Skip to content
paribhaasha

Skandha 6

Adhyaya 16

  1. Couplet 1

    ଶୁଣ ରାଜନ ପରୀକ୍ଷିତଅଦ୍ଭୂତ ଗୋବିନ୍ଦ ଚରିତ

  2. Couplet 2

    ଚିତ୍ରକେତୁ ଶୋକେ ମଜ୍ଜିଣରହିଲା ସ୍ତମ୍ଭୀଭୂତେ ପୁଣ

  3. Couplet 3

    ନାରଦ ନାମ ନ ଜାଣିଲେତହିଁକି ଉପାୟ ରଚିଲେ

  4. Couplet 4

    ଏବେ ତୁ ଏକମନେ ଶୁଣମଲା ଯେ ନୃପତିନନ୍ଦନ

  5. Couplet 5

    ସେ ଶବପାଶେ ମୁନିଯାଇବୋଲନ୍ତି ଜୀବ ଶୁଣ ତୁହି

  6. Couplet 6

    ଦେଖ ତୋ ଜ୍ଞାତି - ସହୋଦରପଡିଣ ଅଛନ୍ତି ଭୂମିର

  7. Couplet 7

    ହେ ଜୀବ ଦେଖ ତୋର ମାତାଶୋକେ ମୋହିତ ତୋର ପିତା

  8. Couplet 8

    ବନ୍ଧୁବାନ୍ଧବ ଯେ ତୋହରଶୋକ-ମୋହରେ ଗୁରୁତର

  9. Couplet 9

    ଆପଣା କଳେବରେ ପଶଶେଷ ତୋ ଯେତେକ ଆୟୁଷ

  10. Couplet 10

    ସୁହୃଦଗଣେ ବୃତ ହୋଇନାନାଭୋଗକୁ ଭୁଞ୍ଜ ତୁହି

  11. Couplet 11

    ନୃପଆସନେ ବିଜେ କରପିତାର ଶୋକ ମୋହ ହର

  12. Couplet 12

    କେଉଁ ଜନ୍ମରେ ଏ ମୋହରହୋଇଛନ୍ତି ମାତା ପିଅର

  13. Couplet 13

    ଦେବତା ମନୁଷ୍ୟ ପଶୁରେମୁହିଁ ଭ୍ରମଇଁ ମୋ କର୍ମରେ

  14. Couplet 14

    ଗୃହସ୍ଥ-ଗୃହଶ୍ୱାନ ଯେହ୍ନେସେ ଯେହ୍ନେ ଭ୍ରମେ ଏଣେତେଣେ

  15. Couplet 15

    ଏମନ୍ତ ପ୍ରାୟେ ଭ୍ରମ ମୋରଭ୍ରମଇଁ ଅଶେଷ-ଯୋନିର

  16. Couplet 16

    ବାନ୍ଧବ ଜ୍ଞାତି ମିତ୍ର ଅରିଉଦାସୀନ ବା ଦ୍ୱେଷକାରୀ

  17. Couplet 17

    ଏ ସର୍ବେ ପରସ୍ପରେ ଥାନ୍ତିକେବେ ବା ହୁଅନ୍ତି ନୁହଁନ୍ତି

  18. Couplet 18

    କ୍ରୟବିକ୍ରୟ ବ୍ୟବହାରେଭ୍ରମନ୍ତି ନାନାଲୋକଠାରେ

  19. Couplet 19

    ହେମାଦି ପଣ୍ୟଦ୍ରବ୍ୟ ଯେହ୍ନେଯୋନିରେ ଜୀବଟି ତେସନେ

  20. Couplet 20

    ସତ୍ୟ ଯେ ସମ୍ବନ୍ଧ ଲୋକରେଅସତ୍ୟ ହୋଇ ସେ ବେଭାରେ

  21. Couplet 21

    ସମ୍ବନ୍ଧ ଯାବତ ଯାହାରତାବତ ମମତା ତାହାର

  22. Couplet 22

    ଯାବତ ଦେହେ ଅହଙ୍କାରତାବତ ତହିଁ ଅଧିକାର

