Skip to content
paribhaasha

Skandha 6

Adhyaya 2

  1. Couplet 1

    ଏମନ୍ତ ଯମଦୂତ ବାଣୀବିଷ୍ଣୁ-ସେବକମାନେ ଶୁଣି

  2. Couplet 2

    ଶୁଣ ରାଜନ ଏ ଅନ୍ତରେତାହାଙ୍କ ବାକ୍ୟ ଅନୁସାରେ

  3. Couplet 3

    ସକଳ ଧର୍ମ ସେ ଜାଣନ୍ତିଯମଦୂତଙ୍କୁ ବୋଲୁଛନ୍ତି

  4. Couplet 4

    ଏ ତ ଅତ୍ୟନ୍ତ ଅଦଭୂତଦେଖିଲୁ ତୁମ୍ଭର ଚରିତ

  5. Couplet 5

    ସମଦରଶୀ ସାଧୁଜନେଅଧର୍ମ ସ୍ପରଶେ କେସନେ

  6. Couplet 6

    ଅଦଣ୍ଡ୍ୟ ଅପାପୀ ଯେ ପ୍ରାଣୀତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି

  7. Couplet 7

    ପ୍ରଜାମାନଙ୍କ ପିତା ହୋଇସେ ଯେବେ ପ୍ରଜା ଶାସ୍ତି ଦେଇ

  8. Couplet 8

    ତେବେ ସେ କାହାର ଶରଣହୋଇବ କହ ହେ କାରଣ

  9. Couplet 9

    ମହତେ ଯାହା ଆଚରିବେଇତରେ ତାହାହିଁ କରିବେ

  10. Couplet 10

    ସେ ଯାହା ପ୍ରମାଣ କରିବେଲୋକେ ସେ ପଥ ଆଚରିବେ

  11. Couplet 11

    ଯାହାର ଅଙ୍କେ ଶିର ଦେଇନିଶଙ୍କେ ଜନ ନିଦ୍ରା ଯାଇ

  12. Couplet 12

    ପଶୁ ଯେସନେ ସୁଖେ ଥାଇଧର୍ମ-ଅଧର୍ମ ନ ଜାଣଇ

  13. Couplet 13

    ମିତ୍ର ସ୍ୱଭାବେ ଯାର ତହିଁବିଶ୍ୱାସେ ଆତ୍ମା ସମର୍ପଇ

  14. Couplet 14

    ବିଶ୍ୱାସ ସର୍ବ ପ୍ରାଣୀଙ୍କରଦୟାପୂରିତ ଯା ଶରୀର

  15. Couplet 15

    ବିଶ୍ୱାସୀ ପ୍ରାଣୀଙ୍କି କେମନ୍ତେସେ ହିଂସା କରେ ହୃଦଗତେ

  16. Couplet 16

    କୋଟିଜନ୍ମର ଶୁଭଫଳକଲା ଏ ଦ୍ୱିଜ ଆଜାମିଳ

  17. Couplet 17

    ଯେଣୁ ଆକୁଳେ ନାରାୟଣମଙ୍ଗଳ କଲା ଉଚ୍ଚାରଣ

  18. Couplet 18

    ଏଣୁ ଏ ପାପୀ ମନ୍ଦକୃତ୍ୟସକଳ କଲା ପ୍ରାୟଶ୍ଚିତ୍ତ

  19. Couplet 19

    ଯେଣୁ ଚତୁରାକ୍ଷର ନାମମୁଖେ ବୋଇଲା ନାରାୟଣ

  20. Couplet 20

    ଯେ ବ୍ରହ୍ମହତ୍ୟା ମଦ୍ୟପାନଗୁରୁପତ୍ନୀ ଅଭିଗମନ

  21. Couplet 21

    ମିତ୍ର-ବିଷୟେ ଅପରାଧସ୍ତିରୀ ରାଜ ପିତୃ ଗୋ ବଧ

  22. Couplet 22

    ଏ ଆଦି ପାପ ଅପସରେସର୍ବଦୁରିତ ନିଶ୍ଚେ ହରେ

  23. Couplet 23

    ପ୍ରାଶ୍ଚିତ୍ତ ସର୍ବ ପ୍ରାଣୀଙ୍କରନାମ ଉଚ୍ଚାରଣ ବିଷ୍ଣୁର

  24. Couplet 24

    ତୁଣ୍ଡେ ବୋଲନ୍ତି ଯେବା ନରତରନ୍ତି ଏ ଭବସାଗର

  25. Couplet 25

    ଯାହାର ବିଷ୍ଣୁଭାବେ ମତିପାପରେ ଗ୍ରସ୍ତ ସେ ନୁହଁନ୍ତି

