Skandha 6
Adhyaya 14
Couplet 1
ଶୁକ ଚରଣ ଧରି ରାଜାସାନନ୍ଦମନେ କଲେ ପୂଜା
Couplet 2
ଭୋ ମୁନି ଶୁଣ ସାବଧାନେଏ ତ ସଂଶୟ ମୋର ମନେ
Couplet 3
ଭୋ ମୁନି ଅସମ୍ଭବ କଥାବୃତ୍ର ଅସୁରର ବ୍ୟବସ୍ଥା
Couplet 4
ରଜ ତାସମ ଭାବ ତାରପାପୀ ଅଟଇ ବୃତ୍ରାସୁର
Couplet 5
ଅଖିଳ-ହେତୁ ଭଗବାନେତାହାର ମତି ବା କେସନେ
Couplet 6
ସତ୍ତ୍ୱପ୍ରଧାନ ଦେବଗଣନିର୍ମଳଆତ୍ମା ମୁନିଜନ
Couplet 7
ମୁକୁଦ-ପାଦପଙ୍କଜରେଏହାଙ୍କ ମନ ନୋହେ ସ୍ଥିରେ
Couplet 8
ରଜଗୁଣରେ ଯୁକ୍ତ ହୋଇସଂସାରେ ଯେତେକ ଅଛଇ
Couplet 9
ଏହାଙ୍କ ମଧ୍ୟେ କେହି ଜନଶ୍ରେୟ କରଇ ଆଚରଣ
Couplet 10
ଏହାଙ୍କ ମଧ୍ୟେ କେହି ନରେମୋକ୍ଷ ବାଞ୍ଛନ୍ତି ଏ ସଂସାରେ
Couplet 11
ତାହାଙ୍କ ମଧ୍ୟେ କେହି ଜନକଷ୍ଟେ ଲଭନ୍ତି ଭଗବାନ
Couplet 12
ଦୁର୍ଲ୍ଲଭ ମୁନିମାନଙ୍କରବିଷ୍ଣୁଭକତ ଯେଉଁ ନର
Couplet 13
କୋଟିକେ ଗୋଟିଏ ଯେ ଥାଇଶୁଣିମା ସାବଧାନ ହୋଇ
Couplet 14
ସ୍ୱଭାବେ ବୃତ୍ର ଅତିପାପଲୋକଙ୍କୁ ଦେଇଅଛି ତାପ
Couplet 15
କେମନ୍ତେ ମହାଘୋରରଣେତା ମତି ହେଲା ନାରାୟଣେ
Couplet 16
ଏଣେ ସଂଶୟ ମନ ମୋରଫେଡ଼ି କହିବା ମୁନିବର
Couplet 17
ଯେ ବୃତ୍ର ଘୋରସଂଗ୍ରାମରେବଳେ ତୋଷିଲା ବଜ୍ରଧରେ
Couplet 18
ସନ୍ତୋଷେ ରାଜା ପ୍ରଶ୍ନ ଶୁଣିଆନନ୍ଦେ ଯେ ବାଦରାୟଣି
Couplet 19
ହରଷ ହୋଇ ମୁନିବରବଚନ କହନ୍ତି ମଧୁର
Couplet 20
ଶୁଣ ରାଜନ ଏକମନେଯେ ଇତିହାସ ପୁରାତନେ
Couplet 21
ବେଦବ୍ୟାସଙ୍କ ବାକ୍ୟ ମୁହିଁନାରଦ ତହୁଁ ଶୁଣିଛଇଁ
Couplet 22
ପୂର୍ବେ ଶୂରସେନ - ଦେଶରଥିଲା ଯେ ଏକ ନୃପବର
Couplet 23
ଚିତ୍ରକେତୁ ନାମ ତାହାରକାମଧେନୁ ପୃଥ୍ୱୀ ଯାହାର
Couplet 24
ଦଶନିୟୁତ ପତ୍ନୀ ତାରରୂପେ କି ଦେବା ପଟାନ୍ତର
Couplet 25
ଯେତେକ ଥିଲେ ତାର ନାରୀପୁତ୍ର ଯେ ନୋହିଲା କାହାରି
Couplet 26
