Skip to content
paribhaasha

Skandha 6

Adhyaya 3

  1. Couplet 1

    ଶୁକ ଚରଣେ ଦେଇ କରବୋଲେ ପରୀକ୍ଷ ନୃପବର

  2. Couplet 2

    ଆପଣା ଦୂତ ବାକ୍ୟ ଶୁଣିକି ବା ବୋଇଲେ ଦଣ୍ଡପାଣି

  3. Couplet 3

    ଯମରାଜାର ଆଜ୍ଞାହତଯେଣୁ ହୋଇଲା ବିପରୀତ

  4. Couplet 4

    ବିଷ୍ଣୁଦୂତରେ ଯମଦୂତଯେଣୁ ହୋଇଲେ ପରାଜିତ

  5. Couplet 5

    ଯାହାର ବଶ ସର୍ବଜନେଏ ତ ବିଚିତ୍ର ମୋର ମନେ

  6. Couplet 6

    ଯମଦଣ୍ଡର ଭଗ୍ନ କାହିଁପୂର୍ବେ ଶୁଣିଲା କେହି ନାହିଁ

  7. Couplet 7

    ଏବେ ମୁଁ ଶୁଣିଲି ଅଦ୍ଭୁତଭୋ ମୁନି କହିବା ତଦନ୍ତ

  8. Couplet 8

    ତୁମ୍ଭର ତହୁଁ ଅନ୍ୟ କେହୁସଂଶୟ ଛେଦିବ ମୋ ତହୁଁ

  9. Couplet 9

    ବିଷ୍ଣୁଦୂତରେ ଯମଦୂତଯେଣୁ ହୋଇଲେ ପରାଜିତ

  10. Couplet 10

    ଯମର ଛାମୁରେ ମିଳିଲେସକଳ ବାରତା କହିଲେ

  11. Couplet 11

    ସଂସାରେ ଜନ୍ତୁ ଛନ୍ତି ଯେତେଏହାଙ୍କ ଶାସ୍ତି ଅବା କେତେ

  12. Couplet 12

    ତ୍ରିବିଧକର୍ମ ଯେ କରନ୍ତିକା ତହୁଁ ସେ ଫଳ ଭୁଞ୍ଜନ୍ତି

  13. Couplet 13

    ଯେବେ ଏ ଅଖିଳଲୋକରଦଣ୍ଡର କରତା ଅପାର

  14. Couplet 14

    କାହାର ମୃତ୍ୟୁ ଅବା କାହିଁଅମୃତ ଅଛି ଅବା ନାହିଁ

  15. Couplet 15

    କର୍ମର ବଶ ହୋଇ ଜନ୍ତୁଶାସ୍ତି ଲଭନ୍ତି କର୍ମ-ହେତୁ

  16. Couplet 16

    ତେଣୁ ଏ ଶାସ୍ତା ଏକଜଣଯେହ୍ନେ ଦୁଷ୍ଟଶାସ୍ତା ରାଜନ

  17. Couplet 17

    ଏଣୁ ଅଶେଷ-ଜନ୍ତୁଙ୍କରତୁମ୍ଭେ ଯେ ଶାସ୍ତା ଦଣ୍ଡଧର

  18. Couplet 18

    ଈଶ୍ୱରମାନଙ୍କ ଈଶ୍ୱରଶୁଭ-ଅଶୁଭର ଠାକୁର

  19. Couplet 19

    ତୁମ୍ଭର ଦଣ୍ଡ ଏବେ ନାହିଁପାପିଷ୍ଠଜନଙ୍କର ତହିଁ

  20. Couplet 20

    ଅଦ୍ଭୁତ-ସିଦ୍ଧ ଚାରିଜଣତୁମ୍ଭଙ୍କୁ କଲେ ଅବଜ୍ଞାନ

  21. Couplet 21

    ତୁମ୍ଭ ଆଦେଶ ଘେନି ଶିରେଆମ୍ଭେ ଆଣୁଥିଲୁ ପାପୀରେ

  22. Couplet 22

    ଯାତନାଗୃହକୁ ଆଣନ୍ତେମୋଚନ କରିଣ ତୁରିତେ

  23. Couplet 23

