Skip to content
paribhaasha

Skandha 5

Adhyaya 23

  1. Couplet 1

    ଏଥୁ ଅନ୍ତରେ ହେ ରାଜନତ୍ରୟୋଦଶଲକ୍ଷଯୋଜନ

  2. Couplet 2

    ସେ ସ୍ଥାନ ବିରାଜଇ ତହିଁବିଷ୍ଣୁର ସ୍ଥଳ ତାକୁ କହି

  3. Couplet 3

    ଯହିଁ ପରମ-ଭାଗବତଧ୍ରୁବ ଉତ୍ତାନପାଦସୁତ

  4. Couplet 4

    ଅଛନ୍ତି କଶ୍ୟପ ସଙ୍ଗତେକାଳଯଷ୍ଟିର ସେବାମତେ

  5. Couplet 5

    କଳ୍ପେ ପର୍ଯ୍ୟନ୍ତେ ସୁଖଭୋଳେପ୍ରଭୁଙ୍କୁ ଭଜନ୍ତି ନିଶ୍ଚଳେ

  6. Couplet 6

    ସେ ଭାଗବତ ଧୃବବାଣୀପୂର୍ବେ କହିଛୁଁ ନୃପମଣି

  7. Couplet 7

    ଗ୍ରହ ନକ୍ଷତ୍ର-ଜ୍ୟୋତିର୍ଗଣଧ୍ରୁବର ସହିତେ ରାଜନ

  8. Couplet 8

    ଈଶ୍ୱରସୃଷ୍ଟି ଅନୁସାରେଏବେ ଦିଶଇ ସେ ଲୋକରେ

  9. Couplet 9

    କାଳଚକ୍ରରେ ଭ୍ରମେ ଜାଣବେଗେ ଭ୍ରମନ୍ତି ଅନୁକ୍ଷଣ

  10. Couplet 10

    ମେରିରେ ପଶୁଗଣ ଯେହ୍ନେସକଳେ ଭ୍ରମନ୍ତି ତେସନେ

  11. Couplet 11

    ମଣ୍ତଳଆକାରରେ ତହିଁଯେ ଯାହା ସ୍ଥାନରେ ଭ୍ରମଇଁ

  12. Couplet 12

    ନକ୍ଷତ୍ର-ଗ୍ରହ ଆଦି ଯେତେଏହି ପ୍ରକାରେ ସେ ସମସ୍ତେ

  13. Couplet 13

    କାଳର ଚକ୍ରେ ଯେ ଭ୍ରମଣବାହାର-ଅନ୍ତରେ ଭ୍ରମିଣ

  14. Couplet 14

    କଳ୍ପାନ୍ତଯାଏଁ ସେ ପ୍ରକାରେଅଛନ୍ତି ବିବିଧ-ବେଭାରେ

  15. Couplet 15

    ଶୂନ୍ୟମଣ୍ତଳେ ମେଘମାଳେଯେସନେ ଥାନ୍ତି ବାୟୁବଳେ

  16. Couplet 16

    ଯେହ୍ନେ ଶ୍ୱେନାଦି ପକ୍ଷୀମାନେପବନବଳେ ଥାନ୍ତି ଶୂନ୍ୟେ

  17. Couplet 17

    କର୍ମଅଧୀନେ ଜ୍ୟୋତିର୍ଗଣେଶୂନ୍ୟରେ ଭ୍ରମନ୍ତି ତେସନେ

  18. Couplet 18

    ପ୍ରକୃତିପୁରୁଷଙ୍କ ଭୋଗତହିଁରେ ହୁଅନ୍ତି ସଂଯୋଗ

  19. Couplet 19

    କର୍ମବନ୍ଧନ ନିମିତ୍ତରେପତନ ନୁହଁନ୍ତି ଭୂମିରେ

  20. Couplet 20

    ଏ ଅନନ୍ତରେ ନୃପବରଏ ଜ୍ୟୋତିଶ୍ଚକ୍ର ଶିଶୁମାର

  21. Couplet 21

    ଏମନ୍ତ କରି କେ ବର୍ଣ୍ଣଇକହିବା ଶୁଣ ମନ ଦେଇ

  22. Couplet 22

    ଯେ ପ୍ରଭୁ ଅଖିଳ କାରଣଶ୍ରୀବାସୁଦେବ ନାରାୟଣ

  23. Couplet 23

    ତାହାଙ୍କ ଯୋଗର ମୂରତିଶରୀର କୁଣ୍ତଳ ଆକୃତି

  24. Couplet 24

    ଅଧୋବଦନ ତାହାଙ୍କରପୁଚ୍ଛରେ ନିବାସ ଧ୍ରୁବର

  25. Couplet 25

    ଲାଙ୍ଗୁଳେ ପ୍ରଜାପତି ବାସଅନଳ ଧର୍ମ ଯେ ସୁରେଶ

  26. Couplet 26

    ଧାତା ବିଧାତା ପୁଚ୍ଛମୂଳେସପତଋଷି କଟିସ୍ଥଳେ

  27. Couplet 27

    ଦକ୍ଷିଣାବର୍ତ୍ତ ପ୍ରାୟ ହୋଇକୁଣ୍ତଳ ଆକାର ସେ ଦେହୀ

  28. Couplet 28

    ତାର ଦକ୍ଷିଣଅଂଶଗତେନକ୍ଷତ୍ରମାନ ଯେ ସମସ୍ତେ

  29. Couplet 29

