Skip to content
paribhaasha

Skandha 6

Adhyaya 4

  1. Couplet 1

    ଦେବ ଅସୁର ନର ନାଗତୁମ୍ଭେ କହିଲ ମହାଭାଗ

  2. Couplet 2

    ମୃଗ-ପକ୍ଷୀଙ୍କ ସୃଷ୍ଟି ଯେତେକହିଲ ମୋହର ଅଗ୍ରତେ

  3. Couplet 3

    ଯେତେ ସ୍ୱୟମ୍ଭୁ-ମନ୍ୱନ୍ତରେସଂକ୍ଷେପେ କହିଲ ମୋହରେ

  4. Couplet 4

    ସେ ମନ୍ୱନ୍ତରେ ଭଗବାନଯେ ଅନୁସର୍ଗର ବିଧାନ

  5. Couplet 5

    ଯେମନ୍ତ ଆତ୍ମାଶକ୍ତି ଘେନିସର୍ଜିଲେ ପ୍ରଭୁ ଅନ୍ତର୍ଯ୍ୟାମୀ

  6. Couplet 6

    ସେକଥା ଶୁଣିବାକୁ ମୋରଶ୍ରଦ୍ଧା ବଳିଲା ମୁନିବର

  7. Couplet 7

    ରାଜାର ପ୍ରଶ୍ନ ଶୁଣି କର୍ଣ୍ଣେଆନନ୍ଦେ ହରଷ ବଦନେ

  8. Couplet 8

    ଭୋ ମୁନିଗଣେ ଶୁଣ ତାହାନୃପେ କହିଲେ ଶୁକ ଯାହା

  9. Couplet 9

    ଚିତ୍ତେ ଶ୍ରୀକୃଷ୍ଣପଦ ଧ୍ୟାୟିକହନ୍ତି ରାଜା ମୁଖ ଚାହିଁ

  10. Couplet 10

    ବୋଲନ୍ତି ଶୁଣ ହୋ ରାଜନଈଶ୍ୱର ସୃଷ୍ଟିର ବିଧାନ

  11. Couplet 11

    ଯେବେ ପ୍ରଚେତା ଭାଇଦଶସମୁଦ୍ରୁ ଉଠି ଦଶଦିଶ

  12. Couplet 12

    ଚାହିଁଲେ ବହୁ ଦ୍ରୁମମାନପୃଥିବୀ କଲା ଆଚ୍ଛାଦନ

  13. Couplet 13

    ବୃକ୍ଷମାନଙ୍କୁ ଦେଖି ଡୋଳେତପେ ଦୀପିତ କୋପାନଳେ

  14. Couplet 14

    ମୁଖରୁ ଅଗ୍ନି-ବାୟୁ ଦୁଇସର୍ଜିଲେ ବୃକ୍ଷକ୍ଷୟ ପାଇଁ

  15. Couplet 15

    ପବନ-ଅଗ୍ନିରେ ଦହନବୃକ୍ଷେ ହୋଇଲେ ଯହୁଁ କ୍ଷୀଣ

  16. Couplet 16

    ତା ଦେଖି ଶୁଣ ପରୀକ୍ଷିତଚନ୍ଦ୍ର ହୋଇଲେ ଉପଗତ

  17. Couplet 17

    କ୍ରୋଧ-ସାନ୍ତ୍ୱନା କରିବାରେତାଙ୍କୁ ବୋଇଲେ ସୁଧାକରେ

  18. Couplet 18

    ଭୋ ସ୍ୱାମୀମାନେ ତୁମ୍ଭେ ଶୁଣବୃକ୍ଷେ ହୋଇଲେ ଅତି କ୍ଷୀଣ

  19. Couplet 19

    ଦହନ ନ କରଟି ଆରତୁମ୍ଭେ ଯେ ପତି ପ୍ରଜାଙ୍କର

  20. Couplet 20

    ପ୍ରଜାପତିଙ୍କ ପତି ହରିଅବ୍ୟୟ ପୁରୁଷ ମୁରାରି

  21. Couplet 21

    ଔଷଧି ବନସ୍ପତି ଯେତେତାର ସଞ୍ଚିଲା ଏ ଜଗତେ

  22. Couplet 22

    ସଂସାରେ ଭକ୍ଷ୍ୟ ଭୋଜ୍ୟ ଅନ୍ନସେ ବିଭୁ କରିଛି ସର୍ଜନ

  23. Couplet 23

    ଚର-ଅଚର ଆଦି ଯେତେପାଦ-ଅପାଦର ସହିତେ

  24. Couplet 24