ରୂପେ ସୁନ୍ଦର ମନୋହରବିଦ୍ୟା ସମ୍ପଦ ମତି ଧୀର
Couplet 27
ଏ ସର୍ବଗୁଣ ଅଛି ତାରସୁତ ନ ଲଭି ଚିନ୍ତାଭର
Couplet 28
ଅମାତ୍ୟ ସମ୍ପଦ ସହିତେପଟ୍ଟମହିଷୀ ତାର ଯେତେ
Couplet 29
କାମଦୁଘାର ପ୍ରାୟେ ମହୀସୁଖ ନୋହିଲେ ତାର କେହି
Couplet 30
ଶୁଣ ରାଜନ ଏକଦିନେସେ ଚିତ୍ରକେତୁର ଭୁବନେ
Couplet 31
ଅଙ୍ଗିରାଋଷି ବ୍ରହ୍ମସୁତମିଳିଲେ ରାଜାର ଅଗ୍ରତ
Couplet 32
ସ୍ୱଇଚ୍ଛାଲୋକରେ ବିହାରମିଳିଲେ ଚିତ୍ରକେତୁ ପୁର
Couplet 33
ତାହାଙ୍କୁ ଦେଖି ନୃପବରସତ୍ୱରେ କଲେ ନମସ୍କାର
Couplet 34
ଉତ୍ତମ-ଆସନେ ବସାଇପୂଜିଲେ ପାଦ୍ୟଅର୍ଘ୍ୟ ଦେଇ
Couplet 35
ସୁଖେ ଆସନେ ବସି ଋଷିଚିତ୍ରକେତୁକୁ ପରଶଂସି
Couplet 36
ଭକତି ଦେଖିଣ ତାହାରଆଶିଷ ଦେଲେ ମୁନିବର
Couplet 37
ରାଜାକୁ କରି ଆଶ୍ୱାସନକହନ୍ତି ମଧୁର-ବଚନ
Couplet 38
ହେ ରାଜା ଚିତ୍ରକେତୁ ଶୁଣତୁମ୍ଭର ପରମ କଲ୍ୟାଣ
Couplet 39
ତୁମ୍ଭର ପାତ୍ରମନ୍ତ୍ରୀ ଯେତେକୁଶଳଟି କି ଏ ସମସ୍ତେ
Couplet 40
ଦାରା ତନୟ ଭୃତ୍ୟ ଯେତେସୁହୃଦ ପରଜା ସହିତେ
Couplet 41
ଯାହାର ଆତ୍ମା ଆତ୍ମବଶତାହାର ବଶ ଏ ଅଶେଷ
Couplet 42
ଯାହାର ଆତ୍ମା ବଶ ହୋଇସର୍ବତ୍ର ପୂଜ୍ୟ ସେ ଅଟଇ
Couplet 43
ଆତ୍ମସମ୍ପଦ ତୋର ଯେତେଅମାତ୍ୟ ପୁରବାସୀ ଯେତେ
Couplet 44
ତୁମ୍ଭର ପ୍ରିୟ ନୋହେ କେହିଏମନ୍ତ ପ୍ରାୟ ମୁଁ ମଣଇଁ
Couplet 45
ଚିନ୍ତା-ମଳିନ ମୁଖ ତୋରଅଲବ୍ଧକାମ ନୃପବର
Couplet 46
ଶୁଣ ପରୀକ୍ଷ ନୃପମଣିସେ ରାଜା ମୁନିବାକ୍ୟ ଶୁଣି
Couplet 47
ହୃଦରେ ପୁତ୍ରକାମୀ ହୋଇବିରସେ ମୁନିଙ୍କି କହଇ
Couplet 48
ଭୋ ମୁନି ତୁମ୍ଭ ଅଗୋଚରେକି ଅବା ଅଛି ଏ ସଂସାରେ
Couplet 49
ପ୍ରାଣୀର ଅନ୍ତର ବାହାରେଦେଖ ତପସ୍ୟା-ପ୍ରଭାବରେ
Couplet 50
ତଥାପି ଆଜ୍ଞା ପରମାଣେକହିବି ଶୁଣ ସାବଧାନେ
Couplet 51
ମନରେ ଯେବା ଚିନ୍ତା ମୋରପ୍ରଶ୍ନ ଯେ କଲ ମୁନିବର
Couplet 52
