Skandha 5
Adhyaya 20
Couplet 1
ଏ ଅନନ୍ତରେ ହେ ରାଜନପ୍ଳକ୍ଷ ଆଦି ଯେ ଦ୍ୱୀପମାନ
Couplet 2
ବରଷ-ଲକ୍ଷଣ ପ୍ରମାଣକହିବା ସାବଧାନେ ଶୁଣ
Couplet 3
ଜମ୍ବୁଦ୍ୱୀପ ଯେତେ ପ୍ରମାଣପ୍ଲକ୍ଷ ଯେ ତହିଁରେ ଦ୍ୱିଗୁଣ
Couplet 4
ଜମ୍ବୁବୃକ୍ଷେ ଏ ଦ୍ୱୀପ ଖ୍ୟାତପ୍ଲକ୍ଷରେ ସେ ଦ୍ୱୀପ ବିଖ୍ୟାତ
Couplet 5
ସପତଜିହ୍ୱ ଅଗ୍ନି ତହିଁଅପରେ ଛନ୍ତି ଯେତେ ରହି
Couplet 6
ପ୍ରିୟବ୍ରତର ସେ ନନ୍ଦନଇଧ୍ମଜିହ୍ୱ ତାହାର ନାମ
Couplet 7
ସେ ଦ୍ୱୀପ ସମଭାଗ କରିପୁତ୍ରଙ୍କୁ ଦେଲା ଦଣ୍ତଧାରୀ
Couplet 8
ସପତପୁତ୍ରେ ଯେଝାମତେସପ୍ତବରଷ ଯଥୋଚିତେ
Couplet 9
କଳ୍ପେ ପର୍ଯ୍ୟନ୍ତ ଭୋଗକଲେସ୍ୱଚ୍ଛନ୍ଦେ ଅବନୀ ମଣ୍ତଳେ
Couplet 10
ବରଷ ନାମ ଶୁଣ ତୁହିଶିବ ଯବସ ଶାନ୍ତ ହୋଇ
Couplet 11
ସୁଭଦ୍ର କ୍ଷେମ ଯେ ଅମୃତଅଭୟ ନାମ ଏ ଯେ ସପ୍ତ
Couplet 12
ତହିଁରେ ଛନ୍ତି ଗିରି-ସାତନଦୀହିଁ ସାତ ତହିଁ ଖ୍ୟାତ
Couplet 13
ଏଥେ ଯେତେକ ଗିରିମାନଅଛନ୍ତି ଶୁଣ ହେ ରାଜନ
Couplet 14
ମଣିକୂଟ ଯେ ଇନ୍ଦ୍ରସେନବଜ୍ରକୂଟ ଯେ ଜ୍ୟୋତିଷ୍ମାନ
Couplet 15
ହିରଣ୍ୟଷ୍ଠୀବ ମେଘମାଳସୁପର୍ଣ୍ଣଶୃଙ୍ଗ ସେତୁଶୈଳ
Couplet 16
ସାବିତ୍ରୀ ଆଙ୍ଗିରସୀ ବେନିଅରୁଣା ନୃମଣା ତଟିନୀ
Couplet 17
ସୁପ୍ରଭାତା ଯେ ସତ୍ୟମ୍ଭରାବିଖ୍ୟାତ ଆର ଋତମ୍ଭରା
Couplet 18
ଏ ମହାନଦୀମାନେ ତହିଁଏଣୁ ଏ ସ୍ଥଳୀ ବିରାଜଇ
Couplet 19
ତହିଁର ଜଳ ସ୍ନାନ ପାନେମାନବ-ପଶୁ-ଜୀବମାନେ
Couplet 20
ସକଳ ପାପ ଦୂର କରିସୁଖେଣ ଅଛନ୍ତି ବିହରି
Couplet 21
ଦେବଙ୍କ ଆୟୁଷ ପ୍ରମାଣେଜୀବନ୍ତି ତହିଁ ପ୍ରାଣୀମାନେ
Couplet 22
ଯଜ୍ଞ-ଯୋଗ ନାନା ପ୍ରାକାରେସୂର୍ଯ୍ୟଙ୍କୁ ପୂଜନ୍ତି ସେ ନରେ
Couplet 23
