Skandha 5
Adhyaya 16
Couplet 1
ଏ ଭୂମିମଣ୍ତଳ ବିସ୍ତାରତୁମ୍ଭେ କହିଲ ମୁନିବର
Couplet 2
ଯାବତ ସୂର୍ଯ୍ୟର ପ୍ରକାଶନକ୍ଷତ୍ର ଚନ୍ଦ୍ରଙ୍କର ବାସ
Couplet 3
ପ୍ରିୟବ୍ରତ-ରଥଚରଣଯାବତ କରିଛି ଭ୍ରମଣ
Couplet 4
ତହୁଁ ଯେ ଗର୍ତ୍ତ ଉପୁଜିଲାସପତସିନ୍ଧୁ ସେ ହୋଇଲା
Couplet 5
ଏହା କହିଲ ବିପରୀତଅପରେ କି କି ଦ୍ୱୀପ ସାତ
Couplet 6
ଏହାର କେତେ ପରିମାଣଅପରେ ଯେତେକ ଲକ୍ଷଣ
Couplet 7
ଏ ସର୍ବ କହ ମୁନିବରଶୁଣିତେ ଶରଧା ମୋହର
Couplet 8
ଅଖିଳ-ବ୍ରହ୍ମାଣ୍ତ-କାରଣଅନନ୍ତ ଯାର ନାମ-ଗୁଣ
Couplet 9
ଯେ ସ୍ଥୂଳରୂପ ଭଗବାନସେ ଜ୍ୟୋତିର୍ମୟ ସୂକ୍ଷ୍ମ ବ୍ରହ୍ମ
Couplet 10
ପରମ ପରଙ୍କର ପରଯେ ବାସୁଦେବ ଚକ୍ରଧର
Couplet 11
ତାହାଙ୍କ ଚରଣାରବିନ୍ଦେମନ ମୋ ରହୁ ଅପ୍ରମାଦେ
Couplet 12
ଯେଣୁ ତୁମ୍ଭର ଅଗୋଚରନାହିଁ ଏ ବ୍ରହ୍ମାଣ୍ତ ମଧ୍ୟର
Couplet 13
ଏଣୁ ଏ ମୋହର ସନ୍ଦେହଭୋ ମୁନି ବିସ୍ତାରିଣ କହ
Couplet 14
ଶୁଣ ପରୀକ୍ଷ ନୃପବରମାୟାରେ ପ୍ରଭୁଙ୍କ ଶରୀର
Couplet 15
ସଂସାର ଯାହାର ଭିଆଣଅଶେଷପୁର ଯାର ସ୍ଥାନ
Couplet 16
ତାହାଙ୍କ ରୂପ ଗୁଣ ନାମବର୍ଣ୍ଣନେ କେବା ଅଛି କ୍ଷମ
Couplet 17
ନର ଅମର ଯେବେ ହୋଇତେବେ ସେ ବର୍ଣ୍ଣି ନ ପାରଇ
Couplet 18
ତଥାପି କିଛି ଶ୍ରେଷ୍ଠ କରିକହିବା ଶୁଣ ଦଣ୍ତଧାରୀ
Couplet 19
ଭୂଗୋଳଚକ୍ରର ବର୍ଣ୍ଣନରାଜନ ସାବଧାନେ ଶୁଣ
Couplet 20
ଏ ଜମ୍ବୁଦ୍ୱୀପ ନୃପବରବିକଚକମଳ ଆକାର
Couplet 21
ଅତି ଅଦ୍ଭୁତ ଏହି ସ୍ଥଳଲକ୍ଷେକ ଯୋଜନ ବିସ୍ତାର
Couplet 22
ଏ ମଧ୍ୟେ ନବ ଯେ ବରଷସହସ୍ରଯୋଜନ ପ୍ରକାଶ
Couplet 23
ମହତ ନବପର୍ବତରେବିଭାଗ ହୋଏ ଯେ ଯାହାରେ
Couplet 24
ଏ ନବବରଷ ମଧ୍ୟରେବର୍ଷ ଈଳାବୃତ ନାମରେ
Couplet 25
ଯାହାର ନାଭିଦେଶ ତହିଁପର୍ବତରାଜ ବିରାଜଇ
Couplet 26
ସୁବର୍ଣ୍ଣମୟ ବିରାଜିତଅତି ସୁନ୍ଦର ଅଦଭୁତ
Couplet 27
ଯାହାର ମସ୍ତକ ପ୍ରମାଣବିତ୍ରଶ ସହସ୍ର-ଯୋଜନ
Couplet 28
ଷୋଳସହସ୍ର ଯେ ଯୋଜନତାହାର ମୂଳ ପରିମାଣ
Couplet 29
ସୁବର୍ଣ୍ଣଶୃଙ୍ଗ ତିନି ତାରମହୀରେ ସ୍ତମ୍ଭର ଆକାର
