Skip to content
paribhaasha

Skandha 6

Adhyaya 13

  1. Couplet 1

    ବୃତ୍ର ହୋଇଲା ଯହୁଁ ହତଶୁଣି ହରଷ ତ୍ରିଜଗତ

  2. Couplet 2

    ଯେତେ ଏ ଦିଗପାଳଗଣନିଶ୍ଚିନ୍ତ ହୋଇଲେ ତକ୍ଷଣ

  3. Couplet 3

    ଇନ୍ଦ୍ରର ବିନୁ ଯେତେ ଜନହରଷ ହୋଇଲେ ରାଜନ

  4. Couplet 4

    ଅମର ଦେବଋଷିଗଣପିତୃ ଦୈବତ ଯେତେ ପୁଣ

  5. Couplet 5

    ବ୍ରହ୍ମା ଶଙ୍କର ବଜ୍ରଧରଗଲେ ସେ ଯେ ଯାହା ମନ୍ଦିର

  6. Couplet 6

    ଭୋ ମୁନି ହୁଅ ସାବଧାନଏହା ଶୁଣିବାକୁ ମୋ ମନ

  7. Couplet 7

    କିମ୍ପା ହରଷ ଦେବଗଣେଇନ୍ଦ୍ର ବିଷାଦ କି କାରଣେ

  8. Couplet 8

    କିମ୍ପାଇଁ ତାଙ୍କ ଦୁଃଖମନକହିବ ମୋତେ ତପୋଧନ

  9. Couplet 9

    କହିବା ଏଥିର କାରଣନମଇଁ ତୁମ୍ଭର ଚରଣ

  10. Couplet 10

    ବୃତ୍ର ବିକ୍ରମ ଦେଖି ଦେବେମହତ ଋଷି ଆଦି ସର୍ବେ

  11. Couplet 11

    କହିଲେ ଇନ୍ଦ୍ରଙ୍କୁ ସେ ଯାଇଭୟେ ଉଦ୍ଦେଗ ମନ ହୋଇ

  12. Couplet 12

    ଭୋଦେବଦେବଙ୍କ ଈଶ୍ୱରବୃତ୍ର ଅସୁରକୁ ସଂହର

  13. Couplet 13

    ବୃତ୍ର ଯେ ବ୍ରାହ୍ମଣକୁମରଇନ୍ଦ୍ର ନ କଲେ ସିଉକାର

  14. Couplet 14

    ଯେବେ ମାରିଲି ବିଶ୍ୱରୂପଘେନିଲି ବ୍ରହ୍ମହତ୍ୟା ପାପ

  15. Couplet 15

    ଭୂ ଜଳ ସ୍ତିରୀ ଦ୍ରୁମମାନେପାପ ଘେନିଲେ ବିଦ୍ୟମାନେ

  16. Couplet 16

    ଏବେ ବୃତ୍ରକୁ ବିନାଶିବିକେମନ୍ତେ ପାପୁଁ ନିସ୍ତରିବି

  17. Couplet 17

    ଇନ୍ଦ୍ରବଚନେ ଋଷିଗଣଶୁଣି ସେ କହନ୍ତି ବଚନ

  18. Couplet 18

    ଅଶ୍ୱମେଧ-ଯଜ୍ଞକୁ କରିଏ ପାପ ନାଶିବୁ ତୋହରି

  19. Couplet 19

    ମହାପୁରୁଷ ଆତ୍ମାପରଅଖିଳ-ଜଗତ-ଈଶ୍ୱର

  20. Couplet 20

    ଯେ ଦେବ ପ୍ରଭୁ ନାରାୟଣଯଜ୍ଞରେ କରାଇ ପ୍ରସନ୍ନ

  21. Couplet 21

    ବୃତ୍ରର ବଧୁ ଦେବବରଅବହେଳାରେ ହେବୁ ପାର

