Skip to content
paribhaasha

Skandha 5

Adhyaya 14

  1. Couplet 1

    ଏ ଯେଉଁ ସଂସାର-ଅରଣ୍ୟତହିଁରେ ଯେତେ ଜୀବଗଣ

  2. Couplet 2

    ବେପାରୀ ବଣିଜାର ପ୍ରାୟେସଂସାରମାର୍ଗେ ଭ୍ରମୁଥାଏ

  3. Couplet 3

    ଭଗବାନ ପ୍ରଭୁ ଈଶ୍ୱରଯେ ବିଷ୍ଣୁ ଅଖିଳଠାକୁର

  4. Couplet 4

    ତାର ମାୟାରେ ମୋହ ହୋଇଏ ଜୀବ କିଛି ନ ଜାଣଇ

  5. Couplet 5

    ଦେହାଭିମାନୀ ହୋଇ ନରସ‌ତ୍ତ୍ୱାଦିଗୁଣେ ତାହାଙ୍କର

  6. Couplet 6

    କୁଶଳ-ଅକୁଶଳ ଦୁଇମିଶ୍ରଣେ ନିର୍ମିତ ଯେ ହୋଇ

  7. Couplet 7

    ବିବିଧ ଦେହମାନ ବହିସଂଯୋଗ ବିଯୋଗ ସେ ହୋଇ

  8. Couplet 8

    ଏଣେ ନିର୍ମିତ ଯେ ସଂସାରଇନ୍ଦ୍ରିୟଦ୍ୱାରେ ତା ବିହାର

  9. Couplet 9

    ଦୁର୍ଗମମାର୍ଗ ଏ ସଂସାରଶ୍ମଶାନ ପ୍ରାୟ ଭୟଙ୍କର

  10. Couplet 10

    ଏହାକୁ ମୂଢ ନ ଜାଣଇବିଷ୍ଣୁ ମାୟାରେ ମୋହ ହୋଇ

  11. Couplet 11

    ଘୋର-ଅରଣ୍ୟ ଏ ସଂସାରଏଥିରେ ରତ ମୂଢ଼ନର

  12. Couplet 12

    ବିବିଧ ବିଫଳ ଯେ କର୍ମତେଣେ ହୁଅଇ ମତିଭ୍ରମ

  13. Couplet 13

    ପ୍ରଭୁଙ୍କ ଚରଣାରବିନ୍ଦସ୍ୱାଦୁ ସୁଗନ୍ଧ ମକରନ୍ଦ

  14. Couplet 14

    ତାହାକୁ ଆସ୍ୱାଦ ଯେ କରିଅଛନ୍ତି ସେ ପଦ ଆବୋରି

  15. Couplet 15

    ତାହାଙ୍କଠାରେ ଏ ସଂସାରହୁଅଇ ସୁଖର ଆକର

  16. Couplet 16

    ପାପ ନାଶଇ ସୁଖ ଦେଇଏମନ୍ତ ପଦବୀ ସେ ହୋଇ

  17. Couplet 17

    ସେ ପଥ ଆଶ୍ରୟ ନ କରିଭ୍ରମନ୍ତି ମାୟାକୁ ଆବୋରି

  18. Couplet 18

    ଏ ଦେହେ ଯେତେ ଇନ୍ଦ୍ରିଗଣଚଉର ବୋଲି ତାଙ୍କୁ ଜାଣ

  19. Couplet 19

    ପରମଗୁରୁ ଆରାଧନଏ ଆଦି ଯେତେ ଶୁଭକର୍ମ

  20. Couplet 20

    ବହୁ କୁଚ୍ଛ୍ରାଦି ତପଫଳବଳେ ହରନ୍ତି ମହୀପାଳ

  21. Couplet 21

    ଦୃଷ୍ଟିରେ ବସ୍ତୁରୂପ ଦେଖିକରେ ସ୍ପରଶ ଉପଲକ୍ଷି

  22. Couplet 22

    ଶବଦ ଶୁଣଇ କର୍ଣ୍ଣରେଆସ୍ୱାଦ କରଇ ଜିହ୍ୱାରେ

  23. Couplet 23

    ଏ ଆଦି ଯେତେ ଇନ୍ଦ୍ରିଗଣନାନା-ଉପଭୋଗ କାରଣ

  24. Couplet 24

    ଗ୍ରାମ୍ୟ-ଭୋଗରେ ଭୋଳ ହୋଇଅଜିତେନ୍ଦ୍ରିୟ ଯେତେ ଦେହୀ

  25. Couplet 25

