Skandha 5
Adhyaya 12
Couplet 1
ନମଇଁ ପ୍ରଭୁ ବିପ୍ରବରପ୍ରାଣୀଙ୍କ ହିତେ ତୋ ଶରୀର
Couplet 2
ସ୍ୱଇଚ୍ଛା-ବିହାର ତୋହରନମସ୍ତେ ଦୟାର ସାଗର
Couplet 3
ବେଶରେ ତୁହି ଅବଧୂତମାୟାରୂପରେ ତୁ ଯେସ୍ଥିତ
Couplet 4
ଗୁପତଭାବେ ଭ୍ରମୁ ତୁହିତୋହର ମାୟା କେ ଜାଣଇ
Couplet 5
ବିଅର୍ଥେ ପ୍ରାଣୀ ଆତଯାତତୁ ଯେ ମାୟାର ପରେସ୍ଥିତ
Couplet 6
ବ୍ୟାଧିରେ ପୀଡିତ ଯେ ଜନତାହାର ଔଷଧି ଯେସନ
Couplet 7
ନିଦାଘ-ଆତପେ ପୀଡିତତାହାକୁ ଯେହ୍ନେ ଜଳଶୀତ
Couplet 8
ସଂସାର-ଦୁଃଖ-ଦାବାନଳତହିଁ ମୁଁ ହୋଇଲି ଆକୁଳ
Couplet 9
ପୀୟୂଷରସ ତୁମ୍ଭ ବାଣୀପିଇ ତରିଲି ଦ୍ୱିଜମଣି
Couplet 10
ସଂଶୟ ମନରୁ ମୋହରତୁମ୍ଭେ ଛେଦିବ ବିପ୍ରବର
Couplet 11
ଅଜ୍ଞାନ-ଜଡ଼ଭାବ ଥିଲେତାହା ଛେଦିବ ତୁମ୍ଭେ ଭଲେ
Couplet 12
ଅଧ୍ୟାତ୍ମଯୋଗ ତୋ ବଚନଶୁଣି ସନ୍ତୋଷ ମୋର ମନ
Couplet 13
ତତ୍ତ୍ୱଜ୍ଞାନରେ ପ୍ରାଣୀଙ୍କରମନ ନୋହଇ ଦୃଢ଼ତର
Couplet 14
ଯେତେ ଏ କ୍ରିୟାଫଳମାନକହିଲ ଈଶ୍ୱର-ଅଧୀନ
Couplet 15
ପରମତତ୍ତ୍ୱ ଏ ବେଭାରପୃଥୁଳବୁଦ୍ଧି ମାନଙ୍କର
Couplet 16
ଏ ଯେ ସଂଶୟ ମନେ ମୋରଭୋ ବିପ୍ର ଛେଦନ ତୁ କର
Couplet 17
ପାର୍ଥିବ-ବିକାର ଯେହୁଟିଭାରକୁ ବହଇ ସେହିଟି
Couplet 18
ଶ୍ରମ ଯେ ହୋଇବ କାହାରଏହାକୁ ବୁଝ ନୃପବର
Couplet 19
ଶରୀରେ ଅଛି ଯେ ଚରଣତହିଁ ଉପରେ ଗୁଳ୍ଫ ଜାଣ
Couplet 20
ଜାନୁ ଊରୁ ଯେ ମଧ୍ୟଦେଶବକ୍ଷସ୍ଥଳ ଯେ ସ୍କନ୍ଧଦେଶ
Couplet 21
ସ୍କନ୍ଧରେ ବିମାନ ଅଛଇକେ ତାର ଭାରକୁ ବହଇ
Couplet 22
ତହିଁରେ ଅବୟବ ବହିସୌବୀର ରାଜା ବସିଛଇଁ
Couplet 23
ସେ ଅଟେ ପାର୍ଥିବ-ବିକାରଏହା ତୁ ନୃପ ହେତୁକର
Couplet 24
ଏହି ବିକାରେ ଅଭିମାନତୋହର ହୋଇଛି ରାଜନ
Couplet 25
ଏ ଯେ ସଂସାରେ ପ୍ରାଣୀମାନେନୃପସେବକ ନାମ ଭିନ୍ନେ
Couplet 26
କେହୁ କାହାକୁ ନମସ୍କାରକରଇ ଆଚାର ବେଭାର
Couplet 27
ଏ ଜୀବମାନେ ବସି ତହିଁନାନା-କୁକଥାମାନ କହି
Couplet 28
ମୁଁ ନୃପ ବୋଲି ଅହଙ୍କାରଏ ମୂଢ଼ଲୋକଙ୍କ ବେଭାର
Couplet 29
ପ୍ରାଣୀଙ୍କି ଦଣ୍ତ ଦେଉ ତୁହିଏମନ୍ତେ ନାନାକଥା କହି
Couplet 30
ପ୍ରମତ୍ତଭାବକୁ ଧଇଲୁଏଣୁ ତୁ ମୋତେ ନ ଚିହ୍ନିଲୁ
Couplet 31
ଦେଖ ଏ ଅଖିଳସଂସାରଜନ୍ମଇଁ ଯହୁଁ ଚରାଚର
Couplet 32
ଯା ତହୁଁ ନାନା ଯାହାପରେବଡ଼ଟି ନାହିଁ ଏ ସଂସାରେ
Couplet 33
ପରମ ଅଣୁ ସୂକ୍ଷ୍ମ ସ୍ଥୂଳଏ ଆଦି ଯେତେକ ସକଳ
Couplet 34
ତା ବିନୁ ଅନ୍ୟ କେହି ନାହିଁଅଜ୍ଞାନମତି ନ ଜାଣଇ
Couplet 35