  22. Couplet 22

    ବ୍ରାହ୍ମଣ ଗୁରୁ ପିତାମାତାଯେ ଜନ ଆଚାର୍ଯ୍ୟର ହନ୍ତା

  23. Couplet 23

    ଶ୍ୱାନକୁ ଖାଇ ଅବା ଯେହୁଶୁଣ କହିବା ମହାବାହୁ

  24. Couplet 24

    ଯେବା ବୃଷଳୀପତି ହୋଇସୁରାପାନ ଯେବା କରଇ

  25. Couplet 25

    ଗୋବିନ୍ଦନାମ ଯେହୁ ଧରେଏ ସର୍ବ ପାପୁଁ ସେହୁ ତରେ

  26. Couplet 26

    ମହାଯଜ୍ଞକୁ କରି ତୁହିଜପିବୁ ପ୍ରଭୁ ଭାବଗ୍ରାହୀ

  27. Couplet 27

    ତାଙ୍କ ପ୍ରସନ୍ନେ ଦେବବରଦୁରିତ କେତେକ ମାତର

  28. Couplet 28

    ଶୁଣିଣ ଋଷିଙ୍କ ବଚନଶତ୍ରୁ ମାଇଲେ ମଘବାନ

  29. Couplet 29

    ତକ୍ଷଣେ ବ୍ରହ୍ମହତ୍ୟା ଗଲାଇନ୍ଦ୍ରଦେବଙ୍କୁ ଆଶ୍ରେ କଲା

  30. Couplet 30

    ତାହାଙ୍କୁ ଦେଖି ଦୁଃଖ ପାଇଦେବେନ୍ଦ୍ର ଗଲାକ ପଳାଇ

  31. Couplet 31

    ଚାଣ୍ଡାଳୀ ରୂପକୁ ଧଇଲାଇନ୍ଦ୍ରର ପଛେ ଗୋଡାଇଲା

  32. Couplet 32

    ବୃଦ୍ଧାରୂପକୁ ଧରି ସେହିଯକ୍ଷ୍ମାରୋଗରେ ଗ୍ରସ୍ତହୋଇ

  33. Couplet 33

    ଶୋଣିତପ୍ରାୟେ ବସ୍ତ୍ର ତାରବିବର୍ଣ୍ଣ କେଶ ମସ୍ତକର

  34. Couplet 34

    ରହ ରହ ବୋଲି ଡାକଇଆମିଷଗନ୍ଧ ତାର ଦେହୀ

  35. Couplet 35

    ଆକାଶେ ସକଳଦିଗରେଇନ୍ଦ୍ର ପଳାନ୍ତି ଖରତରେ

  36. Couplet 36

    ଉତ୍ତରଦିଗକୁ ସେ ଗଲେମାନସରୋବରେ ଲୁଚିଲେ

  37. Couplet 37

    ପୁଷ୍କରନାଳେ ଦେବବରଚଞ୍ଚଳମନ କରି ସ୍ଥିର

  38. Couplet 38

    ସହସ୍ରସମ୍ଭତ୍ସର ତହିଁବ୍ରହ୍ମଭାବନେ ମନ ଦେଇ

  39. Couplet 39

    ବ୍ରହ୍ମବଧରୁ ମୋକ୍ଷ ପାଇଁରହିଲେ ନିରାହାର ହୋଇ

  40. Couplet 40

    ତାବତ ନହୁଷରାଜନସ୍ୱର୍ଗରେ କଲେ ଇନ୍ଦ୍ରପଣ

  41. Couplet 41

    ବିଦ୍ୟା ତପସ୍ୟା ଯୋଗବଳେସ୍ୱର୍ଗସମ୍ପଦ ଭୋଗକରେ

  42. Couplet 42

    ଐଶ୍ୱର୍ଯ୍ୟ ସମ୍ପଦଭୋଗରେନହୁଷ ମଦାନ୍ଧବୁଦ୍ଧିରେ

