Skip to content
paribhaasha

Skandha 5

Adhyaya 18

  1. Couplet 1

    ଭଦ୍ରାଶ୍ୱ ବରଷ ବିଧାନରାଜନ ଶୁଣ ସାବଧାନ

  2. Couplet 2

    ଭଦ୍ରଶ୍ରବା ନାମ ତାଙ୍କରସାକ୍ଷାତେ ଧର୍ମର କୁମର

  3. Couplet 3

    ତାହାର କୁଳେ ହୋଇ ଜାତଯେତେକ ପୁରୁଷ ବିଦିତ

  4. Couplet 4

    ଅଖିଳ-ବ୍ରହ୍ମାଣ୍ତ-କାରଣଅନନ୍ତ ପ୍ରଭୁ ନାରାୟଣ

  5. Couplet 5

    ତାହାଙ୍କ ସନ୍ତୋଷ କାରଣେପରମ ସମାଧି ବିଧାନେ

  6. Couplet 6

    ପ୍ରଭୁ ଯେ ଧର୍ମରୂତ ବହିଅଛନ୍ତି ପ୍ରାଣୀହିତ ପାଇଁ

  7. Couplet 7

    ତାହାଙ୍କ ସେବାରେ ନିରତେଅଛନ୍ତି ଯେ ଯାହାରମତେ

  8. Couplet 8

    ପରମ ପ୍ରିୟଭାବ ଧରିଏହି ସ୍ତବରେ ସ୍ତୁତି କରି

  9. Couplet 9

    ନମଇଁ ଧର୍ମ-ଅବତାରଆତ୍ମା-ଶୋଧନ ପ୍ରାଣୀଙ୍କର

  10. Couplet 10

    ତୁମ୍ଭର ଲୀଳା ଚମତ୍କାରବୁଦ୍ଧି-ଜ୍ଞାନର ଅଗୋଚର

  11. Couplet 11

    ଶରୀରମାତ୍ରେ ଯେ ଅଛଇତଥାପି ପ୍ରାଣୀ ନ ଜାଣଇ

  12. Couplet 12

    ଯାର ମାୟାରେ ମୋହି ହୋଇମୃତ୍ୟୁକୁ ଦେଖି ନ ଦେଖଇ

  13. Couplet 13

    ଜୀବ ଯେ ମୃତ୍ୟୁର ଅଧୀନନ ଭାବେ ଏହା କଦାଚନ

  14. Couplet 14

    ଦେଖଇ ଜୀବ ଅନୁକ୍ଷଣେମରନ୍ତି ଆତ୍ମୀୟସ୍ୱଜନେ

  15. Couplet 15

    ତାହାଙ୍କ ଦେହ ଅବିରତେଭସ୍ମ ହେଉଛି ନିତ୍ୟେନିତ୍ୟେ

  16. Couplet 16

    ଆପଣେ ମଣି ଚିରଞ୍ଜୀବପାପଆଚରେ ମୂଢ଼ଜୀବ

  17. Couplet 17

    ମିଥ୍ୟାସଂସାର ମୂର୍ଖଜନେସତ୍ୟ କରନ୍ତି ଅନୁକ୍ଷଣେ

  18. Couplet 18

    ଜ୍ଞାନୀମାନେ ଏ ସଂସାରରକହନ୍ତି ବିଶ୍ୱକୁ ନଶ୍ୱର

  19. Couplet 19

    ତଥାପି ଯାହାର ମାୟାରେପଣ୍ତିତେ ଭ୍ରମନ୍ତି ସଂସାରେ

  20. Couplet 20

    ଆତ୍ମତ‌ତ୍ତ୍ୱଜ୍ଞ ଯୋଗୀମାନସମାଧି ଯୋଗରେ ପ୍ରମାଣ

  21. Couplet 21

    ସର୍ବଦା ପ୍ରତ୍ୟକ୍ଷ କରନ୍ତିତେବେହେଁ ମାୟାରେ ବୁଡ଼ନ୍ତି

  22. Couplet 22

    ସେ ଅଜ ବ୍ରହ୍ମାଣ୍ତଠାକୁରତାହାଙ୍କୁ କରୁ ନମସ୍କାର