    କରନ୍ତି ଆତ୍ମାପୁଣ୍ୟ ଦୂରତେଣୁ ସେ ମୂଢ଼ ନୃପବର

  26. Couplet 26

    ଅଥବା କୁଟୁମ୍ବ ବିଷୟେଅପତ୍ୟ-ସ୍ନେହ ମାୟାମୋହେ

  27. Couplet 27

    କଦର୍ଯ୍ୟା-କୁଟୁମ୍ବ-ଭରଣମୋହେ ହୁଅନ୍ତି ହତଜ୍ଞାନ

  28. Couplet 28

    ଦାରା ତନୟ ନାମ ବହିବ୍ୟାଘ୍ର ଶୃଗାଳ ପ୍ରାୟ ହୋଇ

  29. Couplet 29

    ନାଶନ୍ତି ତାର ଧର୍ମ-ଧନମେଷ ଶାବକକୁ ଯେସନ

  30. Couplet 30

    ଯେସନେ କୃଷିକାରୀ ଜନେଅନୁବତ୍ସର କରଷଣେ

  31. Couplet 31

    ଯେ ତୃଣ ଗୁଳ୍ମ ଲତା ଆଦିନିଃଶେଷେ ନ ପାରନ୍ତି ଛେଦି

  32. Couplet 32

    ସେ ବୀଜ କେବେ ନଷ୍ଟ ନୋହେପୁଣି ସେ କ୍ଷେତ୍ରେ ଉଦେ ହୋଏ

  33. Couplet 33

    ସେ ରୂପେ ଏ ଯେ ଗୃହାଶ୍ରମକର୍ମନାଶନେ ନୋହେ କ୍ଷମ

  34. Couplet 34

    ଦଂଶ ମଶକ ନୀଚଜନକ୍ରୀଡା କରିଣ ହରେ ଧନ

  35. Couplet 35

    ଶଲଭ ଶକୁନ୍ତ ତସ୍କରମୂଷିକ ଆଦି ପୀଡା ଘୋର

  36. Couplet 36

    ଅବିଦ୍ୟା-କାମ୍ୟକର୍ମେ ମନଜଡିଣ ଥାଇ ଅନୁକ୍ଷଣ

  37. Couplet 37

    ବାସନା କ୍ଷୀଣ ତାର ନୋହିଏ ନରଲୋକେ ଭ୍ରମୁଥାଇ

  38. Couplet 38

    ଗନ୍ଧର୍ବ-ନଗର ପରାୟେମିଥ୍ୟାକୁ ସତ୍ୟେ ଦେଖେ ରାୟେ

  39. Couplet 39

    ଏ ଯେ ଗନ୍ଧର୍ବ ନଗରରେବିଷୟ-ମୃଗତୃଷ୍ଣାତୁରେ

  40. Couplet 40

    ମଦ୍ୟ ମାଂସ ଯେ ସ୍ପୀସଙ୍ଗମନିରତେ ଏଣେ ହୋଏ ଭ୍ରମ

  41. Couplet 41

    ଦାରା ତନୟ ଗୃହେ ଥାଇକେବଳ କ୍ଳେଶକୁ ଲଭଇ

  42. Couplet 42

    ଅଶେଷ ଦୋଷଙ୍କର ସ୍ଥାନଅଗ୍ନି-ପୁରୀଷ ଯେ ସୁବର୍ଣ୍ଣ

  43. Couplet 43

    ତେଣେ ସେ ଦେଇଥାଇ ବୁଦ୍ଧିସୁବର୍ଣ୍ଣ-ଅର୍ଜନେ ଅବଧି

  44. Couplet 44

    ଯେସନେ ଶୀତାତୁରଜନେପିଶାଚ ଅଗ୍ନି ଦେଖି ବନେ

  45. Couplet 45

    ଅଗ୍ନିମଣି ତାକୁ ପ୍ରତ୍ୟକ୍ଷେଧାଇଁ ଛୁଟଇ ତାର ପଛେ

  46. Couplet 46

    ସ୍ୱଭାବେ ଅଗ୍ନି ସେ ନୁହଇତାକୁ ପାଇବ ଅବା କାହିଁ

  47. Couplet 47

    କେବେ ବା ଗୃହାଶ୍ରମକର୍ମେମନ ନିବେଶି ସେ ଯେ ଭ୍ରମେ

  48. Couplet 48

    କେବେହେଁ କୁଟୁମ୍ବ ଆବୋରିବାତ-ଉପମା ସେ ଯେ ନାରୀ

  49. Couplet 49

