Skip to content
paribhaasha

Skandha 5

Adhyaya 19

  1. Couplet 1

    କିଂପୁରୁଷବରଷ ବାଣୀରାଜନ ଶୁଣ ପରିମାଣି

  2. Couplet 2

    ସୀତାରମଣ ପ୍ରଭୁ ରାମତାହାଙ୍କ କନିଷ୍ଠ ଲକ୍ଷ୍ମଣ

  3. Couplet 3

    ପରମ ପ୍ରଭୁ ଯେ ଈଶ୍ୱରତାହାଙ୍କୁ ହନୁ ମହାବୀର

  4. Couplet 4

    ପରମ ଭାଗବତ ସେହିନିଶ୍ଚଳେ ଭକ୍ତିଯୋଗ ଲଇଁ

  5. Couplet 5

    ପ୍ରଭୁ ପଦାରବିନ୍ଦ ତଳେସେବଇ ମନର ନିଶ୍ଚଳେ

  6. Couplet 6

    ଶ୍ରୀରାମ କଥା ପୁଣ୍ୟତମଗନ୍ଧର୍ବେ କରନ୍ତି ଗାୟନ

  7. Couplet 7

    ଆର୍ଷ୍ଟିଷେଣ ସହିତ ତହିଁହନୁ ଶୁଣଇ ତୋଷ ହୋଇ

  8. Couplet 8

    ଏମନ୍ତ କରନ୍ତି ଗାୟନସ୍ତୁତି କରନ୍ତି ଏ ବଚନ

  9. Couplet 9

    ଉତ୍ତମଶ୍ଳୋକ ତୁ ଠାକୁରନମଇଁ ତୋହର ପୟର

  10. Couplet 10

    ସକଳ ଲକ୍ଷଣ ତୋ ତହିଁସକଳ ଶ୍ରେଷ୍ଠ ତୁ ଗୋସାଇଁ

  11. Couplet 11

    ସର୍ବ-ବନ୍ଦନ ତୁ ଠାକୁରତୋତେ ମୋହର ନମସ୍କାର

  12. Couplet 12

    ନମଇଁ ବ୍ରହ୍ମାଣ୍ତ ଈଶ୍ୱରସକଳ ଦେବଙ୍କର ବର

  13. Couplet 13

    ମହାପୁରୁଷ ମହାରାଜନମଇଁ ବ୍ରହ୍ମାଣ୍ତର ବୀଜ

  14. Couplet 14

    ସ୍ୱତେଜେ କରି ତିନିଗୁଣବିନାଶ କରୁ ନାରାୟଣ

  15. Couplet 15

    ପ୍ରଶାନ୍ତ-ସାଧୁ ତୁ ଠାକୁରଜ୍ଞାନୀଙ୍କି ଜ୍ଞାନେ ତୁ ଗୋଚର

  16. Couplet 16

    ତୋହର ନାମ ରୂପ ଯେତେକେହି ନ ଜାଣନ୍ତି ଜଗତେ

  17. Couplet 17

    ମାୟାସଂସାରେ ତୋର ଜନ୍ମରାକ୍ଷସ-ସଂହାର-କାରଣ

  18. Couplet 18

    ଅନ୍ୟଥା କାହିଁ ଭଗବାନସୀତାହରଣେ କ୍ଷୋଭ ମନ

  19. Couplet 19

    ମାନବଶିକ୍ଷାର ନିମନ୍ତେତୋହର ଜନ୍ମ ଏ ଜଗତେ

  20. Couplet 20

    ଅଖିଳ-ବ୍ରହ୍ମାଣ୍ତ-ଠାକୁରତୁମ୍ଭେ ବା କି କରି ନ ପାର

  21. Couplet 21

    ତେବେ ପତ୍ନୀର ନିମିତ୍ତରେକ୍ଲେଶ ମାନବ-ଅବତାରେ

  22. Couplet 22

    ଏ କି ତୋହରେ ସମ୍ଭବଇଭୋ ନାଥ ତୋର ମାୟା ଏହି

  23. Couplet 23

    ଜନ୍ମ ମରଣ ଯାର ନାହିଁଅଖିଳପ୍ରଭୁ ଭାବଗ୍ରାହୀ

  24. Couplet 24

