Skandha 6
Adhyaya 1
Couplet 1
ନମଇଁ ନୃସିଂହ ଚରଣଅନାଦି ପରମ କାରଣ
Couplet 2
ଶୁକ ଚରଣେ ପ୍ରଣମିତହୋଇ ବୋଲନ୍ତି ପରୀକ୍ଷିତ
Couplet 3
ଏକ ସଂଶୟ ମୋର ମନତେଣୁ ମୁଁ କରି ନିବେଦନ
Couplet 4
ଭୋ ଭାଗବତ ତୁମ୍ଭେ ଆଦ୍ୟେକହିଲ ଯା ଦ୍ୱିତୀୟସ୍କନ୍ଧେ
Couplet 5
ଆଦ୍ୟରେ ଭଗବାନ ବ୍ରହ୍ମାଅଷ୍ଟ ଐଶ୍ୱର୍ଯ୍ୟ ସୁଖ ସୀମା
Couplet 6
ନିବୃତ୍ତିମାର୍ଗେ ଯା’ କହିଲେତା ଯୋଗେଶ୍ୱର ନ ଜାଣିଲେ
Couplet 7
ନିବୃତ୍ତି ମାର୍ଗେ ଚକ୍ରପାଣିକେବଳ ଯୋଗେ ତା’ ବଖାଣି
Couplet 8
ଯୋଗେ ଲଭନ୍ତି ପ୍ରଜାପତିକ୍ରମେ ତାଙ୍କର ସଙ୍ଗେ ମୁକ୍ତି
Couplet 9
ଆର ପ୍ରବୃତ୍ତିମାର୍ଗ ଯେହିସ୍ୱର୍ଗାଦିସୁଖ ଯହିଁ ପାଇ
Couplet 10
ପ୍ରକୃତି ବିଲୟ ଅଭାବେଜନ୍ମ ମରଣ ଜୀବ ଲଭେ
Couplet 11
କେମନ୍ତ ରୂପେ ତା ପ୍ରକାଶବିଷ୍ଣୁର ମାୟାରେ ପ୍ରବେଶ
Couplet 12
ସ୍ଥିର ସମୂହ ଦୁଷ୍ଟଗଣପ୍ରବୃତ୍ତି ସୃଷ୍ଟି ନୋହେ ଭିନ୍ନ
Couplet 13
ପୁଣି ହୁଏ ସେ ପୁଣି ଯାଏସେ ମାର୍ଗ କହିଲ ତୃତୀୟେ
Couplet 14
ଯେ ନାନା ଅଧର୍ମ ଲକ୍ଷଣନରକମାନଙ୍କ ବର୍ଣ୍ଣନ
Couplet 15
ଯେ ସ୍ୱାୟମ୍ଭୁବ ମନୁ ଆଦିକହିଲ ଚତୁର୍ଥେ ସମ୍ପାଦି
Couplet 16
ଉତ୍ତାନପାଦ ପ୍ରିୟବ୍ରତଏ ବେନି ବଂଶାନୁଚରିତ
Couplet 17
ଦ୍ୱୀପ ବରଷ ମହୀଧରନଦୀ ଉଦ୍ୟାନ ଯେ ସାଗର
Couplet 18
ପୃଥିବୀ ମଣ୍ଡଳର ସ୍ଥାନସୂର୍ଯ୍ୟମଣ୍ଡଳ ଜ୍ୟୋତିର୍ଗଣ
Couplet 19
ଚନ୍ଦ୍ର ତାରକା ଆଦି କରିଭାଗ ବିବର ଅନୁସରି
Couplet 20
ଯେମନ୍ତ ପ୍ରକାରେ ଈଶ୍ୱରରଚିଲେ ଅଖିଳ ସଂସାର
Couplet 21
ନାନା ପ୍ରକାରେ ଯେ ନରକପ୍ରାଣୀ ସଞ୍ଚରନ୍ତି ଅନେକ
Couplet 22
ଉଗ୍ର ଯାତନାକୁ ଭୁଞ୍ଜନ୍ତିକି କଲେ ତହିଁ ନ ପଡ଼ନ୍ତି
Couplet 23
ବିଶେଷ କରି ମହାଭାଗକହ ତୁ ଭାବେ ମୋର ଆଗ
