Skandha 5
Adhyaya 24
Couplet 1
ଆଦିତ୍ୟଠାରୁ ଅଧୋମେଳେଅୟୁତ ଯୋଜନର ତଳେ
Couplet 2
ଭ୍ରମ ଆକାରେ ରାହୁ ସ୍ଥିତିଏମନ୍ତ କେ ଅବା କହନ୍ତି
Couplet 3
ସ୍ୱଭାବେ ସିଂହିକାନନ୍ଦନଏଟି ଅସୁର ଭୋ ରାଜନ
Couplet 4
ଯେଣୁ ପ୍ରଭୁର କୃପା ହୋଇଅଜରାମର ଏହା ଦେହୀ
Couplet 5
ଏହାର ଜନ୍ମକର୍ମମାନପଛେ କହିବା ହେ ରାଜନ
Couplet 6
ଅଧୋଭାଗରେ ଯେ ପଡ଼ଇତରଣିମଣ୍ତଳ ହୁଅଇ
Couplet 7
ଅୟୁତଯୋଜନ ବିସ୍ତାରଲୋକରେ ଖ୍ୟାତ ନୃପବର
Couplet 8
ଦ୍ୱାଦଶ ସହସ୍ରଯୋଜନଚନ୍ଦ୍ରମଣ୍ତଳ ପରିମାଣ
Couplet 9
ତ୍ରୟୋଦଶସସ୍ରଯୋଜନରାହୁମଣ୍ତଳ ଯେ ବିସ୍ତୀର୍ଣ୍ଣ
Couplet 10
ଏ ରାହୁ ସୁଧାପାନ ବେଳେଚନ୍ଦ୍ର-ସୂର୍ଯ୍ୟଙ୍କ ମଧ୍ୟେ ମିଳେ
Couplet 11
ତା ଦୁହେଁ କଲେ ବ୍ୟବଧାନତାହା ଜାଣିଲେ ଭଗବାନ
Couplet 12
ବୈରାନୁବନ୍ଧଭାବେ ତହିଁଚନ୍ଦ୍ର-ସୂର୍ଯ୍ୟ ଗ୍ରାସିବାପାଇଁ
Couplet 13
ଧାମଇଁ ବେଗବନ୍ତ ହୋଇତା ଦେଖି ବ୍ରହ୍ମାଣ୍ତଗୋସାଇଁ
Couplet 14
ରକ୍ଷା ନିମନ୍ତେ ସୁଦର୍ଶନରଖି ଅଛନ୍ତି ଭଗବାନ
Couplet 15
ଚକ୍ରର ଅତିତେଜ ପାଇଁନିକଟୁ ନିବୃତ୍ତ ହୁଅଇ
Couplet 16
ଚକିତ ହୋଇଣ ତାହାରଉଦ୍ବେଗ ହୁଅଇ ଅନ୍ତର
Couplet 17
ତାହାକୁ ଉପରାଗ ନାମଏ ଲୋକେ କରନ୍ତି ଗାୟନ
Couplet 18
ତାହାର ତଳେ ନୃପବରସିଦ୍ଧ ଚାରଣ ବିଦ୍ୟାଧର
Couplet 19
ଏହାଙ୍କ ସଦନ ନିର୍ମିତଏହାର ତଳେ ପରୀକ୍ଷିତ
Couplet 20
ଯକ୍ଷ ପିଶାଚ ଭୂତ ପ୍ରେତଏହାଙ୍କ ଗୃହ ଯେ ନିର୍ମିତ
Couplet 21
ଯାବତ ବାୟୁର ସଞ୍ଚାରଯାବତ ଗତି ଜଳଧର
Couplet 22
ଭୂମିମଣ୍ତଳ ହେ ରାଜନତା ତଳେ ଶତେକଯୋଜନ
Couplet 23
ଗମନ କରନ୍ତି ଶୂନ୍ୟରେସୁପର୍ନାଦି ପକ୍ଷୀବରେ
Couplet 24
ଭୂମିମଣ୍ତଳର ବର୍ଣ୍ଣନକହିତ ଅଛୁ ହେ ରାଜନ
Couplet 25
