Skandha 6
Adhyaya 15
Couplet 1
ଶୁଣ ସାନନ୍ଦେ କୁରୁଶ୍ରେଷ୍ଠସେ ମୃତପୁତ୍ରର ନିକଟ
Couplet 2
ଶୋକରେ ଜ୍ଞାନଭ୍ରଷ୍ଟ ହୋଇଚିତ୍ରକେତୁ ପଡି ଅଛଇ
Couplet 3
ନାରଦ-ଅଙ୍ଗିରସ ଦୁଇମିଳିଲେ ତାର ପାଶେ ଯାଇ
Couplet 4
ଉତ୍ତମ-ବାକ୍ୟମାନ କହିବୋଧୁଅଛନ୍ତି ରାଜା ଚାହିଁ
Couplet 5
ଭୋ ଚିତ୍ରକେତୁ ନୃପବରତୁମ୍ଭେ ଯା ପାଇଁ ଶୋକ କର
Couplet 6
ତୋହର ଏ କିସ ଅଟଇତୁହି ଏହାର କି ବା ହୋଇ
Couplet 7
ଏହାର ପୂର୍ବେ ସୁତ ତୁହିପିତା ତୁ କେତେ ଜନ୍ମ ହୋଇ
Couplet 8
ଏବେ ତୁମ୍ଭର ସୁତ ଏହିସଂସାର-ମାୟା ଏ ଅଟଇ
Couplet 9
ଯେସନେ ନଦୀସ୍ରୋତଜଳେବାଲୁକା ନ ରହେ ନିଶ୍ଚଳେ
Couplet 10
ସଂଯୋଗ-ବିଯୋଗ ହୁଅଇବାଲୁକା ଭାସି ଯାଉଥାଇ
Couplet 11
ତେସନେ ପ୍ରାଣୀ ଯଥାକାଳେଆସଇ ଯାଇ କର୍ମବଳେ
Couplet 12
ବୀଜରୁ ବୀଜ ହୋଇ ନୋହିପ୍ରାଣୀହିଁ ତେମନ୍ତ ଅଟଇ
Couplet 13
ଈଶ୍ୱରମାୟାରେ ଜଗତଉତ୍ପତ୍ତି ନାଶ ସର୍ବଭୂତ
Couplet 14
ନର ଅମରଆଦି ଯେତେଚର-ଅଚରଙ୍କ ସହିତେ
Couplet 15
ଜନ୍ମ-ମରଣ ଆଗପଛହୁଅଇ ଦେଖ ତୁ ପ୍ରତ୍ୟକ୍ଷ
Couplet 16
ଭୂତରେ କରିଣ ଈଶ୍ୱରଜନ୍ମାଇ ଅଖିଳ-ସଂସାର
Couplet 17
ପ୍ରତିପାଳନ କରି ପୁଣସଂହାର କରଇ ତକ୍ଷଣ
Couplet 18
ଆୟତ୍ତ ନୁହଁଇ କାହାରଯେହ୍ନେ ବାଳକ-ଖେଡ଼ଘର
Couplet 19
ଦେହରୁ ଦେହ ହୋଇ ଜାତରାଜନ ଶୁଣ ଏକଚିତ୍ତ
Couplet 20
ବୀଜରୁ ବୀଜ ଯେହ୍ନେ ଜାତଆତ୍ମାରୁ ନିର୍ମିତ ଜଗତ
Couplet 21
ଆତ୍ମା ଶରୀର ଭିନ୍ନ କରିପୂର୍ବେ ଯେ ବିଧାତା ବିଚାରି
Couplet 22
ଜାତି-ସଜ୍ଞାରେ କରେ ଭିନ୍ନେସୁବର୍ଣ୍ଣେ ନାନାଦ୍ରବ୍ୟ ଯେହ୍ନେ
Couplet 23
