Skandha 5
Adhyaya 15
Couplet 1
ଶୁଣ ପରୀକ୍ଷ ନରନାଥଭରତବଂଶାନୁଚରିତ
Couplet 2
ସୁମତି ତାହାର ତନୟେଋଷଭପଥେ ସେ ଆଶ୍ରୟେ
Couplet 3
ପାଷଣ୍ତଜନେ କଳିଯୁଗେଧର୍ମକଳ୍ପିବେ ତାଙ୍କ ମାର୍ଗେ
Couplet 4
ବେଦ ଯେତେକ ଅଛି କହିତହିଁରେ ଏ ଦେବତା ନାହିଁ
Couplet 5
ତାହାର ବୃଦ୍ଧସେନା ନାମଭାର୍ଯ୍ୟା ଅଟଇ ଅନୁପମ
Couplet 6
ସୁମତି-ପତ୍ନୀଠାରେ ସୁତହୋଇଲା ନାବ ଦେବଜିତ
Couplet 7
ତାହାର ହୋଇଲା କୁମରଦେବଦ୍ୟୁମନ ନାମ ତାର
Couplet 8
ପରମେଷ୍ଠୀ ତାର କୁମରଜନ୍ମିଲା ଧେନୁମତୀ ଠାର
Couplet 9
ସୁବର୍ଚ୍ଚଳା ଯେ ପତ୍ନୀ ତାରଜନ୍ମିଲା ପ୍ରତୀହ କୁମର
Couplet 10
ଏ ଆତ୍ମବିଦ୍ୟା ବ୍ୟାଖ୍ୟାକରିଭଜିଲା ପ୍ରଭୁ ନରହରି
Couplet 11
ତାହାର ପ୍ରତିହର୍ତ୍ତା ନାମତନୟ ହୋଇଲେ ଜନମ
Couplet 12
ପ୍ରତିହର୍ତ୍ତାର ଯେ କୁମରବେନି ହୋଇଲେ ନୃପବର
Couplet 13
ଭୂମାନ ଅଜ ଯେ କୁମରହୋଇଲେ ସ୍ତୁତିଠାରେ ତାର
Couplet 14
ଉଦ୍ଗୀଥ ଭୂମାର ଯେ ସୁତଋଷିକୂଲ୍ୟାର ତହୁଁ ଜାତ
Couplet 15
ଦେବକୂଲ୍ୟାର ତହିଁ ତାରହୋଇଲା ପ୍ରସ୍ତାବ କୁମର
Couplet 16
ନିରୁତ୍ସାୟାର ତହିଁ ତାରଜନ୍ମିଲା ବିଭୁ ଯେ କୁମର
Couplet 17
ରତିରଠାରେ ଯେ ବିଭୁରପୃଥୁବେଣ ବୋଲି କୁମର
Couplet 18
ଆକୂତିଠାରେ ତାର ସୁତନକ୍ତ ନାମରେ ସେ ବିଦିତ
Couplet 19
ନକ୍ତରାଜାର ଯେ କୁମରହୋଇଲା ଗୟ ନୃପବର
Couplet 20
ସେ ବିଷ୍ଣୁଅଂଶକୁ ବହଇନାନା ଲକ୍ଷଣେ ପୂର୍ଣ୍ଣ ହୋଇ
Couplet 21
ସ୍ୱଧର୍ମେ ପ୍ରଜାପାଳନରେମନ ତାହାର ନିରନ୍ତରେ
Couplet 22
ଯେ ମହାପୁରୁଷ ଈଶ୍ୱରଅନାଦିନାତ ନିରାକାର
Couplet 23
ସେ ସର୍ବଦେବଙ୍କର ବରପରମବ୍ରହ୍ମ ଯୋଗେଶ୍ୱର
Couplet 24
ତାହାଙ୍କ ତହିଁ ମନ ଦେଇପରମଭକ୍ତିଭାବ ବହି
Couplet 25
ସତ୍ତ୍ୱପ୍ରଧାନମତି ହୋଇଆନନ୍ଦେ ପାଳଇ ସେ ମହୀ
Couplet 26
ତାହାର ଗୁଣ ମହୀତଳେଗାୟନ କରନ୍ତି ସକଳେ
Couplet 27
ଗୟର ସମ କେ ସଂସାରେଯଜ୍ଞାଦିକର୍ମ କରିବାରେ
Couplet 28
ଯାହାର ଭକ୍ତିଭାବୁଁ କରିବଶ ହୋଇଲେ ନରହରି