  23. Couplet 23

    ସକଳ-ଆବରଣ ହୋଇଯାହାର ଆବରଣ ନାହିଁ

  24. Couplet 24

    ଏ କଥା ଉଚିତ ତୋହରକାର୍ଯ୍ୟ କାରଣ ତୁ ଠାକୁର

  25. Couplet 25

    ନାନା ଶରୀରବନ୍ତ ହୋଇସର୍ବ ଭୋଗକୁ ଭୁଞ୍ଜୁ ତୁହି

  26. Couplet 26

    ତୁ ନାଥ ସକଳ ଈଶ୍ୱରତୋତେ ଆମ୍ଭର ନମସ୍କାର

  27. Couplet 27

    ଜ୍ଞାନ-ବିଜ୍ଞାନ-ଯୁକ୍ତି ବଳେତୁମ୍ଭର ଚରଣ ନ ମିଳେ

  28. Couplet 28

    ବେଦେ ତୁ ବିଶ୍ୱର ବିଧାତାସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା

  29. Couplet 29

    ଯେବେ ପ୍ରଚଣ୍ତ ଦୈତ୍ୟଗଣବେଦକୁ କଲେ ଅପମାନ

  30. Couplet 30

    ପ୍ରଳୟ-ଅବସାନେ ତୁହିହୟଗ୍ରୀବମୂର୍ତ୍ତିକି ବହି

  31. Couplet 31

    ରସାତଳରୁ ଉଦ୍ଧରିଲୁବ୍ରହ୍ମା ମାଗନ୍ତେ ତାକୁ ଦେଲୁ

  32. Couplet 32

    ତୁ ସତ୍ୟସଙ୍କଳ୍ପଠାକୁରନମଇଁ ତୁମ୍ଭର ପୟର

  33. Couplet 33

    ଏମନ୍ତେ ନାନା ସ୍ତୁତିମତେସେବନ୍ତି ତାଙ୍କ ପାଦଗତେ

  34. Couplet 34

    ନୃସିଂହ ନାମେ ଯେ ଠାକୁରଅଛନ୍ତି ହରିବରଷର

  35. Couplet 35

    ତାହାଙ୍କ ରୂପର କାରଣପଛେ କହିବା ହେ ରାଜନ

  36. Couplet 36

    ପରମଭାଗବତଜନମହାପୁରୁଷ ହେ ରାଜନ

  37. Couplet 37

    ଦୈତ୍ୟଦାନବ-କୁଳମଣିସୁଶୀଳ ସାଧୁ ସତ୍ୟବାଣୀ

  38. Couplet 38

    ପ୍ରହ୍ଲାଦ ନାମ ସେ ବହଇପ୍ରଭୁଙ୍କ ଅତି ପ୍ରିୟ ସେହି

  39. Couplet 39

    ଇନ୍ଦ୍ରିୟଗୁଣ ସେ ନିବାରିଚଞ୍ଚଳମନ ସ୍ଥିର କରି

  40. Couplet 40

    ସେ ସ୍ଥଳଲୋକଙ୍କ ସହିତେପ୍ରଭୁଙ୍କୁ ଚିନ୍ତେ ଅବିରତେ

  41. Couplet 41

    ଏହି ସ୍ତବରେ ସ୍ତୁତି କରିସେବଇ ପ୍ରଭୁ ନରହରି

  42. Couplet 42

    ତୁ ପ୍ରଭୁ ଜଗତ କାରଣନୃସିଂହ ରୂପୀ ଭଗବାନ

  43. Couplet 43

    ତୁ ଯେ ଜଗତଜୀବ ହରିତୁ ଅଛୁ ସର୍ବଘଟେ ପୂରି

  44. Couplet 44

    ତେଜଙ୍କ ତେଜରୂପେ ତୁହିଅଛୁ ଯେ ପ୍ରକଟିତ ହୋଇ

  45. Couplet 45

