Skip to content
paribhaasha

Skandha 5

Adhyaya 13

  1. Couplet 1

    ଏ ପଥ ଅତ୍ୟନ୍ତ-ଦୁର୍ଗମପ୍ରବୃତ୍ତିମାର୍ଗ ଯାର ନାମ

  2. Couplet 2

    ମାୟାରେ ତହିଁ ପ୍ରବେଶିଣଯେ ଭବ ଗହନ-ଅରଣ୍ୟ

  3. Couplet 3

    ସ‌ତ୍ତ୍ୱ-ରଜ-ତମର ମତେପୃଥକଭାବେ କର୍ମ ଚିନ୍ତେ

  4. Couplet 4

    ସଂସାର-ଅରଣ୍ୟେ ଭ୍ରମଇଁସୁଖର ଲେଶ ତାର ନାହିଁ

  5. Couplet 5

    ଯେମନ୍ତେ ବଣିଜାରମାନେଅର୍ଥଅର୍ଜନ ଲୋଭମନେ

  6. Couplet 6

    ଏ ଯେ ସଂସାର ମହାଘୋରଅରଣ୍ୟ ଅତି ଭୟଙ୍କର

  7. Couplet 7

    ଏଥି ନିବେଶେ ମୂଢ ମନନାନାଯାତନାର ଯେ ସ୍ଥାନ

  8. Couplet 8

    ଯେ ବନେ ଷଡ଼ଇନ୍ଦ୍ରି-ଚୋରନାନାଭୋଗରେ ତତପର

  9. Couplet 9

    ଦେଖ ସଂସାରେ କୁନାୟକବୁଦ୍ଧି-ସାରଥି ଅବିବେକ

  10. Couplet 10

    ଶୃଗାଳତୁଲ୍ୟ ଦାରାପୁତ୍ରସେ ବନେ ଅଛନ୍ତି ନିରତ

  11. Couplet 11

    ଯେ ଯାହା ମତେ ଆକର୍ଷନ୍ତିମେଷକୁ ଯେହ୍ନେ ବୃକପନ୍ତି

  12. Couplet 12

    ସେ ବନେ ଲତା ତୃଣ ଗୁଳ୍ମଗହ୍ୱରପ୍ରାୟ କାମ୍ୟକର୍ମ

  13. Couplet 13

    ଦୁର୍ଜନ-ମଶକାଦି ତେଣେପୀଡ଼ନ୍ତି କଠୋର-ଦଂଶନେ

  14. Couplet 14

    ଗନ୍ଧର୍ବପୁରପ୍ରାୟ ଦେହେମଣେ ଅସତ୍ୟ ସତ୍ୟପ୍ରାୟେ

  15. Couplet 15

    ନିବାସ ପଶୁ ଯେ ଦ୍ରବିଣତହିଁରେ ହୋଇ ହୃଷ୍ଟମନ

  16. Couplet 16

    କରଇ ତହିଁ ଆତ୍ମବୁଦ୍ଧିଏମନ୍ତ ବନେ ସେ ଦୁର୍ବୁଦ୍ଧି

  17. Couplet 17

    ବାତ-ଭ୍ରମିତ ରେଣୁ ଲାଗିଚକ୍ଷୁ ହୁଅଇ ଦୁଃଖଭାଗୀ

  18. Couplet 18

    ବିବିଧ-ଘୋରସ୍ୱନ ଲାଗିକର୍ଣ୍ଣ ହୁଅଇ ଦୁଃଖଭାଗୀ

  19. Couplet 19

    ଉଲ୍ଲ୍ଲୁକଆଦି ଘୋରବାଣୀଆତ୍ମା ଦୁଃଖିତ ତାହା ଶୁଣି

  20. Couplet 20

    କ୍ଷୁଧାପୀଡିତ ଯେବେ ହୋଇନିଷ୍ଫଳ-ବୃକ୍ଷକୁ ଧାମଇଁ

  21. Couplet 21

    କେବେ ବା ମୃଗତୃଷ୍ଣା ଦେଖିତୃଷାରେ ଧାମଇଁ ନିରେଖି

  22. Couplet 22