Couplet 30
ପୂର୍ବ ଭାଗରେ ତିନି ଗିରିନୀଳ ଧବଳ ରୂପ ଧରି
Couplet 31
ଲବଣସିନ୍ଧୁ ନିକଟରେବେନିସହସ୍ର ଯେ ବିସ୍ତାରେ
Couplet 32
ନିଷଧ ହେମକୂଟ ଆଦିଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି
Couplet 33
ଏହା ଦକ୍ଷିଣେ ଗିରିବରହିମାଳୟ ନାମ ତାହାର
Couplet 34
ପୂର୍ବହୁଁ ଯଥାକ୍ରମେ ତାରଅୟୁତଯୋଜନ ବିସ୍ତାର
Couplet 35
ପୂର୍ବେ ପଶ୍ଚିମେ ମାଲ୍ୟବାନବିଶାଳ ଯେ ଗନ୍ଧମାର୍ଦ୍ଦନ
Couplet 36
ଦ୍ୱିସସ୍ରଯୋଜନ ବିସ୍ତାରଅଛଇ ଜଗତେ ପ୍ରଚାର
Couplet 37
ଭଦ୍ରାଶ୍ୱ କେତୁମାଳ ଆଦିଏହାଙ୍କ ସୀମା ସେ ପ୍ରସିଦ୍ଧି
Couplet 38
ମନ୍ଦର ଯେ ମେରୁମନ୍ଦରସୁପାର୍ଶ୍ୱ ଆଦି ଗିରିବର
Couplet 39
ସ୍ୱର୍ଣ୍ଣଗିରିଚତୁର୍ଭାଗରେଅଛନ୍ତି ବେଷ୍ଟିତ ଆକାରେ
Couplet 40
ବୃକ୍ଷ ନ୍ୟାଗ୍ରୋଧ ଆମ୍ରସାରଜମ୍ବୁ କଦମ୍ବ ଏ ଚତ୍ୱାର
Couplet 41
ପର୍ବତପ୍ରାୟେ ଉଚ୍ଚଶିରଯୋଜନସହସ୍ର ବିସ୍ତାର
Couplet 42
ଚତ୍ୱାର-ସିନ୍ଧୁ ତା ନିକଟେବିରାଜେ ନାନା ଶୁଭ୍ରତଟେ
Couplet 43
ମଧୁକ୍ଷୀର ଯେ ଈକ୍ଷୁ ଜଳଯହିଁ ସକଳ ଦେବମେଳ
Couplet 44
ଯେ ଯାହା ମତେ କରି ଧ୍ୟାନପ୍ରଭୁଙ୍କୁ କରନ୍ତି ଭଜନ
Couplet 45
ସେ ଜଳ ଅତି ଚମତ୍କାରସେବନେ ତୁଷ୍ଟ ଯୋଗୀବର
Couplet 46
ଭଦ୍ର ଚୈତ୍ରରଥ ନନ୍ଦନବୈଭ୍ରାଜ ଚାରି ଉପବନ
Couplet 47
ଯହିଁ ଅମରବୃନ୍ଦମାନକ୍ରୀଡା କରନ୍ତି ଅନୁକ୍ଷଣ
Couplet 48
କାମିନୀ ସଙ୍ଗତେ ଘେନିଣଯହିଁ ଅନଙ୍ଗ ମୂର୍ତ୍ତିମାନ
Couplet 49
ଏକାଦଶଶତଯୋଜନମନ୍ଦର-ଗିରିକ୍ରୋଟ ଜାଣ
Couplet 50
ଅତ୍ୟନ୍ତ-ତୁଙ୍ଗ ବୃକ୍ଷବରସୁରଙ୍ଗ-ଦଳ ଫଳ ତାର
Couplet 51
ସୁଗନ୍ଧ ଅମୃତ ସୁସ୍ୱାଦରସ ଗଳଇ ବିଶାରଦ
Couplet 52
ସେଠାରୁ ଅରୁଣୋଦା ସାରମନ୍ଦରୁ ହୋଇଛି ବାହାର
Couplet 53
ମେରୁମନ୍ଦରୁ ଜମ୍ବୁଫଳପାଚି ପଡଇ ମହୀତଳ
Couplet 54
ହସ୍ତୀପ୍ରମାଣେ ଫଳ ତାରରସ ଗଳଇ ଯେ ଅପାର
Couplet 55
ତହିଁରୁ ଜମ୍ବୁନଦ ଜାତଶୁଣ ସୁମନେ ପରୀକ୍ଷିତ
Couplet 56
ତାହାର ଜଳ-ସଂଯୋଗରେସୁବର୍ଣ୍ଣ ହୋଇଛି କ୍ଷିତିରେ
Couplet 57