    ସୁର-ଅସୁର ଆଦି କରିବ୍ରହ୍ମାଣ୍ତେ ଯେତେ ଦେହଧାରୀ

  25. Couplet 25

    ଏ ସର୍ବଆତ୍ମା ଯେ ଈଶ୍ୱରକି ଅବା ଅକର୍ତ୍ତବ୍ୟ ତୋର

  26. Couplet 26

    ଉତ୍ତରକୋଶଳରେ ଜାତଯେ ପ୍ରଭୁ ନରଦେହବନ୍ତ

  27. Couplet 27

    ସେ ରାମ ପାଦତଳେ ମୁହିଁସହସ୍ରେ ପ୍ରଣାମ କରଇ

  28. Couplet 28

    ଶୁଣ ରାଜନ ମନତୋଷେଏବେ ଯେ ଭାରତବରଷେ

  29. Couplet 29

    ନର ନାରାୟଣ ସେ ହରିକଳ୍ପେ ପର୍ଯ୍ୟନ୍ତ ଦେହଧରି

  30. Couplet 30

    ସାଧୁଙ୍କ ପରିତ୍ରାଣ ପାଇଁସଂସାରେ ରୂପବନ୍ତ ହୋଇ

  31. Couplet 31

    ଭ୍ରମନ୍ତି ଆତ୍ମାଗୁଣ ମତେନାରଦ ତାକୁ ଯଥୋଚିତେ

  32. Couplet 32

    ଭକ୍ତିରେ ସାଧୁଜନ ମେଳେସ୍ତୁତି କରନ୍ତି ଯେ ନିଶ୍ଚଳେ

  33. Couplet 33

    ନମସ୍ତେ ସ୍ୱଭାବ-ସୁଶୀଳତୋ ରୂପ ଚରିତ୍ର ନିର୍ମଳ

  34. Couplet 34

    ଋଷିଙ୍କ ବର ତୁ ଠାକୁରତୋତେ ମୋହର ନମସ୍କାର

  35. Couplet 35

    ନର-ନାରାୟଣ ଶରୀରପରମହଂସ ତୁ ଠାକୁର

  36. Couplet 36

    ସକଳ ଆତ୍ମଭୂତ ତୁହିତୋ ପାଦପଦ୍ମେ ପ୍ରଣମଇଁ

  37. Couplet 37

    ସକଳ କର୍ତ୍ତା ତୁ ଈଶ୍ୱରନାହିଁ ତୋହର ଅହଙ୍କାର

  38. Couplet 38

    ତୁ ଯେ ମାନବ କଳେବରଶରୀରଭୋଗ ନାହିଁ ତୋର

  39. Couplet 39

    ସକଳ ଦେଖୁ ତୁ ଠାକୁରଗୁଣରେ ଦୋଷ ନାହିଁ ତୋର

  40. Couplet 40

    ସକଳ ଗୁଣେ ତୋ ବିହାରସର୍ବବିଷୟେ ନିର୍ବିକାର

  41. Couplet 41

    ତୋହର ତହିଁ ଯାର ମନତାହାର ସଂସାର ଖଣ୍ତନ

  42. Couplet 42

    ଦାରା ତନୟ ଧନ ଘରଏଣେ ଅର୍ପିତ ମନ ଯାର

  43. Couplet 43

    ସେ ତୋତେ ପାଇବେଟି କାହିଁଶ୍ରମ କେବଳ ତାଙ୍କ ଦେହୀ

  44. Couplet 44

    ଏ ମୋର ମୂଢ଼ମତି ତୁହିବିନାଶ କର ଭାବଗ୍ରାହୀ

  45. Couplet 45

    ଏ ତୋର ପାଦେ ମୋର ମନନିଶ୍ଚଳେ ରହୁ ଭଗବାନ

  46. Couplet 46

    ଏ ଯେ ଭାରତବରଷରପର୍ବତ ଅଛନ୍ତି ଅପାର

  47. Couplet 47

    ମଳୟ ଋଷଭ କୂଟକମଙ୍ଗଳ ପ୍ରସ୍ଥ ଯେ ମୈନାକ

  48. Couplet 48