    ହେ ବଜ୍ରଦଂଷ୍ଟ୍ର ବଜ୍ରନଖତୁମ୍ଭ ଚରଣେ ମୋତେ ରଖ

  46. Couplet 46

    କର୍ମ ବାସନା ଦଗ୍‌ଧ କରଅଜ୍ଞାନତମ ବେଗେ ହର

  47. Couplet 47

    ଭୋ ନାଥ ଜୀବର ଜୀବନବିଶ୍ୱକୁ କର ତୁ କଲ୍ୟାଣ

  48. Couplet 48

    ନମସ୍ତେ ପ୍ରଭୁ ଦଇତ୍ୟାରିଯାହାର ତେଜେ ଦିଗ ପୂରି

  49. Couplet 49

    ନଖଙ୍କ ତେଜ ପରକାଶରବିକିରଣ କରେ ନାଶ

  50. Couplet 50

    କରାଳଦଂଷ୍ଟ୍ର ସେ ବଦନଅଗ୍ନିର ପ୍ରାୟ ସେ ଲୋଚନ

  51. Couplet 51

    ଯାହାର ନାମେ ଦୁଷ୍ଟ ଡରେନମଇଁ ତାହାର ପୟରେ

  52. Couplet 52

    ଭୋନାଥ ତୋହର ପ୍ରସାଦେପ୍ରାଣୀ ତରନ୍ତି ଅପ୍ରମାଦେ

  53. Couplet 53

    ତୋହର ଅଭୟ-ଚରଣେମନ ମୋ ରହୁ ଅନୁକ୍ଷଣେ

  54. Couplet 54

    ଦାରା ତନୟ ଗୃହେ ମୋରଏ ମନ ନୋହୁ ଭୋ ଈଶ୍ୱର

  55. Couplet 55

    ତୁମ୍ଭର ଭକ୍ତଜନସଙ୍ଗେସୁଖେ ବଞ୍ଚିବି ନାନାରଙ୍ଗେ

  56. Couplet 56

    ଆତ୍ମାର ପ୍ରିୟ ଯେ ଅପରେନାହିଁ ଏ ଅଖିଳ-ସଂସାରେ

  57. Couplet 57

    ସକଳ ଆତ୍ମାର ଠାକୁରଏଣୁ ତୁ ପ୍ରିୟ ପ୍ରାଣୀଙ୍କର

  58. Couplet 58

    ଯେ ଜନ ଚରଣେ ତୋହରସର୍ବସ୍ୱ ଦେଇ ରହେ ସ୍ଥିର

  59. Couplet 59

    ତାହାଙ୍କ ଅନ୍ତରର ମଳଭୋଦେବ କରୁ ତୁ ନିର୍ମଳ

  60. Couplet 60

    ତୋହର ନାମ ସୁମରଣଅଶେଷ ପାପର ଖଣ୍ତନ

  61. Couplet 61

    ଏମନ୍ତ ଯାହାର ପ୍ରଭାବତାହାଙ୍କୁ କେବା ନ ସେବିବ

  62. Couplet 62

    ତୋହର ତହିଁ ଭକ୍ତି ଯାରପୂଜ୍ୟ ସେ ଦେବମାନଙ୍କର

  63. Couplet 63

    ସକଳ ଗୁଣ ତାଙ୍କଠାରେଆଶ୍ରୟ କରନ୍ତି ନିର୍ଭରେ

  64. Couplet 64

    ତୋର ଅଭକ୍ତ ଯେଉଁ ଜନସଂସାରେ ବନ୍ଧନ କାରଣ

  65. Couplet 65

    ଯେହ୍ନେ ସକଳ ମୀନଗଣଜଳରେ କରନ୍ତି ଭ୍ରମଣ

  66. Couplet 66

    ତେସନେ ଯେତେ ଦେହୀଗଣତୋ ମଧ୍ୟେ କରେ ବିଚରଣ

  67. Couplet 67

    ଏହା ଜାଣିଣ ଯେହୁ ନରଭଜଇ ନୃସିଂହ ପୟର

  68. Couplet 68

    ଅଶେଷ ଭୟରୁ ତରଇକର୍ମବନ୍ଧନ ତାର କାହିଁ