  23. Couplet 23

    ଦେହ ଛାଡିଲେ ଜୀବ ନିତ୍ୟଆଉ ଦେହରେ କାହିଁ ସତ୍ତ୍ୱ

  24. Couplet 24

    ଏ ଜୀବ ନିତ୍ୟ ଯେ ଅବ୍ୟୟସୂକ୍ଷ୍ମ-ସ୍ୱରୂପ ସର୍ବାଶ୍ରୟ

  25. Couplet 25

    ଆତ୍ମମାୟାଗୁଣରୁ କରିଆତ୍ମାର ସୃଷ୍ଟିକି ଆଚରି

  26. Couplet 26

    ଏହାର ଅତିପ୍ରିୟ କେହିଅପ୍ରିୟଜନ କେହି ନାହିଁ

  27. Couplet 27

    ଏହାର ନିଜ-ପର ନାହିଁକେବଳ ଗୁଣ-ଦୋଷ ରହି

  28. Couplet 28

    ଗୁଣ-ଦୋଷ କ୍ରିୟାର ଫଳଗ୍ରହଣ ନ କରେ ସକଳ

  29. Couplet 29

    ଉଦାସୀନର ପ୍ରାୟ ହୋଇପର-ଅପରକୁ ଦେଖଇ

  30. Couplet 30

    ଏମନ୍ତ ଏକ ସେ ଈଶ୍ୱରସଂସାର ନିର୍ମିତ ତାହାର

  31. Couplet 31

    ଏମନ୍ତ କହିଣ ବଚନଜୀବ ଚଳିଲା ହେ ରାଜନ

  32. Couplet 32

    ବିସ୍ମୟେ ତାର ବନ୍ଧୁଗଣଶୋକ ଛାଡିଲେ ତତକ୍ଷଣ

  33. Couplet 33

    ତା ତହୁଁ ଜ୍ଞାନକୁ ଶୁଣିଲେସ୍ନେହ-ଶାଙ୍କୋଳିକି ଛେଦିଲେ

  34. Couplet 34

    ଏ ଅନନ୍ତରେ ଜ୍ଞାତିଜନବେଦଉଚିତ କର୍ମମାନ

  35. Couplet 35

    ଲୋକବିଧିରେ ତାହାକଲେସମସ୍ତ ତାପକୁ ଛାଡିଲେ

  36. Couplet 36

    ଯେ ଶୋକ ମୋହ ସ୍ନେହୁଁ ହୋଇତାହା ଛାଡିଲେ ଜ୍ଞାନ ପାଇ

  37. Couplet 37

    ଚିତ୍ରକେତୁର ଯେତେ ନାରୀଲାଜ ପାଇ ମନେ ବିଚାରି

  38. Couplet 38

    ବାଳକହତ୍ୟାପାପୁଁ କରିହତ ହୋଇଲା ତାଙ୍କ ଶିରୀ

  39. Couplet 39

    ବ୍ରାହ୍ମଣେ ପୁଚ୍ଛିଲେ ଉଚିତବାଳକ-ହତ୍ୟା-ହତବ୍ରତ

  40. Couplet 40

    ଯମୁନାକୂଳକୁ ସେ ଗଲେବାଳକହତ୍ୟା-ବ୍ରତ କଲେ

  41. Couplet 41

    ବ୍ରାହ୍ମଣଆଜ୍ଞା ପରମାଣେକମେ ସେ ବେଦର ବିଧାନେ

  42. Couplet 42

    ଏମନ୍ତେ ଶୁଣ ହେ ରାଜନଚିତ୍ରକେତୁ ବିପ୍ର-ବଚନ

  43. Couplet 43

    ତକ୍ଷଣେ ଶୁଣି ଜ୍ଞାନପାଇଗୃହକପୁଁ ବାହାର ହୋଇ

  44. Couplet 44

    ଶୁଣି ଉଦୟ ହେଲା ଜ୍ଞାନମନସଂଶୟ ତା ଖଣ୍ଡନ

  45. Couplet 45