ଅବନୀତଳର ବେଭାରକହିବା ଶୁଣ ନୃପବର
Couplet 26
ସପତଭୂବିବରେ କରିସପ୍ତଭୁବନ ଦଣ୍ତଧାରୀ
Couplet 27
ଅତଳ ବିତଳ ସୁତଳତଳାତଳ ଯେ ମହାତଳ
Couplet 28
ରସାତଳ ଯେ ମହୀପାଳସପ୍ତମେ ବିଦିତ ପାତାଳ
Couplet 29
କ୍ରମେ ଏ ଅୟୁତଯୋଜନଏକ ଏକର ଯେ ପ୍ରମାଣ
Couplet 30
ବିଳସ୍ୱର୍ଗ ନାମ ଏହାରସ୍ୱର୍ଗୁ ଅଧିକ ସୁଖକର
Couplet 31
କାମ ଐଶ୍ୱର୍ଯ୍ୟ ନାନାଭୋଗପରମାନନ୍ଦ ସୁଖଯୋଗ
Couplet 32
ନାନା ରତ୍ନରେ ଦିବ୍ୟପୁରସୌରଭେ ଭୁବନ ସୁନ୍ଦର
Couplet 33
ବିବିଧ-କ୍ରୀଡାର ମନ୍ଦିରସୁସଞ୍ଚସ୍ଥଳ ମନୋହର
Couplet 34
ଏ ସ୍ଥଳେ କ୍ରୀଡନ୍ତି ଆନନ୍ଦେସେ ସ୍ଥଳବାସୀ ଜୀବବୃନ୍ଦେ
Couplet 35
କାଦ୍ରବ ଦାନବ ଦଇତ୍ୟେଅପତ୍ୟ ପତ୍ନୀର ସହିତେ
Couplet 36
ଗନ୍ଧର୍ବ ବିଦ୍ୟାଧର ଯେତେଅପ୍ସରାଗଣଙ୍କ ସହିତେ
Couplet 37
ମାୟାବୀ ମୟଦୈତ୍ୟ ଯହିଁନିର୍ମାଣ କରି ଯେ ଅଛଇ
Couplet 38
ନାନାମଣିରେ ଦିବ୍ୟପୁରବିଚିତ୍ର ବୈଦୂର୍ଯ୍ୟର ଘର
Couplet 39
ସଭା ଚତ୍ୱର ଯେ ଗୋପୁରବିବିଧ ନାନାମଣି ସାର
Couplet 40
ମିଥୁନ ଶୁକ ପାରାବତକୃତ୍ରିମ-ମଣିରେ ନିର୍ମିତ
Couplet 41
ଶାରିକାଆଦି ପକ୍ଷୀମାନବିବିଧ ପ୍ରକାର ଭିଆଣ
Couplet 42
ମଣିସଦନ ଉଚ୍ଚ ସାରଶୋହଇ ଅତି ମନୋହର
Couplet 43
ବିଚିତ୍ର-ଚିତ୍ର ଉପବନସୌରଭ ହରେ ପ୍ରାଣୀମନ
Couplet 44
କୁସୁମ ଫଳ ଅତିଭରେବିଟପୀ ଲାଗନ୍ତି ଭୂମିରେ
Couplet 45
କୋମଳ ପଲ୍ଲବ ସୁରଙ୍ଗପକ୍ଷୀମିଥୁନ ଯହିଁ ସଙ୍ଗ
Couplet 46
ବିବିଧ ଜଳାଶୟମାନକ୍ରୀଡନ୍ତି ନାନା ବିହଙ୍ଗମ
Couplet 47
ଧ୍ୱନି କରନ୍ତି ମନୋହରଋଷିଙ୍କ ତପ କ୍ଷୋଭକର
Couplet 48
ନୀରଜ କୁମୁଦ କହ୍ଲାରଏହାଙ୍କ ବନେ ତାଙ୍କ ଘର
Couplet 49
ସେ ପକ୍ଷୀଗଣ ଦିବ୍ୟସ୍ୱନଶ୍ରବଣେ ହରେ ପ୍ରାଣୀମନ
Couplet 50