Couplet 24
ମନ ବଚନ ଶରୀରରେଯେ ପ୍ରାଣୀ ପାପକାର୍ଯ୍ୟ କରେ
Couplet 25
ଇହଲୋକରେ ଦେହ ଧରିଯେବେ ପ୍ରାୟଶ୍ଚିତ୍ତ ନ କରି
Couplet 26
କି ଅବା ପରମଈଶ୍ୱରେପୂଜା ନ କରେ ଭକ୍ତିଭରେ
Couplet 27
ଅଥବା ନାମସଂକୀର୍ତ୍ତନେଶ୍ରଦ୍ଧା ନ କରେ ଭଗବାନେ
Couplet 28
ବିଶେଷେ ଯାତନା ନରକସେ ପ୍ରାଣୀ ଲଭେ ଅତିରେକ
Couplet 29
ଯେବଣ ପ୍ରକାରେ ଭିଷକକରଇ ଚିକିତ୍ସା ଅନେକ
Couplet 30
ରୋଗରୁ ଗୁରୁ ଲଘୁ ଜାଣିନିଦାନ କଥା ପରିମାଣି
Couplet 31
ତେମନ୍ତ ମରଣର ଆଗେସଂଯତମନା ହୋଇ ବେଗେ
Couplet 32
ପାପର ନିବାରଣ ଅର୍ଥେକରିବ ସଦ୍ୟ ପ୍ରାୟଶ୍ଚିତ୍ତେ
Couplet 33
ପାପ ଅହିତ ପରିମାଣିତଥାପି ବିଷୟାରେ ପ୍ରାଣୀ
Couplet 34
ପାପରେ ପୁଣିହିଁ ପ୍ରବର୍ତ୍ତେକି କାର୍ଯ୍ୟ ତେବେ ପ୍ରାୟଶ୍ଚିତ୍ତେ
Couplet 35
କେବେ ବା ପାପୁ ନିବର୍ତ୍ତଇପୁଣି ହିଁ ପାପ ଆଚରଇ
Couplet 36
ଏଥୁ ଅନ୍ତରେ ପ୍ରାୟଶ୍ଚିତ୍ତେକୁଞ୍ଜରସ୍ନାନ କଲା ମତ
Couplet 37
ଏମନ୍ତ ରାଜନ ବଚନେଶୁକ କହନ୍ତି ତୋଷମନେ
Couplet 38
କର୍ମରେ କରି କର୍ମମାନନିଗ୍ରହ କରନ୍ତି ଯେ ଜନ
Couplet 39
କର୍ମ ସମୂଳେ ନାଶ ନୋହିଏହାର ସ୍ୱଭାବଟି ଏହି
Couplet 40
ଅଜ୍ଞାନୀ ଅଧିକାରୀ ଯେଣୁବିଫଳ ପ୍ରାୟଶ୍ଚିତ୍ତ ତେଣୁ
Couplet 41
ସୁପଥ୍ୟ ଗ୍ରାସ ଯେ ନକରେତାହାକୁ ବ୍ୟାଧି ପୀଡା କରେ
Couplet 42
ଏହି ନିୟମ ଯେ କରନ୍ତିକର୍ମେ କଲ୍ୟାଣ ସେ ଲଭନ୍ତି
Couplet 43
ଦେହ ବଚନ ବୁଦ୍ଧି ଘେନିଯେ ପାପ କରିଥାଏ ପ୍ରାଣୀ
Couplet 44
ତପସ୍ୟା ଯମ ନିୟମରେସମ ଦମ ତ୍ୟାଗ ଶୌଚରେ
Couplet 45
ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେଜ୍ଞାନୀ ନାଶନ୍ତି ପାପଘୋରେ
Couplet 46
ଯେସନେ ଦହଇ ସକଳବେଣୁର ଗୁଳ୍ମ ଦାବାନଳ