ଉତ୍ତମ-ବାକ୍ୟ ବିପ୍ରଙ୍କରଶୁଣି ଆଶ୍ୱସ୍ତ ନୃପବର
Couplet 24
ମଳିନମୁଖ ଆପଣାରପୋଛିଣ କହଇ ମଧୁର
Couplet 25
କେ ତୁମ୍ଭେ ବିପ୍ର ଦୁଇଜଣଅଶେଷଜ୍ଞାନେ ପରିପୂର୍ଣ୍ଣ
Couplet 26
ଜ୍ଞାନୀମାନଙ୍କେ ତୁମ୍ଭେ ବରଅବଧୂତବେଶ ତୁମ୍ଭର
Couplet 27
ସ୍ୱଭାବେ ଗୁପ୍ତପ୍ରାୟ ହୋଇଆସି ମିଳିଲ ତୁମ୍ଭେ ଦୁଇ
Couplet 28
ବିଷ୍ଣୁର ଦୂତପ୍ରାୟ ହୋଇଭ୍ରମଣ କରୁଅଛ ମହୀ
Couplet 29
ମୋହର ପ୍ରାୟେ ଦୁଃଖୀ ହୋଇସଂସାରେ ଯେ ଅବା ଅଛଇ
Couplet 30
ତାହାଙ୍କ ହିତ କରିବାରେଭ୍ରମଣ ତୁମ୍ଭର ସଂସାରେ
Couplet 31
ଗୌତମ ଅସିତ ଦେବଳକୁମାର ବଶିଷ୍ଠ କପିଳ
Couplet 32
ମାରକଣ୍ତ ବ୍ୟାସ ଅଙ୍ଗିରାରୋମଶ ଦତ୍ତ ବେଦଶିରା
Couplet 33
ଦୁର୍ବାସା ଯାଜ୍ଞବଲ୍କ୍ୟ ମୁନିଜାତୂକର୍ଣ୍ଣ୍ୟ ବାଦରାୟଣି
Couplet 34
ଋତଧ୍ୱଜ ଯେ ଶ୍ରୁତଦେବପଞ୍ଚଶିଖ ହିରଣ୍ୟନାଭ
Couplet 35
କୌଶଲ୍ୟ ନାରଦ ଆସୁରିଧୌମ୍ୟ ଚ୍ୟବନ ପତଞ୍ଜଳି
Couplet 36
ଋଭୁ ସହିତେ ସିଦ୍ଧେଶ୍ୱରେଏମାନେ ଭ୍ରମନ୍ତି ସଂସାରେ
Couplet 37
ପ୍ରାଣୀଙ୍କ ମଙ୍ଗଳ କାରଣେଭ୍ରମୁ ଅଛନ୍ତି ଅନୁକ୍ଷଣେ
Couplet 38
ସ୍ୱଭାବେ ଗ୍ରାମ୍ୟପଶୁ ମୁହିଁଅନ୍ଧତମରେ ବୁଡିଛଇଁ
Couplet 39
କେ ତୁମ୍ଭେ ଦୁଇସିଦ୍ଧ କହଜ୍ଞାନଦୀପକୁ ମୋତେ ଦିଅ
Couplet 40
ହେ ଚିତ୍ରକେତୁ ନୃପବରମୁଁ ଦେଇଥିଲି ଏ କୁମର
Couplet 41
ଅଙ୍ଗିରା ନାମଟି ମୋହରଏ ଦେଖ ବ୍ରହ୍ମାଙ୍କ କୁମର
Couplet 42
ପରମ-ବିଷ୍ଣୁଭକ୍ତ ଏହିନାରଦ ବୋଲି ଯାକୁ କହି
Couplet 43
ଶୋକସାଗରେ ମଗ୍ନ ତୋରଦେଖିଲୁ ଯହୁଁ ନୃପବର
Couplet 44
ତୋହର ଯୋଗ୍ୟ ଏ ନୁହଁଇଏହା ବିଚାରି ଆମ୍ଭେ ଦୁଇ
Couplet 45
ତୋଠାରେ ଅନୁଗ୍ରହ କରିଅଇଲୁ ଶୁଣ ଦଣ୍ତଧାରୀ