    ତାହାଙ୍କ ଅଙ୍କ ଆଶ୍ରେ କରେଧୂଳି-ଉପମା ତା ସ୍ନେହରେ

  50. Couplet 50

    ତେଣେ ତା ଦୃଷ୍ଟି ଆବରଣେଦିଗ ଦେବତାଙ୍କୁ ନ ଜାଣେ

  51. Couplet 51

    ପାପ ଆଚରେ ମତିଭ୍ରମେଶାସ୍ତ୍ରମର୍ଯ୍ୟାଦା ଅତିକ୍ରମେ

  52. Couplet 52

    କେବେହେଁ ଦେହ ମିଥ୍ୟା ମାନିନିବୃତ୍ତମନ ହୋଏ ପ୍ରାଣୀ

  53. Couplet 53

    ନିଦ୍ରାରେ ସ୍ୱପ୍ନପ୍ରାୟ କରିକ୍ଷଣକେ ପୁଣି ତା ପାଶୋରି

  54. Couplet 54

    କେବେ ଉଲ୍ଲୁକ ଅବା ଝିଲ୍ଲିକର୍କଶରାବଠାରୁ ବଳି

  55. Couplet 55

    ରିପୁ ବା ରାଜକୁଳଜନକରନ୍ତି ଯେ ଅବା ଭର୍ତ୍ସନ

  56. Couplet 56

    ତେଣେ ବ୍ୟଥିତଚିତ୍ତ ହୋଇବଧିରପ୍ରାୟ ରହିଥାଇ

  57. Couplet 57

    ଯେତେ ସୁକୃତ-କର୍ମଫଳଭୋଗର ଅନ୍ତେ ମହୀପାଳ

  58. Couplet 58

    ଜୀବନମୃତ ଯେତେ ଧନୀତାହାଙ୍କୁ ଅନୁସରେ ପ୍ରାଣୀ

  59. Couplet 59

    ପ୍ରାଣୁ ଅଧିକ ସ୍ନେହ ଭରେସେ ଧନ ରଖେ ନିରନ୍ତରେ

  60. Couplet 60

    ଦେବ ଅତିଥି ପିତୃଜନନ ଦିଏ ନକରେ ଭୋଜନ

  61. Couplet 61

    ଏଣୁ ଅସତସଙ୍ଗେ ନରଲଭଇ ପାଷଣ୍ତ ଶରୀର

  62. Couplet 62

    ଉଭୟଲୋକେ ଦୁଃଖ ପାଏଏମନ୍ତ ଜାଣ ନରରାୟେ

  63. Couplet 63

    କେବେ ବା କ୍ଷୁଧା ତୃଷାଭରେଅତି ପୀଡିତ ହୋଇ ନରେ

  64. Couplet 64

    ପିତା ପୁତ୍ର ଯେ ଅନ୍ୟୁ ଅନ୍ୟେନାଶନ୍ତି ପୁଣି ଅନ୍ନବିନେ

  65. Couplet 65

    ଗୃହ ଦ୍ରବିଣ ଦାରା ସୁତଏ ଆଦି ଯେତେ ପ୍ରିୟଅର୍ଥ

  66. Couplet 66

    ତହିଁ କ୍ଲେଶିତ କେହି ହୋଇବନଅନଳେ ଯେହ୍ନେ ଦହି

  67. Couplet 67

    କେବେ ବା ରାଜା ହରେ ଧନନାନାକ୍ଲେଶରେ ଦୁଃଖମନ

  68. Couplet 68

    ଜୀବନମୃତ ପ୍ରାୟ ହୋଇକେବେ ବା କ୍ଷଣେ ସେ ରହଇ

  69. Couplet 69

    କେବେ ବା ପିତୃ-ପିତାମହେଚିନ୍ତାରେ ଲଭେ ସ୍ୱପ୍ନ ପ୍ରାୟେ

  70. Couplet 70

    କେବେ ବା ଗୃହାଶ୍ରମ-କର୍ମେମନନିବେଶି ମାୟାଭ୍ରମେ

  71. Couplet 71

    ପାପ-ଅନଳେ ଦେହ ଧରିନିତ୍ୟ ଭ୍ରମଇଁ କର୍ମକରି

  72. Couplet 72

    ଲୌକିକ-କର୍ମେ କ୍ଳେଶଜାତକ୍ଷଣକ୍ଷଣକେ ଦୁଃଖଚିତ୍ତ

  73. Couplet 73