Couplet 47
ତେସନେ ଭକ୍ତିଯୋଗୁ କରିଗୋବିନ୍ଦ ଚରଣ ସୁମରି
Couplet 48
ମଳୟ ଚନ୍ଦନ ଯେସନଅଗ୍ନିପାରୁଶେ ଯେହ୍ନେ ହେମ
Couplet 49
ଗୋବିନ୍ଦ ପାଦେ ଆଶ୍ରେ କରେତେଣୁ ଅଘତିମିର ହରେ
Couplet 50
ଅଶେଷ ପାପମାନ ନାଶେତମ ଯେସନେ ରବିତ୍ରାସେ
Couplet 51
ହେ ରାଜା ଅଘବନ୍ତ ଯେହିତପେ ପବିତ୍ର ତେଡେ ନୋହି
Couplet 52
ଯେମନ୍ତ କୃଷ୍ଣର ବିଷୟେପ୍ରାଣ ଅର୍ପିଲେ ଶୁଦ୍ଧ ହୋଏ
Couplet 53
ସୁଶୀଳ ସାଧୁ ଯେଉଁ ଜନନାରାୟଣରେ ପରାୟଣ
Couplet 54
ତାହାଙ୍କ ଭକ୍ତିପଥମାନଲୋକର କଲ୍ୟାଣ କାରଣ
Couplet 55
ସେ ନିତ୍ୟେ ଥାନ୍ତି ପରହିତେଜଗତ ଦେଖେ ଆତ୍ମାଗତେ
Couplet 56
ଶୁଣ ରାଜନ ପରିମାଣିକୃଷ୍ଣ-ବିମୁଖ ଯେତେ ପ୍ରାଣୀ
Couplet 57
ତାହାଙ୍କ ତପେ ଯେତେ ଫଳସକଳ ହୁଅଇ ନିଷ୍ଫଳ
Couplet 58
ଶ୍ରୀକୃଷ୍ଣ-ପାଦପଦ୍ମ ଦୁଇତା ଗୁଣେ ଅନୁରାଗୀ ହୋଇ
Couplet 59
ତାହାର ଯେଉଁ ଲୟ ଧ୍ୟାନନିବେଦନରେ ତନୁ ମନ
Couplet 60
ଯେ ଏକାବେଳେ ବୋଲେ ନାମସ୍ୱପ୍ନେ ସେ ନ ଦେଖଇ ଯମ
Couplet 61
ଯା ଦୂତ ଦଣ୍ଡ-ପାଶଧରନ ଦେଖେ ଚିହ୍ନ ତାହାଙ୍କର
Couplet 62
ଯେ ଇତିହାସ ପୁରାତନକହିବା ଶୁଣ ସାବଧାନ
Couplet 63
ବିଷ୍ଣୁଙ୍କ ଦୂତ ଯମଦୂତସମ୍ବାଦ ଅତି ଅଦଭୂତ
Couplet 64
କାନ୍ୟକୁବୁଜ ନାମେ ଦେଶଅଜାମିଳର ତହିଁ ବାସ
Couplet 65
ଆଶ୍ରମେ ଦ୍ୱିଜ ସେ ବୋଲାଇସ୍ୱଭାବେ ଦାସୀପତି ହୋଇ
Couplet 66
ସଦାଚାରକୁ ନଷ୍ଟ କରିଦାସୀର ସଂସର୍ଗ ଆଚରି
Couplet 67
କୈତବ ଚୌର୍ଯ୍ୟପଣେ ଥାଇକୁତ୍ସିତକର୍ମ ଆଚରଇ
Couplet 68
ଏମନ୍ତେ କେତେଦିନ ଗଲାତାହାର ପୁତ୍ର ଉପୁଜିଲା
Couplet 69
ସେ ନଗ୍ରେ ଥାଇ ଦାସୀପତିପୁତ୍ରପାଳନେ ସଦା ମତି
Couplet 70
ଅଠାଶୀ ବରଷେ ତାହାରକାଳ ହୋଇଲା ନୃପବର