    ଅହସ୍ତ-ହସ୍ତଯୁକ୍ତ ଯେହୁଦ୍ୱିପଦ-ଚତୁଷ୍ପଦ କେହୁ

  25. Couplet 25

    ତୁମ୍ଭେ ଏ ସକଳେ ସର୍ଜିବସଂସାରେ ଛନ୍ତି ଯେତେ ଜୀବ

  26. Couplet 26

    ପ୍ରଜାର ସୃଷ୍ଟି କରିବାରେଯେଣୁ ଅଇଲ ଏ ସଂସାରେ

  27. Couplet 27

    ମୋ ବାଣୀ ଶୁଣ ସାବଧାନଦହନ ନ କର ଏ ବନ

  28. Couplet 28

    ପିତା ପିତାମହ ତୁମ୍ଭରସେବିତ ପ୍ରପିତାମହର

  29. Couplet 29

    ନ କର ସତ୍ୟ ମାର୍ଗ ଦୂରକ୍ରୋଧ ଅନଳ ଦୂରକର

  30. Couplet 30

    ବାଳକ-ବନ୍ଧୁ ପିତାମାତାନୟନ-ବନ୍ଧୁ ଲୋମପତା

  31. Couplet 31

    ଭିକ୍ଷୁକ-ବନ୍ଧୁ ଗୃହୀଜନଅଜ୍ଞର ବନ୍ଧୁ ସୁଜ୍ଞଜନ

  32. Couplet 32

    ସ୍ତିରୀର ବନ୍ଧୁ ସ୍ୱାମୀ ନିଜପ୍ରଜାର ବନ୍ଧୁ ମହାରାଜ

  33. Couplet 33

    ଜୀବର ହୃଦଗତେ ହରିଅଛନ୍ତି ଆତ୍ମରୂପ ଧରି

  34. Couplet 34

    ସେ ସର୍ବ ସମାନ ଦେଖଇତାହାର ଶତ୍ରୁମିତ୍ର ନାହିଁ

  35. Couplet 35

    ଜୀବେ ସମାନ ଯେ ଦେଖଇତାହାକୁ ଜ୍ଞାନୀ ବୋଲି କହି

  36. Couplet 36

    କ୍ରୋଧକୁ ଜିଣେ ଯେଉଁ ନରସେ ଜାଣ ତ୍ରିଗୁଣୁଁ ବାହାର

  37. Couplet 37

    ଅନନ୍ତ ଗୁଣ ବୋଲି ତାରେନିର୍ଭୟେ ବୁଲଇ ସଂସାରେ

  38. Couplet 38

    କଲ୍ୟାଣ ହୋଇବ ତୁମ୍ଭରଶେଷ ଦ୍ରୁମଙ୍କୁ ରକ୍ଷା କର

  39. Couplet 39

    ବୃକ୍ଷ-ପାଳିତ ଯେଉଁ କନ୍ୟାସେ ହେଉ ତୁମ୍ଭ ମନୋରମା

  40. Couplet 40

    ଏତେକ କହି ରାଜା ସୋମଆନନ୍ଦେ ହରଷ ବଦନ

  41. Couplet 41

    କନ୍ୟାକୁ ଆଣି ତାଙ୍କୁ ଦେଲେହରଷେ ନିଜପୁରେ ଗଲେ

  42. Couplet 42

    ସେମାନେ କନ୍ୟା ପ୍ରାପ୍ତ ହୋଇବିବାହ ହେଲେ ଦୟାବହି

  43. Couplet 43

    ତାହାଙ୍କ ବୀର୍ଯ୍ୟେ ସେ କନ୍ୟାରଜନ୍ମିଲେ ଦକ୍ଷ ବେଦବର

  44. Couplet 44

    ଯାହାର ପ୍ରଜାର ସର୍ଜନେପ୍ରଜା ପୂରିଲେ ତ୍ରିଭୁବନେ

  45. Couplet 45

    ଏମନ୍ତେ ଦକ୍ଷପ୍ରଜାପତିସର୍ଜିଲେ ସର୍ବଭୂତସ୍ଥିତି

  46. Couplet 46

    ମାନସେ ବୀଜେ ଅବା ଯାହାସର୍ଜିଲେ ଶୁଣ କହୁଁ ତାହା

  47. Couplet 47

    ପ୍ରଥମେ ମନୁଁ କଲା ଜାତସେ ପ୍ରଜାପତି ଲୋକନାଥ

  48. Couplet 48

    ଦେବ ଅସୁର ନର ଆଦିଆକାଶ ଜଳ ସ୍ଥଳ ସିଦ୍ଧି

