Skip to content
paribhaasha

Skandha 5

Adhyaya 26

  1. Couplet 1

    ବିଚିତ୍ରଗତି ଲୋକଙ୍କରତୁମ୍ଭେ କହିଲ ମୁନିବର

  2. Couplet 2

    ଏ କଥା ସଂଶୟ ମୋ ମନେଏବେ କହିବା ବିଦ୍ୟମାନେ

  3. Couplet 3

    ଏବେ କହିବା ଫଳଭାବଯେମନ୍ତେ ତରଇ ଅର୍ଣ୍ଣବ

  4. Couplet 4

    ତ୍ରିଗୁଣେ ବିଚିତ୍ର ହୁଅଇଶୁଣ ପରୀକ୍ଷ ମନଦେଇ

  5. Couplet 5

    କର୍ତ୍ତାରମତେ ଫଳଯାଇଶ୍ରଦ୍ଧା-ଅଶ୍ରଦ୍ଧା ବେନି ହୋଇ

  6. Couplet 6

    ସାତ୍ତ୍ୱିକକର୍ମୀ ହୁଏ ସୁଖୀରାଜସକର୍ମୀ ସୁଖୀଦୁଃଖୀ

  7. Couplet 7

    ତାମସ ଦୁଃଖୀ ଯେ ବିମୂଢ଼ଏ ତ‌ତ୍ତ୍ୱ ବୁଝେ ନାହିଁ ମୂଢ଼

  8. Couplet 8

    ଯେତେ ଅଧର୍ମକାରୀଗଣସଦା ଯେ ତମର ଅଧୀନ

  9. Couplet 9

    ତମୋଗୁଣଙ୍କ ଏହି ବ୍ରତଲଭନ୍ତି ଫଳ ବିପରୀତ

  10. Couplet 10

    ସକଳ ଏକଭାବ ହୋଇକେବେହେଁ କେହି ନ ଭଜଇ

  11. Couplet 11

    ଏ ଅନନ୍ତରେ ଏବେ ଶୁଣନିଷିଦ୍ଧ ଅଧର୍ମ ଲକ୍ଷର

  12. Couplet 12

    ଧର୍ମ ଅଧର୍ମ ବେନି ମତଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ

  13. Couplet 13

    ସମାନ କର୍ମଫଳମାନକାହାରି ନୁହଁଇ ରାଜନ

  14. Couplet 14

    ଯେତେ ଅବିଦ୍ୟା କାମ୍ୟକର୍ମଏହା ଲକ୍ଷଣ ପରିଣାମ

  15. Couplet 15

    ଗତି ଯେ ଶତ ଶତ ମତପ୍ରବୃତ୍ତ ହୁଏ ପରୀକ୍ଷିତ

  16. Couplet 16

    ଏହାର ଗତି ଅଗୋଚରବିସ୍ତାରି ବିର୍ଣ୍ଣବୁ ଅପର

  17. Couplet 17

    ଭୋ ମୁନି ତ୍ରିଲୋକ ବାହାରେନରକ କିବା ଅନ୍ତରାଳେ

  18. Couplet 18

    କିବା ତ୍ରିଭୁବନ ମଧ୍ୟରେକହିବା ସାବଧାନେ ମୋରେ

  19. Couplet 19

    ସେ ତ‌ତ୍ତ୍ୱ ଶୁଣ ତୁ ରାଜନକହନ୍ତି ଋଷି ହୃଷ୍ଟମନ

  20. Couplet 20

    ତ୍ରିଜଗତର ଅନ୍ତରାଳଦକ୍ଷିଣଦିଗେ ମହୀପାଳ

  21. Couplet 21

    ଭୂମିର ତଳେ ଜଳପରେଅଗ୍ନିଷ୍ୱାତ୍ତସଭା ତହିଁରେ

  22. Couplet 22

    ସକଳ ପିତୃଗଣ ଯେତେସ୍ୱଗୋତ୍ର କଲ୍ୟାଣ ନିମନ୍ତେ

  23. Couplet 23

    ଯହିଁ ବସନ୍ତି ହେ ରାଜନତହିଁ ଅନ୍ତକ ଭଗବାନ