ସ୍ତୁତି କରନ୍ତି ଏ ବଚନେଶୁଣ ରାଜନ ସାବଧାନେ
Couplet 24
ବିଷ୍ଣୁଙ୍କ ସ୍ୱରୂପକୁ ଧରିଅଖିଳ ପ୍ରକାଶ ଯେ କରି
Couplet 25
ତୁ ସତ୍ୟବ୍ରହ୍ମ ଯେ ପୁରୁଷସକଳଭୂତେ ତୋର ବାସ
Couplet 26
ତୁ ଯେ ଅଶେଷ ବହୁ ନାମତୋ ପାଦେ ଆମ୍ଭର ପ୍ରଣାମ
Couplet 27
ସେ ପଞ୍ଚଦ୍ୱୀପ ପ୍ଳକ୍ଷ ଆଦିଏଥିରେ ଯେତେକ ପ୍ରସିଦ୍ଧି
Couplet 28
ସେ ଦ୍ୱୀପବାସୀଙ୍କ ଆୟୁଷଇନ୍ଦ୍ରିୟ ବଳ ଯେ ସାହସ
Couplet 29
ସ୍ୱଇଚ୍ଛାମତେ ସେ ହୁଅଇଉତପତ୍ତିରୁ ଯେଝାତହିଁ
Couplet 30
ପ୍ଳକ୍ଷଦ୍ୱୀପର ଚାରିପାଶେଇକ୍ଷୁରସ ସିନ୍ଧୁ ପ୍ରକାଶେ
Couplet 31
ଏହାକୁ ଦ୍ୱିଗୁର ବିସ୍ତାରଶାଳ୍ମଳଦ୍ୱୀପ ନୃପବର
Couplet 32
ସୁରାସମୁଦ୍ର ବେଢି ତାରେଅଛଇ ବଳୟ ଆକାରେ
Couplet 33
ସେ ଦ୍ୱୀପେ ଯାର ଅଧିକାରପ୍ରିୟବ୍ରତର ସେ କୁମର
Couplet 34
ଯଜ୍ଞବାହୁ ତାହାର ନାମସେ ସାଧୁ ବିଷ୍ଣୁ ପରାୟଣ
Couplet 35
ଏ ଦ୍ୱୀପ ସପ୍ତଭାଗ କରିପୁତ୍ରଙ୍କୁ ଦେଲା ଦଣ୍ତଧାରୀ
Couplet 36
ବିଭାଗେ ତାର ସପ୍ତସୁତେନେଲେ ସେ ଯେ ଯାହାର ମତେ
Couplet 37
ସେ ସାତକୁମରଙ୍କ ନାମଶୁଣ ରାଜନ ସାବଧାନ
Couplet 38
ପାରିଭଦ୍ର ଯେ ସୁରୋଚନଦେବବର୍ଷ ଯେ ଆପ୍ୟାୟନ
Couplet 39
ରମଣକ ଯେ ଅବିଜ୍ଞାତସୌମନସ୍ୟ ଏ ଭାଇ ସାତ
Couplet 40
ଏହି ବରଷେ ନଦୀ ଗିରିଏତେ ଅଛନ୍ତି ଦଣ୍ତଧାରୀ
Couplet 41
ଶତଶୃଙ୍ଗ ଯେ ପୁଷ୍ପବର୍ଷମୁକୁନ୍ଦ କୁନ୍ଦ ଯେ ସ୍ୱରସ
Couplet 42
ସହସ୍ରଶ୍ରୁତିର ସହିତେବାମଦେବ ସପ୍ତପର୍ବତେ
Couplet 43
ପ୍ରଥମ ନଦୀ ଅନୁମତିଦ୍ୱିତୀୟ ସିନୀବାଲୀ ଖ୍ୟାତି
Couplet 44
ତୃତୀୟ ସରସ୍ୱତୀ ହୋଇକୁହୁ ରଜନୀ ପୁଣ ଦୂଇ
Couplet 45
ଆବର ନନ୍ଦା ରାକା ପୁଣନଦୀଙ୍କ ଏହି ସପ୍ତନାମ
Couplet 46
ବର୍ଷବାସୀ ପୁରୁଷ ନାମଶ୍ରବଣ କର ତୁ ରାଜନ
Couplet 47