Couplet 71
ବୃଦ୍ଧବୟସେ ତାର ସୁତହୋଇଲା ଦଶ ପରିମିତ
Couplet 72
କନିଷ୍ଠ ନାମ ନାରାୟଣପିତାର ଆନନ୍ଦ କାରଣ
Couplet 73
ତାହାର ତହିଁ ଚିତ୍ତ ଥାଇଅନ୍ୟତ୍ର କେବେହେଁ ନ ଦେଇ
Couplet 74
ବାଳକ ସ୍ୱଭାବେ ଅଲ୍ୟଳବଚନ କହଇ ମୃଦୁଳ
Couplet 75
ତାହାର ଲୀଳାମାନ ଦେଖିହରଷ କେ ପାରିବ ଲେଖି
Couplet 76
ଭୋଜନ-ଜଳପାନ ବେଳେନାନାପ୍ରକାରେ ସୁଖ ଭୋଳେ
Couplet 77
ବାଳକ-ସ୍ନେହେ ବଶ ହୋଇଅଗ୍ରଭୋଜନ ତାକୁ ଦେଇ
Couplet 78
ମରଣ ନ ଜାଣଇ ମୂଢ଼ବାଳକ-ସ୍ନେହେ ଚିତ୍ତ ଦୃଢ଼
Couplet 79
ମରଣକାଳ ଉପଗତତକ୍ଷଣେ କରି ଦୃଢ଼ଚିତ୍ତ
Couplet 80
ବାଳକ ନାମ ନାରାୟଣମତି ନିବେଶିଲା ତକ୍ଷଣ
Couplet 81
ଯମର ଦୂତ ପାଶ କରେମିଳିଲେ ତାର ସମୀପରେ
Couplet 82
ଉଚ୍ଚପୁରୁଷ ଭୟଙ୍କରବକ୍ର ବଦନ ମହାଘୋର
Couplet 83
ଲମ୍ବଲୋମ ସର୍ବଶରୀରଦେଖି ଅଜାମିଳ କାତର
Couplet 84
ଦୂରେ ବାଳକସଙ୍ଗେ ମିଳିତାହାର ପୁତ୍ର କରେ କେଳି
Couplet 85
ଗଭୀରସ୍ୱରେ ଉଚ୍ଚ କରିଡାକିଲା ପୁତ୍ରନାମ ଧରି
Couplet 86
ଇନ୍ଦ୍ରିୟ-ଆକୁଳେ ତକ୍ଷଣଡାକିଲା ପୁତ୍ର ନାରାୟଣ
Couplet 87
ମଲା ଅଜାମିଳ ବ୍ରାହ୍ମଣସେ ନାମ କରି ସଂକୀର୍ତ୍ତନ
Couplet 88
ଯମର ଦୂତେ ଥିଲେ ବେଢିହସ୍ତରେ ପାଶରଜ୍ଜୁ ଧରି
Couplet 89
ଶୁଣି ତା ମୁଖୁ ନାରାୟଣଆସି ମିଳିଲେ ବିଷ୍ଣୁଗଣ
Couplet 90
ଏମନ୍ତେ ବିଷ୍ଣୁଦୂତେ ମିଳିଗନ୍ଧ-ଆମୋଦେ ଦିଗ ପୂରି
Couplet 91
ରୂପେ କି ଦେବା ପଟାନ୍ତରସୁବର୍ଣବେତ ଧରି କର
Couplet 92
ପୀତବସନ ପହରଣଦିଶନ୍ତି ଦଗ୍ଧସ୍ୱର୍ଣ୍ଣବର୍ଣ୍ଣ
Couplet 93
ସେ ଅଜାମିଳହୃଦୟରୁଜୀବକୁ ଆକର୍ଷଣ କରୁ
Couplet 94
ଯମଦୂତଙ୍କୁ ବିଷ୍ଣୁଦୂତେବଳେ ନିବାରିଲେ ତୁରିତେ
Couplet 95
ବଇବସ୍ୱତ ପ୍ରଭୁ ଯାରସେ ଦୂତମାନଙ୍କ ଉପର