    କଣ୍ଟକ-ଦୁର୍ଗମ-ପର୍ବତେଅରୋହେ ନାନା କଷ୍ଟମତେ

  74. Couplet 74

    କେବେ ବା କୁଟୁମ୍ବ ଆବୋରିବିଷୟା-ବିଷ ପାନକରି

  75. Couplet 75

    କ୍ଷୁଧା-ଅନଳେ ଦହି ହୁଏତେଣୁ କୁଟୁମ୍ବେ କ୍ରୋଧ ବହେ

  76. Couplet 76

    କେବେ ସେ ନିଦ୍ରା-ଅଜଗରେଅଜ୍ଞାନତମେ ଶୋଇ ମରେ

  77. Couplet 77

    ଶ୍ମଶାନ ଶବ ପ୍ରାୟ ହୋଇସୁଖଦୁଃଖକୁ ନ ଜାଣଇ

  78. Couplet 78

    ଦୁର୍ଜନଦ୍ୱନ୍ଦ୍ୱେ ଦୁଃଖକରିଉନ୍ନିଦ୍ର-ଭାବକୁ ଆଚରି

  79. Couplet 79

    ବ୍ୟଥିତ-ହୃଦୟକୁ ପାଇଅନ୍ଧ ଯେସନେ କଷ୍ଟେ ଥାଇ

  80. Couplet 80

    ଅଜ୍ଞାନଭାବୁ କଷ୍ଟଚିତ୍ତେପଡ଼ଇ ଅନ୍ଧତମେ ଅନ୍ତେ

  81. Couplet 81

    ସକାମେ ହରି ପରଧନକେବେ ତା ନ କରେ ପ୍ରଦାନ

  82. Couplet 82

    ନିରତେ ପରଦାରା ସେବିପରକଥାରେ ପରାଭବି

  83. Couplet 83

    ସ୍ୱାମୀରେ ଦ୍ରୋହ ଚିନ୍ତା କରେଦୁର୍ଗମ-ନରକ ଆବୋରେ

  84. Couplet 84

    ଏମନ୍ତେ ଆତ୍ମା-କର୍ମଫଳେପ୍ରାଣୀ ଭ୍ରମନ୍ତି ଏ ଶୟଳେ

  85. Couplet 85

    ଜନ୍ମବାସନାଫଳେ ତାରପୁଣି ଜନ୍ମଇ ଏ ସଂସାର

  86. Couplet 86

    ଶୁଣ ରାଜନ ଏକମନେଯେବେ ଏ କର୍ମେ କର୍ମୀମାନେ

  87. Couplet 87

    ଛେଦନ୍ତି କୃଷ୍ଣେ ଆଶ୍ରେ କରିତେବେ ସଂସାରୁ ପ୍ରାଣୀ ତରି

  88. Couplet 88

    ଶୀତ ବରଷା ଯେ ତପତିତ୍ରିତାପତାପେ ଦୁଃଖମତି

  89. Couplet 89

    ଏ ଆଦି ନିବାରଣ ସେହିକେବେ ହେଁ କରି ନ ପାରଇ

  90. Couplet 90

    ଦୁରନ୍ତଚିନ୍ତାମଗ୍ନ ହୋଇବିଷର୍ଣ୍ଣଭାବରେ ରହଇ

  91. Couplet 91

    କେବେହେଁ ନାନା ଗୀତନାଦେଦୈବର ବିଭୂତି ସମ୍ପଦେ

  92. Couplet 92

    କେବେହେଁ ହୃଦେ ନ ଚିନ୍ତିବବିଷ୍ଣୁର ପାଦେ ମନଦେବ

  93. Couplet 93

    ଆନର ଧନ ଆନେ ଦେଇସ୍ୱଭାବେ ଦ୍ୱନ୍ଦ୍ୱ ଉପୁଜାଇ

  94. Couplet 94

    ଏ ଯେ ସଂସାର ଘୋରପଥନାନା ଉପସର୍ଗ ସହିତ

  95. Couplet 95

    ଦ୍ୱେଷଭାବକୁ ଲୋକେ ପାଇଅନ୍ତେ ସେ ନରକ ଲଭଇ

  96. Couplet 96

    ଏ ଭାବେ ଆଶ୍ରେ କରି ପ୍ରାଣୀଏ ଭବ ଅନୁଭବେ ଜାଣି

  97. Couplet 97