  69. Couplet 69

    ଶୁଣ ରାଜନ ମନତୋଷେକେତୁମାଳ ନାମେ ବରଷେ

  70. Couplet 70

    ଅଖିଳ-ବ୍ରହ୍ମାଣ୍ତ-କାରଣକାମଦେବରୂପ ଧରିଣ

  71. Couplet 71

    ଲକ୍ଷ୍ମୀର ସନ୍ତୋଷ କାରଣେବିହାର କରନ୍ତି ଆପଣେ

  72. Couplet 72

    ସେ ସ୍ଥଳଲୋକ ପୁଣ୍ୟଫଳେନାନା-ବିହାର ସୁଖଭୋଳେ

  73. Couplet 73

    ଅତି ଲଳିତ ଗତି ତାରବିଳାସ ନାନା ମନୋହର

  74. Couplet 74

    ରୁଚିର ହାସ ଲୀଳାମାନକଟାକ୍ଷେ ଯେ ଅବଲୋକନ

  75. Couplet 75

    ବିକଚ-ବଦନାରବିନ୍ଦନିନ୍ଦଇ ପୂର୍ଣ୍ଣମୀର ଚାନ୍ଦ

  76. Couplet 76

    ଲଳିତ ହାସ ସୁଖଭୋଳେଲକ୍ଷ୍ମୀ ସଙ୍ଗତେ କୁତୂହଳେ

  77. Couplet 77

    କ୍ରୀଡା କରନ୍ତି ସୁଖମନେଇନ୍ଦ୍ରିୟଭୋଗ ଅନୁମାନେ

  78. Couplet 78

    ପ୍ରଜାପତି-ଦୁହିତା ସଙ୍ଗେତହିଁରେ ଲକ୍ଷ୍ମୀଦେବୀ ରଙ୍ଗେ

  79. Couplet 79

    ପରମ-ସମାଧି-ଯୋଗରେସ୍ତୁତି କରନ୍ତି ବିଷ୍ଣୁଠାରେ

  80. Couplet 80

    ନମସ୍ତେ ପ୍ରଭୁ ହୃଷୀକେଶସକଳ ଗୁଣେ ତୁ ପ୍ରକାଶ

  81. Couplet 81

    ଷୋଡଶ-କଳାବନ୍ତ ତୁହିବେଦ ତୋହର ନିଜ ଦେହୀ

  82. Couplet 82

    ସକଳଆତ୍ମା ତୁ ଈଶ୍ୱରଅମୃତମୟ ତୋ ଶରୀର

  83. Couplet 83

    ତୁମ୍ଭେ ପରମ-ମନୋହରତୁ ନାଥ ଶୁଭଙ୍କ ଈଶ୍ୱର

  84. Couplet 84

    ଅତି ସୁଶୀଳ ଶାନ୍ତ ତୁହିତୋ ତହୁଁ ଆନ କେହି ନାହିଁ

  85. Couplet 85

    ଭୋ ନାଥ ତୋ ପାଦକମଳସେବି ଲଭନ୍ତି ପୁଣ୍ୟଫଳ

  86. Couplet 86

    ତୋହର ଭକ୍ତ ଯେ ହୁଅଇତାଙ୍କୁ ସଙ୍କଟୁ ତାରୁ ତୁହି

  87. Couplet 87

    ତୋ ପାଦ-ସରୋରୁହ ଦୁଇନିରତେ ଯେମନ୍ତେ ସେବଇ

  88. Couplet 88

    ଏମନ୍ତ ଆଜ୍ଞା ମୋତେ କରଭୋ ନାଥ କରୁଣାସାଗର

  89. Couplet 89

    ଯେ ତୋତେ ମନେ ଆରାଧଇତାହାର ମନୋରଥ ତୁହି

  90. Couplet 90

    ତୋହର ପରସନ୍ନୁ ତାରସକଳ ହୁଅଇ ସୁଫଳ

  91. Couplet 91

    ତେଣୁ ତୁ ତ୍ରୈଲୋକ୍ୟଈଶ୍ୱରଦ୍ୱିତୀୟ ନାହିଁ ପଟାନ୍ତର

  92. Couplet 92