  24. Couplet 24

    ଅନ୍ତେ ଜୀବକୁ ସେ ନିଅନ୍ତିଯମପୁରୁଷେ ଦଣ୍ତ ଦ୍ୟନ୍ତି

  25. Couplet 25

    ଦୋଷ ଯେ କର୍ମ ଅନୁସରିଯେ ପ୍ରାଣୀ ଯାହା ଥାଇ କରି

  26. Couplet 26

    ଭଗବତ-ଆଜ୍ଞା ଲଂଘିଣବିପଥେ ଯେ କରେ ଗମନ

  27. Couplet 27

    ତାହାଙ୍କୁ ନେଇ ଦଣ୍ତଧରଦଣ୍ତ ଯେ ଦିଅନ୍ତି ଅପାର

  28. Couplet 28

    ଏକବିଂଶତି ପରକାରେନରକେ ଅଛନ୍ତି ଯହିଁରେ

  29. Couplet 29

    ଯେ ରୂପ ଯେ ନାମ ଲକ୍ଷଣକହିବା ଶୁଣ ହେ ରାଜନ

  30. Couplet 30

    ଅନ୍ଧକୂପ ଯେ ଅସିପତ୍ରଶୂକରମୁଖ କାଳସୂତ୍ର

  31. Couplet 31

    ରୌରବ ମହା ଯେ ନରକଅନ୍ଧତାମିସ୍ର କୁମ୍ଭୀପାକ

  32. Couplet 32

    ତାମିସ୍ର ଯେ କୃମିଭୋଜନସନ୍ଦଂଶ ତପ୍ତସୂର୍ମି ନାମ

  33. Couplet 33

    ବଜ୍ରକଣ୍ଟକ ଶାଳମଳବଇତରଣୀ ମହୀପାଳ

  34. Couplet 34

    ପ୍ରାଣରୋଧ ଯେ ବିଶସନପୂୟୋଦ ସାରମେୟାଦନ

  35. Couplet 35

    ଅପରେ ଅବୀଚି ରାଜନଲାଳାଭକ୍ଷ ଯେ ଅୟଃପାନ

  36. Couplet 36

    ଶୂଳପ୍ରୋତ କ୍ଷାର କର୍ଦ୍ଦମଯେବା ରକ୍ଷୋଗଣ ଭୋଜନ

  37. Couplet 37

    ଅବଟନିରୋଧନ ଆରଦନ୍ଦଶୂକ ନାମେ ଅପର

  38. Couplet 38

    ସୂଚୀମୁଖ ପର୍ଯ୍ୟାବର୍ତ୍ତନଅଷ୍ଟବିଂଶତି ଏହୁ ନାମ

  39. Couplet 39

    ଏ ଯେ ନରକ ମହୀପାଳବିବିଧ ଯାତନାର ସ୍ଥଳ

  40. Couplet 40

    ପରସ୍ତିରୀ ଅପତ୍ୟ ଧନଯେ ପ୍ରାଣୀ କରଇ ହରଣ

  41. Couplet 41

    ସେ କାଳପାଶେ ବନ୍ଦୀ ହୋଇଯମର ପୁରେ ଦୁଃଖ ପାଇ

  42. Couplet 42

    ତାମିସ୍ରନରକେ ପଡ଼ଇନାନା ଯାତନା ସେ ଭୁଞ୍ଜଇ

  43. Couplet 43

    କ୍ଷୁଧା-ପିପାସାରେ ପୀଡ଼ିତହୋଇ ସେ ଦଣ୍ତରେ ତାଡ଼ିତ

  44. Couplet 44

    ନାନା ତର୍ଜନା ଯେ ପ୍ରହାରଯେତେ ଯାତନା ଭୟଙ୍କର

  45. Couplet 45

    ପରମକଷ୍ଟ ପାଇ ତହିଁକ୍ଷଣକ୍ଷଣକେ ମୋହ ଯାଇ

  46. Couplet 46

    ଅନ୍ଧତାମିସ୍ରେ ଏ ପ୍ରକାରେଯାତନା ପ୍ରାଣୀ ଭୋଗକରେ

  47. Couplet 47

    କପଟେ ପରଦାରା ହରିଯେବେ ତାମିସ୍ରୁ ନ ଉବୁରି

  48. Couplet 48