    ପାଶକୁ ଛେଦିଲେ ପ୍ରତ୍ୟକ୍ଷେସେ ସିଦ୍ଧେ ଗଲେ ଅନ୍ତରୀକ୍ଷେ

  24. Couplet 24

    ଆଣନ୍ତେ ସେ ପାପୀ ବ୍ରାହ୍ମଣଆସି ମିଳିଲେ ସିଦ୍ଧଗଣ

  25. Couplet 25

    ତାହାର ପୁତ୍ର ନାରାୟଣଡାକିଲା ତା ନାମ ଧରିଣ

  26. Couplet 26

    ଆମ୍ଭର ରୂପକୁ ଡରିଲାତେଣୁ ତା ବାଳକେ ଡାକିଲା

  27. Couplet 27

    ବୋଇଲେ ସର୍ବପାପ ଗଲାଯେଣୁ ଏ ନାମ ଉଚ୍ଚାରିଲା

  28. Couplet 28

    ତାହାଙ୍କୁ ଭୟମାନ ପାଇଛାଡି ଯେ ଦେଲୁ ଦଣ୍ଡସାଇଁ

  29. Couplet 29

    ଶୁଣିବା କ୍ଷମ ହେଉଁ ଯେବେଏ କଥା କହ ପ୍ରଭୁ ତେବେ

  30. Couplet 30

    ଯେ କ୍ଷଣେ ସେ ପାପୀ ଦୁର୍ଜନଉଚ୍ଚାର କଲା ନାରାୟଣ

  31. Couplet 31

    ତକ୍ଷଣେ ଆସି ସେ ମିଳିଲେଭୟ ନ କର ହୋ ବୋଇଲେ

  32. Couplet 32

    ଦୂତଙ୍କ ବାକ୍ୟ ଶୁଣି ଯମଆନନ୍ଦେ ହରଷବଦନ

  33. Couplet 33

    ଶ୍ରୀକୃଷ୍ଣ-ଅଭୟଚରଣତକ୍ଷଣେ କରି ସୁମରଣ

  34. Couplet 34

    ଅତ୍ୟନ୍ତ ପ୍ରୀତ ହୋଇ ମନେବୋଲନ୍ତି ଶୁଣ ଭୃତ୍ୟଗଣେ

  35. Couplet 35

    ମୋ ତହୁଁ ଅନ୍ୟ ଶ୍ରେଷ୍ଠ ପୁଣଜଗତ ଯାହାର ଭିଆଣ

  36. Couplet 36

    କାର୍ପାସୁ ଯେହ୍ନେ ବସ୍ତ୍ର ହୋଇବିଶ୍ୱ ତେମନ୍ତ ତାର ତହିଁ

  37. Couplet 37

    ଯାହାଙ୍କ ଅଂଶରୁ ଜଗତଜନ୍ମ ପାଳନ ପୁଣି ହତ

  38. Couplet 38

    ଯାହାର ନାମ-ତତ୍ତ୍ବଗୁଣବନ୍ଧନ କରେ ପ୍ରାଣୀମନ

  39. Couplet 39

    ରଜ୍ଜୁରେ ଯେହ୍ନେ ଗୋରୁ ଥାଇକେଣିକି ନ ପାରଇ ଯାଇ

  40. Couplet 40

    ନିୟମ-ଡ଼ୋରେ ତାହାଙ୍କରବନ୍ଧା ହୋଇଛି ଚରାଚର

  41. Couplet 41

    ନାନା କର୍ମରେ ବନ୍ଧା ହୋଇଜଗତ ଯାହାକୁ ସେବଇ

  42. Couplet 42

    ମୁହିଁ ମହେନ୍ଦ୍ର ନଈଋତିବରୁଣ ଆଦି ଦିଗପତି

  43. Couplet 43

    ସୋମ ଅନଳ ମହେଶ୍ୱରପବନ ବ୍ରହ୍ମା ଦିବାକର

  44. Couplet 44

    ବିଶ୍ୱେଦେବା ଯେ ବସୁ ଯେତେରୁଦ୍ର ମରୁଦ୍‌ଗଣ ସହିତେ

  45. Couplet 45

    ସିଦ୍ଧ କିନ୍ନର ସାଧ୍ୟ କରିସଂସାରେ ଯେତେ ଅଧିକାରୀ