    ଶୋକ-ଲୋଭାଦି ମୋହମାନମାତ୍ସର୍ଯ୍ୟ ଈର୍ଷ୍ୟା ଅଭିମାନ

  98. Couplet 98

    ସୁଖ ଦୁଃଖ ବା ଅପମାନରାଗ ଦ୍ୱେଷ ଯେ କ୍ଷୁଧା ଜନ୍ମ

  99. Couplet 99

    ପିପାସାଆଦି ବ୍ୟାଧି ଯେତେଜରା-ମରଣାଦି ସହିତେ

  100. Couplet 100

    ଦେବମାୟା ମୋହ ହୋଇନାରୀର ବଶଭାବ ବହି

  101. Couplet 101

    ତା ଭୁଜଲତାରେ ବନ୍ଧନତା ସ୍ନେହେ ମନ କରି ଛନ୍ନ

  102. Couplet 102

    ତା ଅବଲୋକନ-ବିହାରେତେଣେ ଆସକ୍ତ ମୂଢ଼ନରେ

  103. Couplet 103

    ସୁତ-ଦୁହିତାଙ୍କ ବଚନେଶ୍ରୁତି ନିବେଶି ଅନୁକ୍ଷଣେ

  104. Couplet 104

    ତାହାଙ୍କ କୋମଳବଚନଶ୍ରବଣେ ପୀୟୁଷ ଯେସନ

  105. Couplet 105

    ହୃଦୟେ ହରଷିତ ହୋଇଆଶାକୁ ତହିଁରେ ବଳାଇ

  106. Couplet 106

    ଦୁର୍ବଳଆତ୍ମା ଯେ ଅଟନ୍ତିଜୀବକୁ ନରକେ କ୍ଷେପନ୍ତି

  107. Couplet 107

    କେବେ ବା ଅଖିଳଈଶ୍ୱରବିଷ୍ଣୁ ଭଗବାନ ଠାକୁର

  108. Couplet 108

    ଯାହାର କାଳଚକ୍ରେ କରିସଂସାରସମୂହ ସଂହରି

  109. Couplet 109

    ସକଳ ବଶଟି ତାହାରଏମନ୍ତ ପ୍ରଭୁ ଯେ ଈଶ୍ୱର

  110. Couplet 110

    ତାହାର କାଳଚକ୍ର କରେଭ୍ରମଇଁ ଅଖିଳସଂସାରେ

  111. Couplet 111

    ଯେ ଯଜ୍ଞପୁରୁଷ ଠାକୁରତାହାଙ୍କୁ କରି ଅନାଦର

  112. Couplet 112

    ପାଷଣ୍ତଭାବକୁ ଆଚରିନାନାଦେବତା ସେବାକରି

  113. Couplet 113

    ଆତ୍ମାର ଗତି ନ ବିଚାରିବିବିଧ କୁପଥ ଆଚରି

  114. Couplet 114

    ନିଗମ-ଅନାଚାର-କର୍ମକରନ୍ତି ହୋଇ ମତିଭ୍ରମ

  115. Couplet 115

    ପାଷଣ୍ତଭାବରେ ବିଦିତଆତ୍ମାକୁ କରନ୍ତି ବଞ୍ଚିତ

  116. Couplet 116

    ଅଗ୍ନିହୋତ୍ରାଦି ସହିତରେବଞ୍ଚଇ ଶୁଦ୍ର -ପରକାରେ

  117. Couplet 117

    ମୈଥୁନଭାବ ଅନୁକ୍ଷଣେଆକୁଳ କୁଟୁମ୍ବପୋଷଣେ

  118. Couplet 118

    ଅଜ୍ଞାନ-ପାଷଣ୍ତ ବେଭାରେନିରତେ ସ୍ତ୍ରୀବଶେ ବିହରେ

  119. Couplet 119

    ଅତି-କୃପଣବୁଦ୍ଧି ହୋଇଅନ୍ୟୋନ୍ୟେ ସ୍ନେହଭାବ ବହି

  120. Couplet 120

    ତା ମୁଖ ଚାହେଁ ଅନୁକ୍ଷଣେପ୍ରତେଜି ପିତୃମାତୃଗଣେ

  121. Couplet 121

    ବିସ୍ମରି ମୃତ୍ୟୁକାଳ ତହିଁଅଜ୍ଞାନେ ସ୍ୱଚ୍ଛନ୍ଦେ ଭ୍ରମଇଁ