ଶ୍ରୁତଧର ଯେ ବୀର୍ଯ୍ୟଧରବସୁନ୍ଧର ଯେ ଇଷନ୍ଧର
Couplet 48
ଏ ଯେ ବରଷ ପ୍ରାଣୀମାନେତପ ଆରଧି ଦିନେଦିନେ
Couplet 49
ସେ ରାଜା ଭଗବାନ ସୋମତାହାଙ୍କୁ କରନ୍ତି ବନ୍ଦନ
Couplet 50
ଭୋ ନାଥ ତୋର ସୁଧାରସପିତୃ ଦେବତାଙ୍କ ସନ୍ତୋଷ
Couplet 51
ଆମ୍ଭେ ତୋ ଚରଣେ ଶରଣଅମୃତପଦ ଯେ କାରଣ
Couplet 52
ଔଷଧିନାଥ ନମୋନମନମସ୍ତେ କଳାପୂର୍ଣ୍ଣ ସୋମ
Couplet 53
ଘୃତ-ସମୁଦ୍ର ମଧ୍ୟଦେଶେକୁଶଦ୍ୱୀପ ନାମ ପ୍ରକାଶେ
Couplet 54
କ୍ରମେ ସେ ସିନ୍ଧୁଦ୍ୱୀପ ମାନପୂର୍ବକୁ ଅପରେ ଦ୍ୱିଗୁଣ
Couplet 55
ପ୍ରିୟବ୍ରତର ସେ ନନ୍ଦନହିରଣ୍ୟରେତା ତାର ନାମ
Couplet 56
କୁଶଦ୍ୱୀପରେ ସେ ରାଜନତାହାର ସପତ ନନ୍ଦନ
Couplet 57
ସେ ଦ୍ୱୀପ କ୍ରମେ ଭାଗକରିପୁତ୍ରଙ୍କୁ ଦେଲେ ଦଣ୍ତଧାରୀ
Couplet 58
ସପତ ବରଷକୁ କଲାଯେ ଯାହାମତେ ତାଙ୍କୁ ଦେଲା
Couplet 59
ସକଳ ସମ୍ପଦ ଛାଡିଲାଆପଣେ ତପ ଆଶ୍ରେ କଲା
Couplet 60
ବସୁଦାନ ଯେ ସ୍ତୁତ୍ୟବ୍ରତଦୃଢ଼ରୁଚି ଯେ ନାଭିଗୁପ୍ତ
Couplet 61
ବସୁ ବିବିକ୍ତ ନାମ ଆଉବାମଦେବ ଯେ ପୁତ୍ରେ ଏହୁ
Couplet 62
ନଦୀ ପର୍ବତ ସୀମା କରିବେଭାରେ ଦେଲା ଦଣ୍ତଧାରୀ
Couplet 63
ଗିରିଙ୍କ ନାମ ମହୀପାଳଚକ୍ର ଚତୁଃଶୃଙ୍ଗ କପିଳ
Couplet 64
ଚିତ୍ରକୂଟ ଯେ ଉର୍ଦ୍ଧ୍ୱରୋମଦେବାନୀକ ଗିରି ଦ୍ରବିଣ
Couplet 65
ରସକୁଲ୍ୟା ଯେ ମିତ୍ରବୃନ୍ଦାମଧୁକୁଲ୍ୟା ଯେ ଶ୍ରୁତବିନ୍ଦା
Couplet 66
ଦେବଗର୍ଭା ଯେ ଘୃତଚ୍ୟୁତାମନ୍ତ୍ରମାଳା ଗିରି ଦୁହିତା
Couplet 67
ଏ ସପ୍ତନଦୀ ଜଳପାନେସୁଖେ ବଞ୍ଚନ୍ତି ତହିଁ ଜନେ
Couplet 68
ଅଗ୍ନିଦେବତାଙ୍କୁ ଯେ ସ୍ମରିଅଛନ୍ତି ଏକମନ କରି
Couplet 69
ପରମବ୍ରହ୍ମର ମୂରତିତୋ ରୂପ ଯୋଗୀଜନେଚିନ୍ତି
Couplet 70
