Skip to content
paribhaasha

Skandha 5

Adhyaya 22

  1. Couplet 1

    ଭୋ ମୁନି ଏଥିର ତଦନ୍ତଶୁଣିଳେ ଯିବଇଁ ପ୍ରତୀତ

  2. Couplet 2

    ଆଦିତ୍ୟଦେବ ଯଥୋଚିତେମେରୁ ପ୍ରଦକ୍ଷିଣ କରନ୍ତେ

  3. Couplet 3

    ଦ୍ୱାଦଶରାଶିଙ୍କ ସମ୍ମୁଖେଭୋଗ ସେ କରନ୍ତି ପ୍ରତ୍ୟକ୍ଷେ

  4. Couplet 4

    ଆଦିତ୍ୟଗତି ବ୍ୟଗ୍ରତରତହିଁରେ କେମନ୍ତେ ସଞ୍ଚାର

  5. Couplet 5

    ଏଣେ ତ ମୋହର ସନ୍ଦେହଭୋ ମୁନି ତଦନ୍ତ ତୁ କହ

  6. Couplet 6

    ଯେ କାଳରୂପୀ ଭଗବାନଲୋକଙ୍କ ମଙ୍ଗଳ କାରଣ

  7. Couplet 7

    ବେଦମୟବପୁ ଆପଣଦ୍ୱାଦଶ ଭାବେ କରିଭିନ୍ନ

  8. Couplet 8

    ସୂର୍ଯ୍ୟଙ୍କ ରୂପକୁ ଯେ ଧରିଅଛନ୍ତି ଅନ୍ତରୀକ୍ଷ ପୂରୀ

  9. Couplet 9

    ତାଙ୍କ ପ୍ରଭାବେ ଋତୁମାନକରନ୍ତି ଶୀତାଦି ବିଧାନ

  10. Couplet 10

    ପ୍ରଭୁଙ୍କ ଏମନ୍ତ ବିଧାନଚିନ୍ତନ୍ତି ବେଦବିଦମାନ

  11. Couplet 11

    ବିର୍ଣ୍ଣାଶ୍ରମାଚାରୀ ଉକତହୁଅନ୍ତି ଇନ୍ଦ୍ରାଦି ଭକତ

  12. Couplet 12

    ତାହାଙ୍କ ମତେ ଭଗବାନଇନ୍ଦ୍ରାଦି ରୂପେ ଅବତୀର୍ଣ୍ଣ

  13. Couplet 13

    ଲୋକଙ୍କ ଆତ୍ମା ଏ ଆଦିତ୍ୟଆକାଶ ମଣ୍ତଳେ ବିଦିତ

  14. Couplet 14

    ସ୍ୱର୍ଗ ପୃଥିବୀ ମଧ୍ୟେ ରହିନିରତେ ଆକାଶେ ଭ୍ରମଇଁ

  15. Couplet 15

    କୁରାଳଚକ୍ର ପ୍ରାୟେ ହୋଇଆଦିତ୍ୟ ରଥ ଯେ ଭ୍ରମଇଁ

  16. Couplet 16

    ରାଶି ନକ୍ଷତ୍ର ଆଦି ଯେତେତହିଁରେ ଭ୍ରମନ୍ତି ସମସ୍ତେ

  17. Couplet 17

    କୁରାଳଚକ୍ରର ସହିତେପିପିଲିକାଦି ଜନ୍ତୁମତେ

  18. Couplet 18

    ସେ କାଳଚକ୍ର ଏକ ଦେଶେଭ୍ରମନ୍ତି ଯେ ଯାହା ପ୍ରକାଶେ

  19. Couplet 19

    ଧ୍ରୁବ ସୁମେରୁ ପ୍ରଦକ୍ଷିଣକରି ଭ୍ରମନ୍ତି ଅନୁକ୍ଷଣ

  20. Couplet 20

    ଆଦି ପୁରୁଷ ଭଗବାନଧରଣୀ କଲେ ଉଦ୍ଧାରଣ

  21. Couplet 21

