Skandha 5
Adhyaya 25
Couplet 1
ପାତାଳ ତଳେ ହେ ରାଜନତିରିଶ-ସହସ୍ର-ଯୋଜନ
Couplet 2
ତାମସୀକଳା ଯେ ବିଶେଷଅନନ୍ତନାମ ପରକାଶ
Couplet 3
ଯେ ବିଷ୍ଣୁଅଂଶେ ଜନ୍ମ ହୋଇସଙ୍କରଷଣ ନାମ ବହି
Couplet 4
ଅନନ୍ତ ମୂରତି ଠାକୁରସହସ୍ରମସ୍ତକ ତାହାର
Couplet 5
ତାହାର ଏକଇ ଶିରରେମହୀମଣ୍ତଳ ଅଛି ସ୍ଥିରେ
Couplet 6
ଯେ ସୃଷ୍ଟି କରଇ ସଂହାରଭ୍ରୂକୁଟି କରିଣ କରାଳ
Couplet 7
ଏକାଦଶରୁଦ୍ର ଯେ ହୋଇସଙ୍କରଷଣ ସେ ବୋଲାଇ
Couplet 8
ତିନି ଲୋଚନ ତିନି ଶିରପ୍ରଚଣ୍ତ ଶୂଳଟି ଯାହାର
Couplet 9
ଭକ୍ତିରେ ଅହିପତିମାନଯାହାଙ୍କୁ କରନ୍ତି ବନ୍ଦନ
Couplet 10
ଯାହାର ଚରଣକମଳବିରାଜେ ନଖର ମଣ୍ତଳ
Couplet 11
ଶିରମଣିରେ ନଖପନ୍ତିଚନ୍ଦ୍ରକୁ ଜିଣି ବିରାଜନ୍ତି
Couplet 12
କୁଣ୍ତଳ-ପ୍ରଭାରେ ମଣ୍ତିତଗଣ୍ତ ମଣ୍ତଳ ହୃଷ୍ଟଚିତ୍ତ
Couplet 13
ତାହାଙ୍କ ଚରଣାରବିନ୍ଦେଚକ୍ଷୁ ନିବେଶନ୍ତେ ଆନନ୍ଦେ
Couplet 14
ପରମଭକ୍ତି ଯୋଗମତେଉଦିତ ହୋଏ ହୃଦଗତେ
Couplet 15
ଯାହାଙ୍କୁ ବିବିଧ-ବିଧାନେସେବନ୍ତି ନାଗପତ୍ନୀମାନେ
Couplet 16
ଯେ ଧରେ ରୂପ ମନୋହରବିଶୁଦ୍ଧ ଧବଳ ଶରୀର
Couplet 17
ବିପୁଳ ବକ୍ଷସ୍ଥଳ ତାରକୁଙ୍କୁମ ଚନ୍ଦନେ ରୁଚିର
Couplet 18
ହଳମୂଷଳ କରେ ଯାରକି ଅବା ଦେବା ପଟାନ୍ତର
Couplet 19
ରଜତ ସ୍ତମ୍ଭ ଭୂଜ ଦୁଇମନ୍ଦସ୍ମିତରେ ମୁଖ ଶୋହି
Couplet 20
ମଦ୍ୟେ ଘୂର୍ଣ୍ଣିତ ସୁଲୋଚନବିସ୍ତାର ଅରୁଣ ବଦନ
Couplet 21
ସେ ଯେ ଅନନ୍ତ ଭଗବାନଅନନ୍ତ ଗୁଣର ନିଧାନ
Couplet 22
ସେ ଆଦିଦେବ ଯେ ଈଶ୍ୱରକ୍ରୋଧକୁ କରିଣ ସଂହାର
Couplet 23
ଲୋକପାଳନ ନିମନ୍ତରେତହିଁ ଅଛନ୍ତି ସେ ଠାକୁରେ
Couplet 24
ଉରଗ ସୁର ଯେ ଅସୁରସିଦ୍ଧ ଗନ୍ଧର୍ବ ବିଦ୍ୟାଧର
Couplet 25
ଅଶେଷ ମୁନିଗଣ ଯେତେଆନନ୍ଦେ ଯେ ଯାହାର ମତେ
Couplet 26
ଅପରେ ପାରିଷଦ ଗଣେସେବନ୍ତି ଯାହାର ଚରଣେ
Couplet 27
ନବତୁଳସୀ ଫୁଲ ଶିରେଗନ୍ଧ ଆମୋଦଇ ପ୍ରଖରେ
Couplet 28
ଗନ୍ଧେ ମଧୁକର ନିକରଧ୍ୱନି କରନ୍ତି ମନୋହର
Couplet 29
ବନମାଳାଏ କଣ୍ଠେ ଧରିକୁଣ୍ତଳ ଅତି ମନୋହାରୀ
Couplet 30