  49. Couplet 49

    ପ୍ରଜା ଅବୃଦ୍ଧି ଦେଖି ଦକ୍ଷମନରେ କଲେ ଅତି ଦୁଃଖ

  50. Couplet 50

    ବିନ୍ଧ୍ୟପର୍ବତକୁ ସେ ଯାଇତପ ଆରମ୍ଭକଲେ ତହିଁ

  51. Couplet 51

    ତକ୍ଷଣେ କରି ଆଚମନଯେ ତୀର୍ଥ ଅଘମରଷଣ

  52. Couplet 52

    ଯାହାର ଜଳ ସ୍ପରଶରେସକଳ ପାପ ଯାଇ ଦୂରେ

  53. Couplet 53

    ତହିଁ ବସିଲେ ତପ କରିତୋଷିଲେ ପ୍ରଭୁ ନରହରି

  54. Couplet 54

    ଏହି ସ୍ତବରେ କଲେ ସ୍ତୁତିଯେଣେ ପ୍ରସନ୍ନ ଶିରୀପତି

  55. Couplet 55

    ନମସ୍ତେ ପ୍ରଭୁ ଆଦି ଧାତାଜୀବ-ମାୟା ଯେ ନିୟନ୍ତା

  56. Couplet 56

    ଅଦୃଷ୍ଟ ଯାହାର ମହିମାଗୁଣ-ବୁଦ୍ଧିରେ ନୋହେ ସୀମା

  57. Couplet 57

    ଯାହାର ଆଜ୍ଞାରେ ଜଗତନମସ୍ତେ ପ୍ରଭୁ ଆଦିଭୂତ

  58. Couplet 58

    ଯାହାର ସଖା ଅଟେ ଜୀବନ ଜାଣେ ତାହାର ପ୍ରଭାବ

  59. Couplet 59

    ଏ ଦେହେ ସମାନ ବସଇତଥାପି ଜୀବ ନ ଜାଣଇ

  60. Couplet 60

    ସଂସାରେ ଅଛି ପୂର୍ଣ୍ଣ ହୋଇଯାହାର ଶତ୍ରୁ-ମିତ୍ର ନାହିଁ

  61. Couplet 61

    ଯାର ଚରିତ ଅସମ୍ଭବନମସ୍ତେ ପ୍ରଭୁ ସ୍ୱୟମ୍ଭୁବ

  62. Couplet 62

    ପ୍ରକାଶ ଇନ୍ଦ୍ରିୟ ଗଣରଯେହ୍ନେ ବିଷୟ ଅଗୋଚର

  63. Couplet 63

    ଗୁଣର ଗୁଣ ପ୍ରାୟେ ହୋଇସେ ମହେଶ୍ୱରଙ୍କୁ ନମଇଁ

  64. Couplet 64

    ଦେହ ଇନ୍ଦ୍ରିୟ ପ୍ରାଣ ମନଯେ ଭୂତ ମାତ୍ରାଦି ପଞ୍ଚମ

  65. Couplet 65

    ଏମାନେ ନିଜ ସ୍ୱରୂପକୁନ ଜାଣେ କେହି ଯେ କାହାକୁ

  66. Couplet 66

    ଜୀବ ଯେ ଏ ସର୍ବ ଜାଣଇସେ ଜୀବ ଯାକୁ ନ ଜାଣଇ

  67. Couplet 67

    ସର୍ବଜ୍ଞ ଅନନ୍ତ ଅଟଇତାହାଙ୍କୁ ଦଣ୍ଡବତ ମୁହିଁ

  68. Couplet 68

    ଯାହାର ଗୁଣ ଏ ସଂସାରେଶ୍ରୁତି ସ୍ମୃତିରେ ଅଗୋଚରେ

  69. Couplet 69

    ସକଳ ଭୂତରେ ଯେ ଥାଇତାହାକୁ କେହି ନ ଜାଣଇ

  70. Couplet 70

    ସମାଧିଯୋଗେ ଦୃଷ୍ଟି ସ୍ମୃତିବିନାଶେ ଯେ ହୋଏ ପ୍ରତୀତି

  71. Couplet 71

    କେବଳ ସ୍ୱରୂପ-ଜ୍ଞାନରେଅଶେଷ ଘଟେ ଯେହୁ ପୂରେ

  72. Couplet 72

    ଯେ ହଂସ ଶୁଦ୍ଧଚିତ୍ତ ଘରତାହାଙ୍କୁ ମୋର ନମସ୍କାର

  73. Couplet 73