    ନିରାଶ ହୋଇଣ ତହିଁରେଧାମଇଁ ଶୁଷ୍କନଦୀତୀରେ

  23. Couplet 23

    ଅନ୍ୟୋନ୍ୟଭାବକୁ ସେ ବହିନିର୍ଦ୍ଧନ-ପ୍ରାଣୀଙ୍କି ମାଗଇ

  24. Couplet 24

    ଦାରା ତନୟ ଅଗ୍ନି ପ୍ରାୟେତହିଁ କ୍ରୀଡ଼ଇ ମାୟାମୋହେ

  25. Couplet 25

    କେବେହେଁ ଶାନ୍ତି ନ ଭଜଇପୁଣି ଉଦ୍‌ବେଗ-ମନ ହୋଇ

  26. Couplet 26

    ବିବିଧ-ଶୋକ-ଦୁଃଖ ପାଇପରମକ୍ଲେଶକୁ ଲଭଇ

  27. Couplet 27

    ଗନ୍ଧର୍ବପୁରେ ପ୍ରବେଶିଣପ୍ରମୋଦଲଭେ ଏକକ୍ଷଣ

  28. Couplet 28

    କଣ୍ଟକ-ଦୁର୍ଗମ-ପାଷାଣେନିରତେ ଭ୍ରମେ ଅକାରଣେ

  29. Couplet 29

    ବିମନ ହୋଇ ଦୁଃଖପାଇକ୍ଷଣକେ ପୁଣି ପାଶୋରଇ

  30. Couplet 30

    ଅନ୍ତର-ବାହାରେ ଯନ୍ତ୍ରିତପ୍ରାଣୀ ହୁଅଇ ଅବିରତ

  31. Couplet 31

    କୁଟୁମ୍ବ ପାଇଁ ନାନାପାପବିପକ୍ଷପକ୍ଷେ ବହେ କୋପ

  32. Couplet 32

    ଦୁଷ୍ଟଜନ୍ତୁରେ ପୀଡ଼ା ପାଇବିପିନେ ନିରତେ ଭ୍ରମଇଁ

  33. Couplet 33

    ଅନ୍ଧ ଯେସନେ ଅନ୍ଧକୂପେପଡ଼ଇ କର୍ମର ବିପାକେ

  34. Couplet 34

    ସେ ଭବବନେ କଦାଚିତପରଯୋଷିତେ ହୋଇରତ

  35. Couplet 35

    ତା ସ୍ୱାମୀ ଦେଖିଲେ ଦଣ୍ତଇତହିଁରେ ବ୍ୟଥିତ ହୁଅଇ

  36. Couplet 36

    କାହିଁ ବା ଶୀତ ବର୍ଷା ବାତଗ୍ରୀଷମେ ହୁଅଇ ପୀଡିତ

  37. Couplet 37

    ଧନବିହୁନେ ଗୃହ ନାହିଁଶଯ୍ୟା ଆସନ ଅବା କାହିଁ

  38. Couplet 38

    ଲୋଡ଼ଇ ପୁଣି ପରଧନତେଣେ ହୁଅଇ ହୀନିମାନ

  39. Couplet 39

    ଦୁଃଖେ ଅର୍ଜିତ ଯେତେ ଧନକେହି ବା ହରାଇ ବିପନ୍ନ

  40. Couplet 40

    ତାହାଙ୍କୁ ତେଜି ଅନ୍ୟେ ଯାନ୍ତିପୁଣି ଲେଉଟି ନ ଆସନ୍ତି

  41. Couplet 41

    ଏ ମୋର ଭୂମି ମୋର ଗୃହପଣ୍ତିତେ କରନ୍ତି କଳହ

  42. Couplet 42

    ଯେ ସର୍ବ ଶ୍ରୀକୃଷ୍ଣେ ଅର୍ପଇତା ଗତି ପାଇବେ ସେ କାହିଁ

  43. Couplet 43

    ବାଳଭାଷିତେ ମୋହ ହୋଇଯୋଷିତ-ଭୁଜଲତା କେହି

  44. Couplet 44