    ତେବେ ପଡ଼ଇ ସେ ଯେ ତହିଁଯାତନା-ସିନ୍ଧୁରେ ବୁଡ଼ଇ

  49. Couplet 49

    ନଷ୍ଟ ହୁଅଇ ମତି ତାରଦୃଷ୍ଟି ନାଶଇ ନୃପବର

  50. Couplet 50

    ମୁହିଁ ମୋହର ଭାବ ବହିପ୍ରାଣୀଦ୍ରୋହକୁ ଯେ ଚିନ୍ତଇ

  51. Couplet 51

    କୁଟୁମ୍ବ ପାଇଁ ହିଂସା ବହିସେ ପ୍ରାଣୀ ରୌରବେ ପଡଇ

  52. Couplet 52

    ସେ ଜୀବ ହିଂସନ୍ତି ସଂସାରେତାହାଙ୍କୁ ପର ଯେ ଲୋକରେ

  53. Couplet 53

    ରୌରବ ମୂର୍ତ୍ତି ଜୀବ ହୋଇସେଠାରେ ତାହାଙ୍କୁ ହିଂସଇ

  54. Couplet 54

    ମହାରୌରବ ଏହି ମତଯହିଁ କ୍ରୂରଜୀବ ବିଦିତ

  55. Couplet 55

    ତହିଁରେ ଯେ ପ୍ରାଣୀ ପଡ଼ଇରୌରବ-କ୍ରବ୍ୟାଦ ତା ଖାଇ

  56. Couplet 56

    ଯେ ନର ପଶୁପକ୍ଷୀମାନପ୍ରାଣ ଥାଉଁ କରେ ରନ୍ଧନ

  57. Couplet 57

    ରାକ୍ଷସୁଁ ବଳି ସେହି ହୋଇକୁମ୍ଭୀପାକରେ ସେ ପଡଇ

  58. Couplet 58

    ତପତ-ତଇଳେ ତାହାରରନ୍ଧନ ହୁଅଇ ଶରୀର

  59. Couplet 59

    କାଳସୂତ୍ର ନରକ ନାମବିସ୍ତାର ଅୟୁତ ଯୋଜନ

  60. Couplet 60

    ତାମ୍ରମୟ ଯେ ଭୂମିତାରଉପରେ ଥାଇ ଯେ ଭାସ୍କର

  61. Couplet 61

    ଅଧୋଭାଗରେ ଅଗ୍ନିଥାଇଏମନ୍ତ ନରକ ଅଟଇ

  62. Couplet 62

    ଯେ ନର ବ୍ରହ୍ମହତ୍ୟା କରେସେ ତହିଁ ପଡଇ ନିର୍ଭରେ

  63. Couplet 63

    ତପତ-ସୁବର୍ଣ୍ଣ ଫୁଟଇତହିଁ ସେ ଦଗଧ ହୁଅଇ

  64. Couplet 64

    କ୍ଷଣକେ ଉଠଇ ଲୋଟଇବସଇ ବ୍ୟାକୁଳେ ଧାମଇଁ

  65. Couplet 65

    କ୍ଷୁଧା ପିପାସା ପୀଡାମାନକ୍ଷଣକେ ହୁଏ ଅଚେତନ

  66. Couplet 66

    ପଶୁର ଦେହେ ରୋମଯେତେବର୍ଷ ତାବତ ସେହିମତେ

  67. Couplet 67

    ଅତ୍ୟନ୍ତ ଯାତନା ଭୁଞ୍ଜଇସେ ପ୍ରାଣୀ ତହିଁ କଡିଥାଇ

  68. Couplet 68

    ଯେ ନିଜ ଧର୍ମପଥ ଛାଡିବେଦବଚନ ନିନ୍ଦେ ହୁଡି

  69. Couplet 69

    ପାଷଣ୍ତ ବୋଲି ତାକୁ କହିଅସିପତ୍ରରେ ସେ ପଡଇ

  70. Couplet 70

    ଲୌହମୁନ୍ଦ୍‌ଗର ତା ଉପରେପ୍ରହାର କରନ୍ତି ନିର୍ଭରେ

  71. Couplet 71

    ଅଦୋଷେ ଦଣ୍ତନ୍ତି ଯେ ନରେପାପା ଭୁଞ୍ଜନ୍ତି ତମଘୋରେ

  72. Couplet 72

