Skip to content
paribhaasha

Skandha 6

Adhyaya 5

  1. Couplet 1

    ବିଷ୍ଣୁ ମାୟାର ପ୍ରଭାବରୁପଞ୍ଚଜନକନ୍ୟା ଗର୍ଭରୁ

  2. Couplet 2

    ହର୍ଯ୍ୟଶ୍ୱନାମରେ ଅୟୁତସେ ଦକ୍ଷ ଜନ୍ମାଇଲେ ସୁତ

  3. Couplet 3

    ପୃଥକଭାବ ତାଙ୍କ ନାହିଁସକଳେ ଧର୍ମଶୀଳ ହୋଇ

  4. Couplet 4

    ପିତାର ଆଜ୍ଞା ଘେନି ଶିରେପ୍ରଜାସର୍ଜନ କରିବାରେ

  5. Couplet 5

    ପଶ୍ଚିମଦିଗକୁ ଗମିଲେସେଠାରେ ତୀର୍ଥେକ ଦେଖିଲେ

  6. Couplet 6

    ଯା ନାମ ନାରାୟଣସରସଙ୍ଗମେ ସେ ସିନ୍ଧୁସାଗର

  7. Couplet 7

    ସିଦ୍ଧମୁନିରେ ଯେ ସେବିତସ୍ପରଶେ ପାପ କରେ ହତ

  8. Couplet 8

    ସେ ସରୋବରକୁ ଯେ ଯାଇପରମହଂସଦୀକ୍ଷା ବହି

  9. Couplet 9

    ଯନ୍ତ୍ରିତ ସେ ପିତା-ଆଜ୍ଞାରେନାନା-ଉଗ୍ରତପ ସାଧିଲେ

  10. Couplet 10

    ପ୍ରଜାର ବୃଦ୍ଧିକାମକଲେତପସାଧନେ ମନ ଦେଲେ

  11. Couplet 11

    ନାରଦ ଆସି ତତକ୍ଷଣେକହିଲେ ମଧୁର-ବଚନେ

  12. Couplet 12

    ହର୍ଯ୍ୟଶ୍ୱେ ଶୁଣ ମୋ ଉତ୍ତରକେମନ୍ତେ ତୁମ୍ଭେ ପ୍ରଜାକର

  13. Couplet 13

    ପୃଥ୍ୱୀର ପରିମାଣ କାହିଁକେବେ କି ଦେଖିଅଛ କେହି

  14. Couplet 14

    ତୁମ୍ଭେ ବାଳକବୁଦ୍ଧି କରସୃଷ୍ଟି କରିବାକୁ ବିଚାର

  15. Couplet 15

    ଏକଗୋଟି ଯେ ରାଜ୍ୟ ଅଛିଏକ ପୁରୁଷ ତହିଁ ଅଛି

  16. Couplet 16

    ଗହ୍ୱର ଗୋଟିଏ ଅଛଇଯହିଁରୁ କେହି ନ ଫେରଇ

  17. Couplet 17

    ବହୁରୂପର ସ୍ତିରୀ ଏକଅଛି ପୁଂଶ୍ଚଳୀ ପତିଏକ

  18. Couplet 18

    ନଦୀଏ ବହେ ବେନିଆଡେଘର ପଚିଶ ପଦାର୍ଥରେ

  19. Couplet 19

    ବିଚିତ୍ରନାଦ ହଂସ ଆରପଦାର୍ଥ ଅଛଇ ଅପର

  20. Couplet 20

    କ୍ଷୁରବଜ୍ରରେ ଗଢା ହୋଇନିରତେ ଭ୍ରମଣ କରଇ

  21. Couplet 21

    ତୁମ୍ଭେ ହୋ ନ ଜାଣ ଏମାନନ ବୁଝି ପିତାର ବଚନ

  22. Couplet 22

    କିପରି ସୃଷ୍ଟି କରିବାରେମନ ବଳାଅ ଅବିଚାରେ