  122. Couplet 122

    ବାନର-ପଶୁର ସମାନମୈଥୁନେ ହରୁଥାଇ ଦିନ

  123. Couplet 123

    ପରମ-ଉତ୍ସବ ମଣଇଦାରାତନୟମଧ୍ୟେ ରହି

  124. Couplet 124

    ମୃତ୍ୟୁ-ଅଜଗର ଭୟରେପଶଇ ଗିରି-କନ୍ଦରରେ

  125. Couplet 125

    ଶୀତ ତପତ ଦୁଃଖମାନଦୈବ୍ୟର ବିଭୂତିବ୍ୟସନ

  126. Couplet 126

    ଦୁସ୍ତର ଚିନ୍ତାମଗ୍ନ ହୋଇବିକଳଭାବରେ ରହଇ

  127. Couplet 127

    କେବେହେଁ ଏକାନ୍ତେ ରମଇଁକେବେହେଁ କ୍ଷୀଣଧନ ହୋଇ

  128. Couplet 128

    ଦ୍ରବ୍ୟ-ସଂଗ୍ରହେ ଯେ ସ୍ୱଭାବଶଯ୍ୟା ଆସନ ଆଦିଭୋଗ

  129. Couplet 129

    ସକଳ-ଉପଭୋଗ ତାରଦ୍ରବ୍ୟ-ବିହୀନେ ହୋଏ ଦୂର

  130. Couplet 130

    ପୁଣି କେବେହେଁ ମନୋରଥଦ୍ରବ୍ୟ-ଲାଳସେ ଭ୍ରମେ ଚିତ୍ତ

  131. Couplet 131

    ପୁଣି କେବେହେଁ ଦ୍ରବ୍ୟ ପାଇଁମତି ତାହାର ତୁଷ୍ଟ ହୋଇ

  132. Couplet 132

    ସୁଖବିହାର ଆଦି ଯେତେଇଚ୍ଛଇ କଳତ୍ର ସହିତେ

  133. Couplet 133

    ଏମନ୍ତ ଚିତ୍ତବୃତ୍ତି ସଙ୍ଗେବୁଡଇ ସ୍ନେହ-ଅନୁରାଗେ

  134. Couplet 134

    ତେଣୁ ସେ ପୂର୍ବ-ବାସନାରେବିବିଧ ଶରୀରେ ପ୍ରଚରେ

  135. Couplet 135

    ତେଣୁ ସଂସାରପଥେ ନରନାନା କ୍ଲେଶ ବ୍ୟାଧି ଶରୀର

  136. Couplet 136

    ପୁଣି ଜନ୍ମିଣ ନାଶ ଯାଇନାନା ଆପଦକୁ ଭୁଞ୍ଜଇ

  137. Couplet 137

    ନାନା ଶୋକ ମୋହ ତାପରେପୀଡିତ ହୋଏ ତା ଶରୀରେ

  138. Couplet 138

    ଅସାଧୁ-ବନ୍ଧନେ ବଞ୍ଚଇସେ ପଥ ପାର ନ ଦେଖଇ

  139. Couplet 139

    ଯେ ପଥ ଅତ୍ୟନ୍ତ ନିର୍ମଳସୁସାଧୁ ନର ଯହିଁ ଠୁଳ

  140. Couplet 140

    ଅଗମ୍ୟ ରାଜଋଷିଙ୍କରଯେ ପଥ ଅତି ଅଗୋଚର

  141. Couplet 141

    ମାୟାକୁ ପରିହାର କରିଯେ କର୍ମେ ଆୟୁର୍ବଳ ସାରି

  142. Couplet 142

    ସେ ପଥ ପାର ନ ଦେଖନ୍ତିଲେଉଟି ସଂସାରେ ଭ୍ରମନ୍ତି

  143. Couplet 143

    ଏଣୁ ଋଷିଏ ଶ୍ରଦ୍ଧାଚିତ୍ତେଗାବନ୍ତି ଭରତଚରିତେ

  144. Couplet 144

    ଭରତ ରାଜଋଷିବରତା ପଥ ଅତି ଅଗୋଚର

  145. Couplet 145

    ଯୋଗର ଅନୁଶୀଳ କରେଯେ ମାର୍ଗେ ଅମର ଶରୀରେ