    ଅତ୍ୟନ୍ତ ପାପାରାଶି ବହିଶୂକରମୁଖେ ସେ ପଡ଼ଇ

  73. Couplet 73

    ତହିଁରେ ପୁରୋଇ ନିର୍ଭରେନାନାଆୟୁଧର ପ୍ରହାରେ

  74. Couplet 74

    ଇକ୍ଷୁଦଣ୍ତର ପ୍ରାୟ କରିତାକୁ ପେଷନ୍ତି ଦଣ୍ତଧାରୀ

  75. Couplet 75

    ଅତ୍ୟନ୍ତ କଷ୍ଟକୁ ସେ ପାଇକ୍ଷଣ କ୍ଷଣକେ ମୋହ ଯାଇ

  76. Couplet 76

    ଏ ଯେ ସଂସାରେ ନରଦେହୀକ୍ଷୁଦ୍ରପ୍ରାଣୀଙ୍କୁ ପୀଡା ଦେଇ

  77. Couplet 77

    ହିଂସଇ ଜ୍ଞାନହୀନ ମତେସନ୍ତାପ ଲଭଇ ତେମନ୍ତେ

  78. Couplet 78

    ସେ ପ୍ରାଣୀ ପରଲୋକେ ଯାଇଅନ୍ଧକୂପରେ ପଡିଥାଇ

  79. Couplet 79

    ଯେ ଗ୍ରାସ ନ ବାଣ୍ଟି ଭୁଞ୍ଜଇବାୟସ ତୁଲ୍ୟ ତାକୁ କହି

  80. Couplet 80

    ନରକ ଯେ କୃମି ଭୋଜନନରକମାନଙ୍କେ ଅଧମ

  81. Couplet 81

    ଶତ ସହସ୍ର ଯେ ଯୋଜନଯେ କୃମିକୁଣ୍ତ ପରିମାଣ

  82. Couplet 82

    ତହୁଁ ପଡ଼ଇ ସେହୁ ନରଉଗ୍ର-ଯାତନାର ଯେ ଘର

  83. Couplet 83

    କୃମିକୁ ଭକ୍ଷଇ ସେ ଜନତାକୁ ଭକ୍ଷନ୍ତି କୃମିମାନ

  84. Couplet 84

    ଯାବତ କର୍ମ କ୍ଷୟ ନୋହେତାବତ ତହିଁ ସେହୁ ରହେ

  85. Couplet 85

    ବିପ୍ରର ଦ୍ରବ୍ୟ ଯେ ହରଇସନ୍ଦଂଶେ ପୀଡା ସେ ଲଭଇ

  86. Couplet 86

    ଅଗମ୍ୟା ସ୍ତିରୀ ଯେ ରମଇତପ୍ତସୂର୍ମିରେ ସେ ପଡ଼ଇ

  87. Couplet 87

    ନାରୀ ବା ଅଗମ୍ୟ ପୁରୁଷେଚିତ୍ତ ବଳାଇ ରତି ଆଶେ

  88. Couplet 88

    ତପତ ଲୌହମୂର୍ତ୍ତିମାନତାକୁ କରାନ୍ତି ଆଲିଙ୍ଗନ

  89. Couplet 89

    ପୁରୁଷ ରୂପ ସ୍ତିରୀଠାରେସ୍ତିରୀଏ ପୁରୁଷ ବେଭାରେ

  90. Couplet 90

    ଅଗମ୍ୟ ପଶ୍ୱାଦି ଗମନକରଇ ପାଷଣ୍ତ ଜନ

  91. Couplet 91

    ବଜ୍ରକଣ୍ଟକଶାଳଳୀରେଆରୋହ କରାନ୍ତି ତାହାରେ

  92. Couplet 92

    ଯେ ରାଜପୁରୁଷ ଅପରକରନ୍ତି ଧର୍ମସେତୁ ଦୂର

  93. Couplet 93

    ଧର୍ମ ଆଚରେ ଯେହୁ ନରତାଙ୍କୁ ହିଂସନ୍ତି ଯେ ପାମର

  94. Couplet 94

    ସେ ଅନ୍ତେ ବଇତରଣୀରେପାପିଷ୍ଠେ ପଡ଼ନ୍ତି ନିର୍ଭରେ

  95. Couplet 95

    ନିରୟ ପରିଖା ଯାହାରଏମନ୍ତ ଯେଉଁ ନଦୀବର

  96. Couplet 96