  26. Couplet 26

    ବ୍ରତ ପ୍ରାୟଶ୍ଚିତ୍ତ ଏମାନଅଧିକ ତହୁଁ ହରିନାମ

  27. Couplet 27

    ଶୁଦ୍ଧସତ୍ତ୍ବକୁ ପରକାଶେପାପର ମୂଳବୀଜ ନାଶେ

  28. Couplet 28

    ଏଣୁ ଏହାକୁ ତୁମ୍ଭେମାନେତେଜିଣ ଯାଅ ନିଜସ୍ଥାନେ

  29. Couplet 29

    ଏହାର ଯେତେ ପାପମାନନିଶ୍ଚୟେ କଲା ଏ ଖଣ୍ଡନ

  30. Couplet 30

    ଯେଣୁ ଏ ଦ୍ୱିଜ ଅଜାମିଳନିକଟେ ମରଣର କାଳ

  31. Couplet 31

    ତୁଣ୍ଡେ ଉଚ୍ଚାରି ନାରାୟଣପ୍ରାଣ ଛାଡ଼ିଲା ତତକ୍ଷଣ

  32. Couplet 32

    ସଙ୍କେତ-ପରିହାସବେଳେଗୀତାଳାପରେ ଯେବେ ହେଳେ

  33. Couplet 33

    ବୈକୁଣ୍ଠନାମ ଉଚ୍ଚାରଇତାର କଳୁଷ ନ ରହଇ

  34. Couplet 34

    ପତନ ସ୍ଖଳନ ଭଗ୍ନରେନାନାପ୍ରକାରେ ଯେ ସୁମରେ

  35. Couplet 35

    ତୁଣ୍ଡେ ଉଚ୍ଚାରେ ରାମନାମତାହାକୁ ନ ଦଣ୍ଡଇ ଯମ

  36. Couplet 36

    ଅଳ୍ପ ବହୁତ ପାପମାନପ୍ରାୟଶ୍ଚିତ୍ତ ହିଁ ଯଥାକ୍ରମ

  37. Couplet 37

    ପାପର ଗୁରୁ ଲଘୁ ଜାଣିମୁନି କହନ୍ତି ପରିମାଣି

  38. Couplet 38

    ତପ ସମାଧି ଜପ ଦାନେପାପ ନାଶନ୍ତି ମୁନିଜନେ

  39. Couplet 39

    ପାପର ବୀଜ ନାଶ ନୋହିଚିତ୍ତ ନିର୍ମଳ ନୋହେ ତହିଁ

  40. Couplet 40

    ଯେମନ୍ତେ ଶ୍ରୀହରି କୀର୍ତ୍ତନେପାଦପଙ୍କଜ ସେବାଧ୍ୟାନେ

  41. Couplet 41

    ଜ୍ଞାନେ ଅଜ୍ଞାନେ ଯେଉଁପ୍ରାଣୀସ୍ମରଣ କରେ ଚକ୍ରପାଣି

  42. Couplet 42

    ନାମ କରନ୍ତି ସଙ୍କୀର୍ତ୍ତନପାପକୁ ନାଶନ୍ତି ବହନ

  43. Couplet 43

    ଯେସନେ ବହୁ କାଷ୍ଠ ରାଶିଅନଳ ପ୍ରବେଶେ ବିନାଶି

  44. Couplet 44

    ରୋ ଶରୀରେ ଉପଗତହେଲେ ଔଷଧ ବଳବନ୍ତ

  45. Couplet 45

    ଅଜ୍ଞାନେ ପ୍ରୟୋଗ ହୋଇଲେତେମନ୍ତ ନାମ ଉଚ୍ଚାରିଲେ

  46. Couplet 46

    ତେବେ ସେ ଆତ୍ମାଗୁଣୁ ତାରସେ କି ନ କରେ ଉପକାର

  47. Couplet 47

    ଶୁକ କହନ୍ତି ଅନୁରାଗେବିଷ୍ଣୁଚରିତ ସୁଧାଭାଗେ

  48. Couplet 48

    ବିଷ୍ଣୁଦୂତଙ୍କ ଧର୍ମବାଣୀକୃତାନ୍ତଦୂତମାନେ ଶୁଣି

  49. Couplet 49

    ଅଜାମିଳକୁ ପାଶୁ ଫେଇମୃତ୍ୟୁରୁ ଦେଲେ ବାହୁଡାଇ

  50. Couplet 50

    ଯମର ଦୂତମାନେ ଗଲେସ୍ୱାମୀଙ୍କି ସମସ୍ତ କହିଲେ

  51. Couplet 51

    ପାଶରୁ ମୁକ୍ତ ଅଜାମିଳଦେହ ଲଭିଲା ତତକାଳ