    ତ୍ରୟୀମୟ ଯେ ତାଙ୍କ ମୂର୍ତ୍ତିକର୍ମ-ବିଶୁଦ୍ଧିରେ ତା ଚିନ୍ତି

  22. Couplet 22

    ସେ ମୂର୍ତ୍ତି ଦ୍ୱାଦଶ ପ୍ରକାରକରିଣ ବ୍ରହ୍ମାଣ୍ତଠାକୁର

  23. Couplet 23

    ଷଡ଼ଋତୁ ବସନ୍ତ ଆଦିଏ ଥିରେ ଯେତେକ ପ୍ରସିଦ୍ଧି

  24. Couplet 24

    ଯେ ଋତୁକାଳେ ଯେ ହୁଅନ୍ତିଆପଣେ ବିଧାନ କରନ୍ତି

  25. Couplet 25

    ଆଶ୍ରମମତେ ନାନାପଥେନାନାକର୍ମରେ ଯଥୋଚିତେ

  26. Couplet 26

    ମହାପୁରୁଷ ମହାଜନେନାନାଯୋଗରେ ଶ୍ରଦ୍ଧାମନେ

  27. Couplet 27

    ଯେ ତାଙ୍କ ଚରଣେ ସେବନ୍ତିସକଳ ପାପୁ ସେ ତରନ୍ତି

  28. Couplet 28

    ପରମ କଲ୍ୟାଣ ଲଭନ୍ତିଅନ୍ତେ ପରମଗତି ପାନ୍ତି

  29. Couplet 29

    ଏମନ୍ତେ ଶୁଣ ନୃପବରସେ ସୂର୍ଯ୍ୟଆତ୍ମା ପ୍ରାଣୀଙ୍କର

  30. Couplet 30

    ପୃଥିବୀ ଆକାଶ ମଧ୍ୟରେକାଳଚକ୍ରରେ ଏ ଶୂନ୍ୟରେ

  31. Couplet 31

    ଦ୍ୱାଦଶମାସକୁ ଭଜନ୍ତିସମ୍ବତ୍ସର ନାମ ବହନ୍ତି

  32. Couplet 32

    ମାସକେ ବେନିପକ୍ଷ କରିଭୁଞ୍ଜନ୍ତି ଅହୋରାତ୍ର କରି

  33. Couplet 33

    ସେ ବେନି ମାସେ ଏକ ଋତୁଛ ଋତୁ ସମ୍ବତ୍ସର ହେତୁ

  34. Couplet 34

    ଯେ କାଳ ନଭ ଅର୍ଦ୍ଧଭାଗେରହନ୍ତି କାଳଚକ୍ର ଲାଗେ

  35. Couplet 35

    ତାକୁ ଅୟନ ବୋଲି କହିଶୁଣ ରାଜନ ମନ ଦେଇ

  36. Couplet 36

    ଦ୍ୟାବାପୃଥିବୀର ସହିତେନଭୋମଣ୍ତଳକୁ ଯାବତେ

  37. Couplet 37

    ରବି ଭୁଞ୍ଜନ୍ତି ଯେତେକାଳେସମ୍ବତ୍ସରଟି ବୋଲି ତାରେ

  38. Couplet 38

    ଏ ଅନନ୍ତରେ ହେ ରାଜନଚନ୍ଦ୍ରର ଏ ରୂପେ ଗମନ

  39. Couplet 39

    ଲକ୍ଷେଯୋଜନର ଅନ୍ତରେସୂର୍ଯ୍ୟରଠାରୁ ସେ ବିହରେ

  40. Couplet 40

    ପ୍ରବଳଗତି ତାର ଖରେଚନ୍ଦ୍ର ଭୁଞ୍ଜନ୍ତି ଯେ ବେଭାରେ

  41. Couplet 41

    ସୂର୍ଯ୍ୟଙ୍କ ଭୋଗ ବେନିପକ୍ଷେବେନିନକ୍ଷତ୍ର ପାଦଋକ୍ଷେ

  42. Couplet 42