    ସରୋବର-ପଙ୍କରୁ ଯେହ୍ନେଗଜ ବାହାର ବିଦ୍ୟମାନେ

  46. Couplet 46

    ତେସନେ ରାଜା ସର୍ବଛାଡିଗୋବିନ୍ଦପାଦେ ଚିତ୍ତ ବଢି

  47. Couplet 47

    କାଳିନ୍ଦୀଜଳେ ସ୍ନାନକଲାପୁଣ୍ୟକ୍ରିୟାକୁ ଆଚରିଲା

  48. Couplet 48

    ମଉନବ୍ରତେ ମହାରାଜାମୁନିଚରଣେ କଲେ ପୂଜା

  49. Couplet 49

    ଏଥୁଅନ୍ତରେ ନୃପବରଭକତି ଦେଖିଣ ରାଜାର

  50. Couplet 50

    ନାରଦ ଅନୁଗ୍ରହ କଲେଏ ଜ୍ଞାନ ତାହାଙ୍କୁ କହିଲେ

  51. Couplet 51

    ପରମାନନ୍ଦରେ ନିବୃତ୍ତିଧ୍ୟାନେ ଗୋବିନ୍ଦେ କଲା ସ୍ତୁତି

  52. Couplet 52

    ନମସ୍ତେ ପ୍ରଭୁ ନାରାୟଣବାସୁଦେବ ସର୍ବକାରଣ

  53. Couplet 53

    ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନିନମସ୍ତେ ସଙ୍କର୍ଷଣ ପୁଣି

  54. Couplet 54

    ନମସ୍ତେ ଜ୍ଞାନର ଈଶ୍ୱରପରମାନନ୍ଦ-ମୂର୍ତ୍ତି ଯାର

  55. Couplet 55

    ନମସ୍ତେ ଶାନ୍ତ ଆତ୍ମାରାମଅବ୍ୟୟରୂପ ପୂର୍ଣ୍ଣକାମ

  56. Couplet 56

    ନମସ୍ତେ ବଇକୁଣ୍ଠବାସୀନମସ୍ତେ ପ୍ରଭୁ ବ୍ରହ୍ମରାଶି

  57. Couplet 57

    ସ୍ୱରୂପାନନ୍ଦ ଅନୁଭୂତିତେଣୁ ନିରସ୍ତ ଉର୍ମିଶକ୍ତି

  58. Couplet 58

    ଭୋ ହୃଷୀକେଶ ହେ ମହତନମସ୍ତେ ମର୍ତ୍ତି ହେ ଅନନ୍ତ

  59. Couplet 59

    ମନବଚନ-ଅଗୋଚରମହିମା ନାମ ରୂପ ଯାର

  60. Couplet 60

    ଚିନ୍ମୟ ଯାହାର ଶରୀରରଖନ୍ତୁ ସଦସଦପର

  61. Couplet 61

    ଚିନ୍ତାମାତ୍ରକେ ଯେଉଁ ନାମଖଣ୍ଡଇ ସର୍ବପାପମାନ

  62. Couplet 62

    ଅରୂପରେଖ ଭଗବାନସଚରାଚର ବିଶ୍ୱଧାମ

  63. Couplet 63

    ଯାହାର ତହୁଁ ଏ ଜଗତହେଉ ଅଛନ୍ତି ଆତଯାତ

  64. Couplet 64

    ମୃତ୍ତିକାଠାରୁ ନାନାପାତ୍ରଯେସନେ ହେଉଅଛି ଜାତ

  65. Couplet 65

    ସୃଷ୍ଟି ପ୍ରଳୟ ସ୍ଥିତି ଯହିଁସେ ଯୋଗେଶ୍ୱରେ ମୁଁ ନମଇଁ

  66. Couplet 66

    ବୁଦ୍ଧି ଇନ୍ଦ୍ରିୟ ଆଦି ମନଯାହାକୁ ନ ଜାଣଇ ପ୍ରାଣ

  67. Couplet 67