  52. Couplet 52

    ବିନାଶି ସର୍ବଭୟ ତାରଶିରରେ ଦେଇ ବେନିକର

  53. Couplet 53

    ବିଷ୍ଣୁଦୂତଙ୍କୁ ନମସ୍କାରଉଚ୍ଛୁକ ହୋଇଛି ମନର

  54. Couplet 54

    ପ୍ରସନ୍ନମୁଖ ଦେଖି ତାରଜାଣିଲେ ବିଷ୍ଣୁର କିଙ୍କର

  55. Couplet 55

    ତକ୍ଷଣେ ଅନ୍ତର୍ଦ୍ଧାନ ହୋଇତାର ନିକଟୁ ଗଲେ ସେହି

  56. Couplet 56

    ଗୁଣଆଶ୍ରିତ ବେଦସିଦ୍ଧଯେ ଭାଗବତ-ଧର୍ମଶୁଦ୍ଧ

  57. Couplet 57

    ଯମ-ବିଷ୍ଣୁଦୂତଙ୍କ ବାଣୀଗୋବିନ୍ଦ-ଗୁଣ ବିପ୍ରମଣି

  58. Couplet 58

    ତକ୍ଷଣେ ଚରଣାରବିନ୍ଦେଭକ୍ତି ଲଭିଲା ଅପ୍ରମାଦେ

  59. Couplet 59

    ଶ୍ରୀକୃଷ୍ଣ ଚରିତ ଶ୍ରବଣେପୂର୍ବର ଅଶୁଭ ସ୍ମରଣେ

  60. Couplet 60

    ମହାସନ୍ତାପ ମନେ କଲାତକ୍ଷଣେ ବିଷ୍ଣୁ ସୁମରିଲା

  61. Couplet 61

    ଅହୋ ମୋହର ବଡ କଷ୍ଟଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ

  62. Couplet 62

    ସୁକର୍ମ କଲି ମୋର କ୍ଷୀଣକଲି ମୁଁ ବୃଷଳୀ-ଗମନ

  63. Couplet 63

    ଅଧର୍ମ ଆଚରଣ କରିକାଟିଲି ଦିବସ-ଶର୍ବରୀ

  64. Couplet 64

    ଧିକ ମୋହର ମନ୍ଦକୃତ୍ୟକୁଳରେ କଳଙ୍କ ବିଦିତ

  65. Couplet 65

    ତେଜିଣ ନିଜ ପତ୍ନୀ ସତୀରମିଲି ମୁଁ ନୀଚ ଅସତୀ

  66. Couplet 66

    ବୃଦ୍ଧମୋହର ତାତମାତମୋର ବିହୁନେ ଅରକ୍ଷିତ

  67. Couplet 67

    ତପସ୍ୱୀରୂପେ ଥାନ୍ତି ବନେତାଙ୍କୁ ତେଜିଲି ଅକାରଣେ

  68. Couplet 68

    କି ଏ ଅର୍ଜିତକର୍ମ ମୋରନରକେ କଲି ନିଜଘର

  69. Couplet 69

    ବିଧି ହୋଇଲା ବିଡମ୍ବନଲଭିବି ନରକ ଦାରୁଣ

  70. Couplet 70

    ଧର୍ମ-ହିଂସକ ପାପୀ ଯହିଁନାନା-ଯାତନା ଭୁଞ୍ଜୁ ଥାଇ

  71. Couplet 71

    କି ଏ ସ୍ୱପନ ଅଦଭୁତେନୟନେ ଦେଖିଲି ସାକ୍ଷାତେ

  72. Couplet 72

    ପାଶଦଉଡି ହସ୍ତେ କରିଯେ ମୋତେ ନେଉଥିଲେ ଧରି

  73. Couplet 73

    ଏ ତ ଆଶ୍ଚର୍ଯ୍ୟ ବଡ ଏଣେକ୍ଷଣକେ ଚାଲିଗଲେ କେଣେ

  74. Couplet 74

    ଏ ଅନ୍ତେ ସିଦ୍ଧ ଚାରିଜଣତାଙ୍କର ରୂପ ମନୋରମ

  75. Couplet 75

    ପାଶେ ବନ୍ଧନ ମୋତେ କରିଅଧୋଭୂମିକୁ ନେଉଁ ଧରି

  76. Couplet 76

    ଛଡାଇ ଦେଲେ ଏହିକ୍ଷଣିକ୍ଷଣକେ ଗଲେ କାହିଁ ପୁଣି

  77. Couplet 77

    ମୁଁ ତ ଅଟଇ ପାପୀହୀନମୋହର ଦେବ-ଦରଶନ