    ପକ୍ଷଭୋଗକୁ ଏକଦିନେଭୁଞ୍ଜନ୍ତି ଅହୋରାତ୍ରମାନେ

  43. Couplet 43

    ଏ ଅନନ୍ତରେ ନୃପବରବର୍ଦ୍ଧିତକଳା-ଶଶଧର

  44. Couplet 44

    ଅହୋରାତ୍ର ସେ ଦେବଙ୍କରସେ ଶୁକ୍ଳପକ୍ଷରେ ବିହାର

  45. Couplet 45

    କ୍ଷୀଣକଳାରେ ପିତୃଙ୍କରଅହୋରାତ୍ର ହେ ନୃପବର

  46. Couplet 46

    ସେ ଯେ ସକଳ ପ୍ରାଣୀଙ୍କରଜୀବନଭୂତ-ଶଶଧର

  47. Couplet 47

    ଭୁଞ୍ଜନ୍ତି ତ୍ରିଂଶତମୂହୂର୍ତ୍ତଏକନକ୍ଷତ୍ର ଯଥୋଚିତ

  48. Couplet 48

    ଏଣୁ ସେ ଅନାଦିପୁରୁଷଷୋଡ଼ଶକଳା ସେ ବିଶେଷ

  49. Couplet 49

    ଅମୃତଶରୀରକୁ ଧରିପ୍ରାଣୀଙ୍କୁ ଆପ୍ୟାୟନ କରି

  50. Couplet 50

    ମନୁଷ୍ୟ ପଶୁପକ୍ଷୀ ଆଦିସରୀସୃପ ବୃକ୍ଷ ପ୍ରସିଦ୍ଧି

  51. Couplet 51

    ଏହାଙ୍କ ହୃଦରେ ବସନ୍ତିଏଣୁ ସେ ସର୍ବସୁଖ ଦ୍ୟନ୍ତି

  52. Couplet 52

    ଏହାର ଉର୍ଦ୍ଧ୍ୱେ ହେ ରାଜନତୃତୀୟ ଲକ୍ଷ ଯେ ଯୋଜନ

  53. Couplet 53

    ଭ୍ରମନ୍ତି ନକ୍ଷତ୍ର ସକଳେଜଗତପିତାର କୌଶଳେ

  54. Couplet 54

    ଏ ସବୁ ନକ୍ଷତ୍ର ବିଖ୍ୟାତଅଭିଜିତ ତାରା ସହିତ

  55. Couplet 55

    ନକ୍ଷତ୍ର ଯେ ଅଷ୍ଟାବିଂଶତିମେରୁର ଦକ୍ଷିଣେ ବସନ୍ତି

  56. Couplet 56

    ଦ୍ୱିଲକ୍ଷ ତାହାର ଉପରେଉଶନା ବାସ ଯେଉଁଠାରେ

  57. Couplet 57

    ଆଦିତ୍ୟ ପ୍ରାୟ ନାନାଗତିପାରୁଶେ ତାଙ୍କର ବସତି

  58. Couplet 58

    ଲୋକର ଯେ ଶୁଭ କଲ୍ୟାଣଏଥେଁ ସେ ନିତ୍ୟ ପରାୟଣ

  59. Couplet 59

    ଏ ଗ୍ରହ ସାଞ୍ଚାର ଯେ ହେଲେବୃଷ୍ଟି ହୁଅନ୍ତି ମହୀତଳେ

  60. Couplet 60

    ଶୁକ୍ରଙ୍କ କାର୍ଯ୍ୟର ସମାନବୁଧର କାର୍ଯ୍ୟର ପ୍ରମାଣ

  61. Couplet 61

    ଶୁକ୍ରଙ୍କ ଉପର-ଭାଗରେଦ୍ୱିଲକ୍ଷଯୋଜନ ଅନ୍ତରେ

  62. Couplet 62

    ସର୍ବଦା ବୁଧ ତହିଁ ରହିଜୀବଙ୍କ କଲ୍ୟାଣ ସାଧଇ

  63. Couplet 63

    ବୁଧ ନାମେ ଯେ ଚନ୍ଦ୍ରସୁତତହିଁରେ ତାହାଙ୍କରସ୍ଥିତ