    କୋଲ୍ଲ ସହ୍ୟ ଦ୍ରୋଣ ତ୍ରିକୂଟଦେବଗିରି ବିନ୍ଧ୍ୟ ବେଙ୍କଟ

  49. Couplet 49

    ବାରିଧାର ଯେ ଋଷ୍ୟମୂକଋକ୍ଷଗିରି ଯେ ଗୋକାମୁଖ

  50. Couplet 50

    ପାରିଯାତ୍ର ଯେ ଶକ୍ତିମାନଚିତ୍ରକୂଟ ଯେ ଗୋବର୍ଦ୍ଧନ

  51. Couplet 51

    କାମଗିରି କକୁଭ ନୀଳରୈବତକ ଯେ ଇନ୍ଦ୍ରକୀଳ

  52. Couplet 52

    ମହେନ୍ଦ୍ର ଶ୍ରୀଶୈଳ ସମେତେଅଛନ୍ତି ଶତ ସସ୍ର ମତେ

  53. Couplet 53

    ଆବର ନଦନଦୀ ଆଦିଶତସହସ୍ର ଯେ ପ୍ରସିଦ୍ଧି

  54. Couplet 54

    ଚନ୍ଦ୍ରବସା ଯେ ତାମ୍ରପର୍ଣ୍ଣୀଅବଟୋଦା ଯେ ପୟସ୍ୱିନୀ

  55. Couplet 55

    କୃତମାଳା କାବେରୀ ପୁଣ୍ୟାଶର୍କରାବର୍ତ୍ତା କୃଷ୍ଣା ବେଣ୍ୟା

  56. Couplet 56

    ବୈହାୟସୀ ଯେ ତୁଙ୍ଗଭଦ୍ରାଭୀମରଥୀ ତାପ୍ତି ନିର୍ବିନ୍ଧ୍ୟା

  57. Couplet 57

    ଗୋଦାବରୀ ରେବା ସୁରସାପୟୋଷ୍ଣୀ ନର୍ମଦା ଯେ ବିଶ୍ୱା

  58. Couplet 58

    ଚର୍ମଣ୍ୱତୀ ଶୋଣ ତ୍ରିସାମାସରଯୂ ଶତଦ୍ରୁ ସୁଷୋମା

  59. Couplet 59

    ବ୍ରହ୍ମପୁତ୍ର ଯେ ମନ୍ଦାକିନୀଯମୁନା ବିତସ୍ତା ଅସିକ୍ନୀ

  60. Couplet 60

    ମହାନଦୀ ଯେ ବେଦସ୍ମୃତିଋଷିକୁଲ୍ୟା ଯେ ରୋଧସ୍ୱତୀ

  61. Couplet 61

    କୌଶିକୀ ସିନ୍ଧୁ ସରସ୍ୱତୀଚନ୍ଦ୍ରଭାଗା ଯେ ଷଷ୍ଠବତୀ

  62. Couplet 62

    ଦୃଶଦ୍‌ବତୀ ପୁଣି ଗୋମତୀମରୁତବୃଦ୍ଧା ସପ୍ତବତୀ

  63. Couplet 63

    ଏ ପୁଣ୍ୟଜଳ ସ୍ନାନପାନକରି ତରନ୍ତି ପ୍ରଜାଜନ

  64. Couplet 64

    ତ‌ତ୍ତ୍ୱଜ୍ଞ-ଯୋଗୀ ଋଷିମାନେକର୍ମ କରନ୍ତି ଏହି ସ୍ଥାନେ

  65. Couplet 65

    ଏହି ବରଷେ ହେ ରାଜନକର୍ମରୁ ପ୍ରାଣୀ ହୋନ୍ତି ଜନ୍ମ

  66. Couplet 66

    ଶୁକ୍ଳ ଲୋହିତ କୃଷ୍ଣ ବର୍ଣ୍ଣକର୍ମରୁ ଲଭେ ପ୍ରାଣୀ ଜନ୍ମ

  67. Couplet 67

    ସା‌ତ୍ତ୍ୱିକ ରାଜସ ତାମସକର୍ମରେ ଦେବତା ମାନସ

  68. Couplet 68

    ଯେ ପ୍ରାଣୀ ଦୃଢ କରେ ମନସକଳ-ତୀର୍ଥେ କୃଷ୍ଣନାମ

  69. Couplet 69

    ସ୍ୱର୍ଗ ନରକ ଭୂମିଭାଗକର୍ମଅଧୀନେ କରେ ଭୋଗ

  70. Couplet 70

    ଯେ ପ୍ରାଣୀ ସର୍ବଭୂତପରକୃଷ୍ଣରେ ମତିଟି ଯାହାର