    ଆଶ୍ରୟ କରି କାଳଡରେପାଷଣ୍ତ ସଙ୍ଗତେ ବିହରେ

  45. Couplet 45

    ତହିଁ ବଞ୍ଚିତ ହୋଇ ପୁଣହଂସର ତୁଲ୍ୟ ବିପ୍ରଗଣ

  46. Couplet 46

    ସଙ୍ଗେ ବିହରେ କିଛିକାଳତାଙ୍କ ଆଚାର କୁଳଶୀଳ

  47. Couplet 47

    ଦେଖି ନ ମଣେ ତାକୁ ଈଷ୍ଟମର୍କଟ ସଙ୍ଗେ ହୁଏ ଭ୍ରଷ୍ଟ

  48. Couplet 48

    କେବେ ବା ପ୍ରମାଦ ବଶରେପଡଇ ଗିରି କନ୍ଦରରେ

  49. Couplet 49

    ପୁଣି ଭ୍ରମଇଁ ଛାଡି କରିନିର୍ଭୟ-ପଥକୁ ଆବୋରି

  50. Couplet 50

    ତହିଁ ଅତି-କଷ୍ଟରୁ ନରବାହୁଡି ଭ୍ରମଇଁ ଅପାର

  51. Couplet 51

    ପୁଣି ଆତ୍ମାର ତ‌ତ୍ତ୍ୱବାଣୀକ୍ଷଣକେ ପାଶୋରଇ ପ୍ରାଣୀ

  52. Couplet 52

    ମାୟା-ରଚିତ ଏ ସଂସାରନିସ୍ତାର ନୋହେ ମୂଢନର

  53. Couplet 53

    ନାନାକୁକର୍ମରେ ଭ୍ରମନ୍ତିଆତ୍ମା-କାରଣ ନ ଜାଣନ୍ତି

  54. Couplet 54

    ହେ ରହୂଗଣ ଏ ସଂସାରଦୁର୍ଗମପଥ ଯେ ଏହାର

  55. Couplet 55

    ସେ ଜୀବଆତ୍ମା ଏଣୁ ତୁଲ୍ୟଜାଣଇ ପ୍ରାଣୀ-ମନ୍ଦଭଲ

  56. Couplet 56

    ସୁଜିତଆତ୍ମା ହୋଇ ତହିଁହରିସେବାରେ ମନଦେଇ

  57. Couplet 57

    ଜ୍ଞାନଖଡଗ ଧରି କରନିଶ୍ଚିନ୍ତେ ଏଥୁ ହୁଅ ପାର

  58. Couplet 58

    ସାଧୁମାନଙ୍କ ଜନ୍ମସାରସଂସାରେ କିବା ଜନ୍ମ ଆର

  59. Couplet 59

    ଯେ ଜନ ହୃଷୀକେଶ-ଗୁଣବଦନେ କରେ ଉଚ୍ଚାରଣ

  60. Couplet 60

    ଶ୍ରବଣେ ଶୁଣି ଯଶଗାଇସୁସାଧୁ ସଙ୍ଗତେ ବସଇ

  61. Couplet 61

    ଭୋ ସ୍ୱାମୀ ତୁମ୍ଭ ପାଦରେଣୁମୋ ଦେହେ ଲାଗିଲାକ ଯେଣୁ

  62. Couplet 62

    ସର୍ବଦୁରିତ କ୍ଷୟଗଲାମନ ମୋ ନିର୍ମଳ ହୋଇଲା

  63. Couplet 63

    ଅବିଦ୍ୟାକର୍ମ ଯେ ମୋହରଭୋ ସ୍ୱାମୀ ସମାଗମେ ତୋର

  64. Couplet 64

    ଅବିବେକାଦି ଯେ ପ୍ରମାଦେହତ ହୋଇଲେ ତୋ ପ୍ରସାଦେ

  65. Couplet 65

    ନମଇଁ ମହତ-ଈଶ୍ୱରନମସ୍ତେ ଶିଶୁରୂପଧର

  66. Couplet 66

    ତୁ ନାଥ ଯୁବାରୂପଧରତୋତେ ମୋହର ନମସ୍କାର