Couplet 96
ପ୍ରହାର କଲେ ବିଷ୍ଣୁଦୂତେତାଙ୍କୁ କହନ୍ତି ଯମଦୂତେ
Couplet 97
ବିଷ୍ଣୁଦୂତମାନଙ୍କୁ କହିତୁମ୍ଭେ ନିବାର କାହିଁ ପାଇଁ
Couplet 98
ଧର୍ମରାଜର ଆଜ୍ଞାମାନକିମ୍ପାଇଁ କରୁଛ ଲଂଘନ
Couplet 99
କାହାର ତୁମ୍ଭେମାନେ ଦୂତକାହୁଁ ବା ଅଇଳ ତୁରିତ
Couplet 100
କିମ୍ପାଇଁ ଆମ୍ଭଙ୍କୁ ନିରୋଧକିବା ଉତ୍ତମ ତୁମ୍ଭେ ସିଦ୍ଧ
Couplet 101
କିବା ଦେବତା ତୁମ୍ଭେମାନେଥାଅ ଦେବଙ୍କ ସନ୍ନିଧାନେ
Couplet 102
ତୁମ୍ଭର ଚକ୍ଷୁ ପଦ୍ମତୁଲ୍ୟବିରାଜେ କିରୀଟ କୁଣ୍ଡଳ
Couplet 103
ଉରେ ଲମ୍ବଇ ବନମାଳଶୋଭିତ ଯେ ପୀତ ଦୁକୂଳ
Couplet 104
ସର୍ବ ଲକ୍ଷଣ ତୁମ୍ଭ ଦେହଚାରୁ ଚତ୍ୱାର ଭୁଜ ବହ
Couplet 105
ଶଙ୍ଖ ଚକ୍ର ଗଦା କମଳଏଣେ ଶୋଭିତ ଯେ ତୁମ୍ଭର
Couplet 106
ଧନୁ ଖଡ଼ଗ ତୂଣ ଶରଏ ସର୍ବ ଆୟୁଧ ତୁମ୍ଭର
Couplet 107
ଦିଗମାନଙ୍କର ତିମିରଆତ୍ମକାନ୍ତିରେ କଲ ଦୂର
Couplet 108
ଆମ୍ଭେ ଧର୍ମରାଜ-କିଙ୍କରକିମ୍ପା ନିରୋଧ ତୁମ୍ଭେ କର
Couplet 109
କି ହେତୁ ଏମନ୍ତ ଆଚରକହିବା ଆମ୍ଭର ଆଗର
Couplet 110
ଆମ୍ଭମାନଙ୍କୁ ଦୟା ବହକିହେତୁ କିବା ପରିଚୟ
Couplet 111
ଯମଦୂତଙ୍କ କଥା ଅନ୍ତେହସି କହନ୍ତି ବିଷ୍ଣୁଦୂତେ
Couplet 112
ମେଘ-ଗମ୍ଭୀର ପ୍ରାୟେ ବାଣୀଯମଦୂତଙ୍କ ଆଗେ ଭଣି
Couplet 113
ତୁମ୍ଭେ ଦୂତ ଧର୍ମରାଜାରତାହାଙ୍କ ଆଜ୍ଞା ଯେବେ କର
Couplet 114
ଧର୍ମ ଅଧର୍ମର ଲକ୍ଷଣକହିବା ଆମ୍ଭର ଆଗେଣ
Couplet 115
ପ୍ରାଣୀ କି କଲେ ଦଣ୍ଡପାଇଦଣ୍ଡର ସ୍ଥାନ କେବା ହୋଇ
Couplet 116
ଦଣ୍ଡକୁ ସହଇ କେମନ୍ତେମନୁଷ୍ୟ-ଜନ୍ତୁ ଏ ଜଗତେ
Couplet 117
ବେଦବିହିତ ଯେତେ କର୍ମସେହି ସଂସାରେ ନିତ୍ୟଧର୍ମ
Couplet 118
ତା ବିନୁ ଅନ୍ୟକର୍ମ ଯେତେଅଧର୍ମ ବୋଲି ଶାସ୍ତ୍ରମତେ