    ବାହ୍ୟ-ଅନ୍ତରେ ବ୍ୟାପ୍ତହୋଇଆକାଶପ୍ରାୟ ଯେ ଅଛଇ

  68. Couplet 68

    ତାହାଙ୍କୁ ମୋର ନମସ୍କାରଯେ ପ୍ରଭୁ ଜଗତଠାକୁର

  69. Couplet 69

    ଅଶେଷ-କ୍ଷେତ୍ରେ ଯା ବିହାରଅଚ୍ୟୁତ ପରମଈଶ୍ୱର

  70. Couplet 70

    ଦେହ ଇନ୍ଦ୍ରିୟ ପ୍ରାଣ ମନବୁଦ୍ଧି ଅହଙ୍କାର ଚେତନ

  71. Couplet 71

    ଯାର ଆଜ୍ଞାରେ ଏ ନିର୍ମାଣକର୍ମରେ କରନ୍ତି ଭ୍ରମଣ

  72. Couplet 72

    ଭଗବାନ ମହାପୁରୁଷଯାହାର ଭାବରେ ପ୍ରକାଶ

  73. Couplet 73

    ମହାବିଭୂତିର ଈଶ୍ୱରସକଳ-ଭକ୍ତଜନଙ୍କର

  74. Couplet 74

    କରକମଳଦଳେ କରିସେବିତ ଚରଣ ଯାହାରି

  75. Couplet 75

    ଏମନ୍ତ ପରମଈଶ୍ୱରତାହାଙ୍କୁ ମୋର ନମସ୍କାର

  76. Couplet 76

    ଭକତରାଜାଙ୍କୁ ନାରଦେଏ ବିଦ୍ୟା ଦେଲେ ଅପ୍ରମାଦେ

  77. Couplet 77

    ଅଙ୍ଗିରା ସହିତେ ରାଜନଗଲେ ସେ ବ୍ରହ୍ମାର ଭୁବନ

  78. Couplet 78

    ଚିତ୍ରକେତୁ ସେ ବିଦ୍ୟାଘେନିଯେମନ୍ତ କହିଥିଲେ ମୁନି

  79. Couplet 79

    ଧଇଲା ସପ୍ତରାତ୍ର ସେହିପବିତ୍ର ନିରାହାର ହୋଇ

  80. Couplet 80

    ସପତରାତ୍ରେ ଅପ୍ରମାଦେନାରଦବିଦ୍ୟାର ପ୍ରସାଦେ

  81. Couplet 81

    ବିଦ୍ୟାଧର-ଅଧିପପଣଲଭିଲେ ଚିତ୍ରକେତୁରାଣ

  82. Couplet 82

    ଶୁଣ ରାଜନ ଏକମନେଏ ଅନନ୍ତରେ କେତେଦିନେ

  83. Couplet 83

    ବିଦ୍ୟାରୁ କରି ଶୁଦ୍ଧମତିନିଶ୍ଚଳେ ଲଭିଲା ନୃପତି

  84. Couplet 84

    ଅନନ୍ତ ଦେବଦେବେଶ୍ୱରଗଲା ନିକଟେ ତାହାଙ୍କର

  85. Couplet 85

    ମୃଣାଳପ୍ରାୟ ଶୋଭାବନନୀଳବସନ ପରିଧାନ

  86. Couplet 86

    ଶୋଭିତ କିରୀଟ କେୟୁରମେଖଳା କଙ୍କଣ ଆବର

  87. Couplet 87

    ପ୍ରସନ୍ନ ରୁଚିର ବଦନଅରୁଣ ରାଜୀବଲୋଚନ

  88. Couplet 88

    ବେଢିଅଛନ୍ତି ସିଦ୍ଧେଶ୍ୱରଦେଖିଲା ଯାଇ ନୃପବର

  89. Couplet 89

    ତାହାଙ୍କ ଦରଶନ ପାଇସକଳପାପୁଁ ମୁକ୍ତହୋଇ

  90. Couplet 90

    ଅନ୍ତଃକରଣ ଶୁଦ୍ଧହେଲାଅଶ୍ରୁରେ ଲୋଚନ ପୂରିଲା