    ତହିଁର ଜଳଜନ୍ତୁମାନପାପୀଙ୍କୁ କରନ୍ତି ଭକ୍ଷଣ

  97. Couplet 97

    ମୂତ୍ର ପୁରୀଷ ଯେ ଶୋଣିତନଖ ମେଦ ଅସ୍ଥି ବହୁତ

  98. Couplet 98

    ଏଥି ପଡ଼ିଣ ତାପ ପାଇବାସନା କର୍ମ ସୁମରଇ

  99. Couplet 99

    ବୃଷଳୀଗମନ ଯେ କରେଶୌଚ ଆଚାର ପରିହରେ

  100. Couplet 100

    ନିର୍ଲ୍ଲଜ୍ଜଭାବକୁ ବହଇନିତ୍ୟେ ନିୟମକୁ ଛାଡଇ

  101. Couplet 101

    ଅନ୍ତେ ସେ ପୂୟୋଦେ ପଡ଼ଇଶ୍ଲେଷ୍ମା ଯେ ମଳମୂତ୍ର ଯହିଁ

  102. Couplet 102

    ଅତି ବୀଭତ୍ସ ଯେ ଭୋଜନତାହାକୁ ଭୁଞ୍ଜଇ ସେ ଜନ

  103. Couplet 103

    ମୃଗୟାବିହାରେ ଯେ ନରପ୍ରବୃତ୍ତ ହୋଇ ବାରମ୍ବାର

  104. Couplet 104

    ମୃଗାଦି ବାଳପଶୁମାନବହୁତ ମାରନ୍ତି ରାଜନ

  105. Couplet 105

    ବିବିଧବାଣେ ଯମଦୂତତାକୁ ପ୍ରହାରନ୍ତି ବହୁତ

  106. Couplet 106

    କପଟଯଜ୍ଞେ ଯେହୁ ନରେଦମ୍ଭ ଆଚରି ପଶୁ ମାରେ

  107. Couplet 107

    ସେ ଲୋକ ବିଶସନ ନାମେନରକେ ପଡ଼ନ୍ତି ସମାନେ

  108. Couplet 108

    ପତ୍ନୀକି ରେତକୁ ପିଆଇଯେ ଜନ କାମବଶ ହୋଇ

  109. Couplet 109

    ଅମୂତ୍ର ରେତ ଯେ କୁଲ୍ୟାରେରେତକୁ ପିଆନ୍ତି ତାହାରେ

  110. Couplet 110

    ଯେ ନର ଗୃହେ ଅଗ୍ନି ଦେଇକପଟେ ଗରଳ ଭୁଞ୍ଜାଇ

  111. Couplet 111

    ସେ ପରଲୋକ ଯେବେ ଯାଇବିବିଧଯାତନା ଭୁଞ୍ଜଇ

  112. Couplet 112

    ଉଗ୍ରଦଶନ ଶ୍ୱାନ ଶତତାକୁ ଭୂଞ୍ଜନ୍ତି ଅବିରତ

  113. Couplet 113

    ସାକ୍ଷ୍ୟରେ ମିଥ୍ୟା ଯେ କହଇଅବୀଚି-ନରକେ ପଡ଼ଇ

  114. Couplet 114

    ଅଧକୁ ହୁଅଇ ତା ଶିରନରକ ଭୁଞ୍ଜଇ ପାମର

  115. Couplet 115

    ଯାହାର ଶ୍ରେଷ୍ଠ ଯେଉଁ ଜନସେ ତାଙ୍କୁ ନ କରେ ବନ୍ଦନ

  116. Couplet 116

    କ୍ଷାରକର୍ଦ୍ଦମେ ସେ ପଡ଼ଇବହୁତ ଯାତନା ଭୁଞ୍ଜଇ

  117. Couplet 117

    ଯେ ପ୍ରାଣୀ ନରମେଧ କରେଦେବତା-ସନ୍ତୋଷ-ପ୍ରକାରେ

  118. Couplet 118

    ସ୍ତିରୀ ବାଳକ ପଶୁ ମାରେଡ଼ାକିନୀରୂପେ ସେ ସଞ୍ଚରେ

  119. Couplet 119

    ସେହି ବାଳକ-ପଶୁମାନେପ୍ରବେଶି ଯମର ସଦନେ