Couplet 119
ସାକ୍ଷାତେ ବେଦ ନାରାୟଣଏ ନିଶ୍ଚେ ବ୍ରହ୍ମାର ବଚନ
Couplet 120
ଏ ଦେବ ଆପଣା ଶକ୍ତିରେସତ୍ତ୍ବ ରଜ ତମଗୁଣରେ
Couplet 121
ଗୁଣ ନାମ କ୍ରିୟା ରୂପରେଯଥାତଥାରେ ଭିନ୍ନ କରେ
Couplet 122
ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶପବନ ସଂଧ୍ୟା ଅହର୍ନିଶ
Couplet 123
ଦେବ ଭୂ ଜଳ ଅଗ୍ନି ଧର୍ମଦେହୀ ଧର୍ମର ସାକ୍ଷୀ ଜାଣ
Couplet 124
ପାପକୁ ଏଣେ କରି ଜାଣିଦଣ୍ଡର ସ୍ଥାନ ପରିମାଣି
Couplet 125
କର୍ମଆୟତ୍ତ ହୋଇ ଜନଦଣ୍ଡରେ ହୁଅଇ ଭାଜନ
Couplet 126
ଆହେ ନିଷ୍ପାପ ପ୍ରାଣୀମାନେକର୍ମ କରନ୍ତି ଯେତେ ଜନେ
Couplet 127
ସତକର୍ମ ଯେମାନେ କରନ୍ତିସ୍ୱକର୍ମ ଫଳ ସେ ଲଭନ୍ତି
Couplet 128
ମନ୍ଦକରମଯୁକ୍ତ ଯେହୁସଫଳ ଲଭିବ ସେ କାହୁଁ
Couplet 129
ବିଧି ନିଷେଧ ବେନିକର୍ମଏ ନିତ୍ୟେ କହନ୍ତି ଆଗମ
Couplet 130
ବିହିତକର୍ମ ଯେ କରଇତାର ପାପକୁ ଭୟ ନାହିଁ
Couplet 131
ନିଷେଧକର୍ମ କରେ ଯେହୁସକଳ ଦଣ୍ତ ସହେ ସେହୁ
Couplet 132
ଏ ଘେନି ବେଦ ବ୍ରହ୍ମମୟେସୁଜନ ବେଦମାର୍ଗେ ରହେ
Couplet 133
ଧର୍ମ ଅଧର୍ମ ଆଚରଣକରନ୍ତି ଯେହୁ ପ୍ରାଣୀମାନ
Couplet 134
ସେ ପ୍ରାଣୀମାନେ ଅବନୀରେଫଳାଫଳକୁ ଭୋଗକରେ
Couplet 135
ହେ ଦେବଶ୍ରେଷ୍ଠ ତୁମ୍ଭେମାନେସଂସାରେ ପ୍ରାଣୀମାନେ ଯେହ୍ନେ
Couplet 136
ତ୍ରିବିଧ-ଲକ୍ଷଣ ଲଭନ୍ତିଯେ ଯଥାକର୍ମ ଆଚରନ୍ତି
Couplet 137
ଗୁଣ ବିଚିତ୍ରଭାବୁଁ କରିପ୍ରାଣୀଙ୍କ ବିଷୟ ଆଚରି
Couplet 138
କାଳର ବର୍ତ୍ତମାନ ଗୁଣଭୂତ ଭବିଷ୍ୟତ ପ୍ରମାଣ
Couplet 139
ତେସନେ ପ୍ରାଣୀ ଇହଜନ୍ମପ୍ରକାଶ କରେ ଧର୍ମାଧର୍ମ
Couplet 140
ଯେ ଧର୍ମରାଜ ଜନ୍ତୁସାଇଁସେ ସଞ୍ଜମନୀପୁରେ ଥାଇ
Couplet 141