  91. Couplet 91

    ଭକ୍ତିରୁ ରୋମାଞ୍ଚ ହୋଇଲାଆଦିପୁରୁଷଙ୍କୁ ନମିଲା

  92. Couplet 92

    ସେ ଚିତ୍ରକେତୁ ହୃଷ୍ଟହୋଇନୟନଜଳେ ପାଦ ଧୋଇ

  93. Couplet 93

    ପ୍ରେମେ କୁଣ୍ଠିତକଣ୍ଠ ହୋଇସ୍ତୁତି କରିଣ ନ ପାରଇ

  94. Couplet 94

    ହରଷେ ପୂର୍ଣ୍ଣଇନ୍ଦ୍ରିଗଣକ୍ରମରେ କରି ନିବାରଣ

  95. Couplet 95

    ଜଗତଗୁରୁ ଗୁରୁବରଯାଦବଂଶର ଠାକୁର

  96. Couplet 96

    ତାହାଙ୍କ ପାଦେ ଦେଇମନକହଇ ମଧୁରବଚନ

  97. Couplet 97

    ତୁହି ଯେ ଅଜିତ ସ୍ୱଭାବେଭକତ ତୋତେ ଜିତେ ଭାବେ

  98. Couplet 98

    ସୁସିଦ୍ଧଆତ୍ମା -ଲୋକଙ୍କରଜିତ ତୁ ହେଉ ହେ ଈଶ୍ୱର

  99. Couplet 99

    ଯେଣୁ ତୁ ଅତିହିଁ କରୁଣତେଣୁ ତୁ ଭକ୍ତର ଅଧୀନ

  100. Couplet 100

    ନିଷ୍କାମେ ଯେଣୁ ଯେ ଭଜନ୍ତିତେଣୁ ତୋହରେ ସେ ଜିଣନ୍ତି

  101. Couplet 101

    ଯେ ତୋତେ କରଇ ଭଜନତାର କାମନା କରୁ ପୂର୍ଣ୍ଣ

  102. Couplet 102

    ଅତି ଦୟାଳୁ ରୂପଧରଜଗତ ବିଭବ ତୋହର

  103. Couplet 103

    ଅନାଦି ତୁହି ତୋର ତହିଁଉଦୟସ୍ଥିତି ଅନ୍ତ ହୋଇ

  104. Couplet 104

    ସୃଷ୍ଟିକରତା ଅଛି ଆରବୋଲଇ ଅଜ୍ଞ ଯେଉଁ ନର

  105. Couplet 105

    ପରମଅଣୁରୂପ ହେଉମହତତେଜକୁ ତୁ ବହୁ

  106. Couplet 106

    ଆଦ୍ୟନ୍ତ ଅନ୍ତରାଳେସ୍ଥିତଆଦ୍ୟନ୍ତ-ମଧ୍ୟ ତୋ ରହିତ

  107. Couplet 107

    ହେ ଦେବ ପ୍ରାଣୀମାନଙ୍କରସାକ୍ଷୀରୂପକୁ ତୁମ୍ଭେ ଧର

  108. Couplet 108

    କ୍ଷିତି ଆଦି ଯେ ପଞ୍ଚଭୂତଏଥିରେ ହୋଇଣ ନିର୍ମିତ

  109. Couplet 109

    ଯେହି ମହତ-ଅଣ୍ତକୋଷତାହାର ତୋର ତହିଁ ବାସ

  110. Couplet 110

    ବିଷୟା-ଜଡେ ମୋହିହୋଇଯେ ଜନ ବିଭୂତି ଚିନ୍ତଇ

  111. Couplet 111

    ତୋ ପଦ୍ମଚରଣ ନ ଚିନ୍ତେଗ୍ରାମର ପଶୁ ଯେ ଯୁଗତେ

  112. Couplet 112

    ଭୋ ପ୍ରଭୁ ତାହାର କଲ୍ୟାଣକେବେହେଁ ନୁହଁଇଟି ପୁଣ

  113. Couplet 113