ସୁନ୍ଦର ଭୁଜ ଲମ୍ବମାନମହେନ୍ଦ୍ରବାରଣ ଯେସନ
Couplet 31
ଧ୍ୟାନ ଶ୍ରବଣ ଯୋଗସାରେମୁନି ଚିନ୍ତନ୍ତି ଯା ମନରେ
Couplet 32
କଳିକଳୁଷ କର୍ମଗ୍ରନ୍ଥିଅବିଦ୍ୟା ନାଶ ଯେ କରନ୍ତି
Couplet 33
ଶ୍ରଦ୍ଧା-ଆରତେ ଯେବା ଜନଯେବେ କରଇ ସୁମରଣ
Couplet 34
ଯେ ଏହା କରନ୍ତି ସକଳକରୁଣା ବହେ ଆଦିମୂଳ
Couplet 35
ଯାହାର ଅନୁଭବମାନନାରଦମୁନି ହେ ରାଜନ
Couplet 36
ବ୍ରହ୍ମା-ସଭାରେ ବିସ୍ତାରିଲେସକଳେ ଶୁଣି ନିସ୍ତରିଲେ
Couplet 37
ଯାହାର କଟାକ୍ଷକୁ ପାଇଉତ୍ପତ୍ତି ସ୍ଥିତି ଲୟ ହୋଇ
Couplet 38
ଯାର ମୂରତି କୃପାମୟୀସତ ଅସତ ଯାର ଦେହୀ
Couplet 39
ସୁଜନ-ମନ ହରିବାରେମୃଗେନ୍ଦ୍ର ପ୍ରାୟ ଲୀଳା କରେ
Couplet 40
ଯାହାର ନାମ ସୁମରଣଶ୍ରବଣ କୀର୍ତ୍ତନ ରାଜନ
Couplet 41
ଘୋର-ଦୁର୍ଗମେ ନର ଥାଇଯେବେ ଆରତେ ସୁମରଇ
Couplet 42
ଆପଦ ଯାଇ ତାର ଦୂରସକଳ-ପାପୁ ହୋଏ ପାର
Couplet 43
ଆଶ୍ରୟ ହୋଇଲେ ତାହାରମୋକ୍ଷକୁ ଲଭେ ସେ ନିର୍ଭର
Couplet 44
ଭୂଗୋଳ ନାନା ନଦୀ ଗିରିଦ୍ୱୀପ ସମୁଦ୍ର ଆଦି କରି
Couplet 45
ଯାହାର ମସ୍ତକେ ଜଗତସ୍ଥିରେ ଅଛଇ ପରୀକ୍ଷିତ
Couplet 46
ଅତି ବିକ୍ରମ ସେ ପୁରୁଷକେ କହୁଁ ତା ରୂପ ବିଶେଷ
Couplet 47
ଯେ ଆତ୍ମତନ୍ତ୍ର ଭଗବାନତାର ଅଶେଷ ଗୁଣଗ୍ରାମ
Couplet 48
ଲୀଳାମାତ୍ରକେ ଏ ସଂସାରଯେ ଧରିଅଛି ବିଶ୍ୱଭାର
Couplet 49
ଏମନ୍ତ ପ୍ରଭାବ ଯାହାରଦୁରିତହାରୀ ସେ ଠାକୁର
Couplet 50
ଏବେ କହିଲୁ ଜୀବଗତିକର୍ମରୁ ଯେ ଯାହା ଭୁଞ୍ଜନ୍ତି
Couplet 51
ଯାହାର ସ୍ଥାନଟି ଯେମନ୍ତସକଳ କରିଲୁଁ ବିଦିତ
Couplet 52
ଯାହାର ଯେମନ୍ତ ଲକ୍ଷଣଯେ ଧର୍ମ ଯାର ଆଚରଣ
Couplet 53
ଯେ ଉଚ୍ଚ-ନୀଚ ଜୀବଜନ୍ତୁଯାହାର ଯେ କର୍ମ ଯେହେତୁ
Couplet 54
ତୁମ୍ଭ ପ୍ରଶନ ଅନୁସାରେସକଳ କହିଲୁ ତୁମ୍ଭରେ
Couplet 55
ଏବେ କି ତୁମ୍ଭ ଅଭିଳାଷଅପରେ କହିବୁଁ ବିଶେଷ
Couplet 56
ଅଖିଳ-ବ୍ରହ୍ମାଣ୍ତ-କାରଣଅନାଦି ପ୍ରଭୁ ନାରାୟଣ
Couplet 57
ସେ ପ୍ରଭୁ ଚରଣେ ମୋ ମତିଅନବରତେ ହେଉ ସ୍ଥିତି
Couplet 58
କହଇ ଜଗନ୍ନାଥ ଦାସହରିଚରିତ ସୁଧାରସ
Couplet 59
ସୁଜନେ ଶୁଣ ଦେଇମନଫିଟିବ ଭବର ବନ୍ଧନ