Couplet 46
ବ୍ରହ୍ମଣ୍ୟ-କୃଷ୍ଣଭକ୍ତ ହେଉଶୋକେ ନ ବୁଡ଼ ମହାବାହୁ
Couplet 47
ପୂର୍ବେ ତୋ ଗୃହେ ଆସିଥିଲିପରମଜ୍ଞାନ ଦେବି ବୋଲି
Couplet 48
ପୁତ୍ର-ବିଷୟେ ମନ ତୋରଜାଣିଣ ଦେଲୁ ପୁତ୍ରବର
Couplet 49
ଏବେ ତୁ ପୁତ୍ରଶୋକଭରଅନୁଭବିଲୁ ନୃପବର
Couplet 50
ଐଶ୍ୱର୍ଯ୍ୟ ଦାରା ଗୃହ ଧନଭୃତ୍ୟ ଅମାତ୍ୟ ପ୍ରିୟଜନ
Couplet 51
ବିଷୟ ରାଜ୍ୟ ସୈନ୍ୟ କୋଷଆତ୍ମାପୂରଣେ ନୋହେ ତୋଷ
Couplet 52
ଏ ସର୍ବ ଶୋକ-ମୋହକରଭୟ ଉଦବେଗର ଘର
Couplet 53
କର୍ମକୁ ଧ୍ୟାୟି ଯେଉଁଜନକରଇ ନାନାକର୍ମମାନ
Couplet 54
ନାନାକର୍ମରେ ମନ ତାରପ୍ରବେଶ ହୋଏ ନିରନ୍ତର
Couplet 55
ଏମନ୍ତେ ଦେହୀମାନଙ୍କରଦେହଟି ଏ ମାୟାସଂସାର
Couplet 56
ବିବିଧ-କ୍ଲେଶ ଯେ ତାଙ୍କରସନ୍ତାପ କାରଣ ଅପାର
Couplet 57
ଏହି କାରଣୁ ହେ ରାଜନଆତ୍ମାର ହିତେ କର ମନ
Couplet 58
ଏ ବିଶ୍ୱ-ସଂସାର ଅସାରଦେହର ଗତିକୁ ବିଚାର
Couplet 59
ଶୋକ ନ କରି ନୃପବରଆତ୍ମାମନକୁ ସ୍ଥିର କର
Couplet 60
ଏ ଯେ ମୋହର ମନ୍ତ୍ରଦୀକ୍ଷାଶୁଚି ହୋଇଣ କର ଶିକ୍ଷା
Couplet 61
ଏ ବିଦ୍ୟା ଧରି ସାତଦିନଦେଖିବୁ ପ୍ରଭୁ ସଙ୍କର୍ଷଣ
Couplet 62
ପଦପଙ୍କଜଟି ଯାହାରଆଶ୍ରୟ କରିଣ ଶଙ୍କର
Couplet 63
ସର୍ବବିଷୟକୁ ଛାଡିଲେତକ୍ଷଣେ ସେ ପଦ ଲଭିଲେ
Couplet 64
ତୁମ୍ଭେ ଏ ବିଦ୍ୟାର ପ୍ରସାଦେତାହା ଲଭିବ ଅପ୍ରମାଦେ
Couplet 65
ଚିତ୍ରକେତୁ ଶୋକ-ଖଣ୍ତନସୁଜନେ ଏଣେ ଦିଅ ମନ
Couplet 66
ତୁମ୍ଭର ତାପ କ୍ଷୟ ଯାଉଶରଣ ପଶ ମହାବାହୁ
Couplet 67
ନ ଲାଗେ ମୋହ ଶୋକପାଶଅନ୍ତେ ଶ୍ରୀକୃଷ୍ଣ-ରସେ ରସ
Couplet 68
ବୋଲଇ ଦାସ ଜଗନ୍ନାଥହରିଚରିତ ଭାଗବତ