Skip to content
paribhaasha

Skandha 5

Adhyaya 17

  1. Couplet 1

    ଶୁଣ ରାଜନ ପରୀକ୍ଷିତସେ ଯଜ୍ଞପୁରୁଷ ଅଚ୍ୟୁତ

  2. Couplet 2

    ମାୟାବାମନ ଅବତାରତାହାଙ୍କ ବାମ ଯେ ପୟର

  3. Couplet 3

    ଯାହା କନିଷ୍ଟଅଙ୍ଗୁଳିରେବ୍ରହ୍ମାଣ୍ତ ଭାଜିଲା ନିର୍ଭରେ

  4. Couplet 4

    ତହୁଁ ଅଦ୍‌ଭୁତ ଜଳଧାରକି ଅବା ଦେବା ପଟାନ୍ତର

  5. Couplet 5

    ଦୁରିତ ନାଶଇ ସ୍ମରଣେପ୍ରାଣୀ ତରନ୍ତି ସ୍ନାନପାନେ

  6. Couplet 6

    ତହୁଁ ଗଳିଣ ଅତିଖରେପଡ଼ିଲା ତୁଙ୍ଗ-ପର୍ବତରେ

  7. Couplet 7

    ଧରାରେ ଅବତୀର୍ଣ୍ଣ ହୋଇଜୀବଙ୍କ କଲ୍ୟାଣ ସାଧଇ

  8. Couplet 8

    ଧ୍ରୁବ ପରମଭାଗବତଜାଣିଲେ ବିଷ୍ଣୁ ପଦାମୃତ

  9. Couplet 9

    ଭକ୍ତିଯୋଗରେ ବଶ ହୋଇଆନନ୍ଦେ ରୋମ ପୁଲକାଇ

  10. Couplet 10

    ମାର୍ଜନ କରିବା ନିମନ୍ତେଶିରରେ ଘେନିଲେ ତୁରିତେ

  11. Couplet 11

    ତେଣୁ ସପତମୁନିଗଣପ୍ରଭାବ ଜାଣି ତତକ୍ଷଣ

  12. Couplet 12

    ସକଳଆତ୍ମା-ଭଗବାନେତପ ସମାଧି ଯୋଗଧ୍ୟାନେ

  13. Couplet 13

    ମୋକ୍ଷ-କାରଣେ ସେ ଭଜନ୍ତିପ୍ରଭୁର ମହିମା ଗୁଣନ୍ତି

  14. Couplet 14

    ସେ ଜଳ ପାଇ ତୁଷ୍ଟ ହୋଇଜଟାରେ ଥୋଇଲେ ସେ ନେଇ

  15. Couplet 15

    ସେ ଗଙ୍ଗା ସ୍ୱର୍ଗରୁ ଗମିଲାଚନ୍ଦ୍ରମଣ୍ତଳ ଆଚ୍ଛାଦିଲା

  16. Couplet 16

    ତାହାକୁ ଲକ୍ଷ୍ୟ କରି ଗଲାବ୍ରହ୍ମ ସଦନେ ସେ ପଡିଲା

  17. Couplet 17

    ତହୁଁ ସେ ଚାରିଧାରା ହୋଇଚତୁର୍ଦ୍ଧାରୂପକୁ ବହଇ

  18. Couplet 18

    ଶୁଣ ପରୀକ୍ଷ ନୃପବରଏ ନାମ ଚାରିଟି ତାହାର

  19. Couplet 19

    ସୀତା ଅଳକନନ୍ଦା ଦୁଇଚକ୍ଷୁ ଭଦ୍ରା ନାମକୁ ବହି

  20. Couplet 20

    ଚାରିଦିଗରେ ଏ ଭ୍ରମନ୍ତିସିନ୍ଧୁରେ ପ୍ରବେଶ ହୁଅନ୍ତି

  21. Couplet 21

    ବ୍ରହ୍ମସଦନୁ ସୀତା ଯାଇକେଶରାଚଳେ ସେ ପଡଇ

  22. Couplet 22

    ଅଧ-ଅଧରେ ଭ୍ରମିଯାଇଗନ୍ଧମାର୍ଦ୍ଦନେ ସେ ପଡ଼ଇ

