାରେ ଅସୁର
Couplet 67
ଅଧର ହନୁ ତା ଭୂମିରେଉପର ହନୁ ତା ସ୍ୱର୍ଗରେ
Couplet 68
ଆକାଶ ଗଭୀର ମୁଖରେଲିହଇ କଠୋର ଜିହ୍ୱାରେ
Couplet 69
କାଳର ପ୍ରାୟେ ଦନ୍ତମାନଗ୍ରାସିବ ଯେହ୍ନେ ତ୍ରିଭୁବନ
Couplet 70
ଅତ୍ୟନ୍ତ ଶରୀର ବିସ୍ତାରିଧାମଇଁ ଯେହ୍ନେ ମହାଗିରି
Couplet 71
ପାଦେ ଅବନୀ କମ୍ପାଇଲାଇନ୍ଦ୍ରର ନିକଟେ ମିଳିଲା
Couplet 72
ଇନ୍ଦ୍ରକୁ ଗଜେନ୍ଦ୍ର ସହିତଗିଳିଲା ବୃତ୍ର ମହାଦୈତ୍ୟ
Couplet 73
ସ୍ୱଭାବେ ଗିଳିଲା ଅସୁରଗଜକୁ ଯେହ୍ନେ ସର୍ପବର
Couplet 74
ଦେଖି ଇନ୍ଦ୍ରକୁ ଗିଳିବାରବ୍ରହ୍ମାଦି ଯେତେ ସୁରନର
Couplet 75
ସକଳେ କଲେ ହାହାକାରଇନ୍ଦ୍ରକୁ ଗିଳିଲା ଅସୁର
Couplet 76
ଅସୁର-ଉଦରରେ ଥାଇନାଶ ନୋହିଲା ସୁରସାଇଁ
Couplet 77
ମହାପୁରୁଷ ଧ୍ୟାନ କରିଯୋଗମାର୍ଗକୁ ସେ ଆବୋରି
Couplet 78
ପେଟଚିରିଲେ ବଜ୍ରେ ତାରଗର୍ଭରୁ ହୋଇଲେ ବାହାର
Couplet 79
ଆପଣାବଳେ ଦେବବରବଜ୍ରେ ଛେଦିଲେ ତାର ଶିର
Couplet 80
ବଜ୍ରହିଁ ଅତିବେଗେ ଗଲାକନ୍ଧରୁ ମସ୍ତକ କାଟିଲା
Couplet 81
ସମ୍ପୂର୍ଣ୍ଣ ସମ୍ବତ୍ସର କାଳେଶିର ତା ପଡିଲାକ ତଳେ
Couplet 82
ଆକାଶେ ଦୁନ୍ଦୁଭି ତକ୍ଷଣେଶବଦ କଲେ ଦେବଗଣେ
Couplet 83
ସିଦ୍ଧ-ଗନ୍ଧର୍ବ-ଋଷିଗଣେଆନନ୍ଦେ ହରଷିତ ମନେ
Couplet 84
ବୃତ୍ରଶତ୍ରୁକୁ ସ୍ତୁତିକଲେହରଷେ ପୁଷ୍ପ ବରଷିଲେ
Couplet 85
ବୃତ୍ରର ତହୁଁ ଜ୍ୟୋତିରୂପବାହାର ହୋଇଲା ହେ ନୃପ
Couplet 86
ସକଳେ ଦେଖୁଥିଲେ ରହିସାଲୋକ୍ୟ ପାଇଲା ସେ ତହିଁ
Couplet 87
ବୋଲଇ ଦାସ ଜଗନ୍ନାଥଇନ୍ଦ୍ର-ବୃତ୍ର-ଯୁଦ୍ଧ-ବୃତ୍ତାନ୍ତ