  67. Couplet 67

    ଅବଧୂତରୁପକୁ ଧରିପୃଥିବୀ ପର୍ଯ୍ୟଟନ କରି

  68. Couplet 68

    ଏମନ୍ତ ରୂପ ଯେ ତୁମ୍ଭରତୋ ପାଦେ ମୋର ନମସ୍କାର

  69. Couplet 69

    ଏ ରୂପ ଧରି ଯେ ବ୍ରାହ୍ମଣପୃଥିବୀ କରେ ପର୍ଯ୍ୟଟନ

  70. Couplet 70

    ପ୍ରଜାଙ୍କ କୁଶଳ ନିମନ୍ତେଭାବେ ଭ୍ରମଣ ଏ ଜଗତେ

  71. Couplet 71

    ଏମନ୍ତେ ରହୂଗଣ ବାଣୀସାନନ୍ଦେ ଶୁଣି ବିପ୍ରମଣି

  72. Couplet 72

    ପରମ-କରୁଣାକୁ ବହିରହୂଗଣକୁ ତ‌ତ୍ତ୍ୱ କହି

  73. Couplet 73

    ହରଷ ହୋଇ ରହୂଗଣବନ୍ଦିଲେ ତାହାଙ୍କ ଚରଣ

  74. Couplet 74

    ରାଜାର ପୂଜାକୁ ଘେନିଲେଧରଣୀ-ଭ୍ରମଣେ ଗମିଲେ

  75. Couplet 75

    ସେ ନରପତି ରହୂଗଣପରମତ‌ତ୍ତ୍ୱକୁ ପାଇଣ

  76. Couplet 76

    ଆତ୍ମା ଅବିଦ୍ୟା ଧ୍ୟାନ ଯେତେଦେହ ଅହଙ୍କାର ସହିତେ

  77. Couplet 77

    ତକ୍ଷଣେ ଛାଡ଼ିଲା ସକଳଶୁଣ ପରୀକ୍ଷ ମହୀପାଳ

  78. Couplet 78

    ଆଶ୍ରିତ-ଭାଗବତଜନଏଡ଼େ ପ୍ରଭାବ ହେ ରାଜନ

  79. Couplet 79

    ଯେତେ ପ୍ରକାରେ ଏ ସଂସାରବର୍ଣ୍ଣିଲେ ବ୍ରାହ୍ମଣ-କୁମର

  80. Couplet 80

    ଯେ ଭାଗବତ-ଶ୍ରେଷ୍ଠନରଜାଣିବ ତହିଁର ବିଚାର

  81. Couplet 81

    ଏହାଙ୍କ ବାକ୍ୟ ଅନୁସରିଯେ ପ୍ରାଣି ହେତୁରେ ନ ଧରି

  82. Couplet 82

    ତାଙ୍କର କି ଗତି ଅପାରଏ ଯେ ଦୁରଧିଗମ୍ୟ ମୋର

  83. Couplet 83

    ତାହାର ସଂଘଟନ ଯେତେବୁଝାଇ କହ ମୋ ଅଗ୍ରତେ

  84. Couplet 84

    ତୁ ଅନୁଗ୍ରହ କରି କହମୋହର ଫେଡିବା ସନ୍ଦେହ

  85. Couplet 85

    ସେ ବିପ୍ର ରହୂଗଣ ବାଣୀକର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ

  86. Couplet 86

    ସକଳ ପାପୁ ସେ ତରନ୍ତିଅନ୍ତେ କୈବଲ୍ୟକୁ ଲଭନ୍ତି

  87. Couplet 87

    କହଇ ବିପ୍ର ଜଗନ୍ନାଥପଞ୍ଚମସ୍କନ୍ଧେ ଭାଗବତ

Odia Bhagabata skandha 5 adhyaya 13 | Parbani by ParibhaAsha App