  23. Couplet 23

    ନାରଦତହିଁ କୂଟବାଣୀହର୍ଯ୍ୟଶ୍ୱେ ଶୁଣି ମନେ ଗୁଣି

  24. Couplet 24

    ନିର୍ମଳବୁଦ୍ଧି ତାହାଙ୍କରଏମନ୍ତେ କରନ୍ତି ବିଚାର

  25. Couplet 25

    ପୃଥିବୀ ଜୀବ ନାମ ହୋଇଅନାଦି ବାସନାକୁ ପାଇ

  26. Couplet 26

    ଯେଣୁ ଏ ବହଇ ଶରୀରକାରଣ ଯେ ଆତ୍ମବନ୍ଧର

  27. Couplet 27

    ଅଦୃଶ୍ୟ ଏହାର ନିର୍ବାଣତେଣୁ ନ ଜାଣି ପରିମାଣ

  28. Couplet 28

    ଅସତକର୍ମ ପ୍ରବର୍ତ୍ତନେକି ଅର୍ଥଲାଭ ଏ ସାଧନେ

  29. Couplet 29

    ଏକ ପୁରୁଷ ସେ ଈଶ୍ୱରସମସ୍ତ ସାକ୍ଷୀ ସେ ରାଜ୍ୟର

  30. Couplet 30

    ନିତ୍ୟ ମୁକତ ଭଗବାନତେଣେ ତ ନାହିଁ ଆମ୍ଭଜ୍ଞାନ

  31. Couplet 31

    ପୁରୁଷ ଯହିଁ ପ୍ରବେଶିଲେବାହୁଡି ନ ଆସଇ ଭଲେ

  32. Couplet 32

    ପାତାଳଗତି ପ୍ରାୟ ହୋଏଜ୍ୟୋତିସ୍ୱରୂପ ବ୍ରହ୍ମମୟେ

  33. Couplet 33

    ତହିଁରେ ଆମ୍ଭ ନାହିଁ ଜ୍ଞାନଏ ସୃଷ୍ଟିକର୍ମେ କି କାରଣ

  34. Couplet 34

    ଏ ବୁଦ୍ଧି ନାନାମାର୍ଗେ ଯାଇଆତ୍ମାକାରଣ ନ ଜାଣଇ

  35. Couplet 35

    ରଜତମରେ ବିମୋହିତପୁଂଶ୍ଚଳୀ ପରାୟେ ଚରିତ

  36. Couplet 36

    ପୁଂଶ୍ଚଳୀ ସଙ୍ଗେ କରି ଭାବକେବଳ ଶ୍ରମମାତ୍ର ଲାଭ

  37. Couplet 37

    କୁତ୍ସିତଭାର୍ଯ୍ୟା-ଗୃହୀ ଯେହ୍ନେନିରତେ ବଞ୍ଚଇ କଷଣେ

  38. Couplet 38

    ଏଣୁ ଅସତ ଅବିବେକକର୍ମେ ବା କି ଲାଭ ଅଧିକ

  39. Couplet 39

    ଜନ୍ମ ମରଣ ବେନିଦିଗେମାୟାନଦୀ ଯେ ବହେ ବେଗେ

  40. Couplet 40

    ତହିଁ ପଡ଼ିଣ ଜୀବ ଭ୍ରମେକି କାର୍ଯ୍ୟ ଅସତ କରମେ

  41. Couplet 41

    ପଚିଶ ତତ୍ତ୍ୱେ ଗଢ଼ା ଦେହଶ୍ରୀହରି ତହିଁର ଆଶ୍ରୟ

  42. Couplet 42

    ତାହାଙ୍କୁ ନ ଜାଣିଣ ଭଲେକି ଲାଭ ତୁଚ୍ଛା କର୍ମ କଲେ

  43. Couplet 43

    ବିଚିତ୍ରନାଦ-ହଂସ ସେହିଅଧ୍ୟାତ୍ମଶାସ୍ତ୍ର ଯେ ବୋଲାଇ

  44. Couplet 44