ସଂସାରେ ଯେତେ ସାଧୁଜନଯଜ୍ଞେ କରନ୍ତି ତୋ ଅର୍ଚ୍ଚନ
Couplet 71
ଏମନ୍ତେ ନାନାସ୍ତୁତି ମତେଅଗ୍ନି ପୂଜନ୍ତି ଯଥୋଚିତେ
Couplet 72
କ୍ଷୀରସିନ୍ଧୁ ମଧ୍ୟ ଭାଗରେଦ୍ୱୀପ ଯେ କ୍ରୋଞ୍ଚ ନାମ ଧରେ
Couplet 73
କ୍ରୌଞ୍ଚନାମେ ଯେ ଗିରିବରତା ନାମେ ନାମ ସେ ଦ୍ୱୀପର
Couplet 74
ପ୍ରିୟବ୍ରତର ପୁତ୍ର ହୋଇଘୃତପୃଷ୍ଠ ନାମ ବହଇ
Couplet 75
ସେ ଦ୍ୱୀପେ ରାଜତ୍ୱ ତାହାରସପତ ତାହାଙ୍କ କୁମର
Couplet 76
ସପ୍ତବରଷ ପୁତ୍ରେ ଦେଇନିଶ୍ଚଳେ କୃଷ୍ଣଙ୍କୁ ଭଜଇ
Couplet 77
ମଧୁରୁହ ଯେ ମେଘପୃଷ୍ଠସୁଧାମା ଆମ ଯେ ଭ୍ରାଜିଷ୍ଟ
Couplet 78
ଲୋହିତାର୍ଣ୍ଣ ଯେ ବନସ୍ଫତିଏ ସପ୍ତ ନାମେ ବର୍ଷ ଖ୍ୟାତି
Couplet 79
ଶୁକ୍ଳ ବର୍ଦ୍ଧମାନ ଭୋଜନଉପବର୍ହଣ ନାମେ ଆନ
Couplet 80
ନନ୍ଦ ନନ୍ଦନ ବେନି ଖ୍ୟାତସର୍ବତୋଭଦ୍ର ମିଶି ସାତ
Couplet 81
ଅଭୟା ଶୁକ୍ଳା ତୀର୍ଥବତୀଅମୃତୌଘା ଯେ ରୂପବତୀ
Couplet 82
ଆର୍ଯ୍ୟକା ଯେ ପବିତ୍ରବତୀଏ ସପ୍ତନଦୀ ନାମ ଖ୍ୟାତି
Couplet 83
ଏସବୁ ନଦୀଙ୍କର ଜଳଅତୀବ ପବିତ୍ର ନିର୍ମଳ
Couplet 84
ସେ ଜଳ କରି ନିତ୍ୟେ ପାନକ୍ରୌଞ୍ଚଦ୍ୱୀପେ ସେ ଯେତେ ଜନ
Couplet 85
ପୁରୁଷ ଋଷଭ ଦ୍ରବିଣଦେବକ ନାମରେ ସେ ପୁଣ
Couplet 86
ଯାହାର ଜଳ ପାନ କରିଦେବଦେହକୁ ପ୍ରାଣୀ ଧରି
Couplet 87
ପୂଜନ୍ତି ବରୁଣକୁ ଯାରସଲିଳମୟ କଳେବର
Couplet 88
ହେ ଆପମୟ ତୁ ଈଶ୍ୱରଭୁବନ ପବିତ୍ର ତୁ କର
Couplet 89
ତୁମ୍ଭର ପାଦରେ ବନ୍ଦନଆମ୍ଭରେ ତେଣୁ କରି ମନ
Couplet 90
ତୁମ୍ଭର ଆପରେ ବହନଆମ୍ଭର ପୂତ କର ମନ
Couplet 91
ଆମ୍ଭଙ୍କୁ ଅନୁକମ୍ପା କରବାହ୍ୟାଭ୍ୟନ୍ତର ପାପ ହର
Couplet 92
ଏ ଅନନ୍ତରେ ପରୀକ୍ଷିତଶାକଦ୍ୱୀପର ଯେ ତଦନ୍ତ
Couplet 93
ବତିଶଲକ୍ଷ ଯେ ଯୋଜନଶାକଦ୍ୱୀପର ପରିମାଣ