  71. Couplet 71

    ସର୍ବଭୂତରେ ଆତ୍ମା ସେହିଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ

  72. Couplet 72

    ସେ ବାସୁଦେବ ଚକ୍ରଧରତାହାର ତହିଁ ମତି ଯାର

  73. Couplet 73

    ଭକତିଯୋଗ ଦୃଢ଼ତାରେସେ ପ୍ରାଣୀ କର୍ମବନ୍ଧୁ ତରେ

  74. Couplet 74

    ମହାପୁରୁଷ ପ୍ରସଙ୍ଗରେହେଳାରେ ଶ୍ରଦ୍ଧାରେ ବା କରେ

  75. Couplet 75

    ଦେବେ ତାହାର ଗୁଣ-କର୍ମଆନନ୍ଦେ କରନ୍ତି ଗାୟନ

  76. Couplet 76

    ଧନ୍ୟ ଜୀବନ ତାର ସାରମୁକୁନ୍ଦ ପାଦେ ମତି ଯାର

  77. Couplet 77

    ଭାରତେ ମାନବ-ଜନ୍ମରେସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ

  78. Couplet 78

    ଦୁଷ୍କର-ଜପ-ତପମାନତଥିରେ କି ଅବା କାରଣ

  79. Couplet 79

    ଯଜନ ଆଦି ଷଟକର୍ମଭକ୍ତି-ବିହୀନେ ନିଷ୍କାରଣ

  80. Couplet 80

    ପ୍ରଭୁ-ପଦାରବିନ୍ଦ ସାରସୁମତି ନାହିଁଟି ଯାହାର

  81. Couplet 81

    କଳ୍ପ-ଆୟୁଷ ସୁଖମାନଏହୁ ସକଳ ବ୍ୟର୍ଥଶ୍ରମ

  82. Couplet 82

    କ୍ଷଣେ ଆୟୁଷ ଭାରତରେମନ ଯାହାର କୃଷ୍ଣଠାରେ

  83. Couplet 83

    ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇତାହାର ସମ କେହି ନାହିଁ

  84. Couplet 84

    ପ୍ରାଣ-ପ୍ରୟାଣ ସମୟରେଯେବେ ମାନସେ କୃଷ୍ଣ-ସ୍ମରେ

  85. Couplet 85

    କ୍ଷଣକେ କର୍ମକୁ ଛେଦଇବୈକୁଣ୍ଠପଦକୁ ଲଭଇ

  86. Couplet 86

    ବୈକୁଣ୍ଠକଥା ସୁଧାରସଯେ ସ୍ଥଳେ ନ ହୁଏ ପ୍ରକାଶ

  87. Couplet 87

    କୃଷ୍ଣଆଶ୍ରିତ ପ୍ରାଣୀମାନଯହିଁ ନାହାନ୍ତି ସାଧୁଜନ

  88. Couplet 88

    ସୁଯଜ୍ଞ-ମହୋତ୍ସବ ଆଦିଯେ ସ୍ଥଳେ ନାହିଁ ଭକ୍ତି ସିଦ୍ଧି

  89. Couplet 89

    ଇନ୍ଦ୍ରର ପୁର ଯେବେ ହୋଇତହିଁରେ ବାସ ନ ଯୋଗାଇ

  90. Couplet 90

    ମାନବ ଜନ୍ମ ହୋଇ ନରଜ୍ଞାନେ ଅଜ୍ଞାନ ଧ୍ୱଂସ ଯାର

  91. Couplet 91

    ତଥାପି ପ୍ରଭୁଙ୍କ ଭଜନତେଜଇ ହୋଇ ମତେ ଛନ୍ନ

  92. Couplet 92

    ନାନାଯୋନିରେ ଜନ୍ମ ହୋଇକର୍ମବନ୍ଧନେ ସେ ପଡଇ