Couplet 29
ଯାହାକୁ ଦକ୍ଷକନ୍ୟାଯାକସନ୍ତୋଷେ କଲେ ଅଭିଷେକ
Couplet 30
ସକଳତୀର୍ଥୁ ଜଳ ନେଇରାଜତ୍ୱପଣ ତାକୁ ଦେଇ
Couplet 31
ତାହାର ପ୍ରଜାସୁଖ ପାଇଁବହୁତ ଶସ୍ୟ ଦେଲା ମହୀ
Couplet 32
ମହୀରେ ଯେତେ ନୃପବରଖଟନ୍ତି ତାହାର ପୟର
Couplet 33
ସଂଗ୍ରାମେ ଯାହାର ଚରିତସ୍ତୁତି କରନ୍ତି ଶୂରବନ୍ତ
Couplet 34
ଯାହାର ଯଜ୍ଞମାନଙ୍କରେସନ୍ତୋଷ ହେଲେ ଦ୍ୱିଜବରେ
Couplet 35
ଇନ୍ଦ୍ର-ସୂର୍ଯ୍ୟାଦି ଦେବ ଯେତେସନ୍ତୁଷ୍ଟ ହୋଇଲେ ସମସ୍ତେ
Couplet 36
ଏ ଅନନ୍ତରେ ପରୀକ୍ଷିତତାହାର ହେଲେ ତିନିସୂତ
Couplet 37
ସୁଗତି ଚିତ୍ରରଥ ନାମତୃତୀୟ ଯେ ଅବରୋଧନ
Couplet 38
ଚିତ୍ରରଥର ପତ୍ନୀଠାରସମ୍ରାଟ ହୋଇଲେ କୁମର
Couplet 39
ଉତ୍କଳାପତ୍ନୀଠାରେ ତାରମରୀଚି ହୋଇଲା କୁମର
Couplet 40
ତା ପତ୍ନୀ ବିନ୍ଦୁମତୀଠାରେବିନ୍ଦୁମାନ ହେଲା କୁମରେ
Couplet 41
ବିନ୍ଦୁମାନର ଯେ କୁମରମଧୁ ହୋଇଲା ନୃପବର
Couplet 42
ତାର ବୀରବ୍ରତ କୁମରଭୋଜା ନାମରେ ପତ୍ନୀ ତାର
Couplet 43
ତାହାର ତହୁଁ ବେନିସୁତମନ୍ଥୁ ପ୍ରମନ୍ଥୁ ଯେ ବିଦିତ
Couplet 44
ମନ୍ଥୁର ସତ୍ୟାଠାରେ ସୁତଭୌବନ ହୋଇଲେ ବିଦିତ
Couplet 45
ଦୂଷଣା-ପତ୍ନୀଠାରେ ତାରତୋଷ୍ଟା ସେ ହୋଇଲା କୁମର
Couplet 46
ବିରୋଚନାର ତହିଁ ତାରବିରଜ ହୋଇଲା କୁମର
Couplet 47
ଶୁଣ ରାଜନ ପରୀକ୍ଷିତବିରଜ-ପୁତ୍ର ହେଲେ ଶତ
Couplet 48
ଏହାଙ୍କ ମଧ୍ୟେ ଶ୍ରେଷ୍ଠତରଶତଜିତ ପୁତ୍ର ତାହାର
Couplet 49
ବିଷୂଚୀ ପତ୍ନୀଠାରେ ତାରକନ୍ୟା ଗୋଟିଏ ଯେ ଅପର
Couplet 50
ଶୁଣ ରାଜନ ପରୀକ୍ଷିତଏମନ୍ତେ ଲୋକେ ହୋଇ ଜାତ
Couplet 51
ପ୍ରିୟବତର ବଂଶମାନବିରଜ ପ୍ରଭାବୁଁ ରାଜନ
Couplet 52
ବିଷ୍ଣୁପ୍ରଭାବୁ ଦେବେ ଯେହ୍ନେଶୋଭିତ ହୋଇଲେ ତେସନେ
Couplet 53
ବିଦିତ ହେଲେ ସର୍ବସ୍ଥାନେବିଷ୍ଣୁ ଭକତି ବିଦ୍ୟମାନେ
Couplet 54
ପ୍ରିୟବ୍ରତର ବଂଶମାନସୁଜନେ ସାବଧାନେ ଶୁଣ
Couplet 55
ଏଣୁ କୃଷ୍ଣର ପାଦତଳେଭକତି ହୋଇବ ନିଶ୍ଚଳେ
Couplet 56
କହଇ ବିପ୍ର ଜଗନ୍ନାଥକୃଷ୍ଣଚରିତ ଭାଗବତ