Couplet 94
ଦଧିସମୁଦ୍ର ବେଢି ତାରେଅଛି ଯେ ବଳୟ ପ୍ରକାରେ
Couplet 95
ତହିଁରେ ଶାକ-ତରୁବରସୁଗନ୍ଧ କରଇ ବିସ୍ତାର
Couplet 96
ପ୍ରିୟବ୍ରତର ସେ କୁମରମେଧାତିଥି ନାମ ଯାହାର
Couplet 97
ରାଜତ୍ୱପଣ କରି ତହିଁଶାକଦ୍ୱୀପକୁ ସେ ପାଳଇ
Couplet 98
ଦ୍ୱୀପକୁ ସାତଭାଗ କରିପୁତ୍ରଙ୍କୁ ଦେଲା ଦଣ୍ତଧାରୀ
Couplet 99
ତାହାଙ୍କ ପୁତ୍ରଙ୍କର ନାମକହିବା ଶୁଣ ହେ ରାଜନ
Couplet 100
ପବମାନ ଯେ ମନୋଜବଧୂମ୍ରାନୀକ ଯେ ପୁରୋଜବ
Couplet 101
ଚିତ୍ରରେଫ ଯେ ବହୁରୂପବିଶ୍ୱାଧାର ଏ ସାତନୃପ
Couplet 102
ସପ୍ତବରଷ ଯେଝାମତେଦେଇ ଏ ପୁତ୍ରେ ଯଥୋଚିତେ
Couplet 103
ପ୍ରଭୁପାଦରେ ଚିତ୍ତ ଦେଲାତପୋବନରେ ସେ ରହିଲା
Couplet 104
ସେ ଦ୍ୱୀପ ପର୍ବତଙ୍କ ନାମକହିବା ଶୁଣ ହେ ରାଜନ
Couplet 105
ସହସ୍ରସ୍ରୋତ ଦେବପାଳମହାନସ ଶତକେସର
Couplet 106
ଗିରି ବଳଭଦ୍ର ଈଶାନଉରୁଶୃଙ୍ଗ ଯେ ସାତନାମ
Couplet 107
ଅପରାଜିତା ନିଜଧୃତିଆୟୁର୍ଦା ଯେ ସହସ୍ରଶୂତି
Couplet 108
ଉଭୟସୃଷ୍ଟି ପଞ୍ଚପଦୀଅଗଘା ଆଦି ସପ୍ତନଦୀ
Couplet 109
ସେ ବରଷର ଯେ ପୁରୁଷଋତବ୍ରତ ଆଦି ବିଶେଷ
Couplet 110
ପବନରୂପୀ ଭଗବାନତାହାଙ୍କୁ କରନ୍ତି ସେବନ
Couplet 111
ପରମଯୋଗ-ସମାଧିରେସ୍ତୁତି କରନ୍ତି ସେ ପ୍ରଭୁରେ
Couplet 112
ଭୋ ଦେବ ପବନ ଆକାରତୋତେ ଆମ୍ଭର ନମସ୍କାର
Couplet 113
ପ୍ରାଣୀଙ୍କ ଅନ୍ତର ବାହାରେତୁ ନାଥ ଥାଉ ନିରନ୍ତରେ
Couplet 114
ଦଧିସିନ୍ଧୁ ପରେ ରାଜନପୁଷ୍କରଦ୍ୱୀପ ଯେ ଦ୍ୱିଗୁଣ
Couplet 115
ସ୍ୱାଦୁଜଳସିନ୍ଧୁ ତାହାରେବେଢିଛି ବଳୟ ଆକାରେ
Couplet 116
ତହିଁ କମଳ ବିରାଜିତସୁବର୍ଣ୍ଣମୟ ଲକ୍ଷପତ୍ର
Couplet 117
ସେହି କମଳେ ଭଗବାନବସନ୍ତି ଯେ କମଳାସନ