  146. Couplet 146

    ଆପଦ-ନରକୁ ବିମୁକ୍ତଯାହାକୁ ଭାବନ୍ତି ଜଗତ

  147. Couplet 147

    ପ୍ରାଣୀର ମନୋରଥ ପଥେଅଗମ୍ୟ ଅଟଇ ଯୁଗତେ

  148. Couplet 148

    ଏମନ୍ତ କେବା ନରଦେବତା ପଥେ ପଥିକ ହୋଇବ

  149. Couplet 149

    ଗରୁଡ଼ପକ୍ଷୀ ଗତି ଯହିଁମକ୍ଷିକା ଗତି ତହିଁ କାହିଁ

  150. Couplet 150

    ଦୁସ୍ତ୍ୟଜ ସୁତ ଦାରା ଧନସୁହୃଦ ରାଜ୍ୟ ଗୃହମାନ

  151. Couplet 151

    ଏହା ଯେ ତୁଚ୍ଛପ୍ରାୟେ ବୁଝେଉତ୍ତମଶ୍ଳୋକ ପାଦେ ଭଜେ

  152. Couplet 152

    ଯାହାର ସାମ୍ରାଜ୍ୟ-ବିଭବତ୍ରିଦଶମାନଙ୍କୁ ଦୁର୍ଲଭ

  153. Couplet 153

    ଏହା ନ ଦେଖି ସାଧୁ ଚିତ୍ତେମହତ ଗୁରୁପାଦଗତେ

  154. Couplet 154

    ସେବିଣ ମନ-ବୁଦ୍ଧି ଦେଇଥିଲେ ଯେ ମନକୁ ବୁଡାଇ

  155. Couplet 155

    ହେ ଯଜ୍ଞଧର୍ମ ତପୋମୟବିଧି-ନିପୁଣ ଯୋଗଦେହ

  156. Couplet 156

    ସାଂଖ୍ୟଯୋଗରେ ଯେହୁ ସାରହେ ପ୍ରଭୁ ପ୍ରକୃତି ଈଶ୍ୱର

  157. Couplet 157

    ହେ ନାରାୟଣ କୃଷ୍ଣ ହରିଏମନ୍ତ ନାମ ମୁଖେ ଧରି

  158. Couplet 158

    ଛାଡିଲେ ମୃଗକଳେବରକି ଅବା ଦେବା ପଟାନ୍ତର

  159. Couplet 159

    ହେ ଭାଗବତ ପରୀକ୍ଷିତବିଶୁଦ୍ଧକର୍ମା ଯେ ଭରତ

  160. Couplet 160

    ଏହା ଶଗୁଣ-ଚରିତମାନପଢ଼ନ୍ତି ଶୁଣନ୍ତି ଯେ ଜନ

  161. Couplet 161

    ଆୟୁଷ ଯଶ ଧର୍ମ ତାରଲଭଇ ମଙ୍ଗଳ ଅପାର

  162. Couplet 162

    ଏହା ଯେ ଶୁଣେ ଶୁଦ୍ଧଚିତ୍ତେଭରତ ଉପାଖ୍ୟାନ ଗତେ

  163. Couplet 163

    କୃଷ୍ଣଚରଣେ ଭକ୍ତି ତାରଅଶେଷପାପୁ ହୋଏ ପାର

  164. Couplet 164

    ଯେବେ ହୋଇବ ସିନ୍ଧୁ ପାରଗୋବିନ୍ଦପାଦେ ଆଶ୍ରେ କର

  165. Couplet 165

    ପ୍ରଭୁ-ପଦାରବିନ୍ଦଗତେମନ ମୋ ରହୁ ଅବିରତେ

  166. Couplet 166

    ପଞ୍ଚମସ୍କନ୍ଧେ ଭାଗବତସୁଜନେ ଶୁଣ ଦେଇ ଚିତ୍ତ

  167. Couplet 167

    ଅମୃତ-ରସମୟ-ବାଣୀଶୁଣି ସଂସାରୁ ତର ପ୍ରାଣୀ

  168. Couplet 168

    ବୋଲଇ ଜଗନ୍ନାଥ ଦାସଭରତ-ଗୀତ-କଥାରସ

Odia Bhagabata skandha 5 adhyaya 14 | Parbani by ParibhaAsha App