ଦେବଗଣଙ୍କୁ ଯେ ଦୁର୍ଲ୍ଲଭସାମ୍ରାଜ୍ୟ ସମ୍ପଦ ବିଭବ
Couplet 53
ପୁତ୍ର-ବିହୀନେ ମୋର ଦେହୀକେବେହେଁ ସୁଖ ନ ଲଭଇ
Couplet 54
କ୍ଷୁଧା ତୃଷାରେ ଖିନ୍ନଜନନ ଲୋଡେ ବିନୁ ଅନ୍ନପାନ
Couplet 55
ଭୋ ମହାଭାଗ ମୁନିବରକେମନ୍ତେ ତରିବି ସଂସାର
Couplet 56
ପିତୃଋଣରୁ ମୋତେ ପାରକରିବାହେଉ ମୁନିବର
Couplet 57
ପୁତ୍ର ଯେମନ୍ତେ ମୋର ହୋଇସଂସାର-ଦୁଃଖରୁ ତରଇ
Couplet 58
ରାଜାର ଶୁଣି ଏ ବଚନକୃପାଳୁ ବ୍ରହ୍ମାଙ୍କ ନନ୍ଦନ
Couplet 59
ଯଜ୍ଞ କରିଣ ମୁନିବରଆରାଧି ଅଖିଳ ଈଶ୍ୱର
Couplet 60
ରାଜାର ଜ୍ୟେଷ୍ଠ ଯେହୁନାରୀକୃତଦ୍ୟୁତି ନାମ ତାହାରି
Couplet 61
ଯଜ୍ଞର ଚରୁ ତାକୁ ଦେଲେରାଜାକୁ ଏମନ୍ତ କହିଲେ
Couplet 62
ଭୋ ଚିତ୍ରକେତୁ ନୃପବରହୋଇବ ଏକ ତୋ କୁମର
Couplet 63
ହରଷ-ଶୋକ ଦେବ ତୋତେକହି ଚଳିଲେ ଶୂନ୍ୟପଥେ
Couplet 64
ଚିତ୍ରକେତୁର ତହୁଁ ସେହିକୃତଦ୍ୟୁତି ଯେ ମହାଦେଈ
Couplet 65
ଚରୁର ଭୋଜନ ମାତ୍ରକେଗର୍ଭ ଧଇଲେ ସେହୁ ସୁଖେ
Couplet 66
ଅଙ୍ଗିରାମୁନିର ପ୍ରସାଦେଗର୍ଭ ହୋଇଲା ଅପ୍ରମାଦେ
Couplet 67
ଅଗ୍ନିରୁ କୃତ୍ତିକା ଯେମନ୍ତଗର୍ଭ ଧଇଲା ସେହିମତ
Couplet 68
ତାହାର ଗର୍ଭ ପ୍ରତିଦିନେଶୁକ୍ଳପକ୍ଷର ଚନ୍ଦ୍ର ଯେହ୍ନେ
Couplet 69
ଚିତ୍ରକେତୁ-ତେଜେ ରାଜନଗର୍ଭବଢ଼ିଲା ଦିନୁଦିନ
Couplet 70
ଏମନ୍ତେ ପୂର୍ଣ୍ଣ ସମ୍ବତ୍ସରେଜନ୍ମିଲା ତାହର କୁମରେ
Couplet 71
ଶୂରସେନରେ ଯେତେ ଲୋକହରଷ ଲଭିଲେ ଅନେକ
Couplet 72
ପରମାନନ୍ଦେ ସେ ରାଜନତକ୍ଷଣେ କଲାକ ସ୍ନାହାନ
Couplet 73
ଶୁଚି ହୋଇଣ ନୃପବରଭୂଷିତ ହୋଇ ଅଳଙ୍କାର
Couplet 74
ବ୍ରାହ୍ମଣ ଆଣି ବେଦଧର୍ମକଲା ସେ ପୁତ୍ର ଜାତକର୍ମ
Couplet 75
ବ୍ରାହ୍ମଣେ ସୁବର୍ଣ୍ଣ ରଜତଦେଲା ସେ ଧେନୁ ଶତଶତ
Couplet 76
ପୃଥିବୀ ଗଜ ହୟମାନଦେଲା ସେ ବିବିଧବସନ
Couplet 77
ଯେ ଲୋକେ ଯାହା ବାଞ୍ଛାକଲେମନ-ସନ୍ତୋଷେ ତା ଲଭିଲେ