ସ୍ୱର୍ଗହୁଁ ଅତି ମନୋହରସେ ସ୍ଥାନମାନ ନୃପବର
Couplet 51
ଅହିଙ୍କ ଶିରେ ମଣିମାନଯହିଁ ହରଇ ଅନ୍ଧତମ
Couplet 52
ସେ ଭୂମି ଅତି ଅନୁପମତହିଁ ତ ନାହିଁ ରାତ୍ରଦିନ
Couplet 53
ଆଧିର ପରାଭବ ନାହିଁଦେହରେ ରୋଗ ନ ଲାଗଇ
Couplet 54
ପୁରୁଷ-ଯୁବତୀମାନରଏଣୁ ଯେ ସୁନ୍ଦର ଶରୀର
Couplet 55
ତେଣୁ ସେ ଶରୀର-ଭେଦରେଶରୀରକାନ୍ତି ନାହିଁ ସରେ
Couplet 56
ଯଶ-ସମ୍ପଦ ତାଙ୍କ ତହିଁନିତ୍ୟ ପ୍ରକାଶ ଅଛି ଯହିଁ
Couplet 57
ତହିଁର ନରନାରୀମାନପରମମଙ୍ଗଳ ଭାଜନ
Couplet 58
ଶ୍ରୀହରି ଚକ୍ର ବିନୁ ତହିଁଅବସ୍ଥା ମୃତ୍ୟୁ ଭୟ ନାହିଁ
Couplet 59
ଅତଳେ ଅଛି ମହୀପାଳମୟର ପୁତ୍ର ନାମ ବଳ
Couplet 60
ତାହାର ମାୟା ଦୃଢ଼ତରେଅଦ୍ୟାପି ସଂସାରେ ପ୍ରଚରେ
Couplet 61
ବଳାସୁର ଜୃମ୍ଭଣେ ଜନ୍ମିସ୍ୱୈରିଣୀ ପୁଂଶ୍ଚଳୀ କାମିନୀ
Couplet 62
ହାଟକ ନାମେ ମାୟାରସତାହାକୁ ପିଅନ୍ତେ ପୁରୁଷ
Couplet 63
ବିଳାସ-ଅବଲୋକନରେନାନା ପ୍ରକାରେ କ୍ରୀଡା କରେ
Couplet 64
ଅୟୁତ-ମହାଗଜବଳହୁଅଇ ତହୁଁ ପୁରୁଷର
Couplet 65
ବିତଳେ ଶମ୍ଭୁଭଗବାନହାଟକେଶ୍ୱର ଯାର ନାମ
Couplet 66
ପ୍ରଜାପତି-ସୃଷ୍ଟି ନିମନ୍ତେଅଛନ୍ତି ଭବାନୀ ସହିତେ
Couplet 67
ଏହାଙ୍କ ବୀର୍ଯ୍ୟୁ ଜାତ ହୋଇହାଟକୀ ନାମେ ନଦୀ ବହି
Couplet 68
ତାର ସଂସର୍ଗୁ ଜାତ ହୋଇସୁବର୍ଣ୍ଣ ହାଟକ ବୋଲାଇ
Couplet 69
ଅସୁରଙ୍କର ବଧୂଗଣତାହାକୁ କରନ୍ତି ଭୂଷଣ
Couplet 70
ବିରୋଚନଙ୍କ ପୁତ୍ର ବଳିଅଛନ୍ତି ସୁତଳରେ ମିଳି
Couplet 71
ଉଦାରଶ୍ରବା ପୁଣ୍ୟଶ୍ଳୋକଯାହାକୁ ବୋଲନ୍ତି ତ୍ରିଲୋକ
Couplet 72
ଇନ୍ଦ୍ରର ପ୍ରିୟଭାବ ବହିଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ
Couplet 73
ଅଦିତି ତହୁଁ ଜାତ ହୋଇବଟୁବାମନ ରୂପ ବହି