  64. Couplet 64

    ପ୍ରାଣୀର ସୁଖେ ସେହୁ ଥାଇଯେବେ ସେ ସୂର୍ଯ୍ୟ ବେଗ ହୋଇ

  65. Couplet 65

    ଅତିଗମନ ଖରତରେଅନାବୃଷ୍ଟିକି ସେ ଆଚରେ

  66. Couplet 66

    ଦ୍ୱିଲକ୍ଷଯୋଜନ ଅନ୍ତରେମଙ୍ଗଳ ବୁଧଙ୍କ ଉପରେ

  67. Couplet 67

    ଏଥି ଅନ୍ତରେ ଏହା ରହିପ୍ରାଣୀଙ୍କ ମନ୍ଦ ଯେ କରଇ

  68. Couplet 68

    ଏକରାଶିରେ ତିନିପକ୍ଷମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ

  69. Couplet 69

    ବକ୍ରଭାବରେ ଭୋଗକରେଏ କ୍ରମେ ଦ୍ୱାଦଶରାଶିରେ

  70. Couplet 70

    ମଙ୍ଗଳ ଉପର ଭାଗରେଦ୍ୱିଲକ୍ଷଯୋଜନ ଅନ୍ତରେ

  71. Couplet 71

    ତହିଁ ଅଛନ୍ତି ବୃହସ୍ପତିଯେ ଦେବପୁରୋହିତ ହୋନ୍ତି

  72. Couplet 72

    ଏକରାଶିରେ ସେ ବରଷେଭୋଗ ଯେ କରନ୍ତି ସନ୍ତୋଷେ

  73. Couplet 73

    ସେ ବୃହସ୍ପତି ଭଗବାନବ୍ରାହ୍ମଣକୁଳର କଲ୍ୟାଣ

  74. Couplet 74

    ଯେବେ ସେ ବକ୍ରଗତି ହୋଇକଦର୍ଯ୍ୟଫଳକୁ ଦିଅଇ

  75. Couplet 75

    ତହୁଁ ଦ୍ୱିଲକ୍ଷଯୋଜନରେରହି ଅଛନ୍ତି ଶନିଶ୍ଚରେ

  76. Couplet 76

    ଏକରାଶିରେ ଭୋଗ ତାରତିରିଶମାସ ନୃପବର

  77. Couplet 77

    ଅଶାନ୍ତି ସକଳେ କରଇଅଧିକ କେ ଅବା ଭୁଞ୍ଜଇ

  78. Couplet 78

    ତହିଁ ଉପରେ ହେ ରାଜନଏକାଦଶଲକ୍ଷ ଯୋଜନ

  79. Couplet 79

    ଋଷିଙ୍କ ବାସ ଯେ ସେଠାରେସେ କୃପା କରନ୍ତି ପ୍ରାଣୀରେ

  80. Couplet 80

    ଲୋକଙ୍କ ଭାବନ୍ତି କୁଶଳଅଶେଷ-କରୁଣାର ମୂଳ

  81. Couplet 81

    ବିଷ୍ଣୁ ପଦକୁ ନିତ୍ୟେ ଚିନ୍ତିପ୍ରଦକ୍ଷିଣରେ ଭ୍ରମୁଛନ୍ତି

  82. Couplet 82

    ସେ ମୁନିଗଣଙ୍କ ପୟରେମୋ ଚିତ୍ତ ରହୁ ନିରନ୍ତରେ

  83. Couplet 83

    କହଇ ବିପ୍ର ଜଗନ୍ନାଥପଞ୍ଚମସ୍କନ୍ଧେ ଭାଗବତ

Odia Bhagabata skandha 5 adhyaya 22 | Parbani by ParibhaAsha App