    ହୃଦପଦ୍ମରେ ଯାକୁ ଧରିପଣ୍ଡିତେ ତପକୁ ଆଚରି

  74. Couplet 74

    ସର୍ବବିଷୟା ମାୟା ଯାରନିଃଶେଷମୋକ୍ଷ ସୁଖଘର

  75. Couplet 75

    ସର୍ବସ୍ୱରୂପ ସର୍ବନାମସକଳ ଯାହାର ଭିଆଣ

  76. Couplet 76

    ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନସର୍ବ କାରଣ ଭଗବାନ

  77. Couplet 77

    ଭଜନ କରନ୍ତି ଯେ ଜନେବୁଦ୍ଧି ଇନ୍ଦ୍ରିୟର ବଚନେ

  78. Couplet 78

    ଯେ ପ୍ରଭୁ ଏଥୁଁ ଅଗୋଚରତାହାଙ୍କୁ ମୋର ନମସ୍କାର

  79. Couplet 79

    ଯାହା ଠାବରେ ଯାହା ତହୁଁଯେ ସର୍ବରୂପ ଏକ ଦେହୁ

  80. Couplet 80

    ସେ କାର୍ଯ୍ୟ କରାଇ କରଇତାହାର ତହୁଁ ଆନ ନାହିଁ

  81. Couplet 81

    ପରମ ପରେ ଯେହୁ ପରଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର

  82. Couplet 82

    ଏମନ୍ତ ଯେହୁ ପରଂବ୍ରହ୍ମତାହାଙ୍କୁ ନମସ୍କାର ମମ

  83. Couplet 83

    ନିଜ ଶକ୍ତିମାନେ ଯାହାରବକତାବାଦୀମାନଙ୍କର

  84. Couplet 84

    ବିବାଦ-ବିସମ୍ବାଦେ କରିପ୍ରାଣୀମାନଙ୍କ ଚିତ୍ତହରି

  85. Couplet 85

    ଏମନ୍ତ ଅନନ୍ତ ଯା ଗୁଣନମଇଁ ତାହାର ଚରଣ

  86. Couplet 86

    ସଂସାରେ ଅସ୍ତି ନାସ୍ତି ଯେତେବସ୍ତୁର ନିଷ୍ଠା ଏହିମତେ

  87. Couplet 87

    ସାଂଖ୍ୟଯୋଗରେ ପ୍ରବର୍ତ୍ତିତସେ ସମ ଅଳପ ବହୁତ

  88. Couplet 88

    ଭିନ୍ନ ବିରୁଦ୍ଧ-ଧର୍ମ ସେହିତା ବିନୁ ଆନ କେହି ନାହିଁ

  89. Couplet 89

    ପଦ୍ମପାଦରେ ଯେ ଭଜଇତାହାର ଅନୁଗ୍ରହ ପାଇ

  90. Couplet 90

    ଜନ୍ମଇ ନାମ-ରୂପ ଧରିଶରୀର ବହଇ ଯେ ହରି

  91. Couplet 91

    ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନସର୍ବକାରଣ ଭଗବାନ

  92. Couplet 92

    ସ୍ୱକୃତଜ୍ଞାନ ପଥେ କରିସେ ପ୍ରଭୁ ସର୍ବଘଟେ ପୂରି

  93. Couplet 93

    ଶୋଭା ପାଉଛି ଅନୁକ୍ଷଣଅଖିଳ-ପ୍ରାଣ-ନାରାୟଣ

  94. Couplet 94

    ପୃଥିବୀଗୁଣକୁ ବସାଇଅନିଳ ଯେସନେ ବହଇ

  95. Couplet 95

    ସେ ପ୍ରଭୁ ମହିମା ଏମନ୍ତପୂର୍ଣ୍ଣ-ମୋ କରୁ ମନୋରଥ

  96. Couplet 96

    ଏମନ୍ତେ ଦକ୍ଷ-ସ୍ତୁତି ଶୁଣିପ୍ରସନ୍ନ ହେଲେ ଚକ୍ରପାଣି