Couplet 74
ନାନା-ସମ୍ପଦ ତାର ହରିପୁଣି ଦୟାକଲେ ମୁରାରି
Couplet 75
ଇନ୍ଦ୍ରାଦିସୁର ତହୁଁ ବଳିସମ୍ପତ୍ତି ଦେଲେ ବନମାଳୀ
Couplet 76
ପୂଜ୍ୟ ଅଖିଳ ଦେବଙ୍କରଅନାଦି-ପ୍ରଭୁ ଯେ ଈଶ୍ୱର
Couplet 77
ସ୍ୱକର୍ମେ ତାଙ୍କୁ ଆରାଧିଣସୁଖେ ସେ ଅଛନ୍ତି ରାଜନ
Couplet 78
ସେ ସର୍ବବୀଜ ଭଗବାନପରମଆତ୍ମା ସୂକ୍ଷ୍ମ ବ୍ରହ୍ମ
Couplet 79
ଯେ ତୀର୍ଥପଦ ଜଗନ୍ନାଥସକଳ-ଦେଶକାଳ-ପାତ୍ର
Couplet 80
ତାହାଙ୍କୁ ଶ୍ରଦ୍ଧାଯୁକ୍ତ ହୋଇସ୍ଥିରମନରେ ଭୂମି ଦେଇ
Couplet 81
ବିଳସ୍ୱର୍ଗକୁ ଭୋଗ କରେନାନା-ଐଶ୍ୱର୍ଯ୍ୟର ବେଭାରେ
Couplet 82
ଯାଚଞ୍ଜା ଛଳେ ଯେ ଉପାୟେତହିଁରେ କରି ଦେବରାୟେ
Couplet 83
ତ୍ରିଲୋକ ବ୍ୟାପିଲେ ଶରୀରେଶେଷ ନରହିଲା ସଂସାରେ
Couplet 84
ଯେ ଇନ୍ଦ୍ରେ ଅନୁଗ୍ରହ କରିଇନ୍ଦ୍ରର ଭ୍ରାତୃଭାବ ଧରି
Couplet 85
ଜନ୍ମିଲେ ବ୍ରହ୍ମାଣ୍ତଠାକୁରଯାହା ନିମନ୍ତେ ନୃପବର
Couplet 86
ସେ ସର୍ବଭାବ ଭଗବାନଅଖିଳ-ଗୁରୁ ନାରାୟଣ
Couplet 87
ଯାହାର ଦ୍ୱାରେ ଗଦା ଧରିଅଛନ୍ତି ପ୍ରଭୁ ଯେ ଉଭାରି
Couplet 88
ତାହାର ଅଧୋଦେଶେ ଯେହିତଳାତଳ ନାମ ବୋଲାଇ
Couplet 89
ମୟଦାନବ ଯେ ପୂର୍ବରେଦ୍ରୋହ ଚିନ୍ତିଲା ଚକ୍ରଧରେ
Couplet 90
ସ୍ୱପୁର ତ୍ରୟ ଦଗ୍ଧ କଲାତେଣୁ ସେ ବରକୁ ଲଭିଲା
Couplet 91
ମାୟାବୀମାନଙ୍କର ବରଐଶ୍ୱର୍ଯ୍ୟ ଲଭି ସେ ଅସୁର
Couplet 92
ଅଭୟ ବରକୁ ସେ ପାଇତଳାତଳରେ ଯେ ଅଛଇ
Couplet 93
ସୁଦରଶନ ଚକ୍ର ଡରେଶରଣ ପଶିଲା ଶମ୍ଭୁରେ
Couplet 94
ସେ ଭୟ ତାର ଦୂର କରିରଖିଲେ ଶିବ ଶୂଳଧାରୀ
Couplet 95
ନିର୍ଭୟ ହୋଇ ସେ ଦାନବସେ ସ୍ଥଳେ ଭୁଞ୍ଜଇ ବିଭବ
Couplet 96
ତାହାର ଅଧୋଭାଗ ଦେଶେମହାତଳପୁର ପ୍ରକାଶେ
Couplet 97
ତହିଁରେ ନାନା ନାଗ ଆଦିକ୍ରୋଧବଶ ନାମ ପ୍ରସିଦ୍ଧି