  78. Couplet 78

    ଏଣୁ ହୋଇଲା ଏ ମଙ୍ଗଳଆତ୍ମା ମୋ ହୋଇଲା ସୁଫଳ

  79. Couplet 79

    ଅଶୁଚି ଦାସୀପତି ମୁହିଁମୋ ତହୁଁ ପାପୀ ଅଛି କାହିଁ

  80. Couplet 80

    ମୋହର ମରଣର କାଳେନାମକୀର୍ତ୍ତନ ଅବହେଳେ

  81. Couplet 81

    ଜିହ୍ୱା ମୋ କେମନ୍ତେ ବୋଇଲାଶ୍ରୀକୃଷ୍ଣ ମୋତେ ଦୟାକଲା

  82. Couplet 82

    ମୁଁ କାହିଁ ଧୂର୍ତ୍ତ ପାପୀବରବିପ୍ରକୁଳର ଲଜ୍ଜାକର

  83. Couplet 83

    ସର୍ବ ମଙ୍ଗଳର କାରଣବୈକୁଣ୍ଠନାମ ଉଚ୍ଚାରଣ

  84. Couplet 84

    କେମନ୍ତେ ବୋଇଲଇଁ ମୁହିଁଦୟା ଯେ କଲେ ଭାବଗ୍ରାହୀ

  85. Couplet 85

    ଇନ୍ଦ୍ରି-ଅଜିତ ମୁଁ ଅଟଇଏମନ୍ତ କରିବଇଁ ମୁହିଁ

  86. Couplet 86

    ଯେମନ୍ତେ ଆତ୍ମାଭୋଗ ଛାଡିବ୍ରହ୍ମଭାବରେ ରହେ ବୁଡି

  87. Couplet 87

    ଅବିଦ୍ୟା-କାମକର୍ମୁ ଜନ୍ମମୋଚନ କରି ଏ ବନ୍ଧନ

  88. Couplet 88

    ସର୍ବଭୂତରେ ଶାନ୍ତ ହୋଇଦୟା ବହିବି ଚିତ୍ତେ ମୁହିଁ

  89. Couplet 89

    ଏ ମାୟାଗ୍ରସ୍ତ ମୋରମନନିଶ୍ଚୟ କରିବି ମୋଚନ

  90. Couplet 90

    ଯେଉଁ ମାୟାରେ ମୋହ ମୁହିଁକ୍ରୀଡା-କୁରଙ୍ଗ ପ୍ରାୟ ହୋଇ

  91. Couplet 91

    ଦେହ ସମ୍ପଦ ମୋର ଯେତେଅକ୍ଷୟ-ଦମ୍ଭ ଅବିରତେ

  92. Couplet 92

    ଏହାଙ୍କୁ ତେଜି ଶୁଦ୍ଧମନକୃଷ୍ଣ ଚରଣେ ହେଉ ଲୀନ

  93. Couplet 93

    ଏମନ୍ତେ ଜାତ ଦିବ୍ୟଜ୍ଞାନଯେଣୁ ତା ସାଧୁ ଦରଶନ

  94. Couplet 94

    ତେଜିଣ ସକଳ-ବନ୍ଧନଗଙ୍ଗାଦ୍ୱାରକୁ ଆଗମନ

  95. Couplet 95

    ଦେବସଦନେ ବିପ୍ର ଯାଇନିଶ୍ଚଳ ମନେ ଯୋଗ ଧ୍ୟାୟି

  96. Couplet 96

    ଇନ୍ଦ୍ରିୟ ନିଗ୍ରହ କରିଣବ୍ରହ୍ମେ ନିବେଶି ସ୍ଥିରମନ

  97. Couplet 97

    ସକଳ-ଗୁଣ ପରିହରିଆତ୍ମାକୁ ସମାଧିରେ ଧରି

  98. Couplet 98

    ପରମବ୍ରହ୍ମେ ମନ ଦେଲାମନକୁ ତହିଁ ନିବେଶିଲା

  99. Couplet 99

    ବ୍ରହ୍ମଭାବନେ ସ୍ଥିରମନଦେଖିଲା ବିଷ୍ଣୁଦୂତମାନ

  100. Couplet 100

    ପୂର୍ବେ ଯେ ରୂପ ଦେଖିଥିଲାପୁଣି ଦେଖନ୍ତେ ପ୍ରଣମିଲା

  101. Couplet 101

    ଗଙ୍ଗାଜଳରେ ଦ୍ୱିଜବରତେଜିଲା ନିଜ କଳେବର

  102. Couplet 102

    ତକ୍ଷଣେ ବିଷ୍ଣୁ ଦୂତପ୍ରାୟେହୋଇଲା ତାର ଦିବ୍ୟକାୟେ

  103. Couplet 103