    ଅଭିଜିତ ଆଦି ଏ ଗଣବାମପାରୁଶେ ତାଙ୍କ ସ୍ଥାନ

  30. Couplet 30

    ପୁନର୍ବସୁ ଯେ ପୁଷ୍ୟା ଦୁଇବାମ-ଦକ୍ଷିଣ-ଶ୍ରେଣୀ ତହିଁ

  31. Couplet 31

    ଆକାଶଗଙ୍ଗା ଯେ ପୃଷ୍ଠରେବିରାଜେ ଅତି ଶୁଭ୍ରତରେ

  32. Couplet 32

    ବାମ ଦକ୍ଷିଣ ପାଦଦେଶେଆରାଦ୍ରା ଅଶ୍ଳେଷା ପ୍ରକାଶେ

  33. Couplet 33

    ଉତ୍ତରାଷାଢ଼ା ଅଭିଜିତସବ୍ୟ-ଦକ୍ଷିଣ-ଘ୍ରାଣେସ୍ଥିତ

  34. Couplet 34

    ଶ୍ରବଣା ପୂର୍ବାଷାଢ଼ା ଦୁଇବାମ-ଦକ୍ଷିଣ-ନେତ୍ରେ ରହି

  35. Couplet 35

    ଧନିଷ୍ଠା ମୂଳା ବେନିଜନେଦକ୍ଷିଣ ବାମ ବେନିକର୍ଣ୍ଣେ

  36. Couplet 36

    ମଘାଦି ଆଠ ଯେ ବିଦିତବାମ ଅସ୍ଥିରେ କ୍ରମେସ୍ଥିତ

  37. Couplet 37

    ମୃଗଶିରାଦି ଦକ୍ଷିଣରେଜ୍ୟେଷ୍ଠା ଶତଭିଷା ସ୍କନ୍ଧରେ

  38. Couplet 38

    ଉତ୍ତର ଅଧର ହନୁରେଅଗସ୍ତି ଶମନ କ୍ରମରେ

  39. Couplet 39

    ମୁଖରେ ଅଙ୍ଗାରକ ଶୋହେଉପସ୍ଥେ ଶନିଶ୍ଚର ରହେ

  40. Couplet 40

    ଆଦିତ୍ୟ ବକ୍ଷସ୍ଥଳେ ବସେବୃହସ୍ପତି କକୁଦଦେଶେ

  41. Couplet 41

    ହୃଦୟେ ନାରାୟଣ ସ୍ଥିତିଚନ୍ଦ୍ରମା ମନରେ ବସନ୍ତି

  42. Couplet 42

    ନାଭିରେ ଉଶନା ପ୍ରକାଶସ୍ତନରେ ଅଶ୍ୱିନୀର ବାସ

  43. Couplet 43

    ପ୍ରାଣ-ଅପାନେ ବୁଧ ବସେଗଳାରେ ରାହୁ ଯେ ପ୍ରକାଶେ

  44. Couplet 44

    ସର୍ବ ଅଙ୍ଗରେ କେତୁସ୍ଥାନଏ ଅନୁକ୍ରମେ ହେ ରାଜନ

  45. Couplet 45

    ରୋମମୂଳରେ ତାରାଗଣବିଚିତ୍ରରୂପ ନାରାୟଣ

  46. Couplet 46

    ଏ ରୂପେ ସର୍ବଦେବ ସେହିଯେ ଜନ ଶୁଚିମନ୍ତ ହୋଇ

  47. Couplet 47

    ସନ୍ଧ୍ୟାରେ ଦେଖି ସ୍ତବ କରେଅଶେଷ ପାପୁଁ ସେ ନିସ୍ତରେ

  48. Couplet 48

    ଏ ସ୍ତବ ତୁଣ୍ତେ ଉଚ୍ଚାରିଣସ୍ତୁତି କରିବ ସାବଧାନ

  49. Couplet 49

    ନମଇଁ ଜ୍ୟୋତିର୍ଲୋକମୟକାଳ ଅଦ୍‌ଭୁତ ଯାର ଦେହ

  50. Couplet 50

    ସକଳଦେବ-ସ୍ୱାମୀ ତୁହିତୋ ପାଦେ ଆନନ୍ଦେ ନମଇଁ

  51. Couplet 51

    ଗ୍ରହ ନକ୍ଷତ୍ର ରାଶିଗଣସର୍ବାଧି-ଦେବ ନାରାୟଣ

  52. Couplet 52

    ତ୍ରିକାଳସନ୍ଧ୍ୟାରେ ଯେ ନରସ୍ମରଣେ କରେ ନମସ୍କାର

  53. Couplet 53

    ଅହୋରାତ୍ରର ପାପ ତାରଦହନ ହୋଏ ନୃପବର

  54. Couplet 54

    ସେ ପ୍ରଭୁ ସ୍ୱୟଂ ଯୋଗେଶ୍ୱରଅନାଦି ବ୍ରହ୍ମାଣ୍ତ ଠାକୁର

  55. Couplet 55

    ତାହାଙ୍କ ଚରଣ କମଳେମୋ ଚିତ୍ତ ରହୁ ନିରନ୍ତରେ

  56. Couplet 56

    କହଇ ଦାସ ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ

Odia Bhagabata skandha 5 adhyaya 23 | Parbani by ParibhaAsha App