  120. Couplet 120

    ରାକ୍ଷସରୂପକୁ ଆଚରିଶୋଣିତ ପିବନ୍ତି ତାହାରି

  121. Couplet 121

    ସେ ସ୍ତିରୀ ପୁରୁଷ ରକତଖାଇ ହୁଅନ୍ତି ମଦେ ମତ୍ତ

  122. Couplet 122

    ନାଚନ୍ତି ଗାୟନ୍ତି ହରଷେଯେମନ୍ତ ରାକ୍ଷସ-ପୁରୁଷେ

  123. Couplet 123

    ବିବିଧ ରଜ୍ଜୁର ପ୍ରକାରେଯେ ନର ଗ୍ରାମ୍ୟଅରଣ୍ୟରେ

  124. Couplet 124

    ବିଶ୍ୱାସୀ-ପଶୁଙ୍କୁ ମାରଇସେ ନର ନରକେ ପଡ଼ଇ

  125. Couplet 125

    ପାଶେ ବନ୍ଧନ ହୋଇ ସେହିକ୍ଷୁଧା-ତୃଷାରେ ପୀଡା ପାଇ

  126. Couplet 126

    ବୃକ କୁକୁର ଗୃଧ୍ରଗଣତୁଣ୍ତରେ କରନ୍ତି ତାଡନ

  127. Couplet 127

    ବିବିଧ-କ୍ଳେଶକୁ ଲଭଇଆପଣା କର୍ମ ସୁମରଇ

  128. Couplet 128

    ଉଗ୍ରସ୍ୱଭାବ ଯେଉଁ ନରେପ୍ରାଣୀଙ୍କୁ ଉଦବେଗ କରେ

  129. Couplet 129

    ନନ୍ଦଶୂକ ଘୋର ନରକେପଡ଼ନ୍ତି ଯାଇ ପରଲୋକେ

  130. Couplet 130

    ପଞ୍ଚ ବା ସପ୍ତମୁଖ ଯାରଏମନ୍ତ ଦନ୍ଦଶୂକବର

  131. Couplet 131

    ଅନେକ ଅଛନ୍ତି ତହିଁରେଭକ୍ଷନ୍ତି ସେ ପାପୀ ଶରୀରେ

  132. Couplet 132

    ଯେ ଗର୍ତ୍ତଆଦି କଷ୍ଟସ୍ଥଳେପ୍ରାଣୀଙ୍କି ଥୋଇ ଅବହେଳେ

  133. Couplet 133

    ଦ୍ୱାର ରୁନ୍ଧଇ ମୁଦ ଦେଇସେ ନର ନରକେ ପଡ଼ଇ

  134. Couplet 134

    ଗର୍ତ୍ତେ ପାମରକୁ ଥୁଅନ୍ତିସଧୂମଅଗ୍ନି ଦ୍ୱାରେ ଦ୍ୟନ୍ତି

  135. Couplet 135

    ପୂର୍ବେ ଯେ ଆସି ଯାଇ ନାହିଁଅତିଥି ଭାବରେ ଆସଇ

  136. Couplet 136

    ଗୃହେ ନ ରଖି ତାକୁ ଯେବେଅବଲୋକଇ କ୍ରୋଧଭାବେ

  137. Couplet 137

    କର୍କଶବାକ୍ୟ ତାକୁ କହିଅନ୍ତେ ସେ ନରକେ ପଡଇ

  138. Couplet 138

    ବକ୍ରତୁଣ୍ତ ଯେ ଗୃଧ୍ର କଙ୍କକାକ ସହିତେ ଯେବା ବକ

  139. Couplet 139

    ଦୀର୍ଘଚଞ୍ଚୁରେ ଚିରି ତାରଚକ୍ଷୁ ଖୋଳନ୍ତି ନୃପବର

  140. Couplet 140

    ଯେ ଅହଙ୍କାରେ ଛନ୍ନ ହୋଇପ୍ରାଣୀଙ୍କି କଟାକ୍ଷେ ଚାହଁଇ

  141. Couplet 141

    କୁଟିଳହୃଦୟ ଭାବରେଜୀବର ମନ୍ଦକୁ ଆଚରେ

  142. Couplet 142

    ଅନ୍ତେ ସେ ଯାଇ ପରଲୋକେପଡେ ନରକ ସୂଚୀମୁଖେ