    ବିଷୟ-ଦୁର୍ଗତି ଖଣ୍ଡନବେଷ୍ଟିତ ହୋଇ ବିଷ୍ଣୁଗଣ

  104. Couplet 104

    ହେମବିମାନ ଆରୋହିଲାତକ୍ଷଣେ ବିଷ୍ଣୁଲୋକେ ଗଲା

  105. Couplet 105

    ଦାସୀପତି ପତିତକର୍ମନଷ୍ଟ ତାହାର ସର୍ବଧର୍ମ

  106. Couplet 106

    ବ୍ରତ-ବିହୀନ ନିନ୍ଦାଚାରନରକେ ପଡନ୍ତା ଶରୀର

  107. Couplet 107

    ଈଶ୍ୱର-ନାମ-ଗ୍ରହଣରୁତତ୍କାଳ ମୁକ୍ତି ନରକରୁ

  108. Couplet 108

    ମୋକ୍ଷବାଞ୍ଛିତ ନରଙ୍କରକୃଷ୍ଣକୀର୍ତ୍ତନୁ ନାହିଁ ପର

  109. Couplet 109

    କର୍ମବନ୍ଧନର ଛେଦନଏହାର ସମ ନାହିଁ ଆନ

  110. Couplet 110

    ଯେ ମନରଜ-ତମେ ଥାଇକର୍ମେ ମଳିନ ସେ ହୁଅଇ

  111. Couplet 111

    ପରମ ଗୁହ୍ୟ ଅଘ ନାଶନାମ-ମାହାତ୍ମ୍ୟ ଇତିହାସ

  112. Couplet 112

    ସେ ଯେବେ କୃଷ୍ଣନାମ ଧରେଅଶେଷ-ପାତକ ନିବାରେ

  113. Couplet 113

    ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇବଦନେ କୀର୍ତ୍ତନ କରଇ

  114. Couplet 114

    ସେ ପ୍ରାଣୀ ନରକେ ନ ଯାଇଯମଯାତନା ତାକୁ ନାହିଁ

  115. Couplet 115

    ତେବେ ନିର୍ମଳ ପ୍ରାଣୀ ହୋଏନିଶଙ୍କେ ବିଷ୍ଣୁଲୋକେ ରହେ

  116. Couplet 116

    ଦେଖ ବ୍ରାହ୍ମଣ ପାପୀ ଥିଲାଅନ୍ତେ କୃଷ୍ଣଙ୍କୁ ସୁମରିଲା

  117. Couplet 117

    ଦେଖି ନିକଟେ ତା ମରଣପୁତ୍ରର ନାମ ନାରାୟଣ

  118. Couplet 118

    ନାମକୁ ଆକୁଳେ ଉଚ୍ଚାରିଭବସାଗରୁ ହେଲା ପାରି

  119. Couplet 119

    ସକଳ ପାପେ ଅଧିକାରୀସେହି ଲଭିଲା ନରହରି

  120. Couplet 120

    ସର୍ବ-ଦୁଷ୍କୃତ ତାର ଗଲାପରମପଦ ସେ ଲଭିଲା

  121. Couplet 121

    ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେତାର ମହିମା କେ ବିସ୍ତାରେ

  122. Couplet 122

    ଶୁଣ ରାଜନ ପୁଣ୍ୟଆତ୍ମାଗୋବିନ୍ଦ-ନାମର ମହିମା

  123. Couplet 123

    ନିଶ୍ଚଳଚିତ୍ତେ କୃଷ୍ଣଭଜଏ ଭବବନ୍ଧମାୟା ତେଜ

  124. Couplet 124

    ଶ୍ରୀକୃଷ୍ଣନାମର ମହିମାଶୁକ କହିଲେ ଗୁଣସୀମା

  125. Couplet 125

    ସୁଜନେ ଏଣେ ଚିତ୍ତକରଏ ମାୟାବନ୍ଧନୁ ନିସ୍ତର

  126. Couplet 126

    ବୋଲଇ ଦାସ ଜଗନ୍ନାଥଷଷ୍ଠସ୍କନ୍ଧରେ ଭାଗବତ

Odia Bhagabata skandha 6 adhyaya 2 | Parbani by ParibhaAsha App