  97. Couplet 97

    ତକ୍ଷଣେ ଅଘମରଷଣଆସି ମିଳିଲେ ନାରାୟଣ

  98. Couplet 98

    ଶୁଣ ହେ କୁରୁ ନୃପବରଭକ୍ତବତ୍ସଳ ଚକ୍ରଧର

  99. Couplet 99

    ଆରୋହି ଯାନ ଖଗରାଜଲମ୍ବ ସୁନ୍ଦର ଅଷ୍ଟଭୁଜ

  100. Couplet 100

    ଶଙ୍ଖ ଚକ୍ର ଚର୍ମ ଖଡଗଗଦା ଅସି ପାଶ ଶାରଙ୍ଗ

  101. Couplet 101

    ଧରିଣଛନ୍ତି ଅଷ୍ଟକରଅଦ୍ଭୂତ ରୂପ ମନୋହର

  102. Couplet 102

    ପୀତବସନ ଘନଶ୍ୟାମବଦନ ଇକ୍ଷଣ ପ୍ରସନ୍ନ

  103. Couplet 103

    ନିବିଡଅଙ୍ଗେ ବନମାଳଶୋଭିତ ମକରକୁଣ୍ଡଳ

  104. Couplet 104

    ଶ୍ରୀବତ୍ସ› କଉସ୍ତୁଭ ସାଜେକିରୀଟ କଙ୍କଣ ବିରାଜେ

  105. Couplet 105

    କାଞ୍ଚି ଅଙ୍ଗଦ ରତ୍ନମୁଦିବଳୟ ନୂପୁର ପ୍ରସିଦ୍ଧି

  106. Couplet 106

    ରୂପ ତ୍ରୈଲୋକ୍ୟ ମନୋହରଧରିଣ ବ୍ରହ୍ମାଣ୍ଡଠାକୁର

  107. Couplet 107

    ନନ୍ଦ-ସୁନନ୍ଦ ଆଦି ଯେତେବେଷ୍ଟିତ ହୋଇଣ ସମସ୍ତେ

  108. Couplet 108

    ବିଷ୍ଣୁଙ୍କୁ କରନ୍ତି ଭଜନସିଦ୍ଧ ଗନ୍ଧର୍ବ ଯେ ଚାରଣ

  109. Couplet 109

    ଅତି ଅଦ୍ଭୁତ ରୂପ ହରିଦକ୍ଷ ଦେଖିଣ ଭୟ କରି

  110. Couplet 110

    ନମିଲେ ଦଣ୍ଡବତ ହୋଇଆନନ୍ଦ କେ ପାରିବ କହି

  111. Couplet 111

    ହରଷେ ବିହ୍ୱଳିତ ମନମୁଖରୁ ନ ସ୍ଫୁରେ ବଚନ

  112. Couplet 112

    ଇନ୍ଦ୍ରିୟଙ୍କରେ ପୂର୍ଣ୍ଣମନନିର୍ଝର ହ୍ରାଦିନୀ ଯେସନ

  113. Couplet 113

    ମୋର ଭକତ ପ୍ରଜାକାମଏମନ୍ତ ଜାଣି ଭଗବାନ

  114. Couplet 114

    ସକଳପ୍ରାଣୀଙ୍କର ମନଜାଣନ୍ତି ପ୍ରଭୁ ନାରାୟଣ

  115. Couplet 115

    ପ୍ରଜାପତିଙ୍କି ଚାହିଁ ହରିକିଛି ବୋଇଲେ ଦୟାକରି

  116. Couplet 116

    ହେ ପ୍ରଜାପତି ମହାଭାଗତୁମ୍ଭରେ ମୋର ଅନୁରାଗ

  117. Couplet 117

    ଯେଣୁ ଭକତି ଦୃଢ଼ମନେଭଜିଲ ମୋହର ଚରଣେ

  118. Couplet 118

    ତୋହର ତପେ ପ୍ରଜାନାଥପ୍ରସନ୍ନେ ହେଲୁ ଉପଗତ

  119. Couplet 119

    ଯେଣୁ ତୋ ତପ ଜନହିତପ୍ରସନ୍ନ ହେଲୁ ପ୍ରଜାନାଥ

  120. Couplet 120

    ଭକ୍ତମାନଙ୍କର ସନ୍ତତିନିରତେ ମନେ ମୁହିଁ ଚିନ୍ତି

  121. Couplet 121