  23. Couplet 23

    ତାହାର ଶୃଙ୍ଗରେ ବିହରିଭଦ୍ରାଶ୍ୱବର୍ଷ ଶୁଦ୍ଧ କରି

  24. Couplet 24

    କ୍ଷାରସିନ୍ଧୁର ପୂର୍ବଭାଗେପ୍ରବେଶ କରିଅଛି ବେଗେ

  25. Couplet 25

    ବ୍ରହ୍ମାସଦନୁ ଚକ୍ଷୁ ଯାଇମାଲ୍ୟବନ୍ତଶିଖେ ପଡ଼ଇ

  26. Couplet 26

    କେତୁମାଳର ମଧ୍ୟ ଦେଇପଶ୍ଚିମ-ସମୁଦ୍ରେ ମିଶଇ

  27. Couplet 27

    ମେରୁଶିଖରୁ ଭଦ୍ରା ଯାଇଉତ୍ତରଦିଗେ ସେ ଭ୍ରମଇଁ

  28. Couplet 28

    ଉତ୍ତରକୁରୁ ବେଢି ଖରେସମୁଦ୍ରେ ମିଶଇ ଉତ୍ତରେ

  29. Couplet 29

    ଅଳକନନ୍ଦା ନାମ ହୋଇବହୁଗିରିରେ ସେ ଭ୍ରମଇ

  30. Couplet 30

    ସୁବର୍ଣ୍ଣ‌ଗିରି ହିମାଳୟତାହାକୁ କରି ସେ ଆଶ୍ରୟ

  31. Couplet 31

    ଅତିପ୍ରଖର ବେଗବଶେପଡ଼ଇ ଭାରତ ବରଷେ

  32. Couplet 32

    ତହୁଁ ଲବଣ-ସିନ୍ଧୁଜଳେପ୍ରବେଶ ହୁଅଇ ନିଶ୍ଚଳେ

  33. Couplet 33

    ଅନ୍ୟ ଯେ ନଦନଦୀ ଯେତେଶତସହସ୍ର ଯେଥାମତେ

  34. Couplet 34

    ନାନାଗିରିରୁ ଜାତ ହୋଇସିନ୍ଧୁରେ ପ୍ରବେଶନ୍ତି ଯାଇ

  35. Couplet 35

    ଭାରତବରଷ ରାଜନଏ କର୍ମକ୍ଷେତ୍ର ବୋଲି ଜାଣ

  36. Couplet 36

    ଅପରେ ଅଷ୍ଟ ଯେ ବରଷସ୍ୱର୍ଗଲୋକଙ୍କର ଏ ବାସ

  37. Couplet 37

    ତହିଁ ପୁରୁଷଙ୍କ ଆୟୁଷଦଶ ସହସ୍ର ଯେ ବରର୍ଷ

  38. Couplet 38

    ଦେବତା ତୁଲ୍ୟ ପରାକ୍ରମନିତ୍ୟେ ସେ ଦିଶନ୍ତି ନବୀନ

  39. Couplet 39

    ପରମ ଆନନ୍ଦେ ସେ ନିତ୍ୟେବିହାର ଯୁବତୀ ସଙ୍ଗତେ

  40. Couplet 40

    ସ୍ୱର୍ଗଭୋଗ ଶେଷଭାଗରେଦେବେ ରହନ୍ତି ସେହି ପୁରେ

  41. Couplet 41

    ତହିଁରେ ଦେବଶ୍ରେଷ୍ଠମାନେଆନନ୍ଦେ ହରଷିତମନେ

  42. Couplet 42

    ସୁରସୁନ୍ଦରୀ ବୃନ୍ଦମେଳେବିହାର କରନ୍ତି ନିଶ୍ଚଳେ

  43. Couplet 43

    ଷଡ଼ଋତୁ ଏକସମୟେଯହିଁ ଅଛନ୍ତି ଏକଠାଏ

  44. Couplet 44

    ନାନାକୁସୁମ ନାନାଫଳସୁଗନ୍ଧ ସମୀର ଶୀତଳ

  45. Couplet 45

    ବିକଚ ନାନା ପୁଷ୍ପତ୍ତରେଲତାଏ ବେଷ୍ଟିତ ଉପରେ

