Skandha 5
Adhyaya 21
Couplet 1
ଭୁବନକୋଷ ପରିମାଣକହିଲୁ ଯେତେକ ଲକ୍ଷଣ
Couplet 2
ଏମନ୍ତ ଦିବିମଣ୍ତଳରଲକ୍ଷଣ ଶୁଣ ନୃପବର
Couplet 3
ଚଣକ ବେନିଫାଳ ଯେହ୍ନେଏକକୁ ଆରେକ ସମାନେ
Couplet 4
ତେସନ ଧରା ପରିମାଣଦିବିମଣ୍ତଳ ଯେ ସମାନ
Couplet 5
ଏ ବେନି ମଧ୍ୟେ ଯେ ଆକାଶସଂଲଗ୍ନ ତା ଉଭୟ ପାର୍ଶ୍ୱ
Couplet 6
ଏ ମଧ୍ୟଅନ୍ତରୀକ୍ଷେ ରହିସୂର୍ଯ୍ୟ ତ୍ରିଲୋକକୁ ତାପଇ
Couplet 7
ଅୟନ ବେନିଭାଗ ହୋଇଉତ୍ତର-ଦକ୍ଷିଣେ ଭ୍ରମଇଁ
Couplet 8
ମନ୍ଦ କ୍ଷିପ୍ର ବା ବେଗସମଦିନ ରାତି ବେନି ରାଜନ
Couplet 9
ମକରଠାରୁ ରାଶି ଯେତେଦୀର୍ଘ-ହ୍ରସ୍ୱ ଜାଣ ଯୁଗତେ
Couplet 10
ବିଷୁବେ ସମାନକୁ ପାଇପୁଣି ଦୀର୍ଘ-ହ୍ରସ୍ୱେ ବଢଇ
Couplet 11
ତୁଳା ମେଷ ବିଷୁବ ପାଇଅହୋରାତ୍ର ସମାନ ହୋଇ
Couplet 12
ଏସବୁ ଯେ ପରିବର୍ତ୍ତନସୁଧୀ କରନ୍ତି ପରିମାଣ
Couplet 13
ନ'କୋଟି ଏକାବନଲକ୍ଷଯୋଜନ ପ୍ରମା ପ୍ରତ୍ୟକ୍ଷ
Couplet 14
ମାନସୋତ୍ତରଗିରି ତହିଁଇନ୍ଦ୍ରର ପୁର ବିରାଜଇ
Couplet 15
ପୂର୍ବଭାଗରେ ସେ ମେରୁରଦେବଧାନୀ ନାମ ତାହାର
Couplet 16
ଯମର ପୁର ତା ଦକ୍ଷିଣେବିରାଜେ ସଂଯମନୀ ନାମେ
Couplet 17
ପଶ୍ଚିମେ ପୁର ବରୁଣରନିମ୍ନୋଚନୀ ନାମ ତାହାର
Couplet 18
ଉତ୍ତରଭାଗେ ଚନ୍ଦ୍ରପୁରୀନାମ ତାହାର ବିଭାବରୀ
Couplet 19
ତହିଁ ଉଦୟ ମଧ୍ୟ ଅସ୍ତନିଶୀଥକାଳ ଯେ ବିଦିତ
Couplet 20
ସୁମେରୁ ଚତ୍ୱାରଦିଗରେପ୍ରାଣୀ ପ୍ରବୃତ୍ତି-ନିବୃତ୍ତିରେ
Couplet 21
ଅହର୍ନିଶି ଭାବରେ ରହିପ୍ରାଣୀଙ୍କ ସମୟ ହୁଅଇ
Couplet 22
ବାମାବର୍ତ୍ତନ କରି ତହିଁନିତ୍ୟେ ଆଦିତ୍ୟ ସେ ଭ୍ରମଇଁ
Couplet 23
ଉଦୟ କାଳେ ଯେ ଲକ୍ଷଣଅସ୍ତକାଳରେ ସେହି ପୁଣ
Couplet 24
ଦ୍ୱିକୋଟିଦ୍ୱାଦଶଯୋଜନଲକ୍ଷରେ କରି ପରିମାଣ
Couplet 25
ପଞ୍ଚଦଶଘଟିକା ବେଳେଇନ୍ଦ୍ରର ପୁରୁ ଅବହେଳେ
Couplet 26
ଯମର ପୁରରେ ପ୍ରବେଶସେଠାରେ କରନ୍ତି ପ୍ରକାଶ
Couplet 27
ଏଥୁଁ ବରୁଣଆଦି ଯେତେଆଦିତ୍ୟ ଭ୍ରମନ୍ତି ସେ ନିତ୍ୟେ
Couplet 28
ଚନ୍ଦ୍ରାଦି ଯେତେ ଗ୍ରହମାନଏହି କ୍ରମରେ ସେ ଭ୍ରମଣ
Couplet 29
ଜ୍ୟୋତିଷଚକ୍ର ଏ ପ୍ରକାରେଭ୍ରମଇଁ ଚତ୍ୱାର-ଦିଗରେ