    ଭୋ ନାଥ ତୁମ୍ଭେ ନାନାଦେହସାଧୁଙ୍କ ନିସ୍ତାରଣେ ବହ

  93. Couplet 93

    ତୁମ୍ଭର ଚେଷ୍ଟା ଏ ସଂସାରେବ୍ରହ୍ମାଦି କେବା ଜାଣିପାରେ

  94. Couplet 94

    ରମ୍ୟକବରଷ ଚରିତଶୁଣ ରାଜନ ପରୀକ୍ଷିତ

  95. Couplet 95

    ପ୍ରଭୁର ମତ୍ସ୍ୟ-ଅବତାରଦେବମାନବେ ଅଗୋଚର

  96. Couplet 96

    ଅତି ସୁନ୍ଦର ରୂପରାଶିମନୁର ବଂଶ ତହିଁ ବସି

  97. Couplet 97

    ସେ ରୂପ ଆରାଧନା ପାଇଁଏମନ୍ତ ସ୍ତୁତି ଯେ କରଇ

  98. Couplet 98

    ନମସ୍ତେ ପରମ ଈଶ୍ୱରଯାହାର ଯଶ ଅଗୋଚର

  99. Couplet 99

    ବିସ୍ତାର-ମତ୍ସ୍ୟ ତୋ ଶରୀରତୁ ପ୍ରଭୁ ସର୍ବପ୍ରାଣୀଙ୍କର

  100. Couplet 100

    ଥାଉ ଯେ ଅନ୍ତର-ବାହାରେତୋ ମାୟା କେବା ଜାଣିପାରେ

  101. Couplet 101

    ତୋହର ମାୟା-ମୀନ-ଦେହୀଦେବମାନବେ ଦେଖା ନାହିଁ

  102. Couplet 102

    ସଂସାର-ସାଗରେ ତୋ ଜନ୍ମମାୟାତରଙ୍ଗ ଯହିଁ ଭ୍ରମ

  103. Couplet 103

    ପରମ ମହାବଳୀ ହେଉସଂସାରେ ନାନା ଦେହ ବହୁ

  104. Couplet 104

    ତୁ ସର୍ବ ଜଗତଠାକୁରତୋ ପାଦେ ମୋର ନମସ୍କାର

  105. Couplet 105

    ହିରଣ୍ମୟବରଷ ବାଣୀରାଜନ ଶୁଣ ପରିମାଣି

  106. Couplet 106

    ଅଖିଳ-ବ୍ରହ୍ମାଣ୍ତ-ଠାକୁରଧରିଣ କୂର୍ମର ଶରୀର

  107. Couplet 107

    ଅର୍ଯ୍ୟାମା ତୁଲେ ପିତୃଗଣେଯେତେ ଅଛନ୍ତି ସେହିସ୍ଥାନେ

  108. Couplet 108

    ତାହାଙ୍କୁ ଘେନି ପିତୃପତିପ୍ରଭୁଙ୍କୁ ଆନନ୍ଦେ ସେବନ୍ତି

  109. Couplet 109

    ଏମନ୍ତେ ନାନା ସ୍ତୁତିମତେସେବନ୍ତି ପ୍ରଭୁ-ପାଦଗତେ

  110. Couplet 110

    ନମଇଁ ସର୍ବ -ସ‌ତ୍ତ୍ୱଗୁଣଲକ୍ଷି ନୋହଇ ଯାର ସ୍ଥାନ

  111. Couplet 111

    ନମସ୍ତେ ପ୍ରଭୁ କୂର୍ମଦେହୀତୋ ପଦେ ରଖ ହେ ଗୋସାଇଁ

  112. Couplet 112

    ତୋର ଅଶେଷ ନାମ ଗୁଣନମଇଁ ପ୍ରଭୁ ଭଗବାନ

  113. Couplet 113

    ନିଜ ମାୟାରେ ଦେହଧରିଅଶେଷ ଦେହକୁ ଆବୋରି

  114. Couplet 114