  43. Couplet 43

    ଇନ୍ଦ୍ରପତ୍ନୀଙ୍କ ଇଚ୍ଛା କଲାସ୍ୱର୍ଗଲୋକରୁ ଚ୍ୟୁତ ହେଲା

  44. Couplet 44

    ନହୁଷ ସ୍ୱର୍ଗେ ଇନ୍ଦ୍ରହୋଇବାରତା ଇନ୍ଦ୍ରାଣୀକୁ ଦେଇ

  45. Couplet 45

    ଇନ୍ଦ୍ର ମୁଁ ସ୍ୱର୍ଗଭୁବନରେତୁ ମୋତେ ଭଜ ଗୋ ବିଧିରେ

  46. Couplet 46

    ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେପ୍ରତିଉତ୍ତର ଗୁରୁ ଦେଲେ

  47. Couplet 47

    ଗୁରୁ ଏମନ୍ତ ବିଚାରିଲେଅତି ଅସମ୍ଭବ ବୋଇଲେ

  48. Couplet 48

    ଅନେକ ତପସ୍ୟାର ଫଳେମନୁଷ୍ୟ ହୋଇ ଦେବ ପାଳେ

  49. Couplet 49

    ବ୍ରାହ୍ମଣ କୋପ-ଶାପୁଁ କରିହତ ହୋଇବ ଏହା ଶିରୀ

  50. Couplet 50

    ନହୁଷେ ଏମନ୍ତ କହିବଋଷିଙ୍କ କନ୍ଧେ ଦୋଳା ଥିବ

  51. Couplet 51

    ତୁମ୍ଭେ ଦୋଳାରେ ବସିଥିବଆମ୍ଭର ପୁରକୁ ଆସିବ

  52. Couplet 52

    ଦେବେ ଯେ ତୁମ୍ଭଙ୍କୁ ଭଜିବୁସ୍ୱର୍ଗେ ଇନ୍ଦ୍ରବୋଲି ଜାଣିବୁ

  53. Couplet 53

    ବ୍ରାହ୍ମଣେ କ୍ରୋଧ ଉପୁଜିବତେବେ ସେ ସ୍ୱର୍ଗୁ ଚ୍ୟୁତ ହେବ

  54. Couplet 54

    ଏମନ୍ତ ଗୁରୁଆଜ୍ଞା ଶୁଣିନହୁଷେ କହିଲେ ଇନ୍ଦ୍ରାଣୀ

  55. Couplet 55

    ଶୁଣି ହରଷ ନୃପମଣିଉତ୍ତମଋଷିଙ୍କି ସେ ଆଣି

  56. Couplet 56

    ଦୋଳା ବୁହାଇ ତାଙ୍କ କନ୍ଧେସତ୍ୱରେ ଗମିଲେ ଆନନ୍ଦେ

  57. Couplet 57

    ଚଳଇ ଦୋଳା ମନ୍ଦଗତିତା ଦେଖି କୁପିତ ନୃପତି

  58. Couplet 58

    ସର୍ପ ସର୍ପ ବୋଲି ବୋଇଲାପାଦେ ଅଗସ୍ତିଙ୍କି ମାଇଲା

  59. Couplet 59

    ଅଗସ୍ତି କ୍ରୋଧଭର ହୋଇନହୁଷକୁ ସେ ଶାପ ଦେଇ

  60. Couplet 60

    ତୁ ସର୍ପ ହୁଅ ବେଗ ହୋଇଯେଣୁ ସଙ୍କଟ ଦେଲୁ ତୁହି

  61. Couplet 61

    ଏ ହେତୁ ନହୁଷ ସ୍ୱର୍ଗରୁଚ୍ୟୁତ ହୋଇଲା ସେ ଶାପରୁ

  62. Couplet 62

    ମହାସର୍ପ ଯେ ସେ ହୋଇଲାମର୍ତ୍ତ୍ୟଲୋକରେ ସେ ପଡିଲା