Couplet 118
ଯାହାର ନାମ ଦ୍ୱୀପବରଲୋକପ୍ରସିଦ୍ଧ ଯେ ପୁଷ୍କର
Couplet 119
ଏ ଦ୍ୱୀପମଧ୍ୟେ ନୃପବରପର୍ବତ ମାନସଉତତ୍ତର
Couplet 120
ବିସ୍ତାର ଅୟୁତଯୋଜନଚାରିଦିଗରେ ହେ ରାଜନ
Couplet 121
ଇନ୍ଦ୍ରାଦି ଲୋକପାଳଙ୍କରଅଛଇ ଏଥି ଚାରିପୁର
Couplet 122
ମେରୁ ଭ୍ରମନ୍ତେ ଦିନକରଉପରେ ଭ୍ରମେ ଚକ୍ର ତାର
Couplet 123
ଏ ଦ୍ୱୀପପତି ବୀତିହୋତ୍ରପ୍ରିୟବ୍ରତଙ୍କର ଏ ପୁତ୍ର
Couplet 124
ଧାତକି ରମଣକ ଦୁଇବୀତିହୋତ୍ରର ପୁତ୍ର ହୋଇ
Couplet 125
ଏ ଦ୍ୱୀପେ ତାଙ୍କ ଅଧିକାରଶୁଣ ପରୀକ୍ଷ ନୃପବର
Couplet 126
ସେ ସ୍ଥଳଲୋକଙ୍କ ସହିତେଏହି ସ୍ତୁତିରେ ଯଥୋଚିତେ
Couplet 127
ଯେ ବ୍ରହ୍ମରୂପୀ ଭଗବାନତାହାଙ୍କୁ କରନ୍ତି ଭଜନ
Couplet 128
ବର୍ଷଦ୍ୱୟର ବାସୀଗରଭଜନ୍ତି ନିତ୍ୟେ ପଦ୍ମାସନ
Couplet 129
ଯାହାଙ୍କ ଚରଣାରବିନ୍ଦନିତ୍ୟେ ବାଞ୍ଛନ୍ତି ମୁନିବୃନ୍ଦ
Couplet 130
ଭକ୍ତିଯୋଗରେ ସାଧୁଗଣପୂଜନ୍ତି ଯାହାଙ୍କ ଚରଣ
Couplet 131
ସେ ବ୍ରହ୍ମ ବିଶ୍ୱରୂପ ହୋଇଅଖିଳ-ସୃଷ୍ଟିକି ଭିଆଇ
Couplet 132
ଏ ବ୍ରହ୍ମରୂପୀ ଯେ ଠାକୁରନମଇଁ ତାହାଙ୍କ ପୟର
Couplet 133
ଏହାର ପରେ ପରୀକ୍ଷିତଲୋକାଲୋକ ନାମେ ପର୍ବତ
Couplet 134
ତାହାର ମଧ୍ୟେ ଯେଉଁ ସ୍ଥଳପାଞ୍ଚନଭୂମି ମହୀପାଳ
Couplet 135
ମେରୁ-ମାନସ ମଧ୍ୟ ଦେଶେକାଞ୍ଚନଭୂମି ଯେ ପ୍ରକାଶେ
Couplet 136
ଯେଣୁ ଏହାର ଅନନ୍ତରେଗତାଗତ ନାହିଁ ଅପରେ
Couplet 137
ଏଣୁ ଏ ଲୋକାଲୋକ ନାମଏ ସର୍ବ ଈଶ୍ୱରଭିଆଣ
Couplet 138
ଏହୁ ଯେ ଭୂଗୋଳ ରାଜନପଞ୍ଚାଶକୋଟି ଯେ ବିସ୍ତୀର୍ଣ୍ଣ
Couplet 139
ପୃଥ୍ୱୀର ଚାରିଭାଗ ସମଏ ଲୋକାଲୋକ ଗିରି ନାମ
Couplet 140
ଅଖିଳ ଜଗତର ଗୁରୁଯେ ଆତ୍ମଯୋନି ମହାମେରୁ
Couplet 141