  46. Couplet 46

    ସଂସାରକର୍ତ୍ତା ଆଉ ଯେତେଭୃଗୁ ଆଦି ଋଷି ସହିତେ

  47. Couplet 47

    ଏ ଆଦି ଯେତେକ କହିଲୁଁତାହାର ମାୟା ନ ଜାଣିଲୁଁ

  48. Couplet 48

    କେ ବା ଜାଣିବ ତା ମହିମାପ୍ରଭୁର ନାମ ଗୁଣ ସୀମା

  49. Couplet 49

    ଇନ୍ଦ୍ରି ହୃଦୟ ବାକ୍ୟ ମନେଯାହାକୁ ନ ଜାଣନ୍ତି ଜନେ

  50. Couplet 50

    ସର୍ବ ଶରୀରେ ଆତ୍ମାରୂପଯେ ଇନ୍ଦ୍ରିୟଙ୍କର ଅଧିପ

  51. Couplet 51

    ସେ ପ୍ରଭୁ ଆତ୍ମାତନ୍ତ୍ରେ ଥାଇସଂସାର ଚେଷ୍ଟା ସେ କରଇ

  52. Couplet 52

    ତାହାର ଦୂତଗଣେ କରିତାହାର ରୂପ-ଗୁଣ ଧରି

  53. Couplet 53

    ସଂସାରେ ନିର୍ଭୟେ ବିହରେହେଳେ ଅଶେଷ ପ୍ରାଣୀ ତାରେ

  54. Couplet 54

    ଦେବେ ପୂଜିତ ତେଜଯୁକ୍ତଅଦି ଅଦ୍ଭୁତ ବିଷ୍ଣୁଦୂତ

  55. Couplet 55

    ଭକ୍ତିମନ୍ତ ପ୍ରାଣୀମାନଙ୍କୁଶତ୍ରୁ ସକାଶରୁ ତାହାଙ୍କୁ

  56. Couplet 56

    ଆମ୍ଭଭୟରୁ ସେ ରଖନ୍ତିସର୍ବତ୍ର ସ୍ଥାନେ ବିରାଜନ୍ତି

  57. Couplet 57

    ବିଷ୍ଣୁ ବିଷୟେ ଯେଉଁ ଧର୍ମଅଜ୍ଞାତ ଦେବ ଋଷିଗଣ

  58. Couplet 58

    ସିଦ୍ଧ ଅସୁର ଯେ ଚାରଣମନୁଷ୍ୟ ବିଦ୍ୟାଧରମାନ

  59. Couplet 59

    ଏ ସର୍ବେ ଜାଣିବେ କେମନ୍ତଯାହାର ମହିମା ଅନନ୍ତ

  60. Couplet 60

    ସ୍ୱୟମ୍ଭୁ ନାରଦ କୁମାରଶିବ କପିଳ ମନୁବର

  61. Couplet 61

    ପ୍ରହଲ୍ଲାଦ ଭୀଷ୍ମ ଜନକମୁହିଁ ଦ୍ୱାଦଶ ବଳି ଶୁକ

  62. Couplet 62

    ହେ ଦୂତେ ଶୁଣ ମୋର ବାଣୀବିଷ୍ଣୁ ଭକତି ଏତେ ଜାଣି

  63. Couplet 63

    ଗୁପତ ବିଶୁଦ୍ଧ ଦୁର୍ବୋଧ୍ୟଯେ ଧର୍ମ ଜାଣି ମୃତ୍ୟୁ ଛେଦ

  64. Couplet 64

    କୃଷ୍ଣଚରଣେ ଯାର ମନସଂସାରେ ଶ୍ରେଷ୍ଠ ସେହୁ ଜନ

  65. Couplet 65

    ନାମ ଉଚ୍ଚାରନ୍ତି ଯେ ବାରେଶ୍ରୀକୃଷ୍ଣଭକ୍ତ ବୋଲି ତାରେ

  66. Couplet 66

    ଭାଗବତ ଯେ ବିଷ୍ଣୁବାଣୀପରମଧର୍ମ ପରିମାଣି

  67. Couplet 67

    ହେ ଦୂତେ ଗୋବିନ୍ଦର ନାମମହିମା ଦେଖ ଉଚ୍ଚାରିଣ

  68. Couplet 68