    ଜ୍ଞାନାତ୍ମାମୟ ତୁ ଅଗୁଣସକାମେ ଯେ ତୋର ଚରଣ

  114. Couplet 114

    ପୂଜନ୍ତି ଜନ୍ମ ତାଙ୍କ ନାହିଁଭର୍ଜିତ ବୀଜ ପ୍ରାୟେ ହୋଇ

  115. Couplet 115

    ତୁମ୍ଭେ ଯେ ଭାଗବତଧର୍ମକହିଲ ପୁରୁଷଉତ୍ତମ

  116. Couplet 116

    ଅକିଞ୍ଚନ ଯେ ଆତ୍ମାରାମଏମନ୍ତ ଯେଉଁ ମୁନିଜନ

  117. Couplet 117

    ମୋକ୍ଷ ନିମନ୍ତେ ସେହି ଧର୍ମକରନ୍ତି ନିତ୍ୟ ଉପାସନ

  118. Couplet 118

    ବିଷମମତିଟି ଯାହାରଏ ଧର୍ମୁ ସେ ଜନ ବାହାର

  119. Couplet 119

    ଯେଉଁ ଧର୍ମରେ ତୁହି ମୁହିଁତୋହର ମୋର ଭେଦ ନାହିଁ

  120. Couplet 120

    କିବା କୁଶଳ ସେ ଲଭନ୍ତିସ୍ୱଦେହେ ପରେ ଯେ ପୀଡନ୍ତି

  121. Couplet 121

    ସ୍ୱଦ୍ରୋହେ ଆତ୍ମପୀଡ଼ା ପୁଣପର ପୀଡ଼ନେ ଅଧରମ

  122. Couplet 122

    ବିହିତ ଧର୍ମ ଭାଗବତନ ଛାଡେ କେବେ ପରମାର୍ଥ

  123. Couplet 123

    ସ୍ଥାବର ଚରଜୀବଙ୍କରେଅଭିନ୍ନଭାବ ଯେହୁ କରେ

  124. Couplet 124

    ସେ ନିତ୍ୟ ପାଦପଦ୍ମେ ତୋରସେବା କରଇ ନିରନ୍ତର

  125. Couplet 125

    ପାଷଣ୍ତମତ୍ତ ଯେଉଁନରଏ ପାଦ ଦୁର୍ଲ୍ଲଭ ତାହାର

  126. Couplet 126

    ଯେ ପାଦପଲ୍ଲବ ସୁଧାମପରମମଙ୍ଗଳ ତା ନାମ

  127. Couplet 127

    ଯେ ନାମ ସୁମରଣ କରିପ୍ରାଣୀ ସଂସାରୁ ଯାନ୍ତିତରି

  128. Couplet 128

    ହେ ଦେବଦେବ ନାରାୟଣହେ ପ୍ରଭୁ ଅଖିଳକାରଣ

  129. Couplet 129

    ତୋ ରୂପ ଦରଶନେ ମୁହିଁପବିତ୍ର ହୋଇଲି ଗୋସାଇଁ

  130. Couplet 130

    ନାରଦ-ବଚନର ଫଳେତୋତେ ଦେଖିଲି ଚର୍ମଡୋଳେ

  131. Couplet 131

    ଜଗତଆତ୍ମା ହେ ଅନନ୍ତସକଳ ଜାଣୁ ତୁ ତଦନ୍ତ

  132. Couplet 132

    ଏ ଘୋର ସଂସାରରେ ଜନକେ ତୋତେ ଜାଣୁଁ ଭଗବାନ

  133. Couplet 133

    ତୁମ୍ଭେ ଆଦିତ୍ୟ ଦେବରାୟେନର ଯେ ଖଦ୍ୟୋତ ପରାୟେ

  134. Couplet 134

    ଜଗତ ଉତ୍ପତ୍ତି ପାଳନପ୍ରଳୟ ହେତୁ ନାରାୟଣ

  135. Couplet 135