  63. Couplet 63

    ଏବେ ହୋ ଶୁଣ ପରୀକ୍ଷିତଇନ୍ଦ୍ରରାଜାର ଯେ ଚରିତ

  64. Couplet 64

    ପରମେଶ୍ୱର ଧ୍ୟାନ କରିବ୍ରହ୍ମହତ୍ୟା ପାପରୁ ତରି

  65. Couplet 65

    ସ୍ୱର୍ଗରେ ଇନ୍ଦ୍ର ପୁନର୍ବାରଦେବଙ୍କୁ ଘେନି ସେ ବିହାର

  66. Couplet 66

    ଇନ୍ଦ୍ରଙ୍କୁ ଦେବଋଷିମାନେଅଶ୍ୱମେଧଯଜ୍ଞ ବିଧାନେ

  67. Couplet 67

    ମହାପୁରୁଷ - ଆରାଧନଦୀକ୍ଷା କରାଇଲେ ରାଜନ

  68. Couplet 68

    ଏଅନନ୍ତରେ ଦେବମୟସର୍ବାତ୍ମା-ପୁରୁଷ-ଅବ୍ୟୟ

  69. Couplet 69

    ଇନ୍ଦ୍ର ବ୍ରହ୍ମଋଷି ସହିତେଆରାଧି ଅଶ୍ୱମେଧ ମତେ

  70. Couplet 70

    ବ୍ରହ୍ମବଧ ପାତକ ଭୟଯଜ୍ଞହେତୁରୁ ହେଲା କ୍ଷୟ

  71. Couplet 71

    ରବିକିରଣେ ତମପ୍ରାୟେସକଳପାପ ହେଲା କ୍ଷୟେ

  72. Couplet 72

    ଅଶ୍ୱମେଧରେ ବରି ଇନ୍ଦ୍ରମରୀଚିଆଦି ମୁନିବୃନ୍ଦ

  73. Couplet 73

    ଆରାଧି ପୁରୁଷପୁରାଣସ୍ୱର୍ଗେ ହୋଇଲେ ସେ ରାଜନ

  74. Couplet 74

    ଯେ ଯଜ୍ଞପ୍ରସାଦରୁ କରିନିଷ୍ପାପ ହୋଏ ବଜ୍ରଧାରୀ

  75. Couplet 75

    ଅଶେଷପ୍ରାଣୀମାନଙ୍କରପାପକୁ କରଇ ଯେ ଦୂର

  76. Couplet 76

    ଏ ମହାଜ୍ଞାନ ସୁଖମୟୀଯେ ଜନ ଶ୍ରଦ୍ଧାରେ ଶୁଣଇ

  77. Couplet 77

    ଭକତଜନର ବର୍ଣ୍ଣନଇନ୍ଦ୍ର-ଜୟ-ମୋକ୍ଷ କାରଣ

  78. Couplet 78

    ଶ୍ରଦ୍ଧାରେ କରି ଯେ ପଢ଼ଇଯେ ଅବା ଅଜ୍ଞାନେ ଶୁଣଇ

  79. Couplet 79

    ଗାୟନ କରି ପ୍ରତିଦିନସର୍ବସିଦ୍ଧି ଲଭେ ସେ ଜନ

  80. Couplet 80

    ଶତ୍ରୁକୁ ଜୟ ଧନ ଯଶପାପମୋଚନ ଦୀର୍ଘାୟୁଷ

  81. Couplet 81

    ସର୍ବକଲ୍ୟାଣ ତାର ହୋଇଧନ ଧ୍ୟାନ ଯଶ ଲଭଇ

  82. Couplet 82

    ହରିକୀର୍ତ୍ତନେ ସର୍ବ ହୋଇକଳିରେ ଆନଗତି ନାହିଁ

  83. Couplet 83

    ବୋଲଇ ଜଗନ୍ନାଥ ଦାସଇନ୍ଦ୍ର ଯେ ପାପ କଲା ନାଶ