ବୃହତ କ୍ଷୁଦ୍ର ଆଦି ଯେତେନିର୍ଜୀବ ସଜୀବ ସହିତେ
Couplet 36
ଦ୍ରବ୍ୟ ସ୍ୱଭାବ କାଳ କର୍ମପୃଥକଭାବ ଯେହୁ ନାମ
Couplet 37
ଜ୍ଞାନ ବିଶୁଦ୍ଧ ସେ ଅଟଇପରମଆତ୍ମା-ରୂପ ବହି
Couplet 38
ଏକ ଅନେକ ସର୍ବ ସେହିପ୍ରଭୁଙ୍କ ବିନୁ ଆନ ନାହିଁ
Couplet 39
ସର୍ବଜ୍ଞପୁରୁଷ ଅଚ୍ୟୁତତାହାର ଲୀଳା ଏ ଜଗତ
Couplet 40
ସେ ପ୍ରଭୁ ଅଖିଳକାରଣମୁନିଏ କରନ୍ତି ଗାୟନ
Couplet 41
ହେ ରହୂଗଣ ସାବଧାନେଶୁଣ ତୁ ମୋହର ବଚନେ
Couplet 42
ବିବିଧ-ତପ ଯଜ୍ଞକର୍ମକି ଅବା ବେଦଅଧ୍ୟୟନ
Couplet 43
ଏ ଆଦି ଯେତେ ହେ ରାଜନସକଳ-ଶ୍ରେଷ୍ଠ ଭକ୍ତଜନ
Couplet 44
ଯା ପାଦରଜେ ପାପମାନନିଃଶେଷେ ହୁଅନ୍ତି ଖଣ୍ତନ
Couplet 45
ଉତ୍ତମଶ୍ଳୋକ କଥାସାରଯେ ପ୍ରାଣୀ କରନ୍ତି ଉଚ୍ଚାର
Couplet 46
ଗ୍ରାମ୍ୟକଥାରେ ତାର ମତିକେବେହେଁ ନୁହଁଇ ସଙ୍ଗତି
Couplet 47
ଯେବେ ନିଶ୍ଚଳଭାବେ ମନପ୍ରଭୁରେ କରଇ ଅର୍ପଣ
Couplet 48
ତାହାଙ୍କୁ ପ୍ରଭୁ ଭାବଗ୍ରାହୀସତ୍ତ୍ୱପ୍ରଧାନ-ମତି ଦେଇ
Couplet 49
ଏବେ ତୁ ଶୁଣ ନୃପମଣିଆମ୍ଭର ପୂର୍ବଜନ୍ମ-ବାଣୀ
Couplet 50
ଭରତ ନାମେ ରାଜା ମୁହିଁବ୍ରହ୍ମାର ବଂଶେ ଜାତ ହୋଇ
Couplet 51
ସର୍ବସମ୍ପଦ ଦୂର କଲିନିଶ୍ଚଳେ ପ୍ରଭୁଙ୍କୁ ଭଜିଲି
Couplet 52
ପୂର୍ବଅର୍ଜିତ କର୍ମଫଳମୃଗବାଳକେ ମତିଭୋଳ
Couplet 53
ଯେଣୁ ଅସାଧୁସଙ୍ଗ କଲିମୃଗଶରୀର ମୁଁ ପାଇଲି
Couplet 54
ପୂର୍ବଜନ୍ମର ପୁଣ୍ୟ ଥିଲାପ୍ରଭୁଙ୍କ କରୁଣା ହୋଇଲା
Couplet 55
ତେଣୁ ପୂର୍ବର କଥାମାନମୋହର ହୋଇଲା ସ୍ମରଣ
Couplet 56
ଏବେ ହୋ ଶୁଣ ନୃପବରଲଭିଲି ବ୍ରାହ୍ମଣ-ଶରୀର
Couplet 57
ଏଣୁ ସଙ୍ଗକୁ ମୁହିଁ ଡ଼ରିଏ ଜଡ଼ରୂପକୁ ଆବୋରି
Couplet 58
ଭ୍ରମଇଁ ଏ ଘୋର-ସଂସାରେକର୍ମବନ୍ଧନ ଖଣ୍ତିବାରେ
Couplet 59
ଏକାକୀ ନିବୃତ୍ତ-ବେଭାରେମନ ନିବେଶି କୃଷ୍ଣଠାରେ
Couplet 60
ଶୁଣ ରାଜନ ଏକମନେଏଣୁ ସଂସାରେ ପ୍ରାଣୀମାନେ
Couplet 61
ଅସତ-ସଙ୍ଗୁ ମୋକ୍ଷ ନୋହେନାନାଯୋନିରେ ଦେହ ବହେ
Couplet 62
ସାଧୁସଙ୍ଗତେ ସଙ୍ଗ ଯାରପବିତ୍ର ହୁଏ ତା ଶରୀର
Couplet 63
ନିଶ୍ଚଳମତି ସେ ହୁଅଇସଂସାରସାଗରୁ ତରଇ
Couplet 64
ସାଧୁସଙ୍ଗତି ପ୍ରଭାବରେପ୍ରଭୁର କୃପା ହୋଇ ତାରେ
Couplet 65
ସେ ଯେ ଅନାଦି ଚକ୍ରଧରଜଗତବନ୍ଧୁ ଦାମୋଦର
Couplet 66
ସେ ପ୍ରଭୁ ପଦ୍ମପାଦତଳେମୋ ମନ ରହିବ ନିଶ୍ଚଳେ
Couplet 67
ଜଡ଼ଭରତ-ତତ୍ତ୍ୱବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 68
ବୋଲଇ ବିପ୍ର ଜଗନ୍ନାଥପଞ୍ଚମସ୍କନ୍ଧେ ଭାଗବତ