Couplet 98
କୁହକ କାଳୀୟ ସୁଷେଣତକ୍ଷକ ପ୍ରଧାନ ଏମାନ
Couplet 99
ସୁଦୀର୍ଘକାୟ ବଳବନ୍ତତହିଁ ଅଛନ୍ତି ପରୀକ୍ଷିତ
Couplet 100
ନିତ୍ୟ ସେ ଗରୁଡ଼ଙ୍କ ଭୟେଉଦ୍ବେଗ ହୋଏ ତାଙ୍କ କାୟେ
Couplet 101
ଦାରା ତନୟ ବନ୍ଧୁ ସଙ୍ଗେବିହାର କରନ୍ତି ସେ ରଙ୍ଗେ
Couplet 102
ତାହାର ତଳେ ମହୀପାଳଯେ ପୁର ନାମ ରସାତଳ
Couplet 103
ଦୈତ୍ୟ-ଦାନବ ପତିମାନକବଚ କାଳେୟ ହିରଣ୍ୟ
Couplet 104
ଅତ୍ୟନ୍ତ-ବଳବନ୍ତ ହୋନ୍ତିଦେବଙ୍କ ଦ୍ରୋହ ସେ ଚିନ୍ତନ୍ତି
Couplet 105
ସକଳ ଲୋକର କାରଣମହାପୁରୁଷ ନାରାୟଣ
Couplet 106
ମହାନୁଭାବ ସେ ଯେ ହରିତାହାଙ୍କ ଅତିତେଜେ କରି
Couplet 107
ଗୃହୀତବଳ ସେ ଦାନବେସେ ସ୍ଥଳେ ଥାନ୍ତି ଉଦବେଗେ
Couplet 108
ଇନ୍ଦ୍ରଦୂତୀର ବାକ୍ୟ ଶୁଣିନିତ୍ୟେ ଡରନ୍ତି ନୃପମଣି
Couplet 109
ତାହାର ତଳେଟି ପାତାଳତହିଁ ଅଛନ୍ତି ନାଗବଳ
Couplet 110
ବାସୁକି ଆଦି ନାଗବଳଶଙ୍ଖ କୁଳିକ ଯେ କମ୍ବଳ
Couplet 111
ମହାଶଙ୍ଖ ଯେ ଆରାଶ୍ୱେତଧନଞ୍ଜୟ ଯେ ଦେବଦତ୍ତ
Couplet 112
ଧୃତରାଷ୍ଟ୍ର ଯେ ଶଙ୍ଖଚୂଡ଼ଯେ ମହାଭୋଗୀ ଅଶ୍ୱତର
Couplet 113
ଏ ଯେତେ ମହାଭୋଗୀମାନେବସନ୍ତି ପାତାଳଭୁବନେ
Couplet 114
ପଞ୍ଚ-ସପତ-ଦଶଶିରଅନେକ-ଫଣା ତାହାଙ୍କର
Couplet 115
ଏହାଙ୍କ ମହାମଣିମାନପ୍ରକାଶେ ଆଦିତ୍ୟ ଯେସନ
Couplet 116
ପାତାଳ ବିବର ତିମିରସ୍ୱତେଜେ କରନ୍ତି ଯେ ଦୂର
Couplet 117
ରାଜନ ସପତପାତାଳକହିଲୁ ଯେଝା ବାସସ୍ଥଳ
Couplet 118
ପଞ୍ଚମସ୍କନ୍ଧେ ଏ ବର୍ଣ୍ଣନସୂଜନେ ସାବଧାନେ ଶୁଣ
Couplet 119
କୃଷ୍ଣଚରଣେ ମନ ଦିଅସୁଜନେ ନିତ୍ୟେ ଏହା ଗାଅ
Couplet 120
କୃଷ୍ଣପଦାରବିନ୍ଦ ରସସ୍ନେହରେ କର ଏହା ଗ୍ରାସ
Couplet 121
କହଇ ଜଗନ୍ନାଥ ଦାସଶ୍ରୀଭାଗବତ ସୁଧାରସ