    ଅଜାମିଳହିଁ ଯେ ନାମରୁମୁକ୍ତ ହେଲା ମୃତ୍ୟୁ ପାଶରୁ

  69. Couplet 69

    ଏ ତ ଅକର୍ମ କରୁଥାଇକୃଷ୍ଣ ତା ଗତି ନ ଜାଣଇ

  70. Couplet 70

    ତେଣୁ ପେଷିଲି ଦୂତ ତାରେଏବେ ପଶିଲା ଶ୍ରୀପୟରେ

  71. Couplet 71

    ତୁମ୍ଭଙ୍କୁ ଦେଖି ଭୟ କଲାନାରାୟଣ ବୋଲି ବୋଇଲା

  72. Couplet 72

    ତକ୍ଷଣେ ସର୍ବପାପ ଗଲାମୋ ପାଶୁ ମୁକତ ହୋଇଲା

  73. Couplet 73

    ଯଜ୍ଞାଦି କରି ମୂଢମତିନାନା କର୍ମରେ ପ୍ରବର୍ତ୍ତନ୍ତି

  74. Couplet 74

    ନାମ ମହିମା ନ ଜାଣନ୍ତିବିଷ୍ଣୁମାୟାରେ ମୋହି ହୋନ୍ତି

  75. Couplet 75

    ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନପ୍ରାଣୀଙ୍କ ପାପ ବିମୋଚନ

  76. Couplet 76

    ଏମନ୍ତେ ଯେ ପ୍ରାଣୀ ପଣ୍ଡିତକୃଷ୍ଣ ସୁମରେ ଅବିରତ

  77. Couplet 77

    ତାହାଙ୍କୁ ମୋର ଦଣ୍ଡ ନାହିଁପାତକ ଯେତେ ତାଙ୍କ ଥାଇ

  78. Couplet 78

    ସକଳ ପାପ ହୋଏ ଭଙ୍ଗଯେଣୁ ଈଶ୍ୱର ପରସଙ୍ଗ

  79. Couplet 79

    ସମଦରଶୀ ସାଧୁଜନଯେମାନେ ବିଷ୍ଣୁପରାୟଣ

  80. Couplet 80

    ଦେବତା ସିଦ୍ଧ ତାହାଙ୍କରଯଶ କରନ୍ତି ସୁବିସ୍ତାର

  81. Couplet 81

    ପରମଈଶ୍ୱର ଗଦାରେରକ୍ଷିତ ହୁଅନ୍ତି ସେନରେ

  82. Couplet 82

    ତାହାଙ୍କ ଦଣ୍ଡରେ ମୋହରକେବେହେଁ ନାହିଁ ଅଧିକାର

  83. Couplet 83

    ମୁକୁନ୍ଦପାଦ-ଅରବିନ୍ଦନିତ୍ୟେ ସ୍ରବଇ ମକରନ୍ଦ

  84. Couplet 84

    ତହିଁ ବିମୁଖ ଯେଉଁଜନତାହାଙ୍କୁ କରିଣ ବନ୍ଧନ

  85. Couplet 85

    ଆଣି ତାହାଙ୍କୁ ମୋ ଅଗ୍ରତେଯାତନା ଦେବ ଅବିରତେ

  86. Couplet 86

    ନିର୍ଲୋଭ ଯେ ପରମହଂସତାହାଙ୍କୁ ନ କରି ଜିଂଘାସ

  87. Couplet 87

    ଗୃହବନ୍ଧନେ ମନ ଦେଇନିତ୍ୟେ ଅସାଧୁ ସଙ୍ଗେ ଥାଇ

  88. Couplet 88

    ଜିହ୍ୱାରେ ନ ବୋଲଇ ନାମନ ଚିନ୍ତେ ହରିପାଦପଦ୍ମ

  89. Couplet 89

    କୃଷ୍ଣର ପାଦେ ଚିତ୍ତ ଦେଇକେବେହେଁ ସ୍ତୁତି ନ କରଇ

  90. Couplet 90