  46. Couplet 46

    ସଦନଆକାରେ ଆଚ୍ଛାଦିବୃକ୍ଷ ଲତାରେ ଛନ୍ଦାଛନ୍ଦି

  47. Couplet 47

    ଅତି ମଞ୍ଜୁଳ ମନୋରମନିବିଡ଼ ଲତାର ସଦନ

  48. Couplet 48

    ପର୍ବତ-ଦ୍ରୋଣି ସୁଶୀତଳେନିର୍ମଳ ନାନା ଶୀତଜଳେ

  49. Couplet 49

    ରୁଚିରପଙ୍କଜ ସୁନ୍ଦରସୁସଞ୍ଚ ଦିଶେ ସରୋବର

  50. Couplet 50

    ଜଳରେ ରାଜହଂସମାନେକ୍ରୀଡନ୍ତି ହରଷିତ ମନେ

  51. Couplet 51

    ଜଳ କୁକ୍‌କୁଯ ଜଳହଂସଚକ୍ର କାରଣ୍ତବ ସାରସ

  52. Couplet 52

    ମଧୁରେ ନାନା ଧ୍ୱନି କରିଜଳେ ସେ କ୍ରୀଡନ୍ତି ବିହରି

  53. Couplet 53

    ଏମନ୍ତେ ନାନା ସୁଖସ୍ଥଳେସୁରସୁନ୍ଦରୀବୃନ୍ଦ ମେଳେ

  54. Couplet 54

    ଅମରବୃନ୍ଦ ତୋଷଚିତ୍ତେସର୍ବେ ରମନ୍ତି ଏକଚିତ୍ତେ

  55. Couplet 55

    ତପର ବଳେ ତାହାଙ୍କରକରୁଣା କରନ୍ତି ଶ୍ରୀଧର

  56. Couplet 56

    ନବବରଷେ ହେ ରାଜନସେ ଯେ ଅନାଦି ନାରାୟଣ

  57. Couplet 57

    ଲୋକର ନିସ୍ତାର କାରଣେଅଛନ୍ତି ପ୍ରଭୁ ଅନୁକ୍ଷଣେ

  58. Couplet 58

    ଯେ ପୁଣ୍ୟ ଈଳାବୃତବର୍ଷଭବ ଯେ ଏକଇ ପୁରୁଷ

  59. Couplet 59

    ଭବାନୀ-ଶାପ ଯୋଗୁଁ ତହିଁଅନ୍ୟ ପୁରୁଷ ବାସ ନାହିଁ

  60. Couplet 60

    ନ ଜାଣି କେହି ତହିଁ ଗଲେତକ୍ଷଣେ ସ୍ତ୍ରୀଭାବରେ ମିଳେ

  61. Couplet 61

    ତାହାଙ୍କ ଶାପର କାରଣପଛେ କହିବା ହେ ରାଜନ

  62. Couplet 62

    ଭବାନୀ କୋଟିନାରୀ ମେଳେଯାହାଙ୍କ ପଦରେ ଖଟିଲେ

  63. Couplet 63

    ସେ ମହାପୁରୁଷଙ୍କ ଶକ୍ତିଘେନନ୍ତି ଚତୁର୍ବିଧମୂର୍ତ୍ତି

  64. Couplet 64

    ଚତୁର୍ଥୀ ତାମସୀ ଯେ ଜାଣଯାହାର ନାମ ସଙ୍କର୍ଷଣ

  65. Couplet 65

    ତହିଁ ସ୍ତୁବନ୍ତି ଶିବ ଧ୍ୟାନେତାମସୀ-ମୂର୍ତ୍ତି ସଙ୍କର୍ଷଣେ

  66. Couplet 66

    ନମସ୍ତେ ପୁରାଣପୁରୁଷଅଶେଷଗୁଣ ଯହିଁ ବାସ

  67. Couplet 67

    ଅବ୍ୟକ୍ତ ଅନନ୍ତ କାରଣଭଜଇ ତୋହର ଚରଣ

  68. Couplet 68