ମହା କଦମ୍ବ-ତରୁବରତହିଁର ମଧ୍ୟରେ କ୍ରୋଟର
Couplet 58
ପରମଧାରା ରୂପ ହୋଇତହୁଁ ଯେ ମଧୁ ପ୍ରସରଇ
Couplet 59
ଈଲାବୃତକୁ ବେଢି କରିସୁଗନ୍ଧ ଆମୋଦ ପ୍ରସରି
Couplet 60
ତାର ସ୍ପରଶୁ ଯେ ପବନସୁଗନ୍ଧ ଶତେକଯୋଜନ
Couplet 61
କୁମୁଦଗିରି-ତଟଦେଶେବିଶାଳବଟ ଯେ ପ୍ରକାଶେ
Couplet 62
ତାହାର କନ୍ଦରୁ ବାହାରସୁସ୍ୱାଦୁ ପୟୋରାଶି ସାର
Couplet 63
ଈଳାବୃତର ଯେ ଉତ୍ତରେପ୍ରଜାଏ ସୁସ୍ଥ ଯାର ନୀରେ
Couplet 64
ଯାବତ ଜୀବ ସୁଖୀ ହୋଇଅଛନ୍ତି ଯାର ଜଳ ପିଇ
Couplet 65
କୁରଙ୍ଗ କୁଶୁମ୍ଭ କୁରରବୈକଙ୍କ ତ୍ରିକୁଟ ଶିଶିର
Couplet 66
ବୈଦୁର୍ଯ୍ୟ ନିଷଦ ରୂଚକକପିଳ ଶିନୀବାସ ଶଙ୍ଖ
Couplet 67
ଋଷଭ ଯାରୁଧି ପତଙ୍ଗକାଳଞ୍ଜର ଯେ ହଂସ ନାଗ
Couplet 68
ନୀରଦ ଆଦି ଯେ ବିଦିତଏମନ୍ତ ବିଂଶ ଯେ ପର୍ବତ
Couplet 69
ମେରୁକର୍ଣ୍ଣିକା ଚାରିପାଶେବିରାଜେ କେଶର-ସଦୃଶେ
Couplet 70
ଜଠର ଦେବକୁଟ ଦୁଇମେରୁର ପୂର୍ବଭାଗେ ରହି
Couplet 71
ବେନିସହସ୍ର ଉଚ୍ଚତାରଅଠରଯୋଜନ ବିସ୍ତାର
Couplet 72
ପବନ ପାରିପାତ୍ର ଦୁଇତାହାର ପଶ୍ଚିମେ ଶୋଭଇ
Couplet 73
କୈଳାସ କରବୀର ଦୁଇଦକ୍ଷିଣପାଶେ ବିରାଜଇ
Couplet 74
ଉତ୍ତରେ ତ୍ରିଶୃଙ୍ଗ ମକରଅଛନ୍ତି ବେନିଗିରିବର
Couplet 75
ଏ ଅଷ୍ଟଗିରି ମଧ୍ୟଦେଶେସୁବର୍ଣ୍ଣଗିରି ଯେ ପ୍ରକାଶେ
Couplet 76
ସୁବର୍ଣ୍ଣଗିରି ଅଗ୍ରଦେଶେବ୍ରହ୍ମାର ସଦନ ପ୍ରକାଶେ
Couplet 77
ଅୟୁତଯୋଜନ ସେ ହୋଇନାନାକୁସୁମେ ସୁବାସଇ
Couplet 78
ହେମକଳସ ତୁଙ୍ଗ ସାରକି ଅବା ଦେବା ପଟାନ୍ତର
Couplet 79
ଚାରିଦିଗରେ ଯେ ତାହାରଇନ୍ଦ୍ରାଦିଲୋକପାଳଙ୍କର
Couplet 80
ଯଥାକ୍ରମରେ ଯେଝାମତେନିର୍ମିତ ପୁର ଯଥୋଚିତେ
Couplet 81
ଆନନ୍ଦ ହୋଇ ଯତୋଚିତେବିହାର କରନ୍ତି ସମସ୍ତେ
Couplet 82
ଅଷ୍ଟଦିଗପାଳଙ୍କ ପୁରସୁସଞ୍ଚ ଅତି ମନୋହର
Couplet 83
ପଞ୍ଚମସ୍କନ୍ଧେ ଏହୁ ବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 84
ପ୍ରଭୁ-ପଦାରବିନ୍ଦତଳେମୋମନ ରହୁ ସୁନିଶ୍ଚଳେ
Couplet 85
କହଇ ଦାସ ଜଗନ୍ନାଥକୃଷ୍ଣଚରିତ ଭାଗବତ