    ପରମହଂସରୂପ ତୁହିନମସ୍ତେ ପ୍ରଭୁ ଭାବଗ୍ରାହୀ

  136. Couplet 136

    ଯାର ଶ୍ୱାସକୁ ଅନୁସରିକମ୍ପିତହେ ଏ ବସୁନ୍ଧରୀ

  137. Couplet 137

    ପ୍ରାଣୀସମୂହ ଦ୍ରୂମ-ଗିରିଅବନୀ ଅଛି ଯେହୁ ଧରି

  138. Couplet 138

    ସହସ୍ରମସ୍ତକ-ଈଶ୍ୱରନମସ୍ତେ ବ୍ରହ୍ମାଣ୍ଡଠାକୁର

  139. Couplet 139

    ଏମନ୍ତ ସ୍ତୁତି ତାର ଶୁଣିଅନନ୍ତ ପ୍ରଭୁ ହଳପାଣି

  140. Couplet 140

    ଯେ ଚିତ୍ରକେତୁ ବିଦ୍ୟାଧରତାହାଙ୍କୁ ବୋଲନ୍ତି ଉତ୍ତର

  141. Couplet 141

    ଶୁଣ ରାଜନ ପୁଣ୍ୟଦେହମୋର ଭକତ ଅନୁଗ୍ରହ

  142. Couplet 142

    ନାରଦ ଅଙ୍ଗିରା ତୋହରେକହିଲେ ଯେଉଁ ବିଦ୍ୟାସାରେ

  143. Couplet 143

    ତେଣୁ ସିଦ୍ଧହୋଇ ରାଜନପାଇଲୁ ମୋର ଦରଶନ

  144. Couplet 144

    ମୁଁ ସର୍ବପ୍ରାଣୀ ଆଦିଶେଷଆତ୍ମାରୂପରେ ମୋର ବାସ

  145. Couplet 145

    ପରମବ୍ରହ୍ମ ଯାରେ କହିସେ ମୋର ଶରୀର ଅଟଇ

  146. Couplet 146

    ଯେ ଆତ୍ମା ବ୍ୟାପ୍ତ ଲୋକଠାରେଲୋକବ୍ୟାପିତ ଯେ ଆତ୍ମାରେ

  147. Couplet 147

    ଉଭୟେ ବ୍ୟାପ୍ତହୋଇ ମୁହିଁସଂସାରେ ଅଛି ଦେହ ବହି

  148. Couplet 148

    ଯେସନେ ନିଦ୍ରାପାଇ ନରେବିଶ୍ୱକୁ ଦେଖନ୍ତି ଆତ୍ମାରେ

  149. Couplet 149

    ନିଦ୍ରାଉପେକ୍ଷି ପୁଣ ସେହିଏକଦେଶେ ଆତ୍ମା ଦେଖଇ

  150. Couplet 150

    ଉଠିଣ ଜ୍ଞାନପାଇ ଯେହ୍ନେସକଳ ମିଥ୍ୟାକରିମାନେ

  151. Couplet 151

    ଯେଉଁ ପୁରୁଷ ତା ଦେଖଇତାହାକୁ ଚିନ୍ତ ମନ ଦେଇ

  152. Couplet 152

    ଯାହାର ବଳେ ସୁପ୍ତ ହୋଇସୁଖ ବା ସ୍ୱପନ ଜାଣଇ

  153. Couplet 153

    ସେ ଆତ୍ମା ନିର୍ଗୁଣ ଯେ ବ୍ରହ୍ମସେହିଟି ମୁହିଁ ବୋଲି ଜାଣ

  154. Couplet 154

    ନିଦ୍ରାରେ ଜାଗ୍ରତରେ ପୁଣଉଭୟେ ଯା ତହୁଁ ସ୍ମରଣ

  155. Couplet 155

    ଏ ମୋର ଭିନ୍ନଭାବ ଦୁଇମୋ ବିନୁ ଅନ୍ୟ କେହି ନାହିଁ

  156. Couplet 156

    ଯେଣୁ ମୋ ଭାବ ପ୍ରାଣୀମାନେଚିନ୍ତନ୍ତି ଭିନ୍ନକରି ମନେ