  143. Couplet 143

    ତହିଁରେ ପାପୀର ଶରୀରପୀଡନ୍ତି ଯମର କିଙ୍କର

  144. Couplet 144

    ଏମନ୍ତ ପ୍ରକାରେ ରାଜନଶତଶତ-ନରକମାନ

  145. Couplet 145

    ଅଛନ୍ତି ଯମର ସଦନତହିଁ ପାପୀଙ୍କ ନିଜସ୍ଥାନ

  146. Couplet 146

    ଯେ ଯେତେ କର୍ମ ଆଚରଇସେ ରୂପେ ଫଳ ସେ ଭୁଞ୍ଜଇ

  147. Couplet 147

    ନିବୃତ୍ତି ମାର୍ଗର ଲକ୍ଷଣଆଗେ ତ କହିଛୁଁ ରାଜନ

  148. Couplet 148

    ଏ ଚତୁର୍ଦ୍ଦଶଭାଗ ହୋଇବ୍ରହ୍ମାଣ୍ତକୋଷ ଏ ବୋଲାଇ

  149. Couplet 149

    ପୁରାଣ ଅନୁମାନ କରିତୁମ୍ଭରେ କହିଲୁଁ ବିସ୍ତାରି

  150. Couplet 150

    ଯେ ଭାଗବତ ନାରାୟଣମହାପୁରୁଷ ଭଗବାନ

  151. Couplet 151

    ଗରିଷ୍ଠରୂପ ତାହାଙ୍କରମାୟାଗୁଣରେ ନୃପବର

  152. Couplet 152

    ଯେତେକ ବର୍ଣ୍ଣିଲଇଁ ମୁହିଁସକଳରୂପ ସେ ଅଟଇ

  153. Couplet 153

    ଯେ ନର ଶ୍ରଦ୍ଧାବନ୍ତ ହୋଇପଢଇ ଶୁଣଇ ଶୁଣାଇ

  154. Couplet 154

    ସେ ସାଧୁଭକ୍ତ ଶୁଦ୍ଧନରପରମଆତ୍ମା ଯେ ଈଶ୍ୱର

  155. Couplet 155

    ଅଚିନ୍ତ୍ୟରୂପଟି ଯାହାରପରମସୂକ୍ଷ୍ମରୁ ଯେ ପର

  156. Couplet 156

    ଅତିସୂକ୍ଷ୍ମରୁ ସୂକ୍ଷ୍ମତରଦେବଙ୍କୁ ଯାହା ଅଗୋଚର

  157. Couplet 157

    ସୁଗତି ଲଭଇ ସେ ଜନପରମଶ୍ରେଷ୍ଠ ତା ଜୀବନ

  158. Couplet 158

    ଦ୍ୱୀପ ବରଷ ନଦୀ ଗିରିସର୍ବ ସମୁଦ୍ର ଦଣ୍ତଧାରୀ

  159. Couplet 159

    ପାତାଳ ଦିଗ ଯେ ନରକଭାଗ ଲକ୍ଷଣ ଯେତେ ଲୋକ

  160. Couplet 160

    ଈଶ୍ୱର ସ୍ଥୂଳ ଯେ ଶରୀରଆଶ୍ରୟ ସକଳଜୀବର

  161. Couplet 161

    ଏ ସର୍ବ ବିଭାଗ ପ୍ରକାରେଭୋ ନୃପ କହିଲୁ ତୁମ୍ଭରେ

  162. Couplet 162

    କହଇ ଜଗନ୍ନାଥ ଦାସପଞ୍ଚମସ୍କନ୍ଧେ ସୁଧାରସ

  163. Couplet 163

    ସାଦରେ ପିଅ ସାଧୁପ୍ରାଣୀତରିବ ଭବତରଙ୍ଗିଣୀ

  164. Couplet 164

    ଏ ଯେ ସଂସାର-ସିନ୍ଧୁ-ଘୋରଦୁଷ୍ଟଜନରେ ଭୟଙ୍କର

  165. Couplet 165

    ପାଦପଲ୍ଲବଯୁଗ ଧରିସୁଖେ ତରିବ ଭବବାରି

  166. Couplet 166

    ତା ବିନୁ ଅନ୍ୟଗତି ନାହିଁତ୍ରାହି କରିବେ ଭାବଗ୍ରାହୀ