Couplet 78
ପ୍ରାଣୀ - ସନ୍ତୋଷେ ମଘବାନବରଷା କରଇ ଯେସନ
Couplet 79
ପୁତ୍ର ଆୟୁଷ ଯଶ ଧର୍ମବିବୃଦ୍ଧି ଅର୍ଥେ ଦେଲା ଦାନ
Couplet 80
କଷ୍ଟରେ ଲଭିଲା ଯେ ସୁତତାଠାରେ ସ୍ନେହ ତା ବହୁତ
Couplet 81
ଦରିଦ୍ର ଯେହ୍ନେ ଧନ ପାଇତେସନେ ହରଷ ସେ ହୋଇ
Couplet 82
ମାତା ଯେ ଅତି ସ୍ନେହଭରେମୋହ ହୋଇଲା ପୁତ୍ରଠାରେ
Couplet 83
କୃତଦ୍ୟୁତି ସପତ୍ନୀମାନେଦୁଃଖିତ ସନ୍ତତି ବିହୀନେ
Couplet 84
ଚିତ୍ର କେତୁର ସ୍ନେହ ହୋଇପୁତ୍ରବତୀ ଭାରିଯା ତହିଁ
Couplet 85
ଅନ୍ୟ ଯେ ପତ୍ନୀମାନେ ଥାନ୍ତିସେଭାବେ ନାହିଁ ସ୍ନେହମତି
Couplet 86
ଅପରେ ଦୁଃଖ ତାହାଙ୍କରରାଜାର ଯେଣୁ ଅନାଦର
Couplet 87
ସେମାନେ ମନେ ଦୁଃଖ କରିଆତ୍ମାର ନିନ୍ଦାକୁ ଆଚରି
Couplet 88
ପାପିଷ୍ଠୀ ଏହୁ କୃତଦ୍ୟୁତିଧିକ ଏହାର ଏ ସନ୍ତତି
Couplet 89
ଗୃହ ସମ୍ପଦ ଯେ ସ୍ୱାମୀରଧିକ ଏ ହେଉ ଦୁରାଚାର
Couplet 90
ଏ ସପତଣୀର ଚରଣେଦାସୀ ହୋଇଲୁ ଅକାରଣେ
Couplet 91
ଦାସୀର କି ଅବା ସନ୍ତାପଯେ ସେବେ ସ୍ୱାମୀର ସମୀପ
Couplet 92
ମାନ ନ ଲଭୁ ଆମ୍ଭେ କ୍ଷଣେଦାସୀର ଦାସୀ ହୋଇ ଯେହ୍ନେ
Couplet 93
ସପତ୍ନୀ-ପୁତ୍ର-ବିଭୂତିରେଅନ୍ଧ ହୋଇଲେ କ୍ରୋଧଭରେ
Couplet 94
ସକଳେ ଏକଚିତ୍ତ ହେଲେରାଜାର ହିଂସା ଆଚରିଲେ
Couplet 95
ଦାରୁଣଚିତ୍ତ ସ୍ତିରୀଜନକ୍ରୋଧେ ହୋଇଲେ ହତଜ୍ଞାନ
Couplet 96
ସ୍ୱାମୀକୁ ଅତି କ୍ରୋଧକଲେଗରଳ କୁମରକୁ ଦେଲେ
Couplet 97
ଏହା ନ ଜାଣେ କୃତଦ୍ୟୁତିସପତ୍ନୀମାନଙ୍କର ଗତି
Couplet 98
ପୁତ୍ର ଶୁଆଇଥିଲା ଘରେଗଲା ସେ ଗୃହ ଅଭ୍ୟନ୍ତରେ
Couplet 99
ଅନେକବେଳ ତହୁଁ ଗଲାପୁତ୍ର ଆଣିବ ମନେ କଲା
Couplet 100
ଧାଈକି ବୋଲଇ ଉତ୍ତରଭୋ ସଖି ପୁତ୍ର ଆଣ ମୋର
Couplet 101
ତାହାର ଆଜ୍ଞା ପାଇ ଧାଈବାଳକ ନିକଟେ ମିଳଇ
Couplet 102
ଦେଖିଲା ଶୋଇଅଛି ପୁତ୍ରଲେଉଟି ପଡିଛି ତା ନେତ୍ର