    ବ୍ରହ୍ମା ଶଙ୍କର ମନୁବରତୁମ୍ଭେ ଇନ୍ଦ୍ରାଦି ଦେବବର

  122. Couplet 122

    ଉଦ୍ଭବ ପ୍ରାଣୀମାନଙ୍କରତୁମ୍ଭେ ଯେ ବିଭୂତି ମୋହର

  123. Couplet 123

    ତପସ୍ୟା ମୋହର ହୃଦୟବେଦ-ବେଦାଙ୍ଗ ମୋର ଦେହ

  124. Couplet 124

    କ୍ରିୟା ଆକୃତି ମୋର ଜାଣଯଜ୍ଞ ମୋହର ଅଙ୍ଗମାନ

  125. Couplet 125

    ମୋହର ଆତ୍ମା ଧର୍ମ ଜାଣଦେବତାମାନେ ମୋର ପ୍ରାଣ

  126. Couplet 126

    ବାହ୍ୟଅନ୍ତରେ ମୁହିଁ ଥାଇସକଳ ଆଦିଭୂତ ମୁହିଁ

  127. Couplet 127

    ସଂସାରେ ସର୍ବରୂପ ହୋଇଅବ୍ୟକ୍ତ ରୂପେ ମୁହିଁ ଥାଇ

  128. Couplet 128

    ନାମରେ ଅବଶେଷ ହୋଇମୋ ତହୁୁଁ ଅନ୍ୟ କେହିନାହିଁ

  129. Couplet 129

    ଅନନ୍ତଗୁଣେ ମୁଁ ଅନନ୍ତମୋର ଗୁଣରୁ ସର୍ବେ ଜାତ

  130. Couplet 130

    ଗୁଣ-ଶରୀରକୁ ଧଇଲେସ୍ୱୟମ୍ଭୁ ଦେହକୁ ପାଇଲେ

  131. Couplet 131

    ସ୍ୱୟମ୍ଭୁ ସୃଜନେ ସଂସାରନ ଦେଖି ସମର୍ଥ ଆତ୍ମାର

  132. Couplet 132

    ସୃଷ୍ଟି କରିବା ଚିତ୍ତେ ଧରିଉଦ୍ୟମ କଲେ ସେ ବିଚାରି

  133. Couplet 133

    ବୋଇଲୁ ଆମ୍ଭ ବାକ୍ୟ କରଘୋର-ତପସ୍ୟାକୁ ଆଚର

  134. Couplet 134

    ସୃଷ୍ଟିକରତା ତୁମ୍ଭେ କାହିଁତପର ବଳେ ସୃଷ୍ଟି ହୋଇ

  135. Couplet 135

    ପଞ୍ଚଜନର ଏ କୁମାରୀଅସିକ୍ନୀ ନାମେ ଯେ ସୁନ୍ଦରୀ

  136. Couplet 136

    ଏହାକୁ ପତ୍ନୀଭାବେ ତୋରଗ୍ରହଣ କରି ସୃଷ୍ଟିକର

  137. Couplet 137

    ମୈଥୁନେ ହେବ ବଡ଼ ଶୋଭାଆନନ୍ଦେ ହୁଅ ଶୁଭେ ବିଭା

  138. Couplet 138

    ତୁମ୍ଭରଠାରୁ ପ୍ରଜାଯେତେମୈଥୁନେ ହୋଇବେ ଜଗତେ

  139. Couplet 139

    ମୋର ମାୟାରେ ମୋହିହେବେହରଷେ ସଂସାର କରିବେ

  140. Couplet 140

    ଏତେକ କହି ଭଗବାନଅଖିଳ-ସଂସାର-କାରଣ

  141. Couplet 141

    ସ୍ୱପ୍ନେ କହିଲା ପ୍ରାୟ କରିଅନ୍ତର ହୋଇଲେ ମୁରାରି

  142. Couplet 142

    ଏ ଦକ୍ଷପ୍ରଜାପତି କଥାକଳ୍ପଭେଦର ଯେ ବ୍ୟବସ୍ଥା

  143. Couplet 143

    ବୋଲଇ ଦାସ ଜଗନ୍ନାଥଶ୍ରୀକୃଷ୍ଣଚରିତ ଅମୃତ

Odia Bhagabata skandha 6 adhyaya 4 | Parbani by ParibhaAsha App