  93. Couplet 93

    ଶ୍ରଦ୍ଧାରେ ଯେତେ ଯେତେ ନରେଘୃତ ଦିଅନ୍ତି ଅଗ୍ନିଠାରେ

  94. Couplet 94

    ନାନା-ଦେବତା ରୂପ ହୋଇଯଜ୍ଞ ଭୁଞ୍ଜନ୍ତି ଭାବଗ୍ରାହୀ

  95. Couplet 95

    ମାୟାରେ ପୃଥକ ସେ ହୋଇତତ୍ତ୍ୱ ତା ବିନୁ କେହି ନାହିଁ

  96. Couplet 96

    ତାଙ୍କୁ ଭଜନ୍ତି ଯେତେ ପ୍ରାଣୀତାହାଙ୍କୁ ମନୁଷ୍ୟରେ ଗଣି

  97. Couplet 97

    ଇଚ୍ଛା ନ କଲେ ଫଳ ଦେଇଯେଣୁ ତା ନାମ ଭାବଗ୍ରାହୀ

  98. Couplet 98

    ପଦପଲ୍ଲବ ଭଜନରେଯାହାର ମନ ନିରନ୍ତରେ

  99. Couplet 99

    ସେ ଭକ୍ତପ୍ରାଣୀମାନଙ୍କରେକରୁଣା କରନ୍ତି ବେଭାରେ

  100. Couplet 100

    ଦେବେ ବୋଲନ୍ତି ସ୍ୱର୍ଗେ ଥାଇଭାରତବର୍ଷେ ଜନ୍ମ ହୋଇ

  101. Couplet 101

    ଯହିଁ ହରିର ସ୍ମୃତି ଜାତହରି ଚରଣେ ସେବାବନ୍ତ

  102. Couplet 102

    ଜମ୍ବୁଦ୍ୱୀପରେ ନୃପବରଯେ ଅଷ୍ଟ ଉପଦ୍ୱୀପ ସାର

  103. Couplet 103

    ଅଶ୍ୱ ଖୋଜନ୍ତେ ବସୁନ୍ଧରୀସଗରପୁତ୍ରଙ୍କରେ କରି

  104. Couplet 104

    ଗର୍ତ୍ତ ହୋଇଲା ଚାରିଦିଗଏଣୁ ଏ ଅଷ୍ଟଦ୍ୱୀପ ଭାଗ

  105. Couplet 105

    ଶୁଣ ହେ ପରୀକ୍ଷ ରାଜନଯେ ଅଷ୍ଟ ଉପଦ୍ୱୀପ ନାମ

  106. Couplet 106

    ସୁବର୍ଣ୍ଣପ୍ରସ୍ଥ ନାମେ ଏକଚନ୍ଦ୍ରଶୁକ୍ଳ ନାମ ଆରକ

  107. Couplet 107

    ତୃତୀୟ ନାମ ଆବର୍ତ୍ତନଚତୁର୍ଥ ମନ୍ଦରହରିଣ

  108. Couplet 108

    ରମଣକ ନାମ ପଞ୍ଚମଷଷ୍ଠର ପାଞ୍ଚଜନ୍ୟ ନାମ

  109. Couplet 109

    ସିଂହଳ ଲଙ୍କା ନାମ ହୋଇଆବର ଉପଦ୍ୱୀପ ଦୁଇ

  110. Couplet 110

    ବରଷ-ବିଭାଗ ସମେତେଜମ୍ବୁଦ୍ୱୀପର ଯଥୋଚିତେ

  111. Couplet 111

    ତୁମ୍ଭ ପ୍ରଶନ ଅନୁସାରେଭୋ ନୃପ କହିଲୁ ତୁମ୍ଭରେ

  112. Couplet 112

    ଦ୍ୱୀପ ବରଷ ବନ ଗିରିସକଳକର୍ତ୍ତା ନରହରି

  113. Couplet 113

    ସେ ପ୍ରଭୁ ଚରଣାରବିନ୍ଦେମୋ ମନ ରହୁ ଅପ୍ରମାଦେ

  114. Couplet 114

    କହଇ ବିପ୍ର ଜଗନ୍ନାଥକୃଷ୍ଣଚରିତ ଭାଗବତ

Odia Bhagabata skandha 5 adhyaya 19 | Parbani by ParibhaAsha App