Couplet 103
ପ୍ରାଣ ଇନ୍ଦ୍ରିୟ ନାହିଁ ତାରଦେଖି ସେ ପଡିଲା ଭୂମିର
Couplet 104
ହତ ହୋଇଲି ବୋଲି ଧାଈପଡ଼ିଲା ଚେତନା ହରାଇ
Couplet 105
ବେନିକରରେ ହୃଦ ତାଡିଆରତେ ପାଡିଲା ଯେ ରଡି
Couplet 106
ତା ଶୁଣି ପାଟ ମହାଦେଈଧାଇଁଲା ଅସମ୍ଭାଳ ହୋଇ
Couplet 107
ପୁତ୍ରର ନିକଟେ ମିଳିଲାମୃତପୁତ୍ରକୁ ସେ ଦେଖିଲା
Couplet 108
ରମ୍ଭାଦ୍ରୁମ କି ବାତଭରେତେସନେ ପଡିଲା ଭୂମିରେ
Couplet 109
ତକ୍ଷଣେ ମୋହ ସେ ପାଇଲାକେଶ-ବସନ ଖସିଗଲା
Couplet 110
ରାଜାର ଅନ୍ତଃପୁରଜନସ୍ତିରୀ ପୁରୁଷ ହେ ରାଜନ
Couplet 111
ରୋଦନ ଶୁଣିଣ ଅଇଲେସମସ୍ତେ ଶୋକରେ ମଜ୍ଜିଲେ
Couplet 112
କହିବା ଶୁଣ ନୃପବରଯେତେକ ସପତ୍ନୀ ତାହାର
Couplet 113
ଅନ୍ତରେ ସୁଖ ସେ ଆଚରିବାହ୍ୟେ କପଟ-ଶୋକ କରି
Couplet 114
ପୁତ୍ର-ମରଣ ରାଜା ଶୁଣିମୃତ୍ୟୁର କାରଣ ନ ଜାଣି
Couplet 115
ମୋହରେ ନଦିଶଇ ପଥପାଦ ପାଦକେ ଜ୍ଞାନହତ
Couplet 116
ସ୍ନେହବନ୍ଧନୁ ଶୋକ ବଢ଼ିମୂର୍ଚ୍ଛିତ ହୋଇ ଛାଡେ ରଡି
Couplet 117
ଅମାତ୍ୟ ଆଦି ଯେତେଜନଦେଖୁଅଛନ୍ତି ସେ ରାଜନ
Couplet 118
ମୃତବାଳକ-ପାଦତଳେପଡ଼ିଲା ଯାଇ ମତିଭୋଳେ
Couplet 119
ଖସିଣ ପଡିଅଛି କେଶବିଚିତ୍ର-ପରିଧାନ-ବାସ
Couplet 120
ଦୀର୍ଘନିଃଶ୍ୱାସ ସେ ଛାଡ଼ଇନୟନୁ ଅଶ୍ରୁଜଳ ବହି
Couplet 121
ନିରୋଧ କଣ୍ଠଦ୍ୱାର ହୋଇବଚନ ନ ପାରଇ କହି
Couplet 122
ପତିକୁ ଦେଖି ଶୋକଭରମରଣ ଦେଖି କୁମରର
Couplet 123
କୃତଦ୍ୟୁତି ଯେ ମହାଦେଈବିଚିତ୍ର-ବିଳାପ କରଇ
Couplet 124
ସ୍ତନଯୁଗଳ ଯେ ତାହାରମଣ୍ଡିତ କୁଙ୍କୁମପଙ୍କର
Couplet 125
ଅଞ୍ଜନ ସହିତେ ଲୋତକଧଉତ କଲା ତାର ବକ୍ଷ
Couplet 126
କେଶ ହୋଇଲା ଅସମ୍ଭାଳଖସି ପଡ଼ିଲା ପୁଷ୍ପମାଳ
Couplet 127
କୁରରୀ ପ୍ରାୟେ ଶୋକଭରେରୋଦନ କରେ ଉଚ୍ଚସ୍ୱରେ
Couplet 128
ହେ ବିଧି ମତି ତୋ ଦାରୁଣବାଳକ ପ୍ରାୟ ଆଚରଣ