    ତହିଁର ତତ୍ତ୍ୱ ନ ଜାଣିଲୁଅସତ-କର୍ମରେ ଫୁଟିଲୁ

  45. Couplet 45

    ଯା ଚକ୍ର ତୀକ୍ଷ୍‌ଣ କ୍ଷୁରଧାରବଜ୍ରୁ କଠିନ ଯେହୁଁ କାଳ

  46. Couplet 46

    ସ୍ୱତନ୍ତ୍ରେ କରଇ ଭ୍ରମଣଜଗତ କରେ କରଷଣ

  47. Couplet 47

    ତାହାର ଗତିକି ନ ବୁଝିଅସତକର୍ମେ କିମ୍ପା ମଜ୍ଜି

  48. Couplet 48

    ଅଧ୍ୟାତ୍ମଶାସ୍ତ୍ର ପିତା ସମନ ବୁଝି ତାହାର ମରମ

  49. Couplet 49

    ପ୍ରବୃତ୍ତିମାର୍ଗେ କରି କର୍ମକିମ୍ପା ହୋଇବା ତୁଚ୍ଛା ଭ୍ରମ

  50. Couplet 50

    ଏମନ୍ତ ମନେ ବିଚାରିଲେହର୍ଯ୍ୟଶ୍ୱେ ଏକଚିତ୍ତ ହେଲେ

  51. Couplet 51

    ନାରଦେ କରି ପ୍ରଦକ୍ଷିଣଗଲେ ଅନିବର୍ତ୍ତ ପଥେଣ

  52. Couplet 52

    ଅଚ୍ୟୁତ ବ୍ରହ୍ମ ହୃଷୀକେଶଅଖିଳ-ପ୍ରଭୁ-ପୀତବାସ

  53. Couplet 53

    ଅଭୟ-ପାଦପଙ୍କଜରେଅଖଣ୍ତଚିତ୍ତ ହୋଇ ସ୍ଥିରେ

  54. Couplet 54

    ଆନନ୍ଦ ହୋଇ ମୁନିବରଗମନ କଲେ ନିଜପୁର

  55. Couplet 55

    ସୁତମାନଙ୍କ ନାଶ ଶୁଣିନାରଦକୃତ ବୋଲି ଜାଣି

  56. Couplet 56

    ପୁତ୍ରଙ୍କ ଗୁଣ ସୁମରିଲେଦକ୍ଷ ଅନେକ ଶୋକ କଲେ

  57. Couplet 57

    ଅଜଙ୍କ ବାକ୍ୟେ ଶାନ୍ତ ହୋଇପୁଣିହିଁ ଅସିକ୍ନୀର ତହିଁ

  58. Couplet 58

    ବୀର୍ଯ୍ୟଆଧାନ କଲେ ଦକ୍ଷପୁତ୍ର ଜନ୍ମିଲେ ସବଳାଶ୍ୱ

  59. Couplet 59

    ସହସ୍ରପରିମିତ ହୋଇସର୍ବେ ଜନ୍ମିଲେ ଦେହବହି

  60. Couplet 60

    ପିତାର ଆଜ୍ଞାକୁ ଧଇଲେପ୍ରଜା-ସର୍ଜନେ ମନଦେଲେ

  61. Couplet 61

    ଯେ ନାରାୟଣ-ସରୋବରତହିଁ କି ଗଲେ ଖରତର

  62. Couplet 62

    ସେ ତୀର୍ଥ ସ୍ପରଶ ମାତ୍ରକେଦହନ ହୋଇଲେ ପାତକେ

  63. Couplet 63

    ପରମବ୍ରହ୍ମ ଧ୍ୟାନ କରିମହତ ତପକୁ ଆଚରି

  64. Couplet 64

    କେତେହେଁ ଦିନ ନିରାହାରେବଞ୍ଚିଲେ ପବନ ଆହାରେ

  65. Couplet 65

    ଏମନ୍ତ କରି ଆରାଧନସ୍ମରଣ କଲେ ନାରାୟଣ

  66. Couplet 66

    ଓଁ ନମଃ ପ୍ରଭୁ ନାରାୟଣଓଁ ନମଃ ପ୍ରଭୁ ଭଗବାନ