Couplet 30
ଆଦିତ୍ୟ ରଥର ଗମନମୁହୂର୍ତ୍ତକରେ ହେ ରାଜନ
Couplet 31
ଚଉତ୍ରିଂଶଲକ୍ଷ ଯୋଜନଅଷ୍ଟଶତଅଧିକ ପୁଣ
Couplet 32
ଇନ୍ଦ୍ରାଦି ସର୍ବଦେବ ପୁରେଏ କ୍ରମେ ଭ୍ରମନ୍ତି ନିଶ୍ଚଳେ
Couplet 33
ଶତେକ ପାଖୁଡା ପଦ୍ମରସୂଚି ମାରନ୍ତେ ନୃପବର
Couplet 34
ସେ ଯେହ୍ନେ ତତ୍କାଳେ ଗଳଇତେସନେ ଶୀଘ୍ର ସେ ଚଳଇ
Couplet 35
ଦ୍ୱାଦଶ ଅର ନାମ ତାରସେ ରଥେ ଏକ ଚକ୍ରବର
Couplet 36
ସୁମେରୁ-ମସ୍ତକ ଉପରେକ୍ରମେ ସେ ମାନସଉତ୍ତରେ
Couplet 37
ତୈଳଯନ୍ତ୍ରର ପ୍ରାୟ ହୋଇରବିର ରଥ ସେ ଭ୍ରମଇଁ
Couplet 38
ରଥର ଗର୍ଭ ପରିମାଣଷଡ଼ତ୍ରିଂଶ ଲକ୍ଷ ଯୋଜନ
Couplet 39
ଚତୁର୍ଥଭାଗ ଉଚ୍ଚ ହୋଇଯୁଗ ସେ ବିସ୍ତାରେ ଅଟଇ
Couplet 40
ସପତଛନ୍ଦ ଅଶ୍ୱ ହୋନ୍ତିଆଦିତ୍ୟଦେବଙ୍କୁ ବହନ୍ତି
Couplet 41
ଅରୁଣ ସାରଥି ତହିଁରେତପତଅଶ୍ୱ ଯେଝାଠାରେ
Couplet 42
ଅଙ୍ଗୁଷ୍ଠ-ପବମାତ୍ର ହୋଇଷାଠିସହସ୍ର ମୁନି ତହିଁ
Couplet 43
ବିବିତ ସେ ବାଳଖିଲ୍ୟାରେରବିରଥ ଅଗ୍ରଭାଗରେ
Couplet 44
ମୁନିଏ ସର୍ବେ ନାନାମତେସ୍ତୁତି କରନ୍ତି ଯଥୋଚିତେ
Couplet 45
ଅନ୍ୟ ଯେ ନାନା ଋଷିଗଣଗନ୍ଧର୍ବ ସିଦ୍ଧ ଯେ ଚାରଣ
Couplet 46
ସକଳ ଯକ୍ଷଙ୍କର ବରଅପ୍ସରାଗଣେ ଯେଝାଠାର
Couplet 47
ଯେ ଯାତୁଧାନ ନାଗମାନସଙ୍ଗତେ ଘେନି ଯେଝାଗଣ
Couplet 48
ଅପ୍ସରାଗଣ ନୃତ୍ୟଗୀତେଏମନ୍ତେ ଯେ ଯାହାର ମତେ
Couplet 49
ସେ ସୂର୍ଯ୍ୟରୂପୀ ଭଗବାନଅଖିଳ-ଆତ୍ମାର କାରଣ
Couplet 50
ତାହାଙ୍କ ଚରଣାରବିନ୍ଦେନମନ୍ତି ପରମ ଆନନ୍ଦେ
Couplet 51
ଯେ ଯାହା କର୍ମ ଅନୁମତେସେବନ୍ତି ତାଙ୍କ ପାଦଗତେ
Couplet 52
ନବକୋଟିଲକ୍ଷ ଯୋଜନଅଧିକ ଲକ୍ଷ ଏକାବନ
Couplet 53
କ୍ଷଣମାତ୍ରକେ ଭଗବାନବେନିସହସ୍ର ଯେ ଯୋଜନ
Couplet 54
ଏମନ୍ତ କୋଷ ଯେ ଭୁବନସେ ସୂର୍ଯ୍ୟ କରନ୍ତି ଭ୍ରମଣ
Couplet 55
ଅଖିଳ ଅନାଦି କାରଣସେ ସୂର୍ଯ୍ୟରୂପକୁ ଧରିଣ
Couplet 56
ଭ୍ରମନ୍ତି ପ୍ରାଣୀଙ୍କର ହିତେତାହାଙ୍କ ପାଦପଦ୍ମଗତେ
Couplet 57
ମୁଁ ଯେ ପାମର ମୂଢଚିତ୍ତତହିଁରେ ରହୁ ଅବିରତ
Couplet 58
ଅଚିନ୍ତ୍ୟ ତାହାଙ୍କ ଚରିତକହଇ ଦାସ ଜଗନ୍ନାଥ