    ବ୍ରହ୍ମା ଈଶ୍ୱର ପର ତୁହିପ୍ରକୃତି ଥାଇ ତୋର ତହିଁ

  69. Couplet 69

    ଭୂତଭାବନ ତୋର ନାମତୋ ନାମେ ଏ ଭବଖଣ୍ତନ

  70. Couplet 70

    ଯାହାର ନାମ ଗୁଣ କର୍ମମନ-ବଚନେ ନୋହେ ଗମ୍ୟ

  71. Couplet 71

    ତୋ ତମ-ମାୟା-ଗୁଣେ ଛନ୍ଦିସଂସାର କରିଅଛୁ ବନ୍ଦୀ

  72. Couplet 72

    ମଧୁ-ଆସବେ ତାମ୍ରବର୍ଣ୍ଣଶୋଭଇ ଯାହାର ଲୋଚନ

  73. Couplet 73

    ଦିଶଇ ଅତି ଭୟଙ୍କରନାଗବଧୂଙ୍କ ମନୋହର

  74. Couplet 74

    ଯାହାର ସଦୃଶ ଅପରେନାହିଁ ଏ ବ୍ରହ୍ମାଣ୍ତ ଭିତରେ

  75. Couplet 75

    ଉତ୍ପତ୍ତି-ପ୍ରଳୟ-ପାଳନଏ ସର୍ବ ଯାହାର ଭିଆଣ

  76. Couplet 76

    ଯାହାର ଆଦି-ଅନ୍ତ ନାହିଁଅନନ୍ତ ନାମ ସେ ବୋଲାଇ

  77. Couplet 77

    ଯାର ଅସଂଖ୍ୟଶିରେ ମହୀସର୍ଷପପ୍ରାୟେ ବିରାଜଇ

  78. Couplet 78

    ଯାହାର ତହୁଁ ଜନ୍ମ ହୋଇଅଜ ଏ ସଂସାର ସର୍ଜଇ

  79. Couplet 79

    ବ୍ରହ୍ମାଦି ଆମ୍ଭେ ଯେ ସକଳେସେବିଛୁ ଯାର ପାଦତଳେ

  80. Couplet 80

    ରଜ୍ଜୁବନ୍ଧନ ପ୍ରାୟ ହୋଇଯନ୍ତ୍ରିତ ହୋଇଅଛୁ ରହି

  81. Couplet 81

    ଅନୁଗ୍ରହରୁଟି ଯାହାରଭିଆଣ କରୁଁ ଏ ସଂସାର

  82. Couplet 82

    ତ୍ରିଗୁଣସଙ୍ଗତେ ବନ୍ଧନଯାର ମାୟାରେ ପ୍ରାଣୀ ମନ

  83. Couplet 83

    ତ୍ରିଗୁଣବଶେ ମୋହି ହୋଇଜନ୍ମର ତ‌ତ୍ତ୍ୱ ନ ଜାଣଇ

  84. Couplet 84

    ତେସନ ମାୟାକୁ ବିସ୍ତାରିଯେ ପ୍ରଭୁ ଜଗତେ ବିହରି

  85. Couplet 85

    ତାହାଙ୍କୁ ମୋର ନମସ୍କାରଯେ ପ୍ରଭୁ ଜଗତଠାକୁର

  86. Couplet 86

    ସୂଜନେ ଶୁଣ ଏହୁବାଣୀପଞ୍ଚମସ୍କନ୍ଧେ ପରିମାଣି

  87. Couplet 87

    ସେ ପ୍ରଭୁ ଚରଣାରବିନ୍ଦେମନ ନିବେଶି ଅପ୍ରମାଦେ

  88. Couplet 88

    କହଇ ବିପ୍ର ଜଗନ୍ନାଥସୁଜନେ ଶୁଣ ଏକଚିତ୍ତ

  89. Couplet 89

    ମୁହିଁ ପାମର ଦୁରାଚାରଭୋ ନାଥ ମୋତେ କୃପାକର

Odia Bhagabata skandha 5 adhyaya 17 | Parbani by ParibhaAsha App