  67. Couplet 67

    ଅଶେଷ ପୁରୁଷ ପୁରାଣଅନାଦି ପ୍ରଭୁ ନିରଞ୍ଜନ

  68. Couplet 68

    ବିଶୁଦ୍ଧ ସତ୍ତ୍ୱ ମହାହଂସନମସ୍ତେ ପ୍ରଭୁ ହୃଷୀକେଶ

  69. Couplet 69

    ଏମନ୍ତ ପ୍ରକାରେ ରାଜନପ୍ରଜା ନିମିତ୍ତେ ଦେଇ ମନ

  70. Couplet 70

    ତପ ସେ କରୁଥିଲେ ତହିଁନାରଦମୁନି ତାଙ୍କୁ ଚାହିଁ

  71. Couplet 71

    କପଟ କରିଣ ବଚନବୋଇଲେ ଶୁଣ ଋଷିଗଣ

  72. Couplet 72

    ଉଦ୍ଦେŸଶ୍ୟ ଭାଇମାନଙ୍କରକିମ୍ପାଇଁ ତୁମ୍ଭେ ହୋ ନ କର

  73. Couplet 73

    ଭ୍ରାତୃବତ୍ସଳ ତୁମ୍ଭେମାନେଏ କର୍ମ କରୁଛ କେସନେ

  74. Couplet 74

    ଭାଇର ଦୁଖେ ଯେହୁ ଦୁଃଖୀସେ ପ୍ରାଣୀ ସର୍ବକାଳେ ସୁଖୀ

  75. Couplet 75

    ତାହାଙ୍କୁ ପୁଣ୍ୟବନ୍ତ କହିଦେବଙ୍କ ସଙ୍ଗେ ସ୍ୱର୍ଗେ ଥାଇ

  76. Couplet 76

    ଏମନ୍ତ କହି ତାଙ୍କ ଆଗେନାରଦ ଗଲେ ଶୂନ୍ୟମାର୍ଗେ

  77. Couplet 77

    ସେ ପୁଣି ଭାଇମାନଙ୍କରଉଦ୍ଦେŸŸଶ୍ୟେ ଗଲେ ନୃପବର

  78. Couplet 78

    ଭାଇର କ୍ଷୋଭେ ଯେତେ ଗଲେଅଦ୍ୟାପୀ ନିବୃତ୍ତ ନୋହିଲେ

  79. Couplet 79

    ପଶ୍ଚିମରାତ୍ରି ପ୍ରାୟ ହୋଇନିବୃତ୍ତି ତାଙ୍କ ଆର କାହିଁ

  80. Couplet 80

    ଅନେକ କାଳ ଗଲା ଯହୁଁଦକ୍ଷ ଜାଣିଲେ ପୁଣି ତହୁଁ

  81. Couplet 81

    ପୁତ୍ରମାନଙ୍କ ନାଶ ଶୁଣିନାରଦକୃତ ବୋଲି ଜାଣି

  82. Couplet 82

    ପୁତ୍ରଶୋକରେ ମୋହି ହୋଇନାରଦେ ଅତି କ୍ରୋଧ ବହି

  83. Couplet 83

    ତକ୍ଷଣେ ନିକଟେ ମିଳିଲେଦେଖି ନାରଦ ଭୟ କଲେ

  84. Couplet 84

    କୁପିତେ କମ୍ପାଇ ଅଧରନାରଦେ ବୋଲନ୍ତି ଉତ୍ତର

  85. Couplet 85

    ଅହୋ ଅସାଧୁ ସାଧୁଙ୍କରଚିହ୍ନକୁ ବହୁ ଅଙ୍ଗେ ତୋର

  86. Couplet 86

    ଯେଣୁ ମୋ ବାଳକଙ୍କୁ ତୁହିଭିକ୍ଷୁକ-ମାର୍ଗକୁ ଦେଖାଇ

  87. Couplet 87

    ତିନିଋଣରୁ ଯେ ଅମୁକ୍ତନୋହିଛି କର୍ମ ସମାପତ

  88. Couplet 88