ପ୍ରାଣୀର ଅନ୍ତର୍ଯ୍ୟାମୀ ହୋଇଧର୍ମ ଅଧର୍ମକୁ ଜାଣଇ
Couplet 142
ତମୋଗୁଣରେ ଯୁକ୍ତ ହୋଇସତ୍ତ୍ବଗୁଣକୁ ନ ଭାବଇ
Couplet 143
ଏ ଦେହେ ଅହମିକା ବହିଜନ୍ମ ଅକାରଣେ ନାଶଇ
Couplet 144
ଜ୍ଞାନ କରମ ଦଶେନ୍ଦ୍ରିୟମନ ଆର ପଞ୍ଚବିଷୟ
Couplet 145
ଏ ଷଟଦଶ ଲିଙ୍ଗ ଦେହେଏ ଜୀବ ଭୁଞ୍ଜଇ ବିଷୟେ
Couplet 146
ଯେ ଅବା ପଞ୍ଚଭୂତ ଗୁଣସୃଷ୍ଟିକି କରଇ ଭିଆଣ
Couplet 147
ମହତତତ୍ତ୍ବ ଅହଙ୍କାରଏ ଆଦି ଯେତେକ ଅପର
Couplet 148
ତ୍ରିଗୁଣଶକ୍ତି ଆଦି ଯେତେଏହାକୁ ଧରି ହୃଦଗତେ
Couplet 149
ଏମନ୍ତ ପ୍ରକାରଣେ ଦେହୀହରଷ-ଶୋକକୁ ଲଭଇ
Couplet 150
ତେଣୁ ଷଡବର୍ଗ ଅଜିତକରଇ କର୍ମ ବିପରୀତ
Couplet 151
କୋଶକାରର ପ୍ରାୟ ହୋଇକର୍ମରେ ଆତ୍ମାକୁ ରୋଧଇ
Couplet 152
ଏଥୁ ଅନ୍ତରେ ପୁଣି ସେହିତହିଁ ରହଇ ମୋହ ହୋଇ
Couplet 153
ସ୍ୱଭାବେ କର୍ମବଶ ହୋଇନିରତେ କର୍ମକୁ କରଇ
Couplet 154
ଏଥୁ ଅନ୍ତରେ ପୂଣ ସେହିଅଦୃଷ୍ଟବଶେ ଦେହ ବହି
Couplet 155
ମାତାପିତାର ଅନୁରୂପଲଭଇ ସ୍ଥୂଳ-ସୂକ୍ଷ୍ମରୂପ
Couplet 156
ପ୍ରକୃତି ସଙ୍ଗରୁ ପୁରୁଷସର୍ବକର୍ମକୁ କରେ ନାଶ
Couplet 157
ପୂର୍ବବୃତ୍ତାନ୍ତ ଏବେ ଶୁଣବେଦସମ୍ପୂର୍ଣ୍ଣ ଏ ବ୍ରାହ୍ମଣ
Couplet 158
ଧର୍ମଜ୍ଞ ଶୀଳବନ୍ତ ପୁଣସୁଶାନ୍ତ ସୁଜ୍ଞାନୀ ନିପୁଣ
Couplet 159
ମୃଦୁ ମନ୍ତ୍ରଜ୍ଞ ଶୁଚିଦାତାସତ୍ୟବଚନ ଧୃତବ୍ରତା
Couplet 160
ଅତିଥି ବୃଦ୍ଧ ଗୁରୁ ଅଗ୍ନିଏହାଙ୍କ ସେବା ଶିରେ ଘେନି
Couplet 161
ସର୍ବଭୂତରେ ମିତ୍ରପଣକୋପବର୍ଜିତ ସାଧୁଗୁଣ
Couplet 162
ଅଶେଷ-ଗୁଣ-ସ୍ଥାନ ଏହିସୁଶୀଳବୃତ୍ତିରେ ଜୀଅଇଁ
Couplet 163
ପିତୃ ଆଜ୍ଞାକାରୀ ବ୍ରାହ୍ମଣଏକକାଳେ ବନେ ଗମିଣ
Couplet 164
ପୁଷ୍ପ ସମିଧ ଫଳ କୁଶେଘେନି ଆସଇ ମନତୋଷେ