    ବିଷ୍ଣୁର କର୍ମରେ ବର୍ଜିତନିରତେ କୁସଙ୍ଗେ ଆଶ୍ରିତ

  91. Couplet 91

    ଏମନ୍ତ ଭାବେ ଯେତେ ପ୍ରାଣୀଯାତନା ଦିଅ ତାଙ୍କୁ ଆଣି

  92. Couplet 92

    ଏମନ୍ତ ଦୂତ ଆଗେ କହିଯମ କହନ୍ତି କୃଷ୍ଣଧ୍ୟାୟି

  93. Couplet 93

    ମୋର ଦୂତଙ୍କ ଅପରାଧକ୍ଷମା କରିବା ପଦ୍ମପାଦ

  94. Couplet 94

    ଶ୍ରୀହରି ପୁରୁଷ ପୁରାଣକ୍ଷମା କରନ୍ତୁ ନାରାୟଣ

  95. Couplet 95

    ପଣ୍ଡିତେ ଯାର ପଦ୍ମପାଦେସେବନ୍ତି ନିତ୍ୟେ ଅପ୍ରମାଦେ

  96. Couplet 96

    ତାହାଙ୍କୁ ମୋର ନମସ୍କାରଏ ଅପରାଧ କ୍ଷମା କର

  97. Couplet 97

    ଏଣୁଟି ହରି ସଙ୍କୀର୍ତ୍ତନଜଗତ ମଙ୍ଗଳ କାରଣ

  98. Couplet 98

    ମହତ ଲୋକମାନଙ୍କରଏକାନ୍ତଭକ୍ତି ନୃପବର

  99. Couplet 99

    ଈଶ୍ୱର ଉଦ୍ଦାମ ଚରିତଶୁଣି ଗାବନ୍ତି ଅବିରତ

  100. Couplet 100

    ଶ୍ରୀକୃଷ୍ଣ ପାଦପଙ୍କଜରେଯେ ନିତ୍ୟେ ମଧୁପାନ କରେ

  101. Couplet 101

    ସେ ପ୍ରାଣୀ ମାୟାବନ୍ଧ ମୋହେନ ପଡେ ଯାତନା ସମୂହେ

  102. Couplet 102

    ଯେ ଜନ ଲୋଭମୋହେ ପଡିରଜତମରେ ଥାଇ ଜଡ଼ି

  103. Couplet 103

    ତାହାର ପୁନଃପୁନଃ ହୋଇରଜତାମସ ଉପୁଜଇ

  104. Couplet 104

    ଏମନ୍ତ ଯମବାକ୍ୟ ଶୁଣିବିଷ୍ଣୁମହିମା ପରିମାଣି

  105. Couplet 105

    ଯମକିଙ୍କର ଭୟଚିତ୍ତବୋଲନ୍ତି ଏ କି ବିପରୀତ

  106. Couplet 106

    ଗୋବିନ୍ଦ ଆଶ୍ରେ ଯେତେ ଜନେତାହାଙ୍କୁ ଭୟକଲେ ମନେ

  107. Couplet 107

    ସେ ଦିନଠାରୁ ହେ ରାଜନଦେଖିଲେ ଭୟେ ହୋନ୍ତି ଛନ୍ନ

  108. Couplet 108

    ମଳୟଗିରିତଟେ ବସିକୃଷ୍ଣ-ମହିମା ପରଶଂସି

  109. Couplet 109

    କହିଲେ କୁମ୍ଭଜନ୍ମମୁନିଗୁପତ ଇତିହାସ ବାଣୀ

  110. Couplet 110

    ସୁଜନେ ଶୁଣି ଚିତ୍ତେ ଧରଶ୍ରୀକୃଷ୍ଣନାମ ଆଶ୍ରେ କର

  111. Couplet 111

    ଦାସ ଜଗନ୍ନାଥ ବୋଲଇକୃଷ୍ଣମହିମା ଯମ କହି

Odia Bhagabata skandha 6 adhyaya 3 | Parbani by ParibhaAsha App