    ଶ୍ରେୟ-କାରଣ ତାଙ୍କ ତପକିମ୍ପା ତୁ ନଷ୍ଟକଲୁ ପାପ

  89. Couplet 89

    କେମନ୍ତେ ଭକ୍ତବୋଲି ତୋତେସକଳେ ବୋଲନ୍ତି ଜଗତେ

  90. Couplet 90

    ଈଶ୍ୱର ପାରିଷଦ ହେଉମନ୍ଦକର୍ମରେ ନିତ୍ୟେ ଥାଉ

  91. Couplet 91

    ଯେ ଜନ କୃଷ୍ଣଭକ୍ତ ହୋଏପ୍ରାଣୀଙ୍କୁ କରଇ ସଦୟେ

  92. Couplet 92

    ତୁ ମିତ୍ରଦ୍ରୋହୀ ପାପୀ ହେଉଏ କର୍ମ କରେ ଅବା କେହୁ

  93. Couplet 93

    ନିର୍ଦ୍ଦୋଷଠାରେ ଶତ୍ରୁପଣକିମ୍ପାଇଁ କଲୁ ଅକାରଣ

  94. Couplet 94

    ସୁହୃଦଲୋକେ କ୍ରୋଧଭରତୋ ତହୁଁ ନାହିଁ ନା ଅପର

  95. Couplet 95

    ମୋହର ଯେଉଁ ସ୍ନେହପାଶଛେଦିଣ କଲୁ ତୁ ନିରାଶ

  96. Couplet 96

    ପ୍ରାଣୀମାନଙ୍କ ସ୍ନେହପାଶଏ ରୂପେ ନୁହଁଇ ବିନାଶ

  97. Couplet 97

    କଠୋର-ବୈରାଗ୍ୟ ସାଧନଯହିଁ ସ୍ନେହପାଶ ଛେଦନ

  98. Couplet 98

    ବିଷୟକର୍ମ ଯେହୁ ଜନନ ଜାଣି କରେ ଅନୁମାନ

  99. Couplet 99

    ତୋ ମତ ଅଳ୍ପବୁଦ୍ଧି-ଜ୍ଞାନେହିତ-ଅହିତ ସେ ନ ଜାଣେ

  100. Couplet 100

    ତୁ ଯେଉଁ କାରଣରୁ କରିସାଧୁଙ୍କ ଅପ୍ରିୟ ଆଚରି

  101. Couplet 101

    ସ୍ୱକର୍ମବଦ୍ଧ ଗୃହମେଧିପରର ହିତେ ଯାର ବୁଦ୍ଧି

  102. Couplet 102

    ତାଙ୍କୁ ଅମାର୍ଗ ଦେଖାଇଲୁବାରେକ ଆମ୍ଭେ ତା ସହିଲୁ

  103. Couplet 103

    ମୂଢ଼ ତୁ ଆମ୍ଭ ଶାପୁଁ କରିଲୋକବିଷୟେ ଅନାଚାରୀ

  104. Couplet 104

    ଭ୍ରମଣ କରୁଥିବୁ ତୁହିସ୍ଥିତି ନୋହିବ ତୋର କାହିଁ

  105. Couplet 105

    ଅସ୍ତୁ ବୋଲିଣ ଶାପଘେନିସାଧୁଜନ ନାରଦ ମୁନି

  106. Couplet 106

    ଏଣୁ କରି ସେ ସାଧୁବାଦସକଳ ବୋଲନ୍ତି ନାରଦ

  107. Couplet 107

    ସେ ସେହି ରୂପେ ତା ଘେନିଲେଦକ୍ଷ ଯେବଣ ଶାପ ଦେଲେ

  108. Couplet 108

    ନାରଦ ଶାପ କର୍ମବାଣୀଶୁଣି ସଂସାରୁ ତର ପ୍ରାଣୀ

  109. Couplet 109

    ବୋଲଇ ଦାସ ଜଗନ୍ନାଥସଂସାର ହିତେ ଭାଗବତ