ଅଖିଳ ଲୋକଙ୍କର ହିତେଏହା ଉପରେ ଯଥୋଚିତେ
Couplet 142
ଦିଗ୍ଗଜପତିଏ ଚତ୍ୱାରେରଖିଲେ କ୍ରମେ ସେ ବେଭାରେ
Couplet 143
ଏ ଚାରି ଗଜପତି ନାମଭୋ ନୃପ ଶୁଣ ତୁ ଆପଣ
Couplet 144
ଋଷଭ ନାମ ଯେ ଏକରପୁଷ୍କରଚୂଡ ଯେ ଅପର
Couplet 145
ଅପରାଜିତ ଯେ ବାମନଶେଷ ଦୁଇର ଏହି ନାମ
Couplet 146
ଏହାଙ୍କ ବଳ ନିମନ୍ତରେଅଖିଳ-ବ୍ରହ୍ମାଣ୍ତ-ଠାକୁରେ
Couplet 147
ସେନାଦିପାରିଷଦବରେନାନା ଆୟୁଧ ଧରି କରେ
Couplet 148
ସେ ହସ୍ତୀ ରକ୍ଷଣର ପାଇଁରଖିଲେ ପ୍ରଭୁ ଭାବଗ୍ରାହୀ
Couplet 149
ନାନା ଅଳଙ୍କାରକୁ ଦେଇବିଚିତ୍ରବେଶକୁ କରାଇ
Couplet 150
ଆପଣେ ଗଦା ଧରି କରେବୁଲନ୍ତି ଲୋକାଲୋକ ପରେ
Couplet 151
ବରଷ ଦ୍ୱୀପ ନଦୀ ଗିରିତୁମ୍ଭରେ କହିଲୁ ବିସ୍ତାରି
Couplet 152
ଲୋକାଲୋକଗିରି ଅନ୍ତରେଈଶ୍ୱରସୃଷ୍ଟି ଅଗୋଚରେ
Couplet 153
ଅଣ୍ତ ମଧ୍ୟରେ ରବି ସ୍ଥିତିଭୂମି ସ୍ୱର୍ଗର ମଧ୍ୟବର୍ତ୍ତୀ
Couplet 154
ସୂର୍ଯ୍ୟ ଭୂମିର ଯେ ଅନ୍ତରକହନ୍ତି ମଧ୍ୟ ବ୍ରହ୍ମାଣ୍ତର
Couplet 155
ସୂର୍ଯ୍ୟଅଣ୍ତ ମଧ୍ୟରେ ମଧ୍ୟପଞ୍ଚାଶକୋଟି ଯେ ପ୍ରସିଦ୍ଧ
Couplet 156
ବୈରାଜରୂପେ ଗ୍ରହେଶ୍ୱରପ୍ରବିଷ୍ଟ ମୃତାଣ୍ତ ମଧ୍ୟର
Couplet 157
ମୃତଅଣ୍ତରେ ଉଦେ ହୋନ୍ତିମାର୍ତ୍ତଣ୍ତ ନାମକୁ ବହନ୍ତି
Couplet 158
ହିରଣ୍ୟ ଅଣ୍ତୁ ଯେ ସମ୍ଭବତେଣୁ ନାମ ହିରଣ୍ୟଗର୍ଭ
Couplet 159
ଦିଶ ଆକାଶ ସୂର୍ଯ୍ୟ କରିବିଭାଗ ହୋଇ ଦଣ୍ତଧାରୀ
Couplet 160
ଦେବତୀର୍ଯ୍ୟକ ନର ଆଦିସରୀସୃପ ବୃକ୍ଷ ପ୍ରସିଦ୍ଧି
Couplet 161
ଆତ୍ମାର ଚକ୍ଷୁରୂପ ସେହିସେ ସୂର୍ଯ୍ୟ ଅଖିଳ ଗୋସାଇଁ
Couplet 162
ତା ଶକ୍ତି ଜଗତେ ପ୍ରକାଶଜଗତ ତମ କରେ ନାଶ
Couplet 163
ବିଷ୍ଣୁର ରୂପ ସେ ସାକ୍ଷତକହଇ ବିପ୍ର ଜଗନ୍ନାଥ