Couplet 165
ସ୍ତିରୀ ସହିତେ ବନେ ଥିଲାକାମୀ ଶୂଦ୍ରକୁ ଏ ଦେଖିଲା
Couplet 166
ମଧୁପାନରେ ରକ୍ତନେତ୍ରବିହ୍ୱଳ ହୋଇଅଛି ଚିତ୍ତ
Couplet 167
ନୀବି ଖସିଛି ମତ୍ତଭରେମୂଢ ଲଜ୍ଜାକୁ କରି ଦୂରେ
Couplet 168
ହାସ୍ୟ ଗାୟନ କ୍ରୀଡାରସେଲୀଳା କରଇ ତାର ପାଶେ
Couplet 169
କନ୍ଦର୍ପେ ଲିପ୍ତମନ ହୋଇଭୂଜେ ଆଲିଙ୍ଗନ କରଇ
Couplet 170
ବିପ୍ର ସ୍ତିରୀକୁ ଦେଖି କରିଇନ୍ଦ୍ରିୟବଶେ ଅନୁସରି
Couplet 171
ଏମନ୍ତେ ତାହାକୁ ଦେଖିଲାମନରେ ମୋହିତ ହୋଇଲା
Couplet 172
ଆପଣା ଆତ୍ମା ସ୍ଥିର କରିମନରେ ବହୁତ ବିଚାରି
Couplet 173
ହେଲେ ହେଁ ସତ୍ତ୍ବଗୁଣେସ୍ଥିତକନ୍ଦର୍ପେ ହୋଇଲା ପୀଡିତ
Couplet 174
ସ୍ତିରୀ-ବିଷୟେ ଅଭିରାମକପଟ ଗ୍ରହ ହୋଇ କାମ
Couplet 175
ତେଣେ ପ୍ରମତ୍ତମନ ତାରନିଜଧର୍ମକୁ କଲା ଦୂର
Couplet 176
ପୀନ-ଉରଜ ମନ ହରେସ୍ନେହରେ ସ୍ତିରୀ ବିଷୟରେ
Couplet 177
ପରିତୋଷଣ ତାକୁ କରିସେବକମତେ ଆଜ୍ଞାକାରୀ
Couplet 178
କୋମଳବାକ୍ୟେ ମନ ହରିପ୍ରସନ୍ନ ଯେମନ୍ତେ ସୁନ୍ଦରୀ
Couplet 179
ନିଜ ଯୁବତୀ କୁଳସ୍ତିରୀତେଜିଲା ବିପ୍ର ମନ୍ଦାଚାରୀ
Couplet 180
ସ୍ୱୈରିଣୀ ଅପାଙ୍ଗ ଇଙ୍ଗିତେବନ୍ଦୀ ହୋଇଲା ତାର ଚିତ୍ତେ
Couplet 181
ତା ବିନୁ ନ ଜାଣଇ ଆନତିଳେ ବିଚ୍ଛେଦ ନୋହେ ମନ
Couplet 182
ଅଧର୍ମବୁଦ୍ଧି ସେ ବ୍ରାହ୍ମଣନିରତେ ବେଶ୍ୟା ପରାୟଣ
Couplet 183
ଧର୍ମେ ଅଧର୍ମେ ଧନ ଆଣିସନ୍ତୋଷ କରଇ ସ୍ୱୈରିଣୀ
Couplet 184
ଯେଉଁ କାରଣୁ ଲଙ୍ଘି ଶାସ୍ତ୍ରସ୍ୱୈରିଣୀରତ ଅବିରତ
Couplet 185
ଗର୍ହିତକର୍ମେ ପ୍ରବର୍ତ୍ତିଲାପୂର୍ବର ଧର୍ମ ନାଶ କଲା
Couplet 186
ଏଣୁ ଏ ପାପୀ ଦ୍ୱିଜେ ନେଇଯମର ଛାମୁରେ ଦେବଇଁ
Couplet 187
ବୋଲଇ ଜଗନ୍ନାଥ ଦାସଯମଦୂତେ ବେଦ ପ୍ରକାଶ