  157. Couplet 157

    ଏଣୁ ଏ ଅଖିଳସଂସାରେଜନ୍ମ-ମୃତ୍ୟୁ ଲଭନ୍ତି ନରେ

  158. Couplet 158

    ମନୁଷ୍ୟଜନ୍ମ ଆଶ୍ରେ କରିଜ୍ଞାନ-ବିଜ୍ଞାନେ ଦେହ ଧରି

  159. Couplet 159

    ଆତ୍ମାକୁ ନ ଜାଣେ ଯେ ନରକେବେହେଁ ସୁଖ ନାହିଁ ତାର

  160. Couplet 160

    ଚେଷ୍ଟା କରଇ କାର୍ଯ୍ୟ ପାଇଁନାନା-ଯାତନା ଲଭେ ତହିଁ

  161. Couplet 161

    ସଙ୍କଳ୍ପ ଛାଡି ଯେ ଭଜଇମୋକ୍ଷର ଫଳକୁ ଲଭଇ

  162. Couplet 162

    ଦୁଃଖ-ନିବୃତ୍ତି ସୁଖ ପାଇଁଦମ୍ପତିକର୍ମ ଆଚରଇ

  163. Couplet 163

    ସୁଖ ଦୁଃଖର ଭୋଗ ତହିଁକେବେ ଲଭଇ ନ ଲଭଇ

  164. Couplet 164

    ଏମନ୍ତ ବିଚାର ଯେ ଜାଣିକର୍ମ କରଇ ଯେଉଁ ପ୍ରାଣୀ

  165. Couplet 165

    ସୂକ୍ଷ୍ମ ଆତ୍ମଗତି ତାଠାରେବିମୁକ୍ତ ହୋଇ ସେ ସଂସାରେ

  166. Couplet 166

    ଜ୍ଞାନସମ୍ପନ୍ନ ହୋଇନରଭକ୍ତିକି ଲଭଇ ମୋହର

  167. Couplet 167

    ପ୍ରାଣୀର ପରଧର୍ମ ଏହିସମଦରଶୀ ଯେବେ ହୋଇ

  168. Couplet 168

    ଯୋଗ-ନିପୁଣ-ବୁଦ୍ଧି-ଲୋକଜୀବପରମ ଦେଖେ ଏକ

  169. Couplet 169

    ଶ୍ରଦ୍ଧାରେ ଯେବେ ତୁ ରାଜନଘେନିବୁ ମୋହର ବଚନ

  170. Couplet 170

    ଜ୍ଞାନସମ୍ପନ୍ନ ହୋଇ ତୁହିସିଦ୍ଧ ହୋଇବୁ ବେଗ ହୋଇ

  171. Couplet 171

    ତୁ ଏବେ ମୋର ପାଦେ ଭକ୍ତିଲଭିଣ ପାଅ ସିଦ୍ଧଗତି

  172. Couplet 172

    ସୁଖଦୁଃଖରେ ମୋର ଭାବକେବେହେଁ ତୋ ମନୁ ନଯିବ

  173. Couplet 173

    ଏମନ୍ତ କହି ବାସୁଦେବଯେ ବିଷ୍ଣୁ ଋଷଭମାଧବ

  174. Couplet 174

    ଚିତ୍ରକେତୁକୁ ଆଶ୍ୱାସିଣଜଗତଗୁରୁ ଭଗବାନ

  175. Couplet 175

    ଦେଖୁ ଯେ ଥିଲା ସେ ରାଜନକୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ

  176. Couplet 176

    ବୋଲଇ ଦାସ ଜଗନ୍ନାଥଚିତ୍ରକେତୁ-ରାଜା-ଚରିତ

Odia Bhagabata skandha 6 adhyaya 16 | Parbani by ParibhaAsha App