    ନାନା-ଜନ୍ମ ଏ ପ୍ରସିଦ୍ଧିତୋ ପଦ୍ମପାଦେ ମୋର ବୁଦ୍ଧି

  115. Couplet 115

    ଭୋ ଦେବ ତୁହି ଜରାୟୁଜତୁହି ତ ଅଣ୍ତଜ ସ୍ୱେଦଜ

  116. Couplet 116

    ତୁହିତ ପ୍ରଭୁ ଭଗବାନଉଦ୍ଭିଦ ସ୍ଥାବର ଜଙ୍ଗମ

  117. Couplet 117

    ଦେବତା ଋଷି ପିତୃଭୂତଇନ୍ଦ୍ରିୟ ଆଦି ଯେ ସମସ୍ତ

  118. Couplet 118

    ଆକାଶ ଗ୍ରହ ମହୀସ୍ଥଳଗିରି କାନନ ନାନାଜଳ

  119. Couplet 119

    ଦିଗ ବରଷ ଯେ ସାଗରଏ ସର୍ବ ନାମଟି ତୋହର

  120. Couplet 120

    ବ୍ରହ୍ମାଣ୍ତେ ଯେତେକ ଅଛନ୍ତିକବିଏ ଯେତେ ବିଚାରନ୍ତି

  121. Couplet 121

    ସେ ସର୍ବରୂପ ତୁ ଠାକୁରନମଇଁ ତୋହର ପୟର

  122. Couplet 122

    ଉତ୍ତରକୁରୁବରଷରବରାହ ରୂପୀ ମହୀଧର

  123. Couplet 123

    କୂର୍ମର ଅନ୍ତେ ତହିଁ ମହୀଆନନ୍ଦେ ସ୍ତୁତି ସେ କରଇ

  124. Couplet 124

    ନମଇଁ ଅନାଦି ଅବ୍ୟୟସକଳ ଯଜ୍ଞ ତୋର ଦେହ

  125. Couplet 125

    ତ୍ରିଯୁଗ ନାନାରୂପଧରନମଇଁ ତୋହର ପୟର

  126. Couplet 126

    ନିବୃତ୍ତତୃଷ୍ଣ ଜ୍ଞାନୀଜନମାୟାଟି ଯା ନାମେ ଖଣ୍ତନ

  127. Couplet 127

    ସୃଷ୍ଟି ଉଦୟ ସ୍ଥିତି ଲୟତ୍ରିଗୁଣ ଘେନି ବହେ ଦେହ

  128. Couplet 128

    ସେ ତୋର ମାୟାରେ ଭ୍ରମନ୍ତିତୋ ମାୟା କେହି ନ ଜାଣନ୍ତି

  129. Couplet 129

    ସର୍ବ କର୍ମର ତୁ ଈଶ୍ୱରଭୋ ନାଥ ତୋତେ ନମସ୍କାର

  130. Couplet 130

    ସଂଗ୍ରାମେ ନାଶୁ ଦୁଷ୍ଟଗଣମାୟା-ଶୂକର ରୂପେ ଜନ୍ମ

  131. Couplet 131

    ଅଗ୍ର ଦନ୍ତରେ ମୋର ପ୍ରାଣଉଦ୍ଧାର କଲୁ ନାରାୟଣ

  132. Couplet 132

    ତୁମ୍ଭର ପାଦପଦ୍ମ-ଦୁଇଆନନ୍ଦେ ମୁହିଁ ଯେ ନମଇଁ

  133. Couplet 133

    ବରାହ-ଧରଣୀର ବାଣୀଶୁଣି ସଂସାରୁ ତର ପ୍ରାଣୀ

  134. Couplet 134

    ସୁଜନଜନଙ୍କ ପୟରେମୋ ମନ ରହୁ ନିରନ୍ତରେ

  135. Couplet 135

    କହଇ ବିପ୍ର ଜଗନ୍ନାଥଶ୍ରୀକୃଷ୍ଣ-ଚରିତ-ଅମୃତ

Odia Bhagabata skandha 5 adhyaya 18 | Parbani by ParibhaAsha App