Couplet 129
ସକଳ କରି ନିରିମାଣଆପଣେ କରୁ ତୁ ଭଞ୍ଜନ
Couplet 130
ସାନ ମରଇ ବଡ ଥାଇଏହାର ନିଦାନ ନ ପାଇ
Couplet 131
ଯେବେ ସଂସାରେ ପ୍ରାଣୀଙ୍କରଅକ୍ରମ ଜନ୍ମ ମରଣର
Couplet 132
ସ୍ନେହପାଶକୁ ବଢ଼ାଇଣକିମ୍ପାଇଁ କରୁ ରଣଭଣ
Couplet 133
ଏମନ୍ତେ ସୃଷ୍ଟି ତୋ ଭିଆଣଅଜ୍ଞାନୀ ପରାଣୀ ଯେସନ
Couplet 134
ହେ ତାତ ତନୟ ମୋହରଦେଖୁ କି ନାହୁଁ ତୋ ପିଅର
Couplet 135
ଶୋକସାଗରେ ମୋତେ ଥୋଇଛାଡ଼ିଣ ନ ଯା ବାବୁ ତୁହି
Couplet 136
ମୁଁ ଯେ ପାପିଷ୍ଠୀ ଦୁଃଖୀଜନତୁ ମୋତେ ନ ଯାଅ ଛାଡ଼ିଣ
Couplet 137
ତୋର ଆଶ୍ରୟେ ଅବା ମୁହିଁଦୁସ୍ତର ତମରୁ ତରଇ
Couplet 138
ଦାରୁଣଯମ-ବଶ ହୋଇଛାଡ଼ି ନ ଯାଅ ମୋତେ ତୁହି
Couplet 139
ଉଠ ହେ ନୃପତିନନ୍ଦନଆନନ୍ଦେ କର ସ୍ତନ୍ୟପାନ
Couplet 140
ସମବୟସୀ ଯେ କୁମରେଡାକୁଅଛନ୍ତି ବାବୁ ତୋତେ
Couplet 141
ବାଳୁତସଙ୍ଗେ ତୁ ବିହରବହୁତ ନିଦ୍ରା ଦୂରକର
Couplet 142
ମୋହର ଶୋକ ତୁ ନିବାରରୋଦନ୍ତି ପିଅର ତୋହର
Couplet 143
ହରଷ ଆନନ୍ଦପଙ୍କଜତୋହର ନ ଦେଖି ତନୁଜ
Couplet 144
ଦାରୁଣଯମ କି ତୋହରେଘେନାଇ ଗଲା ନିଜପୁରେ
Couplet 145
ଏଣୁ ତୋ କୋମଳବଚନଶୁଣଇ ନାହିଁରେ ନନ୍ଦନ
Couplet 146
ମୃତପୁତ୍ରରଠାରେ ତାରବିଳାପ ଶୁଣି ନୃପବର
Couplet 147
ଚିତ୍ରକେତୁ ମଗ୍ନ ଶୋକରେରୋଦନକରେ ଉଚ୍ଚସ୍ୱରେ
Couplet 148
ବିଳାପ ପତ୍ନୀର ସହିତେନୃପର ଦେଖିଣ ସମସ୍ତେ
Couplet 149
ଯେତେ ଅମାତ୍ୟଆଦି ତାରରୋଦନ କଲେ ଉଚ୍ଚସ୍ୱର
Couplet 150
ସ୍ତିରୀ-ପୁରୁଷ ଯେତେଜନସକଳେ ହେଲେ ଅଚେତନ
Couplet 151
ଏମନ୍ତେ ଶୁଣ ନୃପବରସକଳେ ଅତି-ଦୁଃଖତର
Couplet 152
ରାଜନ-ଦୁଃଖ ଦେଖି ମୁନିଅଙ୍ଗିରା ନାରଦଙ୍କୁ ଘେନି
Couplet 153
ଶୀଘ୍ରେଣ ବେନିଜନେ ଗଲେରାଜାର ନବରେ ମିଳିଲେ
Couplet 154
ବୋଲଇ ଦାସ ଜଗନ୍ନାଥଚିତ୍ରକେତୁ-ଶୋକ-ଚରିତ